ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନକୌଣଳରେ ନିର୍ମିତ ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁକ୍ରବାର ସକାଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ୱିପନ୍ ସିଷ୍ଟମ ଜରିଆରେ ଟାର୍ଗେଟକୁ ସଫଳତାର ସହ ଧ୍ୱଂସ କରିଛି ଏହି ମିଶାଇଲ । ଏହି ପରୀକ୍ଷଣରେ ମିଶାଇଲ ସିଷ୍ଟମର ଆରଏଫ ସିକର, କମ୍ୟୁନିକେସନ ସିଷ୍ଟମ ସହ ଅନ୍ୟ ଦିଗ ଗୁଡିକ ଉପରେ ପରୀକ୍ଷା କରାଯାଇଛି । ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଶୁଭେଛା ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

The post ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ first appeared on Kanak News.

from Kanak News
via <a href="https://ifttt.com/?

ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ ଆଡ୍ଡା

କନକ ବ୍ୟୁରୋ : ଲୋହିତ ସାଗରରେ ହଲଚଲ । ଡ୍ରୋନ, ମିସାଇଲ, ବୋମା ମାଡ଼ରେ କମ୍ପୁଛି ସାଗର । ଥରହର ହୁତୀ ସଂଗଠନ । ଚେତାବନୀ ପରେ ହୁତୀ ବିଦ୍ରୋହୀ ସଂଗଠନ ଉପରେ ଜୋରଦାର ଆକ୍ରମଣ କରୁଛି ଆମେରିକା-ବ୍ରିଟେନ ମିଳିତ ଟିମ । କିଭଳି ଏୟାରବେସରୁ ଗୋଟେ ପରେ ଗୋଟେ ଯୁଦ୍ଧ ବିମାନ ଲୋହିତ ସାଗର ମୁହାଁ ହେଉଛନ୍ତି । ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଭର୍ତି ବିମାନ ଲୋହିତସାଗରେ ଉପରେ ପଇଁତରା ମାରିବା ସହ ଯେଉଁଠି ହୁତୀ ଆଡ୍ଡା ଦେଖୁଛନ୍ତି ସେଠି ଜୋରଦାର ଆକ୍ରମଣ କରୁଛନ୍ତି । ନିକଟରେ ହ୍ୱାଇଟ ହାଉସ ଓ ବିଭିନ୍ନ ଦେଶ ପକ୍ଷରୁ ହୁତୀ ବିଦ୍ରୋହୀ ସଂଗଠନକୁ ଚେତାବନୀ ଦିଆଯାଇଥିଲା । ଏହାକୁ ଖାତିର ନକରି ଲୋହିତ ସାଗରରେ ଆକ୍ରମଣ ଜାରି ରଖିଛି । ହୁତୀ ଲୋହିତ ସାଗରରେ ବାରମ୍ବାର ଆକ୍ରମଣ ଓ ଅପହରଣ କରିବା ପରେ ଉଭୟ ୟୁଏସ-ୟୁକେ ସାମରିକ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ଆମେରିକା କହିଛି ଦକ୍ଷିଣ ଲୋହିତ ସାଗର ଓ ଗଲଫ ଅଫ ଆଡେନରେ ହୁତୀ ଆତଙ୍କୀଙ୍କ ଆକ୍ରମଣ ଚିନ୍ତାଜନକ । ମୁକ୍ତ ବାଣିଜ୍ୟ ପ୍ରତି ବିପଦ । ଏହା ଅର୍ନ୍ତଜାତୀୟ ନିୟମର ଉଲ୍ଲଂଘନ । ବିଭିନ୍ନ ରାଷ୍ଟ୍ରଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ ଆମେରିକା ଓ ବିଟ୍ରେନ ସେନାପକ୍ଷରୁ ତୋମାହକ ମିସାଇଲ ଓ ଫାଇଟର ଜେଟ ଦ୍ୱାରା ଆକ୍ରମଣ କରାଯାଇଛି । ଆକ୍ରମଣ ସମୟରେ ହୁତୀ ବିଦ୍ରୋହୀ ଲଜିଷ୍ଟିକ ହବ, ଏୟାର ଡିଫେନ୍ସ ସିଷ୍ଟମ, ଅସ୍ତ୍ରଶସ୍ତ୍ର ମହଜୁଥିବା ସ୍ଥାନକୁ ଟାର୍ଗେଟ କରାଯାଉଛି । ଆତଙ୍କୀ ସଂଗଠନକୁ ପରୋକ୍ଷରେ ଇରାନ ଓ ୟେମନେ ସସମର୍ଥନ କରୁଛନ୍ତି । ନଭେମ୍ବର ୧୯ ପରଠୁ ଲୋହିତ ସାଗରରେ ଯାଉଥିବା ଜାହାଗକୁ ଟାର୍ଗେଟ କରି ଆସୁଛି ହୁତୀ । ଏବେ ସୁଦ୍ଧା ଲୋହିତ ସାଗରେ ୨୭ଥର ଆକ୍ରମଣ କରିସାରିଛି ହୁତୀ ସଂଗଠନ ।

