ୟୁକ୍ରେନ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା କିଣିବ : ଯୁଦ୍ଧ ଆହୁରି ଘମାଘୋଟ ହେବ । ବ୍ରିଟେନ ୩.୨ ବିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି

ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ପୁରି ଯିବାକୁ ବସିଲାଣି । ଅର୍ଥ ଅଭାବରୁ ୟୁକ୍ରେନ ବହୁ ଅସୁବିଧାରେ ଅଛି । ଗୁଳିଗୋଳାର ଅଭାବ ତାକୁ ଯୁଦ୍ଧକ୍ଷେତ୍ରରେ ଏକପ୍ରକାର ଆଗକୁ ବଢିବାକୁ ଦେଉନାହିଁ ।  ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଆଭ୍ୟନ୍ତରୀଣ ରାଜନୈତିକ କନ୍ଦଳ ହେତୁ ୟୁକ୍ରେନ ଆବଶ୍ୟକ ସହାୟତା ପାଇପାରୁ ନାହିଁ । ୟୁକ୍ରେନର ଏପରି ଦୁର୍ଦ୍ଦଶା ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କଳିଭ ଗସ୍ତ କରି ୟୁକ୍ରେନକୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ଏହି ସହାୟତା ପ୍ୟାକେଜରେ କ’ଣ ଅଛି  ?

ବର୍ତ୍ତମାନ ପୃଥିବୀରେ ଦୁଇଟି ବଡ଼ ଯୁଦ୍ଧ ଚାଲିଛି । ଗୋଟିଏ ହେଲା ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏବଂ ଅନ୍ୟଟି ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ହେବାକୁ ବସିଲାଣି । ଥମିବାର କୌଣସି ଲକ୍ଷଣ ଜଣାପଡୁନାହିଁ । ସମ୍ପ୍ରତି ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ ୟୁକ୍ରେନ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ରର ଅଭାବର ସମ୍ମୁଖୀନ ହେଉଛି । ଏହି ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ୟୁକ୍ରେନର ଚିନ୍ତାକୁ କିଛି ମାତ୍ରାରେ ହ୍ରାସ କରିବାକୁ ଯାଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ କହିଛନ୍ତି ଯେ ବ୍ରିଟେନ ସରକାର ୟୁକ୍ରେନକୁ ସହାୟତା ଯୋଗାଇବାରେ ପଛଘୁଞ୍ଚା ଦେବେ ନାହିଁ । ପାଣ୍ଠି ସମ୍ପର୍କରେ ସୁନାକ ଏକ ନୂତନ ଘୋଷଣା ମଧ୍ୟ କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବର୍ତ୍ତମାନ କଳିଭ ଗସ୍ତରେ ଅଛନ୍ତି ।

ବ୍ରିଟେନର ସହାୟତା ପ୍ଯାକେଜରେ କଣ କଣ ଅଛି ?

ଏକ ସମୟରେ ଯେତେବେଳେ ଆମେରିକା ଏବଂ ୟୁରୋପର ୟୁକ୍ରେନକୁ ଦେବକୁ ଥିବା ଅଧିକାଂଶ ସହାୟତା ରାଜନୈତିକ ତିକ୍ତତା କାରଣରୁ ଅଟକି ରହିଛି ସେହି ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି ଯେ ତାଙ୍କ ଦେଶ ଏହି ଯୁଗରେ ସର୍ବ ବୃହତ ପ୍ରତିରକ୍ଷା ସହାୟତା ପ୍ୟାକେଜ୍ ଦେବ । ସୂଚନା ଅନୁସାରେ ଚୁକ୍ତିନାମା ଅନୁଯାୟୀ ବ୍ରିଟେନ, ୟୁକ୍ରେନକୁ ୨.୫ ବିଲିୟନ ପାଉଣ୍ଡ କିମ୍ବା ୩.୨ ବିଲିୟନ ଡଲାରର ସହାୟତା ପ୍ଯାକେଜ ଦେବକୁ ଯାଉଛି । ଏହି ସାହାଯ୍ୟରେ ଅନେକ ଜିନିଷ ଅନ୍ତର୍ଭୁକ୍ତ । ଯେଉଁଥିରେ, ସାମରିକ ତାଲିମ ବ୍ୟତୀତ ବ୍ରିଟିଶ ସରକାର ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର, ଅଧିକ ଗୁଳିଗୋଳା ଏବଂ ଆର୍ଟିଲିରି ଯୋଗାଇ ଦେବେ ।

