୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ ଇଣ୍ଡିଆ ମେଣ୍ଟ

କନକ ବ୍ୟୁରୋ : ୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଘରୋଇ ନ୍ୟୁଜ ଚ୍ୟାନେଲ ସଂସ୍ଥା ଏବିପି ପକ୍ଷରୁ କରାଯାଇଥିବା ସର୍ଭେରେ ପୁଣି ଥରେ ମୋଦୀ ସରକାର ଆସିବ ବୋଲି କୁହାଯାଇଛି । ବିରୋଧୀ ଦଳମାନେ ବିହାର, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନାରେ ଭଲ ପଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସର୍ଭେ ମୁତବାକ, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ନେତୃତାଧୀନ ଏନଡିଏ ୨୯୫ରୁ ୩୩୫ ସିଟ୍ ପାଇବ । ସେହିଭଳି ବିରୋଧୀ ଇଣ୍ଡିଆ ମେଂଟ ୧୬୫ରୁ ୨୦୫ ଆସନରେ ବିଜୟୀ ହେବ । ଦକ୍ଷିଣ ଭାରତ ସହ ବିହାର,ପଞ୍ଜାବ, ମହାରାଷ୍ଟ୍ରରେ ଭଲ ପଦର୍ଶନ କରିବ ମେଂଟ । ୨୦୨୪ରେ ମୋଦୀ ସରକାର ଆସୁଥିଲେ ବି ଦକ୍ଷିଣ ଭାରତ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଟେଲିଫୋନ ଜରିଆରେ ୫୪୩ ଲୋକସଭା ଆସନକୁୁ ଏହି ସର୍ଭେ କରାଯାଇଥିôଲା । ସେଥିରେ ୧୮ ବର୍ଷରୁ ଅଧିକ ବୟସ୍କ ୧୩ ହଜାର ୧୧୫ ଜଣ ନିଜର ମତ ପ୍ରକାଶ କରିଥିଲେ । ପୂର୍ବ ଭାରତରୁ ୮୦ରୁ ୯୦ ଆସନ, ଉତର ଭାରତରୁ ୧୫୦ରୁ ୧୬୦ ଆସନ, ପଶ୍ଚିମ ଭାରତରୁ ୪୫ରୁ ୫୫, ଦକ୍ଷିଣ ଭାରତରୁ ୨୦-୩୦ ଆସନ ବିଜେପିକୁ ଆସିବ ବୋଲି ସର୍ଭେରେ କୁହାଯାଇଛି । ସେହିପରି ଇଣ୍ଡିଆ ମେଂଟ ପୂର୍ବ ଭାରତରୁ ୫୦ରୁ ୬୦ ଆସନ, ଉତରରୁ ୨୦-୩୦, ପଶ୍ଚିମରୁ ୨୫-୩୫ ଆସିବ ବୋଲି ସର୍ଭେରୁ ପ୍ରକାଶ ପାଇଛି । ବିଜେପି ଶାସିତ ରାଜ୍ୟ ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରୁ ବିଜେପି ଭଲ ଭୋଟ ପାଇବ ବୋଲି କୁହାଯାଇଛି ।

The post ୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ ଇଣ୍ଡିଆ ମେଣ୍ଟ first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ

କନକ ବ୍ୟୁରୋ : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ । ମୋଦୀଙ୍କ ହାତ ଧରି ବାଳୁତ ରାମ ମନ୍ଦିରକୁ ଯାଉଥିବା ଚିତ୍ରକୁ କଂଗ୍ରେସର ତୀବ୍ର ବିରୋଧ । ଆସନ୍ତା ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ କର୍ଣ୍ଣାଟକ ବିଜେପି ଏକ ପୋଷ୍ଟ କରି ଜାରି କରିଥିବା ଏକ ଫଟୋ ନୂଆ ବିବାଦ ସୃଷ୍ଟି କରିଛି । ପୋଷ୍ଟରରେ ଦେଖିବାକୁ ମିଳିଛି ବାଳୁତ ରାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଧରି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଉଭୟଙ୍କ ପଛପାଶ୍ୱର୍ର ଚିତ୍ର ରଖାଯିବା ସହ ଉପରେ ଏକ ବ୍ୟାନରରେ ରାମ ମନ୍ଦିର ପ୍ରତିଷ୍ଠ ଉତ୍ସବ ୨୨ ଜାନୁଆରୀ ୨୦୨୪ ଲେଖାଅଛି । ଚିତ୍ରରେ ରାମଙ୍କ ଠାରୁ ମୋଦୀଙ୍କ ଫଟୋ ବଡ଼ ରହିଛି । ଯାହାକୁ ନେଇ ଆପତି ଉଠାଇଛି କଂଗ୍ରେସ । ଦଳ ପଚାରିଛି, ଫଟୋରେ ମୋଦୀଙ୍କ ମର୍ଯ୍ୟାଦା ପ୍ରଭୁ ରାମଙ୍କ ଠାରୁ କ’ଣ ଅଧିକ? ମୋଦୀ କ’ଣ ରାମଙ୍କ ଠାରୁ ବଡ଼ କି? ଶ୍ରୀରାମଙ୍କୁ ବିଜେପି ଅପମାନିତ କରିଛି ବୋଲି କର୍ଣ୍ଣାଟକ କଂଗ୍ରେସ କହିଛି । ଭକ୍ତଙ୍କ ଭାବାବେଗକୁ ବିଜେପି ଆଘାତ ପହଂଚାଇଥିବା କହିଛି କଂଗ୍ରେସ ।

The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ first appeared on Kanak News.

from Kanak News
via <a href="https://ifttt.com/?

ନିୟୋଜିତ ହେଲା ଆଇଏନଏସ୍ ଇମ୍ଫାଲ । ସ୍ୱଦେଶୀ ଜ୍ଞାନରେ ବିଧ୍ୱଂଶକାରୀ ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନ ସହ ବିବାଦ ଭିତରେ ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଗୁପ୍ତଚରୀ ଯୁଦ୍ଧ ଜାହାଜର ଲୋକାର୍ପଣ କରିଛନ୍ତି । ମଣିପୁରର ରାଜଧାନୀ ଇମ୍ଫାଲର ନାଁରେ ନାମିତ ହୋଇଥିବା ଏହି ଜାହାଜ ବହୁ ବିକଶିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଜାହାଜର ନିର୍ମାଣ ଶେଷ ହେବା ପରେ ଗତ ଅକ୍ଟୋବର ୨୦ ତାରିଖରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଯାହାକୁ ଏବେ ନୌସେନାରେ ସାମିଲ କରାଯାଇଛି ।

ଋଷ-ୟୁକ୍ରେନ, ଇସ୍ରାଇଲ- ହମାସ ଯୁଦ୍ଧର ଭୟ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ଥିତି ମଜଭୁତ କରିବାରେ ଲାଗିଛି । ଆତ୍ମନିର୍ଭର ଅଭିଯାନରେ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ଏହି କ୍ରମରେ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ଓ ଜ୍ଞାନକୌଶଳରେ ଆଇଏନଏସ୍ ଇମ୍ଫାଲ ନିର୍ମାଣ କରିଛି ଭାରତ ।

ଆଇଏନଏସ୍ ଇମ୍ଫାଲର ଦକ୍ଷତା?
୧୬୩ ମିଟର ଲମ୍ବ, ୭,୪୦୦ ଟନ ଓଜନ ବହନ କ୍ଷମତା
ଭାରତର ଶକ୍ତିଶାଳୀ ଯୁଦ୍ଧଜାହାଜ ମଧ୍ୟରୁ ଅନ୍ୟତମ
ସ୍ଥଳରୁ–ସ୍ଥ୍ଳ, ଜଳରୁ-ଜଳ, ସ୍ଥଳରୁ-ଆକାଶରେ କରିପାରିବ ଆକ୍ରମଣ
ପାଣି ଭିତରେ ବିସ୍ଫୋରକ କ୍ଷେପଣାସ୍ତ୍ର ଟର୍ପିଡୋ ମାଡ କରିପାରିବ
ଜାହାଜ ଉପରେ ୭୭ ମିଲିମିଟରର ସୁପର ର୍ୟାପିଡ୍ ବନ୍ଧୁକ ମୁତୟନ
ଘଂଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରିପାରିବ
ବାଇଟ୍- ଆଡମିରାଲ ଆର. ହରି କୁମାର, ନୌସେନା ମୁଖ୍ୟ

