ଫାରୁକ  ଅବ୍ଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ନ ହୁଏ ଶାନ୍ତି ଆଲୋଚନା ତେବେ …

କନକ ବ୍ୟୁରୋ : ପୁଂଛରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ  ଅବଦ୍ଦୁଲା ଏକ ବଡ ବୟାନ ଦେଇଛନ୍ତି । ସେ ଭାରତ ଓ ପାକିସ୍ତାନକୁ ନେଇ ଓକିଲାତି କରିଛନ୍ତି । ସେ କହିଛନ୍ତି କି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ନ ହୁଏ ତେବେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଗାଜା ଭଳି ହୋଇପାରେ । ଯଦି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନ କରାଯାଏ ତେବେ ଏଠିକାର ସ୍ଥିତି ଗାଜା ଭଳି ହୋଇପାରେ ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ ଅବ୍ଦୁଲ୍ଲା କହିଛନ୍ତି କି ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ । ନହେଲେ କାଶ୍ମୀରର ସ୍ଥିତି ଗାଜା ଓ ପାଲେଷ୍ଟାଇନ ଭଳି ହୋଇପାରେ । ସେ ଗତ ସପ୍ତାହରେ ପୁଂଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏଭଳି ବୟାନ ଦେଇଛନ୍ତି ।
ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ଉଦ୍ଧୃତ କରି କହିଛନ୍ତି ଯେ, ବାଜପେୟୀ କହିଥିଲେ ଆମେ ବନ୍ଧୁ ବଦଳାଇପାରିବା ହେଲେ ପଡୋଶୀ ବଦଳାଇପାରିବା ନାହିଁ । ଯଦି ପଡୋଶୀଙ୍କ ସହ ଭଲ ସଂପର୍କ ରହିବ ତେବେ ଉଭୟ ଦେଶର ବିକାଶ ହେବ । ଯଦି ଶତ୍ରୁତା ବଢିବ ତେବେ ଉଭୟ ଦେଶର ବିନାଶ ହେବ ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନକୁ ମଧ୍ୟ କୋଟ୍ କରିଛନ୍ତି , ମୋଦୀ ଏକ ସଭାରେ କହିଥିେ କି ଯୁଦ୍ଧ କେବେ ବିକଳ୍ପ ନୁହେଁ, ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ । ଫାରୁକ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି, ଇମ୍ରାନ ଖାନଙ୍କୁ ଛାଡନ୍ତୁ ଏବେ ନୱାଜ ସରିଫ୍ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ଭାରତ ସରକାର କାହିଁକି ଆଲୋଚନା ଟେବୁଲକୁ ଯାଉ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

The post ଫାରୁକ  ଅବ୍ଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ନ ହୁଏ ଶାନ୍ତି ଆଲୋଚନା ତେବେ … first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ । ଦେବାଦେବୀ ଓ ଧର୍ମଗୁରୁଙ୍କୁ କରାଯାଉଛି ନିମନ୍ତ୍ରଣ ।

କନକ ବ୍ୟୁରୋ: ଗୋଟିଏ ପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ଦେବାଦେବୀ, ଧର୍ମଗୁରୁ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଅନ୍ୟପଟେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଦେଶର ଦେବପୀଠକୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଧର୍ମଗୁରୁଙ୍କୁ ନିର୍ମନ୍ତ୍ରଣ ଦିଆଯାଉଛି । ଏହି କ୍ରମରେ ମହାମଣ୍ଡଳେଶ୍ୱର ଡକ୍ଟର ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କୁ ଶ୍ରୀରାମ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି । ସତ୍ୟାନନ୍ଦ ମହାରାଜ ଏବେ ପଂଚାୟତ ମହାନିର୍ବାଣ ଅଖଡା, ହରିଦ୍ୱାରର ମହାମଣ୍ଡଳେଶ୍ୱର ଅଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମ ଓଡିଆ ଭାବେ ସେ ଏମିତି ଏକ ମର୍ଯ୍ୟାଦାଜନକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

The post ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ । ଦେବାଦେବୀ ଓ ଧର୍ମଗୁରୁଙ୍କୁ କରାଯାଉଛି ନିମନ୍ତ୍ରଣ । first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ : ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା, ଜାଡେଜାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ସୁଯୋଗ ।

