ସିଂହଦ୍ୱାର ସାମ୍ନାରେ ବିଦେଶିନୀ: ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ

କନକ ବ୍ୟୁରୋ: ସିଂହଦ୍ୱାର ସାମ୍ନାରେ ବିଦେଶିନୀ । ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ । ଜଣେ ବିଦେଶିନୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ସେବାୟତ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଚର୍ଚ୍ଚା ବଢିଛି । ସେହିପରି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

The post ସିଂହଦ୍ୱାର ସାମ୍ନାରେ ବିଦେଶିନୀ: ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ first appeared on Kanak News.

from Kanak News
via <a href="https://ifttt.com/?

କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର…

କନକ ବ୍ୟୁରୋ: ସାମ୍ନାକୁ ଆସିସାରିଛି ଆଗାମୀ ଟି-୨୦ ବିଶ୍ୱକପର ସିଡ୍ୟୁଲ । ଜୁନ୍ ୧ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେହିମାସ ୨୯ ତାରିଖରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ୍ । ତେବେ ବିଶ୍ୱକପର ସିଡ୍ୟୁଲ ଘୋଷଣା ହେବା ସହିତ ଏଥର ଭାରତୀୟ ଟିମରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଇଯାଇଛି । ତେବେ ଏହାରି ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଖବର ମୁତାବକ, ଏଥର ବିଶ୍ୱକପ୍ ଦଳରେ ଚୟନକର୍ତ୍ତା ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କ ଭିତରୁ ଜଣେ ଖେଳାଳିଙ୍କୁ ଚୟନ କରିବାକୁ ଚାହୁଁଛନ୍ତି । ଅର୍ଥାତ ଯଦି ବିଶ୍ୱକପରେ ରୋହିତ କ୍ୟାପଟେନ୍ ହୁଅନ୍ତି, ତେବେ ବିରାଟ କୋହଲି ବିଶ୍ୱକପରୁ ବାଦ୍ ପଡିପାରନ୍ତି । ହେଲେ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ କିନ୍ତୁ ଖୁସି ନାହାଁନ୍ତି କ୍ୟାପଟେନ୍ ରୋହିତ ଶର୍ମା । ଏପରିକି ବିରାଟ କୋହଲିଙ୍କୁ ଦଳରେ ସାମିଲ କରିବାକୁ ସେ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଥିବା ଖବର ମଧ୍ୟ ଭାଇରାଲ ହେଉଛି ।

ବିରାଟ କୋହଲିଙ୍କ ଧିମା ବ୍ୟାଟିଂ କାରଣରୁ ତାଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରିବାକୁ ଚୟନକର୍ତ୍ତା ଅମଙ୍ଗ ଥିବା କୁହାଯାଉଛି । ତାଙ୍କ ସ୍ଥାନରେ ଇଶାନ କିଷାନ କିମ୍ବା ଯଶସ୍ୱୀ ଜୟସୱାଲଙ୍କୁ ଦଳରେ ରଖିବାକୁ ଚୟନକର୍ତ୍ତାମାନେ ଚିନ୍ତା କରୁଛନ୍ତି । ହେଲେ ଏପରି ଖବର ମଧ୍ୟ ଆସୁଛି ଯେ, ଯଦି ଏଥର ଆଇପିଏଲରେ କୋହଲି ଆକ୍ରମଣାତ୍ମକ ଖେଳ ଦେଖାନ୍ତି, ତେବେ ସେ ବିଶ୍ୱକପ୍ ଦଳରେ ସାମିଲ ହେଇପାରନ୍ତି ।

https://platform.twitter.com/widgets.js

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଟୁଇଟରେ କୁହାଯାଇଛି ଯେ, ଆଗାମୀ ଟି-୨୦ ବିଶ୍ୱକପରେ ବିରାଟଙ୍କୁ ସାମିଲ କରିବା ପାଇଁ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଛନ୍ତି ରୋହିତ ଶର୍ମା । ହିଟମ୍ୟାନ୍ ଚାହୁଁଛନ୍ତି ଯେ, ବିଶ୍ୱକପ୍ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳୁ । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ, ଜୁନ୍ ୨୯ ତାରିଖରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଏହିକ୍ରମରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ମଧ୍ୟ ଜୁନ୍ ୯ ତାରିଖରେ ଖେଳାଯିବାକୁ ଅଛି ।

The post କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର… first appeared on Kanak News.

from Kanak News
via <a href="https://ifttt.com/?

