ଦୂର ହେବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା: ଘରେ ବସି ନିଜ ପସନ୍ଦର ଅଧ୍ୟାପକଙ୍କଠାରୁ ପଢ଼ିବେ ପାଠ, ଆରମ୍ଭ ହେଲା ଇ-ଲେକ୍ଚର ବ୍ୟବସ୍ଥା

କନକ ବ୍ୟୁରୋ: ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମିଷ୍ଟର ପ୍ରସ୍ତୁତିକୁ ନେଇ ଚିନ୍ତାରେ ଥାନ୍ତି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ସ୍ୱରୂପ ଇ-ଲେକ୍ଚର ବ୍ୟବସ୍ଥା ଆଣିଛନ୍ତି । ଅର୍ଥାତ୍ ପିଲାମାନେ ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ୱେବସାଇଟ୍ରେ ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି ।

କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ଇ-ଲେକ୍ଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଅର୍ଥାତ୍ ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ନଜର ପକାନ୍ତୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ଉପରେ । ନ୍ୟାସନାଲ ଇନଫରମେଟିଭ୍ ସେଂଟର ବା ଏନଆଇସି ପକ୍ଷରୁ https://vtputkal.odisha.gov.in ୱେବସାଇଟ୍ ପ୍ରସ୍ତୁତ ହୋଇଛି । ଏଥିରେ କ୍ଲିକ୍ କରିବା ପରେ
– ଛାତ୍ରଛାତ୍ରୀ ୪ଟି ସେମିଷ୍ଟରର କୋର୍ସ ପଢ଼ିପାରିବେ
– ମୋଟ ୧୧ଟି କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଅପଲୋଡ୍ କରାଯାଇଛି
– ଫିଜିକ୍ସ, କେମେଷ୍ଟ୍ରୀ, ବଟାନୀ, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, କମର୍ସ ଓ ଇକୋନୋମିକ୍ସ ଆଦି ପାଠ୍ୟକ୍ରମ ରହିବ

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ବା ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଏହାକୁ ସଫଳ କରିବା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏକ ଭର୍ଚୁଆଲ ଷ୍ଟୁଡିଓ କରାଯାଇଥିଲା । ଯେଉଁଥିରେ ଅଭିଜ୍ଞ ଲେକଚରମାନଙ୍କୁ ନେଇ ପାଠ୍ୟକ୍ରମ ରେକର୍ଡ କରାଯାଇଛି । ଏହାକୁ ଆଗାମୀ ଦିନରେ ପୋର୍ଟାଲରେ ଅପଲୋଡ୍ କରାଯିବ ।

– ପୋଟାର୍ଲକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ସବୁ ବିଶ୍ୱବିଦ୍ୟାଳୟ, ସରକାରୀ ଓ ସହକାରୀ କଲେଜକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ
– କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଏହି ଭର୍ଚୁଆଲ ପ୍ଲାଟଫର୍ମ ବ୍ୟବହାର ପାଇଁ ସଚେତନ କରାଯିବ
– ଏହାଦ୍ୱାରା କ୍ଲାସରୁମ୍ ବାହାରେ ବିକଳ୍ପ ଶିକ୍ଷାଗ୍ରହଣର ବାତାବରଣ ସୃଷ୍ଟି କରିବ

ସେପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଇ-ଲେକ୍ଚର ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଅଧ୍ୟାପକ ସଂଘ । ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଇ-ବ୍ୟବସ୍ଥା ଯଦିଓ ବହୁ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । କିନ୍ତୁ ଏବେବି ଅନେକ ଦୁର୍ଗମ ସ୍ଥାନରେ ଇଂଟରନେଟ୍ ବ୍ୟବସ୍ଥାର ସୁବିଧା ନାହିଁ । ଯାହା ଏଭଳି ଏକ ସୁଦୁର ପ୍ରସାର କାର୍ଯ୍ୟକ୍ରମରେ ବଡ଼ ବାଧକ ହେବ ବୋଲି କୁହାଯାଉଛି ।

The post ଦୂର ହେବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା: ଘରେ ବସି ନିଜ ପସନ୍ଦର ଅଧ୍ୟାପକଙ୍କଠାରୁ ପଢ଼ିବେ ପାଠ, ଆରମ୍ଭ ହେଲା ଇ-ଲେକ୍ଚର ବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ

କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ନଭେମ୍ବର ୨, ଡିସମ୍ବର ୨୧ ଓ ଜାନୁଆରୀ ୩ରେ ନୋଟିସ୍ ପଠାଇଥିଲା ତଦନ୍ତକାରୀ ସଂସ୍ଥା । ପୂର୍ବ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିଓାଲ । ତେଣୁ ଏଥର କ’ଣ କରିବେ ତା ଉପରେ ସମସ୍ତଙ୍କ ନଜର । ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଦଳ କହିଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଅଡ଼ୁଆରେ ପଡ଼ିଛି । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି । ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତା ସଂଜୟ ସିଂ ମଧ୍ୟ ସମାନ ମାମଲାରେ ସମ୍ପୃକ୍ତି ନେଇ ଏବେ ଜେଲରେ ଅଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ବି ତଦନ୍ତ କରୁଛି । ଗତବର୍ଷର୍ ଏପ୍ରିଲରେ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା ସିବିଆଇ ।