ଗତ ନଭେମ୍ବରରେ ଆଇଏନଏସ୍ ଇମ୍ଫାଲରୁ ସୁପରସୋନିକ୍ ବହ୍ମୋସ ମିଶାଇଲ ସଫଳଭାବେ ଲଂଚ କରାଯାଇଥିଲା । ତେବେ ଏହି ଜାହାଜକୁ ପଶ୍ଚିମ ନୌସେନା କମାଣ୍ଡରେ ସାମିଲ କରାଯିବ । ପାଣି ଭିତରେ ଚଳପ୍ରଚଳ କରିପାରୁଥିବା ଆଇଏନଏସ୍ ଇମ୍ଫାଲ ଭାରତର ନୌସେନାର ଶକ୍ତି ବୃଦ୍ଧି କରିବା ସହ ଶତ୍ରୁ ଦେଶକୁ ଚ୍ୟାଲେଞ୍ଜ ଦେବ ବୋଲି କୁହାଯାଉଛି ।

The post ନିୟୋଜିତ ହେଲା ଆଇଏନଏସ୍ ଇମ୍ଫାଲ । ସ୍ୱଦେଶୀ ଜ୍ଞାନରେ ବିଧ୍ୱଂଶକାରୀ ଯୁଦ୍ଧ ଜାହାଜ first appeared on Kanak News.

from Kanak News
via <a href="https://ifttt.com/?

ବିରୋଧ କରିବାରୁ ମାଡ! ଲୋକପ୍ରତିନିଧିଙ୍କୁ ଅଧିକାରୀଙ୍କ ମାଡ ଭିଡିଓ ଭାଇରାଲ

କନକ ବ୍ୟୁରୋ : ୫ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ କାମ ଚାଲିଛି । ଏଥିପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଙ୍ଗରିଆ ପଂଚାୟତର ସରପଂଚ ସୁଶୀଲ ଗୁରୁ ହରିଶଙ୍କର ଦେବୋତ୍ତର କମିଟିର ସଦସ୍ୟ ଅଛନ୍ତି । ଏଠାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରପଂଚ । ନକ୍ସା ଅନୁସାରେ କାମ ହେଉନଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଏସଡିଓଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା , ଯାହା ଗଣ୍ଡଗୋଳର ରୂପ ନେଇଥିଲା । ଏ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ତେବେ କାମ ନିମ୍ନମାନର ହୋଇନଥିବା କହିଛନ୍ତି ଏସଡିଓ ।

ହରିଶଙ୍କରରେ ଲୋକପ୍ରତିନିଧି ଓ ଅଧିକାରୀଙ୍କ ଗଣ୍ଡଗୋଳରୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ନିନ୍ଦା କରି ବିଜେପି ନେତା କନକବର୍ଧନ ସିଂହଦେଓ ବି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

The post ବିରୋଧ କରିବାରୁ ମାଡ! ଲୋକପ୍ରତିନିଧିଙ୍କୁ ଅଧିକାରୀଙ୍କ ମାଡ ଭିଡିଓ ଭାଇରାଲ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରିବାକୁ ପରାମର୍ଶ

କନକ ବ୍ୟୁରୋ : ଚିନ୍ତା ବଢାଇଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦେଶରେ କରୋନା ମାମଲା ବଢୁଛି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି ଉଦବେଗଜନକ ନାହିଁ ।

ଗତ ୨୪ ଘଂଟାରେ ଓଡିଶାରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଂଚିଛି । ସବୁ ଆକ୍ରାନ୍ତଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖା ଦେଇଛି । କେହି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି । ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ କରୋନା ସଂକ୍ରମଣକୁ ନେଇ ଆତଙ୍କିତ ନହେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ କରୋନା ଲକ୍ଷଣ ଦେଖା ଦେଲେ ସଙ୍ଗରୋଧରେ ରହି ତୁରନ୍ତ ଟେଷ୍ଟ କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