ସାଇକେଲରେ ବୁଲି ବୁଲି ଲୋକଙ୍କ କଥା ବୁଝୁଛନ୍ତି ଥାନା ଅଧିକାରୀ । ଚର୍ଚ୍ଚାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।

କନକ ବ୍ୟୁରୋ: ଲୋକଙ୍କ ସହ ମିଶିବା, ତାଙ୍କ ସମସ୍ୟା ଜାଣିବା, ଆବଶ୍ୟକ ସ୍ଥଳେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା । ନାଲି ବତି ଗାଡି ବଦଳରେ ନିଜ ସାଇକେଲରେ ବୁଲି ବୁଲି ଲୋକସମ୍ପର୍କ ଯୋଡୁଛନ୍ତି ଜଣେ ଥାନା ଅଧିକାରୀ । ଆଉ ତାଙ୍କୁ ନେଇ ଢେର ଚର୍ଚ୍ଚା । ସେ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।

ରାସ୍ତା ଉପରେ କିଛି ଲୋକ କଥା ହେଉଛନ୍ତି । ଥାନା ଅଧିକାରୀ ପ୍ରଶାନ୍ତ ସାମଲ କେମିତି ରାସ୍ତାରେ ଜଣେ ସାଧାରଣ ଲୋକ ଭଳି ଆଲୋଚନା କରୁଛନ୍ତି । ପ୍ରଶାନ୍ତ ଯେବେଠାରୁ ଗାଇସିଲାଟରେ ଥାନାରେ ଯୋଗଦେଇଛନ୍ତି ସେ ଅଞ୍ଚଳର ଲୋକଙ୍କ ସହ ମିଶିବା ପାଇଁ ଏହି ଅଭିନୟ କୌଶଳକୁ ଆପଣେଇଛନ୍ତି । ନାଲି ବତି ଗାଡି ବଦଳରେ ସାଇକେଲଟିଏ ଧରି ଲୋକଙ୍କ ପାଖକୁ ଯାଉଛନ୍ତି । ଏପରିକି ଅନେକ ଲୋକ ଜାଣନ୍ତି ନାହିଁ ଯେ ସେ ଗାଇସିଲାଟ ଥାନାର ଥାନା ଅଧିକାରୀ । ରାସ୍ତାରେ ଯିବା ବେଲେ ଚାଷି, ଯୁବକ ଅବା ଛାତ୍ର ସମସ୍ତଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝନ୍ତି । କେବଳ ସେତିକି ନୁହେଁ ଗାଇସିଲାଟ ଅଂଚଳର ବିଭିନ୍ନ ସାମାଜିକ ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଥାନା ଅଧିକାରୀ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥାନ୍ତି ।

ପ୍ରକୃତିର ସୁରକ୍ଷା ପାଇଁ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବା ପାଇଁ ଉତ୍ସାହିତ କରିଆସୁଛନ୍ତି । ଏବେବି ପୋଲିସ୍ ନାଁ କହିଲେ, ସାଧାରଣ ଲୋକଟିଏର ମନରେ ଭୟ ପଶିଯାଏ । ଏଭଳି ସ୍ଥିତିରେ ଗାଇସିଲାଟ ଥାନା ଅଧିକାରୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ସ୍ତରରୁ ପ୍ରଶଂସା କରାଯାଉଛି ।

The post ସାଇକେଲରେ ବୁଲି ବୁଲି ଲୋକଙ୍କ କଥା ବୁଝୁଛନ୍ତି ଥାନା ଅଧିକାରୀ । ଚର୍ଚ୍ଚାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ । first appeared on Kanak News.

from Kanak News
via <a href="https://ifttt.com/?

ହେମନ୍ତ ସୋରେନଙ୍କ ଭଉଣୀ ଦେଇଥିବା ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆବଶ୍ୟକ ପଡିଲେ କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଇଡି ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଏହି କ୍ରମରେ ଗତ ସପ୍ତାହରେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଏହାପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଛି । ଆକଳନ କରାଯାଉଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ହେଲେ ସେ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ମଧ୍ୟ ଆଲୋଚନା ଚାଲିଛି । ଏହି ଆଲୋଚନା ଭିତରେ ହେମନ୍ତ ସୋରେନଙ୍କ ଭଉଣୀ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳୀ ସୋରେନ କହିଛନ୍ତି କି, ଯଦି ଆବଶ୍ୟକ ପଡେ ତେବେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ପାର୍ଟିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଲୋକ ଅଛନ୍ତି । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ପାର୍ଟି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ହେମନ୍ତ ସୋରେନଙ୍କୁ ବାରମ୍ବାର ଇଡି ନୋଟିସ କରିବା ମାମଲାରେ ଅଞ୍ଜଳୀ କହିଛନ୍ତି କି, ଗୋଟିଏ ପଟେ କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ କଥା କହି ଡିଣ୍ଡିମ ପିଟୁଛନ୍ତି ତ ସେପଟେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି । ହେମନ୍ତ ସୋରେନ ଜଣେ ଆଦିବାସୀ ବୋଲି ତାଙ୍କ ଉପରେ ଏଭଳି ଉତ୍ପୀଡନ କରାଯାଉଥିବା କଥା ଅଞ୍ଜଳୀ କହିଛନ୍ତି ।

