ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ । ଆସନ୍ତା କାଲି ରବିବାର ଠାରୁ ଆରମ୍ଭ

କନକ ବ୍ୟୁରୋ : ବର୍ଷରେ ଥରେ ଲୋକସେବା ଭବନ ଉଦ୍ୟାନ ବୁଲିବା ସବୁ ଲୋକଙ୍କର ଇଚ୍ଛା । ଏନେଇ ରାଜ୍ୟ ସରକାର ଆସନ୍ତା କାଲି ରବିବାର ଠାରୁ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିବାକୁ ଯାଉଛନ୍ତି । ଚଳିତମାସ ପ୍ରତି ଛୁଟିଦିନରେ ଏହି ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇଘଣ୍ଟା ପାଇଁ ଏହି ଉଦ୍ୟାନ ବୁଲିପାରିବେ ।

The post ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ । ଆସନ୍ତା କାଲି ରବିବାର ଠାରୁ ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ପର୍ଯ୍ୟଟକ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୁରଭଂଜର ଖାଣ୍ଡିଆ ଜଳପ୍ରପାତ

କନକ ବ୍ୟୁରୋ : ପିକନିକ୍ ଋତୁ ଆସିଲେ ବଣଭୋଜି କରିବାକୁ ମୟୂରଭଂଜ ଜିଲ୍ଲାକୁ ପ୍ରଥମେ ପସନ୍ଦ କରନ୍ତି ପର୍ଯ୍ୟଟକ । ବଣପାହାଡ ଘେଣା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଂଜର ଖାଣ୍ଡିଆ ଜଳପ୍ରପାତ । ସୁଉଚ୍ଚ ପର୍ବତ ମାଳାରୁ କୁଳୁ କୁୁ ନାଦରେ ଝରି ଆସୁଥିବା ଏହି ଜଳପ୍ରପାତର ଦୃଶ୍ୟ ଅନନ୍ୟ । ସବୁଜିମା ଭିତରେ ଜଳପ୍ରପାତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ବଣଭୋଜି କରିବାକୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ ମାନେ । ସୁଉଚ୍ଚ ପ୍ରର୍ବତ ମାଳା ଓ ସବୁଜିମା ଭିତରେ ବୁଲିବା ସହ ସେଲଫି ନେବାକୁ ବି ଭୁଲୁନାହାନ୍ତି ବୁଲୁଆସୁଥିବା ପର୍ଯ୍ୟଟକ । ଏହି ସ୍ଥାନରେ ବର୍ଷ ତମାମ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବୁଲିଆସୁଥିବା ଲୋକେ ବି ଜାଗା ଛାଡିଯବାକୁ ମନ କରନ୍ତି ନାହିଁ ।

ମନୋରମ ପରିବେଶ ଭିତରେ ଜଳପ୍ରପାତ ପାଖରେ ପୂଜା ପାଆନ୍ତି ଖାଣ୍ଡିଆ ଠାକୁର । ଖାଣ୍ଡିଆ ଠାକୁରଙ୍କୁ ପୂଜା କଲେ ପରିବାରର ସୁଖଶାନ୍ତି ସହ ମନସ୍କାମନା ପୁର୍ଣ୍ଣ ହେବାର ରହିଛି ବିଶ୍ୱାସ । ତେବେ ଏହି ପର୍ଯ୍ୟଟନସ୍ଥଳୀର କିଛି ବିକାଶ ପଇଁ ବହୁବାର ଲୋକେ କହିଛନ୍ତି । ଭଲ ରାସ୍ତାଟି ସହ ଆଉ କିଛି ସବୁିଧା କରାଯାଇପାରିଲେ ପର୍ଯ୍ୟଟକ ମାନେ ସୁବିଧାରେ ବୁଲିବା ସହ ଭୋଜିଭାତର ମଜା ଉଠାଇପାରିବେ ।

ମନୋରମ ପରିବେଶ ଭିତରେ ରହିଥିବା ଏହି ଖାଣ୍ଡିଆ ଜଳପ୍ରପାତ ଜିଲ୍ଲାର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଲଟିଛି ସେଲଫି ପଏଂଟ ।

The post ପର୍ଯ୍ୟଟକ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୁରଭଂଜର ଖାଣ୍ଡିଆ ଜଳପ୍ରପାତ first appeared on Kanak News.

from Kanak News
via <a href="https://ifttt.com/?

