ସାତକୋଶିଆରେ ବଢ଼ିଛନ୍ତି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ ।

କନକ ବ୍ୟୁରୋ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି ।

ଚଳିତ ବର୍ଷ ମୋଟ ୧୧୧ଟି କୁମ୍ଭୀର ଠାବ କରାଯାଇଛି, ଗତବର୍ଷ ୯୦ଟି କୁମ୍ଭୀର ଠାବ କରାଯାଇଥିଲା । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୫୪୮ଟି କମ ପକ୍ଷୀ ଆସିଥିବା ଜଣାପଡିଛି । ସେହିପରି ଭିତରକନିକାରେ ମଧ୍ୟ କୁମ୍ଭୀର ସଂଖ୍ୟା ବଢିଛି । ଗତବର୍ଷ ୧୭୯୩ କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧ହଜାର ୮୧୧ରେ ପହଞ୍ଚିଛି । ଅର୍ଥାତ ଗତବର୍ଷ ଠାରୁ ଏବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଜଣାପଡ଼ିଛି । ଚଳିତମାସ ୧୦ ତାରିଖରୁ ୧୨ ତାରିଖ ଯାଏ ୩ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । କୁମ୍ଭୀର ଗଣନା ପାଇଁ ବନ୍ଦ ଥିବା ଭିତରକନିକା ଆଜିଠୁ ଖୋଲିଛି ।

The post ସାତକୋଶିଆରେ ବଢ଼ିଛନ୍ତି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା । ଶେଷ ହେଲା ୫୫ ବର୍ଷର ସମ୍ପର୍କ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କାରଣ ଦଳ ଛାଡିଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଦିନକ ପୂର୍ବର ସେ ଏହି ଚର୍ଚ୍ଚାକୁ ପ୍ରତ୍ୟାକ୍ଷାନ କରିଥିଲେ ।

ଦଳରୁ ଇସ୍ତଫା ଦେବା ସହ ଟ୍ୱିଟର ଏକ୍ସରେ ମଧ୍ୟ ନିଜର ମନ୍ତବ୍ୟକୁ ପ୍ରକାଶ କରିଛନ୍ତି । ମିଲିନ୍ଦ ଲେଖିଛନ୍ତି , ‘ମୋ ରାଜନୈତିକ ଯାତ୍ରାର ମହତ୍ୱପୂର୍ଣ୍ଣ ଅଧ୍ୟାୟର ଶେଷ ହୋଇଛି । ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଦେଇଛି । ପାର୍ଟି ସହ ମୋ ପରିବାରର ଦୀର୍ଘ ୫୫ ବର୍ଷର ସମ୍ପର୍କ ମଧ୍ୟ ଶେଷ ହୋଇଛି । ତେବେ ବର୍ଷ ବର୍ଷ ଧରି ଦଳୀୟ ନେତା ଓ ସମର୍ଥକଙ୍କ ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି’

The post କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ମିଲିନ୍ଦ ଦେବଡା । ଶେଷ ହେଲା ୫୫ ବର୍ଷର ସମ୍ପର୍କ । first appeared on Kanak News.

from Kanak News
via <a href="https://ifttt.com/?

ଏଣିକି ଗୋଟିଏ ସ୍ଥାନରେ ଭିନ୍ନକ୍ଷମଙ୍କୁ ମିଳିବ ସବୁ ସୁବିଧା । ରାଉରକେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ଚାଲିଛି ନାମ ପଞ୍ଜିକରଣ ।

