ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ସମନ କଲା ଇଡି ।

କନକ ବ୍ୟୁରୋ: କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ପୂର୍ବ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଏଥର କ’ଣ କରବେ ତା ଉପରେ ସମସ୍ତଙ୍କ ନଜର ।

ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଦଳ କହିଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଅଡ଼ୁଆରେ ପଡ଼ିଛି । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି । ପୂର୍ବରୁ ଅନ୍ୟ କିଛି ନେତା ମଧ୍ୟ ଜେଲ ଯାଇଛନ୍ତି ।

The post ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ସମନ କଲା ଇଡି । first appeared on Kanak News.

from Kanak News
via <a href="https://ifttt.com/?

୪ ଶଙ୍କରାଚାର୍ଯ୍ୟଙ୍କ ବୟାନ: ମୋଦୀ କାରଣ ନୁହଁନ୍ତି, ରୀତିନୀତି କାରଣରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବେନି ।

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ୟ୍ୟ ସାମିଲ ହେବେନାହିଁ। ସେମାନଙ୍କ ମଧ୍ୟରୁ ୩ ଜଣ ଏହି କାର୍ୟ୍ୟକ୍ରମକୁ ସମର୍ଥନ କରିଥିଲେ ମଧ୍ୟ ରୀତିନୀତି କାରଣରୁ ସାମିଲ ହେଉନଥିବା କହିଛନ୍ତି। ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ହେଉଥିବା ଏବଂ ସନାତନ ଧର୍ମର କେତେକ ରୀତିନୀତି ପାଳନ ହେଉନଥିବାରୁ ଏଥିରୁ ଦୂରେଇ ରହିବୁ ବୋଲି ସେମାନେ କହିଛନ୍ତି। କେବଳ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ମହାରାଜ ସମାରୋହ ବିରୋଧରେ ଟିପ୍ପଣୀ ଦେଇଛନ୍ତି।

ସନାତନ ଧର୍ମର ଶୀର୍ଷ ଆଧ୍ୟାତ୍ମିକ ନେତାଙ୍କ ପ୍ରତିକ୍ରିୟାକୁ ନେଇ ବିରୋଧୀ ଦଳମାନେ ଏବେ ବିଜେପିକୁ ଘେରିଛନ୍ତି। ହିନ୍ଦୁ ଧର୍ମର ଶୀର୍ଷ ନେତାମାନେ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ତତ୍ପରତା ଦେଖାଇଛନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟ ପକ୍ଷରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମାନନ୍ଦୀ ପରମ୍ପରା ଅନୁଯାୟୀ କେତେକ ବିଧି ପାଳନ ହେଉନାହିଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷରୁ କୁହାଯାଇଛି । ୫ ଶହ ବ‌ର୍ଷ ଧରି ରାମାନନ୍ଦୀ ପରମ୍ପରାରେ ଶ୍ରୀରାମଙ୍କ ପୂଜା ‌ହୋଇଆସୁଥିବା ବେଳେ ଏବେ ସେଥିରେ ବ୍ୟତିକ୍ରମ ଦେଖାଯାଇଛି ବୋଲି ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି।

The post ୪ ଶଙ୍କରାଚାର୍ଯ୍ୟଙ୍କ ବୟାନ: ମୋଦୀ କାରଣ ନୁହଁନ୍ତି, ରୀତିନୀତି କାରଣରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବେନି । first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେ ବୁଲାଇଲେ କଳାକନା । ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ିର ଘଟଣା ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ବ୍ୟାଙ୍କର ଗେଟ୍ ତାଡି ଲୁଟିନେଲେ ଲୁଟେରା । ସିସିଟିଭି କ୍ୟାମେରାର ତାର ମଧ୍ୟ କାଟି ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

