ପୋଖରୀରେ ବୁଡି ଲିଭିଗଲା ଦୁଇ କଅଁଳ ଶିଶୁଙ୍କ ଜୀବନ ଦୀପ । ମୃତ ଦୁଇ ଶିଶୁ ସଂପର୍କୀୟ ଭାଇ-ଭଉଣୀ

କନକ ବ୍ୟୁରୋ: ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ଖେଳୁ ଖେଳୁ ପୋଖରୀରେ ପଡିଯିବାରୁ ଦୁଇଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକ ଦୁଇ ଜଣ ସଂପର୍କୀୟ ଭାଇ-ଭଉଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହିରୁ ଏମିତି ଏକ ଦୁଃଖଦ ଖବର ଆସିଛି । ମୃତ ଶିଶୁ ଦୁଇ ଜଣ ହେଉଛନ୍ତି କୁଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଓ ମିଥୁନ୍ ଜେନାଙ୍କ ଝିଅ ରୂପା ଜେନା । କାହ୍ନୁ ଓ ରୂପା ଘର ପାଖରେ ଖେଳୁଥିଲେ । ମାଆ ଘରେ ରୋଷେଇ କରୁଥିବା ବେଳେ ପିଲାମାନେ ବାହାରେ ଖେଳୁଥିଲେ । ଦୁହେଁ ଖେଳୁ ଖେଳୁ ପୋଖରୀ ପାଖକୁ ଚାଲି ଯିବାରୁ ଦୁର୍ଭାଗ୍ୟବଶତଃ ପାଣିରେ ପଡିଯାଇଥିଲେ । ମାଆ ରୋଷେଇ ସାରି ବାହାରକୁ ଆସି ପିଲାଙ୍କୁ ପାଇନଥିଲେ । ଖୋଜା ଖୋଜି କରି ପିଲା ଦୁଇଜଣଙ୍କୁ ନପାଇବାରୁ ଗାଁ ଲୋକଙ୍କୁ କହିଥିଲେ । ଗ୍ରାମବାସୀ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରୁ ପ୍ରଥମେ କାହ୍ନୁକୁ ପାଇଥିଲେ । ପରେ ରୂପାକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ପିଲା ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପିଲାଙ୍କୁ ହରାଇ ମାଆ ପାଗଳ ପ୍ରାୟ ହୋଇଯାଉଛନ୍ତି ।

The post ପୋଖରୀରେ ବୁଡି ଲିଭିଗଲା ଦୁଇ କଅଁଳ ଶିଶୁଙ୍କ ଜୀବନ ଦୀପ । ମୃତ ଦୁଇ ଶିଶୁ ସଂପର୍କୀୟ ଭାଇ-ଭଉଣୀ first appeared on Kanak News.

from Kanak News
via <a href="https://ifttt.com/?

ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ । ଏବେ ୨୬ ନାବାଳିକା ନିଖୋଜ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ବାଳିକା ଆଶ୍ରୟ ଗୃହରୁ ୨୬ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏହି ବାଳିକାମାନେ ଗୁଜରାଟ, ଝାଡଖଣ୍ଡ, ରାଜସ୍ଥାନ ବ୍ୟତୀତ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ସେପଟେ ବିନା ଅନୁମତିରେ ବାଳିକା ଗୃହ ଚଳାଉଥିବା ନେଇ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି ।

ରାଷ୍ଟ୍ରୀୟ ଶିଶୁ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଏହି ମାମଲାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟ ସଚିବ ବୀରା ରାଣାଙ୍କୁ ଚିଠି ଲେଖିଛନ୍ତି । ଭୋପାଳର ପରବଲିୟା ଅଞ୍ଚଳରେ ଏହି ବେଆଇନ ବାଳିକା ଗୃହ ଚାଲୁଥିଲା । ଭୋପାଳର ଏକ ଏନଜିଓ ହଷ୍ଟେଲରୁ ବାଳିକାମାନେ ନିଖୋଜ ହେବା ନେଇ ଏବେ ବିବାଦ ଦେଖାଦେଇଛି ।

