କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ନ୍ୟାୟ ଯାତ୍ରା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ପକ୍ଷରୁ ନ୍ୟାୟ ଯାତ୍ରା । ଆସନ୍ତା ଜାନୁଆରୀ ୪ତାରିଖରୁ ଏହି ନ୍ୟାୟ ଯାତ୍ରା ପୁରା ଜୁନାଗଡ଼ରେ ପରିକ୍ରମା କରିବ । ସୋମବାର ଜୁନାଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ଦୁଇ ବର୍ଷ ବିତି ସାରିଥିଲେ ମଧ୍ୟ ନ୍ୟାୟ ମିଳିନାହିଁ । ରାଜ୍ୟ ସରକାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛି । ସେପଟେ ବିଜେପିର ଏହି ନ୍ୟାୟ ଯାତ୍ରାକୁ ଭୋଟ ରାଜନୀତି କହିଛି ବିଜେଡି ।

The post କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ନ୍ୟାୟ ଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ବୁଧେଶ୍ୱରୀ କଲୋନୀରେ ଅପରାଜିତାଙ୍କୁ କଡା ବିରୋଧ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ୪୩ ନମ୍ବର ୱାର୍ଡ ବୁଧେଶ୍ୱରୀ କଲୋନୀରେ ଅପରାଜିତା ବିରୋଧରେ ସମ୍ମୁଖୀନ ହୋଇଛନ୍ତି । ସୋମବାର ରାତିରେ ଅପରାଜିତା ଷଡଙ୍ଗୀ ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କ ପାଦ ୪୩ ନଂ ୱାର୍ଡରେ ପଡିନାହିଁ ।

ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ପୁଣି ଆସୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ବିକ୍ଷୋଭକାରୀ କହିଛନ୍ତି । ବିରୋଧ ପରେ ଜନସମ୍ପର୍କ ସମାବେଶର ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ ବିରୋଧ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦା ସାଂସଦ କହିଛନ୍ତି ଦୀର୍ଘ ୨ ଘଂଟା ଧରି ଲୋକେ ତାଙ୍କୁ ବନ୍ଦୀ କରି ରଖିଥିଲେ । ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଏଭଳି ବ୍ୟବହାର ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରୋତ୍ସାହନରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ ।

The post ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ବୁଧେଶ୍ୱରୀ କଲୋନୀରେ ଅପରାଜିତାଙ୍କୁ କଡା ବିରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ । ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ୍ କ୍ରାପ୍ଟ

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ, ଜାନୁଆରୀ ୬ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ କ୍ରାପ୍ଟ । ଆଦିତ୍ୟ ଏଲ ୱାନ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି, ଏବଂ ଏହା ଗୁରତ୍ୱପୂର୍ଣ୍ଣ ସମୟ ବୋଲି ସୋସିଆଲ ମିଡିଆ ଏକ୍ସ ଆକାଉଁଟରେ ସୂଚନା ଦେଇଛି ଇସ୍ରୋ । ଲାଗ୍ରେଞ୍ଜ ପଏଂଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୟ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାର ଗତିବିଧି ଉପରେ ନଜର ରହିଥିବା କହିଛି ଇସ୍ରୋ ।

ଆଦିତ୍ୟ ଏଲ ୱାନ ନିର୍ଦ୍ଧାରିତ ପକ୍ଷପଥରେ ସ୍ଥାପନ ହେବାକୁ ଏହାର ନାଭିଗେସନ ଏବଂ କଂଟ୍ରେଲେ ୟୂନିଟ ସଠିକ ଭାବେ କାମ କରିବାକୁ ପଡିବ । ସେପ୍ଟେମ୍ବର ୨, ୨୦୨୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଦିତ୍ୟ ଏଲ ୱାନକୁ ଉତକ୍ଷେପଣ କରାଯାଇଥିଲା । ବର୍ତମାନ ସୁଦ୍ଧା ଏହା ପାଖାପାଖି ୧୫ଲକ୍ଷ କିଲୋମିଟର ଅତିକ୍ରମ କରିସାରିଥିବା ବେଳେ ମିଶନ ସଫଳ ହେବା ନେଇ ଆଶା ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।

The post ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ । ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ୍ କ୍ରାପ୍ଟ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ପହଞ୍ଚିଲା ଫ୍ରାନ୍ସରେ ଅଟକ ଥିବା ବିମାନ । ମାନବ ଚାଲାଣ ନେଇ ସନ୍ଦେହ ଯୋଗୁଁ ଅଟକି ଥିଲା ବିମାନ ।

କନକ ବ୍ୟୁରୋ: ଭାରତ ପହଞ୍ଚିଲା ଭାରତୀୟଙ୍କୁ ନେଇ ଯାଉଥିବା ବେଳେ ଫ୍ରାନ୍ସରେ ଅଟକ ଥିବା ବିମାନ । ଆଜି ଭୋର ୪ଟା ବେଳେ ୨୭୬ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ । ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି ।
ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି ।

ସୂଚନା ଅନୁସାରେ ୩୦୩ଜଣ ଯାତ୍ରୀଙ୍କ ମଧ୍ୟରୁ ୨ନାବାଳକ ଓ ଅନ୍ୟ ୨୫ଜଣ ଯାତ୍ରୀ ଫ୍ରାନ୍ସରେ ଶରଣ ନେବାକୁ ଚାହିଁଥିଲେ । ତେବେ ସେଥିପାଇଁ ଏବେ ସେମାନେ ସେଠାରେ ଅଛନ୍ତି । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ବିମାନରେ ମାନବ ଚାଲାଣ ନେଇ ସନ୍ଦେହ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ଏହାସହ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ରୋମାନିଆ ଚାର୍ଟଡ କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସର ଏହି ବିମାନ ଉଡାଣ ଭରିବା ପରେ ଇନ୍ଧନ ଭର୍ତି କରିବା ପାଇଁ ଭେଟ୍ରୋ ବିମାନ ବନ୍ଦରରେ ଅବତରଣ କରିଥିଲା ।

