ଅଯୋଧ୍ୟାରୁ ଆସିଲା ବଡ ଖବର । ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ, ୫୧ଇଂଚ ରହିବ ମୂର୍ତ୍ତିର ଉଚ୍ଚତା

କନକ ବ୍ୟୁରୋ : କିଛି ଦିନର ଅପେକ୍ଷା । ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଶୋଭା ପାଇବ ରାମଲାଲାଙ୍କ ବିଗ୍ରହ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୩ ତାରିଖଠୁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ । କିଭଳି ସୁରୁଖୁରରେ ଭବ୍ୟ ପ୍ରାଣପ୍ରତିଷ୍ଠା ଆୟୋଜନ କରାଯିବ ଏନେଇ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପୂରା ସହରକୁ ସାଜସଜା କରାଯିବା ସହ ବୋହୁ ପରି ସଜାଯାଉଛି ।

ସେପଟେ ନେପାଳ ସହ ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳଙ୍କ ଭିଡ । ପଦଯାତ୍ରା କରି ବିଶାଳ ଶୋଭାଯାତ୍ରା ସହ ଅଯୋଧ୍ୟାରେ ପହଁଚୁଛନ୍ତି ଶ୍ରରାମଙ୍କ ଭକ୍ତ । ସେପଟେ ଅହମ୍ମଦାବାଦରୁ ବିଶାଳ ଶୋଭାଯାତ୍ରା କରି ଅଯୋଧ୍ୟାରେ ପହଁଚିଛି ଧ୍ୱଜ ଦଣ୍ଡ । ମନ୍ଦିର ନିକଟରେ ଏହାକୁ ସ୍ଥାପନ କରାଯିବ ।

ସାମ୍ନାକୁ ଆସିଛି ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର । ନିଦ୍ଧିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ପତତ୍ର ଦିଆଯାଉଛି । ନିମନ୍ତ୍ରଣ ପତ୍ର ସହ ବୁକଲେଟ ରହିଛି । ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କ କଥା ବୁକଲେଟରେ ସ୍ଥାନ ଦିଆଯାଇଛି ।

ସେପଟେ ଭୋପାଳରୁ ଆସିଛି ରୋଚକ ଘଟଣା । ଏଠାକାର ମଠ ମନ୍ଦିରର ପୂଜକମାନେ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ କରିଛନ୍ତି । ଯିଏ ବିଜେତା ହେବେ ସେମାନେ ମାଗଣ।।ରେ ଅଯୋଧ୍ୟା ଆସି ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବେ । ସବୁଠୁ ବଡ କଥା ହେଉଛି ଧୋତି କୁର୍ତା ପିନ୍ଧି କ୍ରିକେଟ ଖେଳିଛନ୍ତିି ପୂଜାରୀ ।

ସେହିଭଳି ଅଯୋଧ୍ୟା ପ୍ରାଣପ୍ରତିଷ୍ଠାରେ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ପହଁଚିବେ ।ସେମାନଙ୍କ ରହଣୀଠୁ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ସମସ୍ତ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବନ୍ଦୋବସ୍ତକୁ କଡ଼ାକଡି କରାଯାଇଛି । ଅଯୋଧ୍ୟାରେ ଜାନୁଆରୀ ୧୬ରୁ କାର୍ଯକ୍ରମ ଆରମ୍ଭ ହେବ ଓ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ।

ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ । ୫୧ଇଂଚ ରହିବ ମୂର୍ତିର ଉଚ୍ଚତା । ୧୬ ତାରିଖରୁ ଆରମ୍ଭ ହେବ ପ୍ରାଣପ୍ରତିଷ୍ଠା ପୂର୍ବ କାର୍ଯ୍ୟ । ୩ଜଣ ମୂର୍ତି କାରିଗରଙ୍କ ମୂର୍ତି ମଧ୍ୟରୁ କର୍ଣ୍ଣାଟକ ଅରୁଣ ଯୋଗୀରାଜଙ୍କ ମୂର୍ତି ଉପରେ ମୋହର ମାରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଏହା ପାଇଁ ଟ୍ରଷ୍ଟ ପକ୍ଷରୁ ମତଦାନ କରାଯାଇଥିଲା ।

