ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ବ୍ରହ୍ମପୁରରେ ସୁନା ଅଳଙ୍କାର ଚୋରୀ ଘଟଣାରେ ଆନ୍ତରାଜ୍ୟ ଲୁଟେରାଙ୍କୁ ଛତିଶଗଡରୁ ଗିରଫ କଲା ପୁଲିସ ।

କନକ ବ୍ୟୁରୋ : ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ଗତ କିଛି ଦିନ ହେଲା ପୋଲିସର ନିଦ ହଜାଇ ଦେଇଥିବା ଦୁଇ ଆନ୍ତରାଜ୍ୟ ଗହଣା ଚୋରକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଏହି ଚୋର ଛତିଶଗଡରୁ ଆସି ବ୍ରହ୍ମପୁରରେ ଚଲାଉଥିଲେ ଆତଙ୍କ । ତେବେ ସେମାନଙ୍କ ନିକଟରୁ ନଗଦ ୧୨ ଲକ୍ଷ ଟଙ୍କା ସହ କିଛି ଗହଣା ଓ ଏକ ଦାମି କାର ଜବତ କରିଛି ପୋଳିସ । ଏନେଇ ସାମ୍ବଦିକ ସମ୍ମିଳନୀContinue reading “ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ବ୍ରହ୍ମପୁରରେ ସୁନା ଅଳଙ୍କାର ଚୋରୀ ଘଟଣାରେ ଆନ୍ତରାଜ୍ୟ ଲୁଟେରାଙ୍କୁ ଛତିଶଗଡରୁ ଗିରଫ କଲା ପୁଲିସ ।”

ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା

କନକ ବ୍ୟୁରୋ : ବଢିଲା ଗାଡ଼ି କାଗଜପତ୍ର ଯାଂଚର ବୈଧତା । କୋଭିଡ ସ୍ଥିତି ନେଇ ଡ୍ରାଇଭିଂ ଲାଇସେନ, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତା ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି । ୩୧ ମାର୍ଚ୍ଚ ଯାଏ ବୈଧତା ବଢ଼ାଯାଇଛି । ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚContinue reading “ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା”

ବଢିବ ସେନାର ଶକ୍ତି : ଖୁବଶୀଘ୍ର ସେନାରେ ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ , ପ୍ରତି ମିନିଟରେ ୭ ଶହ ରାଉଣ୍ଡ ଫାୟାର କରିବାର ସାମର୍ଥ୍ୟ ରଖୁଛି କାର୍ବାଇନ

ସେନାକୁ ମିଳିବ ଶକ୍ତି । ଖୁବଶୀଘ୍ର ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ, ଡିଆରଡିଓ ଏହାର ଫାଇନାଲ ଟ୍ରାଏଲ ପୁରା କରିସାରିଛି । ଖୁବଶୀଘ୍ର ଏହା ସେନାରେ ସାମିଲ ହେବ । ପ୍ରତି ମିନିଟରେ ଏହି କାର୍ବାଇନ ବନ୍ଧୁକ ୭ ଶହ ରାଉଣ୍ଡ ଫାୟାର କରିପାରିବ । ଏ ନେଇ ଡିଆରଡିଓ ପକ୍ଷରୁ କୁହାଯାଇଛି, ସେନା ଦ୍ୱାରା ବନ୍ଧୁକର ଶେଷ ପର୍ଯ୍ୟାୟ ପରୀକ୍ଷା ସରିଛି । ଆଉ ଏହାContinue reading “ବଢିବ ସେନାର ଶକ୍ତି : ଖୁବଶୀଘ୍ର ସେନାରେ ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ , ପ୍ରତି ମିନିଟରେ ୭ ଶହ ରାଉଣ୍ଡ ଫାୟାର କରିବାର ସାମର୍ଥ୍ୟ ରଖୁଛି କାର୍ବାଇନ”

ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସରେ ଦୁଇ ଗାଁ ମଧ୍ୟରେ ଉତେଜନା଼ : ଘଟଣା ସ୍ଥଳରେ ଉଭୟ ପଟୁ ବୋମାମାଡ଼ , ବ୍ୟାପକ ପୁଲିସ ମୁତୟନ 