The post ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ ଜୀବିକା

କନକ ବ୍ୟୁରୋ : ଭାରତ ବିରୋଧୀ ବୟାନ ଦେବା ପରେ ସମସ୍ୟା ଘେରରେ ମାଳଦ୍ୱୀପ । କିଛି ଦିନ ହେବ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ ଚାଲିଛି । ଏହା ଭିତରେ ଦେଶକୁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପ ପ୍ରତିଦିନ ୮କୋଟି ୬୪ଲକ୍ଷ ଟଙ୍କାର କ୍ଷତି ସହୁଛି । ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ଦେଶ । ପରିସ୍ଥିତି ଏଭଳି ହେଲାଣି କି ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ମାଳଦ୍ୱୀପ ଏବେ ଯାତ୍ରା ଖର୍ଚ୍ଚକୁ ଅଧା କରିଛି । ତଥାପି ଭାରତୀୟ ସେଠାକୁ ଯିବା ବଦଳରେ ଲକ୍ଷାଦ୍ୱୀପ କିମ୍ବା ଅନ୍ୟ ଟୁରିଷ୍ଟ ପ୍ଲେସକୁ ଯାଉଛନ୍ତି । ପର୍ଯଟନ ଶିଳ୍ପ ସହ ଜଡିତ ୪୪ହଜାର ପରିବାର ଉପରେ ସଙ୍କଟ ଆସିଛି । ସବୁଠୁ ବଡ କଥା ହେଉଛି ଅନଲାଇନ ଫ୍ଲାଟଫର୍ମରେ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ସର୍ଚ୍ଚକୁ ମଧ୍ୟ କମ କରିଛନ୍ତି । ସେପଟେ ଲାକ୍ଷାଦ୍ୱୀପ ସର୍ଚ୍ଚ ୪୩ଗୁଣ ବଢ଼ିଛି । ସୂଚନା ଅନୁସାରେ ଗତବର୍ଷ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକ ୩୧୫୨କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଭାରତୀୟଙ୍କ ପାଇଁ ଟ୍ରାଭେଲଏଜେଂଟ ମାନେ ଟୁର ପ୍ୟାକେଜ, ବିମାନ ଭଡ଼ା, କମ କରିବା ସତ୍ୱେ ପର୍ଯ୍ୟଟକଙ୍କ ସଂଖ୍ୟା କମ ରହିଛି । ସେପଟେ ଚୀନରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ପରୋକ୍ଷରେ ଭାରତକୁ ନାଲି ଆଖି ଦେଖାଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ମହମ୍ମଦ ମୁଇଜୁ କହିଛନ୍ତି ମାଳଦ୍ୱୀପକୁ ନାଲି ଆଖି ଦେଖାଇବା ପାଇଁ କାହାକୁ ଲାଇସେନ୍ସ ଦିଆଯାଇନି ।

The post ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ ଜୀବିକା first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଆସନରେ ଏକାଧିକ ଟାଣୁଆ ନେତା ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି । ଏପଟେ କାହାକୁ ଟିକେଟ ଦିଆଯିବ, କେଉଁ ନେତା ବାଦ୍ ପଡ଼ିବେ ଏନେଇ ଚାଲିଛି ଅଙ୍କକଷା । ପ୍ରାୟ ୪୦ଟି ଆସନରେ ବଡ଼ ବଡ଼ ନେତା ଆଶାୟୀ ଥିବାରୁ ଦଳର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି ।

ନିର୍ବାଚନକୁ ପ୍ରାୟ ଦୁଇମାସ ବାକି ରହିଲା । ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ମିଶାଣ-ଫେଡାଣ । କିଏ କେଉଁ ଜାଗାରେ ଉପଯୁକ୍ତ ପ୍ରାର୍ଥୀ ହେବେ, କାହାର ପଲ୍ଲା ଭାରି ଅଛି, କାହାର ଲୋକପ୍ରିୟତା କମିଛି ସେନେଇ ବିଜେଡି ପ୍ରସ୍ତୁତ କରୁଛି ରିପୋର୍ଟ କାର୍ଡ । ୧୪୭ ନିର୍ବାଚନମଣ୍ଡଳୀରେ କିଏ ଟିକେଟ ପାଇବେ ଓ କିଏ ବାଦ ପଡ଼ିବେ ସେନେଇ ଦଳ ପକ୍ଷରୁ ସର୍ଭେ ମଧ୍ୟ କରାଯାଉଛି । କିନ୍ତୁ ଏଭଳି କିଛି ଆସନ, ଯେଉଁଠି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଅତି ସତର୍କତାର ସହ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରମୋ ଓ କ୍ଷମତା କେନ୍ଦ୍ର । ସୂଚନା ଅନୁସାରେ..
-୮୦ ରୁ ୯୦ ଆସନରେ ବିଜେଡିରେ କୌଣସି ଦ୍ୱନ୍ଦ ନାହିଁ
ଅର୍ଥାତ ଏହି ଆସନରେ କିଏ ପ୍ରାର୍ଥୀ ହେବେ ତାହା ଏକରକମ ଚୂଚାନ୍ତ
ପ୍ରାୟ ୪୦ ଆସନରେ ଅନେକ ଆଶାୟୀ ରହିଛନ୍ତି
ଏହି ସ୍ଥାନରେ କିଏ ହେବେ ଉପଯୁକ୍ତ ପ୍ରାର୍ଥୀ ହେବେ ଟିକିନିତ୍କ ସମୀକ୍ଷା କରୁଛନ୍ତି ସୁପ୍ରିମୋ

ମାହାଙ୍ଗା – ପ୍ରତାପ ଜେନା- ଶୋଭନ କର
ଭୁୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ – ପ୍ରିୟଦର୍ଶୀ ମିଶ୍ର
ଜଗତସିଂହପୁର – ଅମରେନ୍ଦ୍ର ଦାସ – ପ୍ରଶାନ୍ତ ମୁଦୁଲି
ବଡ଼ଚଣା – ଅମର ଶତପଥୀ – ଜନ୍ମଜେୟ ଲେଙ୍କା
ପୁରୀ -ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି – ଶୁଭାଶିଷ ଖୁଂଟିଆ
କାକଟପୁର – ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁର ସେଠୀ
ଭଦ୍ରକ – ସଂଜୀବ ମଲିକ- ଅସିତ ପଟ୍ଟନାୟକ
ବରି – ସୁନନ୍ଦା ଦାସ- ବିଶ୍ୱ ମଲ୍ଲିକ
କୋରେଇ – ଅଶୋକ ବଳ- ଆକାଶ ଦାସ ନାୟକ
ଜୟପୁର – ରବି ନନ୍ଦ- ଇଶ୍ୱର ପାଣିଗ୍ରାହୀ

