ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍ । ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ଛାତ୍ର ।

କନକ ବ୍ୟୁରୋ: ବ୍ରାଉନସୁଗର ଡିଲ୍ ବେଳେ କଲେଜ ଛାତ୍ରକୁ ମାଡ଼ି ବସିଲା ଏସଟିଏଫ । ଗିରଫ ଅଭିଯୁକ୍ତ ପୁରୀ ଏସସିଏସ କଲେଜ ପିଜି ପ୍ରଥମ ବର୍ଷର ଛାତ୍ର ସୁଜିତ୍ କୁମାର ମହାନ୍ତି । ନିମପଡ଼ା ପେଟ୍ରୋଲ ପମ୍ପ ନିକଟରେ ଚେକିଂ ବେଳେ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଗିରଫ ଅଭିଯୁକ୍ତ ନିକଟରୁ ପ୍ରାୟ ୧କେଜି ୮୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ । ଗିରଫ ପରେ ଅଭିଯୁକ୍ତକୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତ ଜଣକ କଲେଜ ଛାତ୍ର ହୋଇଥିବା ବେଳେ ତା ନିକଟରୁ ଏତେ ପରିମାଣର ବ୍ରାଉନ ସୁଗର କେଉଁଠୁ ଆସିଲା । ଅନ୍ୟ କେଉଁ ମାନେ ବ୍ରାଉନସୁଗର କାରବାରରେ ସୁଜିତ ସହ ସାମିଲ ରହିଛନ୍ତି ଏନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ ।

The post ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍ । ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ଛାତ୍ର । first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଖୁବ୍ଶୀଘ୍ର ମାଲକାନଗିରିକୁ ବିମାନରେ ଯାଇହେବ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ରନୱେରେ ଆଜି ବିମାନ୍ ଟ୍ରାଏଲ ରନିଙ୍ଗ ବି କରିଛି । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ।

The post ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମ ମନ୍ଦିର ଉଦଘାଟନ୍ ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ଜାନୁଆରୀ ୧୫ରେ କରିବେ ରାମଲଲ୍ଲାଙ୍କର ଦର୍ଶନ ।

କନକ ବ୍ୟୁରୋ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ୟୁପିର କିଛି କଂଗ୍ରେସ ନେତା ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଯାଇ ଭଗବାନ ଶ୍ରୀରାମଙ୍କର ଦର୍ଶନ କରିବେ ବୋଲି ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ହେବାକୁ ଥିବାବେଳେ, କଂଗ୍ରେସ ନେତାମାନେ ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ କରିବେ ।

ଉତ୍ତରପ୍ରଦେଶର ସହାରନପୁରରୁ ଆରମ୍ଭ ହେଇଥିବା କଂଗ୍ରେସର ୟୁପି ଯୋଡ ଯାତ୍ରା ଶନିବାର ଲକ୍ଷ୍ନୌରେ ଶେଷ ହେଇଛି । ଏହାପରେ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦଳର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କ ସମେତ ପୂର୍ବତନ ସାଂସଦ, ବିଧାୟକ ଓ ଦଳର ଶୀର୍ଷ ନେତୃତ୍ୱ ସାମିଲ ଥିଲେ । ଏହି ଅବସରରେ କଂଗ୍ରେସ ନେତାମାନେ ଅଯୋଧ୍ୟା ଯାଇ ଶ୍ରୀରାମଙ୍କର ଦର୍ଶନ କରିବାର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

ବୈଠକର ନିଷ୍ପତ୍ତି ମୁତାବକ, ଜାନୁଆରୀ ୧୫ ତାରିଖରେ କଂଗ୍ରେସର ନେତାମାନେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲାଙ୍କର ଦର୍ଶନ କରିବେ । ସକାଳ ୯ଟା ୧୫ ମିନିଟରେ ଏହି ଦର୍ଶନ ହେବ । ଖାଲି ସେତିକି ନୁହେଁ, କଂଗ୍ରେସ ନେତାମାନଙ୍କର ସରାୟୁ ନଦୀରେ ସ୍ନାନ କରିବେ ବୋଲି ମଧ୍ୟ ସୂଚନା ମିଳୁଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନୀ ଉତ୍ସବ ହେବ । ଏହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡଗେ, ମମତା ବାନାର୍ଜୀଙ୍କ ଭଳି ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି । ହେଲେ କଂଗ୍ରେସର ଏହି ନେତାମାନେ ଉତ୍ସବରେ ସାମିଲ ହେବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି ।