ସୂଚନା ମୁତାବକ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଭୋପାଳ ବାହରୀ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ଛାତ୍ରବାସ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ରେଜିଷ୍ଟର ଚେକ୍ କରିବା ବେଳେ ୬୮ ବାଳିକାଙ୍କର ନାମ ଥିଲା । ହେଲେ ବାସ୍ତବରେ ସେମାନଙ୍କ ମଧ୍ୟରୁ ୨୬ ବାଳିକା ଗାଏବ ଥିଲେ । ଏନେଇ ବାଳିକା ଗୃହର ସଂଚାଳକ ଅନିଲ ମେଥ୍ୟୁଙ୍କୁ ପଚରା ଉଚରା କରିବା ବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଏହାପରେ ପ୍ରୟାଙ୍କ ପୋଲିସକୁ ସୂଚନା ଦେଇଥିଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ନଜରରେ ରଖି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

The post ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ । ଏବେ ୨୬ ନାବାଳିକା ନିଖୋଜ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା । ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା ଦିଆଯାଇଛି । ହାଇଟେକ୍ ହସ୍ପିଟାଲ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ଓ ଏସି ଟେକ୍ନିସିଆନ ଆସୋସିଏସନ୍ । ମଞ୍ଚେଶ୍ୱର ଥାନା ଅଧିକାରୀଙ୍କୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତୃତୀୟ ମୃତ ବ୍ୟକ୍ତ ଜଣଙ୍କ ଦିଲ୍ଲୀପ ସାମନ୍ତରାୟ । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁ ୩ଟା ୩୦ ମଧ୍ୟରେ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେବା ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଏବେ ବି ମୃତ୍ୟୁ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ପରିଚୟ ପାଇଁ ମୃତଦେହର ହୋଇପାରେ ଡିଏନଏ ଟେଷ୍ଟ । ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ମରଶରୀର ପୋଲିସକୁ ହସ୍ତାନ୍ତର କରାଯିବ । ଡିଏନଏ ଟେଷ୍ଟ କରାଯାଇ ପରିଚୟ ସ୍ପଷ୍ଟ ହେଲା ପରେ ପରିବାରକୁ ଦିଆଯିବ ।

The post ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା । ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍ first appeared on Kanak News.

from Kanak News
via <a href="https://ifttt.com/?

ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ । ଜାଣନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଜଲଙ୍କୁ ଦେଇଥିଲା ଏହି ବଙ୍ଗଳା

କନକ ବ୍ୟୁରୋ : ମାଫିଆ କାଜଲ ଝା ଦିଲ୍ଲୀରେ ୮୦ କୋଟି ଟଙ୍କାର ବଙ୍ଗଳା ନିର୍ମାଣ କରିଥିଲେ । କାଜଲ ଝାର ଏହି ୮୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳାକୁ ଏବେ ନୋଏଡା ପୋଲିସ ସିଲ୍ କରିଦେଇଛି । କାଜଲ ଝା ହେଉଛି ଏକ ମାଫିଆ ଯିଏ ଗ୍ୟାଙ୍ଗଷ୍ଟର ରବି କାନାର କଳା ବ୍ୟବସାୟକୁ ପରିଚାଳନା କରୁଥିଲା । ନୋଏଡା ପୋଲିସ ବର୍ତ୍ତମାନ ରବି କାନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବ୍ୟସ୍ତ ଅଛି ।

ସ୍କ୍ରାପ୍ ମାଫିଆ ରବି କାନାଙ୍କ ବ୍ୟବସାୟରେ ସହାୟତା କରନ୍ତି କାଜଲ ଝା । ସେ ଗ୍ୟାଙ୍ଗଷ୍ଟର ରବିଙ୍କ କମ୍ପାନୀର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ମାଫିଆ ରବି ବିରୋଧରେ ଗ୍ୟାଙ୍କରେପ୍ ମାମଲାର କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ମାଫିଆ ରବି ଏବେ ଫେରାର୍ ଅଛି । ପୋଲିସ ତାକୁ ଖୋଜିବାରେ ଲାଗିଛି । ଏହାସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ମଧ୍ୟ ନୋଏଡା ପୋଲିସ ସିଲ୍ କରିବାରେ ଲାଗିଛି । ନୋଏଡା ପୋଲିସ ମାଫିଆ ରବିର ପତ୍ନୀ ସହ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଅଧିନରେ ମାମଲା ରୁଜୁ କରିଛି । ଏବେ ପର୍ଯ୍ୟନ୍ତ ପୋଲିସ ରବିର ୧୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଥିବା ସୂଚନା ରହିଛି ।