The post ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେ ବୁଲାଇଲେ କଳାକନା । ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ିର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁପିରୁ ପଶ୍ଚିମବଙ୍ଗ ଆସନ ବୁଝାମଣା ନେଇ ହେବ ଆଲୋଚନା । କିନ୍ତୁ ଯୋଗଦେବେନି ମମତା ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ହାତରେ ଆଉ ଅଳ୍ପ ସମୟ । ଦେଶରେ ଶକ୍ତିଶାଳୀ ଦଳ ତଥା ଶାସକ ଦଳ ବିଜେପିକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଂଟ ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜି ମେଂଟର ବୈଠକ ଅଛି । ଏହି ବୈଠକ ପୂର୍ବରୁ କିନ୍ତୁ ଜଣାପଡିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରୁ ଓହରି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ଭର୍ଚୁଆଲ୍ ବୈଠକରେ ସେ ଯୋଗ ଦେବେ ନାହିଁ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସିବ । ଏହି ବୈଠକରେ ୧୪ଟି ଦଳର ନେତା ଏକାଠି ହେବେ । ଏହି ବୈଠକରେ ଆବାହକଙ୍କ ନାମ, ଆସନ ବୁଝାମଣା ଉପରେ ଆଲୋଚନା ହେବ । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ସେମାନେ ଆସନ ବୁଝାମଣା, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।

ୟୁପି-ବିହାରଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆସନ ବୁଝାମଣାକୁ ନେଇ ବିବାଦ ଲାଗି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଯାଇଛି । ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସ ୮ରୁ ୧୦ଟି ଆସନ ଦାବି କରୁଥିବା ବେଳେ ଟିଏମସି କଂଗ୍ରେସକୁ ୨ରୁ ଅଧିକ ଆସନ ଦେବାକୁ ଚାହୁଁନାହିଁ । ଏହାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ଦେଖାଦେଇଛି ।

The post ଆଜି ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁପିରୁ ପଶ୍ଚିମବଙ୍ଗ ଆସନ ବୁଝାମଣା ନେଇ ହେବ ଆଲୋଚନା । କିନ୍ତୁ ଯୋଗଦେବେନି ମମତା । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର ପରେ ଝାରସୁଗୁଡାରୁ ଆସିଲା ସମାନ ଅଭିଯୋଗ । ଅର୍ପଣ ରଥ ବୁଲିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ଖୋଦ୍ ଶାସକ ଦଳର ନେତା ।

କନକ ବ୍ୟୁରୋ: ବିବାଦ ବଢାଇଲା ଅର୍ପଣ ରଥ । ପୌର ପ୍ରଶାସନ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡି କାଉନସିଲର । ଅର୍ପଣ ରଥ ବୁଲିବା ଓ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରଚାର ପାଇଁ ୱାର୍ଡ ପିଛା ୨ ଲକ୍ଷ ଟଙ୍କା ଆସିଥିବାବେଳେ ଝାରସୁଗୁଡା ପୌର ପରିଷଦରେ ଏହାର ବ୍ୟତିକ୍ରମ ଘଟୁଥିବା ଅଭିଯୋଗ । ଜନ ପ୍ରତିନିଧିକୁ ଅଣଦେଖା ସହ ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତିି ୱାର୍ଡ ନମ୍ବର ୨୩ର ବିଜେଡି କାଉନସିଲର ଜିରମାନ୍ନା ରାଓ । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରସୁଗୁଡାପୌର ପରିଷଦର ନିର୍ବାହୀ ଅଧିକାରୀ ।

୧୭ ତାରିଖରେ ଝାରସୁଗୁଡା ପୌର ପରିଷଦର ସମସ୍ତ ୱାର୍ଡର ଗୋଟିଏ ମନ୍ଦିରରେ ଏଲଇଡି ବ୍ୟବସ୍ଥା କରିବା ସହ ଭୋଗ ବଂଟନ କରାଯିବ ବୋଲି କହିଛନ୍ତି । ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରାଯିବା ଉଦ୍ଦେଶ୍ୟରେ ଗତ ୬ ତାରିଖଠାରୁ ରାଜ୍ୟବ୍ୟାପି ବୁଲୁଥିବା ଜଗନ୍ନାଥ ଅର୍ପଣ ରଥ ପାଇଁ ସରକାର ଦୁଇ ଲକ୍ଷ ଟଙ୍କା ପ୍ରତ୍ୟେକ ୱାଡ ର୍ ପାଇଁ ବ୍ୟବସ୍ଥା କରିଛନ୍ତି ।

The post କେନ୍ଦୁଝର ପରେ ଝାରସୁଗୁଡାରୁ ଆସିଲା ସମାନ ଅଭିଯୋଗ । ଅର୍ପଣ ରଥ ବୁଲିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ଖୋଦ୍ ଶାସକ ଦଳର ନେତା । first appeared on Kanak News.

from Kanak News
via <a href="https://ifttt.com/?

