ଅଲ-ବଦର, ଜୈଶ, ଲଶ୍କର ଏବଂ ହିଜବୁଲର ନୂଆ ଷଡଯନ୍ତ୍ର : କାଶ୍ମୀରରେ ଅନୁପ୍ରବେଶ କରିବାକୁ ୨୦୦ ଆତଙ୍କବାଦୀ ପ୍ରସ୍ତୁତ

ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ଦ୍ଵାରା  ୧୮ ଟି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡକୁ ପୁନଃ ସକ୍ରିୟ କରାଯାଇଛି । ଯେଉଁଠାରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ, ଲଶ୍କର ଏବଂ ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ପରିଚାଳିତ ହେଉଛି । ଆତଙ୍କବାଦୀ ସଂଗଠନ ହାଜି ପୀର  ସେକ୍ଟର, ଫରୱାର୍ଡ କାହୁଟା, ପଦ୍ ମୋହଲ୍ଲା, ରାଙ୍କାଡି, ସେଡିୟାନ୍, କୋଟଲି, ଲୀଲା ଉପତ୍ୟକା, ନୀଲମ୍ ଉପତ୍ୟକା, ପୋକ୍ ର କୋଟଲିରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ଏହି ସବୁ ଲଞ୍ଚ ପ୍ୟାଡ୍ ପ୍ରସ୍ତୁତ କରାଯାଇଛି ।

ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ଏସଏସଜି କମାଣ୍ଡୋମାନେ ଗରିଲା ଯୁଦ୍ଧ ଏବଂ କ୍ଲୋଜ କମ୍ବାଟ୍ ମାର୍ଶଲ ଆର୍ଟ ତାଲିମ ପ୍ରଦାନ କରୁଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କୁ ବର୍ତ୍ତମାନ ପାକିସ୍ତାନ ଅଧିକୃତ  କାଶ୍ମୀରରେ ପାକିସ୍ତାନୀ ଏସଏସଜି କମାଣ୍ଡୋଙ୍କ ଦ୍ୱାରା ତାଲିମ ଦିଆଯାଉଛି । ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ସୀମା ନିକଟରେ ପାକିସ୍ତାନୀ ସେନାର ପୋଷ୍ଟରେ ଡେରା ପକାଇଛନ୍ତି  ଏବଂ ଏଠାରୁ ସେମାନେ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସୀମା ଆରପଟେ ଟ୍ରେନିଂ କ୍ୟାମ୍ପ , ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି ପାକିସ୍ତାନ 

ସୂତ୍ରରୁ ପ୍ରକାଶ ଯେ ଯୁବକମାନଙ୍କୁ ସୀମା ନିକଟ ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଉଛି । କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । କୁହାଯାଉଛି ଯେ ଆତଙ୍କବାଦୀମାନେ ପୁଣି ଥରେ PoK ରେ ସକ୍ରିୟ ହୋଇଛନ୍ତି; ଅନୁପ୍ରବେଶ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇ ଅଛନ୍ତି । ଏହି ଆତଙ୍କବାଦୀମାନେ ପାକିସ୍ତାନୀ ସେନା ପୋଷ୍ଟର ଶିବିର ଭିତରେ ଲୁଚି ରହିଛନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ରରୁ ପ୍ରକାଶ ଯେ ସୀମା ଆରପାରିରୁ ପାକିସ୍ତାନ ଭାରତୀୟ ଅଞ୍ଚଳରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଛି ।

 ଟ୍ରେନିଂ କ୍ୟାମ୍ପରେ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି । ପାକ୍ ଆର୍ମି ଅଧିକାରୀମାନେ କ୍ୟାମ୍ପ ପରିଦର୍ଶନ କରୁଛନ୍ତି