ଡିସେମ୍ବର ୩୦ରେ ଜଣେ ମହିଳା ରବି କାନା ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ଗ୍ୟାଙ୍ଗରେପ ମାମଲା ଥାନାରେ ରୁଜୁ କରିଥିଲେ । ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ୩ ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ହେଲେ ରବି ସହିତ ଅନ୍ୟ ୨ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ବିଟା ୨ ପୋଲିସ ଷ୍ଟେସନରେ ରବି କାନା ଓ ତାର ପତ୍ନୀ ସମେତ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

ଏହାରି ଭିତରେ ପୋଲିସ ମାଫିଆ ରବିର ବିଭିନ୍ନ ଠିକଣାରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏବଂ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ କୋଠା ଉପରେ ଚଢାଉ କରି ତାହାକୁ ଜବତ କରିଛି । ଏହି କୋଠାର ଆନୁମାନିକ ମୂଲ୍ୟ ୮୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ବଙ୍ଗଳାରେ ମାଫିଆ କାଜଲ ଝା ରହୁଥିଲେ ।

ପୋଲିସ ରବିର ଘର ଉପରେ ଚଢାଉକରିଥିଲା । ଏବଂ ଇକୋଟେକ୍ ଅଂଚଳରେ ୫ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ୍ ଏବଂ ୩୦ କୋଟି ଟଙ୍କାର ଜମି ଜବତ କରିଛି ଓ ବିସ୍ରାକର ଚେରି କାଉଣ୍ଟି ଅଂଚଳରେ ୫୦୦୦ ଗଜ ଜମି ମଧ୍ୟ ସିଲ୍ କରାଯାଇଛି । ଏହା ବ୍ୟତିତ ୨୦ ଟି ଖାଲି ଟ୍ରକ୍ ଏବଂ ସ୍କ୍ରାପ୍ ସହିତ ଲୋଡ ଥିବା ଦୁଇଟି ଟ୍ରକ୍ ଯାହାର ମୂଲ୍ୟ ୫ କୋଟି ଟଙ୍କା କୁହାଯାଉଛି, ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

୧୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦ ଟନ୍ ସ୍କ୍ରାପ୍ ଓ ରଡ ମଧ୍ୟ ପୋଲିସ ଜବଦ କରିଛି । ଏବଂ ୬୦ ଟି ବଡ ଗାଡିକୁ ମଧ୍ୟ ସିଲ୍ କରାଯାଇଛି । ବର୍ତ୍ତମାନ ମାଫିଆ ରବି ଫେରାର ଅଛି ତାକୁ ଧରିବା ପାଇଁ ପୋଲିସ ନିଜର ପ୍ରାଣବଳେ ଚେଷ୍ଟା କରୁଛି । ପୋଲିସ ଏହା ମଧ୍ୟ କହିଛି ଯେ ରବି କାନା ବେଆଇନ ଭାବରେ ଅର୍ଜନ କରିଥିବା ସମ୍ପତ୍ତିର ଯାଂଜ କରାଯାଉଛି ଏବଂ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

ହେଲେ କାଜଲ ଝା ରବି କାନାକୁ କିଭଳି କେଉଁ ପ୍ରକାରର ସହାୟତା କରୁଥିଲା ଯେଉଁ କାରଣରୁ ରବି କାଜଲକୁ ଏତେ ମୂଲ୍ୟର ବିଳାଶପୂର୍ଣ୍ଣ ବଙ୍ଗଳା ଦେଇଥିଲା ତାହା ଉପରେ ପୋଲିସ ଯାଂଚ କରୁଛି   ।

The post ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ । ଜାଣନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଜଲଙ୍କୁ ଦେଇଥିଲା ଏହି ବଙ୍ଗଳା first appeared on Kanak News.

from Kanak News
via <a href="https://ifttt.com/?

ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।

ହୁକୋଉ ଜଳପ୍ରପାତ ବା ହଳଦିଆ ଜଳପ୍ରପାତ: ଚାଇନାର ହୁକୋଉ  ଜଳପ୍ରପାତ ହେଉଛି ବିଶ୍ୱର ସବୁଠାରୁ ବଡ ହଳଦିଆ ଜଳପ୍ରପାତ ।  ଗୁଇଜୋ ପ୍ରଦେଶର ହୁଆଙ୍ଗଗୁଶୁ ଜଳପ୍ରପାତ ପରେ ଏହା ଚାଇନାରେ ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ ଅଟେ । ପ୍ରବଳ ଥଣ୍ଡା ହେତୁ ଏହି ଜଳପ୍ରପାତର ପାଣି ସବୁ ବରଫ ପାଲଟି ଯାଇଛି । -୧୦  ଡିଗ୍ରୀ ତାପମାତ୍ରାର ସମ୍ମୁଖୀନ ହେଉଥିବା ଏହି ଜଳପ୍ରପାତ ବର୍ତ୍ତମାନ ସମ୍ପୂର୍ଣ୍ଣ ଧଳା ହୋଇଯାଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି । ଏଥର ପ୍ରବଳ ଥଣ୍ଡା ହେତୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି ।

ଚୀନରେ ଅଛି ଏହି ହଳଦିଆ ଜଳପ୍ରପାତ

ହୁକୋଉ ଜଳପ୍ରପାତ ହେଉଛି ଦୁନିଆର ସବୁଠାରୁ ଅସାଧାରଣ ଜଳପ୍ରପାତ । ହୁକୋଉ ଜଳପ୍ରପାତକୁ ବିଭିନ୍ନ ସ୍ଥାନରୁ ଦେଖିଲେ ଆପଣ କୌଣସି ବଡ଼ ପାର୍ଥକ୍ୟ ପାଇବେନାହିଁ । ଆପଣ ଶାନସି ପାର୍ଶ୍ୱରୁ କିମ୍ବା ସଁନସି ପାର୍ଶ୍ୱରୁ ଦେଖନ୍ତୁ ଆପଣ ହଳଦିଆ ଜଳପ୍ରପାତ  କୂଳରେ ଠିଆ ହେବାବେଳେ ଉପରୁ ପଡୁଥିବା ଏହାର ପାଣି ଏବଂ ଢେଉର ଗର୍ଜନରେ ଆପଣ ଚକିତ ହୋଇଯିବେ ।

ଝରଣାର ଉତ୍ପତି କେଉଁଠୁ ?

ହଳଦିଆ ନଦୀ କିଘଇ ପ୍ରଦେଶର ଏହାର ମୁଖ୍ୟ ସ୍ରୋତ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । ଏହା ଯେଉଁ ଉତ୍ତର-ପଶ୍ଚିମ ଲୋସ୍ ମାଳଭୂମି ଦେଇ ଯାଇଛି ତାହାର ଇତିହାସ ବହୁତ ପୁରୁଣା । କିନ୍-ଜିନ୍ ଘାଟ କ୍ରସିଂ ୫୦୦୦ ବର୍ଷର ଇତିହାସ ଏବଂ ସଭ୍ୟତା ବହନ କରେ । ଏହା ହୁକୋ ଗାଁ ଆଡକୁ ପ୍ରବାହିତ ହେଉଥିବାବେଳେ ନଦୀର ମାର୍ଗ ଦ୍ରୁତ ଗତିରେ ୫୦୦ ମିଟରରୁ ମାତ୍ର ୫୦ ମିଟରକୁ କମିଯାଏ ।

ଦେଖିବାକୁ ମିଳେ ଅଜବ ଅଜବ ଦୃଶ୍ୟ

ଏହାର ଯାଦୁକରୀ ଆକର୍ଷଣ ସହିତ ହୁକୋ ଜଳପ୍ରପାତ ଆମକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସବୁ ଦେଖିବାକୁ ମିଳେ । ଏଥିପାଇଁ  ହୁକୋଉ ଜଳପ୍ରପାତକୁ ଅଷ୍ଟମ ଆଶ୍ଚର୍ଯ୍ୟ ମଧ୍ୟ କୁହାଯାଏ ।  ଯେଉଁଥିରେ ନଦୀରୁ ଧୂଆଁ, ଭୂମିରେ ଡଙ୍ଗା, ଇନ୍ଦ୍ରଧନୁ ସହିତ ଖେଳୁଥିବା ଜଳ, ଉଡ଼ୁଥିବା ପର୍ବତ ଏବଂ ଛିଡା ହୋଇଥିବା ସମୁଦ୍ର ପରି ଦୃଶ୍ୟର ମାୟାଜାଲ ଦେଖାଯାଏ ।

କେମିତି ହଳଦିଆ ହେଲା ଝରଣାର ରଙ୍ଗ ?