ଯଦି ପୁଟିନ ଜିତନ୍ତି ତେବେ…

ଶୁକ୍ରବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ସମୟ ମଧ୍ୟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଦୁଇ ଦେଶ ମଧ୍ୟରେ ଏକ ସୁରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି ଯାହାକି ଶହେ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଧରି ଚାଲିବ । ସୁନକ କହିଛନ୍ତି ଯେ ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାରେ ପଛଘୁଞ୍ଚା ଦେଇ ପାରିବେ ନାହିଁ କାରଣ ଯଦି ପୁଟିନ ୟୁକ୍ରେନରେ ଜିତନ୍ତି ତେବେ ସେ ସେଠାରେ ଅଟକି ରହିବେ ନାହିଁ ।

 

 

The post ୟୁକ୍ରେନ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା କିଣିବ : ଯୁଦ୍ଧ ଆହୁରି ଘମାଘୋଟ ହେବ । ବ୍ରିଟେନ ୩.୨ ବିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି first appeared on Kanak News.

from Kanak News
via <a href="https://ifttt.com/?

ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିଲେ କର୍ପୋରେଟର । ଗିରଫଦାରୀ ପରେ ବିଜେପିର ଜୋରଦାର ପ୍ରତିବାଦ ।

କନକ ବ୍ୟୁରୋ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଗୋଡାଇ ଗୋଡାଇ ମାଡ ମାରିବା ଘଟଣାରେ ଗିରଫ ହୋଇଛନ୍ତି ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ । କର୍ପୋଟେରଙ୍କ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି । ବିନା କାରଣରେ ରାସ୍ତାରୁ ଉଠାଇ ନେଇ ପୋଲିସ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛି ବିଜେପି ।

ଏହାର ପ୍ରତିବାଦରେ ଭୁବନେଶ୍ୱର ସତସଙ୍ଗ ବିହାରଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ବିଏମସି ୨୯ ନମ୍ବର ୱାର୍ଡର କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେ ବ୍ୟବହାର କରୁଥିବା ଦାମୀ ଗାଡିକୁ ମଧ୍ୟ ଜବତ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରାତି ପାଖାପାଖି ଗୋଟାଏ ବେଳେ କିଛି ଯୁବକ ହାଇଟେକ୍ ଛକ ନିକଟ ଜାତୀୟ ରାଜପଥରେ ଚାଲିଥିବା ମରାମତି କାମ କରାଇ ଦେଉନାହାନ୍ତି ବୋଲି ମଞ୍ଚେଶ୍ୱର ଥାନାକୁ ଫୋନ୍ ଆସିଥିଲା । ଏହା ପରେ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଥିଲା । ସେଠାରେ କର୍ପୋରେଟର ଓ କିଛି ସମର୍ଥକ ପାଟିତୁଣ୍ଡ କରୁଥିବା ଦେଖି ପୋଲିସ କର୍ମୀ ବୁଝାସୁଝା କରିଥିଲେ । ଏହା ପରେ ଏଏସଆଇ ଅଞ୍ଜନା ବରାଳ ସେଠାରେ ପହଞ୍ଚିିଥିଲେ ।ଏହି ସମୟରେ କର୍ପୋରେଟର ଏଏସଆଇଙ୍କର ଭିଡିଓ କରୁଥିଲେ । ତା ସହ ଭିଡିଓ କଲ୍ରେ ଅନ୍ୟ ଜଣଙ୍କୁ ଦେଖାଉଥିଲେ । ଏଏସ୍ଆଇ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