ରାଜ୍ୟର ପ୍ରଥମ ଦୁଇ କରୋନା ରୋଗୀ କଟକ ଅଂଚଳର । ତୃତୀୟ ରୋଗୀ ସୋମବାର ଚିହ୍ନଟ ହୋଇଛନ୍ତି । କୋଭିଡ ପ୍ରଟୋକଲ ଅନୁସାରେ କେସ ଷ୍ଟଡି କରାଯାଉଛି । ପ୍ରଥମ ୨ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କର ଯାଂଚ ଚାଲିଛି, ଟ୍ରାଭେଲ ହିଷ୍ଟ୍ରି ଓ କଂଟାକ୍ଟ ଟ୍ରେସିଂ କରୁଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ୩ ଜଣଙ୍କ ନମୂନାକୁ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି । ଆଗକୁ ଆହୁରି ସର୍ଭିଲାନ୍ସ ବଢାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ଦେଶରେ ଗତ ୨୪ ଘଂଟାରେ ୪୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୧୭୦ ହୋଇଛି । ସେମାନଙ୍କ ମଧ୍ୟରୁ ୬୯ ଜଣ ଜଏନ୍ ଡଟ୍ ୱାନ୍ ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳରେ ସଂକ୍ରମଣ ବଢିବାରେ ଲାଗିଛି । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ଆଶଙ୍କା ରହିଛି ।

The post ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରିବାକୁ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !

କନକ ବ୍ୟୁରୋ : ଭୁବନେଶ୍ୱ୍ୱର ଚନ୍ଦ୍ରଶେଖରପୁର ଥାନା ଅଧିନ ଡମଣା ନିକଟରେ ରହିଛି ଭୂମି ଇନଫ୍ରା ପ୍ରାଇଭେଟ ଲିମିଟେଡ । ଜାଗାକୁ ରାସ୍ତା ଖୋଲିବାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଜୋର ଜବରଦସ୍ତ ରାସ୍ତାକୁ ବାଟ ଫିଟାଇବା ପାଇଁ ଠିକା ନେଇଥିଲେ ବାଉଁସର । ଆଉ ଏଠାରେ ସତେ ଯେମିତି ଚାଲିଥିଲା ଜୋର ଯାର ମୂଲକ ତାର । ବାଉଁସର ସାଜିଥିଲେ ଗୁଣ୍ଡା । ଗୋଟିଏ ଚୁଟକିରେ ବିଲଡରଙ୍କ ଜାଗାକୁ ଖାଲିକରି ନେଇଯାଉଥିଲେ ପଜେସନ । ଜୁଲମ ଏତେ ବଢିଥିଲା ଯେ ବିଲଡରଙ୍କ ଘର ଭିତରେ ପଶି ବିଲଡରଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରି ସଂପୂର୍ଣ୍ଣ ଅଂଚଳକୁ ନିଜ କବଜାକୁ ନେଇଥିଲେ ଏହି ଗୁଣ୍ଡା ବାହିନୀର ବାଉଁସର ।ଖ।ଲି ସେତିକି ନୁହେଁ ତଂଟି ଚିପି ମାରଣାସ୍ତ୍ର ଦେଖାଇ ଧମକ ଦେବାସହ ,ଟଙ୍କା ,ସୁନା ଗହଣା ଛଡ଼ାଇ ଭୁବନେଶ୍ୱର ଛାଡ଼ିବାକୁ ବି ଧମକ ଦେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଆଣିଥିଲେ ଭୁମି ଇନଫ୍ରା ପ୍ରାଇଭେଟ ଲିମିଟେଡ଼ର ମାଲିକ ମାନସ ବେହେରା ।

ଅନ୍ୟକୁ ସୁରକ୍ଷା ଦେବାପାଇଁ ବାଉଁସର ସାଜିଥିବା ଏହି ଅଭିଯୁକ୍ତଙ୍କ ଅସଲ ଚେହେରା ସେତେବେଳେ ପଦାକୁ ଆସିଲା ଯେତେବେଳେ ସୁରକ୍ଷା ବାହାନାରେ ଏମାନଙ୍କ ଗୁଣ୍ଡାରାଜର କାହାଣି ପଦାକୁ ଆସିଲା । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବାଉଁସର ମୁଖିଆ ଗାଡ଼କଣର ପଦିଆ ସାହୁକୁ ଗୁିରଫ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ଏହି ଜାଗାକୁ ନିଜ ଦଖଳକୁ ନେବାପାଇଁ ପଦିଆ ତାର ପତିଆରା ଜାହିର କରିବା ସହ ନିଜ ବାଉଁଶର ବାହିନୀକୁ କାମରେ ଳଗାଇଥିଲା । ପୂରା କାହାଣୀ ପଦାକୁ ଆସିବା ପରେ ପଦିଆର ଚାରି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

