କନକ ବ୍ୟୁରୋ : ବଡି ପାମ୍ପଡର ଚାହିଦା ଓଡିଶାରେ ସବୁଠି ରହିଛି । ଭଳିକି ଭଳି ବଡି ସହିତ ପାମ୍ପଡ ଖାଇବାକୁ ଲୋକେ ବେଶ ପସନ୍ଦ କରନ୍ତି ।ତେବେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ର ଏକ ମହିଳା ସ୍ୱୟଂ ସାହାୟିକ ଗୋଷ୍ଠି ର ମହିଳା ମାନେ ବଡି ପାମ୍ପଡ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।ନିଜେ ମହିଳା ମାନେ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପଲଟିଛନ୍ତି ଉଦାହରଣ । ଓଡିଶାରେ ବଡି ଗୋଟିଏContinue reading “ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।”
Author Archives: Raghaba
ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।
କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା ନେଇ କଲେ ଘୋଷଣା । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାରContinue reading “ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।”
ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।
କନକ ବ୍ୟୁରୋ : ଧନୁମୁଆଁ ପାଇଁ ସମଗ୍ର ରାଜ୍ୟରେ ରହିଛି ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକ ମାସ ଧରି ଏହି ଧନୁମୁଆଁର ବେଶ୍ ଚାହିଦା ରହିଥାଏ । ତାକୁ ନଜରରେ ରଖି ମୁଆଁ ତିଆରିରେ ଲାଗିପଡିଛନ୍ତି କାରିଗର । ଚିନିମୁଆଁ, ଘିଅମୁଆଁ ଭଳି ଅନେକ ପ୍ରକାରର ମୁଆଁ ଏବେ ବ୍ରହ୍ମପୁର ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ । ଧନୁମୁଆଁକୁ ନେଇ ବ୍ରହ୍ମପୁର ବଜାର ବେଶ ଚଳଚଞ୍ଚଳ । ସେ ଫଳContinue reading “ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।”
ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।
କନକ ବ୍ୟୁରୋ : କୋଭିଡ୍ କଟକଣା ଏବଂ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଆଜି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହେଲେ, କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ଦୁରଦୁରନ୍ତାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଜଗା ଦର୍ଶନ ପାଇଁ ପୁରୀର ଘରୋଇ ହସ୍ପିଟାଲ ଏବଂ ପାଥୋଲ୍ୟାବ୍ ଗୁଡ଼ିକରେ ପ୍ରବଳ ଗହଳି ଦେବାକୁ ମିଳୁଛି । ପୁରୀର ବିଭିନ୍ନ ଘରୋଇ ହସ୍ପିଟାଲ ଓContinue reading “ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।”
ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।
କନକ ବ୍ୟୁରୋ : ଭୁବନେଶ୍ୱରରୁ ଆପଣଙ୍କ ଫୋନ ଚୋରି ହୋଇଛି କି? ଯଦି ହଁ, ତାହେଲେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଫେରି ପାଇପାରିବେ ଆପଣଙ୍କ ଫୋନ୍ । ଆପଣଙ୍କ ଫୋନର ଆଇଏମଇଆଇ ମ୍ୟାଚ କରିଗଲେ ଫେରି ପାଇବେ ଆପଣଙ୍କ ଫୋନ୍ । ଚୋରି ଯାଇଥିବା ଆଇଫୋନ, ସାମସଙ୍ଗ, ୱାନପ୍ଲସ, ଓପ୍ପୋ, ଭିଭୋ ଭଳି ଦାମି ବ୍ରାଣ୍ଡର ଶତାଧିକ ଫୋନ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଆଉ ଏହା ସେତିକି ବେଳେ ସମ୍ଭବ ହୋଇଛି ଯେତେବେଳେContinue reading “ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।”
ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନଯାକର କୋଳାହଳ ଥମିଗଲା ପରେ ରାତିର ଅନ୍ଧାରରେ ଖୁବଜୋରରେ ନିଶ୍ୱାସ ନେଉଛି ନିର୍ଦ୍ଦିଷ୍ଟ କିଛି ଆପାର୍ଟମେଂଟ । ଅଜଗର ପରି ଗର୍ଜନ, ନିର୍ଜନ ରାତିକୁ ଚିରି ଶବ୍ଦ କରୁଥିଲେ ମଧ୍ୟ- ଏହା ଗାଢ ନିଦରେ ଶୋଇଥିବା କ୍ୟାପିଟାଲବାସୀଙ୍କୁ ବ୍ୟତିବସ୍ତ କରୁନାହିଁ । ଆଉ ସମସ୍ତଙ୍କ ଅଜାଣତରେ ବେଧଡକ୍ ଚାଲୁଛି ଦେହ ବ୍ୟବସାୟ । ଦେହ ଓ ମନର ଭୋକ ମେଂଟାଇବାକୁ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ ପହଂଚି ଯାଉଛନ୍ତିContinue reading “ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।”
କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।
କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦Continue reading “କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।”
ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।
କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ପାଖରେ କିପରି ଟିକା ପହଂଚିବ ତାକୁ ପ୍ରାଥମିକତା ଦେଉଛନ୍ତି ସରକାରContinue reading “ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।”
କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।
କନକ ବ୍ୟୁରୋ : ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ବିରୋଧରେ ଟିକା ନିର୍ମାଣ ପାଇଁ ସାରା ବିଶ୍ୱର ବଡ଼ ବଡ଼ କଂପାନୀ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବା ବେଳେ ଦେଶୀୟ ଜ୍ଞାନ କୌଶଳରେ ତିଆରି ହୋଇଛି କୋଭାକ୍ସିନ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ ବା ଆଇସିଏମଆର ଏବଂ ପୁନେContinue reading “କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।”
ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।
କନକ ବ୍ୟୁରୋ : ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିଲେ । ଶୀତ ଦିନିଆ ସନ୍ଧ୍ୟା ଥିବାରୁ ଚାରିଆଡେ ଅନ୍ଧାର ଥିଲା । ଠିକ୍ ଏହି ସମୟରେ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ ।Continue reading “ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।”