ରାଜ୍ୟ ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି: ମେମୁ ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

କନକ ବ୍ୟୁରୋ: ରେଳ ମାନଚିତ୍ରରେ ଯୋଡ଼ିହେଲା ନୀଳଗିରି । ଆଜି ବାଲେଶ୍ୱର ଗୋପିନାଥପୁର ନୀଳଗିରି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏଥିସହ ନୀଳଗିରିରୁ ବେତନଟି ରେଳ ଲାଇନ ସର୍ଭେ କାମ ଆରମ୍ଭ ହୋଇଥିବା, ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଅଶ୍ୱିନୀ ବୈଷ୍ଣବ ।

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡିଛି ପାସେଞ୍ଜର ଟ୍ରେନ୍ । ଗୋପିନାଥପୁର ରେଳ ଷ୍ଟେସନର ଉଦଘାଟନ କରିବା ସହ, ନୀଳଗିରିରେ ପତାକା ଦେଖାଇ ବାଲେଶ୍ୱର- ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବାଲେଶ୍ୱର-ନୀଳଗିରି ମେମୁ ଟ୍ରେନ୍
– ଏହି ଟ୍ରେନରେ ୮ଟି ବଗି ରହିଛି
– ମହିଳାଙ୍କ ପାଇଁ ଅଛି ସ୍ୱତନ୍ତ୍ର ବଗି
– ୧୬ କିଲୋମିଟର ଚାଲିବ ମେମୁ ଟ୍ରେନ୍
– ପ୍ରତିଦିନ ୩ଟି ମେମୁ ଟ୍ରେନ୍ ଚଳାଚଳ କରିବ
– ଟ୍ରେନ୍ ଟିକେଟ୍ ଦାମ ୧୦ ଟଙ୍କା ରଖାଯାଇଛି

ନୀଳିଗିରିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଲୋକେ ମଧ୍ୟ ଦୀର୍ଘବର୍ଷ ପରେ ଟ୍ରେନ୍ ଗଡିବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।
ମେମୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି
ରେଳମନ୍ତ୍ରୀଙ୍କ ଘୋଷଣା
– ନୀଳଗିରିରୁ ବେତନଟୀ ରେଳ ଲାଇନ ସର୍ଭେ କାମ ଆରମ୍ଭ ହୋଇଛି
– ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ ହେଉଛି
– ଖନ୍ତାପଡ଼ାରେ ରେଲୱେ ଓଭର ବ୍ରିଜ୍ ନିର୍ମାଣ ହେବାକୁ ଯାଉଛି

ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କାହ୍ନୁ ଲେଙ୍କାଙ୍କୁ ଟାର୍ଗେଟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ସେମାନେ କେବଳ ଚିଠି ଲେଖି ବସିପଡିଥିବା ବେଳେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ମାଗଣା ଚାଉଳ କଥା ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମାଗଣା ଚାଉଳ ରାଜ୍ୟକୁ ଯୋଗାଇ ଦେଉଛନ୍ତି । ଏହାକୁ ନେଇ ଯେଉଁମାନେ ଭ୍ରମ ସୃଷ୍ଟି କରୁଛନ୍ତି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ସକାଳେ ପ୍ରଥମେ ଖୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଠାକୁର ଦର୍ଶନ କରିଥିଲେ ରେଳମନ୍ତ୍ରୀ । ମନ୍ଦିର କମିଟି ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଯାତ୍ରୀ ନିବାସ କରିବାକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ରେମୁଣା ଏନଏସିରେ ଆୟୋଜିତ ବିକଶିତ ସଂକଳ୍ପ ଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

The post ରାଜ୍ୟ ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି: ମେମୁ ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ first appeared on Kanak News.

from Kanak News
via <a href="https://ifttt.com/?

ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍: ଅନୁଗୁଳ ପରେ କୁଚିଣ୍ଡାରେ ଉଠାଇଲେ ସମ୍ବଲପୁର-କଟକ ଜାତୀୟ ରାଜପଥ କଥା

କନକ ବ୍ୟୁରୋ: ରାସ୍ତାର ଅବସ୍ଥାକୁ ନେଇ କଟାକ୍ଷ କଲା ବେଳେ ପାଣ୍ଡିଆନଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ରମନ୍ତ୍ରୀ । ଅନୁଗୁଳ ପରେ ସମ୍ବଲପୁର କୁଚିଣ୍ଡାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସମ୍ବଲପୁର-କଟକ ୫୫ନମ୍ବର ଜାତୀୟ ରାଜପଥର ଦୂରବସ୍ଥାକୁ ନେଇ କରିଛନ୍ତି ସମାଲୋଚନା । ପୂର୍ବରୁ ଅନୁଗୁଳ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ପରେ ବିଏସକେୱାଇ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ମଧ୍ୟରେ ଚାଲିଥିଲା ଆରୋପ ପ୍ରତ୍ୟାରୋପ ।

ସ୍ଥାନ ଭିନ୍ନ କିନ୍ତୁ ଅଭିଯୋଗ, ସମାନ । ଅନୁଗୁଳ ପରେ ଏବେ ସମ୍ବଲପୁର କୁଚିଣ୍ଡାରେ କଟକ ସମ୍ବଲପୁରକୁ ଯୋଡୁଥିବା ୫୫ନମ୍ବର ଜାତୀୟ ରାଜପଥ କଥା ଉଠାଇ ଭି.କେ.ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସମ୍ବଲପୁର-କଟକ ରାସ୍ତାର ଦୂରାବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । କୁଚିଣ୍ଡାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ପାଣ୍ଡିଆନ କହିଛନ୍ତି, ନିର୍ବାଚନ ବେଳେ ଗାଁକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁର-କଟକ ରାଜ ରାସ୍ତା ଉପରେ ଧ୍ୟାନ ଦିଅନ୍ତୁ । ଓଡିଶାରେ ସବୁଠାରୁ ଖରାପ ରାଜପଥ ସମ୍ବଲପୁର-କଟକ ରାସ୍ତା । ରାସ୍ତା ଅତ୍ୟନ୍ତ ଖରାପ ରହିଛି । କେନ୍ଦ୍ରମାନ୍ତ୍ରୀ ଆସିଲେ ଜାତୀୟ ରାଜପଥ ନୁହେଁ ବରଂ ରାଜ୍ୟ ରାଜପଥରେ ଯା’ଆସ କରୁଛନ୍ତି ।

କେବଳ ଏତିକି ନୁହେଁ ସଭାମଂଚରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଉଦାହରଣ ଦେଇ କଠିନ ପରିଶ୍ରମର ଫଳ ସବୁବେଳେ ଅଛି ବୋଲି କହିଛନ୍ତି ପାଣ୍ଡିଆନ । ସେ କେମିତି ଛୁଟି ଦିନରେ ବି ଅଫିସରେ କାର୍ଯ୍ୟ କରୁଥିଲେ ତାର ଉଦାହରଣ ଦେଇଛନ୍ତି । ଏଥିସହ ପିକେ ମିଶ୍ରଙ୍କ ସହ ତାଙ୍କ ସମ୍ପର୍କ କଥା କହିଛନ୍ତି ।

ପୂର୍ବରୁ ଅନୁଗୁଳ ଗସ୍ତରେ ଯାଇଥିବାବେଳେ ପାଣ୍ଡିଆନ,କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ସଭାମଂଚରୁ ନିଜ ଅଂଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତାପରେ ବିଏସକେୱାଇ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା । ଶୁକ୍ରବାର ଧର୍ମେନ୍ଦ୍ର ମାହାଙ୍ଗାରେ ଯୁବ ସମାବେଶରେ ଯୋଗ ଦେବା ଅବସରରେ କହିଥିଲେ, ବିଜେପି ସରକାର ଆସିଲେ ବିଏସକେୱାଇ ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ କରିବେ ।