ଆଇନକୁ ହାତକୁ ନନେଇ ଅପରାଧ ଠାରୁ ଦୂରରେ ନ ରହିଲେ ସିଧା ଝାରପଡ଼ା ଜେଲକୁ ପଠାଇ ଦେବ ବୋଲି ଚେତାବନୀ ଦେଇଛି କମିଶନରେଟ ପୁଲିସ । ତେବେ ଭୁବନେଶ୍ୱରକୁ ନିଜ ପୈତୃକ ସଂପତି ଭାବି ଏଠାରେ ଗୁଣ୍ଡାରାଜ ଚଲାଇଥିବା କିଛି ଅପରାଧୀଙ୍କ ନୂଆ ତାଲିକା ପ୍ରସ୍ତୁତ କରିଛି ପୁଲିସ । ଭଦ୍ର ମୁଖାପିନ୍ଧା କିଛି ବ୍ୟକ୍ତିବିଶେଷ ନିଜକୁ ରାଜନେତାଙ୍କ ପାଖଲୋକ କହି ଜାଗା ଜବରଦଖଲରୁ କୋଟିକୋଟି ଟଙ୍କା ଆଦାୟ କରୁଛନ୍ତି । କେବଳ ଅଭିଯୋଗକୁ ଅପେକ୍ଷା । ଖୁବଶୀଘ୍ର ଏମାନଙ୍କ ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

The post ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର ! first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଂସଦଙ୍କୁ ଅଟକାଇଲା କିଏ? ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅପରାଜିତା । ୨ ଘଣ୍ଟା ଅଟକ ନେଇ ସାଂସଦ ଅସନ୍ତୋଷ

କନକ ବ୍ୟୁରୋ: ସାଂସଦଙ୍କୁ ଅଟକାଇଲା କିଏ? ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ ନେଇ ରାଜନୀତି ତେଜିଛି । ଖୋଦ୍ ସାଂସଦ ଆଜି କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି, ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ? ନଷ୍ଟ ହୋଇଥିବା ସମୟ କିପରି ଭରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ଗତକାଲିର ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।

  • ଭୁବନେଶ୍ୱର ସାଂସଦଙ୍କୁ କିଏ କଲା ବିରୋଧ?
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସାଂସଦଙ୍କୁ ବିରୋଧ ଓ ପରଦିନ ଅସନ୍ତୋଷ ପ୍ରକାଶ କରି ଅପରାଜିତା ଷଡଙ୍ଗୀଙ୍କ ଚିଠି । ବିରୋଧର ୨୪ ଘଣ୍ଟା ନ ପୁୁରୁଣୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅପରାଜିତା । ଚିଠିରେ ସେ ଲେଖିଛନ୍ତି, ଲକ୍ଷ୍ମୀସାଗର ଅଞ୍ଚଳରେ କିଛି ଅସାମାଜିକ ଲୋକ ଦୁଇଘଣ୍ଟା ଧରି ଅଟକ ରଖିଥିଲେ । ଲୋକଙ୍କର ସମସ୍ୟା ବୁଝିବାକୁ ଓା୍ୱର୍ଡ ନଂ ୪୩ ଯିବାବେଳେ କିଛି ଦୁର୍ବୃତ ଓ ଅସମାଜିକ ଲୋକ କାରକୁ ଅଟକାଇଥିଲେ । ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବ ବୋଲି ଦୀର୍ଘ ସମୟ ଧରି ସେ କାର ଭିତରେ ଅପେକ୍ଷା କରିଥିଲେ । ସକାଳ ୭ଟାରୁ ଆସି ଖାଇନଥିଲେ । ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ? ଏହା ସହ ସେ ପ୍ରଶ୍ନ କରିଛନ୍ତି. ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି? ସୁରକ୍ଷା ପାଇଁ ସରକାରଙ୍କ ଏପରି ପାତରଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