ପେଶା ଶିକ୍ଷାଦାନ, ନିଶା ରହିଛି ରଙ୍ଗ ତୁଳୀରେ । ଭଳିକିଭଳି ଚିତ୍ର ଆଙ୍କି ଚର୍ଚ୍ଚାରେ ସୁନାବେଡା ଅଧ୍ୟାପିକା ବିଦ୍ୟୁତପ୍ରଭା ରାଉତ

କନକ ବ୍ୟୁରୋ : ରାତି ପାହିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରନ୍ତି । ଆଉ ଟିକେ ଅବସର ମିଳିଲେ ତୂଳୀରେ ଆଙ୍କି ବସନ୍ତି ଭଳକିଭଳି ଚିତ୍ର ମାନ । ପେନସିଲ ଆର୍ଟରୁ ନେଇ ଅଏଲ ପେଟିଂ, ମଡ଼ର୍ଣ୍ଣ ଆର୍ଟ ସହିତ ବିଭିନ୍ନ ପ୍ରକାରର ମୂର୍ତ୍ତିମାନ ଗଢୁଛନ୍ତି । ଗାଁ ପରିବେଶର ସମସ୍ତ ଚିତ୍ରକୁ ନିଜ ତୂଳୀରେ ସାଉଁଟି ଚିତ୍ର ଆଙ୍କିବାରେ ମଗ୍ନ ହୋଇଯାନ୍ତି ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ରାଉତ । ସୁନାବେଡା ଏଇଏଫରେ ରୁହନ୍ତି ଅଧ୍ୟାପିକା ବିଦ୍ୟୁତପ୍ରଭା । ଶିକ୍ଷାଦାନ ବାଦ୍ ତୁଳୀ ଆଉ ରଙ୍ଗରେ ଜୀବନ୍ତ ଚିତ୍ର ସବୁ ଆଙ୍କି ବସନ୍ତି । ଯେଉଁ ଚିତ୍ରରେ ଗାଁ ପରିବେଶରୁ ନେଇ ଜୀବନ କାହାଣୀ ଚିତ୍ରଣ ହୋଇଛି । ଖାଲି ସେତିକି ନୁହେଁ ଆଦିବାସୀ ଜୀବନର ପ୍ରତିଟି ଚିତ୍ରକୁ ନିଖୁଣ ଭାବେ ଉପସ୍ଥାପିତ କରିଛନ୍ତି ଅଧ୍ୟାପିକା ଜଣକ ।

ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ବିଦ୍ୟୁତପ୍ରଭା । ଅଧ୍ୟାପନା ସହ ନିଶା ତାଙ୍କର ହେଉଛି ଏହି ଚିତ୍ର ଆଙ୍କିବା । ଏପରିକି ତାଙ୍କୁ ରାଜ୍ୟ ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କଲେଜ କାନ୍ଥରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ମିଳିଥିଲା । ଯାହାକୁ ନେଇ ସେ ବେଶ ଉତ୍ସାହିତ । ଏପରିକି ନିଜେ ଚିିତ୍ର ଆଙ୍କିବା ସହ ପିଲାମାନଙ୍କୁ ମଧ୍ୟ ଚିତ୍ରକଳା ଶିଖାଉଛନ୍ତି ।

ଅଧ୍ୟାପିକାଙ୍କ ଏହି ଚିତ୍ରକଳା ଆଙ୍କିବା ନିଶା ଓ ପିଲାଙ୍କୁ ଚିତ କଳା ଶିକ୍ଷାଦାନ ନେଇ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

The post ପେଶା ଶିକ୍ଷାଦାନ, ନିଶା ରହିଛି ରଙ୍ଗ ତୁଳୀରେ । ଭଳିକିଭଳି ଚିତ୍ର ଆଙ୍କି ଚର୍ଚ୍ଚାରେ ସୁନାବେଡା ଅଧ୍ୟାପିକା ବିଦ୍ୟୁତପ୍ରଭା ରାଉତ first appeared on Kanak News.

from Kanak News
via <a href="https://ifttt.com/?

ଯନ୍ତ୍ରଣା ସାଙ୍ଗକୁ ଦାରିଦ୍ର୍ୟର ତାଡନା । ଗୋଟିଏ ପଟେ ରୁଗଣ ଶାଶୂ , ଅନ୍ୟପଟେ ଶଯ୍ୟାଶାୟୀ ସ୍ୱାମୀ ଯୋଗୁ ବଢୁଛି ଚିନ୍ତା