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାକୁ ଭାରତ ନିଜର ଶ୍ରେଷ୍ଠ ଟିମକୁ ନେଇ ମୈଦାନକୁ ଓହ୍ଳାଇଛି । କାରଣ ଦୀର୍ଘ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଟେଷ୍ଟ ସିରିଜ ବିଜୟର ସ୍ୱାଦ ଚାଖିପାରିନି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ଟେଷ୍ଟ ଡେବ୍ୟୁ କରିଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କିଷ୍ଣା । ସେହିଭଳି ପ୍ରଥମ ମ୍ୟାଚର ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି ରବୀନ୍ଦ୍ର ଜାଡେଜା । ୪ ଦ୍ରୁତ ବୋଲରଙ୍କ ସହ ଏହି ମ୍ୟାଚ୍ ଖେଳୁଛି ଭାରତ ।

https://platform.twitter.com/widgets.jsପ୍ରସିଦ୍ଧ କ୍ରିଷ୍ଣା ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ ଖେଳିଥିବା ୩୦୯ ନମ୍ବର ଖେଳାଳୀ ସାଜିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅନୁଭବୀ ଅଶ୍ୱିନୀଙ୍କୁ ସୁଯୋଗ ମିଳିଥିବା ବେଳେ ଜାଡେଜା ବାଦ୍ ପଡିଛନ୍ତି । ରୋହିତଙ୍କ ସହ ଓପନିଂ କରିବାକୁ ଜୟସ୍ୱାଲ ମୈଦାନକୁ ଓହ୍ଲାଇଛନ୍ତି । ରବୀନ୍ଦ୍ର ଜାଡେଜା ମ୍ୟାଚ୍ ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ମ୍ୟାଚ୍ ଖେଳାଇ ରିସ୍କ ନେବାକୁ ଚାହିଁନି ଟିମ୍ ମ୍ୟାନେଜମେଣ୍ଟ ।

The post ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ : ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା, ଜାଡେଜାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ସୁଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ପରିବାର ଲୋକଙ୍କୁ ନିଦରୁ ଉଠାଇ ଲୁଟିନେଲେ ଲୁଟେରା । ଭଞ୍ଜନଗରରେ ବନ୍ଧୁକ, ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।

କନକ ବ୍ୟୁରୋ: କବାଟ ତାଡ଼ି ପଶିଲେ ଲୁଟେରା । ବନ୍ଧୁକ ଓ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଓ ଅଳଙ୍କାର ରାତି ଅଧରେ ଲୁଟି ନେଇଛନ୍ତି ଲୁଟେରା । ଗଞ୍ଜାମ ଭଞ୍ଜନଗର କୁଲାଡ଼ ବଡ଼ଦାଣ୍ଡରେ ପି. ରଙ୍କନିଧି ପାତ୍ରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଏହି ଲୁଟରେ ୫ ଜଣ ଲୁଟେରା ସାମିଲ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ. ଘରର ପରିବାର ଲୋକେ ନିଘୋଡ଼ ନିଦରେ ଶୋଇଥିଲେ । କିନ୍ତୁ ଚୋରମାନେ ଭାବିଥିଲେ ଯଦି ଏମାନେ ଉଠିପଡ଼ନ୍ତି ଚିତ୍କାର କରିବେ ହୁଏତ ତାଙ୍କର ଯୋଜନା ଭଣ୍ଡୁର ହୋଇପାରେ । ତେଣୁ ସେମାନେ ବନ୍ଧୁକ ଦେଖାଇ ସେମାନଙ୍କୁ ନିଦରୁ ଉଠାଇଥିଲେ । ଆଉ ଏହା ପରେ ମାରଣାସ୍ତ୍ର ଦେଖାଇବା ସହିତ ଭୟଭୀତ କରାଇ ଆଲମିରା ଖୋଲିବାକୁ କହିଥିଲେ । ପୋଲିସ ଓ ସାଇଣ୍ଟିିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

The post ପରିବାର ଲୋକଙ୍କୁ ନିଦରୁ ଉଠାଇ ଲୁଟିନେଲେ ଲୁଟେରା । ଭଞ୍ଜନଗରରେ ବନ୍ଧୁକ, ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ବିଜେପିର ଜୋରଦାର ବିକ୍ଷୋଭ । ସରକାରୀ ଅବହେଳାରୁ ଡାଇରିଆ ହୋଇଥିବା ଅଭିଯୋଗ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ।

କନକ ବ୍ୟୁରୋ: ରାଉରକେଲାରେ ବିଜେପିର ଜୋରଦାର ପ୍ରତିବାଦ । ସରକାରୀ ଅବହେଳା କାରଣରୁ ପିଇବା ପାଣି ସଂକ୍ରମଣରେ ୧୬ଜଣଙ୍କର ହଇଜାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ଦଳ । ଏନେଇ ବିଜେପି ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ବିଜେପି କର୍ମୀ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଅଟକାଇଥିଲା । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ ।