The post ଅଯୋଧ୍ୟାରୁ ଆସିଲା ବଡ ଖବର । ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ, ୫୧ଇଂଚ ରହିବ ମୂର୍ତ୍ତିର ଉଚ୍ଚତା first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ

କନକ ବ୍ୟୁରୋ : ମହାଦେବ ବେଟିଂ ଆପ ଦୁର୍ନୀତି ମାମଲାରେ ବଢ଼ୁଛି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବାଘେଲଙ୍କ ନାଁ ରହିଥିବା ଜଣାପଡିଛି । ଚାର୍ଜସିଟରେ ବଘେଲଙ୍କ ନାଁ ରହିବା ପରେ ଖୁବ ଶିଘ୍ର ସମନ ପଠାଯାଇ ତାଙ୍କୁ ଜେରା ପାଇଁ ଡକାଯାଇପାରେ । ଚାର୍ଜସିଟରେ କୁହାଯାଇଛି ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ ବେଟିଂ ଆପ ପ୍ରମୋଟର ପାଇଁ ଭାରତରେ କାମ କରୁଥିଲା । ଚଢ଼ାଉରେ ତାଙ୍କଠୁ କୋଟି କୋଟି ଟଙ୍କା ଜବତ ରାଯାଇଛି । ୫୦୪କୋଟି ବଘେଲ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି । ଗିରଫ ପରେ ଅସୀମଙ୍କୁ ଜେରା କରାଯାଉଛି । ଏହି ସମୟରେ ବଘେଲଙ୍କ ନାଁ ନେଇଥିଲା ଅଭିଯୁକ୍ତ ।

The post ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଇତିହାସ ରଚିଲା ଇସ୍ରୋ । ଭାରତର ‘ସୂର୍ଯ୍ୟମିଶନ’କୁ ସଫଳତା, ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ ।

ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ‘ସୁଟ’ ପେ-ଲୋଡକୁ ସକ୍ରୀୟ କରାଯାଇଥିଲା । ଡିସେମ୍ବର ୬ ତାରିଖରେ ପେ-ଲୋଡର ଟେଲିସ୍କୋପ୍ ପ୍ରଥମ ଚିତ୍ର କଏଦ କରିଥିଲା । ଆଉ ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଂଚିଛି ଆଦିତ୍ୟ ଏଲ୍-ୱାନ ।

ଭାରତର ଏହା ପ୍ରଥମ ସୂର୍ଯ୍ୟ ଅଭିଯାନ । ଇସ୍ରୋର ସଫଳତା ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଶା କରାଯାଉଛି ବୈଜ୍ଞାନିକଙ୍କ ନିରବଛିନ୍ନ ଉଦ୍ୟମ ବିଶ୍ୱବ୍ରହ୍ମାଣ୍ଡକୁ ବୁଝିବାରେ ସହାୟକ ହେବ ।

The post ପୁଣି ଇତିହାସ ରଚିଲା ଇସ୍ରୋ । ଭାରତର ‘ସୂର୍ଯ୍ୟମିଶନ’କୁ ସଫଳତା, ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’ first appeared on Kanak News.

from Kanak News
via <a href="https://ifttt.com/?

ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା

କନକ ବ୍ୟୁରୋ: ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେ ଖୁବ ଶୀଘ୍ର ସଂରକ୍ଷଣ କାଉଣ୍ଟର ବି ଖୋଲିବ ।

