ଲୋହିତ ସାଗର ସଙ୍କଟ , ଭାରତ ପାଇଁ ସମସ୍ୟା ହୋଇପାରେ କି ?

ୟେମେନରେ ହୁତି ବିଦ୍ରୋହୀଙ୍କ ଆଡ୍ଡା ଉପରେ ଆମେରିକା-ବ୍ରିଟେନ ଜବରଦସ୍ତ ଆକ୍ରମଣ କରିଛି । ହୁତି ବିଦ୍ରୋହୀମାନେ ଗତ କିଛି ସପ୍ତାହ ଧରି ଲୋହିତ ସାଗରରେ ପରିବହନ ଜାହାଜକୁ ଟାର୍ଗେଟ କରି ଆସୁଛନ୍ତି ।

ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା ଏବଂ ବ୍ରିଟେନ୍ ଦ୍ୱାରା ହୋଇଥିବା ଆକ୍ରମଣ ଯୋଗୁଁ ଲୋହିତ ସାଗରରେ ସୃଷ୍ଟି ହୋଇଥିବା ସମସ୍ୟା ବର୍ତ୍ତମାନ ଯୋଗାଣ ଶୃଙ୍ଖଳାକୁ ଅନିୟମିତ କରିବା ସହ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି ।  ରପ୍ତାନିକାରୀମାନେ କହିଛନ୍ତି ଯେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଏହାର ଏହା ରପ୍ତାନି ଉପରେ ପ୍ରଭାବ ପକାଇବ ଯାହା ଦ୍ଵାରା ପଣ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।  ଏହା ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି ।
ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ଧରି ଲୋହିତ ସାଗରରେ ସାଧାରଣ ନାଗରିକ ଜାହାଜକୁ ହୁତି ବିଦ୍ରୋହୀମାନେ ଟାର୍ଗେଟ କରି ଆସୁଛନ୍ତି ।  ଏହା ଦୁନିଆର ସବୁଠାରୁ ବ୍ୟସ୍ତବହୁଳ ବାଣିଜ୍ୟିକ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ । ହୁତି ମାନଙ୍କ କହିବା କଥା ଯେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ତାଙ୍କର ଏହା ପ୍ରତିଶୋଧ । ହୁତି ବିଦ୍ରୋହୀଙ୍କ ଆକ୍ରମଣ ବିରୋଧରେ ଆମେରିକା-ବ୍ରିଟେନ ଜବରଦସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ବାଣିଜ୍ୟ ବିଭାଗ କିଛି ସମସ୍ୟାର ସମାଧାନ ତଥା ଯୋଗାଣ ପ୍ରଭାବିତ ନହେବା ପାଇଁ ଆସନ୍ତା ସପ୍ତାହରେ ଏକ ମନ୍ତ୍ରୀସ୍ତରୀୟ ପରାମର୍ଶ ଉପରେ କାର୍ଯ୍ୟ କରୁଛି ।

ତେଲ କଣ୍ଟେନର ମୂଲ୍ୟ ବୃଦ୍ଧି ପାଇଲା

ଶୁକ୍ରବାର ଦିନ ତେଲ ମୂଲ୍ୟ ୨ % ବୃଦ୍ଧି ପାଇଥିବାବେଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ବ୍ୟାରେଲ ୭୯ ଡଲାରରୁ ଅଧିକ ୯.୧୫ IST ଥିବାବେଳେ ଆମେରିକାର ପଶ୍ଚିମ ଟେକ୍ସାସ ମଧ୍ୟବର୍ତ୍ତୀ ଅଶୋଧିତ ମୂଲ୍ୟ ୭୩.୫୩ ଡଲାରକୁ ବୃଦ୍ଧି ପାଇଛି। କଣ୍ଟେନର ହାର ପୂର୍ବରୁ ବୃଦ୍ଧି ପାଇଛି ଏବଂ ବେଞ୍ଚମାର୍କ ସାଂଘାଇ କଣ୍ଟେନରାଇଜଡ୍ ମାଲ ପରିବହନ ସୂଚକାଙ୍କ ସପ୍ତାହରେ ୧୬% ବୃଦ୍ଧି ପାଇ ୨୨୦୬ ପଏଣ୍ଟରେ ପହଞ୍ଚିଛି । ସାଂଘାଇରୁ ୟୁରୋପ ପର୍ଯ୍ୟନ୍ତ ୨୦ ଫୁଟ କଣ୍ଟେନରର ସ୍ପଟ୍ ହାର ଏକ ସପ୍ତାହରେ ୮ % ବୃଦ୍ଧି ପାଇ ୩୧୦୩ ଡଲାରରେ ପହଞ୍ଚିଛି ।