The post ଶ୍ରୀରାମ ମନ୍ଦିର ଉଦଘାଟନ୍ ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ଜାନୁଆରୀ ୧୫ରେ କରିବେ ରାମଲଲ୍ଲାଙ୍କର ଦର୍ଶନ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି-ବିଜେପି ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ । କହିଲେ ଦୁଇ ଦଳ ଭିତରେ ଚାଲିଛି ଭିତିରି ବୁଝାମଣା ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ହୋଇଛି ବୁଝାମଣା । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ଏହା କହିଛନ୍ତି ।

ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଂଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।

The post ବିଜେଡି-ବିଜେପି ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ । କହିଲେ ଦୁଇ ଦଳ ଭିତରେ ଚାଲିଛି ଭିତିରି ବୁଝାମଣା । first appeared on Kanak News.

from Kanak News
via <a href="https://ifttt.com/?

‘ମୁଁ ସବୁ ଆଶା ହରାଇସାରିଲିଣି… ଏବେ ମୋତେ ଜେଲରେ ମରିବାକୁ ଦିଅ’ ବିଚାରପତିଙ୍କ ଆଗରେ କାନ୍ଦି କାନ୍ଦି କହିଲେ ‘ଜେଟ୍ ଏୟାରୱେଜ୍’ ମାଲିକ ନରେଶ ଗୋୟଲ ।

କନକ ବ୍ୟୁରୋ: ମଣିଷର ଜୀବନରେ କେତେବେଳେ କେଉଁ ସ୍ଥିତି ଆସିବ କିଏ ବା କହିବ । କେବେ ପ୍ରାଚୂର୍ଯ୍ୟ ଭିତରେ ବଞ୍ଚୁଥିବା ବ୍ୟକ୍ତିଟିକୁ ପ୍ରତିଟି ମୂହୂର୍ତ୍ତ ବି କଣ୍ଟା ଭଳି ବିଦ୍ଧ କରେ, ଯନ୍ତ୍ରଣା ଦିଏ । ସେ ବଞ୍ଚିବା ଅପେକ୍ଷା ସବୁ ସମୟରେ ମୃତ୍ୟୁକୁ ଖୋଜେ । ଏମିତି କିଛି ଏବେ ଘଟୁଛି ଏୟାର ୱେଜ୍ ମାଲିକ ନରେଶ ଗୋୟଲଙ୍କ ଜୀବନରେ ।

କାନାଡା ବ୍ୟାଙ୍କ ଦ୍ୱାରା ମନି ଲଣ୍ଡ୍ରିଂ ମାମଲା ଦାଏର ହେବା ପରେ ଇଡି ଦ୍ୱାରା ଗିରଫ ହୋଇ ଏବେ ଜେଲରେ କଟୁଛିି ନରେଶ ଗୋୟଲଙ୍କ ଜୀବନ । ସେପଟେ ତାଙ୍କ ପତ୍ନୀ ଅନୀତା ଗୋୟଲ ମଧ୍ୟ କ୍ୟାନ୍ସରର ଆଡଭାନ୍ସ ଷ୍ଟେଜରେ ଛଟପଟ ହେଉଛନ୍ତି । ଗୋଟିଏ ବୋଲି ଝିଅ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏଭଳି ସମୟରେ ନରେଶ ଗୋୟଲ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । । ତାଙ୍କର ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବାବେଳେ ସେ ନିଜେ କୋର୍ଟରେ ଉପସ୍ଥିତ ହୋଇ ନିଜର ସମସ୍ୟା ପ୍ରକାଶ କରିଥିଲେ ଏବଂ ବିଚାରପତିଙ୍କୁ ଅନୁନୟ ହୋଇ କହିବା ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା ।