କନକ ବ୍ୟୁରୋ : ପରିବାର ଜଂଜାଳ । ରୋଗ ଯନ୍ତ୍ରଣାରେ ଛଟପଟ । ତାରି ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ସରୋଜିନୀ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ବର୍ଷ ହେଲା ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁର ସରୋଜିନୀ ସାହୁ । ନିଜେ ଅସୁସ୍ଥ ଥିବା ବେଳେ ଘରେ ରୁଗଣ ସ୍ୱାମୀ ଓ ଶାଶୁ । ସୁସ୍ଥ କହିଲେ କେବଳ ଘରର ଛୋଟ ଛୁଆ । ଅଭାବ ଭିତରେ ରହୁଥିବା ପରିବାର ଭଲରେ ଖାଇବା ଯୋଗାଡ କରିପାରୁନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘରର ରୋଜଗାରିଆ ପୁଅ ପାରାଲିସସିିରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ପୂର୍ବରୁ ଜଣ୍ଡିସ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ପରେ ପୁଣି ଅସୁସ୍ଥ ହୋଇପଡିଛନ୍ତି । ସରୋଜିନୀ ନିଜେ ଅସୁସ୍ଥ ହୋଇ ମଧ୍ୟ ଉଭୟ ସ୍ୱାମୀ ଓ ଅସୁସ୍ଥ ଶାଶୁଙ୍କ ସେବାରେ ଲାଗିଛନ୍ତି । ୧୫ ବର୍ଷ ହେଲା ଶାଶୂଙ୍କ ସେବା କରୁଥିବା ବେଳେ ଏବେ ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି ସରାଜିନୀ । ଘର ଚଳିବାକୁ ଅର୍ଥ ନଥିବା ବେଳେ ଚିକତ୍ସା ପାଇଁ ଅର୍ଥ ଆସିବ କେଉଁଠୁ   । ଏନେଇ ସରକାରଙ୍କୁ ହାତଯୋଡି କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ସରୋଜିନୀ ।

ସ୍ୱାମୀ ଶଯ୍ୟାଶାୟୀ ହେବା ପରେ ଘରେ ରୋଜଗାର ବନ୍ଦ ହୋଇଯାଇଛି । ସରକାରଙ୍କ ତରଫରୁ ରାସନ କାର୍ଡ ମାଧ୍ୟମରେ ଆସୁଥିବା ଚାଉଳ ପରିବାରକୁ ନିଅଂଟ ହେଉଥିବା ବେଳେ ଚିକିତ୍ସା ଯେମିତି ସ୍ୱପ୍ନ ପାଲଟିଛି ଏହି ପରିବାର ପାଇଁ । ଗାଁର ପଡିଶା ଓ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତା ପରିବାର ଚଳୁଥିବା ବେଳେ କିଛି ସାହାଯ୍ୟ ସହଯୋଗ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

ଅସହାୟ ହୋଇପଡିଥିବା ଅସୁସ୍ଥ ସରୋଜିନୀଙ୍କ ପରିବାରକୁ କିଛି ସାହାଯ୍ୟ ସହଯୋଗ କରାଯିବା ସହିତ ଚିକତ୍ସା ପାଇଁ ଅର୍ଥ ଯୋଗାଯାଇ ପାରିଲେ ଗୋଟି ପରିବାର ଉପକୃତ ହୋଇପାରିବ ।

The post ଯନ୍ତ୍ରଣା ସାଙ୍ଗକୁ ଦାରିଦ୍ର୍ୟର ତାଡନା । ଗୋଟିଏ ପଟେ ରୁଗଣ ଶାଶୂ , ଅନ୍ୟପଟେ ଶଯ୍ୟାଶାୟୀ ସ୍ୱାମୀ ଯୋଗୁ ବଢୁଛି ଚିନ୍ତା first appeared on Kanak News.

from Kanak News
via <a href="https://ifttt.com/?

ସୁବର୍ଣ୍ଣପୁରରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା । ପ୍ରତିବାଦ ପରେ ବି ନିଆଯାଉନି ପଦକ୍ଷେପ,ଅକାଳରେ ଦୁର୍ଘଟଣାରେ ଯାଉଛି ଜୀବନ

