ସୂର୍ଯ୍ୟ ଅଭିଯାନରେ ଇତିହାସ ରଚିଲା ଇସ୍ରୋ । ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ -୧ । ଦେବ ଗୁରୁତ୍ୱପୂର୍ଣ୍ଣ ସୂଚନା ।

କନକ ବ୍ୟୁରୋ: ପୁଣି ଇତିହାସ ରଚିଲା ଇସ୍ରୋ । ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଂଚିଛି ଆଦିତ୍ୟ ଏଲ୍-ୱାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ପହଞ୍ଚିଛି ଭାରତର ସାଟେଇଲାଇଟ୍ । ଏଲ- ୱାନ ପଏଣ୍ଟରେ ୫ ବର୍ଷ ଯାଏଁ ଏହା କାମ କରିବ । ହାଲୋ ଅରବିଟରେ ପ୍ରଦକ୍ଷଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସମ୍ପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।

The post ସୂର୍ଯ୍ୟ ଅଭିଯାନରେ ଇତିହାସ ରଚିଲା ଇସ୍ରୋ । ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ -୧ । ଦେବ ଗୁରୁତ୍ୱପୂର୍ଣ୍ଣ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଅଧା ବାଟରେ ଅଟକିଲା ରେଳମନ୍ତ୍ରୀଙ୍କ ଟ୍ରେନ୍ । ଟ୍ରେନରୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିଲେ ଅଶ୍ୱିନୀ ବୈଷ୍ଣବ ।

କନକ ବ୍ୟୁରୋ: ଯେବେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅଧା ବାଟରେ ଅଟକାଇ ଦିଅନ୍ତି ରେଳ ମନ୍ତ୍ରୀ । ଆଉ ଟ୍ରେନରୁ ଓହ୍ଲାଇ ଲୋକଙ୍କ କଥା ବୁଝନ୍ତି ଅଶ୍ୱିନୀ ବୈଷ୍ଣବ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରୁ ଆସିଛି ଏଭଳି କିଛି ଚିତ୍ର । ରେଳ ଟ୍ରାକ୍ ଊପରେ ରେଳ ଗଡ଼ୁଥିଲା । ରେଳରେ ଥିଲେ ଅଶ୍ୱିନୀ ବୈଷ୍ଣବ । କିନ୍ତୁ ବିନା ଷ୍ଟେସନରେ ଲୋକଙ୍କୁ ଦେଖି ହଠାତ ଅଟକି ଯାଇଥିଲା ରେଳମନ୍ତ୍ରୀଙ୍କ ଟ୍ରେନ । ତୁରନ୍ତ ଟ୍ରେନରୁ ଓହ୍ଲାଇ ଲୋକଙ୍କ କଥା ଶୁଣିଥିଲେ ରେଳମନ୍ତ୍ରୀ ।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ୨୦୧୭ ମସିହାରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଞ୍ଚାୟତର ସମସ୍ୟାକୁ ଦୁଷ୍ଟିରେ ରଖି ସାନପଦର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ ପାଇଁ ନିବେଦନ କରିଥିଲ । ଆଉ ଗତବର୍ଷ ଏପ୍ରିଲ ମାସରେ ସାନପଦରଠାରେ ପାସେଞ୍ଜର ଷ୍ଟେସନ ହେବା ନେଇ ଚିଠି ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଷ୍ଟେସନ କାମରେ କୌଣସି ଅଗ୍ରଗତି ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଉ ଲୋକଙ୍କର ଏହି ସମସ୍ୟା କଥା ଶୁଣିବା ପରେ ଅଶ୍ୱିନୀ ବୈଷ୍ଣବ ୨୦ ଦିନ ଭିତରେ ଷ୍ଟେସନ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।

The post ଅଧା ବାଟରେ ଅଟକିଲା ରେଳମନ୍ତ୍ରୀଙ୍କ ଟ୍ରେନ୍ । ଟ୍ରେନରୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିଲେ ଅଶ୍ୱିନୀ ବୈଷ୍ଣବ । first appeared on Kanak News.

from Kanak News
via <a href="https://ifttt.com/?