ଭାରତ ଉପରେ ପ୍ରଭାବ

ଭାରତରେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇଛି, ଯେଉଁ କାରଣରୁ ଅନ୍ୟାନ୍ୟ ପ୍ରତିବନ୍ଧକ ମଧ୍ୟ ଦେଖାଦେଇଛି  । ଉଦାହରଣ ସ୍ୱରୂପ, ଏକ ପ୍ରମୁଖ ବୀମା କମ୍ପାନୀ ସାମୁଦ୍ରିକ ବୀମା ଯୋଗାଇବା ବନ୍ଦ କରିଦେଇଛି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଫିଓ ମହାନିର୍ଦ୍ଦେଶକ ଅଜୟ ସାହାୟ କହିଛନ୍ତି ଯେ ରପ୍ତାନିକାରୀମାନଙ୍କୁ ଅଧିକ ପ୍ରିମିୟମ ଦେବକୁ ପଡ଼ିବ କାରଣ ବୀମା ପ୍ରଦାନ କରିବାକୁ ସରକାର କମ୍ପାନୀଗୁଡିକ ଉପରେ ଚାପ ପକାଇବା ଉଚିତ୍ । କଭରର ଅନୁପସ୍ଥିତିରେ, ସେମାନଙ୍କୁ ବୀମା ବିନା ସାମଗ୍ରୀ ପଠାଇବାକୁ ପଡିବ ।

ଆମଷ୍ଟରଡାମ୍-ଏସିଆ ମାର୍ଗରେ ଯୁଦ୍ଧ ବିପଦ ପ୍ରିମିୟମ୍ ଡିସେମ୍ବର ଆରମ୍ଭରେ ୦.୧ % ରୁ ବର୍ତ୍ତମାନର ପରିସରକୁ ୦.୫ ରୁ ୦.୭ % କୁ ବୃଦ୍ଧି ପାଇଛି ।  ଚାପବଢିଗଲେ ଏହା ଆହୁରି ବଢିବାର ସମ୍ଭାବନା ଅଛି । ବ୍ୟବସାୟୀମାନେ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟା ହେଉଛି ‘ବିଳମ୍ବ’, କାରଣ ଜାହାଜଗୁଡ଼ିକୁ  କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ବୁଲିକି ଯିବାକୁ ପଡୁଛି । ଯାହାକି ଅଧିକ ସମୟ ନେଉଛି । ସେମାନଙ୍କୁ ପ୍ରାୟ ୧୪ ଦିନ ଅତିରିକ୍ତ ଯାତ୍ରା କରିବାକୁ ପଡୁଛି । ସାପ୍ତାହିକ କଣ୍ଟେନର ସିପିଂ ସେବା ଯୋଗାଉଥିବା ସିପିଂ ଲାଇନ ଉପରେ ଏହାର ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ସେ କହିଛନ୍ତି ଯେ ଯେହେତୁ ଜାହାଜଗୁଡ଼ିକ ବୁଲିବାକୁ ପ୍ରାୟ ଦୁଇ ସପ୍ତାହ ସମୟ ନେଉଛି, ତେଣୁ ସେବା ପ୍ରଭାବିତ ହେବା ସ୍ୱାଭାବିକ ।

ସାହାୟ  କହିଛନ୍ତି ଯେ କିଛି ସିପିଂ ଲାଇନ କାର୍ଯ୍ୟସୂଚୀ ଅନୁସରଣ କରୁନାହାଁନ୍ତି ଏବଂ ଯେତେବେଳେ ସେମାନେ ଯିବାକୁ ଇଚ୍ଛା କରୁଛନ୍ତି ସେତେବେଳେ ଏକ ନୂତନ ତାରିଖ ନେବାକୁ ମଧ୍ୟ ଇଚ୍ଛୁକ ନୁହଁନ୍ତି ।