ଆମେରିକା-ବିଟ୍ରେନ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଆମେରିକା ପ୍ରତିପକ୍ଷ ନେତା ଆନ୍ଥୋନୀ ବ୍ଲିଂକେନଙ୍କ ସହ ଆଲୋଚନା କରିଛନ୍ତି ଭାରତ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଆଗକୁ ଅର୍ନ୍ତଜାତୀୟ ଆଇନ, ମୁକ୍ତ, ବାଣିଜ୍ୟକୁ ସମସ୍ୟାରେ ପକାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଭାରତ ।

The post ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ ଆଡ୍ଡା first appeared on Kanak News.

from Kanak News
via <a href="https://ifttt.com/?

ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା ଚିରା ଚିଠି

କନକ ବ୍ୟୁରୋ : ୪ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ସୂଚନା ସେଟଙ୍କୁ ଜେରା କରୁଛି ପୁଲିସ । ୬ଦିନ ପାଇଁ କର୍ଣ୍ଣାଟକ ପୁଲିସ ରିମାଣ୍ଡରେ ନେଇ ଜେରା କରୁଛି । ଅନ୍ୟପଟେ ଘଟଣାସ୍ଥଳ, ସୂଚନାଙ୍କ କର୍ଣ୍ଣାଟକ ଘର ଓ ଶବ ଭର୍ତି ବ୍ୟାଗରୁ ସୁରାକ ଖୋଜୁ ଖୋଜୁ ପୁଲିସ ହାତରେ ଲାଗିଛି ଚିରା ଚିଠି । ସୂଚନାଙ୍କ ହାତ ଲେଖା ଚିଠିରେ ରହିଛି ଆଶ୍ଚର୍ଯ୍ୟଜନକ କଥା । କୋର୍ଟଙ୍କ ନିର୍ଦ୍ଦେଶରେ ଖୁସି ନଥିଲେ ସୂଚନା । ସ୍ୱାମୀଙ୍କ ସହ ପୁଅ ଦେଖା କରିବା ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନଥିଲେ । ପୁଲିସ ଅନୁମାନ କରୁଛି ହୁଏତ ହତ୍ୟା ପଛର ଏହାର ମୁଖ୍ୟ କାରଣ ହୋଇପାରେ । ସବୁଠୁ ବଡ କଥା ହେଉଛି ପେନ କି ପେନସିଲ ନୁହେଁ ଟିସୁ ପେପର ଉପରେ ଆଇଲାଇନରରେ ଚିଠି ଲେଖିଥିଲେ ସୂଚନା । ତରବରରେ ଚିଠି ଲେଖିବା ପରେ ସୂଚନା ଏହାକୁ ଚିରିବା ସହ ଶବ ଭର୍ତ୍ତି ବ୍ୟାଗରେ ରଖିଥିବା ପୁଲିସ କହିଛି ।

ଯେଉଁ ହୋଟେଲରେ ସୂଚନା ରହୁଥିଲେ ସେଠାରୁ କଫ ସିରଫ, ଛୁରି, ତକିଆ, ଗାମୁଛା ଓ ଏକ ଲାଲ ରଙ୍ଗର ବ୍ୟାଗକୁ ଜବତ କରିଛି ପୁଲିସ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କ ନେଇ ସିନ ରିକ୍ରିଏଟ କରିପାରେ ପୁଲିସ । ପରେ କର୍ଣ୍ଣାଟକ ଆପାର୍ଟମେଂଟରେ ଗୋଆ ଓ କର୍ଣ୍ଣାଟକ ପୁଲିସ ମିଳିତ ଟିମ ପହଁଚି ତନାଘନା କରିବ ।