କନକ ବ୍ୟୁରୋ : ଗୋଟିଏ ପଟେ ସଡକ ସୁରକ୍ଷା ସପ୍ତାହ ପାଳନ କର।।ଯାଉଛି । ହେଲେ ଅନ୍ୟ ପଟେ ଚାଲିଯାଉଛି ମୂଲ୍ୟବାନ ଜୀବନ । ଲୋକଙ୍କ ବାରମ୍ବାର ବିରୋଧ ପରେ ବି ସୁଧୁରିପାରୁନି ଟ୍ରାଫିକ୍ ସମସ୍ୟା । ସୁବର୍ଣ୍ଣପୁରରେ ଟ୍ରାଫିକ୍ ସମସ୍ୟା ଯୋଗୁ ବଢୁଛି ଚିନ୍ତା । ସହରରେ ଛୋଟ ବଡ ମିଶି ରହିଛି ୬ଟି ଛକ । ସହର ଦେଇ ଯାଇଛି ୫୭ ନମ୍ବର ଜାତୀୟ ରାଜପଥ । ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢିଚାଲିଥିବା ବେଳ ସୁଧୁରିପାରୁନି ଟ୍ରାଫିକ୍ ସମସ୍ୟା । କିଛି ଜନଗହଳିପୁର୍ଣ୍ଣ ସ୍ଥାନରେ ରହିଛି ଟ୍ରାଫିକ୍ ସିଗନାଲ । ହେଲେ ଟ୍ରାଫିକ୍ ପରିଚାଳନା ତ୍ରୁଟି ଯୋଗୁ ବାରମ୍ବାର ଘଟୁଛି ଦୁର୍ଘଟଣା । ଏନେଇ ବାରମ୍ବାର ଅଭିଯୋଗ ପ୍ରତିବଦ କରାଯାଇଥିଲେ ବି ସମସ୍ୟା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି ।

ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିଚାଲିଛି । ଏନେଇ ଉଭୟ ପରିବହନ ବିଭାଗ ଓ ପୁଲିସ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ପୁଣି ଥରେ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବା ସହିତ ବ୍ୟବସ୍ଥାରେ ସୁଧାର ଆଣିବାକୁ ମିଳିଛି ପ୍ରତିଶ୍ରୁତି । ତା ସହିତ ନିୟମ ମାନୁନଥିବା ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି ।

ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡି ଚାଲିଥିବା ବେଳେ ଏଥିପ୍ରତି ଏବେଠାରୁ ଦୃଷ୍ଟି ଦିଆଯିବା ଜରୁରୀ ହୋଇଛି ।

The post ସୁବର୍ଣ୍ଣପୁରରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା । ପ୍ରତିବାଦ ପରେ ବି ନିଆଯାଉନି ପଦକ୍ଷେପ,ଅକାଳରେ ଦୁର୍ଘଟଣାରେ ଯାଉଛି ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ଭିତରେ ଶସ୍ତା ହେଉଛି ଦାଦନଙ୍କ ଜୀବନ । ଗଞ୍ଜାମରେ ବଢିଚାଲିଛି ସମସ୍ୟା, ନୂଆବର୍ଷରେ ଗଲାଣି ୫ ଦାଦନଙ୍କ ଜୀବନ

କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ! ସରକାରଙ୍କ ମାଳ ମାଳ ଯୋଜନା । ଗରିବ ମାନଙ୍କୁ ରୋଜଗାରକ୍ଷମ କରାଇବାକୁ ବିଭିନ୍ନ ଯୋଜନା ମାନ କରାଯାଇଛି । ହେଲେ ବହୁ ଗରିବ କିନ୍ତୁ ଏଥିରୁ ଉପକୃତ ହୋଇପାରୁନାହାନ୍ତି । ଗଂଜାମରେ ଦାଦନ ଖଟିବାକୁ ଯାଇ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭଂଜନଗର ଉପଖଣ୍ଡ ବାଲାକିଆରି ଗାଁ । ଗାଁର ଗରିବ ଅସହାୟ ଦିବ୍ୟାଙ୍ଗ ପିତାମ୍ବରଙ୍କ ସ୍ତ୍ରୀ ଗୋଲାପ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ରୋଗାକ୍ରାନ୍ତ ହୋଇ ଗାଁକୁ ଫେରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରୋଜଗାର ନଥିବା ବେଳେ ପରିବାର କିଭଳି ଚଳିବ ସେ ନେଇ ପରିବାରରେ ପଡିଛି ଭାଳେଣି । ସେହିଭଳି ଗାଁର ଆଇ କିଛି ଦାଦନଙ୍କ ମୃତ୍ୟୁ ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ରାଜ୍ୟରେ ମାଳ ମାଳ ସରକାରୀ ଯୋଜନା । କେହି ଆଉ ଗରିବ ରହିବେନି କି ବେରୋଜଗାର ରହିବେନି । ଏନେଇ କରାଯାଇଥିବା ସମସ୍ତ ସୁବିଧାରୁ କିଭଳି ଏହି ଗରିବ ବଂଚିତ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରତିଦିନ ବହୁ ଗରିବ ପରିବାର ପେଟ ପାଟଣା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ବିଭିନ୍ନ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ପ୍ରତିଥର ନିର୍ବାଚନ ଆସିଲେ ଗାଁକୁ ନେତାମନ୍ତ୍ରୀଙ୍କ ସୁଅ ଛୁଟିବା ସହିତ ମାଳ ମାଳ ପ୍ରତିଶ୍ରୁତି ମିଳୁଛି । ହେଲେ ସବୁ କେବଳ ଫାଇଲର ନାଲି ଫିତା ତଳେ ରହିଯାଉଛି ।