ଏଭଳି ପ୍ରାୟ ୪୦ ସିଟରେ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଯେଉଁମାନେ ସିଧାସଳଖ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ନୂଆବର୍ଷରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ପୋଷ୍ଟର ମାରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ତେଣୁ ଏହି ଆସନରେ ବିଜେଡି ସବୁ ଦିଗରୁ ବିଚାର କରି କାର୍ଡ ଖୋଲିବ । କାରଣ ଦଳରେ ବିଦ୍ରୋହୀ ସୃଷ୍ଟି ହେଲେ ନିର୍ବାଚନରେ ଅଡୁଆରେ ପଡିବ ବିଜେଡି । ସାଂସଦ ମୁନା ଖାନ କହିଛନ୍ତି ସବୁ ନିର୍ବାଚନରେ ଆଶାୟୀଙ୍କ ସଂଖ୍ୟା ବଢ଼େ, କିନ୍ତୁ ତାକୁ ଭଲ ଭାବରେ ମ୍ୟାନେଜ କରନ୍ତି ସୁପ୍ରିମୋ ।

ନବୀନଙ୍କୁ ଷଷ୍ଠଥର କ୍ଷମତାକୁ ଆଣିବା ପାଇଁ ବିଜେଡି ଜୋରଦାର କସରତ ଆରମ୍ଭ କରିଦେଇଛି । ଫେବ୍ରୁଆରୀରୁ ଗାଁ ଗାଁରେ ସରକାରଙ୍କ ସଫଳତା, ଲୋକପ୍ରିୟ ଯୋଜନାକୁ ପହଁଚାଇବ ଦଳ । ପରିକ୍ରମା ପ୍ରକଳ୍ପ ଓ ସମଲେଇ ମନ୍ଦିରର ଉନ୍ନତିକରଣର ଲୋକାର୍ପଣ ପରେ ନିର୍ବାଚନୀ ରଣନୀତିକୁ ଆହୁରି ଶାଣିତ କରିବାକୁ ଯାଉଛଇ ବିଜେଡି ।

The post ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା first appeared on Kanak News.

from Kanak News
via <a href="https://ifttt.com/?

ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍

କନକ ବ୍ୟୁରୋ : ଯେଉଁ ହୋଟେଲରେ ୪ ବର୍ଷ ପୁଅକୁ ହତ୍ୟା କରିଥିଲେ ସୂଚନା, ସେହି ହୋଟେଲକୁ ସୂଚନାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ଗୋଆ ପୋଲିସ । ଶୁକ୍ରବାର ପୋଲିସ ସୂଚନାଙ୍କୁ ହୋଟେଲର ସେହି ରୁମକୁ ନେଇ ଯାଇଥିଲା, ଯେଉଁଠି ସେ ନିଜ ୪ ବର୍ଷର ନୀରିହ ପୁଅକୁ କରିଥିଲେ ହତ୍ୟା । ପ୍ରାୟ ଦୁଇ ଘଂଟା ଧରି ପୋଲିସକୁ ସୂଚନା ସେଦିନର ଘଟଣାକ୍ରମ ବିଷୟରେ କହିଥିଲେ ।

ସିନ୍ ରିକ୍ରିଏସନରେ ହତ୍ୟାକାଣ୍ଡ
– ହୋଟେଲରେ କେଉଁଠି ଶୋଇଥିଲା ପୁଅ?
– କେଉଁଠି ଥିଲା ଲାଲ ସୁଟକେସ୍?
– କେମିତି ସୁଟ୍କେସ୍ରେ ଭରିଥିଲେ ପୁଅର ମୃତଦେହ?
– ସିନ୍ ରିକ୍ରିଏସନ୍ବେଳେ ସେଦିନ ଘଟଣା ବଖାଣିଛନ୍ତି ସୂଚନା
– ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ କରିଥିଲେ ଚେଷ୍ଟା
– ଛୁରୀରେ ହାତ ବି କାଟିଥିଲେ ସୂଚନା