The post ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିଲେ କର୍ପୋରେଟର । ଗିରଫଦାରୀ ପରେ ବିଜେପିର ଜୋରଦାର ପ୍ରତିବାଦ । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି କାଉ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ଗାଁର ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି ୫୦ରୁ ଅଧିକ କାଉ । ପକ୍ଷୀ ମଡ଼କ ଦେଖି ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରିଛନ୍ତି ଗାଁଲୋକ । ଏହି ସମୟରେ ଭିତରକନିକାରେ ବିଦେଶାଗତ ପକ୍ଷୀ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ଜମାଇଥିବାରୁ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି କହିଛନ୍ତି ଗାଁଲୋକ । ତେଣୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଭେଟନାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ମୃତ କାଉ ଗୁଡ଼ିକ ଉଦ୍ଧାର କରି, କାଉ ମରିପଡ଼ିଥିବା ସ୍ଥାନରେ ବ୍ଲିଚିଙ୍ଗ ପକାଇ ସାନିଟାଇଜ କରାଯାଉଛି ।

The post କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି କାଉ । first appeared on Kanak News.

from Kanak News
via <a href="https://ifttt.com/?

ସଂସ୍କାର ପାଇଁ ଯାଉଥିଲା ଶବ । ହେଲେ ବାଟରେ ଖାଲରେ ପଡିଗଲା ଆମ୍ବୁଲାନ୍ସ, ଜିଇଁ ଉଠିଲେ ବ୍ୟକ୍ତି । ଏବେ ହସ୍ପିଟାଲରେ ଚିକିତ୍ସିତ ।

କନକ ବ୍ୟୁରୋ: ଆମ୍ବୁଲାନ୍‌ସ୍‌ ଚକ ରାସ୍ତାରେ ଥିବା ଖାଲରେ ପଡ଼ିଯିବାରୁ ସେଥିରେ ନିଆଯାଉଥିବା ଜଣେ ୮୦ ବର୍ଷିୟ ମୃତ ବ୍ୟକ୍ତି ବଞ୍ଚିଉଠିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ଘଟିଛି ପଞ୍ଜାବ ପଟିଆଲାରେ ।

ସୂଚନା ମୁତାବକ, ଡାକ୍ତରମାନେ ମୃତ ଘୋଷଣା କରିବା ପରେ ଦର୍ଶନ ସିଂହ ବ୍ରାର୍‌ଙ୍କ ଶବ ପଞ୍ଜାବର ପଟିୟାଲାରୁ ହରିୟାଣାର କର୍‌ନଲ୍‌ ନିକଟରେ ଥିବା ତାଙ୍କ ଘରକୁ ନିଆଯାଉଥିଲା। ସେଠାରେ ଏକତ୍ର ହୋଇଥିଲେ ଶୋକସନ୍ତପ୍ତ ଆତ୍ମୀୟସ୍ବଜନ। ଖାଦ୍ୟ ପରଷା ଯାଇଥିଲା। ଜୁଇ ପାଇଁ କାଠ ସଂଗ୍ରହ ସରିଥିଲା। ଏତିକି ବେଳେ ଶବ ଆସୁଥିବା ଆମ୍ବୁଲାନ୍‌ସ୍‌ ଚକ ରାସ୍ତାରେ ଥିବା ଖାଲରେ ପଡ଼ିଗଲା। ଦର୍ଶନଙ୍କ ଶବ ସହିତ ଆମ୍ବୁଲାନ୍‌ସ୍‌ରେ ଆସୁଥିବା ତାଙ୍କ ନାତି ଦେଖିଲା ଯେ, ଜେଜେ ହାତ ହଲାଉଛନ୍ତି। ଛାତିରେ ହାତ ମାରି ଜାଣିପାରିଲା ତାଙ୍କ ହୃଦ୍‌ସ୍ପନ୍ଦନ ହେଉଛି। ତା’ପରେ ସେ ପାଖରେ ଥିବା କୌଣସି ଡାକ୍ତରଖାନାକୁ ଆମ୍ବୁଲାନ୍‌ସ୍‌ ନେଇଯିବା ପାଇଁ ଡ୍ରାଇଭର୍‌ଙ୍କୁ କହିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଜୀବିତ ଘୋଷଣା କଲେ।