କନକ ବ୍ୟୁରୋ: ରାଉରକେଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆରମ୍ଭ । ଗୋଟିଏ ସ୍ଥାନରେ ମିଳିବ ଭିନ୍ନକ୍ଷମକୁ ସବୁ ସୁବିଧା । ଏ ଅଫିସ, ସେ ଅଫିସ ଦୌଡିବାକୁ ପଡିବ ନାହିଁ । ଗୋଟିଏ ସ୍ଥାନରେ ଦିବ୍ୟାଙ୍ଗ ସମସ୍ୟାର ସମାଧାନ ପାଇଁ ରାଉରକେଲା ଛେଣ୍ଡ୍ ଆହୁତି ଭବନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ୟାମ୍ପରେ ଦିବ୍ୟାଙ୍ଗମାନେ ନିଜର ନାମ ପଞ୍ଜିକରଣ କରି ସୁବିଧା ପାଇ ପାରିବେ । କ୍ୟାମ୍ପରେ । ଭିନ୍ନକ୍ଷମ ଭତ୍ତା, ବାଣିଶ୍ରୀ, ବିବାହ ପ୍ରୋତ୍ସାହନ ରାଶି, ଶାରିରୀକ ଭିନ୍ନକ୍ଷମ, ମାନସିକ ଭିନ୍ନ କ୍ଷମ, ଦୃଷ୍ଟିହୀନତା, ଶ୍ରବଣବାଧକ, ବସ ପାସ୍ ଭଳି ବିଭିନ୍ନ ଷ୍ଟଲ ପଡିଛି । ସରକାରୀ ସୁବିଧା ଯୋଗାଇ ଦେବାକୁ ଖୋଲାଯାଇଥିବା କାଉଣ୍ଟର ଗୁଡିକରେ ବହୁ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିଛନ୍ତି ।

The post ଏଣିକି ଗୋଟିଏ ସ୍ଥାନରେ ଭିନ୍ନକ୍ଷମଙ୍କୁ ମିଳିବ ସବୁ ସୁବିଧା । ରାଉରକେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ଚାଲିଛି ନାମ ପଞ୍ଜିକରଣ । first appeared on Kanak News.

from Kanak News
via <a href="https://ifttt.com/?

ଜାତୀୟ ପାରା ଆଥଲେଟରେ କମାଲ କଲେ ଓଡିଆ ଖେଳାଳି । ହାତେଇଲେ ୪ ସ୍ୱର୍ଣ୍ଣ ସହ ଗୋଟିଏ କାଂସ୍ୟ ପଦକ ।

କନକ ବ୍ୟୁରୋ: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୪ର ଶେଷ ଦିନରେ ଓଡିଆ ଖେଳାଳିଙ୍କ କମାଲ । ଶେଷଦିନରେ ୪ ସ୍ୱର୍ଣ୍ଣ ପଦକ ହିତ ଗୋଟିଏ କାଂସ୍ୟ ପଦକ ଜିଣିଲେ ଓଡିଆ ଖେଳାଳି । ଜାଭେଲିନ ଥ୍ରୋ ଓ ଦୌଡ ପ୍ରତିଯୋଗିତାର ୩ଟି ବର୍ଗରେ ଓଡିଆ ଖେଳାଲି ପଦକ ହାସଲ କରିଛନ୍ତି ।

ଗୋଆର ପଣଜୀ ସହରର ଜିଏମସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ ତମ ନେସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ଜୟନ୍ତୀ ବେହେରା ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଜୟନ୍ତୀ ବେହେରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।

ସେହିପରି ଆଉ ଓଡିଆ ଝିଅ ସୁଚିତ୍ରା ପରିଡା ଜାଭେଲିନ ଏଫ-୫୫ ବର୍ଗରେ ୧୬ ଦଶମିକ ୯୯ ମିଟର ଫେପାଡି ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସୁଚିତ୍ରା ସମସ୍ତଙ୍କୁ ଚମକାଇ ପୂର୍ବରୁ ସାକ୍ଷୀ କସନାଙ୍କ ନାଁରେ ଥିବା ଜାଭେଲିନ ଥ୍ରୋ ରେକର୍ଡ ୧୪ ଦଶମିକ ୭୩ ମିଟର ରେକର୍ଡକୁ ଭାଙ୍ଗିଛନ୍ତି । ସେହିଭଳି ଗୁମଡା ବରାଳ ଟି-୫୪ ହୁଇଲଚେୟାର ୫ଶହ ମିଟର ରନିଙ୍ଗରେ ୧୯ମିନିଟ ୫୦ ସେକେଣ୍ଡ ସମୟରେ ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି ।

ଏହାକୁ ମିଶାଇ ଓଡିଶା ମୋଟ ୯ଟି ପଦକ ହାସଲ କରିଛି । ସେଥି ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ରହିଛି । ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୪ରେ ଓଡିଶା ପକ୍ଷରୁ ୨୯ ଜଣ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରୁଥିଲେ ।

The post ଜାତୀୟ ପାରା ଆଥଲେଟରେ କମାଲ କଲେ ଓଡିଆ ଖେଳାଳି । ହାତେଇଲେ ୪ ସ୍ୱର୍ଣ୍ଣ ସହ ଗୋଟିଏ କାଂସ୍ୟ ପଦକ । first appeared on Kanak News.

from Kanak News
via <a href="https://ifttt.com/?