The post ରାଉରକେଲାରେ ବିଜେପିର ଜୋରଦାର ବିକ୍ଷୋଭ । ସରକାରୀ ଅବହେଳାରୁ ଡାଇରିଆ ହୋଇଥିବା ଅଭିଯୋଗ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନକୁ ଜବତ କରିବ ସମୁଦ୍ରର ନୂଆ ପ୍ରହରୀ INS IMPHAL , ଜାଣନ୍ତୁ ଏହି ଯୁଦ୍ଧପୋତର କ୍ଷମତା

କନକ ବ୍ୟୁରୋ: ଭାରତୀୟ ନୌସେନାରେ ସାମିଲ ହୋଇଛି ନୂଆ ଯୁଦ୍ଧପୋତ ଆଇଏଏସ୍ ଇମ୍ଫାଲ । ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ କରାଯାଇଛି । ଏହା ଆରବ ସାଗରରେ ଶ୍ରତ୍ରୁକୁ ଦମନ କରିବ ।

ଏହି ଯୁଦ୍ଧପୋତରେ ପାଖାପାଖି ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏଥିରେ ଏଭଳି ମିଶାଇଲକୁ ସଂଲଗ୍ନ କରାଯାଇଛି ଯାହା ମଧ୍ୟବର୍ତ୍ତୀ ଦୂରତା ଯାଏଁ ଶତ୍ରୁକୁ ଆକ୍ରମଣ କରିପାରିବ । ଏଥିରେ ବ୍ରହ୍ମୋସ୍ ମିଶାଇଲକୁ ସଂଲଗ୍ନ କରାଯାଇଛି । ଏହା ସହ ରହିଛି ସ୍ୱଦେଶୀ ଟରପିଡୋ ଟ୍ୟୁବ ଲଞ୍ଚର । ଏହସହ ରହିଛି ବୁଡା ଜାହାଜ ରୋଧକ ରକେଟ୍ ଲଞ୍ଚର ଏବଂ ସୁପର ଗନ୍ ମାଉଣ୍ଟ ।

ଆଇଏନଏସ ଇମ୍ଫାଲ ଯୁଦ୍ଧପୋତକୁ ୨୦୧୯ ଏପ୍ରିଲ ୨୦ ତାରିଖରେ ପରୀକ୍ଷଣ ପାଇଁ ଜଳଭାଗରେ ଅବତରଣ କରାଯାଇଥିଲା । ସମସ୍ତ ପରୀକ୍ଷନୀରିକ୍ଷା ପରେ ଏହାକୁ ୨୦୨୩ ଅକ୍ଟୋବର ୨୦ରେ ନୌସେନାକୁ ହସ୍ତାନ୍ତର କରାଗଲା ।

The post ପାକିସ୍ତାନକୁ ଜବତ କରିବ ସମୁଦ୍ରର ନୂଆ ପ୍ରହରୀ INS IMPHAL , ଜାଣନ୍ତୁ ଏହି ଯୁଦ୍ଧପୋତର କ୍ଷମତା first appeared on Kanak News.

from Kanak News
via <a href="https://ifttt.com/?

ଆତଙ୍କବାଦୀ ଲଢୁଛନ୍ତି ପାକିସ୍ଥାନ ନିର୍ବାଚନ

କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜି ମୁସଲିମ ଲିଗ’ ଆସନ୍ତା ନିର୍ବାଚନରେ ​​ଭାଗ ନେବାକୁ ଯାଉଛି । ପାକିସ୍ତାନର ସମସ୍ତ ସଂସଦ ଓ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି । ହାଫିଜ ସଇଦର ପୁଅ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରୁଛି । ଏହି ଦଳ ନୱାଜ ସରିଫଙ୍କ ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇଛି ।

ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭାରତର ମୋଷ୍ଟ ୱାଣ୍ଟେଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜୀ ମୁସଲିମ ଲିଗ’ (PMML) ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛି । ଦଳ ସମସ୍ତ ସଂସଦୀୟ ତଥା ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ଏହି ନିର୍ବାଚନରେ ​​ହାଫିଜ ସଇଦର ପୁଅ ତାଲହା ସଇଦ ମଧ୍ୟ ପ୍ରତିଦ୍ବନ୍ଦିତା କରିବ ବୋଲି ଜଣାପଡିଛି । ସେ ଜାତୀୟ ବିଧାନସଭା ନିର୍ବାଚନମଣ୍ଡଳୀ NA-127 ଲାହୋରରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ଅପରପକ୍ଷରେ ପିଏମଏଲ କେନ୍ଦ୍ରୀୟ ସଭାପତି  ଖାଲିଦ ମାସୁଦ ସିନ୍ଧୁ, ପାକିସ୍ତାନ ମୁସଲିମ ଲିଗର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ NA-130 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ହାଫିଜ ସଇଦର  ଦଳର ନିର୍ବାଚନ ପ୍ରତୀକ ହେଉଛି ‘ଚେୟାର’ ।