ହୃଦରୋଗରେ ପୀଡ଼ିତ ୮୦ ବର୍ଷିୟ ଦର୍ଶନ ସିଂହ ବ୍ରାର୍‌ ସମ୍ପ୍ରତି କରନାଲରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଏହି ଅଘଟଣକୁ ତାଙ୍କ ପରିବାର ଲୋକେ ଚମତ୍କାରୀ ବୋଲି କହିବା ସହିତ ଦର୍ଶନଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

The post ସଂସ୍କାର ପାଇଁ ଯାଉଥିଲା ଶବ । ହେଲେ ବାଟରେ ଖାଲରେ ପଡିଗଲା ଆମ୍ବୁଲାନ୍ସ, ଜିଇଁ ଉଠିଲେ ବ୍ୟକ୍ତି । ଏବେ ହସ୍ପିଟାଲରେ ଚିକିତ୍ସିତ । first appeared on Kanak News.

from Kanak News
via <a href="https://ifttt.com/?

ଗ୍ୟାସ ଲିକ୍ ହୋଇ ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡା । ଅଳ୍ପକେ ବର୍ତ୍ତିିଗଲେ ଛାତ୍ରଛାତ୍ରୀ ଓ ରୋଷେୟା । ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା । ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ତେବେ ପିଲାମାନଙ୍କୁ ତୁରନ୍ତ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁରେ ସ୍କୁଲ ରୋଷେଇ ଘରର ଜିନିଷ ଜଳିଯାଇଛି ।

The post ଗ୍ୟାସ ଲିକ୍ ହୋଇ ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା । first appeared on Kanak News.

from Kanak News
via <a href="https://ifttt.com/?

ଭଗବାନଙ୍କୁ ବି ଛାଡ଼ୁ ନାହାଁନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।

କନକ ବ୍ୟୁରୋ: ବାଲେଶ୍ୱରରେ ସରିଜ୍ ଲୁଟ୍ । ଦୁଇଟି ମନ୍ଦିରରୁ ଲୁଟ୍ କଲେ ଲୁଟେରା । ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳେ ଏହି ଖବର ଜଣାପଡ଼ିବା ପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଠାକୁରଙ୍କ ସମସ୍ତ ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଛି ।

The post ଭଗବାନଙ୍କୁ ବି ଛାଡ଼ୁ ନାହାଁନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ । ଗୌହାଟ୍ଟି ବଦଳରେ ଢାକାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ।

କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ । ଫଳରେ ଅନ୍ୟ ଏକ ବିମାନବନ୍ଦରକୁ ଗଲା ଓ ସେଠାରେ ଜରୁରୀ ଅବତରଣ କଲା । ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ । ଇଣ୍ଡିଗୋର ଏହି ବିମାନଟି ମୁମ୍ବାଇରୁ ଗୌହାଟ୍ଟି ଯାଉଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ଗୌହାଟ୍ଟିରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ଏହାର ରାସ୍ତା ବଦଳାଇବାକୁ ପଡ଼ିଥିଲା । ବାଧ୍ୟ ହୋଇ ପାଇଲଟ ଏହାକୁ ଢାକା ଅଭିମୁଖେ ନେଇଥିଲେ ଓ ସେଠାରେ ଅବତରଣ କରାଇଥିଲେ । ଏନେଇ ମୁମ୍ବାଇ ଯୁବ କଂଗ୍ରେସ ନେତା ସୂରଜ ସିଂ ଠାକୁର ନିଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

The post କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ । ଗୌହାଟ୍ଟି ବଦଳରେ ଢାକାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । first appeared on Kanak News.

from Kanak News
via <a href="https://ifttt.com/?