The post ମହଙ୍ଗା ଭିତରେ ଶସ୍ତା ହେଉଛି ଦାଦନଙ୍କ ଜୀବନ । ଗଞ୍ଜାମରେ ବଢିଚାଲିଛି ସମସ୍ୟା, ନୂଆବର୍ଷରେ ଗଲାଣି ୫ ଦାଦନଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ମନ ଖୁସି କରିଦେଲା କୁନି ଝିଅର ଚିଠି । ମାଲିକ ପଠାଇଦେଲେ ଟ୍ରକ ଭର୍ତ୍ତି ଚିପ୍ସ

କନକ ବ୍ୟୁରୋ : ଛୋଟିଆ ଝିଅଟିର ବୟସ ମାତ୍ର ୧୦ ବର୍ଷ । ହେଲେ ତା ହାତ ଲେଖା ଚିଠି କିଛି ଖାସ ଥିଲା । ଆଉ େଇ ଖାସ ଚିଠି ବଦଳରେ କମ୍ପାନୀ ପଠାଇଛି ସରପ୍ରାଇଜ । ଇଏ ସ୍କଟଲ୍ୟାଣ୍ଡ ଏଡିନବର୍ଗର ଘଟଣା ।

ଏଡିନବର୍ଗରେ ରହୁଥିବା ଏହି ଛୋଟିଆ ଝିଅ ନିକଟକୁ ଗ୍ରେସକୁ ଟେଲର ସ୍ନାକ୍ସ ନାମକ ଏକ ଚିପ୍ସ କମ୍ପାନୀ ଟ୍ରକ ଭର୍ତି କରି ଚିପ୍ସ ପଠାଇଛି, ସେ ବି ପୁରା ମାଗଣା । ଗ୍ରେସକୁ ଟେଲର ଚିପ୍ସର ଗୋଟେ ଖାସ ଫ୍ଲେବର କୁନି ଝିଅଟିକୁ ଖୁବ ପସନ୍ଦ ଥିଲା । ହେଲେ ଗରମ ବାତାବରଣ ଯୋଗୁଁ ସେଇ ଫ୍ଲେବରର ଚିପ୍ସକୁ କମ୍ପାନୀ ତିଆରି କରିବା ବନ୍ଦ କରିଦେଇଥିଲା । କେବଳ ଶୀତ ଦିନରେ ହିଁ କମ୍ପାନୀ ଏଇ ଫ୍ଲେବର ବଜାରକୁ ଛାଡିବାର ଥିଲା । ହେଲେ କୁନି ଝିଅକୁ ତ ସେଇ ଫ୍ଲେବର ଖୁବ ପସନ୍ଦ । ସେ ଆଖ ପାଖ ସବୁ ଦୋକାନରେ ସେଇ ଚିପ୍ସ ଖୋଜିବାରେ ଲାଗିଲା । ହେଲେ କୌଣସି ଜାଗାରେ ବି ନ ମିଳିବାରୁ ଝିଅଟି ଶେଷରେ କମ୍ପାନୀକୁ ଲେଖିଥିଲା ଗୋଟେ ଅନୁରୋଧର ଚିଠି ।

କୁନି ଝିଅଟି ତା ଚିଠିରେ ଲେଖିଥିଲା କି ‘ଡିଅର ଜେମ୍ସ ଟେଲର , ତୁମ କମ୍ପାନୀ ତିଆରି କରୁଥିବା ଏହି ଚିପ୍ସର ମ୍ୟାଜିକ ହେଗିସ ଆଉ ବ୍ଲକ ପେପର ଫ୍ଲେବର ମତେ ଖୁବ ପସନ୍ଦ । ଖାଲି ମତେ ନୁହେଁ ମୋ ପରିବାର ମଧ୍ୟ ଏହା ଖାଇବକୁ ଖୁବ ପସନ୍ଦ କରନ୍ତି । ଏସବୁ କେବଳ ଶୀତ ଦିନେ ଆସୁଛି ବୋଲି ଅମକୁ ଅନ୍ୟ ସମୟରେ ମିଳୁ ନାହିଁ । ଅମେ ସମସ୍ତେ ମାର୍କେଟରେ ଏଇ ଚିପ୍ସ ପାଇଁ ଜଗିଛୁ । ମୁଁ ଚାହୁଛି କି ବର୍ଷ ସାରା ଏଇ ଚିପ୍ସ ମାର୍କେଟରେ ମିଳୁ , ମୁଁ ଯେବେ ଚାହିଁବି ଖାଇ ପାରିଥାନ୍ତି । ଯଦି କମ୍ପାନୀ ମୋ ଅନୁରୋଧ ଶୁଣେ ତାହେଲେ ମୁ ଖୁସି ହେବି’ ନହେଲେ ତାକୁ ବହୁତ ଦଃୁଖ ଲାଗିବ ବୋଲି ଟେଲର ଚିପ୍ସ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଜେମ୍ସଙ୍କୁ ପତ୍ର ଲେଖିଥିଲା କୁନି ଝିଅ ।