  • ବଲାଙ୍ଗୀରକୁ କେବେ ଗଡିବ ଟ୍ରେନ?
  • ଖୋର୍ଦ୍ଧା-ଦଶପଲ୍ଲା ଟ୍ରେନ ଚଳାଚଳ ସ୍ୱାଭାବିକ

ପୂର୍ବରୁ ଖୋର୍ଦ୍ଧା-ନୂଆଗାଁ ମଧ୍ୟରେ ୯୨ କିଲୋମିଟର ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏବେ ଦଶପଲ୍ଲା ଯାଏଁ ଆଉ ୧୫ କିଲୋମିଟର ମଧ୍ୟରେ ଟ୍ରେନ ଚଳାଚଳ ହୋଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବଲାଙ୍ଗୀରକୁ ଖୁବଶୀଘ୍ର ଟ୍ରେନ ଚାଲିବ । ଏହାକୁ କୌଣସି ବାଧା ଅଟକାଇପାରିବ ନାହିଁ । କାମ କରିବାବେଳେ କୌଣସି ରାଜନୀତି କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନର ନିର୍ମାଣ କାମ ୨୦୦୧ରେ ଆରମ୍ଭ ହୋଇଥିଲ । ୩୦୬ କିଲୋମିଟରର ଏହି ରେଳଲାଇନର କାମ ୨୦ ବର୍ଷ ବିତିଯାଇଥିଲେ ବି ସଂପୂର୍ଣ୍ଣ ହୋଇପାରିନାହିଁ । ଖୋର୍ଦ୍ଧାରୁ ଦଶପଲ୍ଲା ଯାଏଁ ଟ୍ରେନ ଗଡିଥିବାବେଳେ ବଲାଙ୍ଗୀରରୁ ସୋନପୁରର ବିଚ୍ଛୁପାଲି ଯାଏଁ ଟ୍ରେନ ଗଡୁଛି । ଚଳିତବର୍ଷ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଯାଏଁ ଟ୍ରେନ ଗଡିବାକୁ ଲକ୍ଷ୍ୟ ରଖାଯାଇଛି ।

The post ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ଦେବ ଆଗୁଆ ଟିକେଟ ! ‘୨୪’ରେ ସରକାର ଗଢିବାକୁ ରାଉରକେଲାରୁ ରଣନୀତି ।

କନକ ବ୍ୟୁରୋ: ୨୪ ପାଇଁ ବିଜେପିର ରୋଡ ମ୍ୟାପ ପ୍ରସ୍ତୁତ । ଶୁକ୍ରବାର ରାଉରକେଲାରେ ବିଜେପିର ଚିନ୍ତନ ବୈଠକରେ ରାଜ୍ୟରେ ସରକାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱର ଗ୍ରୀନ ସିଗନାଲକୁ । ସବୁ ଠିକଠାକ ରହିଲେ ଖୁବଶୀଘ୍ର ଆଗୁଆ ଟିକେଟ ଘୋଷଣା କରିପାରେ ରାଜ୍ୟ ବିଜେପି । ଏ ନେଇ ଚିନ୍ତନ ବୈଠକରେ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତା ।

ସୂଚନା ଅନୁସାରେ, କମ ବ୍ୟବଧାନରେ ହାରିଥିବା ଲୋକସଭା ଓ ବିଧାନସଭା ସିଟଗୁଡିକୁ ଫୋକସରେ ରଖିଛି ବିଜେପି । ତେବେ ଆଗୁଆ ଟିକେଟ ଦେବା ପାଇଁ ଆଧାର କଣ ହେବ ତାହା ବି ବିଜେପି ଚିନ୍ତନ ବୈଠକରେ ଏକପ୍ରକାର ଚୂଡାନ୍ତ ହୋଇଛି ।

  • କମ ବ୍ୟବଧାନରେ ହାରିଥିବା ପ୍ରାର୍ଥୀ
  • ସଂପୃକ୍ତ ନିର୍ବାଚନମଣ୍ଡଳୀର ପ୍ରଭାବଶାଳୀ ନେତା
  • ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କୁ ବି ଗୁରୁତ୍ୱ
  • ବିଜୟ ସମ୍ଭାବନା ଥିବା ଆସନ ଉପରେ ଫୋକସ
  • ଆମଦାନୀ ନେତା ଅପେକ୍ଷା ନିଜ ଦଳର ନେତାଙ୍କୁ ଅଗ୍ରାଧିକାର ଦେବ ରାଜ୍ୟ ବିଜେପି