ସେପଟେ ଶନିବାର ସୂଚନାଙ୍କ ସ୍ୱାମୀ ଭେଙ୍କଟ ରମନ ପୋଲିସ ଷ୍ଟେସନ୍ରେ ପହଁଚି ନିଜ ବୟାନ ରେକର୍ଡ କରିଛନ୍ତି । ପୁଅର ହତ୍ୟା ସମୟରେ ସେ ଇଣ୍ଡୋନେସିଆରେ ଥିଲେ । ଖବର ପାଇଁ ୯ ଜାନୁଆରୀରେ ବେଙ୍ଗାଲୁରୁ ଫେରିଥିଲେ । ୧୦ ଜାନୁଆରୀରେ ପୁଅର ଅନ୍ତିମ ସକ୍ରାର କରିଥିଲେ ଭେଙ୍କଟ ରମନ୍ । ଭେଙ୍କଟ ଓ ସୂଚନାଙ୍କ ଭିତରେ ବିବାହ ବିଚ୍ଛେଦ ମାମଲା ଏବେ ବିଚାରଧୀନ ରହିଛି । ହେଲେ ଦୁହେଁ ଅଲଗା ରହୁଛନ୍ତି । ଆଉ ପୁଅର କଷ୍ଟଡି ନିଜ ସ୍ୱାମୀଙ୍କୁ ଦେବାକୁ ଚାହୁଁ ନଥିଲେ ସୂଚନା । ଲାଲ ବ୍ୟାଗ୍ରୁ ମିଳିଥିବା ଏକ ଚିରା ନୋଟ୍ରୁ ସୂଚନାଙ୍କ ଏହି ମନୋଭାବ ବିଷୟରେ ଜଣାପଡିଛି । ଏକ ଟିସୁ ପେପର୍ରେ ଆଇଲାଇନର ଅବା କାଜଲରେ ସୂଚନା ଲେଖିଥିଲେ – କୋର୍ଟଙ୍କ ନର୍ଦ୍ଦେଶରେ ସନ୍ତୁଷ୍ଟ ନୁହେଁ । ମୋ ପୁଅର କଷ୍ଟଡି ପାଇଁ କୋର୍ଟ ଏବଂ ମୋ ସ୍ୱାମୀ ମୋ ଉପରେ ଚାପ ପକାଉଛନ୍ତି । ମୋ ସ୍ୱାମୀ ବହୁତ ହିଂସ୍ର । ମୁଁ ତାଙ୍କୁ ଗୋଟିଏ ଦିନ ପାଇଁ ବି ମୋ ପିଲାକୁ ଦେଇ ପାରିବି ନାହିଁ । ପୋଲିସ ଅନୁମାନ କରୁଛି ଏହା ସୂଚନାଙ୍କ ସୁଇସାଇଡ୍ ନୋଟ୍ ହୋଇପାରେ ।

ଗତ ଜାନୁଆରୀ ୬ ତାରିଖରେ ପୁଅକୁ ସାଙ୍ଗରେ ନେଇ ଗୋଆ ଯାଇଥିଲେ ସୂଚନା ସେଠ୍ । ସେଠାରେ ସେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଅକୁ ହତ୍ୟା କରିବା ପୂର୍ବରୁ ପ୍ରଥମେ କଫ୍ସିରପର ଏକ ପୁରା ବଟଲ ପିଆଇ ଦେଇଥିଲେ ସୂଚନା । ଏହାପରେ ତକିଆ ଅବା ତୌଲିଆରେ ଚାପି ପୁଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି । ପୋଷ୍ଟମର୍ଟମ ରିପୋର୍ଟରେ ବି ଶ୍ୱାସରୁଦ୍ଧ ହୋଇ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହାପରେ ପୁଅକୁ ସୁଟକେସ୍ରେ ପୁରାଇ ଏକ ଟାକ୍ସି ଜରିଆରେ ବେଙ୍ଗାଲୁରୁ ଫେରୁଥିଲେ ସୂଚନା । ହୋଟେଲ କର୍ମଚାରୀଙ୍କ ଅଭିଯୋଗ ପରେ ସୂଚନାଙ୍କୁ ଗିରଫ କରିଥିଲା ପୋଲିସ । ହତ୍ୟାକାଣ୍ଡକୁ ନେଇ ସବୁ ପ୍ରମାଣ ଏକାଠି କରିବାରେ ଲାଗିଛି ପୋଲିସ ।

କାହିଁକି ୪ବର୍ଷ ପୁଅକୁ ହତ୍ୟା କଲେ ସୂଚନା?
ପୋଲିସ ହାତରେ ପ୍ରମାଣ!
– ଛୁରୀ, ଲାଲ ବ୍ୟାଗ୍, ତୌଲିଆ ଏବଂ ତକିଆ
– ସୂଚନାଙ୍କ କଲ ରେକର୍ଡ ଯାଂଚ କରୁଛି ପୋଲିସ
– କାହା ସହ କଥା ହୋଇଥିଲେ, ତଥ୍ୟ ସଂଗ୍ରହ କରୁଛି ପୋଲିସ
– ଟ୍ୟାକ୍ସି ଡ୍ରାଇଭରକୁ ବି କରାଯାଇଛି ତଦନ୍ତ ଭୁକ୍ତ

ମାଆ ଟିଏ ନିଜ କଅଁଳା ଶିଶୁକୁ ହତ୍ୟା କରିବା ଘଟଣା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଅନେକ । ବୁଦ୍ଧିଜୀବୀମାନେ କହୁଛନ୍ତି ଜଣେ ସୁସ୍ଥ ମସ୍ତିଷ୍କ ମାଆ ଟିଏ କେବେ ହେଲେ ନିଜ ପୁଅକୁ ହତ୍ୟା କରିବ ନାହଁ । ବୋଧ ହୁଏ ଛାଡପତ୍ରର ଚାପ ନେଇ ମାନସିକ ଚାପଗ୍ରସ୍ତ ଥିଲେ ସୂଚନା । ଜଣାପଡିଛି ସୂଚନାଙ୍କ ସ୍ୱାମୀ ଭେଙ୍କଟ ରମଣ ଏକ ବଡ କମ୍ପାନୀର ଉଚ୍ଚ ବେତନଧାରୀ କର୍ମଚାରୀ । ମାସିକ ୯ ଲକ୍ଷ ଟଙ୍କା ତାଙ୍କ ଦରମା । ଆଉ ସୂଚନା ଛାଡପତ୍ର ପରେ ଭରପୋଷଣ ପାଇଁ ସ୍ୱାମୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଦାବି କରୁଥିଲେ । ସେପଟେ ଭେଙ୍କଟ ପୁଅର କଷ୍ଟଡି ନିଜେ ନେବାକୁ ଚାହୁଁଥିଲେ । ଏହାରି ଭିତରେ ପୁଅକୁ କାହିଁକି ହତ୍ୟା କଲେ ସେ କଥା କିଛି ବି କହୁ ନାହାଁନ୍ତି ସୂଚନା ।