ନଗଡ଼ାରେ ପୁଣି ଶିଶୁ ଅପପୁଷ୍ଟି ମାମଲା । ନବଜାତ ଶିଶୁର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିବା ସୂଚନା ।

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନଗଡାରେ ପୁଣି ଏକ ନବଜାତ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ନିକଟରେ ନଗଡା ଅଞ୍ଚଳର ଜଣେ ମହିଳା ଏକ ନବଜାତକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିଲା । ସ୍ୱାସ୍ଥ୍ୟ ବିଭାଗ ଖବରପାଇ ଶିଶୁଟିକୁ ସୁକିନ୍ଦା ମେଡିକାଲକୁ ଆଣିବାକୁ ଯାଇଥିଲେ । ହେଲେ ତାର ମା’ ଡାକ୍ତରଖାନା ନଯିବାକୁ ଜିଦ୍ ଧରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲକୁ ଆଣିବାକୁ ଚେଷ୍ଟା କରାଯାଇ ଥିଲେ ବି ତାର ମା’ ଏଥିରେ ଅରାଜି ହେଉନଥିବା ସୂଚନା ମିଳିଛି । ସେପଟେ ଶିଶୁଟି ଅପପୃଷ୍ଟିର ଶିକାର ହୋଇଥିବା ପ୍ରସଙ୍ଗକୁ ଅସ୍ୱୀକାର କରିବା ସହ ଏହା ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

The post ନଗଡ଼ାରେ ପୁଣି ଶିଶୁ ଅପପୁଷ୍ଟି ମାମଲା । ନବଜାତ ଶିଶୁର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିବା ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରଭାବରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ । ଦିନକରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି । ବିଭିନ୍ନ ଟାଙ୍କି ଗୁଡ଼ିକରେ ତେଲ ଶେଷ ।

କନକ ବ୍ୟୁରୋ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ସିଧାସଳଖ ପ୍ରଭାବ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ତେଲ ସରିଯିବା ଭୟରେ ଯିଏ ଯେତେ ପାରିଲା, ସେତେ କିଣି ପକାଇଲା । ଫଳରେ ଦିନରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି ହୋଇଥିବା ସୂଚନା ମିଳିଛି ।

ସେହିପରି ଡିଜେଲ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଓ ଟ୍ରକ୍ ଚଳାଚଳ ଠପ୍ ପଡ଼ିଯାଇଥିଲା । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଥିଲା । ଲୋକେ ତେଲ ପକାଇବା ଲାଗି ଫିଲିଂ ଷ୍ଟେସନ୍ ଗୁଡ଼ିକରେ ଲମ୍ବା ଲାଇନ ଲଗାଇଥିଲେ । ଫଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଯଦିଓ ଆନ୍ଦୋଳନକୁ ଡ୍ରାଇଭର ସଂଘ ସ୍ଥଗିତ ରଖିଛି, କିନ୍ତୁ ଆଜି ସ୍ଥିତିରେ ସୁଧାର ଆସିବାର ସମ୍ଭାବନା କମ୍ ଲାଗୁଛି । ହେଲେ ଶୀଘୟ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ୩ଦିନ ହେଲା ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଥିଲେ । ଏହାପରେ ପରିବହନ ସେବା ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଆଶଙ୍କା ପ୍ରକାଶ ପାଇଥିଲା । ଏହାପରେ ପରିବହନ ଡ୍ରାଇଭର ମହାଂସଘ ସହ ଆଲୋଚନା କରିଥିଲେ ପରିବହନ କମିଶନର । ୩୦ ଜିଲ୍ଲାର ସଂଘ ସହ ଆଲୋଚନା ପରେ ଡ୍ରାଇଭର ସଂଘ ଏହା ଘୋଷଣା କରିଛି । ଏବେ ଆଉ ୩୦ ଜିଲ୍ଲାରେ ଆନ୍ଦୋଳନ ହେବ ନାହିଁ । ଆଲୋଚନାବେଳେ ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିକୁ ମାନିନେଇଥିବା ସଂଘ କହିଛି । ତେବେ କେନ୍ଦ୍ର ସରକାରଙ୍କ ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ନେଇ ପୁଣି ନିଷ୍ପତି ନିଆଯିବ । ସବୁ ରାଜ୍ୟ ମଧ୍ୟ ସମନ୍ୱୟ ନ ରହିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କହିଛି ଡ୍ରାଇଭର ମହାସଂଘ ।

The post ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରଭାବରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ । ଦିନକରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି । ବିଭିନ୍ନ ଟାଙ୍କି ଗୁଡ଼ିକରେ ତେଲ ଶେଷ । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ ।
ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।

୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।

ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିରର ସୌନ୍ଦର୍ୟ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପର ସଠିକ କାର୍ୟ୍ୟାନ୍ବୟନ ପାଇଁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ୟ୍ୟ ସମୀକ୍ଷା କରିଛନ୍ତି ।

The post ଜାନୁଆରୀ ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ first appeared on Kanak News.

from Kanak News
via <a href="https://ifttt.com/?

ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ପାଖେଇ ଆସୁଛି । ଏହାସହ ରାଜନୈତିକ ଉଷ୍ମତା ବଢ଼ୁଛି । ବିଜେପି ଓ ମୋଦୀଙ୍କୁ ପୁଣି ଥରେ ଗାଦି ଦଖଲରୁ ଅଟକାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଇଣ୍ଡିଆ ମେଂଟ । ହେଲେ ଏହି ମେଂଟରେ ଏବେ ଭିତିରି କନ୍ଦଳ ପଦାରେ ପଡ଼ିଲାଣି । କାରଣ ଦଳର ନେତାମାନେ ତ କହୁଛନ୍ତି ଆମେ ସାଙ୍ଗରେ ଅଛୁ ବୋଲି, ହେଲେ ଏକାକି ଲଢ଼ିବାକୁ ସଜବାଜ ହେବାର ସଙ୍କେତ ବି ଦେଉଛନ୍ତି । ଫଳରେ ମେଂଟ କେଉଁଆଡ଼କୁ ଯାଉଛି, କେମିତି ଇଣ୍ଡିଆ ମେଂଟ ବିଜେପି ଓ ମୋଦୀଙ୍କ ମୁକାବିଲା କରିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି । ଏସବୁ ଭିତରେ ଜେଡିୟୁର ଆଭିମୁଖ୍ୟ ଏକ ବଡ଼ ସଙ୍କେତ ଦେଇଛି । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି ନିଷ୍ପତି ନେଇଛି । ତେଣୁ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହେବାର ନାହିଁ ବୋଲି ଦଳର ନେତା ତଥା ମନ୍ତ୍ରୀ ସଂଜୟ କୁମାର ଝା ରୋକଠୋକ୍ କହିଛନ୍ତି । ଆରଜେଡି ଯଦି ଚାହିଁବ, ତାହେଲେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହୋଇପାରିବ ବୋଲି ଜେଡିୟୁ ନେତା କହିଛନ୍ତି । ଏହାସହ ଜେଡିୟୁ କହିଛି ଯେ, ଇଣ୍ଡିଆ ମେଂଟରେ ଆସନ ବୁଝାମଣା କଥା ବିଳମ୍ବ ହୋଇଗଲାଣି । ଆଉ ଏଥିପାଇଁ କଂଗ୍ରେସ ଉପରେ ଦୋଷ ଲଦିଛନ୍ତି କଂଗ୍ରେସ ନେତା । ୨୦୧୯େରେ ବିଜେପି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢିଥିଲେ । ବିଜେପି ୧୭ଟି, ଜେଡିୟୁ ୧୬ଟି ଆସନରେ ନିର୍ବାଚନ ଜିତିଥିଲା । କଂଗ୍ରେସ ଗୋଟିଏ ଏବଂ ଲୋକ ଜନଶକ୍ତି ପାର୍ଟି ୬ଟି ସାଂସଦ ଜିତିଥିଲେ ।

