ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପଢନ୍ତୁ, ଏହି ନିମନ୍ତ୍ରଣ ପତ୍ର ସହ ଦିଆଯାଉଥିବା କିଟରେ ରହିଛି କଣ?

କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାଛଡା ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅତିଥି ଆସିବେ । ଏବେ ଆପଣଙ୍କ ମନରେ ଉକ୍ରଣ୍ଠା ଥିବା ନିମନ୍ତ୍ରଣ ପତ୍ରରେ କଣ ଥିବ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଦେଶ ତଥା ରାଜ୍ୟର ପ୍ରମୁଖ ଦେବାଦେବୀ ପୀଠ, ଧର୍ମଗୁରୁ ଓ ମାଣ୍ୟଗଣ୍ୟ ଅତିଥିଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ପ୍ରଥମ ମନ୍ଦିର ଭାବେ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି ।

  • ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଛି ନିମନ୍ତ୍ରଣ
  • ନିମନ୍ତ୍ରଣ ପତ୍ର ସହ ଦିଆଯାଉଛି ସ୍ୱତନ୍ତ୍ର କିଟ୍
  • ସ୍ୱତନ୍ତ୍ର କିଟରେ ରହିଛି କ’ଣ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ସହ ସ୍ୱତନ୍ତ୍ର କିଟ୍ ବା ବ୍ୟାଗ ଦିଆଯାଉଛି । ଯାହାକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି । ତେବେ ନିମନ୍ତ୍ରଣ କାର୍ଡରେ ପ୍ରକଳ୍ପର ଶୁଭ ପ୍ରତିଷ୍ଠାର ତାରିଖ, ତିଥୀ ଓ ସମୟ ଉଲ୍ଲେଖ ରହିଛି । ଏହାଛଡା ନିମନ୍ତ୍ରଣ କିଟରେ ରହିଛି…

  • ଶ୍ରୀମନ୍ଦିରରେ ଲାଗି ହୋଇଥିବା ବାନା
  • ଶ୍ରୀଅଙ୍ଗରେ ଲାଗି ହୋଇଥିବା ତୁଳସୀ
  • ମହାପ୍ରଭୁଙ୍କ ନିର୍ମାଲ୍ୟ
  • ଶ୍ରୀମନ୍ଦିର ତଥ୍ୟ ସମ୍ବଳିତ ଏକ ପୁସ୍ତକ
  • ପୁସ୍ତକଟି ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ରହିଛି
  • ଜଗନ୍ନାଥଙ୍କ ଏକ କ୍ୟାଲେଣ୍ଡର ମଧ୍ୟ ରହିଛି

ନିମନ୍ତ୍ରଣ ପତ୍ର ସହ କିଟ୍ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ ହେବା ପାଇଁ ଦେବାଦେବୀ ଓ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି । ସେଇଥିପାଇଁ ଶ୍ରୀମନ୍ଦିରରୁ ୩୦ଟି ପ୍ରତିନିଧି ଦଳ ରାଜ୍ୟରେ ତଥା ରାଜ୍ୟ ବାହାରେ ନିମନ୍ତ୍ରଣ ଦେବାକୁ ଯାତ୍ରା ଆରମ୍ଭ କରିଛନ୍ତି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପଢନ୍ତୁ, ଏହି ନିମନ୍ତ୍ରଣ ପତ୍ର ସହ ଦିଆଯାଉଥିବା କିଟରେ ରହିଛି କଣ? first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ରାଉରକେଲାରୁ କୋଲକତା ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ଯାତ୍ରୀ ପହଂଚିବେ କୋଲକତା

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ସହଯୋଗରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାଉରକେଲାରୁ କୋଲକତା ବିମାନ ସେବା । ଏଥିପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ଯାତ୍ରୀମାନେ ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକତା ପହଂଚିପାରିବେ ।

ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ୟ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।

The post ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ରାଉରକେଲାରୁ କୋଲକତା ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ଯାତ୍ରୀ ପହଂଚିବେ କୋଲକତା first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେଇ ନିମନ୍ତ୍ରଣ ଗ୍ରହଣ କଲେ ନବୀନ