The post ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତି ସହ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ବିଶେଷ କରି ନୂଆ ଓ ଯୁବ ଭୋଟରଙ୍କୁ ଯୋଡ଼ିବା ପାଇଁ ଜାନୁୟାରୀ ୨୫ରୁ କରିବ ‘ନବ ମତଦାତା ସମ୍ମିଳନୀ’ । ସାରା ଦେଶରେ ୫ହଜାର ସମ୍ମିଳନୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ ୩ଶହ ସମ୍ମିଳନୀ କରିବାକୁ ଯାଉଛି ଦଳ ।

ନୂଆ ଓ ଯୁବ ଭୋଟରଙ୍କ ସହ ଯୋଡି ହେବାକୁ ବିଜେପି ଆରମ୍ଭ କରିବାକୁ ଯାଉଛି ବଡ ଅଭିଯାନ । ଯୁବ ଭୋଟରଙ୍କୁ ଯୋଡିବା ଲକ୍ଷ୍ୟରେ ଜାନୁଆରୀ ୨୫ରେ ହେବ ‘ନବ ମତାଦାତା ସମ୍ମିଳନୀ’ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିକୁ ମହିଳାଙ୍କ ସମର୍ଥନ ପରେ ଏବେ ଯୁବ ଭୋଟରଙ୍କୁ ଟାର୍ଗେଟ କରିଛି ଦଳ । ଆଉ ଦେଶରେ ଏଥିପାଇଁ ହେବ ୫ ହଜାର ସମ୍ମିଳନୀ । ନୂଆ ଭୋଟରଙ୍କୁ ବିଜେପି ସହ ଯୋଡିବା , କେନ୍ଦ୍ର ସରକାରଙ୍କ ସଫଳତାକୁ ପଂଚାଇବା ପାଇଁ ଦଳ ଏହି ‘ନବ ମତାଦାତା ସମ୍ମିଳନୀ’ କରିବାକୁ ବଡ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ।

ଦେଶରେ ୫ ହଜାର ସମ୍ମିଳନୀ ମଧ୍ୟରୁ କେବଳ ଓଡିଶାରେ ୩ ଶହ ସମ୍ମିଳନୀ କରିବ ବିଜେପି ।
-ଟାର୍ଗେଟରେ ରହିବେ ୧୮ରୁ ୨୫ ବର୍ଷର ଭୋଟର
– ପ୍ରତି ନିର୍ବାଚନମଣ୍ଡଳୀରେ ୨ଟି ସ୍ଥାନରେ ହେବ ‘ନବ ମତାଦାତା ସମ୍ମିଳନୀ’
-ମୋଦି ସମ୍ମିଳନୀକୁ କରିବେ ସମ୍ବୋଧନ
-ପ୍ରତି ସମ୍ମିଳନୀରେ ହଜାରେରୁ ଅଧିକ ଯୁବ ଭୋଟର ସାମିଲ ହେବେ

ରାଜ୍ୟରେ ସାଢେ ୭ ଲକ୍ଷ ଯୁବ ଭୋଟର ଅଛନ୍ତି । ତେଣୁ ସମ୍ମିଳନୀର ଏଜେଣ୍ଡା ବି ପ୍ରସ୍ତୁତ କରିଛି ବିଜେପି । ମୋଦିଙ୍କ ସମ୍ବୋଧନ ପରେ ରାଜ୍ୟର ଯୁବଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହେବ ।

-ଯୁବକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା
-ଓଡିଶା ଭଳି ରାଜ୍ୟରେ ଯୁବକଙ୍କ ପ୍ରତି ରାଜ୍ୟର ଆଭିମୁଖ୍ୟ
-କ୍ୟାମ୍ପସରେ ଦୀର୍ଘବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ନହେବା
-ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବ ଦଳ

ରାଜ୍ୟରେ ବିଜେଡି ସରକାର ମଧ୍ୟ ‘ନୂଆ-ଓ’ ଯୋଜନାରେ ଛାତ୍ରଙ୍କୁ ଆକୃଷ୍ଟ କରି ନୂଆ ଭୋଟରଙ୍କୁ ଟାର୍ଗେଟ କରିଛି । ଏଥିପାଇଁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏବେ ବିଜେପିର‘ନବ ମତାଦାତା ସମ୍ମିଳନୀ’ ଯୁବ ଭୋଟରଙ୍କୁ କେତେ ଆକୃଷ୍ଟ କରୁଛି ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

The post ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର first appeared on Kanak News.

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣାରେ ପୁଲିସକୁ ବଡ ସଫଳତା । ୧୧ ଦିନ ପରେ ହରିଆଣାର ଟୋହାନା କେନାଲରୁ ମିଳିଲା ମୃତଦେହ

କନକ ବ୍ୟୁରୋ : ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଲରୁ ମିଳିଛି । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ବର୍ତମାନ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ଅଭିଯୁକ୍ତ ବଲରାଜ ଗିଲ ଠାରୁ ଖବର ପାଇ ୧୧ ଦିନ ପରେ ଦିବ୍ୟାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