ପୁଲିସ ନିକଟରେ ବୟାନ ରେକର୍ଡ କରିଛନ୍ତି କ୍ୟାବ ଡ୍ରାଇଭର ଜନ ଡିସୋଜା । ସୂଚନା କହିବାରୁ ଗୋଆରୁ କର୍ଣ୍ଣାଟକ ପାଇଁ କ୍ୟାବ ବୁକ କରିଥିଲେ ହୋଟେଲ କର୍ମଚାରୀ । ରାତି ପ୍ରାୟ ୧୨ ସମୟରେ ସୂଚନା ଏକ ଟ୍ରଲି ବ୍ୟାଗ ସହ କାରରେ ବସି କର୍ଣ୍ଣାଟକର ନିଦ୍ଧିଷ୍ଟ ଇଲାକାକୁ ଯିବା ପାଇଁ ଡ୍ରାଇଭରଙ୍କୁ କହିଥିଲେ । ୪ଘଂଟା ଧରି ଟ୍ରାଫିକରେ କାର ଫସିବା ପରେ ଡ୍ରାଇଭର ସୂଚନାଙ୍କୁ ବିମାନଯାତ୍ରା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ସୂଚନା ଜିଦ କରିଥିଲେ ସଡକପଥରେ ଯିବା ପାଇଁ ଓ ଆବଶ୍ୟକଠୁ ଅଧିକ ଭଡ଼ା ଦେବାକୁ ମଧ୍ୟ ରାଜିଥିଲେ । ଭଡ଼ା ବାବଦକୁ ୩୦ହଜାର ଟଙ୍କା ଛିଣ୍ଡିଥିଲା ।

କାହିଁକି ପୁଅକୁ ହତ୍ୟା କଲେ ସୂଚନା? ଯଦି ହତ୍ୟା ପଛରେ ସୂଚନାଙ୍କ ହାତ ନାହିଁ ତେବେ ମାମଲାର ମାଷ୍ଟରମାଇଣ୍ଡ କିଏ?ଏଭଳି ଅନେକ ପ୍ରଶ୍ନ ଗୁଡେଇ ତୁଡେଇ ଥିବାବେଳେ ଖିଅ ଖୋଜୁଛନ୍ତି ଉଭୟ ଗୋଆ ଓ କର୍ଣ୍ଣାଟକ ପୁଲିସର ମିଳିତ ଟିମ ।

The post ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା ଚିରା ଚିଠି first appeared on Kanak News.

from Kanak News
via <a href="https://ifttt.com/?

ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କଳା କାରନାମା । ସୋସିଆଲ ମିଡିଆରେ ନିଜର ପ୍ରଚାର କରି ଲୋକଙ୍କୁ ଫସାଉଥିଲେ ଏବଂ ଯିଏ ତାଙ୍କ ଫାନ୍ଦରେ ପଡ଼ିଲା, ଟଙ୍କା ଲୁଟ୍ ଠାରୁ ଆରମ୍ଭ କରି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନଥିଲେ । ଭୁବନେଶ୍ୱରର ଜଣେ ମହିଳା ଥାନାରେ ଅଭିଯୋଗ କରିବା ପରେ ଏହି ଠକୁ କାନ୍ଧିଛି କମିଶନରେଟ ପୁଲିସ ।
ଭଣ୍ଡ ଜ୍ୟୋତିଷ ନୀଳାମ୍ବର ପାଣି । ଘର, ଭଦ୍ରକ ଜିଲ୍ଲା ପିରହାଟ ଥାନା ଅଧୀନ ସିନ୍ଦୋଳ ଗ୍ରାମରେ । ଘରର ବାସ୍ତୁଦୋଷ ଠାରୁ ଆରମ୍ଭ କରି ପାରିବାରିକ କଳହ, ଆର୍ôଥକ, ମାନସିକ ସମସ୍ୟାକୁ ଚୁଟକିରେ ସମାଧାନ କରିପାରନ୍ତି ବୋଲି ଦାବି କରିଥାନ୍ତି । ତାଙ୍କ ଫାନ୍ଦରେ ଥରେ ପଡ଼ିଗଲେ କଥା ସରିଲା ।

ସୋସିଆଲ ମିଡିଆରେ ପ୍ରଭାବିତ ହୋଇ ଭୁବନେଶ୍ୱରର ଜଣେ ଶିକ୍ଷିତ ମହିଳା ବି ଏହି ଠକର ମାୟାଜାଲରେ ପଡି ଯାଇଥିଲେ । ଏହା ପରେ ଯାହା ଘଟିଲା, ଜ୍ୟୋତିଷ ବୋଲାଉଥିବା ଏହି ଲମ୍ପଟର କଳା ଚେହେରା ସାମ୍ନାକୁ ଆଣିଛି । ବାସ୍ତୁଦୋଷ ଦୂର କରିବା ପାଇଁ ଉକ୍ତ ମହିଳାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନକୁ ଆସିଥିବା ସମୟରେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛି ଅଭିଯୁକ୍ତ ନୀଳାମ୍ବର ପାଣି ।