ସୂତ୍ରରୁ ପ୍ରକାଶ ଯେ ଗୁଲାମ କାଶ୍ମୀରରେ ପୁଣି ଅନେକ ଆତଙ୍କବାଦୀ ତାଲିମ ଶିବିର ଗୁଡିକ ସକ୍ରିୟ ହୋଇ ଉଠିଛି ।  ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅନେକ କ୍ୟାମ୍ପ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଏହି ଶିବିରରେ ଆତଙ୍କବାଦୀଙ୍କ ଏକ ଦଳକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରାଯାଉଛି। ପାକ୍ ଆର୍ମି ଅଧିକାରୀ ଏବଂ ଆତଙ୍କବାଦୀ ସଂଗଠନର ନେତାମାନେ ସମୟ ସମୟରେ ଏହି ଶିବିର ପରିଦର୍ଶନ କରୁଛନ୍ତି ଏବଂ ଯୁବକମାନଙ୍କୁ ଦିଆଯାଉଥିବା ତାଲିମ ଉପରେ ନଜର ରଖିଛନ୍ତି ।

 

The post ଅଲ-ବଦର, ଜୈଶ, ଲଶ୍କର ଏବଂ ହିଜବୁଲର ନୂଆ ଷଡଯନ୍ତ୍ର : କାଶ୍ମୀରରେ ଅନୁପ୍ରବେଶ କରିବାକୁ ୨୦୦ ଆତଙ୍କବାଦୀ ପ୍ରସ୍ତୁତ first appeared on Kanak News.

from Kanak News
via <a href="https://ifttt.com/?

ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାଯକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଏହି ଅଜଣା ବ୍ୟକ୍ତି ।

ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଇ-ମେଲ ମାଧ୍ୟମରେ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନରେ ବୋମାମାଡ କରି ଉଡାଇ ଦେବାକୁ ଇମେଲ ଜରିଆରେ ଧମକ ଦିଆଯାଇଛି ।

ଏଭଳି ଖବର ପ୍ରଚାରିତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ । ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ଯାଂଚ ଆରମ୍ଭ କରାଯାଇଛି ।

The post ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି first appeared on Kanak News.

from Kanak News
via <a href="https://ifttt.com/?

ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

The post ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ । first appeared on Kanak News.

from Kanak News
via <a href="https://ifttt.com/?

ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର ଶକ୍ତି

କନକ ବ୍ୟୁରୋ: ଭାରତ ମହାସାଗରରେ ବଢିଲା ଭାରତୀୟ ନୌସେନାର ଶକ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି । ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ ସାମିଲ କରାଯାଇଛି । ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ । ଏହା ନା କେବଳ ନୌସେନାର ସାମରିକ ଶକ୍ତି ବଢାଇଛି, ଜଳପଥରେ ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଭାରତକୁ ଆଗରେ ରଖିଛି ।

ଆଇଏନଏସ୍ ଇମ୍ଫାଲ ହେଉଛି ବିଶାଖପତନମ ଶୈଳୀର ତୃତୀୟ ବିଧ୍ୱସଂକ ଯୁଦ୍ଧ ଜାହାଜ । ଏହି ଯୁଦ୍ଧ ଜାହାଜରୁ ବ୍ରହ୍ମୋସ ମିଜାଇଲ ଉତକ୍ଷେପଣ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ସିନ୍ଦେ ଓ ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ସମାରୋହକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଏବେ ଜଳ ପଥରେ ପୂର୍ବ ଅପେକ୍ଷା ଅଧିକ ଗତିବିଧି ଦେଖିବାକୁ ମିଳିଛି । ଏବେ ଭାରତର ବଢୁଥିବା ସାମରିକ ଶକ୍ତିକୁ ଦେଖି କିଛି ରାଷ୍ଟ୍ର ଇର୍ଷା କରୁଛନ୍ତି । ଲୋହିତ ସାଗରରେ ହୋଇଥିବା ଡ୍ରୋନ ଆକ୍ରମଣକୁ ଭାରତ ବେଶ ଗୁରୁତର ଭାବେ ଗ୍ରହଣ କରିଛି । ଭାରତୀୟ ନୌସେନା ଏବେ ସମୁଦ୍ର ସୁରକ୍ଷା ବଢାଇ ଦେଇଛନ୍ତି । ଯିଏ ଭାରତ ବିରୋଧରେ ଷଡ ଯନ୍ତ୍ରଣ କରିବ କିମ୍ବା ନାଲି ଆଖି ଦେଖାଇବ, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ବାହାର କରାଯିବ ବୋଲି ରାଜନାଥ କହିଛନ୍ତି ।

The post ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର ଶକ୍ତି first appeared on Kanak News.

from Kanak News
via <a href="https://ifttt.com/?