ପୋଲିସର ସୂଚନା ଅନୁସାରେ –
୧୧ ଦିନ ପରେ ମିଳିଲା ମୃତଦେହ
– ହତ୍ୟା ପରେ ଦିବ୍ୟାଙ୍କ ମୃତଦେହକୁ ପଂଜାବର ଏକ କେନାଲରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ
– ପରେ ମୃତଦେହଟି ଭାସି ଭାସି ଆସି ହରିୟାଣାର ଟୋହନା କେନାଲକୁ ଲାଗିଥିଲା
– ମୃତଦେହ ଖୋଜିବା ପାଇଁ ପଂଜାବରୁ ହରିୟାଣା ପର୍ଯ୍ୟନ୍ତ ଚାଲିଥିଲା ଖୋଜାଖୋଜି
– ଏଥିରେ ଏନ୍ଡିଆରଏଫର ୨୫ ଜଣିଆ ଟିମ୍ ହୋଇଥିଲେ ନିୟୋଜିତ
– ଗୁରୁଗ୍ରାମ ପୋଲିସ ଗତ ୪ ତାରିଖରୁ ଅଭିଯୁକ୍ତ ବଲରାଜ ଗିଲକୁ ଖୋଜୁଥିଲା
– ବଲରାଜ ଗିଲ ହେଉଛି ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ସହଯୋଗୀ
– ବଲରାଜ ଦିବ୍ୟାଙ୍କ ମୃତଦେହ ନାଳରେ ଫୋପାଡିଥିଲେ

ଗତ କିଛିଦିନ ତଳେ ପଶ୍ଚିମବଙ୍ଗ ଏୟାରପୋର୍ଟରୁ ବଲରାଜ ଗିଲଙ୍କୁ ଗିରଫ କରିଥିଲା ପୋଲିସ । ବଲରାଜକୁ ଧରିବା ପାଇଁ ଗୁରୁଗ୍ରାମ୍ ପୋଲିସର ୬ଟି ଟିମ୍ ନିୟୋଜିତ ହୋଇଥିଲେ । ସେମାନେ ଗତ ୪ ତାରିଖକୁ ବଲରାଜକୁ ଟ୍ରାକ୍ କରୁଥିଲେ । ଶେଷରେ ପଶ୍ଚିମବଙ୍ଗ ଏୟାରପୋର୍ଟରେ ବଲରାଜ ଥିବା ନେଇ ସୂଚନା ମିଳିଥିଲା । କୋଲକତା ପୋଲିସ ସହାୟତାରେ ବଲରାଜକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୁକ୍ତ ବଲରାଜ ଗିରଫ ହେବା ପରେ ଦିବ୍ୟାଙ୍କ ମୃତଦେହ ପଂଜାବ ପଟିଆଲା କେନାଲରେ ଫିଙ୍ଗି ଦେଇଥିବା ନେଇ କହିଥିଲା ।

ଗତ ଜାନୁଆରୀ ୨ ତାରିଖରେ ହୋଟେଲ ସିଟି ପଏଂଟ୍ରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା । ହୋଟେଲ ମାଲିକ ଅଭିଜିତ ଓ ତାଙ୍କ ଦୁଇ ସହଯୋଗୀଙ୍କ ଏଥିରେ ସମ୍ପୃକ୍ତି ରହିଥିଲା । ହତ୍ୟା ପରେ ଦିବ୍ୟାଙ୍କ ମୃତଦେହ ହୋଟେଲରୁ ନେଇ ପଟିଆଲା କେନାଲରେ ଫୋପାଡି ଦେଇଥିଲେ ଅଭିଜିତଙ୍କ ସହଯୋଗୀ । ଏଥିର ଅଭିଜିତଙ୍କ ବିଏମଡବ୍ଲୁ କାର ବ୍ୟବହାର କରାଯାଇଥିଲା ।

ମଡେଲ ଦିବ୍ୟା ପାହୁଜା ଥିଲେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗୋଲଡିଙ୍କ ପ୍ରେମିକା । ୨୦୧୬ ମସିହାରେ ଗ୍ୟାଙ୍ଗଷ୍ଟାରକୁ ଗୁରୁଗ୍ରାମ ପୋଲିସ ମୁମ୍ବାଇରେ ଏନ୍କାଉଁଟର କରି କରିଥିଲା ହତ୍ୟା । ଏହାପରେ ଦିବ୍ୟାଙ୍କୁ ଗିରଫ କରି ମୁମ୍ବାଇ ପୋଲିସ ଜିମା ଦିଆଯାଇଥିଲା । ୬ ବର୍ଷ ମୁମ୍ବାଇ ଜେଲରେ ରହିବା ପରେ ଖଲାସ ହୋଇଥିଲେ ଦିବ୍ୟା । ଏହାପରେ ଦିଲ୍ଲୀ ଆସି ସେ ପୁଣିଥରେ ଆରମ୍ଭ କରିଥିଲେ ମଡେଲିଂ । ଗତ ୬ ମାସ ତଳେ ସେ ହୋଟେଲ ସିଟି ପଏଂଟ ମାଲିକ ଅଭିଜିତ ସମ୍ପର୍କରେ ଆସିଥିଲେ । ତିନି ମାସ ହେବ ଲିଭ୍ ଇନ୍ ସମ୍ପର୍କରେ ରହୁଥିଲେ । ହେଲେ ବାରମ୍ବାର ବ୍ଲାକମେଲ କରୁଥିବାରୁ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ ଅଭିଜିତ ।

The post ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣାରେ ପୁଲିସକୁ ବଡ ସଫଳତା । ୧୧ ଦିନ ପରେ ହରିଆଣାର ଟୋହାନା କେନାଲରୁ ମିଳିଲା ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ଚାଲିଛି ସୀମା ବିବାଦ । ଏହା ଭିତରେ ପୁଣି ଥରେ ଭାରତ ବଡ଼ ବୟାନ ଜାରି କରିଛି । ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଚୀନ ପ୍ରତି ଭାରତର ଆଭିମୁଖ୍ୟ କଣ ସେକଥା ପୁଣି ସ୍ପଷ୍ଟ କରିଛନ୍ତି । ବୈଦେଶିକମନ୍ତ୍ରୀ କହିଛନ୍ତି ସୀମା ବିବାଦ ପାଇଁ ଚୀନ ଦାୟୀ । ଭାରତର ସୀମାରେ ଚୀନ ସେନାକୁ ଅନୁପ୍ରବେଶ ବିବାଦର ମୁଖ୍ୟ କାରଣ । ଯେଉଁ ପର୍ଯଁନ୍ତ ସୀମା ବିବାଦର ସମାଧାନ ହୋଇନି ବା ସୀମାରେ ସ୍ଥିରତା ଆସିନି ସେପର୍ଯନ୍ତ ଦୁଇ ଦେଶର ସର୍ମ୍ପକରେ ସୁଧାର ଆସିବା ସମ୍ଭବ ନୁହେଁ । ଚୀନର ଦୋମୁହାଁ ନୀତିକୁ ଭାରତ ଆଦୌଗ୍ରହଣ କରିବନି । । ସୀମା ବିବାଦ ଭିତରେ ଚୀନ ସହ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଭାରତ ଆଗ୍ରହୀ ନୁହେଁ ।