ରାତି ବିତାଇଲେ କଟିଯିବ ବାସ୍ତୁଦୋଷ..
ସଂପର୍କ ରଖିଲେ ହୋଇଯିବ ଗ୍ରହଶାନ୍ତି..
ମହିଳାଙ୍କ ସ୍ୱାମୀ ନଥିବା ବେଳେ ଗ୍ରହଶାନ୍ତି ପୁଜା ବାହାନାରେ ବାରମ୍ବାର ଘରକୁ ଆସୁଥିଲା ନୀଳାମ୍ବର । ବାସ୍ତୁଦୋଷ ଦୂର କରିବା ଲୋଭ ଦେଖାଇ ପାଖାପାଖି ୮୫ ହଜାର ଟଙ୍କା ମଧ୍ୟ ଉକ୍ତ ମହିଳାଙ୍କ ଠାରୁ ଠକି ନେଇଥିଲା ।

ଡିସେମ୍ବର ୧୨ ତାରିଖ
ଗ୍ରହଶାନ୍ତି ଆଳରେ ମହିଳାଙ୍କ ଘରକୁ ଆସିଥିଲା ଠକ ଜ୍ୟୋତିଷ
ଘରେ ମହିଳାଙ୍କ ସ୍ୱାମୀ ନଥିଲେ । ଏହାର ସୁଯୋଗ ନେଇ ଗୋଟିଏ ଦିନ ଉଭୟ ସ୍ୱାମୀ ସ୍ତ୍ରୀ ଭଳି ଚଳିଲେ ଗ୍ରହରିଷ୍ଟ ଖଣ୍ଡନ ହେବ ବୋଲି କହିଥିଲା ନୀଳାମ୍ବର । ତା’ର କୌଣସି କଥା ମହିଳାଜଣକ ନରଖିବାରୁ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା । ତାହା ବିଫଳ ହେବା ପରେ ନିଜ ବାସନାକୁ ପୂରଣ କରିବାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ସେହି ସମୟର ଭିଡିଓକୁ ମୋବାଇଲରେ ରେକର୍ଡ କରି ପରବର୍ତୀ ସମୟରେ ଭାଇରାଲ କରିବାର ଧମକ ଦେଇ ଦୁଇଲକ୍ଷ ଟଙ୍କା ମଧ୍ୟ ମାଗିଥିଲା ନୀଳାମ୍ବର ।

ଏ ଘଟଣା ନେଇ ସଂପୃକ୍ତ ମହିଳା ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଭଣ୍ଡ ଜ୍ୟୋତିଷକୁ ଗିରଫ କରିଛି ପୋଲିସ । ଏଭଳି ଢଙ୍ଗରେ ଆଉ କେତେଜଣ ମହିଳାଙ୍କୁ ବ୍ଲାକମେଲ କରିଛି ସେନେଇ ଖୋଲତାଡ ଆରମ୍ଭ ହୋଇଛି । ଯଦି ଆଉକେହି ଏହି ଠକର ଠକାମୀର ଶିକାର ହୋଇଛନ୍ତି ତେବେ ତୁରନ୍ତ ଥାନାରେ ଯୋଗାଯୋଗ କରିବାକୁ ଅପିଲ କରିଛି କମିସନରେଟ୍ ପୋଲିସ ।

The post ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ first appeared on Kanak News.

from Kanak News
via <a href="https://ifttt.com/?

ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ

କନକ ବ୍ୟୁରୋ: ନବରଙ୍ଗପୁର ଡାବୁଗାଁ ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ପରେ ହାତ ଗୋଡ଼ କାଟି ଫିଙ୍ଗି ଦେଇଛି ଜଣେ ଯୁବକ । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ କାହିଁକି ଏପରି ବୀଭତ୍ସ ଭାବେ ଶିଶୁକୁ ହତ୍ୟାକଲା, ତାହା ସାମ୍ନାକୁ ଆସିପାରିନାହିଁ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ ।