ପାକିସ୍ଥାନର ସମସ୍ତ ସିଟରେ ନିର୍ବାଚନ ଲଢିବ ଦଳ

PMMLର ଜଣେ ମୁଖପାତ୍ର ଡନକୁ କହିଛନ୍ତି ଯେ ତାଙ୍କ ଦଳ ଦେଶର ସମସ୍ତ ସଂସଦୀୟ ଆସନ ଏବଂ ପ୍ରାଦେଶିକ ଆସନ ପାଇଁ ପ୍ରାର୍ଥୀ ଦେବକୁ ନିଷ୍ପତି ନେଇଛି । ତାବିଶ କାୟୁମ ଦାବି କରିଛନ୍ତି ଯେ ଆମେ କୌଣସି ଆସନକୁ ବିନା ଲଢେଇରେ ଛାଡ଼ିବୁ ନାହୁଁ । ତେବେ ଯୋଗାଯୋଗ ହେଲେ ତାଙ୍କ ଦଳ ଅନ୍ୟ ଦଳ ସହ ସିଟ୍ ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ପ୍ରତିବନ୍ଧିତ ହେବା ପୂର୍ବରୁ ନାମ ଥିଲା ‘ମିଲି ମୁସଲିମ ଲିଗ’

PMML ୨୦୧୮  ସାଧାରଣ ନିର୍ବାଚନରେ ​​ନିଷିଦ୍ଧ ଜମାତ-ଉଦ-ଦାୱାର ରାଜନୈତିକ ଚେହେରା ଭାବରେ ‘ମିଲି ମୁସଲିମ୍ ଲିଗ୍’ ନାମରେ ଅଂଶଗ୍ରହଣ କରିଥିଲା, କିନ୍ତୁ କୌଣସି ବି ନିର୍ବାଚନମଣ୍ଡଳୀରୁ ଆଶାନୂରୂପ ଫଳାଫଳ ପାଇବାରେ ବିଫଳ ହୋଇଥିଲା । ଏପରିକି ଏହାର ସମସ୍ତ ପ୍ରାର୍ଥୀ ଅମାନତ ହରେଈ ଥିଲେ । ଯେତେବେଳେ ପାକିସ୍ତାନ ଅନ୍ତର୍ଜାତୀୟ ଚାପରେ ଜମାତ-ଉଦ-ଦାୱା ଏବଂ ଏହାର ରାଜନୈତିକ ଦଳ ‘ମିଲି ମୁସଲିମ ଲିଗ’କୁ ନିଷିଦ୍ଧ କଲା, ସେତେବେଳେ ସେମାନେ ଏହାର ନାମ ପରିବର୍ତ୍ତନ କରି ‘ପାକିସ୍ତାନ ମାର୍କାଜୀ ମୁସଲିମ’ ଲିଗ’ରେ ନାମିତ କରିଦେଲେ ।

ଦଳର ବହୁ ନେତା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ପାକିସ୍ତାନ ମାର୍କାଜୀ ମୁସଲିମ ଲିଗର ମୁଖପାତ୍ର କାୟୁମ କହିଛନ୍ତି ଯେ ତାଙ୍କ ଦଳର ବରିଷ୍ଠ ଉପସଭାପତି ଫୈସଲ  ନାଡିମ NA-235 କରାଚିରୁ, PP-156 ରୁ ଅର୍ଥ ସଚିବ ଆର୍ ନାକଭି, NA-119 ରୁ ହାଫିଜ ଅବଦୁଲ ରାଉଫ, PP-162 ରୁ ଖାଲିଦ ନାୟକ ଗୁଜାର, ପଞ୍ଜାବର ସାଧାରଣ ସମ୍ପାଦକ ମୁଜାମିଲ ଇକବାଲ ହାଜମୀ NA-77, ଗୁଜରାନୱାଲା ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

The post ଆତଙ୍କବାଦୀ ଲଢୁଛନ୍ତି ପାକିସ୍ଥାନ ନିର୍ବାଚନ first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ । କହିଲେ, ଏହି ପ୍ରକଳ୍ପ ପାଇଁ ଇତିହାସ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ମନେ ରଖିବ ।