ରାଜ୍ୟରେ ୫୦ ହଜାରରୁ କମ୍ ବ୍ୟବଧାନ ଥିବା ଲୋକସଭା ଆସନ ଓ ୧୦ ହଜାରରୁ କମ ବ୍ୟବଧାନରେ ହାରିଥିବା ବିଧାନସଭା ଆସନକୁ ଗୁରୁତ୍ୱ ଦେଇ ଏହି ସବୁ ଆସନରେ ଆଗୁଆ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି ବିଜେପି ।

The post ବିଜେପି ଦେବ ଆଗୁଆ ଟିକେଟ ! ‘୨୪’ରେ ସରକାର ଗଢିବାକୁ ରାଉରକେଲାରୁ ରଣନୀତି । first appeared on Kanak News.

from Kanak News
via <a href="https://ifttt.com/?

ବାଟରେ ଅଟକିଲେ ରାଜ୍ୟପାଳ, ବୁଝିଲେ ସମସ୍ୟା । ମହିଳାଙ୍କ ଭଙ୍ଗା ଘର ଦେଖି, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ: ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ । ଏହାକୁ ବି ଲୋକାଭିମୁଖୀ କରିହେବ, ଏକଥା ପୁଣି ଥରେ ପ୍ରମାଣ କରିଛନ୍ତି ରାଜ୍ୟପାଳ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଜଣେ ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗାଘରକୁ ଯାଇଥିଲେ ରଘୁବର ଦାସ । ଘରର ଦୟନୀୟ ସ୍ଥିତି ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଘର ଖଣ୍ଡେ ପାଇଁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ରାଜ୍ୟପାଳଙ୍କ ଏପରି ଆଭିମୁଖ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଙ୍ଗା କାନ୍ଥ, ଉଡିଯାଇଛି ଛପର । ନାଁକୁ ମାତ୍ର ପଡିଛି ପାଲ । ଖରାଦିନେ ଅସହ୍ୟ ଖରା, ବର୍ଷାଦିନେ ପ୍ରବଳ ବର୍ଷା, ଶୀତଦିନେ ହାଡ଼ଭଙ୍ଗା ଶୀତରେ ନିରୁପାୟ ହୋଇ ରହି ଆସୁଛନ୍ତି ସସ୍ମିତା ତ୍ରିପାଠୀଙ୍କ ପରିବାର । ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ହୋଇଛି । ଶ୍ରେୟ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ହେଲେ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି ସସ୍ମିତା । ସ୍ୱାମୀ ଭାଗଚାଷ କରି ଗୁଜରାଣ ମେଣ୍ଟାଉଥିବା ବେଳେ ୨ ପିଲା ଓ ଶାଶୁଙ୍କୁ ଧରି ଅତି ଦୟନୀୟ ସ୍ଥିତିରେ ରହି ଆସୁଛନ୍ତି ସସ୍ମିତାଙ୍କ ପରିବାର ।

ତେବେ ରାଜ୍ୟପାଳ ରଘୁବର ଦାସଙ୍କ କେନ୍ଦ୍ରାପଡ଼ା ଗସ୍ତ ବେଳେ ନିଜକୁ ସମ୍ଭାଳି ପାରିନଥିଲେ ସସ୍ମିତା । ନିଜ ଦୁଃଖ ଜଣାଇବା ପାଇଁ ରାଜ୍ୟପାଳଙ୍କ କାରକେଡକୁ ରାସ୍ତା ମଝିରେ ଅଟକାଇଥିଲେ । କେମିତି ଅବସ୍ଥାରେ ସେ ରହୁଛନ୍ତି, ତାକୁ ଦେଖିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କଲେ । ସସ୍ମିତାଙ୍କ ସହ ତାଙ୍କ ଘରକୁ ଯାଇ ଦୟନୀୟ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରଘୁବର ଦାସ । ଆଉ ତୁରନ୍ତ ଘର ଖଣ୍ଡେ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