ନରେଶ ଗୋୟଲଙ୍କର ଏକାଧିକ ଶାରୀରିକ ସମସ୍ୟା ରହିଛି । ଏପରିକି ସେ ଏତେ ଦୁର୍ବଳ ହୋଇଯାଇଛନ୍ତି ଛିଡା ହେବାକୁ ମଧ୍ୟ ତାଙ୍କର ବଳ ପାଉନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଥିବାବେଳେ ତାଙ୍କୁ ଜେଜେ ହସ୍ପିଟାଲ ପଠାଯାଉଛି ସତ କିନ୍ତୁ ସେଠାରେ ସେ ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବାକୁ ଅସମର୍ଥ ତେଣୁ ଏହା ଅପେକ୍ଷା ବରଂ ତାଙ୍କୁ ଜେଲରେ ଛାଡିଦିଆଯାଉ । ‘ତାଙ୍କ ଜୀବନରେ ସବୁ ଆଶା ଶେଷ ହୋଇଯାଇଛି । ଏଭଳି ଜୀବନ ବଞ୍ଚିବା ଅପେକ୍ଷା ବରଂ ତାଙ୍କୁ ଜେଲରେ ମରିଯିବାକୁ ଦିଆଯାଉ’, ବିଚାରପତିଙ୍କ ଆଗରେ ହାତ ଯୋଡି ଏଭଳି କହିଥିଲେ ନରେଶ ଗୋୟଲ । ତାଙ୍କର ଏଭଳି ଭାବାବେଗକୁ ଅନୁଧ୍ୟାନ କରିବା ପରେ ତାଙ୍କର ଉପଯୁକ୍ତ ଚିକିତ୍ସା ସହ ତାଙ୍କର ମାନସିକ ସ୍ଥିତିକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଚାରପତି ।

ସୂଚନା ମୁତାବକ, ନରେଶ ଗୋୟଲ କାନାଡା ବ୍ୟାଙ୍କରୁ ୮୪୮.୮୪ କୋଟି ଲୋନ୍ ନେଇଥିବାବେଳେ ଏଯାଏଁ ୫୩୮.୬୨ କୋଟି ଟଙ୍କା ଫେରାଇ ନଥିଲେ । ଏହି ଆଧାରରେ କାନାଡା ବ୍ୟାଙ୍କ ମାମଲା ଦାଏର କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ କରି ନରେଶ ଗୋୟଲଙ୍କୁ ଗିରଫ କରିଥିଲା ।

The post ‘ମୁଁ ସବୁ ଆଶା ହରାଇସାରିଲିଣି… ଏବେ ମୋତେ ଜେଲରେ ମରିବାକୁ ଦିଅ’ ବିଚାରପତିଙ୍କ ଆଗରେ କାନ୍ଦି କାନ୍ଦି କହିଲେ ‘ଜେଟ୍ ଏୟାରୱେଜ୍’ ମାଲିକ ନରେଶ ଗୋୟଲ । first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ । ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଭଗବାନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାପୂର୍ବରୁ ଦୁଇ ଜଣ ମୁସଲମାନ ମହିଳା ନଜନିନ୍ ଅନସାରୀ ଓ ନଜମା ପରଭିନ୍ ଗେରୁଆ ପୋଷାକ ପିନ୍ଧି ପତାକା ଧରି ଅଯୋଧ୍ୟାରୁ ‘ରାମଜ୍ୟୋତି’ ଆଣିବାକୁ ଆସିଛନ୍ତି । ଗତକାଲିଠୁ ସେମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କାଶୀର ପାତାଳପୁରୀ ମଠର ମହନ୍ତ ବାଲକ ଦାସ ଏବଂ ଦୋମରାଜ ଓମ୍ ଚୌଧୁରୀ ଏହି ଦୁଇ ମୁସଲିମ ଭକ୍ତଙ୍କୁ ପତାକା ଦେଇ ତାଙ୍କ ଯାତ୍ରାର ଶୁଭାରମ୍ଭ କରିିଥିଲେ ।