ଭାରତର ଅନ୍ୟ ରାଜ୍ୟ ଭଳି ହୁଏ ନାହିଁ ମିଜୋରାମରେ ନିର୍ବାଚନ । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ମିଜୋରାମ ନିର୍ବାଚନ ଭାରତ ଅନ୍ୟ ରାଜ୍ୟର ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ ବେଳେ ସେଠାରେ କୌଣସି ବଡ ବଡ ରାଲି ହୁଏନାହିଁ କି ବଡ ଆୟୋଜନ କରିବାର ପରମ୍ପରା ମଧ୍ୟ ନାହିଁ । ଏବଂ ସେଠାରେ ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳମାନଙ୍କ ମଧ୍ୟରେ ଗଣ୍ଡଗୋଳ କି ମାତ୍ରାଧିକ ପ୍ରଚାର ହୋଇ ନଥାଏ । ସେଠାରେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ଲାଗି ରହିଥାଏ କିନ୍ତୁ ସେଠାରେ ଘୃଣା ଭାଷଣ ନାହିଁ, କିମ୍ବା ରାଜନୀତିକ ହିଂସାର ଇତିହାସ ମଧ୍ୟ ନାହିଁ । ଏହି କାରଣ ପାଇଁ ମିଜୋରାମର ଲୋକମାନେ ଗଣତନ୍ତ୍ରର ଏହି ଭୋଟଦାନ ଉତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି ।

କେବଳ ଏତିକି ନୁହେଁ ମିଜୋରାମରେ ନିର୍ବାଚନ ଜିତିବା ପାଇଁ ଜଣେ ଆମେରିକାର ରାଷ୍ଟ୍ରପତିଙ୍କ ଭଳି ପରିକ୍ଷା ଦେଇ ଗତି କାରିବା ପାଇଁ ପଡିଥାଏ । ସେଠାରେ ଭୋଟରମାନେ କୌଣସି ଦଳର ନେତାମାନଙ୍କ ସହ କଥାବାର୍ତ୍ତା କରିପାରିବେ ଏବଂ ନେତାମାନଙ୍କୁ ଭୋଟର ମାନଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ଅଛି । ଏହି ବର୍ଷ ମଧ୍ୟ ସେଠାରେ କୌଣସି ପ୍ରକାର ହିଂସାର ଖବର ସାମ୍ନାକୁ ଆସିନଥିଲା ଓ ସେଠାକାର ସମସ୍ତ ରାଜନୈତିକ ଦଳର ଲୋକମାନେ ଭାଷଣରେ ଭାଷାର ସଂଯମତା ପ୍ରଦର୍ଶନ କରିଥିଲେ ।

ରାଜନୈତିକ ଦଳଗୁଡିକ ଦ୍ୱାରା ଅନୁଶାସନ ବଜାୟ ରଖିବାରେ ମିଜୋରାମର ଏକ ସମୃଦ୍ଧ ପରମ୍ପରା ରହିଛି । ଏବଂ ପ୍ରତ୍ୟେକ ଦଳର ନେତାମାନେ ଏହାକୁ ଅନୁସରଣ ମଧ୍ୟ କରିଥାନ୍ତି । ଏଥର ମଧ୍ୟ ମିଜୋରାମରେ ହୋଇଥିବା ଶାନ୍ତି ପୂର୍ଣ୍ଣ ନିର୍ବାଚନକୁ ପୁରା ଦେଶ ଦେଖିଛି । ଭୟମୁକ୍ତ ନିର୍ବାଚନ ଦ୍ୱାରା ଅନ୍ୟରାଜ୍ୟ ତୁଳନାରେ ମିଜୋରାମରେ ଭୋଟ ପ୍ରତିଶତ ସଂଖ୍ୟା ମଧ୍ୟ ଅଧୀକ । ଦେଶର ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଛାଡି ପଂଚାୟତ ନିର୍ବାଚନରେ ମଧ୍ୟ ବହୁତ ମାତ୍ରାରେ ହିଂସା ଘଟୁଛି ଏବଂ ଅନେକ ଲୋକ ପ୍ରାଣ ହରାଉଛନ୍ତି ମଧ୍ୟ ।