The post ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ first appeared on Kanak News.

from Kanak News
via <a href="https://ifttt.com/?

ଖୋଲୁଛି ଅଭଦ୍ର ଜ୍ୟୋତିଷର ପାପ ପେଡ଼ି: ଲବଙ୍ଗ ଦେଇ ଲୁଟିଛି ଭଦ୍ରକରୁ ଭୁବନେଶ୍ୱର

କନକ ବ୍ୟୁରୋ: ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଛି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର ଭାବେ ବ୍ୟବହାର କରି ବିଭିନ୍ନ ଭିଡିଓ ପୋଷ୍ଟ କରୁଥିଲା । ମହିଳା ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆରେ ମିଠା ମିଠା କଥା କହି ଲୋକଙ୍କୁ ଲୁଟ କରି ଚାଲିଥିବା ଏହି କୁହା ମୁଣ୍ଡା କପିଳା ଏବେ ଜେଲରେ । ଏହି ଠକ ଏତେ ମାରାତ୍ମକ ଯେ, ଯାହାକୁ ଥରେ ଟାର୍ଗେଟ କରେ ତାକୁ ତଳିତଳାନ୍ତ ନକଲା ଯାଏଁ ଶାନ୍ତିରେ ରହି ପାରେନି । ପାରିବାରିକ ସମସ୍ୟା, ବିବାହ ଓ ପ୍ରେମରେ ବିଚ୍ଛେଦ, ମାନସିକ ଅବସାଦ, ପାଠ ପଢାରେ ଦୁର୍ବଳ, ଗ୍ରହ ଶାନ୍ତି, ବାସ୍ତୁ ଦୋଷ ସବୁ କିଛିର ସମାଧାନ ବାଟ ବତାଏ ଏହି ଧୃତ ଠକ । ସବୁ ପ୍ରକାରର ବିଦ୍ୟାରେ ପାରଦର୍ଶୀତା ଲାଭ କଲା ଭଳି ଲମ୍ବା ଲମ୍ବା ଭାଷଣ ବାଜି କରିବା ସହ ବଡ ବଡ ସମସ୍ୟା ଗୁଡିକୁ ଲବଙ୍ଗ ସାହାଯ୍ୟରେ ସମାଧାନ କରୁଥିଲା ।

କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଏହିଭଳି ଶତାଧିକ ଭିଡିଓ ତିଆରି କରି ମହିଳା ଓ କଲେଜ ଛାତ୍ରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଲୋକ ଲଜ୍ଜା ଭୟରେ ମହିଳା ଓ ଯୁବତୀମାନେ ଥାନାକୁ ଆସୁନଥିବା ଜଣାପଡ଼ିଛି । । ପୁଲିସ କହିଛି ଏହି ଠକ ଜ୍ୟୋତିଷ ଠାରୁ ଠକେଇ ହୋଇଥିବା ବ୍ୟକ୍ତି ନିକଟସ୍ଥ ଥାନାରେ ନିଜର ଅଭିଯୋଗ କରି ପାରିବେ । ସେମାନଙ୍କ ପରିଚୟ ଗୋପାନ ରଖାଯିବ । ଏହାସହିତ ଠକ ଜ୍ୟୋତିଷକୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରୁଛି କମିସନରେଟ ପୁଲିସ ।

ଜଣେ ମହିଳାଙ୍କୁ ଲବଙ୍ଗ ଦେଇ ଦୁଷ୍କର୍ମ ଉଦ୍ୟମ କରିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଆସିବା ପରେ, ଏହି ଠକ ଜ୍ୟୋତିଷର କଳା କାରନାମା ସାମ୍ନାକୁ ଆସିଥିଲା । ପ୍ରଶ୍ନ ଉଠୁଛି –
ଏହି ଲମ୍ପଟ ଜ୍ୟୋତିଷ କେବେଠାରୁ ଏପରି ଠକେଇ କରି ଆସୁଛି?
କେତେ ମହିଳା ଓ ଯୁବତୀଙ୍କ ସହ ଅସଦାଚରଣ କରିଛି?
କେବଳ ଭ୍ଦ୍ରକ, ଭୁବନେଶ୍ୱର ନା’ ଅନ୍ୟ କୌଣସି ସହରରେ ଏପରି ଠକେଇ କରିଛି?
ଏଭଳି ଅନେକ ପ୍ରଶ୍ନର ଉତର ଖୋଜୁଛି ପୁଲିସ ।

The post ଖୋଲୁଛି ଅଭଦ୍ର ଜ୍ୟୋତିଷର ପାପ ପେଡ଼ି: ଲବଙ୍ଗ ଦେଇ ଲୁଟିଛି ଭଦ୍ରକରୁ ଭୁବନେଶ୍ୱର first appeared on Kanak News.

from Kanak News
via <a href="https://ifttt.com/?