ଓୟୋ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ।

କନକ ବ୍ୟୁରୋ: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ନିର୍ମାଲ୍ୟ ପ୍ଲାଜା ନାମକ ଓୟ ହୋଟେଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀର ବଳଭଦ୍ରପୁର ଅଞ୍ଚଳର ଅଙ୍ଗନାବାଡି ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।

ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇ ସେ ଘରୁ ବାହାରିଥିଲେ । ସଂଧ୍ୟାରେ ଜଣେ ଯୁବକଙ୍କ ସହ ଉକ୍ତ ଓୟ ହୋଟେଲରେ ଆସି ରହିଥିଲେ । ଶୁକ୍ରବାର ରାତ୍ର ୯ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ପରେ ସାଥିରେ ଥିବା ଯୁବକ ଜଣକ ମଧ୍ୟରାତ୍ରରେ ଯୁବତୀ ଜଣକ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ପୋନ କରି କହିଥିଲେ । ତେବେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଗୋଳନ୍ଥରା ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଥିରେ ଥିବା ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଅଟକ ଯୁବକ ଜଣକ ରାୟଗଡା ଜିଲ୍ଲାର ମୁଳବାସିନ୍ଦା ହୋଇଥିଲେ ହେଁ ଭୂବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହନ୍ତି । ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫେସ୍ ବୁକ୍ ମାଧ୍ୟମରେ ଗତ ଏକ ବର୍ଷ ହେଲା ସଂପର୍କ ଗଢି ଉଠିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

The post ଓୟୋ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡର ସହର । ଆୟୋଜିତ ହେଲା ରଙ୍ଗୋଲି ମହୋତ୍ସବ । ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଗୋଟିଏ ଦିନ ବାକି ରହିଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ବରଗଡର ସହର । ଧନୁଯାତ୍ରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ଧନୁଯାତ୍ରା ପ୍ରଚାର କମିଟି ପକ୍ଷରୁ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ରଙ୍ଗୋଲି ଜରିଆରେ କୃଷ୍ଣ ଲୀଳା ପ୍ରଦର୍ଶନ କରାଯାଇଛି ।

ସ୍ଥାନୀୟ ପାର୍ବତୀଗିରି ମହାବିଦ୍ୟାଳୟ ସମ୍ମୁଖରେ ବରଗଡର ପ୍ରାୟ ୫୭ଟି ଅନୁଷ୍ଠାନ ପକ୍ଷରୁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କଳାକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ଧନୁଯାତ୍ରା ପ୍ରଚାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରାର ପ୍ରତିଟି ଦୃଶ୍ୟକୁ ଜୀବନ୍ତଭାବେ ରଙ୍ଗୋଲିରେ ଆଙ୍କିଛନ୍ତି କଳାକାର । ଏହାକୁ ଦେଖିବାକୁ ଦର୍ଶନକଙ୍କ ପ୍ରବଳ ଭିଡ ଲାଗିଥିଲା ।

The post ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡର ସହର । ଆୟୋଜିତ ହେଲା ରଙ୍ଗୋଲି ମହୋତ୍ସବ । ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ମିଲର୍ସଙ୍କ ଧର୍ମଘଟ ଯୋଗୁଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଶୀତ କାକର ରାତିରେ ଜଗି ବସିଛନ୍ତି ଚାଷୀ ।