ଚନ୍ଦନ ପୂଜାରୀ
ବାପା – ସନାଧର ପୂଜାରୀ
ବୟସ – ୫ ବର୍ଷ

ଏହି ନିଷ୍ପାପ ଶିଶୁକୁ କେହି ଅତି ଜଘନ୍ୟ ଭାବେ ହତ୍ୟା କରିବ, ଏହାକୁ ବିଶ୍ୱାସ କରିବା ଯେତିକି କଷ୍ଟ, ସେତିକି ହୃଦୟ ବିଦାରକ । ଏଭଳି ଛାତିଥରା ଘଟଣା ଘଟିଛି ଡାବୁଗାଁ ଥାନା ବୋରିଗାଁ ପଂଚାୟତର ମେଣ୍ଡରା ଗାଁରେ ।

ଗୁରୁବାର ସକାଳ ପ୍ରତିଦିନ ପରି ପୂଜା କରିବାକୁ ଗ୍ରାମ ନିକଟରେ ଏକ ଛୋଟ ପାହାଡ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ ସନାଧର ପୂଜାରୀ । ବାପାଙ୍କ ସହ ଯିବାକୁ ଅଳି କରିବାରୁ ଅଜାଙ୍କ ସହ ମନ୍ଦିରକୁ ଯାଇଥିଲା କୁନିପୁଅ ଚନ୍ଦନ । ପୂଜାରେ ବ୍ୟସ୍ତ ଥିଲେ ବାପା ସନାଧର, ମନ୍ଦିର ଆଗରେ ଖେଳୁଥିଲା ଚନ୍ଦନ । କେହି ଜାଣିନଥିଲେ, କାଳ ଅପେକ୍ଷା କରି ରହିଛି ଏହି ସମୟକୁ । ଅଚାନକ ଚନ୍ଦନ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ସେହି ମେଣ୍ଡରା ଗାଁର ୨୩ ବର୍ଷୀୟ ଯୁବକ ଜଳ ସାନ୍ତା । ପୁଅର ଅବସ୍ଥା ଦେଖି ଅଚେତ ହୋଇ ଯାଇଥିଲେ ସନାଧର । ଏପଟେ ରକ୍ତମୁଖା ହୋଇ ଉଠିଥିବା ଅଭିଯୁକ୍ତ, ମୃତ ଚନ୍ଦନର ହାତ ଗୋଡ଼ କାଟି ଗାଁ ଦାଣ୍ଡରେ ବୁଲିଥିଲା ଅଭିଯୁକ୍ତ । ସନାଧରଙ୍କ ଚେତା ଆସିବା ପରେ ସବୁ କିଛି ଶେଷ ହୋଇ ସାରିଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଉପରେ ଭାଙ୍ଗି ପଡିଥିଲା ଦୁଃଖର ପାହାଡ଼ । ଅତି ସମ୍ବେଦଶୀଳ ଘଟଣା ହୋଇଥିବାରୁ ସାଇଂଟିଫିକ୍ ଟିମ୍ ସହ ନବରଙ୍ଗପୁର ଏସପି ରୋହିତ ବର୍ମା, ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର, ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ପ୍ରମୁଖ ଗାଁରେ ପହଁଚିଥିଲେ । ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଜଳ ସାନ୍ତାକୁ ଗିରଫ କରିଛି ଡାବୁଗାଁ ପୁଲିସ । କାହିଁକି ଜଣେ ୫ବର୍ଷର କୋମଳମତି ଶିଶୁକୁ ଅତି ନୃଶଂସ ଅଭିଯୁକ୍ତ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ତଦନ୍ତ କରୁଛି ଡାବୁଗାଁ ପୁଲିସ ।

The post ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବୟକଟ କରିଛି କଂଗ୍ରେସ । ସନାତନ ଧର୍ମ ବିରୋଧୀ କହି କଂଗ୍ରେସ ଉପରେ ବର୍ଷିଛି ବିଜେପି । ଏହାର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଖଡ଼ଗେ କହିଛନ୍ତି ବିଶ୍ୱାସ ଓ ଭକ୍ତି ଥିଲେ କେବେ ବି ଅଯୋଧ୍ୟା ଯିବା ସମ୍ଭବ । କାହାର ଧର୍ମଭାବନାକୁ ଆଘାତ କରିବା କଂଗ୍ରେସର ଉଦେଶ୍ୟ ନୁହେଁ । ସେପଟେ ଉତ୍ସବରେ କଂଗ୍ରେସ ନଯିବା ଘଟଣା ଦଳକୁ ଦୁଇ ଭାଗ କରିଛି । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି ପ୍ରଭୁ ରାମ କୌଣସି ଦଳର ନୁହଁନ୍ତି । କଂଗ୍ରେସର ଲଢ଼େଇ ବିଜେପି ସହ ଅଯୋଧ୍ୟା ସହ ନୁହେଁ । କିଛି ଲୋକ କଂଗ୍ରେସକୁ ବାମପନ୍ଥି ରାସ୍ତାରେ ନେଇ ଯାଉଥିବା ସେ କହିଛନ୍ତି । କଂଗ୍ରେସ ନେତୃତ୍ୱ ଅଯୋଧ୍ୟା ନଯିବା ନିଷ୍ପତି ଉପରେ ପୁର୍ନବିଚାର କରିବା ଉଚିତ ।