ଆଜି ଅଯୋଧ୍ୟାରେ ମହନ୍ତ ଶମ୍ଭୁ ଦେବଚାର୍ଯ୍ୟଙ୍କଠାରୁ ରାମଜ୍ୟୋତି ଗ୍ରହଣ କରି କାଶୀ ଫେରିବାର ସୂଚନା ରହିଛି । ଏଥିସହ ଅଯୋଧ୍ୟାର ସରୟୁ ନଦୀର ପବିତ୍ର ପାଣି ଏବଂ ଅଯୋଧ୍ୟା ମାଟିକୁ ଦୁଇ ଜଣ ସାଙ୍ଗରେ କାଶୀକୁ ଆଣିବେ । ପ୍ରାଣ ପ୍ରତିଷ୍ଠାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଏମାନେ ରାମଜ୍ୟୋତି ବଂଟିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସି ପ୍ରତି ଘରେ ଦୀପାବଳି ପାଳନ କରାଯାଉ । ତେଣୁ ରାମଜ୍ୟୋତି ଏବଂ ସରୟୁ ନଦୀର ପାଣିକୁ ବିଭିନ୍ନ ସ୍ଥାନରେ ବାଣ୍ଟିିିବାକୁ ଏହି ଦୁଇ ଜଣ ନିଷ୍ପତ୍ତି ନେଇଛନ୍ତି ।

ନଜନିନ୍ ଅନସାରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି । ସେ ରାମଚରିତ ମାନସ ଏବଂ ହନୁମାନ ଚାଳିସାକୁ ଉର୍ଦ୍ଦୁରେ ଅନୁବାଦ କରିଛନ୍ତି । ସୌହାର୍ଦ୍ଦ୍ୟ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ଶିକ୍ଷକ ହେଉଛନ୍ତି ପାତାଳପୁରୀ ମଠର ମହନ୍ତ ବାଲକ ଦାସ । ଯିଏକି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଅନ୍ୟ ଜଣେ ହେଉଛନ୍ତି, ନଜମା ପରଭିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଏଚୟୁରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ଗତ ୧୭ ବର୍ଷ ଧରି ସେ ରାମ ଭକ୍ତିରେ ନିଜକୁ ଉତ୍ସର୍ଗୀ କରିଛନ୍ତି । ବାରାଣସୀରେ ଥିବା ହିନ୍ଦୁ-ମୁସଲମାନ ଡାଏଲଗ ସେଣ୍ଟର ଜରିଆରେ ସେ ସାରା ଦେଶରେ ମୁସଲମାନ ଓ ହିନ୍ଦୁଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏହି ଦୁଇ ମହିଳା ତିନି ତଲାକ୍ ବିରୋଧରେ ନିଜର ମତାମତ ରଖି ଚର୍ଚ୍ଚାକୁ ଆସିଥିଲେ ।

The post ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ । ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା । first appeared on Kanak News.

from Kanak News
via <a href="https://ifttt.com/?

୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରୁହନ୍ତୁ, ମୁସଲିମ ଭାଇ-ଭଉଣୀଙ୍କୁ ବଦରୁଦ୍ଦିନଙ୍କ ପରାମର୍ଶ । କଡା ଜବାବ ଦେଲା ବିଜେପି ।

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ସଭାପତି ତଥା ସାଂସଦ ବଦରୁଦ୍ଦିନ ଅଜମଲଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ସମସ୍ତ ମୁସଲିମଙ୍କୁ ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରହିବାକୁ କହିଛନ୍ତି ବଦରୁଦ୍ଦିନ । କେବଳ ଏତିକି ନୁହେଁ ବିଜେପିକୁ ବଡ ଶତ୍ରୁ ବୋଲି ମଧ୍ୟ କହିଛନ୍ତି ବଦରୁଦ୍ଦିନ ।

