କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ଥିବା ବେଳେ ଆସିଲା ଆଶ୍ୱସ୍ତିର ସଂକେତ : ଆଷ୍ଟ୍ରାଜେନେକା ସିଇଓ କହିଲେ, ୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା

କନକ ବ୍ୟୁରୋ : ବ୍ରିଟେନରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଆସିଛି ଆଶ୍ୱସ୍ତର ସୂଚନା । ଏହି ଭୂତାଣୁକୁ ଅକ୍ସଫୋଡ୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ମୁକାବିଲା କରିପାରିବ । ଏଭଳି ସୂଚନା ଦେଇଛନ୍ତି ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ସନଡେ ଟାଇମ୍କୁ ସାକ୍ଷାତକାର ଦେଇ ସିଇଓ ପାସ୍କଲ ସୋରିଓଟ୍ ଏହି ସୂଚନା ଦେଇଛନ୍ତି । ସାଂଘାତିକ ଭାବେContinue reading “କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ଥିବା ବେଳେ ଆସିଲା ଆଶ୍ୱସ୍ତିର ସଂକେତ : ଆଷ୍ଟ୍ରାଜେନେକା ସିଇଓ କହିଲେ, ୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା”

ବୁଲା ବିକାଳୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌ : ରାସ୍ତାକଡ଼ ମାଡ଼ି ବସିଲେଣି ଉଠାଦୋକାନୀ

କନକ ବ୍ୟୁରୋ : କରୋନା କାଳରେ ରାଜଧାନୀର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିଥିଲା । ୩ରୁ ୪ ମାସ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିପାରି ନ ଥିଲା । ପରବର୍ତୀ ସମୟରେ କରୋନା ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଟକଣାରେ କୋହଳ କରାଗଲା । ଦୋକାନ ବଜାର ଖୋଲିବା ଲାଗି ଅନୁମତି ମିଳିଲା । ଯେତେବେଳେ ଅନୁମତି ମିଳିଲା ସେତେବେଳେ ଯିଏ ଯେଉଁଠି ପାରିଲେ ଦୋକାନ ଖୋଲି ଚାଲିଲେ ।Continue reading “ବୁଲା ବିକାଳୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌ : ରାସ୍ତାକଡ଼ ମାଡ଼ି ବସିଲେଣି ଉଠାଦୋକାନୀ”

ବଢ଼ିଲା ଶୀତ : ଥରୁଛି ଓଡିଶା, ଆସନ୍ତା ୩ ଦିନ କୁହୁଡ଼ି

କନକ ବ୍ୟୁରୋ : ଲଗାତାର ୨ ଦିନ ଧରି ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିବା ପରେ ପୁଣି ଖସିଛି ପାରଦ ସ୍ତର। ୬ ଡିଗ୍ରି ଉପରକୁ ଉଠିଥିବା ଫୁଲବାଣୀର ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ ହୋଇଛି। ଏଥିସହ ଓଡ଼ିଶାର ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ଝାରସୁଗୁଡ଼ାଠାରେ ୮.୨ ଡିଗ୍ରୀ ଓ ବାରିପଦାଠାରେ ୮.୫ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି। ଗତକାଲି ତୁଳନାରେ ଆଜି ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ତଳକୁContinue reading “ବଢ଼ିଲା ଶୀତ : ଥରୁଛି ଓଡିଶା, ଆସନ୍ତା ୩ ଦିନ କୁହୁଡ଼ି”

ହାତରେ ଅଛି କଳା, ହେଲେ କାମ କରିବାକୁ ନାହିଁ ସମ୍ବଳ । କରୋନା ଉଜାଡି ଦେବା ବେପାର, ସଂକଟରେ ଗଜପତିର ବେତ କାରିଗର ।

କନକ ବ୍ୟୁରୋ : ସଙ୍କଟରେ ଗଜପତିର ବେତ କାରିଗର, କରୋନା ଉଜାଡି ଦେଇଛି ବ୍ୟବସାୟ । ହାତରେ ଅଛି କଳା ଚାତୁରୀ, କିନ୍ତୁ ପାଖରେ ନାହିଁ ସମ୍ବଳ । ତେଣୁ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ଆଗକୁ ନେବାକୁ କିଛି ପାରୁନାହାନ୍ତି ବେତ କାରିଗର । ବାଧ୍ୟ ହୋଇ ଏହି ବୃତିରୁ ଦୂରେଇ ଗଲେଣି ଅନେକ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ଆନୁକୁଲ୍ୟରେ ବେତ କାରିଗରି ଶିକ୍ଷା କରିଥିଲେ ରାୟଗଡା ବ୍ଲକ କଇଁପୁର ଅଂଚଳର ଅନେକ ଆଦିବାସୀContinue reading “ହାତରେ ଅଛି କଳା, ହେଲେ କାମ କରିବାକୁ ନାହିଁ ସମ୍ବଳ । କରୋନା ଉଜାଡି ଦେବା ବେପାର, ସଂକଟରେ ଗଜପତିର ବେତ କାରିଗର ।”

ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ସମସ୍ୟା । ବାଟ ଓଗାଳି ପାରିନି ବାଲିଆପାଳର ଯଶୋବନ୍ତଙ୍କ ଶାରୀରିକ ଅସୁବିଧା । ଛତୁ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ଜାରି ରଖିଛନ୍ତି ସଂଘର୍ଷ

କନକ ବ୍ୟୁରୋ : ଅସହାୟ ନ ହୋଇ ସହାୟ ହେବାକୁ ଯଦି ଇଚ୍ଛାଶକ୍ତି ରହେ ତେବେ କୌଣସି ବି ଶାରୀରିକ ସମସ୍ୟା ତାର ବାଟ ଓଗାଳିପାରିବନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ବାଲିଆପାଳର ଯଶୋବନ୍ତ ପ୍ରଧାନ । ନିଜ ଶାରୀରିକ ଅକ୍ଷମତାକୁ ନଜର ନ ଦେଇ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରି ହୋଇଛନ୍ତି ସ୍ୱାବଲମ୍ବୀ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିରିପାଲିଆ ଗ୍ରାମର ଯଶୋବନ୍ତ ପ୍ରଧାନ । ଡ୍ରାଇଭର, ରାଜମିସ୍ତ୍ରୀ, ମେଜିସିଆନContinue reading “ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ସମସ୍ୟା । ବାଟ ଓଗାଳି ପାରିନି ବାଲିଆପାଳର ଯଶୋବନ୍ତଙ୍କ ଶାରୀରିକ ଅସୁବିଧା । ଛତୁ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ଜାରି ରଖିଛନ୍ତି ସଂଘର୍ଷ”

ଚାହିଦା ବଢୁଛି, ବେପାର ଜମୁଛି । ରାଜ୍ୟ ବାହାରେ ବି ରହିଛି କେନ୍ଦୁଝର ବଡିର ଆଦର । ଚାହିଦା ବଢିବା ସହ ସ୍ୱାବଲମ୍ବୀ ହୋଇଛନ୍ତି ଜିଲ୍ଲାର ମହିଳା

କନକ ବ୍ୟୁରୋ : କେନ୍ଦୁଝର ଆସୁଥିବା ଅଧିକାଂଶ ବ୍ୟକ୍ତିଙ୍କ ନଜରରେ ରହିଥାଏ କେନ୍ଦୁଝର ବଡ଼ି । ଏହି ବଡିର ଚାହିଦା କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ବି ଚାହିଦା ବଢ଼ି ଚାଲିଛି । ଚାହିଦା ବଢିବା ସହ ଜିଲ୍ଲାର ମହିଳାମାନଙ୍କୁ ଏହା ସ୍ୱାବଲମ୍ବୀ କରିଥାଏ । ତେବେ ଏହି ବଡି କିପରି ପ୍ରସ୍ତୁତ ହୋଇଥାଏ ଏବଂ ଏହା କିପରି ମହିଳାମାନଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଥାଏ । ଶୀତଦିନ ଆସିଲେ କେନ୍ଦୁଝରରେ ମହିଳାମାନେ କର୍ମଚଂଚଳ ହୋଇଯାନ୍ତିContinue reading “ଚାହିଦା ବଢୁଛି, ବେପାର ଜମୁଛି । ରାଜ୍ୟ ବାହାରେ ବି ରହିଛି କେନ୍ଦୁଝର ବଡିର ଆଦର । ଚାହିଦା ବଢିବା ସହ ସ୍ୱାବଲମ୍ବୀ ହୋଇଛନ୍ତି ଜିଲ୍ଲାର ମହିଳା”

ଖୋଲିଲା ଲିଙ୍ଗରାଜ ମନ୍ଦିର । ଆଜି ସେବାୟତ ପରିବାର କରୁଛନ୍ତି ଦର୍ଶନ । ମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ।