ପୋଖରୀରେ ଭାସୁଛି ମୃତଦେହ । କାଲୁ ଦୀପଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ । ବଲାଙ୍ଗୀର ପୁଇଁତଳା ଛତାପାଲି ଗାଁର ଘଟଣା ।

କନକ ବ୍ୟୁରୋ: ପୋଖରୀରେ ଭାସୁଛି ମୃତଦେହ । ବଲାଙ୍ଗୀର ପୁଇଁତଳା ଥାନା ଛତାପାଲି ଗାଁରେ ଏକ ପାଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କୁ ହତ୍ୟା କରାଯାଇଛି ଓ ଏହାପରେ ମୃତଦେହକୁ ପାଣିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ କାଲୁ ଦୀପ । ତାଙ୍କୁ ଗତ ୧୧ ତରିଖରେ ସ୍ଥାନୀୟ ଲୋକ ପୋଖରୀ ନିକଟରେ ଦେଖିଥିଲେ । ହେଲେ ଏହାପରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଉ ଏବେ ପୋଖରୀରେ ତାଙ୍କୁ ମୃତଦେହ ଭାସୁଥିବାର ମିଳିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

The post ପୋଖରୀରେ ଭାସୁଛି ମୃତଦେହ । କାଲୁ ଦୀପଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ । ବଲାଙ୍ଗୀର ପୁଇଁତଳା ଛତାପାଲି ଗାଁର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳମନ୍ତ୍ରୀ ବେତନଟୀରେ ସବ୍ ୱେ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

କନକ ବ୍ୟୁରୋ: ବାଲେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ । ନୀଳଗିରି ଗୋପୀନାଥପୁର ଠାରେ ନୂଆ ରେଲୱେ ଷ୍ଟେସନର ଶୁଭାରମ୍ଭ କରିବେ । ଏହା ସହ ବେତନଟୀରେ ସବ୍ ୱେ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ ।

ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଂଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍ । ଆଜି ନୀଳଗିରି ଗୋପୀନାଥପୁରଠାରେ ନୂଆ ରେଳ ଷ୍ଟେସନ୍ର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ । ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆ ପାସେଞ୍ଜର ଟ୍ରେନ୍କୁ ଫୁଲରେ ସଜା ଯାଇଛି । କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ରହିବେ । ତିନିଟି ମେମୁ ଟ୍ରେନ୍ ପ୍ରତିଦିନ ଏହି ଲାଇନ୍ ଚାଲିବ । ସେହିପରି ବେତନଟୀରେ ନୂଆର ପିଆରଏସ୍ କାଉଂଟର ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଲାଭଦାୟକ ହେବ । ବେତନଟୀ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତା ବ୍ୟବସ୍ଥା ପାଇଁ ଏକ ସବ୍-ୱେ ନିର୍ମାଣ କରାଯିବ । ଏହି ଷ୍ଟେସନ୍କୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଲୋକେ ରେଳ ଟ୍ରାକ୍ ଅତିକ୍ରମ ନକରି ସବ୍ ୱେ ଦେଇ ଯାତାୟତ କରିପାରିବେ । ଏସବୁ କାର୍ଯ୍ୟକ୍ରମ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରେଳମନ୍ତ୍ରୀ । ଏହା ପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

The post କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳମନ୍ତ୍ରୀ ବେତନଟୀରେ ସବ୍ ୱେ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁର ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ । ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍ ।

କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାଯ୍ୟର ସମୀକ୍ଷା କରିଛନ୍ତି ।

ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦ୍ଘାଟନ କରାଯିବ । ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଉଦ୍ଘାଟନ ପାଇଁ ଯେଉଁ ସମୟ ଧାଯ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

The post ସମ୍ବଲପୁର ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ । ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started