କନକ ବ୍ୟୁରୋ: ପୁରୀର ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ ପତ୍ର ବଣ୍ଟା । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯାଉଛି । ପୁରୀରୁ ନିମନ୍ତ୍ରଣର ବାର୍ତ୍ତା ନେଇ ଦେଶବ୍ୟାପୀ ଯାତ୍ରା ଆରମ୍ଭ କରିଛନ୍ତି ପ୍ରତିନିଧି ଦଳ । ପ୍ରଥମେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରିଛନ୍ତି ସେବାୟତ ପ୍ରତିନିଧି । ଆଉ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଚାଉଳ ଓ ଗୁଆ ଅର୍ପଣ କରିଛନ୍ତି ନବୀନ ପଟ୍ଟନାୟକ ।

  • ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ
  • ଲିଙ୍ଗରାଜ ମହାପ୍ରଭୁଙ୍କୁ ଦିଆଗଲା ନିମନ୍ତ୍ରଣ
  • ଗୁଆ ଓ ଚାଉଳ ଦେଇ ମୁଖ୍ୟମନ୍ତ୍ରୀ ଜଣାଇଲେ ସମ୍ମତି
  • ଲୋକଙ୍କୁ ଗୁଆ, ଚାଉଳ ପଠାଇବାକୁ ଆହ୍ୱାନ

ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ ୧୭କୁ ସ୍ମରଣୀୟ ଓ ଭବ୍ୟ କରିବା ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ । ମଙ୍ଗଳବାର ନିମନ୍ତ୍ରଣର ବାର୍ତ୍ତା ନେଇ ଶ୍ରୀମନ୍ଦିର ପ୍ରଶାସନ ତଥା ପରିଚାଳନା କମିଟିର ସଦସ୍ୟ ଭୁବନେଶ୍ୱର ଆସି ପ୍ରଥମେ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ନିମନ୍ତ୍ରଣ ଲାଗି କରିଥିଲେ । ପୁରୀରୁ ଦେଶବ୍ୟାପୀ ଯାତ୍ରା ଆରମ୍ଭ କରିଛନ୍ତି ପ୍ରତିନିଧି ଦଳ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା କରିଛନ୍ତି ।

ଲିଙ୍ଗରାଜ ମନ୍ଦିର ପରେ ଏହି ସ୍ୱତନ୍ତ୍ର ଟିମ ନବୀନ ନିବାସରେ ପହଞ୍ଚିଥିଲେ । ନବୀନ ନିବାସ ପକ୍ଷରୁ ସେବାୟତ ତଥା ପ୍ରଶାସନ ଟିମକୁ ସ୍ୱାଗତ କରାଯାଇଥିଲା । ଟିମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ନିମନ୍ତ୍ରଣକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ଗୁଆ ଓ ଚାଉଳ ଦେଇଥିଲେ । ସେପଟେ ବରିଷ୍ଠ ସେବାୟତଙ୍କ ପକ୍ଷରୁ ପରିକ୍ରମା ପ୍ରକଳ୍ପରେ ସାମିଲ ପାଇଁ ଲୋକଙ୍କୁ ଆହ୍ୱାନ କରାଯାଇଛି । କୁହାଯାଇଛି ଜଗନ୍ନାଥପ୍ରେମୀଙ୍କୁ ଅନୁରୋଧ ଗୋଟିଏ ଗୁଆ ଓ ଅକ୍ଷତ ପଠାନ୍ତୁ । ଯାହାକୁ ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨୦୨୧ ନଭେମ୍ବର ୨୪ରେ ଆରମ୍ଭ ହୋଇଥିଲା ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଯୁଦ୍ଧକାଳୀନ ଭିତିରେ ସରିଆସୁଛି ପ୍ରକଳ୍ପର ପୁରା କାର୍ଯ୍ୟ । ଏହି ଉତ୍ସବକୁ ବ୍ୟାପକ ତଥା ଆଡମ୍ବରରେ ପାଳନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେଇ ନିମନ୍ତ୍ରଣ ଗ୍ରହଣ କଲେ ନବୀନ first appeared on Kanak News.

from Kanak News
via <a href="https://ifttt.com/?

ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର

କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ବହିର ଆଦର କମିନଥିଲେ ହେଁ ମୋବାଇଲ ଓ ଇଂଟରନେଟ୍କୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି । ତଥାପି ଜ୍ଞାନ ଆହରଣର ପ୍ରମୁଖ ମାଧ୍ୟମ ବହି । ପୁସ୍ତକ ପ୍ରେମୀଙ୍କ ପାଇଁ ବ୍ରହ୍ମପୁର ଗଜପତି ନଗର ମୁଖ୍ୟରାସ୍ତାରେ ଗଢିଉଠିଛି ଭିନ୍ନ ଏକ ପାଠାଗାର । ଉକ୍ରଳ ଗୋଷ୍ଠୀ ପାଠାଗାରରେ ଛୋଟ ପିଲାଙ୍କ ଗପ ବହି, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପୁସ୍ତକ ସହ ବୟସ୍କଙ୍କ ମନପସନ୍ଦର ଶହ ଶହ ବହି ରହିଛି । ୪ଶହ ବହିରୁ ଆରମ୍ଭ ହୋଇଥିବା ପାଠାଗାରରେ ଏବେ ୫ହଜାରରୁ ଅଧିକ ବହି ରହିଛି । ପ୍ରତିଦିନ ଏଠାରେ ପାଠକଙ୍କ ଭିଡ ଲାଗୁଛି ।

ଏକ ସୁସ୍ଥ ପରିବେଶରେ ଉକ୍ରଳ କମ୍ୟୁନିଟି ଲାଇବ୍ରେରୀକୁ ପ୍ରତିଷ୍ଠା କରିଛନ୍ତିି ବ୍ରହ୍ମପୁରର ବିଶ୍ୱଜିତ ମିଶ୍ର । ବିଶ୍ୱଜିତ ପେଶାରେ ଜଣେ ଅଧ୍ୟାପକ, ହେଲେ ବହି ପଢିବା ଓ ସଂଗ୍ରହ କରିବା ତାଙ୍କ ନିଶା । ଆଗାମୀ ଦିନରେ ସହରର ଜନଗହଳି ପୂର୍ଣ ସ୍ଥାନରେ ପପ୍ ଅପ୍ ଲାଇବ୍ରେରୀ କରିବା ସହ ବିଭିନ୍ନ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଶିକ୍ଷାଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ପାଠାଗାରର ପ୍ରତିଷ୍ଠାତା ।
ପୁସ୍ତକକୁ ଭଲପାଆନ୍ତି ବୋଲି ପୁସ୍ତକ ପ୍ରେମୀଙ୍କ ପାଇଁ ନିଜସ୍ୱ ଉଦ୍ୟମରେ ପାଠାଗାରଟି ଗଢି ଏକ ଉଦାହରଣ ପାଲଟିଛନ୍ତି ।…

The post ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ବେଳଭୂମିରେ ବଣଭୋଜି ପାଇଁ ମିଳୁନି ଅନୁମତି । ପଶ୍ଚିମବଙ୍ଗ ମୁହାଁ ଓଡିଶା ପର୍ଯ୍ୟଟକ

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ବଣଭୋଜି ମନା । ଉଦୟପୁର ଜଙ୍ଗଲରେ ପିକ୍ନିକ୍ କରିବାକୁ ମନା କରିଛି ବନ ବିଭାଗ । ତେଣୁ ପର୍ଯ୍ୟଟକମାନେ ଓଡିଶାରେ ଗାଡି ରଖି ପଶ୍ଚିମବଙ୍ଗର ମୁହାଁ ହେଉଛନ୍ତି । ଉଦୟପୁର ବେଳାଭୂମି ଖାଲି ପଡିଥିବା ବେଳେ ଦୀଘା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବୁଲାବୁଲି ସହ ଭୋଜିଭାତର ଆସର ଜମୁଛି । ଫଳରେ ଉଦୟପୁର ବେଳାଭୂମୀ ଆଶାରେ ଦୋକାନ ଖୋଲିଥିବା ବ୍ୟବସାୟୀ ନାରସ ହୋଇଛନ୍ତି ।