ଧର୍ମେନ୍ଦ୍ର ବିଏସକେୱାଇ ପ୍ରସଙ୍ଗରେ କହିବାର ଦିନକ ପରେ ପୁଣି ପାଣ୍ଡିଆନ ତାଙ୍କୁ ପୁଣି ଥରେ ଟାର୍ଗେଟ କରିବା ଚର୍ଚ୍ଚାର ବିଷୟ ହୋଇଛି । ବଡ କଥା ହେଉଛି, କଟକ-ସମ୍ବଲପୁର ରାସ୍ତା ପ୍ରସଙ୍ଗରେ ପାଣ୍ଡିଆନ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ ବି ସେ ନେଇ ମୁହଁ ଖୋଲି ନାହାନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ଧର୍ମେନ୍ଦ୍ର ସମ୍ବଲପୁରର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଭିତରେ ସମ୍ବଲପୁର ଗସ୍ତରେ ଯାଇ ସମଲେଶ୍ୱରୀ ପ୍ରକଳ୍ପର ସମୀକ୍ଷା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପାଣ୍ଡିଆନ ।

The post ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍: ଅନୁଗୁଳ ପରେ କୁଚିଣ୍ଡାରେ ଉଠାଇଲେ ସମ୍ବଲପୁର-କଟକ ଜାତୀୟ ରାଜପଥ କଥା first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର: ଅଙ୍କୁର ପୂଜନ ସହ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି

କନକ ବ୍ୟୁରୋ: ଆଜି ଦିନର ସବୁଠୁ ବଡ଼ ଖବରରୁ । ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ୧୫ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ପାଇଁ ଗତକାଲି ଠାରୁ ହୋଇଛି ଅଙ୍କୁରାରୋପଣ । ଆଜି ଅଙ୍କୁର ପୂଜନ ସହ ପ୍ରଥମ ମଙ୍ଗଳ କଟା ଶେଷ ହୋଇଛି । ଯଜ୍ଞ ମଣ୍ଡପ ପାଶ୍ୱର୍ରେ ହୋଇଥିବା ୧୦ଫୁଟ ଲମ୍ବ ଓ ୧୦ଫୁଟ ଓସାରର ଅଙ୍କୁରାରୋପଣ ଗୃହରେ ଦିନ ୧୧ଟାରେ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଅଙ୍କୁର ପୂଜନ ହୋଇଛି । ସେହିପରି ସନ୍ଧ୍ୟାରେ ଦ୍ୱିତୀୟ ଅଙ୍କୁର ପୂଜନ କରାଯାଇଛି । ଏହାପରେ ମୁଖ୍ୟ ଯଜ୍ଞ ମଣ୍ଡପରେ ପ୍ରଥମ ମଣ୍ଡଳକଟା ଶେଷ ହୋଇଛି । ୧୫ତାରିଖରୁ ୪୮ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହେବ । ଲୋକାର୍ପଣ ହେବାକୁ ଥିବା ପଥର ଫଳକରେ ଖୋଦେଇ ହେବ ଅଷ୍ଟଧାତୁ । ଯଜ୍ଞ ମଣ୍ଡପର ଚାରି ଦ୍ୱାରରେ ବେଦପାଠ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ମଣ୍ଡପ । ଏଠାରେ ୬୦ଜଣ ବିଦ୍ୟାର୍ଥୀ ବେଦପାଠ କରିବେ । ଜିଲ୍ଲାପାଳ, ଅନ୍ୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଗାମୀ ୧୭ତାରିଖରେ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର: ଅଙ୍କୁର ପୂଜନ ସହ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁଙ୍କ ଚମତ୍କାର ବ୍ୟାଟିଂ: ରଣଜୀ କ୍ୟାରିୟରରେ ହାସଲ କଲେ ପ୍ରଥମ ଦ୍ୱିଶତକ

କନକ ବ୍ୟୁରୋ: ଓଡିଶା-ମଧ୍ୟପ୍ରଦେଶ ମଧ୍ୟରେ ଚାଲିଛି ରଣଜୀ ମ୍ୟାଚ । ଏହି ମ୍ୟାଚରେ ଓଡିଶା ପକ୍ଷରୁ ଶଭ୍ରାଂଶୁ ସେନାପତି ଚମତ୍କାର ବ୍ୟାଟିଂ କରିଛି । ଶୁଭ୍ରାଂଶୁ ନଟଆଉଟ ରହି ୨୭୭ ରନ କରିଛନ୍ତି । ଏହା ସହ ସେ ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟଦିନ ଷ୍ଟମ୍ପ ଇପସାରଣ ସହ ଓଡିଶା ୮ ୱିକେଟ ହରାଇ ୪୯୩ ରନ କରିଛି ।