ଇଣ୍ଡିଆ ମେଂଟରେ ସବୁଠୁ ବଡ଼ ଦଳ ହେଉଛି କଂଗ୍ରେସ । ଏହାସହ ଇଣ୍ଡିଆ ମେଂଟରେ ଥିବା ସବୁ ଦଳଙ୍କ ମଧ୍ୟ କେଂଗ୍ରେସ ହିଁ ସର୍ବଭାରତୀୟ ଦଳ । ତେଣୁ ଏହାର ଗୁରୁତ୍ୱ ସବୁଠୁ ଅଧିକ ରହିବା କଥା   । ହେଲେ ଲଗାତର ଭାବେ ଦୁଇଟି ଲୋକସଭା ନିର୍ବାଚନରେ ଏହାର ପ୍ରଦର୍ଶନ ନୌରାଶ୍ୟଜନ ରହିଥିଲା । ୨୦୧୪ ଓ ୨୦୧୯ରେ କଂଗ୍ରେସର ପ୍ରଦର୍ଶନ ଖରାପ ରହିଥିଲା । ଏକଥାକୁ ମେଂଟରେ ଥିବା ଦଳମାନେ ହୃଦୟଙ୍ଗମ କରିଛନ୍ତି । ଏହାସହ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ସେତେଟା ଖାସ୍ ପ୍ରଦର୍ଶନ କରିପାରି ନାହିଁ । ରାଜସ୍ଥାନ ଓ ଛତିଶଗଡ଼ କଂଗ୍ରେସ ହାତରୁ ଚାଲିଯାଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିକୁ ହଟାଇବାରେ ବିଫଳ ହୋଇଛି କଂଗ୍ରେସ । କେବଳ ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ହାସଲ କରିଛି । ଏସବୁକୁ ଦୃଷ୍ଟିରେ ରଖି ଇଣ୍ଡିଆମେଂଟରେ ଥିବା ଦଳମାନେ କଂଗ୍ରେସ ଉପରେ ଏତେଟା ଭରସା କରିପାରୁ ନାହାନ୍ତି, ଆଉ ଆସନ ବୁଝାମଣା କରିବାକୁ ଅମଙ୍ଗ ଅଛନ୍ତି । ଏହାକୁ ନେଇ ଅଙ୍କ ଛିଣ୍ଡିପାରୁ ନାହିଁ । କେବଳ ନୀତୀଶ କୁମାର ନୁହଁନ୍ତି. ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଟିଏମସି ଆସନ ବୁଝାମଣା କରିବ ନାହିଁ ବୋଲି କହି ସାରିଛି । ସେହିପରି ପଂଜାବରେ ଆପ୍ ଓ ମହାରାଷ୍ଟ୍ରରେ ଉଦ୍ଧବ ସେନା ଗୋଷ୍ଠୀ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ରାଜିନଥିବା ଜଣାପଡିଛିି ।

ସେପଟେ ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ । ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ମହାସଚିବ ୫ଜଣ ସଦସ୍ୟ ବିଶିଷ୍ଠ ମେଂଟ ସମିତି ସହ ବୈଠକ କରିଥିଲେ । କେଉଁ ଦଳ କେତେ ଆସନରେ ଲଢ଼ିବା ଉଚିତ ହେବ ଏନେଇ ସମିତି ସହ ବିଚାର ବିମର୍ଶ କରିଥିଲେ । ଏଥରକ ୨୫୫ ଆସନରେ ଲଢ଼ିବା ପାଇଁ କଂଗ୍ରେସ ବିଚାର କରୁଥିବା ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ କେବଳ ୫୨ ଆସନରେ ଦଳ ଜିତିଥିଲା । ୨୦୧୯ରେ କଂଗ୍ରେସ ବିହାରରେ ଆରଜେଡି ସହ, ମହାରାଷ୍ଟ୍ରରେ ଏନସିପି, କର୍ଣ୍ଣାଟକରେ ଜେଡିଏସ, ତାମିଲନାଡୁରେ ଡିଏମକେ ଓ ଝାଡ଼ଖଣ୍ଡରେ ଜେଏମଏମ ସହ ମେଂଟ କରି ନିର୍ବାଚନ ଲଢ଼ିଥିଲା ।

The post ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ first appeared on Kanak News.

from Kanak News
via <a href="https://ifttt.com/?

ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ

କନକ ବ୍ୟୁରୋ : ପୁଣି ଥରେ ପରାକ୍ରମ ଦେଖାଇଛି ଭାରତୀୟ ସେନା । ମଝି ସମୁଦ୍ରରେ ଅପହରଣକାରୀଙ୍କ କବଳରୁ ୧୫ଜଣ ଭାରତୀୟଙ୍କ ସମେତ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିପାରିଛି ନୌସେନା । ବଳ, ବୁଦ୍ଧି ଖଟାଇ ଜଳଦସ୍ୟୁଙ୍କ କବଳରୁ ୨୧ଜଣଙ୍କୁ ରକ୍ଷା କରିବା ପରେ ଏବେ ସବୁଠି ଭାରତୀୟ ସେନାର ପ୍ରଂଶସା । ଉଦ୍ଧାର ପାଇଥିବା କ୍ରିୟୁ ସଦସ୍ୟଙ୍କ ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି । ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ପାଇବା ପୁର୍ନଜନ୍ମ ବୋଲି କହି ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି କ୍ରିୟୁ ସଦସ୍ୟ ।