କେନ୍ଦ୍ରାପଡ଼ା ଜିଲ୍ଲା ପରିଦର୍ଶନ ଅବସରରେ ବଳଦେବଜୀଉଙ୍କ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟପାଳ । ତାଙ୍କ ଗସ୍ତ ବେଳେ ଜିଲ୍ଲାପାଳ, ଏସପିଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

The post ବାଟରେ ଅଟକିଲେ ରାଜ୍ୟପାଳ, ବୁଝିଲେ ସମସ୍ୟା । ମହିଳାଙ୍କ ଭଙ୍ଗା ଘର ଦେଖି, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଖେଳୁ ଖେଳୁ ସରିଗଲା ଆୟୁଷ । ପୋଖରୀରେ ବୁଡି ଦୁଇ କୁନି ଶିଶୁଙ୍କର ମୃତ୍ୟୁ । 

କନକ ବ୍ୟୁରୋ: ଖେଳୁ ଖେଳୁ ସରିଗଲା ସମୟ, ଜୀବନ ଜିଇଁବା ପୂର୍ବରୁ ପୁରିଗଲା ଆୟୁଷ । ଜୀବନକୁ ବୁଝିବା ଆଗରୁ ସବୁଦିନ ପାଇଁ ଆଖି ବୁଝିଦେଲେ ଦୁଇ କଅଁଳା ଶିଶୁ । ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଭାଇ-ଭଉଣୀ ଦୁଇ ଜଣ । ଷ୍ଟ୍ରେଚର ଉପରେ ପୁଅ-ଝିଅଙ୍କ ମୃତଦେହ ପଡିଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଛି ଡାକ୍ତରଖାନା ପରିସର । ପିଲାଙ୍କୁ ହରାଇ ବୁକୁ ଫଟେଇ କାନ୍ଦୁଛନ୍ତି ମା’ ।

  • କାହ୍ନୁ ଜେନା, ବୟସ-୩ ବର୍ଷ
  • ଗେହ୍ଲ ଜେନା, ବୟସ-୨ ବର୍ଷ 

ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ କୁଳସାହି ଗାଁରେ ଘଟିଯାଇଛି ଏମିତି ଏକ ଦୁଃଖଦ ଘଟଣା । ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଓ ମିଥୁନ୍ ଜେନାଙ୍କ ଝିଅ ଗେହ୍ଲି । ଦୁହେଁ ସବୁ ଦିନ ସାଙ୍ଗ ହୋଇ ଖେଳନ୍ତି, ଆଜି ବି ଖଳୁଥିଲେ । ହେଲେ ଆଜିର ଖେଳ କାହ୍ନୁ ଓ ଗେହ୍ଲି ପାଇଁ କାଳ ହୋଇଗଲା । ଖେଳୁ ଖେଳୁ ଘର ନିକଟରେ ଥିବା ପୋଖରୀ ପଡିଯାଇଥିଲେ ଦୁହେଁ ।

ପିଲାମାନଙ୍କୁ ଘର ପାଖରେ ନପାଇ ଖୋଜାଖୋଜି କରିଥିଲେ ପରିବାର ଲୋକେ । ଗାଁ ଲୋକଙ୍କ ସହଯୋଗରେ ପୋଖରୀରୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଶିଶୁ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଦୁର୍ଭାଗ୍ୟବଶତଃ ହେଉ ବା ପରିବାର ଲୋକଙ୍କ ଅସାବଧାନତା, ଦୁଇଟି କଅଁଳ ଜୀବନ ଅକାଳରେ ଝଡି ଯାଇଛି ।

The post ଖେଳୁ ଖେଳୁ ସରିଗଲା ଆୟୁଷ । ପୋଖରୀରେ ବୁଡି ଦୁଇ କୁନି ଶିଶୁଙ୍କର ମୃତ୍ୟୁ ।  first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡ ପାଇଁ ପଞ୍ଜିକରଣ । ହସ୍ପିଟାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା ସେବା । ତେଜିଲା ରାଜନୈତିକ ବୟାନବାଜି