ଉଦୟପୁର ମେରାଇନ୍ ଡ୍ରାଇଭର କାମ ଚାଲିଛି । ତେଣୁ ବେଳାଭୂମି ରାସ୍ତାକୁ ସଂପୂର୍ଣ୍ଣ ଟିଣ ବାଡ଼ରେ ବନ୍ଦ କରାଯାଇଛି । ବନ ବିଭାଗର ଏଭଳି କଠୋର ନିଷ୍ପତିକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ଏନେଇ ପୂର୍ବରୁ ସ୍ଥାନୀୟ ଜଙ୍ଗଲ କମିଟି ରେଂଜର ଓ ବନପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ତଥାପି ଏ ଦିଗରେ କୌଣସି ନିଷ୍ପତି ହୋଇନାହିଁ ।

ଯଦି ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଉଦୟପୁର ବେଳଭୂମୀ ନିକଟ ଅଧିବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

The post ଓଡିଶା ବେଳଭୂମିରେ ବଣଭୋଜି ପାଇଁ ମିଳୁନି ଅନୁମତି । ପଶ୍ଚିମବଙ୍ଗ ମୁହାଁ ଓଡିଶା ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ପଂଚାୟତରେ ଦ୍ରୁ୍ନିତୀ ଅଭିଯୋଗ ଆଣିଲେ ସରପଂଚ । ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ଓ ବେଗୁନିଆ ଥାନାର ଦ୍ୱାରସ୍ଥ ହେଲେ ମାଣିବନ୍ଧ ସରପଂଚ ସୁନନ୍ଦା ବରାଳ

କନକ ବ୍ୟୁରୋ : ପଂଚାୟତ କାମରେ ମହାଦୁର୍ନୀତି । ସରପଂଚଙ୍କ ଜାଲ ଦସ୍ତଖତ କରି ବିଲ୍ କରି ନେଇଛନ୍ତି ଯନ୍ତ୍ରୀ ଓ ଜିଆରଏସ! ମନରେଗା ଓ ସୋପିଟ୍ କାମ ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଂଚାୟତର ସରପଂଚ ସୁନନ୍ଦା ବରାଳ ।

ସରପଂଚଙ୍କ ବିନା ଅନୁମତିରେ ତାଙ୍କ ଫାଇଲ ଖୋଲି ଜାଲ ଦସ୍ତଖତ କରି ଟଙ୍କା ଲୁଟ୍ ବିରୋଧରେ ମୁହଁ ଖୋଲିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ଼ ବିଡିଓ ଏବଂ ବେଗୁନିଆ ଥାନାରେ ନିଖିତ ଅଭିଯୋଗ କରିଛନ୍ତି ସରପଂଚ ସୁନନ୍ଦା । ଡିସେମ୍ବର ୬ ତାରିଖରୁ ପ୍ରଶାସନ ଓ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କିଛି ସରକାରୀ କର୍ମଚାରୀ ଦୁର୍ନୀତିକୁ ଘଂଟ ଘୋଡାଉଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ବୋଲଗଡ ବିଡିଓ କହିଛନ୍ତି ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି, ଯଦି କୌଣସି ସରକାରୀ କର୍ମଚାରୀଙ୍କ ସଂପୃକ୍ତି ଥିବ ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

The post ପଂଚାୟତରେ ଦ୍ରୁ୍ନିତୀ ଅଭିଯୋଗ ଆଣିଲେ ସରପଂଚ । ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ଓ ବେଗୁନିଆ ଥାନାର ଦ୍ୱାରସ୍ଥ ହେଲେ ମାଣିବନ୍ଧ ସରପଂଚ ସୁନନ୍ଦା ବରାଳ first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡାରେ କପା ଚାଷ କରି ହରଡଘଣାରେ ଚାଷୀ । ଗୁଣୁପୁର ମଣ୍ଡିରେ କପା କିଣା ଯାଉଥିବା ବେଳେ ରାୟଗଡାରେ ହେଉନି ବିକ୍ରି

