କନକ ବ୍ୟୁରୋ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘କୋଭାକସିନ’ ତିଆରି କରିଥିବା ଭାରତ ବାୟୋଟେକ୍ କମ୍ପାନୀ, ନାକରେ ପକାଇବା ପାଇଁ କରୋନା ଟିକା ପ୍ରସ୍ତୁତ କରୁଛି । ଏହାର ମ୍ୟାନେଜିଂ ଡାଇରେକ୍ଟର ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ଏହି ଭାକ୍ସିନ ଏବେ ନିର୍ମାଣଧିନ ଅଛି । ଏହି ଭାକ୍ସିନରେ ମାତ୍ର ଗୋଟିଏ ଡୋଜ ଦେବାକୁ ପଡିବ ଏବଂ ତାହା ଶରିରକୁ ନଫୁଟାଇ ନାକରେ ଦିଆଯିବ । ଏଥିପାଇଁ ଭାରତ ବାୟୋଟେକ୍, ଆମେରିକାର ଦୁଇଟି ଭ୍ୟାକ୍ସିନ୍Continue reading “କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଖୁବଶୀଘ୍ର ଆରମ୍ଭ ହେବ ମାନବ ପରୀକ୍ଷଣ ।”
Author Archives: Raghaba
ନିର୍ବନ୍ଧ ସରିଥିଲା, ଦୁଇ ମାସ ପରେ ଦୁହିତା ସାଜିଥାନ୍ତେ । କିନ୍ତୁ ସେଲଫି ନିଶା ସବୁଦିନ ପାଇଁ ଶୁଆଇଦେଲା, ବାହାଘର ସ୍ୱପ୍ନ ଅଧାରେ ରହିଗଲା ।
କନକ ବ୍ୟୁରୋ : ବିପଦପୂର୍ଣ୍ଣ ଭାବେ ମୋବାଇଲରେ ସେଲଫି ନେବା କେତେ ଯେ ଭୟଙ୍କର ହୋଇପାରେ ତାହା ରାଜଗାଙ୍ଗପୁରର ଅନୁପମା ପ୍ରଜାପତିଙ୍କ ସହ ଘଟିଯାଇଥିବା ଘଟଣାରୁ ସହଜରେ ଅନୁମାନ କରିହେବ । ବନ୍ଧୁମାନଙ୍କ ସହ ନଦୀ ଦାଢ଼ରେ ସେଲଫି ନେବାବେଳେ ପାଣିରେ ପଡି ଚାଲି ଯାଇଛି ତାଙ୍କ ଜୀବନ । ଆଉ ଅଧାରେ ରହିଯାଇଛି ସବୁ ସ୍ୱପ୍ନ । ଅନୁପମା ପ୍ରଜାପତି । ଆଉ ମାତ୍ର ମାସ କେଇଟା ପରେ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତେContinue reading “ନିର୍ବନ୍ଧ ସରିଥିଲା, ଦୁଇ ମାସ ପରେ ଦୁହିତା ସାଜିଥାନ୍ତେ । କିନ୍ତୁ ସେଲଫି ନିଶା ସବୁଦିନ ପାଇଁ ଶୁଆଇଦେଲା, ବାହାଘର ସ୍ୱପ୍ନ ଅଧାରେ ରହିଗଲା ।”
ଟିକାକରଣ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଟିକାକରଣ କେନ୍ଦ୍ର ପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ୟ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ । ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେContinue reading “ଟିକାକରଣ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଟିକାକରଣ କେନ୍ଦ୍ର ପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ।”
କୋଭାକ୍ସିନ ୨୦୦% ନିରାପଦ, ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ ବରଂ ନିଜେ କରିପାରିବ ଉଦ୍ଭାବନ । ସମାଲୋଚନା ନେଇ ମୁହଁ ଖୋଲିଲା ଭାରତ ବାୟୋଟିକ ।
କନକ ବ୍ୟୁରୋ : ଭାରତୀୟ ଫାର୍ମା କମ୍ପାନି ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ନେଇ କେତେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବାରୁ ତାହାର ଉତ୍ତର ରଖିଛି କମ୍ପାନି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା ଦାବି କରିଛନ୍ତି । ଗତକାଲି ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକContinue reading “କୋଭାକ୍ସିନ ୨୦୦% ନିରାପଦ, ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ ବରଂ ନିଜେ କରିପାରିବ ଉଦ୍ଭାବନ । ସମାଲୋଚନା ନେଇ ମୁହଁ ଖୋଲିଲା ଭାରତ ବାୟୋଟିକ ।”