ଶୀଘ୍ର କଣ୍ଟେନର ଅଭାବ ହୋଇପାରେ

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୀର୍ଘ ଯାତ୍ରା ସମୟ ବଜାରରେ କଣ୍ଟେନର ଉପଲବ୍ଧତା ଉପରେ ମଧ୍ୟ ପ୍ରଭାବ ପକାଇବ । ବାଣିଜ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଯୋଗାଣ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ, କିନ୍ତୁ ଯଦି ସମସ୍ୟା ଜାରି ରହେ ତେବେ ସମସ୍ୟା ହୋଇପାରେ ।ଯୋଗାଣ ଶୃଙ୍ଖଳା ବିଳମ୍ବ ହେତୁ ଶୁକ୍ରବାର ଦିନ ଟେସଲା ଏହାର ବର୍ଲିନ୍ କାରଖାନା ଜାନୁଆରୀ ୨୯ ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛି । ଆକଳନ ଅନୁଯାୟୀ, ବିଶ୍ବର ପରିବହନ ସାମଗ୍ରୀର ପ୍ରାୟ ୧୦-୧୫%  ଲୋହିତ ସାଗର ଦେଇ ଯାଇଥାଏ ଏବଂ ଏହା ସାମୁଦ୍ରିକ ତୈଳ ଏବଂ LNG ସମେତ ବ୍ୟବସାୟିକ ଦ୍ରବ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଅଟେ | ଏସିଆ-ୟୁରୋପର ବାଣିଜ୍ୟର ପ୍ରାୟ ୪୦ % ଏହି ମାର୍ଗ ଦେଇ ଯାଇଥାଏ ।

 

The post ଲୋହିତ ସାଗର ସଙ୍କଟ , ଭାରତ ପାଇଁ ସମସ୍ୟା ହୋଇପାରେ କି ? first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ଦମ୍ଭୋକ୍ତି ଦେଖାଇଲେ ଆସାମ ମୁଖ୍ୟମନ୍ତ୍ରୀ । ହିମନ୍ତ ବିଶ୍ୱଶର୍ମା କହିଲେ, ୨୦୨୪ରେ ଓଡିଶାରେ ସରକାର ଗଠନ ବିଜେପି

କନକ ବ୍ୟୁରୋ: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦମ୍ଭୋକ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା । ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା । ଓଡ଼ିଶାରେ ଦେଖୁ ଦେଖୁ ବିଜେପି ସରକାର ଗଠନ ହୋଇଯିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ମୋଦୀ ସରକାର ଗତ ୫ବର୍ଷ ଭିତରେ ଯାହା କାମ କରି ଆସୁଛନ୍ତି, ତାହା ଫଳରେ ୪ ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି । ବିଜେପି ଓଡ଼ିଶାରେ ସରକାର କରିବ ଏବଂ ଶପଥ ଗ୍ରହଣ ସମାରୋହକୁ ତାଙ୍କୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା ।

The post ଓଡିଶାରେ ଦମ୍ଭୋକ୍ତି ଦେଖାଇଲେ ଆସାମ ମୁଖ୍ୟମନ୍ତ୍ରୀ । ହିମନ୍ତ ବିଶ୍ୱଶର୍ମା କହିଲେ, ୨୦୨୪ରେ ଓଡିଶାରେ ସରକାର ଗଠନ ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ପାଣ୍ଡିଆନଙ୍କ ମୁହଁରେ ପିଏମଓଙ୍କ କଥା । ପି.କେ ମିଶ୍ରଙ୍କ କଥା ଉଠାଇ, କଠିନ ପରିଶ୍ରମର ଦେଲେ ଉଦାହରଣ 

କନକ ବ୍ୟୁରୋ: ୫-ଟି ଅଧ୍ୟକ୍ଷଙ୍କ ମୁହଁରେ ପିଏମଓଙ୍କ କଥା । ସମ୍ବଲପୁର ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ କଥା ଉଠାଇ ତାଙ୍କର ଉଦାହରଣ ଦେଇଛନ୍ତି ପାଣ୍ଡିଆନ । କିଛି ଦିନ ପୂର୍ବରୁ ରବିବାର ଦିନ ପିକେ ମିଶ୍ରଙ୍କ ସହ କଥା ହେବା ବେଳେ ସେ ଛୁଟିଦିନରେ ବି ଅଫିସରେ କାର୍ଯ୍ୟ କରୁଥିଲେ । କଠିନ ପରିଶ୍ରମର ଫଳ ସବୁ ବେଳେ ଅଛି, ଏହି କଥା କହିବା ପାଇଁ ପିକେ ମିଶ୍ରଙ୍କ ଉଦାହରଣ ଦେଇଛନ୍ତି ପାଣ୍ଡିଆନ । ଆଇଏଏସ ତାଲିମ ନେଲା ବେଳେ ତାଙ୍କ ସହ ଦେଖାହେଇଥିଲା । ପରେ ମଧ୍ୟ ତାଙ୍କ ସହ ଦେଖାହୋଇଛି । କଠିନ ପରିଶ୍ରମର ଫଳ ମିଳେ ଏବଂ ସମ୍ବଲପୁର ଜିଏମ କଲେଜରୁ ଯାଇ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