ମିଜୋରାମରେ ଶାନ୍ତିପୂର୍ଣ୍ଣ ନିର୍ବାଚନର କାରଣ ହେଉଛି ସେଠାକାର ଲୋକମାନେ । ନିର୍ବାଚନ ଆଚରଣବିଧୀକୁ ମିଜୋରାମର ପ୍ରତ୍ୟେକ ଲୋକ ପାଳନ କରନ୍ତି । ସ୍ଥାନୀୟ ସାମାଜିକ ସଂଗଠନ ମିଜୋରାମ ପିପୁଲ୍ସ ଫୋରମ୍ ନିର୍ବାଚନ ଘଷଣା ପରେ ଦଳଗୁଡିକ ଉପରେ ନଜର ରଖିଥାଏ । ଏବଂ ସେମାଙ୍କ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଥାଏ । ଏହାର ଏକ ମାତ୍ର ଲକ୍ଷ୍ୟ ହେଉଛି ଅର୍ଥ, ଶକ୍ତି କିମ୍ବା ଅପବ୍ୟବହାରର ଅଯଥା ପ୍ରଭାବ ବିନା ନିର୍ବାଚନ ମୁକ୍ତ ଏବଂ ସ୍ୱଚ୍ଛ ହେବ ।

The post ଭାରତର ଅନ୍ୟ ରାଜ୍ୟ ଭଳି ହୁଏ ନାହିଁ ମିଜୋରାମରେ ନିର୍ବାଚନ । ଜାଣନ୍ତୁ କାହିଁକି ? first appeared on Kanak News.

from Kanak News
via <a href="https://ifttt.com/?

ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର ।

କନକ ବ୍ୟୁରୋ : ସାଇକେଲରେ ଆସିଲେ ଟ୍ରକରେ ଫେରିଲେ । ଅବସର ଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଏଥିପାଇଁ ଆୟୋଜିତ ସାଇକଲ ରାଲିରେ ଯୋଗଦେବାକୁ କଲେଜ ଛାତ୍ରଙ୍କୁ ଡକାଯାଇଥିଲା । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟ ଶଙ୍ଖ ଭବନ ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ହୋଇଥିଲା । ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀଙ୍କ ସହ ହଜାର ହଜାର ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଛକରେ ପହଂଚିବା ପରେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ କିଛି ନେତା ଓ କର୍ମୀ ଶଙ୍ଖ ଭବନରେ ଆୟୋଜିତ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନରେ ଭାଗ ନେଇଥିଲେ ଓ ରକ୍ତଦାନ ଶିବିରରେ ଯୋଗଦେଇଥିଲେ । ନେତା, ମନ୍ତ୍ରୀ ଓ ଛାମୁଆ କର୍ମୀ ଶଙ୍ଖ ଭବନରେ ପହଞ୍ଚିବା ପରେ ନିଜ ଗାଡିରେ ବସି ଚାଲିଯାଇଥିଲେ । କିନ୍ତୁ ହଇରାଣ ହୋଇଥିଲେ ରାଲିରେ ଯୋଗ ଦେଇଥିବା କଲେଜ ଛାତ୍ର ।

ରାଲିରେ ସାମିଲ ହୋଇଥିବା କଲେଜ ଛାତ୍ର ଘରକୁ ଫେରିବା ପାଇଁ ବିକଳ୍ପ ଖୋଜିଥିଲେ । କଟକରୁ ଭୁବନେଶ୍ୱର ୨୦କିଲୋମିଟରରୁ ଅଧିକ ବାଟ ସାଇକେଲ ଚଲାଇ ଆସିବା ପରେ ଥକି ପଡ଼ିଥିବାରୁ ଟ୍ରକରେ ନିଜ ସାଇକେଲକୁ ରଖି କଟକ ଫେରୁଥିବା ଦେଖିବାକୁ ମିଳିଥିଲା ।