କନକ ବ୍ୟୁରୋ: ମିଲର୍ସଙ୍କ ଧର୍ମଘଟ ଯୋଗୁଁ ଧାନମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ଓ କଲମପୁର ବ୍ଲକର ବିଭିନ୍ନ ମଣ୍ଡିରେ ପଡି ରହିଛି ପ୍ରାୟ ୫୦ ହଜାର କ୍ୱିଣ୍ଟାଲ ଧାନ । ମିଲର୍ସଙ୍କ ଧର୍ମଘଟ କେତେ ଦିନ ଜାରି ରହିବ ସେନେଇ କାହା ପାଖରେ ଖବର ନାହିଁ । ଅନ୍ୟପଟେ ଏବେ ଚାଷୀ ମଣ୍ଡିକୁ ଧାନ ଆଣି ଜଗି ରହିଛନ୍ତି ।

ସୂଚନା ଅନୁସାରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକରେ ଚଳିତ ବର୍ଷ ୫୭ଟି ମଣ୍ଡି ଖୋଲି ଧାନ କିଣା ଯାଉଛି । ପ୍ରଥମରୁ ବିଳମ୍ବରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଟୋକରେ ଅବ୍ୟବସ୍ଥା ଯୋଗୁଁ ବହୁ ଚାଷୀ ଧାନ ବିକ୍ରି କରିପାରିନଥିଲେ । ଏହାପରେ କଳାହାଣ୍ଡି ବନ୍ଦ ଓ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ମଣ୍ଡି ବନ୍ଦ ରହିଥିଲା । ଏହାପରେ କିଛି ଦିନ ଧାନ ବିକ୍ରି ହୋଇଥିଲା ବେଳେ ମିଲର୍ସଙ୍କ ଧର୍ମଘଟ ଚାଷୀଙ୍କ ଅଡୁଆକୁ ବଢାଇ ଦେଇଛି । ଏନେଇ ମିଲର୍ସଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

The post ମିଲର୍ସଙ୍କ ଧର୍ମଘଟ ଯୋଗୁଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଶୀତ କାକର ରାତିରେ ଜଗି ବସିଛନ୍ତି ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ମା’କୁ ମାରିଦେଲା ମଦ୍ୟପ ପୁଅ । ଭତ୍ତା ଟଙ୍କା ନଦେବାରୁ ମା’କୁ ମାରି କୂଅରେ ପୋତିଦେଲା ନୃଶଂସ ପୁଅ ।

କନକ ବ୍ୟୁରୋ: ମଦ୍ୟପ ପୁଅର ଉନ୍ମତ କାଣ୍ଡ । ଭତ୍ତା ଟଙ୍କା ନଦେବାକୁ ମାଆକୁ ହତ୍ୟା କରି କୁଅରେ ପୋତି ଦେଲା ନୃଶଂସ ପୁଅ । ଏହି ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଘୋଷର ଗାଁରେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତକ ହେଉଛନ୍ତି ଘୋଷର ଗାଁର ମୁଗମାଳ ସାହିର ୭୦ ବର୍ଷିୟ ବୃଦ୍ଧା ପଙ୍କଜିନୀ ପ୍ରଧାନ ।

ଅଭିଯୋଗ ଅନୁସାରେ. ପଙ୍କଜିନୀଙ୍କୁ ତାଙ୍କ ପୁଅ ବନୀ ପ୍ରଧାନ ମଦ ପିଇବାକୁ ଭତ୍ତା ଟଙ୍କା ମାଗିଥିଲା । ମା’ ଦେବାକୁ ମନା କରିବାରୁ ଅବନୀ ପ୍ରଧାନ ଠେଙ୍ଗାରେ ପିଟି ପିଟି ମାଆକୁ ହତ୍ୟା କରିବା ସହ ଘର ବାରିପଟେ ଥିବା ଭଙ୍ଗା କୁଅରେ ମୃତଦେହକୁ ପକାଇ ପୋତି ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଥାନାରେ ପଙ୍କଜିନୀଙ୍କ ଭାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ହତ୍ୟା ଅଭିଯୁକ୍ତ ଅବନୀକୁ ଗିରଫ କରିଛି । ଅଭିଯୁକ୍ତକୁ ପଚରା ଉଚରା କରି ପୋଲିସ ଭଙ୍ଗାକୁଅର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