କନକ ବ୍ୟୁରୋ: ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ଜନମଙ୍ଗଳକାରୀ ସରକାରଙ୍କ ଦାୟିତ୍ୱ ହୋଇଥାଏ । କିନ୍ତୁ ଜନସଂଖ୍ୟା ବୃଦ୍ଧି ସହ ବିଭିନ୍ନ ପ୍ରକାରର ରୋଗ ଯୋଗୁଁ ସମସ୍ତେ ଭଲ ସ୍ୱାସ୍ଥ୍ୟ ସେବା ପାଇବା ସମ୍ଭବ ହେଉନାହିଁ । ବିଶେଷ କରି, ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସାମିଲ ହେବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ସେବା ପାଇବା ବଡ ଆହ୍ୱାନ ପାଲଟିଛି । ଯାହାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି ।

  • ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ ନବୀନ କାର୍ଡର ପଞ୍ଜିକରଣ
  • ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ନାମ ପଞ୍ଜିକରଣ

ରାଜ୍ୟରେ ଯେମିତି କୌଣସି ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଛି, ବିଏସକେୱାଇ ନବୀନ କାର୍ଡ ପାଇଁ ନାମ ପଞ୍ଜିକରଣ ।

କେମିତି କରିବେ ଆବେଦନ?

  • https://ift.tt/cz3hOkq ଜରିଆରେ କରିବେ ଆବେଦନ
  • ପାଖରେ ରାସନକାର୍ଡ ନଥିଲେ ମଧ୍ୟ କାର୍ଡ ପାଇଁ ଆବେଦନ କରିପାରିବେ
  • ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
  • ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
  • ସରକାରୀ ଚାକିରିଆ, ପେନସନ୍ଭୋଗୀ ଓ ଆୟକରଦାତା ସୁବିଧା ପାଇପାରିବେ ନାହିଁ

ସୁବିଧା ପାଇବା ପାଇଁ ଆବେଦନକାରୀଙ୍କୁ ଆଧାର କାର୍ଡ ଓ ଭୋଟ ପରିଚୟପତ୍ର ଦାଖଲ କରିବାକୁ ପଡିବ । ତେବେ ପଞ୍ଜିକରଣର ପ୍ରଥମ ଦିନରେ କେତେକ ସ୍ଥାନରେ ୱେବସାଇଟ୍ ଖୋଲୁ ନଥିବାର ଖବର ମଧ୍ୟ ଆସିଛି । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ତେବେ ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ କର୍ମଚାରୀ ଓ ଆୟକରଦାତାଙ୍କୁ ଏହି ଯୋଜନାରୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ସାମିଲ କରାଯାଇଛି । ପଞ୍ଜିକରଣ ଶେଷ ହେବା ପରେ ମେ’ ୧ ତାରିଖରୁ ଏହି ଯୋଜନାରୁ ହିତାଧିକାରୀ ଲାଭ ପାଇବେ ।

The post ଆଜିଠୁ ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡ ପାଇଁ ପଞ୍ଜିକରଣ । ହସ୍ପିଟାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା ସେବା । ତେଜିଲା ରାଜନୈତିକ ବୟାନବାଜି first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନୂଆ କଂଗ୍ରେସ ପ୍ରଭାରୀ । ଦଳୀୟ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କଲେ ଅଜୟ କୁମାର

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ଶିବିରରେ ନାହିଁ ନଥିବା ଉତ୍ସାହ । ଗୋଟିଏ ପଟେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ଅନ୍ୟପଟେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ପାଛୋଟି ଆଣିଛି ପିସିସି । ଓଡ଼ିଶା ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି ଅଜୟ କୁମାର । ଯେଉଁ ନେତାଙ୍କୁ ନିଲମ୍ବନ କରାଯାଇଥିଲା, ଖୁବଶୀଘ୍ର ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବା ପାଇଁ ସେ ସଙ୍କେତ ଦେଇଛନ୍ତି ।