The post ପାଣ୍ଡିଆନଙ୍କ ମୁହଁରେ ପିଏମଓଙ୍କ କଥା । ପି.କେ ମିଶ୍ରଙ୍କ କଥା ଉଠାଇ, କଠିନ ପରିଶ୍ରମର ଦେଲେ ଉଦାହରଣ  first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡିଆ ମେଣ୍ଟର ସଂଯୋଜକ ହେବା ପ୍ରସ୍ତାବକୁ ନେଇ ନୀତିଶଙ୍କ ପ୍ରସ୍ତାବ । କହିଲେ, ମୋତେ ନୁହେଁ ବରଂ ଲାଲୁଙ୍କୁ କରାଯାଉ ସଂଯୋଜକ

କନକ ବ୍ୟୁରୋ : ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ଭର୍ଚୁଆଲ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ବୈଠକ କ୍ରମରେ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ଲାଲୁ ଯାଦବଙ୍କୁ ମେଣ୍ଟର ସଂଯୋଜକ ଭାବେ ଚୟନ କରାଯାଉ ବୋଲି ତାଙ୍କ ତରଫରୁ ପ୍ରସ୍ତାବ ଦେଇଛନ୍ତି ।

ନୀତିଶ କୁମାର କହିଥିଲେ କି ଏହି ମେଣ୍ଟରେ ସବୁଠାରୁ ବୟସ୍କ ବ୍ୟକ୍ତି ହେଉଛନ୍ତି ଲାଲୁ ଯାଦବ । ତାଙ୍କୁ ମେଣ୍ଟର ସଂଯୋଜକ କରାଯାଉ । ନୀତିଶ ଆହୁରି କହିଛନ୍ତି କି ମେଣ୍ଟରେ କଂଗ୍ରେସ ସବୁଠାରୁ ବଡ ଦଳ ହୋଇଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦ ମିଳିବା ଆବଶ୍ୟକ । ହେଲେ ନିଜେ ବିନା ପଦରେ ମେଣ୍ଟ ପାଇଁ କାମ କରିବେ ବୋଲି ନୀତିଶ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକରେ ଯୋଗ ଦେଇନାହାଁନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଦ୍ୱାହୀ ଦେଇ ଉଭୟ ନେତା ବୈଠକରେ ଯୋଗ ଦେଇନାହିାଁନ୍ତି । ସେପଟେ ମେଣ୍ଟ ତରଫରୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି ।

The post ଇଣ୍ଡିଆ ମେଣ୍ଟର ସଂଯୋଜକ ହେବା ପ୍ରସ୍ତାବକୁ ନେଇ ନୀତିଶଙ୍କ ପ୍ରସ୍ତାବ । କହିଲେ, ମୋତେ ନୁହେଁ ବରଂ ଲାଲୁଙ୍କୁ କରାଯାଉ ସଂଯୋଜକ first appeared on Kanak News.

from Kanak News
via <a href="https://ifttt.com/?

ମାଗଣା ୫ଜି ଯୁଗ ହେବ ଶେଷ! ୫ଜି ବ୍ୟବହାର ପାଇଁ ପଡିବ ଅତିରିକ୍ତ ଚାର୍ଜ । ଜିଓ-ଏୟାରଟେଲ ବଢାଇବେ ମୋବାଇଲ୍ ଟାରିଫ୍ ପ୍ଲାନ୍ ।

କନକ ବ୍ୟୁରୋ: ଆପଣ ଏବେ ମୋବାଇଲରେ ୫ଜି ବ୍ୟବହାର କରୁଛନ୍ତି କି? ମାଗଣାରେ ୫ଜି ଇଂଟରନେଟ ସେବାର ମଜା ଉଠାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । କାହିଁକି ନା, ଖୁବଶୀଘ୍ର ମାଗଣା ୫ଜି ସେବାର ଯୁଗ ଶେଷ ହେବାକୁ ଯାଉଛି । ବର୍ତମାନ ଦେଶରେ ୫ଜି ସେବା ଯୋଗାଉଥିବା ଦୁଇଟି ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ୫ଜି ଇଂଟରନେଟ୍ ଉପରେ ଲଗାଇବାକୁ ଯାଉଛନ୍ତି ଅତିରିକ୍ତ ଚାର୍ଜ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଓ ଏବଂ ଏୟାରଟେଲ୍ କମ୍ପାନୀ ଚଳିତ ବର୍ଷର ଜୁନ୍ ମାସ ବେଳକୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇବାକୁ ଯାଉଛନ୍ତି । ଏଥିସହିତ ମୋବାଇଲ୍ ଟାରିଫ୍ ପ୍ଲାନରେ ମଧ୍ୟ ୫ରୁ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ସୂଚନା ମିଳିଛି ।