ଜଗା ଦର୍ଶନ ପାଇଁ ଅଡୁଆ ହେଉଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଘରୋଇ ହସପିଟାଲ ବିରୋଧରେ ଆସିଲା ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ।
କନକ ବ୍ୟୁରୋ : ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆତୁର ହୋଇ ରହିଥିବା ଭକ୍ତ, କୋଭିଡ୍ ରିପୋର୍ଟ ପାଇବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏପଟେ ଅଭିଯୋଗ ହୋଇଛି, ମନଇଚ୍ଛା କୋଭିଡ୍ ରିପୋର୍ଟ ଦେଇଛି ଏହି ଘରୋଇ ହସପିଟାଲ୍ । ନିୟମ ଅନୁସାରେ ମାତ୍ର ୨୦୦ ଟେଷ୍ଟ କରିବାକୁ ଏହି ହସପିଟାଲକୁ ଅନୁମତି ଥିବା ବେଳେ ଗୋଟିଏ ଦିନରେ ହଜାରରୁ ଅଧିକ ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ।Continue reading “ଜଗା ଦର୍ଶନ ପାଇଁ ଅଡୁଆ ହେଉଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଘରୋଇ ହସପିଟାଲ ବିରୋଧରେ ଆସିଲା ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ।”
କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର । ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ପାଇଁ ପ୍ରସ୍ତୁତ ଥିଲେ ଅପରାଧୀ ।
କନକ ବ୍ୟୁରୋ : କୁଳମଣି ବରାଳଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏକଥା ଆମେ କହୁନୁ, ବରଂ ଘଟଣାସ୍ଥଳର ସ୍ଥିତି ହିଁ ବୟାନ କରୁଛି । କୁଳମଣିଙ୍କ ଗତିବଧିକୁ ଅନୁଧ୍ୟାନ କରୁଥିବା ଏହି ଦୁର୍ବୃତମାନେ ପୂର୍ବ ନିଦ୍ଧାରିତ ଯୋଜନା ଅନୁସାରେ, ରାସ୍ତା ଉପରେ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ଶୀତ ଦିନିଆ ସନ୍ଧ୍ୟା । ଚାରିଆଡେ ଶୁନଶାନ । ନିଜ ଷଡ଼ଯନ୍ତ୍ରକୁ ବାସ୍ତବ ରୁପ ଦେବା ଦୁର୍ବୃତମାନେ, ରାସ୍ତାକଡ଼ରେ ଥିବା ଷ୍ଟ୍ରିଟ୍Continue reading “କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର । ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ପାଇଁ ପ୍ରସ୍ତୁତ ଥିଲେ ଅପରାଧୀ ।”
କୋଭାକ୍ସିନ୍ ବନାମ କୋଭିସିଲ୍ଡ: ଭାରତରେ ଭୂତାଣୁ ମାରିବାକୁ ଅନୁମତି ପାଇଥିବା ଦୁଇଟି ଭ୍ୟାକ୍ସିନର ଦମ୍ କେତେ?
କନକ ବ୍ୟୁରୋ: ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଅର୍ଥାତ ଦୁଇଟି ଟିକା ପ୍ରସ୍ତୁତ ହୋଇ ରହିଛି । କରୋନା ମହାମାରୀର ଏହି ଲମ୍ବା ଲଢେଇର ମୁକାବିଲା କରିବା ପାଇଁ ତୟାର କୋଭିସିଲଡ ଏବଂ କୋଭାକସିନ । ଆଉ କିଛି ଦିନ ମଧ୍ୟରେ ଭାରତରେ ଆରମ୍ଭ ହୋଇଯିବ ସମୁହ ଟିକାକରଣ । କୋଭିସିଲ୍ଡ ହେଉଛି ସେହି ଟିକା ଯାହାକୁ ବ୍ରିଟେନ ସମେତ ଅନ୍ୟ ଦେଶମାନେ ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁContinue reading “କୋଭାକ୍ସିନ୍ ବନାମ କୋଭିସିଲ୍ଡ: ଭାରତରେ ଭୂତାଣୁ ମାରିବାକୁ ଅନୁମତି ପାଇଥିବା ଦୁଇଟି ଭ୍ୟାକ୍ସିନର ଦମ୍ କେତେ?”
