କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ ହୋଇଛି । ଆଜିବି ସରକାର ଓ କୃଷକଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । ଏମଏସପିକୁ ନେଇ ମଧ୍ୟ କୌଣସି ସମାଧାନ ହୋଇପାରିଲାନି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଆନ୍ଦୋଳନ ଜାରି ରହିବ ବୋଲି କହିଲେ ଜାନୁଆରୀ ୮ରେ ପୁଣି ହେବ ବୈଠକ । ଦୀର୍ଘଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନContinue reading “କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ । ଆଜିବି ହୋଇପାରିଲାନି କୌଣସି ସମାଧାନ । ଜାନୁଆରୀ ୮ରେ ପୁଣି ହେବ ବୈଠକ । “
Author Archives: Raghaba
ଜଗା ଦର୍ଶନ ପାଇଁ ହସ୍ପିଟାଲ ଦେଇଥାଇପାରେ ନକଲି ରିପୋର୍ଟ । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ମିଳିଛି ନେଗେଟିଭ ସାର୍ଟିଫିକେଟ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
କନକ ବ୍ୟୁରୋ: ସର୍ବସାଧାରଣଙ୍କୁ ଜଗା ଦର୍ଶନ ପାଇଁ ଦ୍ୱିତୀୟ ଦିନରେ ବଢ଼ିଲା ଦ୍ୱନ୍ଦ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ଗତକାଲି ହଜାର ହଜାର ଲୋକ ଘରୋଇ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇଥିଲେ । ଲୋକଙ୍କ ଭିଡ ଜମିଥିବା ବେଳେ ପୁରୀର ଏକ ଘରୋଇ ହସ୍ପିଟାଲ ନକଲି ରିପୋର୍ଟ ଦେଇଥାଇପାରେ ସନ୍ଦେହ କରାଯାଉଛି । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ହସ୍ପିଟାଲ ପକ୍ଷରୁ କରୋନାର ନେଗେଟିଭ ସାର୍ଟିଫିକେଟ ଦିଆହୋଇଥିଲାContinue reading “ଜଗା ଦର୍ଶନ ପାଇଁ ହସ୍ପିଟାଲ ଦେଇଥାଇପାରେ ନକଲି ରିପୋର୍ଟ । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ମିଳିଛି ନେଗେଟିଭ ସାର୍ଟିଫିକେଟ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ”
ମାହାଙ୍ଗା ହତ୍ୟାକୁ ନେଇ ବିଜେପିର ବିକ୍ଷୋଭ । ରାଜଧାନୀ ରାଜରାସ୍ତାରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି
କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କଲା ବିଜେପି । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରି ଆଇନ୍ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି, ଏପରିକି ରାଜ୍ୟ ସରକାର ସବୁଦେଖି ନିରବଦ୍ରଷ୍ଟା ପାଲଟିଥିବା କହି ହଙ୍ଗାମା କଲା ଭାରତୀୟContinue reading “ମାହାଙ୍ଗା ହତ୍ୟାକୁ ନେଇ ବିଜେପିର ବିକ୍ଷୋଭ । ରାଜଧାନୀ ରାଜରାସ୍ତାରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି”
ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍, ସୁସ୍ଥ ହେଲେ ୧୯ ଜଣ ।
କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି । Update on newly detected #COVID19 cases in the lastContinue reading “ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍, ସୁସ୍ଥ ହେଲେ ୧୯ ଜଣ ।”
ଭାରି ସୁନ୍ଦର ଦିଶୁଛି ସମଲେଇ ଚୁଆଁ ହାଇସ୍କୁଲ । ରଙ୍ଗବେରଙ୍ଗର ଫୁଲଗଛ ସହ ବିଦ୍ୟାଳୟ ଅଗଣାରେ ଝରଣା ଯାଉଛି ବହି ।
କନକ ବ୍ୟୁରୋ: ଆଉ କିଛିଦିନ ପରେ ଖୋଲିବ ସ୍କୁଲ । ଦିର୍ଘ ୧୦ମାସର ଲକଡାଉନରେ ବନ୍ଦ ହୋଇ ପଡିଥିବା ସ୍କୁଲ ଗୁଡିକର ଅବସ୍ଥା ନେଇ ଚିନ୍ତାରେ ଶିକ୍ଷକ ଓ ଛାତ୍ରଛାତ୍ରୀ । ହେଲେ ସୁବର୍ଣ୍ଣପୁର ଜିଲ୍ଲା ସମଲେଇ ଚୁଆଁ ହାଇସ୍କୁଲର କଥା କିଛି ନିଆରା । ଏହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲରେ ଅପେକ୍ଷା କରିରହିଛି ଅନେକ ଆଶ୍ଚର୍ୟ୍ୟ । ପିଲାମାନେ ଛାଡିଯାଇଥିବା ସ୍କୁଲ ପରିସରରେ ଥିବା ଖାଲି ପଡିଆ ଏବେ ପାଲଟିଯାଇଛି ସୁନ୍ଦର ଉଦ୍ୟାନContinue reading “ଭାରି ସୁନ୍ଦର ଦିଶୁଛି ସମଲେଇ ଚୁଆଁ ହାଇସ୍କୁଲ । ରଙ୍ଗବେରଙ୍ଗର ଫୁଲଗଛ ସହ ବିଦ୍ୟାଳୟ ଅଗଣାରେ ଝରଣା ଯାଉଛି ବହି ।”