ଟେଲିକମ୍ ବିଶେଷଜ୍ଞଙ୍କ କହିବା ମୁତାବକ, ୨୦୨୪ ସେପ୍ଟେମ୍ବର ମାସ ବେଳକୁ ଦୁଇଟି ଯାକ ଟେଲିକମ୍ କମ୍ପାନୀ ନିଜର ଟାରିଫରେ ୨୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ୫ଜିରେ ନିବେଶ କରିଥିବା ଟଙ୍କାକୁ ଏହି ଉପାୟରେ ଗ୍ରାହକଙ୍କଠାରୁ ଅସୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇଟି ଯାକ କମ୍ପାନୀ । ଯେହେତୁ ଅନ୍ୟ ଦୁଇଟି ଟେଲିକମ୍ କମ୍ପାନୀ ଯଥା, ଭୋଡାଫୋନ୍-ଆଇଡିଆ ଏବଂ ବିଏସଏନଏଲ ୫ଜି ସେବା ଆରମ୍ଭ କରିନାହାଁନ୍ତି । ତେଣୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇଲେ ବି ଲୋକମାନେ ଏହାକୁ ବ୍ୟବହାର କରିବେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଓ ଏବଂ ଏୟାରଟେଲ ପାଖରେ ପାଖାପାଖି ୧୨୫ ମିଲିୟନ୍ ୫ଜି ଉପଭୋକ୍ତା ରହିଛନ୍ତି । ୨୦୨୪ ଶେଷ ବେଳକୁ ଏହି ସଂଖ୍ୟା ୨୦୦ ମିଲିୟନ୍ ଛୁଇଁବ ବୋଲି କୁହାଯାଉଛି ।

The post ମାଗଣା ୫ଜି ଯୁଗ ହେବ ଶେଷ! ୫ଜି ବ୍ୟବହାର ପାଇଁ ପଡିବ ଅତିରିକ୍ତ ଚାର୍ଜ । ଜିଓ-ଏୟାରଟେଲ ବଢାଇବେ ମୋବାଇଲ୍ ଟାରିଫ୍ ପ୍ଲାନ୍ । first appeared on Kanak News.

from Kanak News
via <a href="https://ifttt.com/?

ଉଚ୍ଚ ଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା

କନକ ବ୍ୟୁରୋ: ଉଚ୍ଚ ଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି । ଭିଟିପିଉକ୍ରଳ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ଲିଙ୍କରେ କ୍ଲିକ୍ କଲେ ୪ଟି ସେମିଷ୍ଟାରର କୋର୍ସ ପଢ଼ିହେବ । ଘରେ ବସି ସେମିଷ୍ଟାର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ଫିଜିକ୍ସ, କେମିଷ୍ଟ୍ରି, ବୋଟାନୀ, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ ପରି ୧୧ଟି କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ କରାଯାଇଛି । ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ।

The post ଉଚ୍ଚ ଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଟ କିଣିବାକୁ ବାପା କରିଥିଲେ କରଜ, ସୁନା ଚେନ୍ ବିକ୍ରିି କରି ମା’ ଦେଇଥିଲେ କ୍ରିକେଟ କିଟ୍ । ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ, ଜାଣନ୍ତୁ ତାଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ । 