ଏଣିକି ରାତିରେ କମିବ ତାପମାତ୍ରା । ଉପକୂଳ ଓଡିଶାରେ ୧୫ ଡିଗ୍ରୀ ,ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ରହିପାରେ ତାପମାତ୍ରା ।

କନକ ବ୍ୟୁରୋ: ଏଣିକି ରାତିରେ ତାପମାତ୍ରା ଆହୁରି କମିବ । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ତେବେ ଶୀତ ବଢିବା ସହିତ ୧୫ ଯାଏ କୁହୁଡି ମଧ୍ୟ ବଢିବ ବୋଲି ଜଣାପଡିଛି ।

ଏହା ଭିତରେ କିନ୍ତୁ ୧୭ରେ ଉତର ଓଡିଶାରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମଝଡ ପ୍ରଭାବରେ ଉତର ଓ ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

The post ଏଣିକି ରାତିରେ କମିବ ତାପମାତ୍ରା । ଉପକୂଳ ଓଡିଶାରେ ୧୫ ଡିଗ୍ରୀ ,ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଆତଙ୍କବାଦ ବିରୋଧୀ ଅଭିଯାନ ବୈଠକ ବେଳେ ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆକ୍ରମଣ । ଚୋରଦାର ସର୍ଚ୍ଚ ଅପରେସନ୍ ଜାରି ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୁଂଛ ସେକ୍ଟର କ୍ରିଷ୍ଣା ଘାଟିରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରକୁ ଗୁଳି ଚଳାଇଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି । କିନ୍ତୁ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛି । ଆକ୍ରମଣର ଶିକାର ହୋଇଥିବା ଗାଡ଼ିଗୁଡ଼ିକ ସୁରକ୍ଷା କର୍ମୀଙ୍କୁ କ୍ୟାମ୍ପକୁ ଫେରାଇ ନେଉଥିଲେ । ବାରମ୍ବାର ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଲେଫ୍ଟନାଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀମାନେ ପୁଂଛରେ ଥିବା ବେଳେ ସେନା ଗାଡ଼ି ଉପରକୁ ଏହି ଆକ୍ରମଣ ହୋଇଛି । ନୂଆ ବର୍ଷରେ ଆତଙ୍କବାଦ ବିରୋଧୀ ଅଭିଯାନ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଡିସେମ୍ବର ୨୧ ରେ ପୁଂଛ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୪ ଜଣ ସେନା ଯବାନ ସହିଦ ହୋଇଥିଲେ ।

The post ଆତଙ୍କବାଦ ବିରୋଧୀ ଅଭିଯାନ ବୈଠକ ବେଳେ ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆକ୍ରମଣ । ଚୋରଦାର ସର୍ଚ୍ଚ ଅପରେସନ୍ ଜାରି । first appeared on Kanak News.

from Kanak News
via <a href="https://ifttt.com/?

ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅଭିନୟକୁ ଜୀବନ୍ତ କରିବାକୁ ଆଖଡାଶାଳରେ ଚାଲିଛି ଜୋରଦାର ଅଭ୍ୟାସ ।

କନକ ବ୍ୟୁରୋ: ସୋମବାରଠୁ ଆରମ୍ଭ ହେବ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଯାହାକୁ ନେଇ ଏବେ ଠାରୁ ଚଳଚଂଚଳ ହୋଇ ଉଠିଛି ବରଗଡ ସହର । ଧନୁଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ପହଂଚିଛି । କଳାକାର ମାନେ ମଧ୍ୟ ନିଜ କଳା ଅଭିନୟ ମାଧ୍ୟମରେ ଦର୍ଶକକୁ କେମିତି ଅଧିକ ଆକର୍ଷଣ କରିପାରିବେ ସେନେଇ ଅଭ୍ୟାସ ଜାରି ରଖିିଥିବା ବେଳେ ଧନୁଯାତ୍ରାର ଅନ୍ତିମଦିବସର କଂସ ବଧ ଅଷ୍ଟମଲ ବଧ କଳାକାର ଅଭ୍ୟାସ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