ଏବେ ଆସନ୍ତୁ ଜାଣିବା ମଝି ସମୁଦ୍ରରେ ଜଳଦସ୍ୟୁ କିଭଳି ଜାହାଜକୁ ଅପହରଣ କରିଥିଲେ

ମାଲାବାହୀ ଜାହାଜ ଏମଭି ଲୀଲା ନୋରଫୋକ ୨୧ ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ବ୍ରାଜିଲରୁ ବାହାରିନକୁ ଯାତ୍ରା ପାଇଁ ବାହାରିଥିଲା । ସୋମାଲିଆ ଉପକୂଳର ଠିକ ୩ଶହ ମିଟର ଦୂରରେ ହଠାତ ଜାହାଜ ଭିତରେ ଅନୁପ୍ରବେଶ କରିଥିଲେ । ଅପହୃ୍ତ ଜାହାଜ ବିଟ୍ରେନର ମେରିଟାଇମ ଟ୍ରେଡ ଅପରେସନ ପୋର୍ଟାଲକୁ ଏକ ସୂଚନା ଦେଇଥିଲା । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ନିକଟକୁ ଖବର ପହଁଚିବା ପରେ ଘଟଣାସ୍ଥଳକୁ ବାହାରିଥିଲା ଆଇଏନଏସ ଚେନ୍ନାଇ, ପାଟ୍ରୋଲିଂ ଯୁଦ୍ଧ ବିମାନ ପି-ଏଇଟ ଆଇ ଓ ଦୂରଗାମୀ ପ୍ରେଡୋଟର ଏମକ୍ୟୁନାଇନବି । ତୁରନ୍ତ ଅପହରଣ ସ୍ଥଳକୁ ସେନା ପହଁଚୁଥିବା ଜାଣିବା ପରେ ଜାହାଜ ଛାଡି ଚାଲିଯାଇଥିଲେ ଜଳଦସ୍ୟୁ । ୧୫ଜଣ ଭାରତୀୟଙ୍କ ସମେତ ମୋଟ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ସଫଳ ହୋଇଥିଲା ନୌସେନାର ମାର୍କୋସ କମାଣ୍ଡୋ । ଭାରତୀୟ ନୌସେନା ମୁଖ୍ୟ ସମୁଦ୍ର ଲୁଟେରାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ନିର୍ଦ୍ଦେଶ ଦେବା ସହ ୪ଟି ଯୁଦ୍ଧପୋତକୁ ନିୟୋଜିତ କରାଯାଇଛି ।

ସମୁଦ୍ରରେ ଶତ୍ରୁଙ୍କ ଗତିପଥ ଉପରେ କଡ଼ା ନଜର ରଖୁଛି ଭାରତୀୟ ସେନା । ୪ରୁ ୬ଜଣ ଅଜ୍ଞାତ ଦୁବୁର୍ତ ଅସ୍ତ୍ରଣସ୍ତର ସହ ଜାହାଜ ଭିତରେ ପ୍ରବେଶ କରିଛନ୍ତି ।ବିପଦପୂର୍ଣ୍ଣ ବା ଅପହରଣ ସମ୍ଭାବନା ଥିବା ଅଂଚଳ ଦେଇ ଯାଉଥିବା ଜାହାଜଗୁଡିକର ସୁରକ୍ଷା କରିବା ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛି ଭାରତ । ଏହା ଭିତରେ ଲିବେରିଆ ପଂଜୀକୃତ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରି ଭାରତ ନିଜର ପରାକ୍ରମ ପୁଣି ଦେଖାଇଛି । ସେପଟେ ମଝି ସମୁଦ୍ରରେ ଜାହାଜ ଅପହରଣ ଘଟଣା ଦିନକୁୁ ଦିନ ବଢ଼ିବାରେ ଲାଗିଛି । ଲୋହିତ ସାଗରରେ ଲଗାତାର ମାଲବାହୀ ଯାତ୍ରୀବାହି ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ ।

The post ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ first appeared on Kanak News.

from Kanak News
via <a href="https://ifttt.com/?

ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର

କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ମୃତ୍ୟୁ ହୋଇଛି । କ୍ରିଷ୍ଟିଆନଙ୍କ ବିମାନ ଉଡାଣ ଭରିବାର କିଛି ସମୟ ପରେ କାରିବେନ ସାଗରରେ ପଡିଯାଇଥିଲା । ଗୋଟିଏ ଇଞ୍ଜିନ ଥିବା ଏକ ଘରୋଇ ବିମାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ୨୦୦୮ର ଚର୍ଚ୍ଚିତ ଆକ୍ସନ ଏବଂ କମେଡି ଫିଲ୍ମ ‘ସ୍ପିଡ୍ ରେସର’ ଏବଂ ‘ଦ ଗୁଡ ଜର୍ମାନ’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିୟନ କରିଥିଲେ କ୍ରିଷ୍ଟିଆନ ।

The post ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି

କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିବ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି । ତେବେ କେନ୍ଦ୍ର ସରକାର ଆଣିଥିବା ଆଇନ୍ ସଂପର୍କରେ ଆନ୍ଦୋଳନ ହେବ କି ନାହିଁ ପରବର୍ତି ସମୟରେ ନିଷ୍ପତି ନିଆଯିବ । ଯେହେତୁ ଅନ୍ୟ ରାଜ୍ୟରେ ଆନ୍ଦୋଳନ ବନ୍ଦ ରହିଛି, ତେଣୁ କେବଳ ଓଡିଶାରେ ଆନ୍ଦୋଳନ ହେଲେ ଏହାର ପ୍ରଭାବ ପଡିବ ନାହିଁ । ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛନ୍ତି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଆନ୍ଦୋଳନକୁ ନେଇ ପରବର୍ତି ନିଷ୍ପତି କଣ ହେବ ତାହା ସୋମବାର ସ୍ପଷ୍ଟ ହେବ ।

The post ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି first appeared on Kanak News.

from Kanak News
via <a href="https://ifttt.com/?

ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା

କନକ ବ୍ୟୁରୋ : ପଶ୍ଚିମ ଆମେରିକାର ପୋର୍ଟଲାଣ୍ଡର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ସନ୍ଧ୍ୟାରେ ଆଲସକା ଏୟାରଲାଇନ୍ସ ବିମାନ ବୋଇଙ୍ଗ୍ ୭୩୭ ମାକ୍ସ-୯ ଉଡାଣ ଭରିଥିଲା । ଏହି ବିମାନଟି ଆମେରିକାର କାର୍ଲିଫର୍ଣ୍ଣିଆର ଓଂଟାରିଓ ଯିବାର ଥିଲା । କିନ୍ତୁ ବିମାନ ଉଡାଣ ଭରିବାର ଗୋଟିଏ ମିନିଟ୍ ପରେ ଏକ ୱିଣ୍ଡୋର କାଚ ଭାଙ୍ଗିଯାଇଥିଲା । ଯାତ୍ରୀମାନେ ବିମାନର ଏକ ଝରକା ଭାଙ୍ଗିଯାଇଥିବା ଜାଣିବା ବେଳରୁ ବିମାନଟି ସ୍ଥଳପୃଷ୍ଟରୁ ୧୬ ହଜାର ୩୨୫ ଫୁଟ ଉଚ୍ଚତାରେ ଥିଲା । ବିମାନରେ ୧୭୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରିୟୁ ସଦସ୍ୟ ଥିଲେ । ସଙ୍ଗେ ସଙ୍ଗେ ପାଇଲଟ ବିମାନକୁ ପୋର୍ଟଲାଣ୍ଡର ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ଅନୁମତି ମାଗିଥିଲେ ।

ବିମାନର ଜଣେ ଯାତ୍ରୀ ପ୍ରଥମେ ଏହି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ସେୟାର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ବିମାନ ଭିତରେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । କିପରି ଏଭଳି ଅଘଟଣ ଘଟିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଆଲସକା ଏୟାରଲାଇନ୍ସ । ସେପଟେ ଏହି ଘଟଣା ପରେ ୬୫ ଟି ବୋଇଙ୍ଗ୍ ୭୩୭ ମାକ୍ସ-୯ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଏଥିସହ ଏସବୁ ବିମାନର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

The post ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started