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଧ୍ରୁବ ଜୁରେଲ । ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଧ୍ରୁବ ଜୁରେଲଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଟିମରୁ ଡାକରା ଆସିଛି । ଏହାପୂର୍ବରୁ ଜୁରେଲଙ୍କର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ । ଇଶାନ କିଷାନ ଓ ସଞ୍ଜୁ ସାମସନଙ୍କ ଭଳି ୱିକେଟକିପର ବ୍ୟାଟର ଥିଲେ ମଧ୍ୟ ଧ୍ରୁବଙ୍କ ଉପରେ ଭରସା କରିଛି ଦଳ । ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ଧ୍ରୁବଙ୍କୁ ଦଳରେ ସାମିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ଚୟନକର୍ତ୍ତା । ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆରୁ ଡାକରା ଆସିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଧ୍ରୁବ ଜୁରେଲ । ଦଳରେ ଦୁଇଜଣ ଅଭିଜ୍ଞ ୱିକେଟକିପର ବ୍ୟାଟର ଥିଲେ ମଧ୍ୟ ଧ୍ରୁବଙ୍କୁ ଦଳରେ ସାମିଲ କରି ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ଚୟନକର୍ତ୍ତା ଏବେଠାରୁ ପ୍ରସ୍ତୁତ ହେଉଥିବା ସଂକେତ ଦେଇଛନ୍ତି ।  ତେବେ ଧ୍ରୁବ ଜୁରେଲ କିଏ ଏବଂ କେମିତି ଚୟନକର୍ତ୍ତାଙ୍କ ନଜର ତାଙ୍କ ଉପରେ ପଡିଲା ତାହା ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସଂଘର୍ଷରୁ ସଫଳ କ୍ରିକେଟର, ଏହା ହିଁ ଧ୍ରୁବଙ୍କ ପରିଚୟ । ୨୨ ବର୍ଷୀୟ ଧ୍ରୁବ ମୂଳତଃ ଉତ୍ତରପ୍ରଦେଶ ଆଗ୍ରାର । ୨୦୨୦ରେ ୧୯ ବର୍ଷରୁ କମ ଟିମ୍ ଇଣ୍ଡିଆର ବିଶ୍ୱକପ ଦଳର ଉପ-ଅଧିନାୟକ ଥିଲେ ଧ୍ରୁବ । ଏହାପରେ ଉତ୍ତରପ୍ରଦେଶ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିବା ଧ୍ରୁବ ଗତ ଆଇପିଏଲରେ ରାଜସ୍ଥାନ ପାଇଁ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ଦମଦାର ବ୍ୟାଟିଂ ଜରିଆରେ ଆଇପିଏଲରେ ନିଜର ଛାପ ଛାଡିଥିଲେ ଧ୍ରୁବ । ତେବେ ଧ୍ରୁବଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଛି । କାରଣ ଧ୍ରୁବଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ବାପା ନେମ ସିଂ ଜୁରେଲ କାରଗିଲ ଯୁଦ୍ଧ ଲଢିଥିବା ବେଳେ ଧ୍ରୁବ ଜୁରେଲ ମଧ୍ୟ ସେନାରେ ଯିବାକୁ ଚାହୁଁଥିଲେ । ଆର୍ମି ସ୍କୁଲରେ ପଢୁଥିବା ବେଳେ ଧ୍ରୁବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ କ୍ରିକେଟକୁ ଯେ ନିଜର କ୍ୟାରିୟର କରିବେ ତାହା କେବେ ଭାବିନଥିଲେ ।

ପାଠପଢାରେ ସେତେଟା ମନ ଲାଗୁନଥିବାରୁ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ ଧ୍ରୁବ । କିନ୍ତୁ ଧ୍ରୁବ ପାଠପଢା ଛାଡି କ୍ରିକେଟ ତାହା ଚାହୁଁନଥିଲେ ବାପା ନେମ ସିଂ ଜୁରେଲ । ଯେଉଁଥିପାଇଁ ଧ୍ରୁବ ଲୁଚି ଲୁଚି କ୍ରିକେଟ ଖେଳୁଥିଲେ । ତେବେ ପୁଅର ଇଚ୍ଛା ପୂରଣ କରିବାକୁ ବାପା ନେମ ସିଂ ଅନ୍ୟ ଲୋକଙ୍କଠାରୁ ଟଙ୍କା କରଜ ଆଣି ପ୍ରଥମେ ବ୍ୟାଟ୍ କିଣି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ କ୍ରିକେଟ କିଟର ଆବଶ୍ୟକତା ପଡିଲା ସେତେବେଳେ କିଟ୍ ଦାମ ଜାଣିବା ପରେ ଧ୍ରୁବଙ୍କୁ କ୍ରିକେଟ ଛାଡିବାକୁ କହିଥିଲେ ବାପା ନେମ ସିଂ ଜୁରେଲ । କିନ୍ତୁ ଧ୍ରୁବ ନିଜ ଜିଦରେ ଅଟଳ ରହି ବାଥରୁମରେ ନିଜକୁ ବନ୍ଦ କରିଥିଲେ ଏବଂ କ୍ରିକେଟ ଖେଳିବାକୁ ମନା କଲେ ଘରୁ ଚାଲିଯିବି ବୋଲି ଧମକାଇଥିଲେ । ପରେ ତାଙ୍କ ମା’ ନିଜ ସୁନା ହାର ବିକ୍ରି କରି ଧ୍ରୁବଙ୍କୁ କ୍ରିକେଟ କିଟ୍ ଦେଇଥିଲେ । କ୍ରିକେଟର ଭାବେ ସଫଳ ହେବା ପରେ ଧ୍ରୁବ କହିଛନ୍ତି, ସେତେବେଳେ ଏଭଳି କରିଥିଲି ବୋଲି ଭାବିଲେ ଅନୁତାପ କରେ । କାରଣ ମୋ କ୍ରିକେଟ ଖେଳ ପାଇଁ ବାପା-ମାଙ୍କ ତ୍ୟାଗ ବହୁତ ଅଧିକ ଥିଲା ।