ବର୍ତ୍ତମାନ ଆପଣ ଭାବୁଥିବେ ହୁକୋଉ ଜଳପ୍ରପାତର ରଙ୍ଗ କେମିତ ହଳଦିଆ ହେଲା  ? ବାସ୍ତବରେ ହଳଦିଆ ନଦୀ ହେତୁ ଏହି ଜଳପ୍ରପାତ ବିଦ୍ୟମାନ । ହଳଦିଆ ନଦୀର ରଙ୍ଗ ହଳଦିଆ ବାଲି ଯୋଗୁଁ ହୋଇଥାଏ, ତେଣୁ ଏହି ଜଳପ୍ରପାତର ରଙ୍ଗ ହଳଦିଆ ଦେଖାଯାଏ ।  ଏହି ଜଳପ୍ରପାତ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ପାଖକୁ ଯାଇ ଏହାର  ଗର୍ଜନ ଶୁଣିବା ପରେ ଲୋକମାନେ ଭୟଭୀତ ହେଇଯାଆନ୍ତି ।

ହୁକୋଉ ଯାଏ ପହଞ୍ଚିବା ବହୁତ କଷ୍ଟକର ଥିଲା ।

ଲୋସ୍ ମାଳଭୂମିର ଭିତର ଭାଗରେ ଦୁର୍ଗମ ରାସ୍ତା ଯୋହେତୁ ହୁକୋଉକୁ ଯିବା ଏକଦା ବହୁତ କଷ୍ଟସାଧ୍ୟ ଥିଲା । ସ୍ଥାନୀୟ ସରକାର ପରିବହନ ଏବଂ ପର୍ଯ୍ୟଟନ ସୁବିଧା ବ୍ୟବସ୍ଥା ସୁଦୃଢ  କରିବା ପରେ ୧୯୯୪ ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦,୦୦୦ ରୁ ବୃଦ୍ଧି ପାଇ ୧୯୯୫ରେ ୪୭,୦୦୦ ହେଇଥିଲା । ଏହାପରେ , ଏହି ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି ।

କେଉଁଠୁ ବାହାରିଛି ହଳଦିଆ ନଦୀ ?ୟାଙ୍ଗଜେ ନଦୀ ପରେ ହଳଦିଆ ନଦୀ ହେଉଛି ଚାଇନାର ଦ୍ୱିତୀୟ ଦୀର୍ଘତମ ନଦୀ । ଏହାର ଲମ୍ବ ପ୍ରାୟ ୫୪୬୪ କିଲୋମିଟର ।  ଏହା ହେଉଛି ବିଶ୍ୱର ଷଷ୍ଠ ଲମ୍ବା ନଦୀ ପ୍ରଣାଳୀ । ୧୫,୦୦୦ ଫୁଟ (୪୬୦୦ମିଟର) ରୁ ଅଧିକ ଉଚ୍ଚତାରେ ବାୟାନ ପର୍ବତରେ ଉତ୍ପନ୍ନ ହୋଇ ଏହା ବୋହାଇ ସାଗର ଆଡକୁ ପ୍ରବାହିତ ହୋଇଛି ।  ହଳଦିଆ ନଦୀ ଅବବାହିକା ପ୍ରାଚୀନ ଚୀନ୍ ସଭ୍ୟତାର ଜନ୍ମସ୍ଥାନ ଥିଲା ।

 