  • ନେତାଙ୍କ ମନରେ ଉତ୍ସାହ ଭରିଲେ ନୂଆ କଂଗ୍ରେସ ପ୍ରଭାରୀ
  • ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ଦାୟିତ୍ୱ ନେବା ପରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ତାଙ୍କୁ ଜୋରଦାର ସ୍ୱାଗତ ଜଣାଇଛି ପିସିସି । ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିବା ପରେ ଫୁଲ ତୋଡ଼ା ଦେବା ସହ ବାଜା ବଜାଇ ସ୍ୱାଗତ କରିଛନ୍ତି ଦଳର ନେତା ଓ କର୍ମୀ । ପରେ ବାଇକ ରାଲିରେ କଂଗ୍ରେସ ଭବନକୁ ତାଙ୍କୁ ପାଛୋଟି ନିଆଯାଇଛି । ତେବେ ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଜୟ କୁମାର ।

  • ରାହୁଲଙ୍କ ଫୋକସରେ ଓଡ଼ିଶା!
  • ଅଜୟ କୁମାର କହିଲେ ‘ବିଜୟ ପାଇଁ ୩ ମାସ ଯଥେଷ୍ଟ’

ଗସ୍ତର ପ୍ରଥମ ଦିନରେ ଦଳର କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ୨୦୨୪ ବିଜୟ ପାଇଁ ଟିପ୍ସ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ । କହିଛନ୍ତି, ଓଡ଼ିଶା ଉପରେ ରାହୁଲ ଗାନ୍ଧୀ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ ପ୍ରଭାରୀ କରାଯାଇଛି । ନିଜେ ନିର୍ବାଚନ ନଲଢ଼ି ଓଡ଼ିଶାକୁ ସଂପୂର୍ଣ୍ଣ ସମୟ ଦେବେ ବୋଲି କହିଛନ୍ତି ଅଜୟ କୁମାର । ବୈଠକରେ କହିଛନ୍ତି…..

  • ଓଡ଼ିଶାରେ କରାଯାଇଛି ଦଳୀୟ ସର୍ଭେ
  • ଏଥର ଲବି ନୁହେଁ, ବିଜୟ ସମ୍ଭାବନା ଥିଲେ ମିଳିବ ଟିକେଟ
  • ୮୫ ବିଧାନସଭା, ୧୪ ଲୋକସଭାରେ ରହିଛି ବିଜୟ ସମ୍ଭାବନା
  • ପଞ୍ଚାୟତ ଉପରେ ଫୋକସ ଦେବାକୁ ପରାମର୍ଶ
  • ପାର୍ଟିକୁ ଡୋନେସନ୍ ଦେବାକୁ ଆହ୍ୱାନ
  • ତେଲେଙ୍ଗାନା, କର୍ଣ୍ଣାଟକର ଦେଲେ ଉଦାହରଣ
  • ବିଜୟ ପାଇଁ ୩ ମାସ ଯଥେଷ୍ଟ ସମୟ
  • ପୁରୁଣା ଢାଞ୍ଚାରେ ନୁହେଁ, ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ

ପରସ୍ପର ବିରୋଧରେ ଅଭିଯୋଗ ନକରି ଏକାଠି ହୋଇ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ବିଜେଡି ଓ ବିଜେପି ସହ ସଂପର୍କ ନରଖି ପାର୍ଟିକୁ ଗୁରୁତ୍ୱ ଦେବାକୁ ଦଳୀୟ ନେତାଙ୍କୁ ସେ ଆହ୍ୱାନ ଦେଇଛନ୍ତି । ରବିବାର ଦିନ ବ୍ଳକ ସଭାପତି, ଜିଲ୍ଲା ସଭାପତି, ଦଳର ଛାମୁଆ ସଂଗଠନର ନେତାଙ୍କ ସହ ଆଲୋଚନା କରିବେ ଅଜୟ କୁମାର ।