ଧ୍ରୁବ କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ମୋର ସାଙ୍ଗ ଜଣାଇଥିଲେ । ଯାହା ଜାଣିବା ପରେ ପୂରା ପରିବାର ଭାବୁକ ହୋଇପଡିଥିଲା । ଦଳରେ ସ୍ଥାନ ପାଇବା ପରେ ବାପା ପଚାରିଥିଲେ କେଉଁ ଟିମରେ ଚୟନ ହୋଇଛି । ଏହାର ଉତ୍ତରରେ ଧ୍ରୁବ କହିଥିଲେ ରୋହିତ ଭାଇ ଓ ବିରାଟ ଭାଇ ଖେଳୁଥିବା ସିନିୟର ଟିମରେ ସ୍ଥାନ ମିଳିଛି । ଯାହା ଜାଣିବା ପରେ ପୁରା ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା ।

The post ବ୍ୟାଟ କିଣିବାକୁ ବାପା କରିଥିଲେ କରଜ, ସୁନା ଚେନ୍ ବିକ୍ରିି କରି ମା’ ଦେଇଥିଲେ କ୍ରିକେଟ କିଟ୍ । ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ, ଜାଣନ୍ତୁ ତାଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ ।  first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ ।

କନକ ବ୍ୟୁରୋ : ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତାମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ’ ପହଞ୍ଚିଛି ତାର ଶେଷ ସୋପାନରେ ଅର୍ଥାତ ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ ଯାହା ପ୍ରସାରିତ ହେବ ଆସନ୍ତା ଜାନୁଆରୀ ୧୪, ସନ୍ଧ୍ୟା ୬:୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ

‘ଗୃହଲକ୍ଷ୍ମୀ’ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନଙ୍କ ଛଡା ଶୈଳେନ୍ଦ୍ର, ଦିବ୍ୟା, ଶିବାନୀ ସଙ୍ଗୀତା ଓ ଜ୍ୟୋତିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ପାଇବେ ଦର୍ଶକ ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫାଇନାଲରେ । କେବଳ ଡ୍ୟାନ୍ସ ନୁହେଁ ଓଡ଼ିଶାର ଲୋକପ୍ରିୟ ଗାୟକ ଓ ଗାୟିକା ମଧ୍ୟ ଶୁଣାଇବେ ଗୀତ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି,ଆଶୁତୋଷ ଓ ସତ୍ୟଜିତ ପ୍ରଧାନ ।

ଓଡ଼ିଶାର ବଛା ବଛା ସହରରୁ ଆସିଥିବା ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ବିଚାରକ ମାନେ ସାନ ଆଉ ବଡ ଭାଉଜ ବର୍ଗରୁ ୨୦ ଜଣ ପ୍ରତିଯୋଗୀଙ୍କୁ ଗାଲା ରାଉଣ୍ଡକୁ ବାଛିଥିଲେ । ପ୍ରଥମଥର ପାଇଁ ଗାଲା ରାଉଣ୍ଡରୁ ସମସ୍ତ ୨୦ ଜଣ ସାନ ଆଉ ବଡ ଭାଉଜ ମାନେ ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ କ୍ୱାଲିଫାଏ କରିଛନ୍ତି । ତେଣୁ ଏହି ଗ୍ରାଣ୍ଡଫିନାଲେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ସିନିଅର ଓ ଜୁନିଅର ବର୍ଗର ଦୁଇ ଜଣ ପ୍ରତିଯୋଗୀ ହେବେ ବିଜେତା । ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ନାରୀ ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇବେ ବୋଲି ଜ଼ୀ ସାର୍ଥକ ଆଶା କରିଛି ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ – ସ୍ୱପ୍ନକୁ ଛୁଇଁବାର ଅଗଣା’ ସୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