The post ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା । first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ନଛୋଡ଼ ବନ୍ଧା ଡ୍ରାଇଭର ସଂଘ । କହିଲେ, ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଉ କେତେ ଦିନ ଚାଲିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରେ । ଓଡ଼ିଶାର ଡ୍ରାଇଭରମାନେ କେନ୍ଦ୍ର ସରକାରଙ୍କ ନୂଆ ଆଇନ ହିଟ୍ ଆଣ୍ଡ ରନ୍ ଓ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ରଖିଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାର ପ୍ରଭାବ ଆଜି ରାସ୍ତା ଘାଟରେ ଦେଖିବାକୁ ମିଳିଛି ରାଜ୍ୟ ଡ୍ରାଇଭର ସଂଘ ସହ ପରିବହନ କମିଶନର ଅମିତାଭ ଠାକୁର ବୈଠକ କରିଥିଲେ । ଯେଉଁଥିରେ ଓଡ଼ିଶା ଡ୍ରାଇଭର ଏକତା ମହାମଂଚର ସଦସ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଯେଉଁସବୁ ଦାବି ରହିଥିଲା ସେ ବାବଦରେ ସକରାତ୍ମକ ଭାବେ ଆଲୋଚନା ହୋଇଛି । ତେଣୁ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଡ୍ରାଇଭର ସଂଘ ରାଜି ହୋଇଥିବା କଥା କହିଛନ୍ତି ପରିବହନ କମିଶନର । କିନ୍ତୁ ହିଟ୍ ଆଣ୍ଡ ରନ୍ ମାମଲାରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିବ ବୋଲି କହିଛି । ସାରା ଦେଶରେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ଯଦି ଏହି ଆନ୍ଦୋଳନର ସ୍ଥଗିତ ନହୁଏ ଦରଦାମ ବଢ଼ିବାର ଆଶଙ୍କା ରହିଛି ।

ବଲାଙ୍ଗୀରରେ ମଧ୍ୟ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ବଲାଙ୍ଗିର କଚେରୀ ଛକରେ ଜିଲ୍ଲାର ସମସ୍ତ ଡ୍ରାଇଭର ଧାରଣାରେ ବସି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ନିଜ ଦାବି ଉପସ୍ଥାପନ କରୁଛନ୍ତି ।

The post ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ନଛୋଡ଼ ବନ୍ଧା ଡ୍ରାଇଭର ସଂଘ । କହିଲେ, ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଜାରି ରହିବ ଆନ୍ଦୋଳନ first appeared on Kanak News.

from Kanak News
via <a href="https://ifttt.com/?

ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ପେଟ୍ରୋଲ, ଡିଜେଲ ପରିବହନ । ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି । ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । କାଲି ମାତ୍ର ୨୫ ପ୍ରତିଶତ ଗାଡ଼ିରେ ତେଲ ଲୋଡିଂ ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହେବାର ସମ୍ଭାବନା ରହିଥିବା କହିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

The post ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ପେଟ୍ରୋଲ, ଡିଜେଲ ପରିବହନ । ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିରରେ ବ୍ୟବହାର ହୋଇନି ୧ ଗ୍ରାମର ଲୁହା କି ସିମେଣ୍ଟ । ଜାଣନ୍ତୁ ଏହା ପଛର ରୋଚକ କାରଣ ।

କନକ ବ୍ୟୁରୋ: ଶ୍ରୀରାମ ଭକ୍ତଙ୍କ ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଆଉ ମାତ୍ର କିଛି ଦିନ ପରେ ପ୍ରତିଷ୍ଠା ହେବ ପୁରୁଷୋତ୍ତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଜାନୁଆରୀ ୨୨ରେ ଏହାର ପ୍ରାଣ ପ୍ରତିଷ୍ଠା ହେବ । ଏହା ପରେ ବି ମନ୍ଦିର କାର୍ଯ୍ୟ ଜାରି ରହିବ । କାରଣ, ଏହି ମନ୍ଦିର ୩ ମହଲା ବିଶିଷ୍ଟ ହେବ ଏବଂ ଏହାର ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି । ଏବେ ଏହାକୁ ସଜ୍ଜିତ କରାଯାଉଛି । ଏହି ଭବ୍ୟ ମନ୍ଦିରର ତ ଅନେକ ବୈଶିଷ୍ଟ୍ୟ ରହିଛି । କିନ୍ତୁ ଏଭଳି ଏକ ବୈଶିଷ୍ଟ୍ୟ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ବିଶାଳ ମନ୍ଦିର ନିର୍ମାଣରେ ୧ ଗ୍ରାମର ଲୁହା ମଧ୍ୟ ବ୍ୟବହାର କରାଯାଇ ନାହିଁ । ସିମେଣ୍ଟର ମଧ୍ୟ ବ୍ୟବହାର ହୋଇନାହିଁ ।

ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୩୮୦ ଫୁଟ , ପ୍ରସ୍ଥ ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିଛି । ଏତେ ବଡ ମନ୍ଦିରରେ କିନ୍ତୁ ୧ ଗ୍ରାମର ବି ଲୁହା ବ୍ୟବହାର ହୋଇନାହିଁ । ଏହାକୁ ପାରମ୍ପରିକ ନାଗରଶୈଳୀରେ ନିର୍ମାଣ କରାଯାଇଛି । ନିଜେ ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା ସ୍ପଷ୍ଟ କରିଛନ୍ତି । ଏଥିରେ ଲୁହା ବ୍ୟବହାର ନକରିବାର କାରଣ ହେଉଛି ମନ୍ଦିରର ଦୀର୍ଘ ଅସ୍ତିତ୍ୱ । ଏହି ମନ୍ଦିର ହଜାରେ ବର୍ଷରୁ ଅଧିକ ସମୟ ଅକ୍ଷୁର୍ଣ୍ଣ ରହିବ । ଏହାକୁ ରିପେୟାରିଙ୍ଗର ମଧ୍ୟ କୌଣସି ଆବଶ୍ୟକ ପଡିବ ନାହିଁ ବୋଲି ଚମ୍ପତ ରାୟ କହିଛନ୍ତି ।

କ’ଣ ଏହି ନାଗର ଶୈଳୀ?
ନାଗର ଶୈଳୀ ହେଉଛି ଉତ୍ତର ଭାରତୀୟ ହିନ୍ଦୁ ସ୍ଥାପତ୍ୟର ୩ଟି କଳା ମଧ୍ୟରୁ ଅନ୍ୟତମ । ଏହି ଶବ୍ଦର ଅର୍ଥ ହେଉଛି ନଗର । ନାଗର ଶୈଳୀରେ ନିର୍ମିତ ମନ୍ଦିରରେ ସାଧାରଣତଃ ୪ଟି କକ୍ଷ ଥାଏ: ଗର୍ଭଗୃହ, ଜଗମୋହନ, ନାଟ୍ୟ ମନ୍ଦିର ଏବଂ ଭୋଗ ମନ୍ଦିର । ଏହି ନାଗର ଶୈଳୀର ସମ୍ପର୍କ ହିମାଳୟ ଓ ବିନ୍ଧ୍ୟ ଭୂମି ସହିତ ରହିଛି । ଭାରତର ଖଜୁରାହୋ ମନ୍ଦିର , ସୋମନାଥ ମନ୍ଦିର, ଏବଂ କୋଣାର୍କ ମନ୍ଦିର ସବୁ ଏହି ଶୈଳୀରେ ନିର୍ମାଣ କରାଯାଇଛି । ଏହା ଉତ୍ତର ଭାରତର ସ୍ୱତନ୍ତ୍ର ଶୈଳୀ ।

ଆଉ ଏକ ରୋଚକ କଥା ହେଉଛି ମନ୍ଦିରର ନିର୍ମାଣରେ ସିମେଣ୍ଟ କି କଂକ୍ରିଟର ମଧ୍ୟ ବ୍ୟବହାର ହୋଇନାହିଁ । ଏଥିରେ ପାଇଲ ଫାଉଣ୍ଡେସନ୍ ମଧ୍ୟ ପଡିନାହିଁ । ବରଂ ଏହାର ଫାଉଣ୍ଡେସନରେ ଏଭଳି ଆର୍ଟିଫିସିଆଲ ପାର୍ବତୀୟ ପଥରର ବ୍ୟବହାର କରାଯାଇଛି ଯାହା ସମୟ କ୍ରମେ ଶକ୍ତ ଚଟ୍ଟାଣରେ ପରିବର୍ତ୍ତିତ ହୋଇଯିବ ।

The post ଅଯୋଧ୍ୟା ରାମ ମନ୍ଦିରରେ ବ୍ୟବହାର ହୋଇନି ୧ ଗ୍ରାମର ଲୁହା କି ସିମେଣ୍ଟ । ଜାଣନ୍ତୁ ଏହା ପଛର ରୋଚକ କାରଣ । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡ଼ା ଗସ୍ତ ବେଳେ ବାଟରେ ଅଟକିଲେ ରାଜ୍ୟପାଳ । ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା ଘରକୁ ଦେଖିବାକୁ ଗଲେ ରଘୁବର ଦାସ