The post ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଗାଁ ମଝିରେ ମହାବଳ, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ବାଘକୁ କାବୁ କରିବାକୁ ନାକେଦମ ହେଲା ବନବିଭାଗ ।

କନକ ବ୍ୟୁରୋ : ରାସ୍ତାରେ ବା ଗାଁ ମଝିରେ ଆପଣ ଗାଈ, ବିଲେଇ, କୁକୁର ଏମିତି ପଶୁକୁ ଦେଖିଥିବେ । କିନ୍ତୁ ଗାଁ ଭିତରେ ବୁଲୁଛି ମହାବଳ ବାଘ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତରପ୍ରଦେଶ ପିଲିଭିତର ଅଟକୋନା ଗାଁରେ ।

ସୋମବାର ରାତିରେ ଗାଁରେ ଜଣଙ୍କ ଘର ଭିତରକୁ ପଶି ଆସିଥିଲା ମହାବଳ ବାଘ । ଏବଂ ମଙ୍ଗଳବାର ସକାଳୁ ଖରା ପୁଇଁବା ପାଇଁ ବାଘଟି ପାଚେରୀ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲା । ଏପରି ଦୃଶ୍ୟ ଦେଖିବା ପାଇଁ ଗାଁ ସାରା ଲୋକ ବାଘଟିକୁ ଘେରି ରହିଥିଲେ । ପିଲିଭିତ ଟାଇଗର ରିଜର୍ଭଠାରୁ ମାତ୍ର ୨୦କିଲୋମିଟର ଦୂରରେ ଅଠକୋନା ଗାଁ ରହିଛି । ମିଳିଥିବା ସୂଚନା ଅନୁସାରେ ବାଘଟି ଦେହରେ ଆଘାତ ଲାଗିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ବାଘକୁ କାବୁ କରିଛି । କିନ୍ତୁ ବାଘକୁ କାବୁ କରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା ।

The post ଗାଁ ମଝିରେ ମହାବଳ, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ବାଘକୁ କାବୁ କରିବାକୁ ନାକେଦମ ହେଲା ବନବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ଼, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ଥାନାକୁ ଗଲା ମାମଲା, ଉଭୟ ପକ୍ଷ ଅଟକ ।

କନକ ବ୍ୟୁରୋ : ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ । ଏହି ସମୟରେ ସେଠାରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶିଲ ଗୁରୁ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ । ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ । ସବୁ କଥାରେ କାହିଁକି ବାଧ ଉପୁଯାଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ଉପସ୍ଥିତ ଲୋକେ ଏସଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ ।

ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି ।  ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି । ବର୍ତମାନ ସୁଦ୍ଧା ଥାନାରେ କୌଣସି ପ କ୍ଷରୁ ଏତଲା ଦିଆଯାଇନଥିବା ସୂଚନା ମିଳିଛି ।

The post ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ଼, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ଥାନାକୁ ଗଲା ମାମଲା, ଉଭୟ ପକ୍ଷ ଅଟକ । first appeared on Kanak News.

from Kanak News
via <a href="https://ifttt.com/?

କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ ଡ୍ରାଇଭର

କନକ ବ୍ୟୁରୋ : କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାରେ ପ୍ରତିବାଦ । ଶତାଧିକ ଡ୍ରାଇଭର ଘଂଟା ଘଂଟା ଧରି କୋଣାର୍କ ରିଙ୍ଗ ରୋଡ଼ ଅବରୋଧ କରିବା ଦ୍ୱାରା ଅଟକି ରହିଲା ଶହ ଶହ ଗାଡ଼ି । କୋଣାର୍କ ଏନଏସିରେ ଗାଡ଼ି ପାର୍କିଂ ଫି ଆଦାୟକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ ପାର୍କିଂ କର୍ମଚାରୀ । ଯାହାକୁ ନେଇ ସୂର୍ଯ୍ୟ ମନ୍ଦିର ସମ୍ମୁଖ କୋଣାର୍କ-ପୁରୀ ରିଙ୍ଗ ରୋଡ଼ ଅବରୋଧ କରିଥିଲେ ଡ୍ରାଇଭର । ଫଳରେ ଘଂଟା ଘଂଟା ଧରି ଯାନବାହାନ ଚଳାଚଳ ବ୍ୟାଘାତ ହୋଇଛି । କୋଣାର୍କ ପୋଲିସ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଛି । ଶହ ଶହ ସଂଖ୍ୟାରେ ଗାଡ଼ି ରାସ୍ତା ଉପରେ କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅଟକି ରହିଛି । ପର୍ଯ୍ୟଟନ ରୁତୁରେ କୋଣାର୍କରେ ଅସମ୍ଭବ ଭିଡ଼ ଲାଗିରହିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । କୋଣାର୍କ ଏନଏସି ପକ୍ଷରୁ ଫିସ୍ ଆଦାୟ କରାଯାଉଥିବା ବେଳେ କୋଣାର୍କରେ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ନଥିବାରୁ ଯାନବାହାନ ରାସ୍ତାରେ ରହୁଛି । ଆଉ ଏଭଳି ସମସ୍ୟା ଦେଖାଦେଉଛି ।

The post କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ ଡ୍ରାଇଭର first appeared on Kanak News.

from Kanak News
via <a href="https://ifttt.com/?

ଆମେରିକା ଆଡକୁ ଅଗ୍ରସର ହେଉଛି ଶରଣାର୍ଥୀଙ୍କର ଏକ ବଡ଼ ଗୋଷ୍ଠୀ  : ଦୁଇ ବର୍ଷରେ ୨୦ ଲକ୍ଷ ଗିରଫ

ଭେନେଜୁଏଲା, ନିକାରାଗୁଆ, କ୍ୟୁବା ଏବଂ ହୋଣ୍ଡୁରାସ ସମେତ ଅନେକ ଦେଶରୁ ଆସିଥିବା ଶରଣାର୍ଥୀମାନେ ଏବେ ଧୀରେ ଧୀରେ ଆମେରିକା ସୀମା ଆଡକୁ ଅଗ୍ରସର ହେଉଛନ୍ତି ।  ଏହାକୁ ନେଇ  ଆମେରିକା ବହୁତ କ୍ରୋଧରେ  ଅଛି । ବେଆଇନ ଭାବେ ସୀମାରେ ପ୍ରବେଶ କରିଥିବା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆମେରିକା ସରକାର ଗିରଫ କରିଛି । ଏହି ସଂଖ୍ୟା କେବଳ ଗତ ଦୁଇ ଆର୍ଥିକ ବର୍ଷ ପାଇଁ ।  ଚଳିତ ବର୍ଷ ଡିସେମ୍ବରରେ ଆମେରିକା ୧୦ ହଜାରରୁ ଅଧିକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ।

ମେ ମାସରେ, ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଭେନେଜୁଏଲା, ନିକାରାଗୁଆ ଏବଂ କ୍ୟୁବାରୁ ଆସିଥିବା ଲୋକଙ୍କୁ ଥଇଥାନ ଘୋଷଣା କରିଥିଲେ ଯେଉଁମାନଙ୍କୁ  ଆମେରିକା ଆଶ୍ରୟ ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ମନା କରିଦେଇଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ, ଏହି ଦେଶର ଲୋକମାନେ ପୁଣିଥରେ ଆମେରିକା ଆଡକୁଅଗ୍ରସର ହେବ ଆରମ୍ଭ କରିଛନ୍ତି ।  ଶରଣାର୍ଥୀଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଲୋଚନା ପାଇଁ ମେକ୍ସିକୋରେ ପହଞ୍ଚିଥିଲେ ମଧ୍ୟ ଏହି ଜନତାଙ୍କୁ ଅଟକାଇ ପାରିନଥିଲେ ।