ଝିମିଟି ଖେଳରୁ ମହାଭାରତ । ମାଛଧରାକୁ କେନ୍ଦ୍ରକରି କଣାସରେ ହୋଇଛି ବୋମାମାଡ଼ । ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ  । କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାଶ୍ୱର୍ରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଉଭୟପଟୁ ଘନ ଘନ ବୋମା ମାଡ଼ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୁଲିସ୍ ପହଂଚିଛି  ।Continue reading “ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସରେ ଦୁଇ ଗାଁ ମଧ୍ୟରେ ଉତେଜନା଼ : ଘଟଣା ସ୍ଥଳରେ ଉଭୟ ପଟୁ ବୋମାମାଡ଼ , ବ୍ୟାପକ ପୁଲିସ ମୁତୟନ “

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପରଫରମାନ୍ସ । ସ୍ଥିତି ମଜଭୁତ୍ କଲା ଭାରତ

କନକ ବ୍ୟୁରୋ : ଘରୋଇ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତୀୟ କ୍ରିକେଟ ଟିମ୍ ମଧ୍ୟରେ ମେଲବୋର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ତା’ର ସ୍ଥିତି ଦୃଢ କରିବାରେ ସଫଳ ହୋଇଛି । ଗତକାଲି ପ୍ରଥମ ଦିନରେ ଭାରତୀୟ ବୋଲର ବେସ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ମାତ୍ର ୧୯୫ ରନରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିContinue reading “ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପରଫରମାନ୍ସ । ସ୍ଥିତି ମଜଭୁତ୍ କଲା ଭାରତ”

କରୋନା ଛଡାଇନେଲା ଜୀବିକା : ବିହାରରେ ବନ୍ଧା ପଡିଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ , କାମ ନଥିବାରୁ ସୁଝିପାରୁନାହାନ୍ତି ବାକି ; ସହାୟତା ପାଇଁ କଲେ ନିବେଦନ 

କରୋନା ମାରିଦେଲା ଜୀବିକା  । ଏବେ ବାହାର ରାଜ୍ୟରେ ଖଟିବାକୁ ଯାଇ  ହଇରାଣର ସମ୍ମୁଖୀନ ହୋଇଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ । କରୋନା ଯୋଗୁଁ  ଯାତ୍ରା ବନ୍ଦ ହେବା ପରେ  ଅନେକ  କଳାକାର  ବାହାର ରାଜ୍ୟକୁ ଯାଇ  ନାଚୁଛନ୍ତି । ଆଉ ଆଗରୁ  ବଇନା ନେଇ ବନ୍ଧା ପଡିଛନ୍ତି । ଏବେ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ବିହାରରୁ ।  ବିହାରରେ ଟଙ୍କା  ଆଣି ବନ୍ଧାପଡିଛନ୍ତି ଯାତ୍ରା କଳାକାର  ଅଭୟ ମଲ୍ଲିକ ଓ  କୁନିମୁନିଲତା ରାଉତ । Continue reading “କରୋନା ଛଡାଇନେଲା ଜୀବିକା : ବିହାରରେ ବନ୍ଧା ପଡିଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ , କାମ ନଥିବାରୁ ସୁଝିପାରୁନାହାନ୍ତି ବାକି ; ସହାୟତା ପାଇଁ କଲେ ନିବେଦନ “

ହେଲମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ : ଶୋଭାଯାତ୍ରାରେ ଯାଉଥିବାବେଳେ ୫ ଶହ ଟଙ୍କାର ଫାଇନ କାଟିଲା ପୁଲିସ , ୭ ଜଣ କର୍ମୀଙ୍କଠାରୁ ବି ଜରିମାନା ଆଦାୟ 

ରାୟଗଡ଼ାରେ ହେଲମେଟ ନପିନ୍ଧି ୫୦୦ ଟଙ୍କା ଜରିମାନା ଗଣିଲେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିଛି ପୋଲିସ । ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ମଟର ସାଇକେଲ ରାଲିରେ ବଂଶୀକ୍ରିର୍ଷ୍ଣାContinue reading “ହେଲମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ : ଶୋଭାଯାତ୍ରାରେ ଯାଉଥିବାବେଳେ ୫ ଶହ ଟଙ୍କାର ଫାଇନ କାଟିଲା ପୁଲିସ , ୭ ଜଣ କର୍ମୀଙ୍କଠାରୁ ବି ଜରିମାନା ଆଦାୟ “