କନକ ବ୍ୟୁରୋ : ଧଳା ସୁନା ଚାଷ କରି ମଣ୍ଡିକୁ ଧାଉଁଛନ୍ତି ଚାଷୀ । ମଣ୍ଡିରେ କପା କଂଟା ହେଲେ ପକେଟ୍କୁ ପାରଶ୍ରମିକ ଆସିବ । ହେଲେ ମଣ୍ଡି ଖୋଲିନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ରାୟଗଡାର ଚାଷୀ । ରାୟଗଡା ଜିଲ୍ଲାରେ ୪୯ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି । ନଭେମ୍ବର ୨୪ରେ ଗୁଣୁପୁର ଏବଂ ଡିସେମ୍ବର ୬ରେ ରାୟଗଡା ଆରଏମ୍ସି ଠାରେ ମଣ୍ଡି ଖୋଲିଛି । ଗୁଣୁପୁରରେ ମଣ୍ଡିରେ ୧୬୧ ଜଣ ଚାଷୀ କପା ବିକ୍ରି କରିଛନ୍ତି । ହେଲେ ରାୟଗଡା ମଣ୍ଡିରେ କିନ୍ତୁ ଏବେ ଯାଏଁ ଜଣେ ବି ଚାଷୀ କପା ବିକି ପାରିନାହାନ୍ତି । ସିସିଆଇ ଚାଷୀଙ୍କ ଠାରୁ କପା କିଣିବାକୁ ମନା କରୁଛି । ରାୟଗଡାରେ ଥିବା ୩ଟି କପା ମିଲରେ ଅଗ୍ନି ନିରପତା ବ୍ୟବସ୍ଥା ନଥିବାରୁ ସିସିଆଇର କପା କିଣୁନଥିବା ଜଣାପଡିଛି ।

ମଣ୍ଡିରୁ କପା ଫେରାଇ ଆଣି, ଦଲାଲକୁ ବିକି କ୍ଷତି ସହୁଛନ୍ତି ଚାଷୀ । ସରକାରୀ ଭାବେ କପା କ୍ୱିଟାଂଲ ପିଛା ଦର ୭୦୨୦ ଟଙ୍କା ରହିଥିବା ବେଳେ ଦଲାଲ ୫ ହଜାର ୫୦୦ ଟଙ୍କାରେ କିଣି ନେଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ଦଲାଲଙ୍କ ଶୋଷଣର ଶିକାର ହଉଛନ୍ତି । ସେପଟେ ମିଲ ମାଲିକଙ୍କ କହିବା କଥା, କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ମିଲରେ ଅଗ୍ନି ନିରପତା ବ୍ୟବସ୍ଥା କଲେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ମିଲ ମାଲିକମାନେ ଅରାଜି ହେଉଛନ୍ତି ।

ରାୟଗଡା ଜିଲ୍ଲାର ୧୧ଟି ବ୍ଳକରୁ ୪ଟି ବ୍ଳକର କପା ଚାଷୀଙ୍କ ପାଇଁ ରାୟଗଡା ଠାରେ ଏବଂ ୭ଟି ବ୍ଳକର କପା ଚାଷୀଙ୍କ ପାଇଁ ଗୁଣୁପୁର ଠାରେ ମଣ୍ଡିର ବ୍ୟବସ୍ଥା କରାଯାଇଛି ।

The post ରାୟଗଡାରେ କପା ଚାଷ କରି ହରଡଘଣାରେ ଚାଷୀ । ଗୁଣୁପୁର ମଣ୍ଡିରେ କପା କିଣା ଯାଉଥିବା ବେଳେ ରାୟଗଡାରେ ହେଉନି ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

ପାଟଣାଗଡରେ ଆବାସ ବଂଟନରେ ବ୍ୟାପକ ଅବ୍ୟବସ୍ଥା । ଗରିବର ଦିନ କଟୁଛି କୁଡିଆରେ, ଥିଲାବାଲାଙ୍କୁ ପକ୍କା ଘର ମିଳୁଥିବା ଅଭିଯୋଗ

କନକ ବ୍ୟୁରୋ : ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକର ବଥର୍ଲା ପଂଚାୟତରୁ । ଏଠି ଗରିବ ଲୋକଟିଏ ଖପର ଛପର ଘରେ ରହୁଛନ୍ତି । ପ୍ରତିମୁହୁର୍ତରେ ବିପଦର ଆଶଙ୍କା ରହିଛି, ହେଲେ ପକ୍କା ଘର କରିବାକୁ ଜୁ ନଥିବାରୁ ଅଭାବ ସହ ଜୁଝି ହେଉଛନ୍ତି ବଥର୍ଲା ପଂଚାୟତର ତୀର୍ଥ ସାହୁଙ୍କ ପରିବାର । ପକ୍କା ଘରଟିଏ ପାଇଁ ଅନେକ ଥରେ ପଂଚାୟତ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କେହି ତାଙ୍କ ଦୁଃଖ ବୁଝିନାହାନ୍ତି ।