ଏହି ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଓଡିଶା ବ୍ୟାଟିଂ କରିଥିଲା । ଓଡିଶା ପକ୍ଷ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୨୭୭ ରନ କରିଥିଲେ । ଯେଉଁଥିରେ ୧୯ ଚୌକା ଓ ୧୧ ଛକା ସାମିଲ ଅଛି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଧୂପର ୫୧ ରନ କରିଥିଲା ବେଳେ ନିଜ ଡେବ୍ୟୁ ମ୍ୟାଚରେ ହର୍ଷିତ ରାଠୋର ନଟଆଉଟ ରହି ୬୦ ରନର ଚମତ୍କାର ଇଂନିସ ଖେଳିଛନ୍ତି ।

The post ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁଙ୍କ ଚମତ୍କାର ବ୍ୟାଟିଂ: ରଣଜୀ କ୍ୟାରିୟରରେ ହାସଲ କଲେ ପ୍ରଥମ ଦ୍ୱିଶତକ first appeared on Kanak News.

from Kanak News
via <a href="https://ifttt.com/?

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାରାଦୀପର ନେହେରୁ ବଙ୍ଗଳା । ବେଳାଭୂମିରେ ବୁଲିବା ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ବନ୍ଦର ନଗରୀ ପାରାଦୀପରେ ଏବେ ପ୍ରତିଦିନ କୋଳାହଳ । ସକାଳୁ ଲାଗି ରହୁଛି ପର୍ଯ୍ୟଟକ ମାନଙ୍କ ଭିଡ । କାରଣ ପିକନିକ୍ ରୁତୁରେ ବୁଲିବାକୁ ଏଠାରେ ଅଛି ଭରପୁର ସ୍ଥାନ । ସମୁଦ୍ର ଆଉ ମହାନଦୀର ସଙ୍ଗମ ସ୍ଥଳ ଭାବେ ପରିଚିତ ପଥର ବନ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସେଥିପାଇଁ ତ ପ୍ରତିଦିନ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ।

ଦୂର ସମୁଦ୍ରର ଘୁ ଘୁ ଗର୍ଜନରେ ମହାନଦୀ ମୁହାଣକୁ ମାଡି ଆସୁଛି ବଡ଼ ବଡ଼ ଲହଡି । ମାଛଧରା ବୋଟ୍ ଦେଖିବା ସହ ବୋଟିଂ କରିବାର ଅନନ୍ୟ ଅନୁଭୂତି ସାଉଁଟୁଛନ୍ତି ପର୍ଯ୍ୟଟକ । ବଣଭୋଜିର ଆସର ବି ଜମୁଛି । ପରିବାର ଓ ସାଙ୍ଗ ସାଥିଙ୍କ ସହ ବୁଲାବୁଲି କରି ପାଖରେ ଥିବା ମାଛ ଧରା ବନ୍ଦର ଓ ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଦେଖିବା ସହ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ପ୍ରାକୃତିକ ପରିବେଶର ମଜା ନେଉଛନ୍ତି ।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବୋଟ୍ ମାଲିକ ମାନେ ଲାଇଫ ଜ୍ୟାକେଟ୍ ଆଉ ଲାଇଫ୍ ବଏ ଙ୍କର ବ୍ୟବସ୍ଥା କରିଛନ୍ତି । ବାସ୍ତବିକ ଏହି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବେଶ୍ ଉତ୍ସାହିତ କରିଛି ।

The post ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାରାଦୀପର ନେହେରୁ ବଙ୍ଗଳା । ବେଳାଭୂମିରେ ବୁଲିବା ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା

କନକ ବ୍ୟୁରୋ : ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା । ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗାଁରେ ୪ଜଣ ସନ୍ଦିଗ୍ଧ ସକାଳୁ ସକାଳୁ ନିଆଁ ପୋଉଁଥିବା ବେଳେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଗିରଫ କରିଛି । ଏମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଲୁଟ୍ କରିଥିବା ନେଇ ଅଭିଯୋଗ ରହିଛି । ଡକାୟତଙ୍କ ଠାରୁ ୩ଟି ବାଇକ, ମାରଣାସ୍ତ୍ର ଓ ମୋବାଇଲ ଜବତ ହୋଇଛି । ସେହିପରି ବିଦ୍ୟୁତ୍ ସବଷ୍ଟେସନରେ ପଶି ଡକାୟତି କରିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଢେଙ୍କାନାଳ ପୋଲିସ । ସମସ୍ତ ଡକାୟତ ଅନୁଗୁଳ ବିକ୍ରମପୁର ଥାନା ଅଂଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି । ଗତ ୩୧ ତାରିଖରେ ଢେଙ୍କାନାଳ କଲେଜ ବାଇପାସ୍ ସ୍ଥିତ ବିଦ୍ୟୁତ୍ ସବଷ୍ଟେସନରେ ପଶି ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । କର୍ମଚାରୀଙ୍କୁ ହାତ ଗୋଡ଼ ବାନ୍ଧି ମାଡ଼ ପିଟ୍ କରିବା ସହ ସେମାନଙ୍କ ଠାରୁ ସୁନା ମୁଦି ଲକେଟ ନଗଦ ଟଙ୍କା ସହ ଅନ୍ୟ ସାମଗ୍ରୀ ମଧ୍ୟ ଲୁଟ୍ କରି ଥିଲେ । ସେହି ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ଠାରୁ ଏକ ବନ୍ଧୁକ, ଗୋଟିଏ ବୋଲେରୋ, ମଟର ସାଇକେଲ ଓ ୩ଟି ମୋବାଇଲ ଫୋନ ସହ ୫୫ ହଜାର ଟଙ୍କା ଜବତ କରିଛି ପୋଲିସ । ୨ଜଣ ଡକାୟତ ଏବେ ବି ଫେରାର ଅଛନ୍ତି ।

The post ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା first appeared on Kanak News.

from Kanak News
via <a href="https://ifttt.com/?

ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସ୍କୁଲ ମୁହାଁ ହେଉଛନ୍ତି ଡ୍ରପଆଉଟ୍ ପିଲା

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗାଁର ପ୍ରାର୍ଥନା ମିଶ୍ର । ବୟସ ମାତ୍ର ଚଉଦ ବର୍ଷ । ହେଲେ କାମ କିନ୍ତୁ ମହାନ । ଶିକ୍ଷାର ଗୁରୁତ୍ୱ ବୁଝି ଗ୍ରାମାଂଚଳରୁ ଡ୍ରପଆଉଟ୍ ଓ ବାଲ୍ୟବିବାହ ରୋକିବା ପାଇଁ ପଣ କରିଛନ୍ତି ପ୍ରାର୍ଥନା । ଘର ଘର ବୁଲି ଲୋକଙ୍କୁ ବୁଝାଇ ଏଥିରେ ସଫଳ ହୋଇଛନ୍ତି । ଗାଁର ଅନେକ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ବୁଝାଇ ପୁନର୍ବାର ବିଦ୍ୟାଳୟ ମୁହାଁ କରାଇଛନ୍ତି । ୪ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି ପ୍ରାର୍ଥନା ।

ପିଲାଦିନୁ ନିଜ ବାପା-ମା’ଙ୍କୁ ହରାଇ ମାଉସୀ ଭାଗ୍ୟବତୀ ଷଡଙ୍ଗୀଙ୍କ ପାଖରେ ରୁହନ୍ତି ପ୍ରାର୍ଥନା । ତାଙ୍କ ମାଉସୀ ଜଣେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରନ୍ତି । ମାଉସୀଙ୍କ ସହିତ ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଅଦ୍ୱିକା ବୈଠକରେ ନିୟମିତ ଯୋଗ ଦେଇ ସମସ୍ତ କିଶୋର କିଶୋରୀ କିପରି ପାଠ ପଢିବେ, ଅଧାରୁ ଯେପରି କେହି ପାଠ ନଛାଡିବେ, ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ଘର ଘର ବୁଲି କିଶୋରୀ ମାନଙ୍କୁ ବୁଝାଉଛନ୍ତି ନାବାଳିକା ଝିଅ । ସମସ୍ତ ପ୍ରେରଣାର ଉତ୍ସ ଅଙ୍ଗନବାଡି କେନ୍ଦ୍ର ବୋଲି କହିଛନ୍ତି ପ୍ରାର୍ଥନା ମିଶ୍ର ।

ନିଜେ ପାଠପଢିବା ସହ ସମାଜସେବାକୁ ଜୀବନର ଲକ୍ଷ୍ୟ ଭାବେ ବାଝିଛନ୍ତି । ଏତେ କମ୍ ବୟସରୁ ଏଭଳି ମହତ କାମ ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

The post ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସ୍କୁଲ ମୁହାଁ ହେଉଛନ୍ତି ଡ୍ରପଆଉଟ୍ ପିଲା first appeared on Kanak News.

from Kanak News
via <a href="https://ifttt.com/?

ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ

କନକ ବ୍ୟୁରୋ : ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ ।

ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇ ଶହ ଶହ ଗାଡ଼ି ପଥର ଉଠାଉଥିବା ଅଭିଯାଗ ହୋଇଛି । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପଥର ପୁଂଟାଇ ପଥର ଲୁଟ ହେଉଛି । ଏପରିକି ଗାଡ଼ି ନମ୍ବର ନଥାଇ ଗାଡ଼ି ବ୍ୟବହାର କରି ପଥର ପୁଂଟା ଯାଉଛି ।

କେବଳ ପଥର ନୁହେଁ ବାଲି, ମୋରମ ଓ ଅନ୍ୟ ଖଣିଜ ସମ୍ପତି ବେଧଡ଼କ ଭାବେ ଏଠି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ଖଣି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।

The post ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ first appeared on Kanak News.

from Kanak News
via <a href="https://ifttt.com/?

ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ବାଲେଶ୍ୱର ସିଂଲା ଥାନା ପାହି ଗାଁରେ ଷଣ୍ଢ ଦେହରେ ପେଟ୍ରୋଲ ଢ଼ାଳି ଲାଗଇଦେଲେ ନିଆଁ

କନକ ବ୍ୟୁରୋ : ମାନବିକତା ଭୁଲିଗଲା ମଣିଷ । ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ନିରିହ ଷଣ୍ଡକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଦୁବୁର୍ତ । ଯନ୍ତ୍ରଣା ସହି ନପାରି ଷଣ୍ଢଟି ଏଣେତେଣେ ଦୌଡିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ପଶୁ ଡାକ୍ତରଖାନାରେ ଭର୍ତି କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାହିଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଷଣ୍ଢ ଦେହର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ଦେଖିବାକୁ ମିଳିଛି । ଷଣ୍ଢଟି ଚିକ୍ରାର କରି ଦୌଡୁଥିବା ବେଳେ ସାହୁ ଛକ ନିକଟରେ ସ୍ଥାନୀୟ ଲୋକେ ତାକୁ ଧରି ଚିକିତ୍ସା କରାଇଛନ୍ତି । ତେବେ କିଏ ଓ କାହିଁକି ଏଭଳି ହିନ କାର୍ଯ୍ୟ କରିଛି ତାକୁ ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକେ ସିଂଲା ଥାନାରେ ଲିଖିତ ଅଭିଯୋଗ କରଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

The post ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ବାଲେଶ୍ୱର ସିଂଲା ଥାନା ପାହି ଗାଁରେ ଷଣ୍ଢ ଦେହରେ ପେଟ୍ରୋଲ ଢ଼ାଳି ଲାଗଇଦେଲେ ନିଆଁ first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା

କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ଗରା ବାଲତି ଧରି ରାଜରାସ୍ତାରେ ଶତାଧିକ ମହିଳା । ଗଂଜାମ ପୋଲସରା ବ୍ଲକ ଭାବରଡ଼ା ଗାଁରେ ୭ ବର୍ଷ ହେଲା ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଷ୍ଟାଣ୍ଡପୋଷ୍ଟ ଓ ପାଣିଟାଙ୍କି ନିର୍ମାଣ କରାଯାଇଛି ହେଲେ ଗାଁକୁ ଜଳଯୋଗାଣ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ପଂଚାୟତ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ଭାବରଡ଼ା ଗାଁର ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାଣି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ । ରାସ୍ତାରୋକ୍ ଯୋଗୁଁ ଯାତ୍ରୀବାହୀ ବସ ଓ ଯାନବାହାନ ଅଟକି ରହିଛି । ପୋଲସରା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଛି ।

The post ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started