ସୂଚନା ଥାଉକି ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜେରା ପାଇଁ ନୋଟିସ କରିଛି, ହେଲେ ହେମନ୍ତ ସୋରେନ ଇଡି ନୋଟିସକୁ ଆଗ୍ରାହ୍ୟ କରିଦେଇଛନ୍ତି । ଏହି କ୍ରମରେ ଇଡି ସପ୍ତମ ନୋଟିସ ଜାରି କରି ହେମନ୍ତ ସୋରେନଙ୍କ ପଚାରିଛି ଯେ ଆପଣ ନିଜେ କୁହନ୍ତୁ କେବେ ଓ କେଉଁଠି ଦେଖାହେବ । ଏହି କାରଣରୁ ଅନୁମାନ କରାଯାଉଛି କି, ଇଡି ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଉପାୟ ଖୋଜୁଛି । ଏଥିପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

The post ହେମନ୍ତ ସୋରେନଙ୍କ ଭଉଣୀ ଦେଇଥିବା ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆବଶ୍ୟକ ପଡିଲେ କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଚୋର ଧରାଇଲେ ମିଳିବ ୧୦ ହଜାର ଟଙ୍କା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ ।

କନକ ବ୍ୟୁରୋ: ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଲା କମିଶନରେଟ ପୋଲିସ । ଚୋର ଧରାଇବାରେ ସାହାଯ୍ୟ କଲେ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା ମିଳିବ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରହିବ ବୋଲି କମିଶନରେଟ ପୋଲିସ କହିଛି ।

ଯେଉଁସବୁ ଲୁଟେରା ଦୀର୍ଘ ଦିନ ହେବ ଫେରାର ରହିଛନ୍ତି ସେମାନଙ୍କ ଫଟୋକୁ ସାର୍ବଜନୀନ ସ୍ଥାନରେ ମାରିଛି ପୋଲିସ । ରାଜଧାନୀରେ ଥିବା ବିଭିନ୍ନ ଥାନା ଅଞ୍ଚଳର ଲୁଟ କେସର ଅଭିଯୁକ୍ତଙ୍କ ଫଟୋକୁ ବିଭିନ୍ନ ସ୍ଥାନରେ ମାରିବାକୁ କୁହାଯାଇଛି । ପାଖାପାଖି ୧୦୦ଟି ସ୍ଥାନରେ ପୋଲିସ ଲୁଟେରାଙ୍କ ପୋଷ୍ଟର ମାରିବାକୁ ନିଷ୍ପତି ନେଇଛି । ନିକଟରେ ରାଜଧାନୀରେ ଲୁଟପାଟ ବଢି ଚାଲିଛି । ରାତି ଅଧରେ ଆପାର୍ଟମେଂଟ ଭିତରେ ହେଉ ଅବା ଦିନବେଳା ଲୁଟପାଟ ବଢିଛି । ଏହାକୁ ରୋକିବାକୁ ଯାଇ ପୋଲିସ ଚୋର ଧରିବାକୁ ଲୋକଙ୍କ ସହାୟତା ଲୋଡିଛି ।

The post ଚୋର ଧରାଇଲେ ମିଳିବ ୧୦ ହଜାର ଟଙ୍କା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ ପରେ ବିଜେଡି-ବିଜେପିର ପାଲଟା ଜବାବ । ପ୍ରଦୀପ୍ତ ନାୟକ କହିଲେ, “ବିଜେଡି-ବିଜେପି ଆଲୋଚନା ସମୟରେ ଶୁଣୁଥିଲେ କଂଗ୍ରେସ ପ୍ରଭାରୀ….”