The post ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ-ଟି ଅଧ୍ୟକ୍ଷ: ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କୁଚିଣ୍ଡାରୁ କଲେ ତାତ୍ସଲ୍ୟ

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବନାମ ଫାଇଭ-ଟି ଅଧ୍ୟକ୍ଷ । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି । କୁଚିଣ୍ଡାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ପାଣ୍ଡିଆନ କହିଛନ୍ତି. ନିର୍ବାଚନ ବେଳେ ଗାଁକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁର-କଟକ ରାଜ ରାସ୍ତ ଉପରେ ଧ୍ୟାନ ଦିଅନ୍ତୁ । ଓଡିଶାରେ ସବୁଠାରୁ ଖପରା ରାଜପଥ ସମ୍ବଲପୁର-କଟକ ରାସ୍ତା । ରାସ୍ତା ଅତ୍ୟନ୍ତ ଖରାପ ରହିଛି । କେନ୍ଦ୍ରମାନ୍ତ୍ରୀ ଆସିଲେ ଜାତୀୟ ରାଜପଥ ନୁହେଁ ବରଂ ରାଜ୍ୟ ରାଜପଥରେ ଯା’ଆସ କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହାପୂର୍ବରୁ ବିଏସକେୱାଇ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ମଧ୍ୟରେ ଆରୋପ ପତ୍ୟାରୋପ ଚାଲିଥିଲା । ଏବେ ଭାଷଣରେ ସ୍ଥାନ ପାଇଛି ରାଜପଥ ପ୍ରସଙ୍ଗ ।

The post ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ-ଟି ଅଧ୍ୟକ୍ଷ: ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କୁଚିଣ୍ଡାରୁ କଲେ ତାତ୍ସଲ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଦୂରଦର୍ଶନରେ ଚାଲିଥିଲା ଲାଇଭ୍ ଶୋ । ହଠାତ ଅସୁସ୍ଥ ହୋଇପଡିଲେ କୃଷି ବିଶେଷଜ୍ଞ, ମେଡିକାଲରେ ମୃତ୍ୟୁ

କନକ ବ୍ୟୁରୋ : ଦୂରଦର୍ଶନରେ ଏକ ଲାଇଭ କାର୍ଯ୍ୟକ୍ରମ କ୍ରମରେ ଷ୍ଟୁଡିଓରେ ଝୁଣ୍ଟିପଡିବାରୁ ଜଣେ କୃଷି ବିଶେଷଜ୍ଞଙ୍କର ମୃତ୍ୟୁ ହୋଇି । ମୃତକ ବିଶେଷଜ୍ଞ ଜଣଙ୍କ ହେଉଛନ୍ତି ଅନି ଏସ୍ ଦାସ । ସେ ଦୂରଦର୍ଶନରେ ଲାଇଭ ପ୍ରସାରଣ ବେଳେ ଝୁଣ୍ଟି ପଡିବାରୁ ଚେତାଶୂନ୍ୟ ହୋଇପଡିଥିଲେ । ତା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବିଶେଷଜ୍ଞ ଅନି ଏସ୍ ଦାସ କେରଳ ଫିଡସ୍ ଲିମିଟେଡର ଏମଡି । ସେ ଏହା ପୂର୍ବରୁ କେରଳ କୃଷି ବିଶ୍ୱବିଦ୍ୟାଳୟର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି । ଦୂରଦର୍ଶନର ସୂଚନା ମୁତାବକ ଶୁକ୍ରବାର ଦିନ ସାଢେ ୬ଟାରେ ସେ ଏକ ଲାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ ସେ ଝୁଣ୍ଟିପଡି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।

ଏହା ପ୍ରଥମ ଘଟଣା ନୁହେଁ, ଗତମାସରେ ମଧ୍ୟ ଆଇଆଇଟି କାନପୁରର ସିନିଅର ପ୍ରଫେସର ଓ ଷ୍ଟୁଡେଣ୍ଟ ୱେଲଫେୟାର ଡିନ୍ ଭାବେ କାର୍ଯ୍ୟରତ ଥିବା ସମୀର ଖାଣ୍ଡେକରଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିଲା । ସେ ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଆନନ-ଫାନନ କାଡିୟୋଲୋଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

The post ଦୂରଦର୍ଶନରେ ଚାଲିଥିଲା ଲାଇଭ୍ ଶୋ । ହଠାତ ଅସୁସ୍ଥ ହୋଇପଡିଲେ କୃଷି ବିଶେଷଜ୍ଞ, ମେଡିକାଲରେ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started