ବାରପେଟାରେ ଏକ ଜନସଭାକୁ ସମ୍ବୋଧିତ କରି ବଦରୁଦ୍ଦିନ କହିଛନ୍ତି, ଆମକୁ ସତର୍କ ରହିବାକୁ ପଡିବ । ମୁସଲିମ ଭାଇ ମାନଙ୍କୁ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୂରା ବିଶ୍ୱରୁ ଲୋକେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦେଖିବାକୁ ଅଯୋଧ୍ୟା ଆସିବେ । ଲକ୍ଷ ଲକ୍ଷ ଲୋକ ବସ, ଟ୍ରେନ, ବିମାନରେ ଅଯୋଧ୍ୟା ସମେତ ବିଭିନ୍ନ ଧାର୍ମିକ ସ୍ଥଳକୁ ଯିବେ । ତେଣୁ ଏହି ସମୟରେ ଶାନ୍ତି ବଜାୟ ରଖିବା ଉଚିତ୍ । ବିଜେପି ମୁସଲିମଙ୍କର ସବୁଠୁ ବଡ ଶତ୍ରୁ । ଏମାନେ ଆମ ଆସ୍ଥା, ଇସଲାମ ଆଇନ, ଅଜାନର ଶତ୍ରୁ । ବଦରୁଦ୍ଦିନଙ୍କ ଏହି ବୟାନକୁ ନେଇ ବିଜେପି କଡା ଜବାବ ଦେଇଛି । ଦଳ ପକ୍ଷରୁ କୁହାଯାଇଛି, ସବକା ସାଥ୍, ସବକା ବିକାଶ ମନ୍ତ୍ର ନେଇ ବିଜେପି ଆଗକୁ ବଢୁଛି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେ ପ୍ରାର୍ଥନାରେ ମଧ୍ୟ ଭାଗ ନେବେ । ବଦରୁଦ୍ଦିନ ଓ ଓୱେସିଙ୍କ ଭଳି ଲୋକ ସାଧାରଣ ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରୁଛନ୍ତି । ବିଜେପି ସବୁ ଧର୍ମକୁ ସମ୍ମାନ କରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।

The post ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରୁହନ୍ତୁ, ମୁସଲିମ ଭାଇ-ଭଉଣୀଙ୍କୁ ବଦରୁଦ୍ଦିନଙ୍କ ପରାମର୍ଶ । କଡା ଜବାବ ଦେଲା ବିଜେପି । first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରିରୁ ଶୀଘ୍ର ଉଡ଼ିବ ବିମାନ । ପ୍ରସ୍ତୁତ ରନୱେ ଓ ଟର୍ମିନାଲ । ଆସନ୍ତା ସପ୍ତାହରେ ହେବ ଉଦଘାଟନ ।

କନକ ବ୍ୟୁରୋ: ଶୀଘ୍ର ମାଲକାନଗିରିରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତ ରନୱେ ଓ ଟର୍ମିନାଲ । କିଛି ସମୟ ପରେ ମାଲକାନଗିରି ବିମାନ ବନ୍ଦରରେ ହେବ ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୁଚନା ଦେଇଥିଲେ ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ମାଲକାନଗିରି ଏୟରପୋର୍ଟ ର ଟ୍ରାଏଲ ରନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରି ଥିବା ବେଳେ ଟ୍ରାଏଲ ରନ୍ ପରେ ମୁଖ୍ୟମନ୍ତ୍ରୀ ମାଲାକନଗିରି ଏୟରପୋର୍ଟ ର ଶୁଭାରମ୍ଭ କରିବା ନେଇ ତାରିଖ ସ୍ଥିର ହେବ ।

The post ମାଲକାନଗିରିରୁ ଶୀଘ୍ର ଉଡ଼ିବ ବିମାନ । ପ୍ରସ୍ତୁତ ରନୱେ ଓ ଟର୍ମିନାଲ । ଆସନ୍ତା ସପ୍ତାହରେ ହେବ ଉଦଘାଟନ । first appeared on Kanak News.

from Kanak News
via <a href="https://ifttt.com/?