ମାହାଙ୍ଗା ଡବଲ ମର୍ଡର ଘଟଣା । ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ୪୮ ଘଂଟାର ମହଲତ ଦେଲା ବିଜେପି ।
କନକ ବ୍ୟୁରୋ : ହତ୍ୟା ପଛରେ ଯେତେବେଳେ ରାଜନୈତିକ ଶକ୍ତିର, ସଂପୃକ୍ତିର ଅଭିଯୋଗ ଆସେ, ତାକୁ ନେଇ ରାଜନୈତିକ ପ୍ରତିବାଦ କେମିତି ବା ନହେବ । ଠିକ୍ ସେଇୟା ହୋଇଛି, ଯେତେବେଳେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଦୁର୍ବୃତମାନେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ବିରୋଧ କରି ମାହାଙ୍ଗାରେ ବିଶାଳ ଶୋଭାଯାତ୍ରା କରିଛି ବିଜେପି । କେବଳ ସେତିକି ନୁହେଁ, ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଦଳ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାରଠାରୁContinue reading “ମାହାଙ୍ଗା ଡବଲ ମର୍ଡର ଘଟଣା । ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ୪୮ ଘଂଟାର ମହଲତ ଦେଲା ବିଜେପି ।”
ଦୁଇଟି କୋଭିଡ୍ ଟିକାକୁ ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା । ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡିଏମଇଟି କହିଲେ, ଟିକାକରଣ ପାଇଁ ପ୍ରସ୍ତୁତ ଓଡ଼ିଶା ।
କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ । ଏପଟେ ଓଡ଼ିଶା ବି ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରି ବ୍ୟବହାର ପାଇଁ ଅନୁମତି ମିଳିବା ପରେ କେବେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ଟିକା ବଂଟନ ହେବ, କେବେ ଟିକାକରଣ କରାଯିବ, ଏ ସଂପର୍କରେ ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ବିContinue reading “ଦୁଇଟି କୋଭିଡ୍ ଟିକାକୁ ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା । ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡିଏମଇଟି କହିଲେ, ଟିକାକରଣ ପାଇଁ ପ୍ରସ୍ତୁତ ଓଡ଼ିଶା ।”
ସୁଶାନ୍ତ ରାଜପୁତ ମୃତ୍ୟୁ ଘଟଣା: ପୁଣି ଏନସିବି ଅଫିସରେ ରିୟା ଏବଂ ଭାଇ ସୌଭିକ ହାଜର, ମାସକ ପୂର୍ବେ ଜେଲରୁ ରିୟା ପାଇଥିଲେ ବେଲ୍
କନକ ବ୍ୟୁରୋ: ଦୀର୍ଘ ଦିନ ପରେ କ୍ୟାମେରାରେ ସ୍ପଟ ହୋଇଛନ୍ତି ରିୟା । ଅନେକ ମାସ ପରେ ତାଙ୍କୁ କ୍ୟାମରାରେ ସ୍ପଟ କରାଯାଇଛି । ସେ ତାଙ୍କର ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କ ସହିତ ନଜର ଆସିଥିଲେ । ସୋମବାର ଦିନ ରିୟା ଏନସିବି ଅଫିସରେ ହାଜିରା ପକାଇଥିଲେ । ରିୟାଙ୍କ ସହିତ ତାଙ୍କ ବାପା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ ମଧ୍ୟ ନଜର ଆସିଥିଲେ । ଜାମିନରେ ଆସିବାପରେ ନିୟମ ଅନୁସାରେ ରିୟା ଏବଂ ସୌଭିକContinue reading “ସୁଶାନ୍ତ ରାଜପୁତ ମୃତ୍ୟୁ ଘଟଣା: ପୁଣି ଏନସିବି ଅଫିସରେ ରିୟା ଏବଂ ଭାଇ ସୌଭିକ ହାଜର, ମାସକ ପୂର୍ବେ ଜେଲରୁ ରିୟା ପାଇଥିଲେ ବେଲ୍”