ଖାଲି ସଧା ଚିଠି ନୁହେଁ ଲେଖିବା ସହ ଚିଠିରେ ସୁନ୍ଦର ସୁନ୍ଦର ଷ୍ଟିକର ଯୋଡି ନିଜ ନା ଓ ଠିକଣା ଲେଖି ପଠାଇଥିଲା । ଏଇ କିଛି ପଦ କଥା କମ୍ପାନୀର ଏମ.ଡିଙ୍କ ମନକୁ ଖୁବ ଛୁଇଁଥିଲା । ଜେମ୍ସ ଟେଲର କୁନି ଝିଅର ଅନୁରୋଧ ରଖି ଖାଲି ସେହି ଚିପ୍ସ ମାର୍କେଟକୁ ଛାଡିନଥିଲେ ପୁରା ଗୋଟିଏ ଟ୍ରକ ଭର୍ତ୍ତି ଚିପ୍ସ କୁନି ଝିଅର ଠିକଣାରେ ପଠାଇ ଦେଇଥିଲେ । କେବଳ ସେତିକି ନୁହେଁ କମ୍ପାନୀ ତରଫରୁ ଏକ ମାଗଣା ଟ୍ରିପ୍ ପାଇଁ ଟିକେଟ ମଧ୍ୟ ପଠାଯାଇଛି ।

ଗ୍ରେସଙ୍କ ମା କମ୍ପାନୀର ଏଇ ଆଗ୍ରହ ମୂଳକ ପଦକ୍ଷେପ ପାଇଁ ଖୁବ ଖୁସି ଅଛନ୍ତି । ଏପରି ଚିଠି ଲେଖିବା ସମ୍ପୁଣ୍ଣ ଭାବେ କୁନି ଝିଅର ଥିଲା । ଜେମ୍ସଙ୍କ ପ୍ରତି ଉତ୍ତର କୁନି ଝିଅ ଗ୍ରେସକୁ ନିହାତି ପ୍ରଭାବିତ କରିବ । ଗ୍ରେସ ଓ ତାଙ୍କ ପରିବାର ଏବେ ଫ୍ୟାକ୍ଟ୍ରି ବୁଲିବା ତଥା ତିଆରି ପ୍ରକ୍ରିୟା ଦେଖିବା ପାଇଁ ଖୁବ ଉତ୍ସାହିତ । ପ୍ରତିକ୍ରିୟାରେ ଜେମ୍ସ କହିଛନ୍ତି ସେ ଯେଉଁ ଦିନ ଏଇ ଚିଠି ମୁଁ ଦେଖିଲି ଝିଅଟିର ଆଗ୍ରହ ଓ ଉତ୍ସାହ ଦେଖି ମୋତେ ବହୁତ ଖୁସି ଲାଗିଲା । ମାର୍କେଟରେ ଏହାର ଚାହିଦା ଏତେ ଅଧିକ ବଢୁଥିବାର ଦେଖି ମୁଁ ପୁଣି ଏଇ ଚିପ୍ସକୁ ବଜାରକୁ ଛାଡିବାକୁ ନିଷ୍ପତି ନେଲି ।

The post ମନ ଖୁସି କରିଦେଲା କୁନି ଝିଅର ଚିଠି । ମାଲିକ ପଠାଇଦେଲେ ଟ୍ରକ ଭର୍ତ୍ତି ଚିପ୍ସ first appeared on Kanak News.

from Kanak News
via <a href="https://ifttt.com/?