  • ବିରୋଧକୁ ନେଇ ତେଜିଲା ରାଜନୀତି
  • ବିଜେପି-ବିଜେଡି ମୁହାଁମୁହିଁ

ସୋମବାର ସନ୍ଧ୍ୟାରେ ଏକ ସଭାରେ ଯୋଗଦେବାକୁ ଆସିଥିବାବେଳେ କିଛି ଲୋକ ଅପରାଜିତାଙ୍କୁ ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା, ସାଢେ ୪ ବର୍ଷ ହେଲା ସାଂସଦଙ୍କ ଦେଖାନଥିଲା । ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ଆସିଛନ୍ତି । ଏହାକୁ ନେଇ ଲୋକଙ୍କ ସହ ସାଂସଦଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ସାଂସଦଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା । ଯାହାକୁ ନେଇ ରାଜନୀତି ତେଜିଛି ।

ବିଜେପିର ଅଭିଯୋଗ, ସ୍ଥାନୀୟ କର୍ପୋରେଟରଙ୍କ ସ୍ତ୍ରୀ ଓ ତାଙ୍କ ସମ୍ପର୍କୀୟ ଏଭଳି କାଣ୍ଡ କରିଛନ୍ତି । ପ୍ରଚ୍ଛଦପଟରେ ରାଜ୍ୟ ସରକାର ଥିବା ନେଇ ଦଳ ଅଭିଯୋଗ ଆଣିଛି । ଏପଟେ ଲୋକ ପ୍ରତିନିଧି ହିସାବରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି ବିଜେଡି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଅପରାଜିତାଙ୍କ ବିରୋଧରେ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଉଭୟ ନେତ୍ରୀ ଜନସମ୍ପର୍କକୁ ଜୋରଦାର କରିଛନ୍ତି । ଆଉ ସୋମବାରର ଘଟଣା ଓ ଏହାପରେ ଅପରାଜିତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠିକୁ ନେଇ ରାଜଧାନୀ ରାଜନୀତି ସରଗରମ ହୋଇଛି ।

The post ଭୁବନେଶ୍ୱର ସାଂସଦଙ୍କୁ ଅଟକାଇଲା କିଏ? ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅପରାଜିତା । ୨ ଘଣ୍ଟା ଅଟକ ନେଇ ସାଂସଦ ଅସନ୍ତୋଷ first appeared on Kanak News.

from Kanak News
via <a href="https://ifttt.com/?

ଚାଷୀଙ୍କ ପାଇଁ ଗାଡ଼ିରୁ ଓହ୍ଲାଇ ଆସିଲେ ରାଜ୍ୟପାଳ । ଚାଷୀଙ୍କୁ ଭେଟି ଆଲୋଚନା କଲେ ରଘୁବର ଦାସ

କନକ ବ୍ୟୁରୋ : ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ଅଟକି ରଖିଥିଲେ ବରଗଡ଼ ଜିଲ୍ଳା ଅତାବିରା ଅଂଚଳ ଚାଷୀ ।ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଥିଲେ । ହେଲେ କୌଣସି କାରଣରୁ ରାଜ୍ୟପାଳଙ୍କୁ ଭେଟିବାକୁ ମନା କରିଦେଇଥିଲା ପ୍ରଶାସନ । ତେବେ ରାଜ୍ୟପାଳ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ । ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବି ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା । ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ରାଜ୍ୟପାଳ ।

ଏପଟେ କୋରାପୁଟ ଜିଲ୍ଳା କୁମୁଲିପୁଟ ମଣ୍ଡିରୁ ସାମ୍ନାକୁ ଆସିଛି ଚାଷୀ ଅସନ୍ତୋଷର ଚିତ୍ର । ଧାନ ସଂଗ୍ରହ ପାଇଁ ମଣ୍ଡି ସିନା ଖୋଲିଲା, ହେଲେ ଧାନ ବିକ୍ରି ହୋଇପାରୁନି । କଟଣି-ଛଟଣିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଚାଷୀ ଓ ମିଲର୍ । ଧାନରେ କଟଣି କରିବାକୁ ମିଲର୍୍ ଅଡ଼ି ବସିବା ଯୋଗୁଁ ଧାନ ବିକ୍ରି କରିବା ବଦଳରେ ଘର ନେବାକୁ ନିଷ୍ପତି ନେଇଛନ୍ତି ଜୟପୁର ଅଂଚଳ ଚାଷୀ ।

ଏପଟେ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି- ଧାନ କ୍ୱିଂଟାଲ ପିଛା ୬ଶହ ଟଙ୍କା ବୋନସ୍ ଏବଂ ଏମଏସପିର ଆଇନଗତ ଗ୍ୟାରେଂଟି ଦାବି କରିଛି ଦଳ ।