ଆଖି ବୁଜିଲା ହାତୀ ସଂରକ୍ଷଣକୁ ଆସିଥିବା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଦନ୍ତାକୁ କାବୁ କରିଥିଲା ବନ ବିଭାଗ ।

କନକ ବ୍ୟୁରୋ: ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ର ଆସିଥିବା ଦନ୍ତା ହାତୀର ମୃତ୍ୟୁ । ବନ ବିଭାଗ ଦ୍ୱାରା ଏହା ସ୍ଥାନାନ୍ତର ହେବା ପରେ ଆଜି ଭୋର ଆଖି ବୁଜିଛି ଦନ୍ତା ହାତୀ । କଣ୍ଟାମାଳ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଦନ୍ତାକୁ ବନ ବିଭାଗ କାବୁ କରିଥିଲା । ଏବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ।

ତେବେ ଅତ୍ୟଧିକ ନିଶ୍ଚେତକ ଦିଆଯାଇଥିବାରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଏହି ଦନ୍ତାଟି ପୋଷା ହାତୀ କିନ୍ତୁ ତାର ମାହୁନ୍ତ ଜଣଙ୍କ ଚୋରା ଗଂଜେଇ ଚାଲାଣ କାରବାରରେ ଗିରଫ ହୋଇ ଜେଲରେ ରହିଛି । ଏହାପରେ ହାତୀଟି ବେକାବୁ ହୋଇଯାଇଥିଲା । ବୈାଦ୍ଧ କଂଟାମାଳ ଅଂଚଳରେ ଉତ୍ପାତ କରୁଥିଲା । ଏପରିକି ୨ ଜଣଙ୍କ ଜୀବନ ନେଇଛି । ଏହାପରେ ବୌ÷ଦ୍ଧ ବନ ବିଭାଗ ହାତୀକୁ ନିଶ୍ଚେତକ ଦେଇ କାବୁ କରିଥିଲେ । ଏହାପରେ ଢେଙ୍କାନାଳ କପିଳାସ ହାତୀ ସରଂକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା ।

The post ଆଖି ବୁଜିଲା ହାତୀ ସଂରକ୍ଷଣକୁ ଆସିଥିବା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଦନ୍ତାକୁ କାବୁ କରିଥିଲା ବନ ବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ପଥ ଉତ୍ସବ । ବାଘ ନାଚ, ମାଲଖମ୍ବ କୌଶଳ ସହ ନାଚଗୀତରେ ଦୁଲୁକିଲା ରାଜପଥ ।

କନକ ବ୍ୟୁରୋ: ରାଜଧାନୀରେ ପଥ ଉତ୍ସବ । ଇନଫୋସିଟିରୁ ଶିଖରଚଣ୍ଡି ରାସ୍ତାରେ ଚାଲିଛି ପଥ ଉତ୍ସବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ ଆଦି ଭିନ୍ନ ଭିନ୍ନ କ୍ରୀଡ଼ା ଓ କୌଶଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, କଳାକାର ଓ ଏସଏଚଜି ଏଥିରେ ଭାଗ ନେଇଛନ୍ତି । ଶୀତୁଆ ସକାଳରେ ଏହି ପଥୋତ୍ସବ ମନ ପ୍ରଫୁଲ୍ଲିତ କରିବା ସାଙ୍ଗକୁ ଏସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ମଜା ନେଉଛନ୍ତି ଭୁବନେଶ୍ୱରବାସୀ ।

The post ରାଜଧାନୀରେ ପଥ ଉତ୍ସବ । ବାଘ ନାଚ, ମାଲଖମ୍ବ କୌଶଳ ସହ ନାଚଗୀତରେ ଦୁଲୁକିଲା ରାଜପଥ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started