The post ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ନେତାଙ୍କ ଖାମଖିଆଲି ମନୋଭାବ: ଖଡଗେ ଡାକିଲେ ବୈଠକ, ଗଲେ ନାହିଁ କ୍ଷେତ୍ର ସଂଯୋଜକ

କନକ ବ୍ୟୁରୋ: ନିର୍ବାଚନକୁ ଖାମଖିଆଲି ଭାବେ ନେଉଛନ୍ତି ରାଜ୍ୟ କଂଗ୍ରେସ ନେତା । ଦିଲ୍ଲୀରେ ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ୨୧ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ଜଣ ଏହି ବୈଠକରେ ଯୋଗଦେଇଥିଲେ । ଏହାକୁ ନେଇ ଖପ୍ପା ହୋଇଛନ୍ତି ଖଡଗେ । ଯେଉଁ ନେତାମାନେ ବୈଠକକୁ ଆସିନଥିଲେ ସେମାନଙ୍କୁ କୈଫତ ମଗାଯିବ ଓ ଉତର ସନ୍ତୋଷଜନକ ନହେଲେ ପଦରୁ ହଟାଇ ଦିଆଯିବ ବୋଲି କୁହାଯାଇଛି ।

ଦିଲ୍ଲୀରେ ଆୟୋଜିତ କଂଗ୍ରେସର ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଓଡ଼ିଶାର ୨୧ ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ ଜଣ ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିବା ବେଳେ ୧୨ ଜଣ ରହିଥିଲେ ଅନୁପସ୍ଥିତ । ଏହାକୁ ନେଇ ଖପ୍ପା ହୋଇଛନ୍ତି ଖଡଗେ । ରାଜ୍ୟ ପ୍ରଭାରୀ ଅଜୟ କୁମାର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ନିର୍ବାଚନ ପାଇଁ ସିରିଅସ୍ ନଥିବା ଓଡ଼ିଶା ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଜୟ କୁମାର । ଯେଉଁମାନେ ବୈଠକରେ ଯୋଗ ଦେଇନାହାନ୍ତି, ସେମାନଙ୍କୁ କୈଫୟତ ମଗାଯିବ । ଯଦି ସନ୍ତୋଷଜନକ ଉତ୍ତର ଦେଇପାରିବେ ନାହିଁ, ସଂଯୋଜକ ପଦରୁ ହଟାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।

ବୈଠକରେ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଦଳର ଲୋକସଭା କ୍ଷେତ୍ର ସଂଯୋଜକଙ୍କୁ କହିଛନ୍ତି –
ଯେତେ ସମ୍ଭବ ଲୋକଙ୍କ ନିକଟରେ ପହଁଚନ୍ତୁ
ତୃଣମୂଳ ସ୍ତରରେ ଦଳକୁ ପରିଚାଳନା କରନ୍ତୁ
ସାଂସଦ ଓ ବିଧାୟକଙ୍କ ମଧ୍ୟରେ ବିବାଦ ତୁଟାଇ ସେମାନଙ୍କୁ ଏକାଠି କରନ୍ତୁ

ଆସନ୍ତା ୧୪ ତାରିଖରେ ମଣିପୁରରେ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ଯାତ୍ରାରେ ସାମିଲ ହେବାକୁ ସମସ୍ତ କଂଗ୍ରେସ ସାଂସଦ ଏକାଠି ଫ୍ଲାଇଟ୍ରେ ଯାଇ ମଣିପୁରରେ ପହଁଚିବେ । ଏପଟେ ଆସନ୍ତା ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସଂପାଦକ କେ.ସି. ଭେନୁଗୋପଳଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

The post କଂଗ୍ରେସ ନେତାଙ୍କ ଖାମଖିଆଲି ମନୋଭାବ: ଖଡଗେ ଡାକିଲେ ବୈଠକ, ଗଲେ ନାହିଁ କ୍ଷେତ୍ର ସଂଯୋଜକ first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପ୍ରସିଦ୍ଧ କାଳାରାମ ମନ୍ଦିରରେ ମୋଦୀ ସଂକୀର୍ତ୍ତନ ସହ କଲେ ସ୍ୱତନ୍ତ୍ର ପୂଜା