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେ.ଆଇ. ଟି. ଏମ )ର ବାର୍ଷିକ ଉତ୍ସବ (ଫୋନିକ୍ସ ) ଉଦଯାପିତ

କନକ ବ୍ୟୁରୋ : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲ । ପୂର୍ବାହ୍ନ ୧୦.୩୦ରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ଛାତ୍ର, ଛାତ୍ରୀମାନେ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅଧ୍ୟାପିକା ଭକ୍ତି ପଢାରିଆ ମଞ୍ଚ ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବର୍ତ୍ତମାନ ସ୍ଥିତିର ପ୍ରତିଯୋଗିତା ମୂଳକ ପରିବେଶରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ଏବଂ ନିଜର ଦକ୍ଷତାକୁ ତ୍ୱରାନ୍ୱିତ କରନ୍ତୁ ବୋଲି କହିଥିଲେ । ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା.,(ସି.ଏଚ. ଏସ. ଇ )ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ( ବି. ଏସ. ସି ) ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀର ଅଧ୍ୟକ୍ଷ ଡ଼ -ପ୍ରଫୁଲ୍ଲ କୁମାର ସାହୁ, ବି. ଏସ. ସି ର ( ଏକାଡେମୀକ କୋ ଅର୍ଡି ନେଟର ) ଜୟ କୃଷ୍ଣ ମେହେର,ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ପୂଣ୍ୟତୋୟା ବିଶ୍ୱାଳ, ହେଲୋ କିଡ଼ସର ଅଧ୍ୟକ୍ଷା ସୁଷମା ମୁଣ୍ଡ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ସହ ଉପଯୁକ୍ତ ମାର୍ଗ ଦର୍ଶନ କରିଥିଲେ ।

ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥଲା । ସେଞ୍ଚୁରିଅନ ବିଦ୍ୟାଳୟର (ସି. ବି. ଏସ. ଇ )ଯୁକ୍ତ ଦୁଇ ବିଜ୍ଞାନ ଦ୍ୱାଦଶ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଡାଙ୍ଗ (ବେଷ୍ଟ ଷ୍ଟ ଡେଣ୍ଟ ଅଫ ଦ ଇଅର )ର ପୁରସ୍କାରରେ ପୁରସ୍କୃତ ହୋଇଥିଲେ । (ସି ଏଚ ସି )ବିଜ୍ଞାନର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପୁନମ ମେହେର,(ବି. ଏସ. ସି ) ବିଭାଗର ତୃତୀୟ ବର୍ଷର ଛାତ୍ରୀ ଶ୍ରୀୟା ରାଣୀ ହୋତା (ଏମ. (ଏମ. ଏସ. ସି )ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ସସ୍ମିତା ବାଗ, (ବି. ଫାର୍ମ ) ବିଭାଗର ଚତୁର୍ଥ ବର୍ଷର ଛାତ୍ର ନିହାର ରଞ୍ଜନ ଦାଶ , (ଡି. ଫାର୍ମ ) ଦ୍ଵିତୀୟ ବର୍ଷର ଛାତ୍ର ସୁନୀଲ କୁମାର ସାହୁ, (ଡି. ଏମ. ଏଲ. ଟି ) ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତୀକ୍ଷା ପଟନାୟକ , ସେଞ୍ଚୁରିଅନ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦିଶା ଅଗ୍ରୱାଲ,ସମସ୍ତେ ନିଜ ନିଜ ବିଭାଗର (ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇଅର ) ଭାବରେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ଏହାପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏଇକ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ।କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

The post ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେ.ଆଇ. ଟି. ଏମ )ର ବାର୍ଷିକ ଉତ୍ସବ (ଫୋନିକ୍ସ ) ଉଦଯାପିତ first appeared on Kanak News.

from Kanak News
via <a href="https://ifttt.com/?

ଇତିହାସ ରଚିଲା ଇସ୍ରୋ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ ।

କନକ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ ଆରମ୍ଭ ହେଇଥିବା ଏହି ମିଶନ୍ ଏବେ ଇସ୍ରୋକୁ ଦେଇଛି ବଡ ସଫଳତା ।

ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା । ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି । ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧ । ସେଠାରେ ଏହା ୫ ବର୍ଷ ଧରି କାମ କରିବ । ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

https://platform.twitter.com/widgets.js

ଆଦିତ୍ୟ ଏଲ ୧ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ଶାଜୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ଏହି ମିଶନ କେବଳ ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବନି । ବରଂ ୪ ଶହ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ସୂର୍ଯ୍ୟଝଡର ମଧ୍ୟ ସୂଚନା ଦେବ । ଏହାଫଳରେ ଅନେକ ସାଟେଲାଇଟର ମଧ୍ୟ ସୁରକ୍ଷା କରାଯାଇପାରିବ ବୋଲି ସେ କହିଥିଲେ । ଏହି ସାଟେଲାଇଟର ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ ପ୍ରଥମ ଥର ପାଇଁ ସୂର୍ଯ୍ୟର ଫୁଲ୍ ଡିସ୍କ ଫଟୋ ନେବାରେ ସକ୍ଷମ ହେଇଥିଲା । ଏହି ଫଟୋରେ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳିଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟର ଫୋଟୋସ୍ପେୟର ଏବଂ କ୍ରୋମୋସ୍ଫେୟରର ଫଟୋ ନେଇଥିଲା ।

 

The post ଇତିହାସ ରଚିଲା ଇସ୍ରୋ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ । first appeared on Kanak News.

from Kanak News
via <a href="https://ifttt.com/?