The post ଚାଷୀଙ୍କ ପାଇଁ ଗାଡ଼ିରୁ ଓହ୍ଲାଇ ଆସିଲେ ରାଜ୍ୟପାଳ । ଚାଷୀଙ୍କୁ ଭେଟି ଆଲୋଚନା କଲେ ରଘୁବର ଦାସ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ରାଲି । ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ଗଡିଲା ସାଇକେଲ । ଏପଟେ ସୋସିଆଲ୍ ମିଡିଆରେ ମେସେଜ୍ ହେଲା ଭାଇରାଲ ।

କନକ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଥିବା ଦଳର ପ୍ରତିଷ୍ଠା ଦିବସରେ, ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ପାଇଁ ଏବଂ ତାଙ୍କ ଅଦମ୍ୟ ସାହାସକୁ ସ୍ମରଣ କରି ପାଇଁ ବାହାରିଥିଲା ବିଶାଳ ସାଇକେଲ ରାଲି । କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ଶଙ୍ଖ ଭବନ ଯାଏଁ, ଯାଇଥିବା ଏହି ରାଲି ପଛରେ ଥିଲା ବିଜୁ ବାବୁଙ୍କ ପ୍ରେରଣା । କଟକରୁ ପାକିସ୍ତାନର ପେଶୱାର ଯାଏଁ ସାଇକେଲ ଯାତ୍ରା କରି ବିଜୁ ବାବୁ ଯେଉଁ ସାହାସ ଦେଖାଇଥିଲେ, ସେଇ ସାହାସ ଆଜିର ପୀଢ଼ିଙ୍କ ଭିତରେ ଦେଖିବା ପାଇଁ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏହି ରାଲିର ଆୟୋଜନ କରାଯାଇଥିଲା ।

କଟକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ସାଇକେଲ ରାଲିରେ ଦଳ ନେତା, କର୍ମୀ, ବିଧାୟକ, ସାଂସଦଙ୍କ ସମେତ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ସାମିଲ୍ ହୋଇଥିଲେ । ସେହିପରି କଲେଜ ପିଲାମାନେ ମଧ୍ୟ ବେଶ ଉତ୍ସାହର ସହ ଏଥିରେ ଭାଗ ନେଇଥିଲେ ।

ତେବେ ସାଇକେଲ ରାଲି ପୂର୍ବରୁ କଲେଜ ପିଲାଙ୍କ ପାଖକୁ ନେଇ ଘୁରିବୁଲୁଥିବା ଏକ ମେସେଜକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ମେସେଜରେ ଲେଖା ରହିଥିଲା, ଆସନ୍ତାକାଲି ସକାଳ ୬ଟାରେ ନିଜ ନିଜ ସାଇକେଲ ଧରି କଲେଜ ନିକଟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ଛାତ୍ରମାନେ ଏଥିରେ ସାମିଲ ହେବେ ତାଙ୍କୁ ଟିଫିନ୍, ଲଞ୍ଚ୍, କ୍ୟାପ୍, ଟି-ସାର୍ଟ ଏବଂ ୫ଶହ ଟଙ୍କା ମିଳିବ । ଆମେ ଭୁବନେଶ୍ୱର ଶଙ୍ଖଭବନ ଯାଏଁ ଯିବା, ରାସ୍ତାରେ ବିଶ୍ରାମ ପାଇଁ ରହଣୀ ଏବଂ ଗ୍ଲୁକୋଜ୍ ଦିଆଯିବା । ଫେରି ଆସିବାର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଏହି ମେସେଜ୍ କିଏ ଓ କେଉଁ ଉର୍ଦ୍ଦେଶ୍ୟ ରଖି ପଠାଇଛନ୍ତି । ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏଭଳି ମେସେଜ୍ ଏବେ ମୋବାଇଲରୁ ମୋବାଇଲକୁ ଘରି ବୁଲୁଛି ।