କନକ ବ୍ୟୁରୋ : ଶୁକ୍ରବାର ମହାରାଷ୍ଟ୍ର ନାସିକରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଟଳ ସେତୁ ଉଦଘାଟନ ପୂର୍ବରୁ ଏଠାରେ ପହଁଚି ମୋଦୀ ରୋଡ ଶୋ କରିବା ସହ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ରାସ୍ତାର ଦୁଇ କଡରେ ଛିଡା ହୋଇ ଶହ ଶହ ପ୍ରଶଂସକ, ସମର୍ଥକ ମୋଦୀଙ୍କ ଉପରେ ଫୁଲବର୍ଷା ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ ।

ରୋଡ ଶୋ ପରେ ନାସିକରେ ପ୍ରସିଦ୍ଧ କାଲରାମ ମନ୍ଦିରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଭୁ କାଲାରାମଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ମୋଦୀ । ଏହା ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଭଜନମଣ୍ଡଳୀଙ୍କ ସହ ଏକାଠି ମିଶି କିଛି ସମୟ ପାଇଁ ସଂକୀର୍ତ୍ତନ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ବେଦପାଠରେ ସାମିଲ ହେବା ସହ କିଛି ସମୟ ଧ୍ୟାନ ମଧ୍ୟ କରିଥିଲେ ।

ସ୍ୱଚ୍ଛତା ଅଭିଯାନରେ କାଲାରାମ ମନ୍ଦିରକୁ ନିଜ ହାତରେ ସଫା କରିଛନ୍ତି ପ୍ରଧାନମନ୍ତ୍ରୀ । ପରିସରର କିଛି ସ୍ଥାନରେ ପାଣି ପୋଛା ମାରି ଦେଶର ସମସ୍ତ ମନ୍ଦିର, ମଠ ଓ ଧାର୍ମିକ ଅନୁଷ୍ଠାନକୁ ସଫା ରଖିବାକୁ ଅପିଲ କରିଛନ୍ତି ।ଦେଶବାସୀଙ୍କୁ ଶ୍ରମଦାନ କରି ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ନାସିକ ଗସ୍ତ ସମୟରେ ୨୭ତମ ଯୁବ ଉତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ରାଜ୍ୟକୁ ୩୦ହଜାର କୋଟି ଟଙ୍କାର ଭେଟି ଦେଇଛନ୍ତି । କୁହାଯାଉଛି ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ଶକ୍ତିପ୍ରଦର୍ଶନ କରି ଓ ମହାରାଷ୍ଟ୍ରକୁ ବିଶାଳ ଉପହାର ପ୍ରଦାନ କରି ବିଜେପି ଭୋଟ ପାଇଁ ଗୋଟି ଚାଳନା କରିଛି ।

The post ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପ୍ରସିଦ୍ଧ କାଳାରାମ ମନ୍ଦିରରେ ମୋଦୀ ସଂକୀର୍ତ୍ତନ ସହ କଲେ ସ୍ୱତନ୍ତ୍ର ପୂଜା first appeared on Kanak News.

from Kanak News
via <a href="https://ifttt.com/?

ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭ ହଜାର ୮୪୩ କୋଟି ବ୍ୟୟରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାର ବଡ ସମୁଦ୍ର ସେତୁ ଅଟଳ ସେତୁ । ୨୧.୮ କିଲୋମିଟର ଲମ୍ବା ୬ ଲେନ୍ ବିିଶିଷ୍ଟ ଏହି ବ୍ରିଜକୁ ମୁମ୍ବାଇ ଟ୍ରାନ୍ସ ହାର୍ବର ସି-ଲିଙ୍କ ମଧ୍ୟ କୁହାଯାଉଛି । ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ଯୋଡିଛି । ଯାହା ଦ୍ୱାରା ୨ ଘଂଟାର ବାଟକୁ ମାତ୍ର ୨୦ ମିନିଟରେ କରିହେବ । ଅଟଳ ସେତୁକୁ ଲୋକାର୍ପଣ କରିବା ସହ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ।

ପାଖାପାଖି ୨୨ କିଲୋମିଟର ଲମ୍ବା ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୭ ବର୍ଷ ସମୟ ଲାଗିଛି । ଏ ସେତୁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ଅନେକ ସହାୟକ ହେବ ।