The post ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅଭିନୟକୁ ଜୀବନ୍ତ କରିବାକୁ ଆଖଡାଶାଳରେ ଚାଲିଛି ଜୋରଦାର ଅଭ୍ୟାସ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର । ଆରଏସଏସ ଓ ଭିଏଚପି ନେତା କଲେ ନିମନ୍ତ୍ରଣ । ମରିସସରେ ମଧ୍ୟ ୨ ଘଣ୍ଟାର ବିରତି ଘୋଷଣା ।

କନକ ବ୍ୟୁରୋ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଖିଳ ଭାରତୀୟ ସମ୍ପର୍କ ମୁଖ୍ୟ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ସେ ବହୁତ ଖୁସି ବ୍ୟକ୍ତ ବୋଲି ଭିଏଚପିର ଆଲୋକ କୁମାର କହିଛନ୍ତି । ସେ ଖୁବଶୀଘ୍ର ଅଯୋଧ୍ୟା ଆସିବାପାଇଁ ସମୟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି । ଏହାପୂର୍ବରୁ ଗୁରୁବାର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।

ସେପଟେ ଭାରତର ବନ୍ଧୁ ରାଷ୍ଟ୍ର ମରିସସ ଶୁକ୍ରବାର ଘୋଷଣା କରିଛି ଯେ ଜାନୁଆରୀ ୨୨ରେ ଦୁଇ ଘଂଟାର ବିରତି ରହିବ । ମରିସସ ସରକାର ଘୋଷଣା କରିଛନ୍ତି ଯେ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ସରକାରୀ କର୍ମଚାରୀଙ୍କୁ ଏହି ବିରତି ଦିଆଯିବ । ଏଥିପାଇଁ ହିନ୍ଦୁ ସାମାଜିକ-ସାଂସ୍କୃତିକ ସଂଗଠନ ସରକାରଙ୍କୁ ଅନୁରୋଧ କରିଛନ୍ତି । ନିକଟରେ ମରିସସ ସନାତନ ଧର୍ମ ମନ୍ଦିର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଚିଠି ଲେଖାଯାଇଛି । ମହାସଂଘ ଚିଠିରେ ଲେଖିଛି, ହିନ୍ଦୁ ଧର୍ମ ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ଦିନ ଅତ୍ୟନ୍ତ ସ୍ୱତନ୍ତ୍ର । ଏଭଳି ପରିସ୍ଥିତିରେ ଜାନୁଆରୀ ୨୨ ତାରିଖ ସମାରୋହର ପ୍ରସାରଣ ଦେଖିବା ଏବଂ ରୀତିନୀତି କରିବା ପାଇଁ ଦୁଇ ଘଂଟାର ବିରତି ଦିଆଯାଉ ।

The post ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର । ଆରଏସଏସ ଓ ଭିଏଚପି ନେତା କଲେ ନିମନ୍ତ୍ରଣ । ମରିସସରେ ମଧ୍ୟ ୨ ଘଣ୍ଟାର ବିରତି ଘୋଷଣା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ । ଗଜପତି କଲେ ବ୍ରାହ୍ମଣବରଣ । ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି ।

କନକ ବ୍ୟୁରୋ: ଆଜି ପରିକ୍ରମା ପ୍ରକଳ୍ପର ଅଙ୍କୁର ପୂଜନ କରାଯିବ । ଯଜ୍ଞର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଏହି କାର୍ଯ୍ୟକ୍ରମ ହେବ । ଗତକାଲି ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳାର୍ପଣ କାର୍ଯ୍ୟ ସମାପନ ପରେ ଗଜପତି ମହାରାଜା ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ,ଉପପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ । ପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ । ତେବେ ଆଜି ତାର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁର ପୂଜନ କାର୍ଯ୍ୟ ସମାନ ପୁରୋହିତଙ୍କ ଦ୍ୱାରା କରାଯିବ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ । ଗଜପତି କଲେ ବ୍ରାହ୍ମଣବରଣ । ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started