The post ମା’କୁ ମାରିଦେଲା ମଦ୍ୟପ ପୁଅ । ଭତ୍ତା ଟଙ୍କା ନଦେବାରୁ ମା’କୁ ମାରି କୂଅରେ ପୋତିଦେଲା ନୃଶଂସ ପୁଅ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ବାହାରି ୧୫ ରାଜ୍ୟ ୧୧୦ ଜିଲ୍ଲା ଦେଇ ମୁମ୍ବାଇ ଯାଏଁ ଯାତ୍ରା କରିବେ ରାହୁଲ ।

କନକ ବ୍ୟୁରୋ: ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ । ମଣିପୁରରୁ ମୁମ୍ବାଇ ଯାଏଁ ୬୭ ଦିନ ଧରି ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଯିବ ରାହୁଲଙ୍କ ଏହି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଭାଗ । ଦୁଇ ମାସର ଯାତ୍ରାରେ ରାହୁଲ ଗାନ୍ଧୀ ଭାରତର ପୂର୍ବାଞ୍ଚଳରୁ ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬୦୦ କିଲୋମିଟର ଯାତ୍ରା କରିବେ ।

ଆଜି ମଧ୍ୟାହ୍ନ ୧୨ଟାରେ ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ପ୍ରଥମେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ମଣିପୁର ସରକାର ଅନୁମତି ନଦେବାରୁ ଏବେ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଯାତ୍ରାର ଆରମ୍ଭ ସ୍ଥାନ ବଦଳିଥିଲେ ମଧ୍ୟ ରୁଟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଏହି ଯାତ୍ରା ଗତ ୧୦ ବର୍ଷରେ ହୋଇଥିବା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅନ୍ୟାୟକୁ ଆଖିରେ ରଖି ବାହାର କରାଯାଉଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅମୃତକାଳର ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି, କିନ୍ତୁ ଗତ ୧୦ ବର୍ଷ ହେଉଛି ଭାରତ ପାଇଁ ଅନ୍ୟାୟ କାଳ । ତେଣୁ ଜନସେଚତନା ପାଇଁ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀ କରୁଥିବା କହିଛନ୍ତି ଜୟରାମ ରମେଶ ।

The post ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ବାହାରି ୧୫ ରାଜ୍ୟ ୧୧୦ ଜିଲ୍ଲା ଦେଇ ମୁମ୍ବାଇ ଯାଏଁ ଯାତ୍ରା କରିବେ ରାହୁଲ । first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ସହ ଆଜି ଯଜ୍ଞାଧିବାସ , ଧ୍ୱଜାସ୍ଥାପନା ।୧୫ରୁ ଆରମ୍ଭ ହେବ ଯଜ୍ଞ ।

କନକ ବ୍ୟୁରୋ: ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୫ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ପାଇଁ ଆରମ୍ଭ ହୋଇଛି ଅଙ୍କୁରାରୋପଣ । ଆଜି ଅଙ୍କୁର ପୂଜନ ସହ ଯଜ୍ଞାଧିବାସ, ଧ୍ୱଜାସ୍ଥାପନ ଓତୋରଣ ସ୍ଥାପନ ଆଦି ନୀତି ଅନୁଷ୍ଠିତ ହେବ । ୧୫ତାରିଖରୁ ୪୮ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହେବ ।

ଲୋକାର୍ପଣ ହେବାକୁ ଥିବା ପଥର ଫଳକରେ ଖୋଦେଇ ହେବ ଅଷ୍ଟଧାତୁ । ଯଜ୍ଞ ମଣ୍ଡପର ଚାରି ଦ୍ୱାରରେ ବେଦପାଠ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ମଣ୍ଡପ । ଏଠାରେ ୬୦ଜଣ ବିଦ୍ୟାର୍ଥୀ ବେଦପାଠ କରିବେ । ଜିଲ୍ଲାପାଳ, ଅନ୍ୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଗାମୀ ୧୭ତାରିଖରେ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ସହ ଆଜି ଯଜ୍ଞାଧିବାସ , ଧ୍ୱଜାସ୍ଥାପନା ।୧୫ରୁ ଆରମ୍ଭ ହେବ ଯଜ୍ଞ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started