ଅଟଳ ସେତୁର ବିଶେଷତ୍ୱ
– ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ
– ୨୧.୮କି.ମି ଲମ୍ବା ବ୍ରିଜ୍, ୧୬.୩ କି.ମି ସମୁଦ୍ର ଉପରେ, ୫.୫ କି.ମି ଭୂପୃଷ୍ଠରେ
– ୬ ଲେନ୍ ବିଶିଷ୍ଟ, ଉଭୟ ପାଖରେ ୩ଟି ଲେନ୍ ବ୍ୟବସ୍ଥା
– ବ୍ରିଜ୍ ଦ୍ୱାରା ୨ ଘଂଟାର ରାସ୍ତା ୨୦ ମିନିଟରେ ଯାତ୍ରା କରିହେବ
– ପ୍ରତ୍ୟେକ ଦିନ ୭୦ହଜାର ଯାନ ବ୍ରିଜ୍ ଉପରେ ଯିବାର କ୍ଷମତା
– ବ୍ରିଜ୍ ନିର୍ମାଣରେ ଲାଗିଛି ୨ ମେଟ୍ରିକ୍ ଟନ୍ ଷ୍ଟିଲ, ୫ ଲକ୍ଷ ମେଟ୍ରିକ୍ ଟନ୍ ସିମେଂଟ୍
– ୧୭, ୮୪୩ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ଅଟଳ ସେତୁ
– ଏହି ବ୍ରିଜ୍ ଉପରେ ସର୍ବାଧିକ ୧୦୦ କି.ମି ବେଗରେ ଗାଡି ଚଳାଇ ପାରିବେ ଚାଳକ
– ସମୁଦ୍ର ସେତୁ ଉପରେ ଭାରି ଯାନ, ବାଇକ୍, ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଯିବାର ଅନୁମତି ନାହିଁ
– ସୁରକ୍ଷା ଦୃଷ୍ଟିରୁ ବ୍ରିଜ୍ରେ ଲାଗିଛି ୪୦୦ ସିସି ଟିଭି କ୍ୟାମେରା

ମୁମ୍ବାଇ ଦେଶର ଅନ୍ୟତମ ସବୁଠାରୁ ବ୍ୟସ୍ତ ବହୁଳ ସହର । ଏଠାରେ ଟ୍ରାଫିକ୍ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ସହରରେ ଆଉ ଏକ ସମୁଦ୍ର ସେତୁର ପରିକଳ୍ପନା କରାଯାଇଥିଲା । ଯାହା ଏବେ ସଫଳ ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି ସେତୁକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

The post ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ first appeared on Kanak News.

from Kanak News
via <a href="https://ifttt.com/?

ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ

କନକ ବ୍ୟୁରୋ : ଶନିବାର ବସିବ ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ସଭାପତି, ନୀତିଶ କୁମାରଙ୍କୁ ମିଳିପାରେ ସଂଯୋଜକ ଦାୟିତ୍ୱ । ଲୋକସଭା ନିର୍ବାଚନ ପାଇଁ ସିଟ୍ ଭାଗବଂଟା ଉପରେ ଆସିପାରେ ବଡ଼ ନିଷ୍ପତି । ଭିଡିଓ କନଫରେନ୍ସି ଜରିଆରେ ବସିବାକୁ ଥିବା ଏହି ବୈଠକରେ ୨୦ରୁ ଅଧିକ ବିରୋଧୀ ଦଳ ଯୋଗଦେବେ । ନ୍ୟାସନାଲ ଆଲାଏନ୍ସ କମିଟି ସିଟ୍ ଭାଗବଂଟା ନେଇ ବିଭିନ୍ନ ଦଳ ସହ ଆଲୋଚନା ଜାରି ରଖିଥିବା ବେଳେ ଏହା ଉପରେ ମେଂଟ ବୈଠକରେ ଆଲୋଚନା କରାଯିବ । ଏହି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକରେ ଶିବସେନା ଗୋଷ୍ଠୀ, ଏନସିପି, ଆମ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ସହ ଆଲୋଚନା କରିଛି । ଏହାରି ମଧ୍ୟରେ ସିଟ୍ ଭାଗବଂଟାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି କଂଗ୍ରେସକୁ କେବଳ ୨ଟି ସିଟ୍ ଦେବାକୁ ରାଜି ହୋଇଥିବା ବେଳେ ଏହାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ତୁତୁ ମେଁ ମେଁ ଜାରି ରହିଛି ।

The post ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started