୯ଦିନ ପରେ ରାଜନୀତିରୁ ହେଲା ମୋହଭଙ୍ଗ । ଅମ୍ବାତି ରାୟୁଡୁ ଛାଡିଲେ ଜଗନମୋହନଙ୍କ ହାତ

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମାତ୍ର ୯ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ଏମିତି କଣ ହେଲା ଯେ ମାତ୍ର ୯ ଦିନ ପରେ ସେ ପାର୍ଟି ଛାଡିଛନ୍ତି । ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତି ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି । ସେ ନିଜେ ଏହି ନିଷ୍ପତି ବାବଦରେ ସମସ୍ତଙ୍କୁ ଜଣାଇଛନ୍ତି । ରାୟୁଡୁ ୯ ଦିନ ପୂର୍ବରୁ ୱାଇଏସଆର କଂଗ୍ରେସ ପାର୍ଟିରେ ଯୋଗଦେଇଥିଲେ ଅର୍ଥାତ୍ ୨୮ ଡିସେମ୍ବରରେ ସେ ପାର୍ଟିରେ ଯୋଗଦେଇଥିଲେ । ସେ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ । ଏବେ ଇସ୍ତଫା ଦେବା ପରେ ସେ କହିଛନ୍ତି କି ସେ ସବୁଦିନ ପାଇଁ ରାଜନିତି ଛାଡି ନାହାଁନ୍ତି ବରଂ ସେ ମାତ୍ର କିଛି ସମୟ ପାଇଁ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିଷ୍ପତି ବିଷୟରେ ସୂଚନା ଦେଇଛନ୍ତି ।

ରାୟୁଡୁ ନିଜ ସୋସିଆଲ ମିଡିଆ ଆକାଉଣ୍ଡରୁ ଟୁଇଟ୍ କରି କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଜଣାଇଦଉଛି ଯେ ମୁଁ ୱାଇଏସଆର କଂଗ୍ରେସ ଦଳ ଛାଡଛି କିଛି ସମୟ ପାଇଁ ଏବଂ ରାଜନୀତିରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତି ନେଇଛି ଓ ଠିକ୍ ସମୟରେ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିବି ।

ଡିସେମ୍ବେର ୨୮ରେ ରାୟୁଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ଏବଂ ସେହି ସମୟରେ ଡେପୁଟି ସିଏମ ନାରାୟଣ ସ୍ୟାମୀ ଏବଂ ସାଂସଦ ପେଡିରେଡି ମିଥୁନ ରେଡ୍ଡୀ ଉପସ୍ଥିତ ଥିଲେ । କେଉଁ କାରଣ ପାଇଁ ରାୟୁଡୁ ଦଳ ଛାଡିଲେ ସେ ବାବଦରେ କିଛି ସ୍ପଷ୍ଟ କରି ନାହାନ୍ତି । ସେ କହିଛନ୍ତି କି ସଠିକ ସମୟ ଆସିଲେ ପରବର୍ତ୍ତୀ କାର୍ଯ୍ୟ ବିଷୟରେ ସୂଚନା ଦେବେ ।

ଆଇପିଏଲ୍ ୨୦୨୩ ପରେ ରାୟୁଡୁ କ୍ରିକେଟରୁ ବିଦାୟ ନେଇଥିଲେ । ୨୦୨୩ ଆଇପିଏଲରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ । ଏବଂ ସେହି ବର୍ଷ ଚେନ୍ନାଇ ଚାମ୍ପିୟନ ମଧ୍ୟ ହୋଇଥିଲା । ରାୟୁଡୁ ୨୦୧୯ ରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ।

ରାୟୁଡୁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୫୫ ଟି ଏକଦିବସୀୟ ଏବଂ ୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ବ୍ୟତୀତ ତାଙ୍କ କ୍ୟାରିୟରରେ ସେ ୨୦୩ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ।

The post ୯ଦିନ ପରେ ରାଜନୀତିରୁ ହେଲା ମୋହଭଙ୍ଗ । ଅମ୍ବାତି ରାୟୁଡୁ ଛାଡିଲେ ଜଗନମୋହନଙ୍କ ହାତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started