ଶରଣାର୍ଥୀଙ୍କ ପ୍ରବେଶକୁ ନେଇ ଆମେରିକା କ୍ରୋଧରେ ଅଛି । 

ଭେନେଜୁଏଲା, ନିକାରାଗୁଆ, କ୍ୟୁବା ଏବଂ ହୋଣ୍ଡୁରାସ ସମେତ ଅନେକ ଦେଶରୁ ଶରଣାର୍ଥୀମାନେ ମେକ୍ସିକୋରେ ପହଞ୍ଚିଛନ୍ତି । ଧୀରେ ଧୀରେ ଏହି ଲୋକମାନେ ଆମେରିକାର ସୀମା ଆଡକୁ ବଢୁଛନ୍ତି ।  ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଏବଂ ମହିଳା ଅଟନ୍ତି ।  ଖ୍ରୀଷ୍ଟମାସ ଅବସରରେ ଏହି ଲୋକଙ୍କ ଭିଡ଼ ତାପାଚୁଲା (ମେକ୍ସିକୋ) ରେ ପହଞ୍ଚିଥିଲା । ୬୦୦୦ ରୁ ଅଧିକ ଏକ ଶରଣାର୍ଥୀ ଗୋଷ୍ଠୀ ଆମେରିକୀୟ ସୀମା ଆଡକୁ ଯାଉଛନ୍ତି । ଏହା କୁହାଯାଉଛି ଯେ ଆଜି ପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ଗୋଷ୍ଠୀ । ମାର୍ଚ୍ଚରେ ମଧ୍ୟ ଏହିପରି ଏକ ସମାନ ଭିଡ଼ ଆମେରିକା ଆଡକୁ ଯାଇଥିଲା ।

୨ ବର୍ଷରେ ୨୦ ଲକ୍ଷ ଗିରଫ

ବେଆଇନ ଭାବେ ସୀମାରେ ପ୍ରବେଶ କରିଥିବା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆମେରିକା ସରକାର ଗିରଫ କରିଛନ୍ତି । ଏହି ସଂଖ୍ୟା ଗତ ଦୁଇ ଆର୍ଥିକ ବର୍ଷ ପାଇଁ । ଚଳିତ ବର୍ଷ କେବଳ ଡିସେମ୍ବରରେ ଆମେରିକା ୧୦ ହଜାରରୁ ଅଧିକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ଶରଣାର୍ଥୀମାନେ କହିଛନ୍ତି ଯେ ସେମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । ଲୋକମାନେ କହିଛନ୍ତି ଯେ ସେମାନେ ଆଶା କରୁଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ଆମକୁ ଆମେରିକା ଯିବାକୁ ଅନୁମତି ଦିଆଯିବ ।

ମେକ୍ସିକୋରେ ୬.୮୦ ଲକ୍ଷ ବେଆଇନ ଶରଣାର୍ଥୀ

ବର୍ତ୍ତମାନ ମେକ୍ସିକୋରେ ୬.୮୦ ଲକ୍ଷ ପ୍ରବାସୀ ବେଆଇନ ଭାବେ ବାସ କରୁଛନ୍ତି । ଏଥିମଧ୍ୟରୁ ୧.୩୭ ରୁ ଅଧିକ ଲୋକ ସ୍ଥାୟୀ ଭାବେ ରହିବ ପାଇଁ ଅନୁମତି ମାଗିଛନ୍ତି । ମେକ୍ସିକୋର ରାଷ୍ଟ୍ରପତି କହିଛନ୍ତି ଯେ ସେ ଏଥିପାଇଁ ଆମେରିକା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। କ୍ୟୁବା ଏବଂ ଭେନେଜୁଏଲା ଉପରେ ପ୍ରତିବନ୍ଧକ ହ୍ରାସ କରିବାକୁ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଆମେରିକାକୁ ଅନୁରୋଧ କରିଛନ୍ତି ।

The post ଆମେରିକା ଆଡକୁ ଅଗ୍ରସର ହେଉଛି ଶରଣାର୍ଥୀଙ୍କର ଏକ ବଡ଼ ଗୋଷ୍ଠୀ  : ଦୁଇ ବର୍ଷରେ ୨୦ ଲକ୍ଷ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started