କନକ ବ୍ୟୁରୋ : କରୋନା କଟକଣା ପରେ ଆଜିଠାରୁ ଖୋଲଛି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ ପରିବାରଙ୍କୁ ମିଳୁଛି ଦର୍ଶନ ସୁଯୋଗ । କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି । ସେପଟେ ପୁରୀ ରେ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁରୀ ବାସୀ । ସେହିପରି ଆସନ୍ତା ଜାନୁଆରୀ ୩ ତାରିଖରୁ ସଂବଲପୁରରେ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିରContinue reading “ଖୋଲିଲା ଲିଙ୍ଗରାଜ ମନ୍ଦିର । ଆଜି ସେବାୟତ ପରିବାର କରୁଛନ୍ତି ଦର୍ଶନ । ମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ।”

ସୋରଡ଼ା ପୋଲିସର ସଫଳତା । ମୃତ ମହିଳାର ସ୍କେଚ୍ ବନାଇ ମହିଳାଙ୍କ ପରିଚୟ ଜାଣିଲା ପୋଲିସ । ଶେଷରେ ଅପରାଧୀ ଦିଅର ପାଖରେ ପହଁଚି ପାରିଲା ତଦନ୍ତକାରୀ ଟିମ୍

କନକ ବ୍ୟୁରୋ : ଜଣେ ଗର୍ଭବତୀ ମହିଳାଙ୍କର ଏହି ଦୁଇଟି ଚିତ୍ର ଆଙ୍କିଥିଲା ସୋରଡା ପୁଲିସ । ପରୀ ହତ୍ୟା ଘଟଣା ପରି ଏହି ମହିଳାଙ୍କର ମଧ୍ୟ କିଛି ସୁରାଗ୍ ମିଳୁନଥିଲା । ଗାଁ ବିଲରୁ ଅଧା ପୋଡା ମୃତଦେହ ପାଇ ମହିଳାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଥିଲା । ଆଉ ଶେଷରେ ପୁଲିସର ଉଦ୍ୟମ ସଫଳ ହେଲା । ଏହି ଚିତ୍ରରୁ ପ୍ରକୃତ ମହିଳାଙ୍କ ପରିଚୟ ମିଳିଗଲା । ଗଂଜାମ ଜିଲ୍ଲା ସୋରଡା ଅଂଚଳରContinue reading “ସୋରଡ଼ା ପୋଲିସର ସଫଳତା । ମୃତ ମହିଳାର ସ୍କେଚ୍ ବନାଇ ମହିଳାଙ୍କ ପରିଚୟ ଜାଣିଲା ପୋଲିସ । ଶେଷରେ ଅପରାଧୀ ଦିଅର ପାଖରେ ପହଁଚି ପାରିଲା ତଦନ୍ତକାରୀ ଟିମ୍”

ନୂଆ କୃଷି ଆଇନ ସଂପର୍କରେ ଲୋକଙ୍କୁ ପାଠ ପଢ଼ାଇବ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଅଡୁଆ ବଢାଇ ଦେଇଛି । ଆଉ ଚାଷୀଙ୍କ ମଧ୍ୟରେ ନୂଆ ଆଇନକୁ ନେଇ କୁହୁଳୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର’ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକା ଜରିଆରେ ଦଳ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । କୃଷି ଆଇନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଇଛି ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥContinue reading “ନୂଆ କୃଷି ଆଇନ ସଂପର୍କରେ ଲୋକଙ୍କୁ ପାଠ ପଢ଼ାଇବ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”

ଉଦଘାଟନ ହେଲା ଦୟାନନ୍ଦ ଏକାଡେମୀର ନୂଆ ଭବନ । ଉନ୍ମୋଚନ ହେଲା ‘ଯୋଗ ପ୍ରକାଶ’ ପୁସ୍ତକ । 

କନକ ବ୍ୟୁରୋ : ଦୟାନନ୍ଦ ଏକାଡେମୀର ଏକ ନୂଆ ଭବନ ଆଜି ଉଦଘାଟନ ହୋଇଛି । ଏହି ଅବସରରେ ଦୟାନନ୍ଦ ଏକାଡେମୀର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ବରଗଡର ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ । ଏହି ଅବସରରେ ଦୟାନନ୍ଦ ଏକାଡେମୀର ମୁଖ୍ୟ ପରାମର୍ଶ ଦାତାContinue reading “ଉଦଘାଟନ ହେଲା ଦୟାନନ୍ଦ ଏକାଡେମୀର ନୂଆ ଭବନ । ଉନ୍ମୋଚନ ହେଲା ‘ଯୋଗ ପ୍ରକାଶ’ ପୁସ୍ତକ । “

Design a site like this with WordPress.com
Get started