କନକ ବ୍ୟୁରୋ : ରାଜ୍ୟରେ ରାଜ୍ୟପାଳ ହୋଇ ଆସିବା ପରେ ଗୋଟିଏ ପରେ ଗୋଟିଏ ପ୍ରଶଂସନୀୟ କାର୍ଯ୍ୟ କରିବାରେ ଲାଗିଛନ୍ତି ମହାମହିମ ରଘୁବର ଦାସ । ମହାମହିମ ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏଭଳି କିଛି ଘଟଣା ଘଟିଯାଇଛି । ରାଜ୍ୟପାଳ କେନ୍ଦ୍ରାପଡା ଯାଉଥିବା ଜାଣି ଜଜାଙ୍ଗ ରାସ୍ତାରେ ତାଙ୍କ କାରକେଡ ଅଟକାଇଥିଲେ ସ୍ଥାନୀୟ ଅଂଚଳର ଜଣେ ମହିଳା । ଘର ଭାଙ୍ଗି ଯିବା ପରେ ପଲା ବାନ୍ଧି ରହୁଥିବା ସସ୍ମିତା ତ୍ରିପାଠୀ, ରାଜ୍ୟପାଳଙ୍କୁ ଅଟକାଇ ତାଙ୍କ ଘର ଦେଖିବା ପାଇଁ ଅନୁରୋଧ କରିଥିଲେ । ମହାମହିମ ରାଜ୍ୟପାଳ ମହିଳାଙ୍କ ଅନୁରୋଧ ରକ୍ଷାକରି ତାଙ୍କ ଗାଁକୁ ଯାଇ ଭଙ୍ଗା ଘରର ଦୃଶ୍ୟକୁ ଦେଖିଥିଲେ । ଆଉ ତୁରନ୍ତ ସସ୍ମିତାଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଅମୃତ ଋତୁରାଜ ମଧ୍ୟ ନାମ ପଚାରି ବୁଝିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

The post କେନ୍ଦ୍ରାପଡ଼ା ଗସ୍ତ ବେଳେ ବାଟରେ ଅଟକିଲେ ରାଜ୍ୟପାଳ । ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା ଘରକୁ ଦେଖିବାକୁ ଗଲେ ରଘୁବର ଦାସ first appeared on Kanak News.

from Kanak News
via <a href="https://ifttt.com/?

ଡ୍ରାଇଭର ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ୱନ୍ଦ ।  ପରିବହନ କମିଶନର କହିଲେ, ସଫଳ ହୋଇଛି ଆଲୋଚନା, ଡ୍ରାଇଭର ମହାସଂଘ କହିଲା, ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ :  ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ୍ୱ । ଡ୍ରାଇଭର ସଂଘ ସହ ଆଲୋଚନା ପରେ ପରିବହନ କମିଶନର କହିଲେ, ଆଲୋଚନା ସଫଳ ହୋଇଛି । ହେଲେ ଡ୍ରାଇଭର ମହସଂଘ କମିଶନରଙ୍କ କଥାକୁ ଖଣ୍ଡନ କରିବା ସହ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ ଡ୍ରାଇଭରଙ୍କ ସହ ଆଜିଠାରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବସ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଂଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେପଟେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି । ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । କାଲି ମାତ୍ର ୨୫ ପ୍ରତିଶତ ଗାଡ଼ିରେ ତେଲ ଲୋଡିଂ ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହେବାର ସମ୍ଭାବନା ରହିଥିବା କହିଛନ୍ତି ଉକ୍ରଳ ପେଟ୍ରୋଲିୟମ୍ ଆସୋସିଏସନର ସାଧାରଣ ସମ୍ପାଦକ ସଂଜୟ ଲାଠ ।

The post ଡ୍ରାଇଭର ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ୱନ୍ଦ ।  ପରିବହନ କମିଶନର କହିଲେ, ସଫଳ ହୋଇଛି ଆଲୋଚନା, ଡ୍ରାଇଭର ମହାସଂଘ କହିଲା, ଜାରି ରହିବ ଆନ୍ଦୋଳନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started