ସେପଟେ ଏହି ନିର୍ମାଣଧିନ ପକା ଘରକୁ ଦେଖନ୍ତୁ । ଅଭିଯୋଗ ଅନୁସାରେ ଏହି ଘରଟି ଜଣେ ଧନୀ ଲୋକଙ୍କର । ଯାହାଙ୍କର ୮ ଏକର ଚାଷ ଜମି ଓ କୋଠାଘର ରହିଛି । ତାଙ୍କର ଗୋଟିଏ ପୁଅ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ଆଉ ଗୋଟିଏ ପୁଅ ସୁନା ଦୋକାନରେ କାମ କରୁଛନ୍ତି । ତଥାପି ତାଙ୍କୁ ଆବାସ ମିଳିଥିବା ବେଳେ ଦୋକାନ ଉଦେଶ୍ୟରେ ଘରଟି ତିଆରି କରୁଥିବା ଅଭିଯୋଗ କରିଥିଲେ ପୂର୍ବର୍ତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଓ ସ୍ଥାନୀୟ ବାସିନ୍ଦା ।

ବାରମ୍ବାର ଅଭିଯୋଗ ସତ୍ୱେ ପାଟଣାଗଡ ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ ଉଠିଛି । ସେପଟେ ଘର କରୁଥିବା ବ୍ୟକ୍ତି କି ପଂଚାୟତ ଅଧିକାରୀ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

The post ପାଟଣାଗଡରେ ଆବାସ ବଂଟନରେ ବ୍ୟାପକ ଅବ୍ୟବସ୍ଥା । ଗରିବର ଦିନ କଟୁଛି କୁଡିଆରେ, ଥିଲାବାଲାଙ୍କୁ ପକ୍କା ଘର ମିଳୁଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଦେଶୀମଦ ନେଉଛି ଜୀବନ ଜୀବନ । ବାଲେଶ୍ୱର ସିଂଗାଖୁଣ୍ଟା ପଞ୍ଚାୟତରେ ବଢୁଛି ଚୋରା ମଦ ବିକ୍ରି

କନକ ବ୍ୟୁରୋ : ବିବାହର ପାଞ୍ଚ ବର୍ଷ ପରେ ଦେଶୀ ମଦ ପିଇ ସ୍ୱାମୀଙ୍କ ମୃତ୍ୟୁ ହେଲା, କୋଳରେ ଛୋଟିଆ ଛୁଆକୁ ଧରି ବିଧବା ଭତ୍ତାକୁ ଅନାଇ ବସିଛନ୍ତି ସରସ୍ବତୀ । କିନ୍ତୁ ସରକାରୀଙ୍କ ଉଦାସୀନତା ଯୋଗୁଁ ଏମିତି ସଂସାର ଉଜୁଡି ଯାଉଛି ସରକାରଙ୍କ ପାଖରେ ତାର ସୂଚନା ନଥିବା ଅଭିଯୋଗ ହୋଇଛି ।

ଅଳ୍ପ ବୟସରେ ବିଧବା ହୋଇ ବହୁ କଷ୍ଟରେ ଦିନ କାଟୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଙ୍ଗଲରୁ କାଠ ଆଣି ବିକ୍ରି କରି ଛୁଆଙ୍କ ମୁଁହରେ ଆହାର ଦେଉଛନ୍ତି । ନୂଆସାହି ଗାଁର ଲଷ୍ମୀ ନାୟକଙ୍କ ମଧ୍ୟ ସମାନ ସ୍ଥିତି । ଅତ୍ୟଧିକ ମଦ ପିଇ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ବେଆଇନ୍ ଦେଶୀ ମଦ ଲୋକଙ୍କ ଜୀବନ ନେଉଥିବା ନେଇ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଚୋରା ମଦ ବେପାରୀଙ୍କ ସହ ସୋର ଅବକାରୀ ବିଭାଗର ସାଲାସୁତୁରା ଚାଲିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍ଥାନୀୟ ସରପଞ୍ଚ ମଧ୍ୟ ସରକାରୀ ବ୍ୟବସ୍ଥା ଉପରେ ଆଣିଛନ୍ତି ବଡ ପ୍ରଶ୍ନ । ଅବକାରୀ ବିଭାଗ ମାସିକ ବଟି ନେଇ କାର୍ୟ୍ୟାନୁଷ୍ଠାନ ନନେଇ ଲୋକ ଦେଖାଣିଆ ଚଢ଼ାଉ କରୁଥିବା ଅଭିଯୋଗ କରିଛନ୍ତି ।