ଦ୍ୱିତୀୟ ଦିନରେ ମହାବାହୂଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ମାଛ ମାର୍କେଟ ନିକଟରୁ କରାଯାଇଛି ବ୍ୟାରିକେଟ୍ । ପରିଚୟପତ୍ର ବାଧ୍ୟତାମୂଳକ କରିଛି ପ୍ରଶାସନ ।

କନକ ବ୍ୟୁରୋ : ଆରମ୍ଭ ହେଲା ପୁରୀବାସୀଙ୍କ ଜଗା ଦର୍ଶନ । ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯାଇ ବାହାରକୁ ଛଡାଯାଉଛି । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେଉଛି । ଏହାପରେ କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତିContinue reading “ଦ୍ୱିତୀୟ ଦିନରେ ମହାବାହୂଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ମାଛ ମାର୍କେଟ ନିକଟରୁ କରାଯାଇଛି ବ୍ୟାରିକେଟ୍ । ପରିଚୟପତ୍ର ବାଧ୍ୟତାମୂଳକ କରିଛି ପ୍ରଶାସନ ।”

ଚଳିତ ବର୍ଷର ଶେଷ ମନ୍ କି ବାତ୍ ଶୁଣାଇଲେ ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱ । କରୋନା କାଳରେ ଲୋକଙ୍କ ସହଯୋଗକୁ ଧନ୍ୟବାଦ । ମନ୍ କି ବାତ୍ ରେ ସ୍ଥାନ ପାଇଲା ନାହିଁ ଚାଷୀ ଆନ୍ଦୋଳନ ପ୍ରସଙ୍ଗ

କନକ ବ୍ୟୁରୋ : ଆଜି ଏ ବର୍ଷର ଶେଷ ତଥା ‘ମନ୍‌ କୀ ବାତ୍‌’ର ୭୨ତମ ସଂସ୍କରଣରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ କହିଲେ, ଆପଣମାନଙ୍କ ଠାରୁ କେତେଗୁଡ଼ିଏ ଚିଠି ପାଇଛି। ସେଥିରୁ ପ୍ରଧାନମନ୍ତ୍ରୀ ପଢ଼ି ଶୁଣାଇଥିବା ଗୋଟିଏ ଚିଠିରେ ଉଲ୍ଲେଖ ଥିଲା, ଚାଲନ୍ତୁ, ୨୦୨୧ ନିମନ୍ତେ ଆମ ଦେଶକୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା। ଏହା ହିଁ ୨୦୨୧Continue reading “ଚଳିତ ବର୍ଷର ଶେଷ ମନ୍ କି ବାତ୍ ଶୁଣାଇଲେ ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱ । କରୋନା କାଳରେ ଲୋକଙ୍କ ସହଯୋଗକୁ ଧନ୍ୟବାଦ । ମନ୍ କି ବାତ୍ ରେ ସ୍ଥାନ ପାଇଲା ନାହିଁ ଚାଷୀ ଆନ୍ଦୋଳନ ପ୍ରସଙ୍ଗ”

ଗୋଟିଏ ଦିନରେ ୨ ଟି ଦୁର୍ଘଟଣା : ରାଉରକେଲାର ଭାରସାମ୍ୟ ହରାଇ ଓଲଟିଲା ମିନିବସ୍  , ସମ୍ବଲପୁରରେ ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର 

ରାଉରକେଲାର ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନିବସ୍ । ଡ଼ିଭାଇଡ଼ରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣରୁ ଉଦ୍ଦ୍ୱର୍ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଲାଠକଟାରୁ ରାଉରକେଲା ଆସୁଥିବା ମା’ ତାରିଣୀ ନାମକ ମିନିବସ୍ । ବସରେ ଥିଲେ ୧୫ରୁ ଅଧିକ ଯାତ୍ରୀ । ସେହିପରି ସମ୍ବଲପୁର ତୁମ୍ଭେସିଂହା ବ୍ରିଜ ଉପରୁ ୨୦Continue reading “ଗୋଟିଏ ଦିନରେ ୨ ଟି ଦୁର୍ଘଟଣା : ରାଉରକେଲାର ଭାରସାମ୍ୟ ହରାଇ ଓଲଟିଲା ମିନିବସ୍  , ସମ୍ବଲପୁରରେ ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର “

Design a site like this with WordPress.com
Get started