ତେଜୁଛି କଂଗ୍ରେସ-ଟିଏମସି ବିବାଦ । ମମତାଙ୍କୁ ଅହଂକାରୀ, ବିଶ୍ୱଘାତକ କହିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ

କନକ ବ୍ୟୁରୋ : କଥା କଟାକଟି, ବୟାନବାଜୀ, ଆରୋପପ୍ରତ୍ୟାରୋପ । ଏହା ଭିତରେ ଏବେ ତେଜିଛି ଟିଏମସି ଓ କଂଗ୍ରେସ ବିବାଦ । ଆସନ ଭାଗବଂଟାକୁ ନେଇ ଗୋଟେ ପଟେ ଦିଲ୍ଲୀରେ ଇଣ୍ଡିଆ ମେଂଟର ବୈଠକ ବସିଥିବାବେଳେ ଅନ୍ୟପଟେ ଟିଏମସି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିରରଂଜନ ଚୌଧୁରୀ । ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଆକ୍ଷେପ କରି ଅଧୀର ରଂଜନ ଚୌଧୁରୀ ବିବାଦୀୟ ଟିପ୍ପଣୀ କରିଛନ୍ତି । ଅଧୀର କହିଛନ୍ତି,ମମତା ଜଣେ ଅହଂକାରୀ ଓ ବିଶ୍ୱାସଘାତକ । ଯେଉଁମାନଙ୍କ ସହଯୋଗ ଓ ସମର୍ଥନରେ ସେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ସହ ବିଶ୍ୱାସଘାତକତା କରିବାକୁ ପଛେଇ ନାହାଁନ୍ତି । ଟିଏମସି ମୁଖ୍ୟ ହେବାପରେ ବିଗତ ଦିନର କଥା ଭୁଲି ଅଂହକାରୀ ପାଲଟିଛନ୍ତି ମମତା । ରାଜୀବ ଓ ସୋନିଆ ଗାନ୍ଧୀଙ୍କ ଦୟାରେ ସେ ରାଜନେତ୍ରୀ ହୋଇପାରିଥିଲେ । ମମତା ପୁରୁଣା ଦିନର କଥାକୁ ଭୁଲିଯାଇଛନ୍ତି । ଅଧୀର ରଂଜନଙ୍କ ଆକ୍ରୋଶ କେବଳ ଏଠି ଅଟକିନଥିଲା । ସେ ଆହୁରି ମଧ୍ୟ କହିଛନ୍ତି …ମମତାଙ୍କଠୁ ସୋନିଆ ଭିକରେ ଆସନ ମାଗୁନାହାଁନ୍ତି । ଦିନେ ନା ଦିନେ ଦିଦିଙ୍କ ଅହଂକାର ଭାଙ୍ଗି ଚୁରମାର ହେବ । ବିଜେପି ପ୍ରତି ମମତାଙ୍କ ଦରଦ ରହିଛି ଓ ମୋଦୀଙ୍କ ସହ ବିଶ୍ୱାସଘାତକତା କରିବାକୁ ଚାହୁଁନାହାଁନ୍ତି ତେଣୁ ଆସନ ଭାଗବଂଟା କରିବାକୁ ଇଚ୍ଛୁକ ନୁହଁନ୍ତି ବୋଲି ଅଧୀର ରଂଜନ କହିଛନ୍ତି ।

ଆସନଭାଗବଂଟାକୁ ନେଇ କଂଗ୍ରେସ ଓ ଅନ୍ୟ ଦଳଗୁଡିକଙ୍କ ଭିତରେ ତାଳମେଳ ଠିକ ନାହିଁ । ସେପଟେ ପ୍ରଥମ ଦିନରୁ ମମତା ନିଜ ଜିଦରେ ଅଟଳ ରହିବା ଯୋଗୁଁ କଂଗ୍ରେସ ଓ ଟିଏମସି ମଧ୍ୟରେ ମନାନ୍ତର ଦେଖାଦେଇଛି । କହିବାକୁ ଗଲେ ଇଣ୍ଡିଆ ମେଂଟରେ ମମତାଙ୍କ ପାଇଁ ଫାଟ ହେଉଥିବା ଅଭିଯୋଗ କରିଆସୁଛି କଂଗ୍ରେସ । ଏହା ଭିତରେ ଅଧିରରଂଜନ ବାରମ୍ବାର ମମତାଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ଏପରିକି ମମତା ଓ ମୋଦୀଙ୍କ ଭିତରେ ସିକ୍ରେଟ ଡିଲ ହୋଇଥିବା ଅଭିଯୋଗ କରୁଛି କଂଗ୍ରେସ ।

ଆଗକୁ ଲୋକସଭା ନିର୍ବାଚନ । ବିଜେପିକୁ ମାତ ଦେବାକୁ ଯଦିଓ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଂଟ ଗଠନ କରିଛନ୍ତି କିନ୍ତୁ ମେଂଟ ଭିତରର କନ୍ଦଳ ବାରମ୍ବାର ପଦାରେ ପଡୁଛି । ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଏଭଳି ବୟାନବାଜୀ, ମତାନ୍ତର ସହ କିଭଳି ବିଜେପି ସହ ମେଂଟ ଲଢ଼ିବ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି । ସେପଟେ ଯେଉଁଭଳି ଶଦ୍ଧ ପ୍ରୟୋଗ କରି, ବିବାଦୀୟ ଆଚରଣ ସହ ମମତା ବାର୍ନାଜୀଙ୍କୁ ଅଧୀର ରଂଜନ ଟାର୍ଗେଟ କରିଛନ୍ତି ତାହା ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ଥିବା ଫାଟକୁ ବଢ଼ାଇବ ନିଶ୍ଚୟ ।

The post ତେଜୁଛି କଂଗ୍ରେସ-ଟିଏମସି ବିବାଦ । ମମତାଙ୍କୁ ଅହଂକାରୀ, ବିଶ୍ୱଘାତକ କହିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started