ମଦ ପାଇଁ ମହିଳାଙ୍କ ମଥା ଖାଲି ହୋଇଯାଉଛି । ସିନ୍ଥିରୁ ସିନ୍ଦୁର ଲିଭି ଯାଉଥିବା ବେଳେ ସଂସାର ଉଜୁଡି ଯାଉଛି । ତଥାପି ପ୍ରଶାସନର ନିଦ ଭାଙ୍ଗୁ ନଥିବା ଅଭିଯୋଗ ହୋଇଛି ।

The post ଦେଶୀମଦ ନେଉଛି ଜୀବନ ଜୀବନ । ବାଲେଶ୍ୱର ସିଂଗାଖୁଣ୍ଟା ପଞ୍ଚାୟତରେ ବଢୁଛି ଚୋରା ମଦ ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳଚଞ୍ଚଳ ଅଯୋଧ୍ୟା ସହର: ଜମିଲାଣି ଶ୍ରଦ୍ଧାଳୁଙ୍କ ଗହଳି, ଆସୁଛନ୍ତି ବିଭିନ୍ନ ସ୍ଥାନରୁ ସାଧୁସନ୍ଥ

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ଅଯୋଧ୍ୟା ସହର । ସଜେଇ ହେଉଛି ଅଯୋଧ୍ୟା । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ମନ୍ଦିର ପ୍ରତିଷ୍ଠାକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି । ରାମ ଜନ୍ମଭୂମିରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ହେଉଥିବାରୁ ସାରା ଦେଶରେ ହିନ୍ଦୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଯୋଧ୍ୟାରେ ଏବେଠୁ ଶ୍ରଦ୍ଧାଳୁଙ୍କ ଗହଳଚହଳି ଦେଖିବାକୁ ମିଳିଲାଣି । ବିଭିନ୍ନ ସ୍ଥାନରେ ସାଧୁସନ୍ଥ ଏବେ ଅଯୋଧ୍ୟା ମୁହାଁ ହେଉଛନ୍ତି । ଏପରିକି ଅଯୋଧ୍ୟାରେ ବିଭିନ୍ନ ଆଖାଡାର ସାଧୁ ସନ୍ଥଙ୍କ ମେଳି ଦେଖିବାକୁ ମିଳିଲାଣି । ସେପ୍ଣଙ୍କ ମନ୍ଦିରର କାମ ଯୁଦ୍ଧକାଳୀନ ଭିତିରେ ଚାଲିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶର ମାଣ୍ୟଗଣ୍ୟ ଅତିଥୀ, ସାଧୁ ସନ୍ଥ, ଧର୍ମଗୁରୁ ଆସିବେ । ସେଇଥିପାଇଁ ଅଯୋଧ୍ୟାରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ କରାଯାଇଛି । ରେଳଷ୍ଟେସନ ଗୁଡିକୁ ପୁର୍ନନିର୍ମାଣ କରିିବା ସହ ହିନ୍ଦୁ ସଂସ୍କୃତି, ପରମ୍ପରା, ଐତିହ୍ୟର ଚିତ୍ର ଷ୍ଟେସନରେ ସଜାଯାଇଛି ।

The post ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳଚଞ୍ଚଳ ଅଯୋଧ୍ୟା ସହର: ଜମିଲାଣି ଶ୍ରଦ୍ଧାଳୁଙ୍କ ଗହଳି, ଆସୁଛନ୍ତି ବିଭିନ୍ନ ସ୍ଥାନରୁ ସାଧୁସନ୍ଥ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started