ପୁଲିସର ଦାଦାବଟିକୁ ନା ଅପରେସନ୍ ପରେ ବି ଥମୁନି ଦାଦାବଟି । ରାଜଧାନୀ ଛାତି ଉପରୁ ଆସିଲା ଦାଦାବଟି ଆଦାୟ ଘଟଣା ।
କନକ ବ୍ୟୁରୋ: ଜାଗା ପାଇଁ ଦାଦାବଟି । ଅପରେସନ ଦାଦାବଟିକୁ ନା ଘଟଣାରେ ୬୦ରୁ ଅଧିକ ଦାଦାଙ୍କୁ କମିଶନରେଟ ପୁଲିସ ଜେଲ ପଠାଇଥିବା ବେଳେ ଏବେ ଥମିନି ଦାଦାବଟି ଆଦାୟ । ଡିସିପିଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଲୋକଙ୍କ ଅଭିଯୋଗ ଅନୁସାରେ, ଜାଗା ପାଇଁ ତାଙ୍କୁ ଦାଦବଟି ମଗାଯାଉଛି । କିଛି ବ୍ୟକ୍ତି ଲକ୍ଷ୍ମୀସାଗର ଅଂଚଳରେ ଗତ ବର୍ଷ କିଛି ଜାଗା କିଣିଥିଲେ, ଏପରିକି ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ୟ ସେମାନଙ୍କ ନାମରେ ରହିଛି ।Continue reading “ପୁଲିସର ଦାଦାବଟିକୁ ନା ଅପରେସନ୍ ପରେ ବି ଥମୁନି ଦାଦାବଟି । ରାଜଧାନୀ ଛାତି ଉପରୁ ଆସିଲା ଦାଦାବଟି ଆଦାୟ ଘଟଣା ।”
ରବର୍ଟ ଭଦ୍ରାଙ୍କ ଅଫିସରେ ପହଂଚିଲା ଆୟକର ବିଭାଗ । ବେନାମୀ ସଂପତ୍ତି ନେଇ ଚାଲିଥିବା ମାମଲାରେ ପଚରା ଉଚରା
କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପହଂଚିଛି । ପୂର୍ବରୁ ତାଙ୍କ ନାମରେ ଥିବା ବେଆଇନ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି । ଏହା ପୂର୍ବରୁ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗ ନୋଟିସ୍ କରିଥିଲା । ତେବେ କରୋନା ମହାମାରୀ ଯୋଗୁଁ ସେ ଆୟକର ବିଭାଗରେ ହାଜର ହୋଇପାରିContinue reading “ରବର୍ଟ ଭଦ୍ରାଙ୍କ ଅଫିସରେ ପହଂଚିଲା ଆୟକର ବିଭାଗ । ବେନାମୀ ସଂପତ୍ତି ନେଇ ଚାଲିଥିବା ମାମଲାରେ ପଚରା ଉଚରା”
ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ନେଇ ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିରେ ରାସ୍ତା ଅବରୋଧ କଲେ ଚାଷୀ ।
କନକ ବ୍ୟୁରୋ : ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବୋଝେଇ ଗାଡି ରାସ୍ତା ଉପରେ ଛିଡା କରିଛନ୍ତି । ଏହାସହ ବିକ୍ଷୋଭ ମଧ୍ୟ କରିଛନ୍ତି ଚାଷୀ । ଅଭିଯୋଗ ଅନୁସାରେ ଚାଷୀଙ୍କ ପାଖରେ ଟୋକନ ଅଛି, ହେଲେ ମିଲରେ ଟାର୍ଗେଟ ନାହିଁ । ଫଳରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ ।Continue reading “ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ନେଇ ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିରେ ରାସ୍ତା ଅବରୋଧ କଲେ ଚାଷୀ । “
ବିବାଦ ଘେରରେ ଭାରତୀୟ ଖେଳାଳି । ଭାଇରାଲ ହେଉଛି ଗୋମାଂସ ଖାଇଥିବା ବିଲ୍ । ଭିଡିଓରେ ଅଛନ୍ତି ରୋହିତ ଶର୍ମାଙ୍କ ସହ ଅନ୍ୟ ଭାରତୀୟ ଖେଳାଳି ।
କନକ ବ୍ୟୁରୋ : ବିବାଦ ଘେରରେ ଭାରତୀୟ ଖେଳାଳି । ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍୍ ମଧ୍ୟ ଖୁବ ଭାଇରାଲ ହେଉଛି । ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି । ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଫଟୋରେ ରୋହିତContinue reading “ବିବାଦ ଘେରରେ ଭାରତୀୟ ଖେଳାଳି । ଭାଇରାଲ ହେଉଛି ଗୋମାଂସ ଖାଇଥିବା ବିଲ୍ । ଭିଡିଓରେ ଅଛନ୍ତି ରୋହିତ ଶର୍ମାଙ୍କ ସହ ଅନ୍ୟ ଭାରତୀୟ ଖେଳାଳି । “
କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ ଆରମ୍ଭ । କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ଆଲୋଚନା। ଚାଷୀ ସଂଗଠନର କଡା ଆଭିମୁଖ୍ୟ, ସରକାର ନଶୁଣିଲେ ୨୬ ରେ ହେବ କୃଷକ ପ୍ୟାରେଡ୍
କନକ ବ୍ୟୁରୋ : ବାହାରିବ କି ସମାଧାନର ବାଟ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନContinue reading “କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ ଆରମ୍ଭ । କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ଆଲୋଚନା। ଚାଷୀ ସଂଗଠନର କଡା ଆଭିମୁଖ୍ୟ, ସରକାର ନଶୁଣିଲେ ୨୬ ରେ ହେବ କୃଷକ ପ୍ୟାରେଡ୍”