କନକ ବ୍ୟୁରୋ: ବିଜେଡି ଓ ବିଜେପିକୁ ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଟାର୍ଗେଟ କରିବା ପରେ, ସମାନ ଢଙ୍ଗରେ କଂଗ୍ରେସ ପ୍ରଭାରୀଙ୍କୁ ମଧ୍ୟ ଜବାବ୍ ଦେଇଛି ବିଜେଡି ଏବଂ ବିଜେପି । ରବିବାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି କହିଥିଲେ ଅଜୟ କୁମାର ।

ଏହା ପରେ ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କଂଗ୍ରେସ ପ୍ରଭାରୀ ରାଜ୍ୟକୁ ନୂଆ ଆସିଛନ୍ତି । ତେଣୁ ତାଙ୍କୁ ଯେଉଁମାନେ ବୁଝେଇଛନ୍ତି ସେମାନେ ଭୁଲ ବୁଝେଇଛନ୍ତି । ରାଜ୍ୟବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି, ତଥାପି ତାଙ୍କର ନିଶା ଛାଡି ନାହିଁ। ତେବେ ଓଡ଼ିଶାରେ ବିଜେଡି କଣ କରୁଛି ନ କରୁଛି ତାହା ରାଜ୍ୟବାସୀ ଜାଣିଛନ୍ତି। ସେଥିପାଇଁ ରାଜ୍ୟବାସୀ ବାରମ୍ବାର ନବୀନଙ୍କୁ ଭୋଟ ଦେଉଛନ୍ତି। ବିଶେଷ କରି ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ଅନେକ କାମ ହୋଇଛି। ସେ କେଉଁ ଦୃଷ୍ଟି ଭଙ୍ଗୀରେ ରାଜ୍ୟରେ ବାହାର ଲୋକ ଶାସନ କରୁଥିବା କଥା କହୁଛନ୍ତି ତାହା ସେ ଜାଣିନଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତେବେ ଯାହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେଠି ବାହାର ଲୋକ ଶାସନ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ଅନ୍ୟପଟେ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ସିଟ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ । କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ । ଜାତୀୟ ସ୍ତରର ଦଳର ପ୍ରାର୍ଥୀ ହୋଇ ସେମାନେ ତିନି ଚାରି ହଜାର ଭୋଟ ପାଉଛନ୍ତି । ଏପଟେ ସ୍ୱାଧୀନ ପ୍ରାର୍ଥୀ କିନ୍ତୁ ତାଙ୍କଠୁ ଅଧିକ ଭୋଟ ପାଉଛନ୍ତି, ତାଙ୍କୁ ଟିକେ ଲାଜ ବି ଲାଗୁନାହିଁ, ବିଜେପିକୁ ଆକ୍ଷେପ କରିବାକୁ । ବିଜେପି, ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ । କାହା ସହିତ ମେଣ୍ଟ ନକରି ଏକା ଲଢ଼ି ୧୫ ଟି ଲୋକସଭା ସିଟରେ ଜିତିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ।

The post କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ ପରେ ବିଜେଡି-ବିଜେପିର ପାଲଟା ଜବାବ । ପ୍ରଦୀପ୍ତ ନାୟକ କହିଲେ, “ବିଜେଡି-ବିଜେପି ଆଲୋଚନା ସମୟରେ ଶୁଣୁଥିଲେ କଂଗ୍ରେସ ପ୍ରଭାରୀ….” first appeared on Kanak News.

from Kanak News
via <a href="https://ifttt.com/?

ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ୩୫ଟି ଅଟୋରେ ୭୦ ଜଣ ଯାଉଛନ୍ତି କେରଳରୁ ମେଘାଳୟ ।

କନକ ବ୍ୟୁରୋ: ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ଅଷ୍ଟେଲିଆରୁ ଆସିଥିବା କେତେକ ପର୍ଯ୍ୟଟକ ନିଜେ ଅଟୋ ଚଳାଇ କେରଳର କୋଚିରୁ ମେଘାଳୟ ଅଭିମୁଖେ ଯାଉଛନ୍ତି । ୨ ହଜାର କିଲୋମିଟର ଅତିକ୍ରମ କରିବା ପରେ ଏବେ ସେମାନେ କୋରାପୁଟ ଲମତାପୁଟରେ ପହଞ୍ଚିଛନ୍ତି । ତେବେ ଲମତାପୁଟ ମୁଖ୍ୟ ବଜାରରେ ପ୍ରାୟ ୧୦ଟି ଅଟୋରେ ୨୦ ଜଣ ପର୍ଯ୍ୟଟକ ଓହ୍ଲାଇଥିଲେ । ରାସ୍ତାରେ ଗରିବଙ୍କୁ ସହାୟତା ପ୍ରଦାନ କରିଛନ୍ତି । ତେବେ ଏତେ ସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଞ୍ଚଳବାସୀ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ସହ ଆଲୋଚନା ବେଳେ ଜଣାପଡିଛି ସେମାନେ ଅଷ୍ଟ୍ରେଲିଆରୁ ୭୦ ଜଣ ଆସିଛନ୍ତି । କୋଚିରେ ପହଁଚିବା ପରେ ୩୫ଟି ଅଟୋକୁ ଭଡ଼ାରେ ନେଇଛନ୍ତି ଆଉ କେରଳରୁ ମେଘାଳୟ ଅଭିମୁଖେ ଯାତ୍ରା କରୁଛନ୍ତି ।