ହେଲେ ସାଇକେଲ ରାଲି ସାରି ଫେରିବା ବେଳେ ସାମ୍ନାକୁ ଆସିଥିବା ଅଭାବନୀୟ ଚିତ୍ର । ଭୁବନେଶ୍ୱର ଆସିଥିବା ଛାତ୍ରମାନେ ମିନି ଟ୍ରକ୍ରେ ଯାଉଥିବା ଦେଖିବାକୁ ମିଳିଥିଲା । କଟକରୁ ଭୁବନେଶ୍ୱର ୨୦କିଲୋମିଟରରୁ ଅଧିକ ବାଟ ପୁଣି ସାଇକେଲରେ ଫେରିବା କଷ୍ଟକର ଥିବାରୁ ଟ୍ରକରେ ନିଜ ସାଇକେଲକୁ ରଖି ଫେରିଥିଲେ ଛାତ୍ର ।

The post ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ରାଲି । ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ଗଡିଲା ସାଇକେଲ । ଏପଟେ ସୋସିଆଲ୍ ମିଡିଆରେ ମେସେଜ୍ ହେଲା ଭାଇରାଲ । first appeared on Kanak News.

from Kanak News
via <a href="https://ifttt.com/?

୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି । ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେଲେ ଦଳୀୟ ନେତା

କନକ ବ୍ୟୁରୋ: ୨୭ ବର୍ଷରେ ପାଦ ଥାପିଛି ବିଜେଡି । ଆଉ ଏହି ୨୭ ବର୍ଷରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ଦଳ । ଆଜି ପ୍ରତିଷ୍ଠା ଦିବସରେ ଦଳର ନେତାମାନେ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବାକୁ ଶପଥ ନେଇଛନ୍ତି । ଆଉ ବିଜେଡିର ଏହି ପ୍ରତିଷ୍ଠା ଦିବସକୁ କଟାକ୍ଷ କରିଛି ବିଜେପି ।

  • ୨୭ ବର୍ଷରେ ବିଜେଡି
  • ରାଜ୍ୟବ୍ୟାପି ପ୍ରତିଷ୍ଠା ଦିବସ ପାଳନ
  • ଶପଥ ନେଲେ ନେତା

ରାଜନୈତିକ ଦୃଶ୍ୟପଟ୍ଟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ୨୭ ବର୍ଷରେ ପଦାର୍ପଣ କରିଛି । ଏହି ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପି ମହାଆଡମ୍ବରରେ ପାଳନ କରିଛି ବିିଜେଡି । ରାଜ୍ୟସ୍ତରରୁ ଆରମ୍ଭ କରି, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପ୍ରତିଷ୍ଠା ଦିବସକୁ ଉତ୍ସବ ଭଳି ପାଳନ କରିଛନ୍ତି ବିଜେଡି ନେତା ଓ କର୍ମୀ । ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ନେତା । ଏଥିସହ ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି ନେତା ମାନେ ଶପଥପାଠ କରିଛନ୍ତି ।

ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ବିଜୁ ବାବୁଙ୍କୁ ବୀରତ୍ୱର ଗାଥାକୁ ସ୍ମରଣ କରିଛନ୍ତି । ଅନ୍ୟପଟେ ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ଭାବେ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଦଳୀ ମନ୍ତ୍ରୀ, ସାଂସଦ, ବିଧାୟକ, ନେତା ଓ କର୍ମୀ କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରିଛନ୍ତି । ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ଏହି ଅବସରରେ ନିର୍ବାଚନ ମଣ୍ଡଳୀ-ପୌରାଞ୍ଚଳ ଏବଂ ପଞ୍ଚାୟତରେ ଦଳ ପକ୍ଷରୁ ଗଣଦୌଡ, ସଭା, ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ତେବେ ବିଜେଡିର ଏହି ପ୍ରତିଷ୍ଠା ଦିବସକୁ କଟାକ୍ଷ କରିଛି ବିଜେପି । ତେବେ କୁହାଯାଉଛି, ୨୦୨୪ ନିର୍ବାଚନକୁ ହାତ ଗଣତି କେଇଟା ମାସ ବାକି ଥିବାରୁ, ଭୋଟରଙ୍କ ନିକଟତର ହେବାକୁ ଦଳର ପ୍ରତିଷ୍ଠା ଦିବସକୁ ପ୍ରଭାବୀ ଢଙ୍ଗରେ ପାଳୁଛି ବିଜୁ ଜନତା ଦଳ ।

The post ୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି । ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେଲେ ଦଳୀୟ ନେତା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started