The post ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନୂଆ କଂଗ୍ରେସ ପ୍ରଭାରୀ । ଦଳୀୟ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କଲେ ଅଜୟ କୁମାର first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଡ଼ିଲା ଶ୍ରୀଜଗନ୍ନାଥ ରଥ । ସାରା ରାଜ୍ୟରେ ବୁଲି ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଚାଉଳ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପ୍ରସ୍ତୁତ ହେଉଛି ଯଜ୍ଞ ମଣ୍ଡପ । ୧୧ ତାରିଖରୁ ଯଜ୍ଞ ପାଇଁ ପ୍ରକ୍ରିୟା ଆରମ୍ଭ ହେବ, ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏହି ଉତ୍ସବରେ ପ୍ରତ୍ୟେକ ଜଗା ପ୍ରେମୀଙ୍କୁ ଯୋଡିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ।

  • ଗଡିଲା ଶ୍ରୀଜଗନ୍ନାଥ ରଥ
  • ରାଜ୍ୟବ୍ୟାପୀ କରିବ ପରିକ୍ରମା
  • ପ୍ରତି ଘରୁ ସଂଗ୍ରହ କରିବ ଗୁଆ,ଚାଉଳ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସାରା ରାଜ୍ୟ ହୋଇଛି ଜଗନ୍ନାଥ ମୟ । ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀଜଗନ୍ନାଥ ପରିକ୍ରମା ରଥ ଗଡିବା ସହ, ପ୍ରତି ଗାଁରେ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ରଥ ଗଡିଛି । ଏହି ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବେ । ରଥ ସହ ଥିବା ପଞ୍ଚାୟତିରାଜ ବିଭାଗର ଅଧିକାରୀ ଓ ପ୍ରତିନିଧି ପ୍ରତ୍ୟେକ ଘରୁ ଗୁଆ, ଚାଉଳ ଓ ନଡିଆ ସଂଗ୍ରହ କରୁଛନ୍ତି । ଏହାକୁ ନେଇ ବେଶ୍ ଉତ୍ସାହିତ ଜଗାପ୍ରେମୀ ।

ପରିକ୍ରମା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ରଥରେ ରହିଛି ଘଟ । ଯେଉଁ ଘଟକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ପୂଜାର୍ଚ୍ଚନା କରିବା ପରେ ଘଟକୁ ରଥରେ ସ୍ଥାପନ କରାଯାଇଛି । ଆଉ ଏହି ରଥକୁ ଗାଁମାନଙ୍କରେ ଭବ୍ୟ ସ୍ୱାଗତ ଦିଆଯାଉଛି । ସଙ୍କୀର୍ତ୍ତନ କରି ଲୋକମାନେ ମହାପ୍ରଭୁଙ୍କ ରଥକୁ ପାଛୋଟି ନେଉଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ପାଇଁ ଜୋରସୋରରେ ଚାଲିଛି ଯଜ୍ଞ ମଣ୍ଡପର ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରର ଐଶାନ୍ୟ କୋଣରେ ନିର୍ମାଣ ହେଉଛି ଯଜ୍ଞ ମଣ୍ଡପ । ବାସ୍ତୁଶାସ୍ତ୍ର ଅନୁସାରେ ଯଜ୍ଞମଣ୍ଡପର ଦୈଘ୍ୟ ଓ ପ୍ରସ୍ଥ ୨୪ଫୁଟ ୩ଇଞ୍ଚ ଥିବାବେଳେ ଉଚ୍ଚତା ଅଢ଼େଇ ଫୁଟ ରହିଛି । ସେହିପରି ଯଜ୍ଞକୁଣ୍ଡର ଦୈର୍ଘ୍ୟ ଓ ପ୍ରସ୍ଥ ୮ଫୁଟ ୧ ଇଞ୍ଚ ଲେଖାଏଁ ରଖାଯାଇଛି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଡ଼ିଲା ଶ୍ରୀଜଗନ୍ନାଥ ରଥ । ସାରା ରାଜ୍ୟରେ ବୁଲି ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଚାଉଳ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started