କନକ ବ୍ୟୁରୋ : ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ସେବାୟତ । ନିମନ୍ତ୍ରଣ ରକ୍ଷା କରିବା ସହ ଏହି ଭବ୍ୟ ଉତ୍ ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସମସ୍ତେ ଜଗନ୍ନାଥପ୍ରେମୀଙ୍କୁ ଯୋଗ ଦେବାକୁ କହିଛନ୍ତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର । ଏହାସହ ସେ କହିଛନ୍ତି, ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି।

ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ପ୍ରତ୍ୟେକ ଜଗନ୍ନାଥ ଭକ୍ତ ଗୋଟିଏ ଲେଖାଏଁ ଗୁଆ ପଠାନ୍ତୁ । ପରିକ୍ରମା ପ୍ରକଳ୍ପ କରି ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି । ରାଜନୈତିକ ବ୍ୟକ୍ତିବିଶେଷ ହୁଏତ ନବୀନ ପଟ୍ଟନାୟକଙ୍କୁ ଭୁଲି ଯାଇପାରନ୍ତି କିନ୍ତୁ ଜଗନ୍ନାଥପ୍ରେମୀ ମୁଖ୍ୟମନ୍ତ୍ରୀଙ୍କୁ ମନେ ରଖିବେ । ଇତିହାସ ନବୀନ ପଟ୍ଟନାୟକଙ୍କ କଥା କହିବ । ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି କହିଛନ୍ତି ରାମକୃଷ୍ଣ ଦାସ ମହାପାତ୍ର । ଶୁଭ ଦିନ ଓ ଶୁଭ ତିଥି ଦେଖି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜାନୁଆରୀ ୧୭କୁ ବଛାଯାଇଥିବା କହିଛନ୍ତି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ।

The post ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ । କହିଲେ, ଏହି ପ୍ରକଳ୍ପ ପାଇଁ ଇତିହାସ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ମନେ ରଖିବ । first appeared on Kanak News.

from Kanak News
via <a href="https://ifttt.com/?

ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ । ଅତାବିରାରେ ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ । ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରଘୁବର ଦାସ ।

କନକ ବ୍ୟୁରୋ: ଚାଷୀଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ । ବରଗଡ଼ ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା । ତେବେ ରାଜ୍ୟପାଳ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀଙ୍କୁ ଭେଟିଥିଲେ  ଏବଂ ତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି । ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବି ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା । ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

The post ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ । ଅତାବିରାରେ ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ । ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରଘୁବର ଦାସ । first appeared on Kanak News.

from Kanak News
via <a href="https://ifttt.com/?

ଘର ପାଚେରୀ ଉପରେ ବୁଲୁଛି ମହାବଳ । ଭିଡିଓ କରୁଛନ୍ତି ଗାଁ ଲୋକେ ।

କନକ ବ୍ୟୁରୋ: କେତେବେଳେ ଘର ପାଚେରୀ ଉପରେ ତ କେତେବେଳେ ଛାତ ଉପରକୁ କୁଦା ମାରୁଛି ମହାବଳ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କଲିନଗର ତହସିଲ ଅନ୍ତର୍ଗତ ଅଟକୋନା ଗାଁରେ ।

ଏଠାରେ ସୋମବାର ରାତିରୁ ଏକ ମହାବଳ ବାଘ ଆତଙ୍କ ଖେଳାଇଛି । ଜଙ୍ଗଲରୁ ମହାବଳ ଜନବସତି ଭିତରକୁ ପଶି ଆସିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଏହି ଖବର ବନ ବିଭାଗକୁ ମିଳିବା ପରେ କର୍ମଚାରୀମାନେ ଆସି ବାଘ ଥିବା ସ୍ଥାନକୁ ତାରବାଡରେ ଘେରାବନ୍ଦୀ କରିଛନ୍ତି । କିନ୍ତୁ ଲୋକେ ସେଠାରେ ଭିଡ ଜମାଇ ଭିଡିଓ କରୁଥିବାରୁ ବାଘକୁ ଆୟତ୍ତ କରିବାକୁ ଏଯାଏଁ ବନ ବିଭାଗ ପାଇଁ ସମ୍ଭବ ହୋଇନଥିବା ଜଣାପଡିଛି ।

The post ଘର ପାଚେରୀ ଉପରେ ବୁଲୁଛି ମହାବଳ । ଭିଡିଓ କରୁଛନ୍ତି ଗାଁ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started