The post ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ୩୫ଟି ଅଟୋରେ ୭୦ ଜଣ ଯାଉଛନ୍ତି କେରଳରୁ ମେଘାଳୟ । first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦେହଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ ବାସଭବନରୁ ଉଦ୍ଧାର ହେଲା ମୃତଦେହ ।

କନକ ବ୍ୟୁରୋ: ସନ୍ଦେହ ଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ବସ୍ତା ବାଲିଆପାଳ ବ୍ଲକ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସଂଜୟ ନାୟକଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଆଜି ସକାଳେ ପ୍ରଥମେ ତାଙ୍କ କର୍ମଚାରୀମାନେ ଯନ୍ତ୍ରୀଙ୍କୁ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ଯନ୍ତ୍ରୀଙ୍କର ମତ୍ୟୁ ହୋଇଥିବା କହିଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେଣୁ ବାଲିଆପାଳ ପୋଲିସ ଏବେ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ କରୁଛି ।

The post ସନ୍ଦେହଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ ବାସଭବନରୁ ଉଦ୍ଧାର ହେଲା ମୃତଦେହ । first appeared on Kanak News.

from Kanak News
via <a href="https://ifttt.com/?

କଟକରୁ ଲଢିବେ କି ଅଶ୍ୱିନୀ ବୈଷ୍ଣବ? ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ…

କନକ ବ୍ୟୁରୋ: କଟକ ଲୋକସଭା ଆସନରୁ ଲଢିବେ କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ? ସାଧାରଣରେ ଏନେଇ ଚର୍ଚ୍ଚା ଭିତରେ ରବିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତୁଲାଇବେ । ନିକଟରେ ଦଳ ତାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦେଇଥିଲା, ତାକୁ ସେ ନିଷ୍ଠାର ସହ ତୁଲାଇଥିଲେ ବୋଲି କହିଛନ୍ତି, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ । ଆଜି ଆଠଗଡର ବାବା ଧବଳେଶ୍ୱରଙ୍କୁ ଦର୍ଶନ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ତାଙ୍କ ସହ ଉପସ୍ଥିତ ଥିଲେ ।

The post କଟକରୁ ଲଢିବେ କି ଅଶ୍ୱିନୀ ବୈଷ୍ଣବ? ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ… first appeared on Kanak News.

from Kanak News
via <a href="https://ifttt.com/?

ଧରିବାକୁ ଚୋର, ପୋଲିସ ମାରିଲା ପୋଷ୍ଟର । ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର ।

କନକ ବ୍ୟୁରୋ : ରାଜଧାନୀର ଚୋରଙ୍କୁ ଧରିବାକୁ ଫାଶ ବସାଇଲା ପୋଲିସ । ବଡ ବଡ ଲୁଟେରା, ଚୋର ଓ ମୋଷ୍ଟ ୱାଣ୍ଟେଡଙ୍କୁ ଧରିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି କମିଶନରେଟ ପୋଲିସ । ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ଏଭଳି ପନ୍ଥା ଆପଣାଇଛି ପୋଲିସ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି ପୋଲିସ ।

ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ହୋଇଥିବା ବଡ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ଦିନରେ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା କଳାକନା ବୁଲାଇଥିଲେ । କିନ୍ତୁ ଏହି ଘଟଣାରେ ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରା,ଚୋରଙ୍କୁ ଧରିବାକୁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି । ଏହି ଚୋରଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବ । ସବୁଠୁ ବଡ କଥା ହେଲା ସୂଚନା ଆଧାରରେ ଚୋର ଧରାପଡିଲେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ଦେବ ବୋଲି କୁହାଯାଇଛି । ତେଣୁ ଆଗାମୀ ଦିନରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବାରେ ପୋଲିସକୁ ବିଶେଷ ସମସ୍ୟାର ସାମ୍ନା କରିବାକୁ ପଡିବନି । ଏହାଛଡା ଲୁଟ୍ ପରେ ଲୁଟେରା ମଧ୍ୟ ଖୁଲମଖୁଲ୍ଲା ଆଉ ବୁଲିପାରିବେନି ।

The post ଧରିବାକୁ ଚୋର, ପୋଲିସ ମାରିଲା ପୋଷ୍ଟର । ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started