ପ୍ୟାରିସର ସରକାରୀ ଓକିଲଙ୍କ କହିବା କଥା ହେଲା ମାନବ ଚାଲାଣ ନେଇ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ପରେ ବିମାନକୁ ଅଟକ ରଖାଯାଇ ଯାଂଚ କରାଗଲା । ଭାରତୀୟ କାଉନସିଲର ମଧ୍ୟ ଯାତ୍ରୀଙ୍କ ନିକଟରେ ପହଂଚିଥିଲେ । ଏହାରି ଭିତରେ ମାନବ ଚାଲାଣ ହେଉନଥିବା ପଚରଉଚରାରୁ ଜଣାପଡ଼ିବା ପରେ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିଛି ବିମାନ ।

The post ଭାରତ ପହଞ୍ଚିଲା ଫ୍ରାନ୍ସରେ ଅଟକ ଥିବା ବିମାନ । ମାନବ ଚାଲାଣ ନେଇ ସନ୍ଦେହ ଯୋଗୁଁ ଅଟକି ଥିଲା ବିମାନ । first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୧ରୁ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ ମ୍ୟାଚ୍ ।

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ସ୍ଥାନୀୟ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ଦୀର୍ଘ ମାସର ବ୍ୟବଧାନ ପରେ ଭାରତ ପୁଣିଥରେ ଟେଷ୍ଟ ଅଭିଯାନକୁ ଆରମ୍ଭ କରୁଥିବା ବେଳେ ଦଳକୁ ଫେରୁଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାହ ।

ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷା ବାଧକ ସାଜିବା ନେଇ ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ରୋହିତ ଶର୍ମାଙ୍କ ନେତୃତ୍ୱରେ ସନ୍ତୁଳିତ ଦଳ ପଡିଆକୁ ଓହ୍ଲାଉଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ୩୧ବର୍ଷର କ୍ରିକେଟ ଇତିହାସରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିନାହିଁ । ବିଶ୍ୱକପ ପରେ ଅଧିନାୟକ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଉଥିବା ବେଳେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି । ଶେଷଥର ପାଇଁ ୨୦୨୧-୨୨ ବର୍ଷରେ ଭାରତ ପ୍ରଥମ ମ୍ୟାଚ ୧୧୩ ରନରେ ଜିତିଥିଲେ ବି ପରବର୍ତି ୨ଟି ମ୍ୟାଚରେ ପରାଜୟ ସହିତ ସିରିଜ ହାତଛଡା କରିଥିଲା ।

The post ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୧ରୁ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ ମ୍ୟାଚ୍ । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଅମ୍ବାପାଲି ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । କଳାକାରଙ୍କୁ କରାଗଲା ବରଣ ।

କନକ ବ୍ୟୁରୋ: ଜାନୁଆରୀ ୧୫ରୁ ବରଗଡ଼ରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗୋପପୁର ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।

ଭଜନ ଓ ସଙ୍କୀର୍ତନର ତାଳେ ତାଳେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିବା ସହ ଅତିଥି ମାନଙ୍କ ଗହଣରେ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏଥି ସହିତ ଧନୁଯାତ୍ରାରେ କୃଷ୍ଣ, ବଳାରାମ, ବାସୁଦେବ, ଦେବକୀ, କଂସ ଇତ୍ୟାଦି ଭୂମିକାରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବରଣ କରିଛି ଗୋପପୁର ଯାତ୍ରା କମିଟି । ପରମ୍ପରା ଅନୁଯାୟୀ ଶୁଭସ୍ତମ୍ଭ ସ୍ଥାପନା ପରେ ଅମ୍ବାପାଲି ଗାଁ ଗୋପପୁରରେ ପରିଣତ ହେବା ପରେ ଲୋକଙ୍କ ମନରେ ଧନୁଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

The post ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଅମ୍ବାପାଲି ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । କଳାକାରଙ୍କୁ କରାଗଲା ବରଣ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ । ପୁରୀ ଏସପିଙ୍କ ଅଧିନରେ କାମ କରିବେ ୧୧୯୦ଜଣ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ହେବ । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ବାଟାଲିୟନର ଫୋକସରେ ରହିବ ।

କୋଭିଡ ପରେ ପ୍ରତିଦିନ ପୁରୀକୁ ୫୦ ହଜାର ଭକ୍ତ ଆସୁଛନ୍ତି । ସପ୍ତାହର ଶେଷ ଦିନ ଓ ବିିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଭକ୍ତଙ୍କ ସମାଗମ ବଢିବ । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧ ଶହ ୯୦ ଜଣ ସୁରକ୍ଷାକର୍ମୀ ରହିବେ । ପୁରୀ ଏସପିଙ୍କ ନିୟନ୍ତ୍ରଣ ଓ ନିର୍ଦ୍ଦେଶରେ ଏହି ବାଟାଲିୟନ କାମ କରିବ ।

ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଦେବା ସହ ଭିଡ ନିୟନ୍ତ୍ରଣ ପାଇଁ ବାଟାଲିୟନର ନିୟୋଜିତ ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯିବ । ସମସ୍ତ ଷ୍ଟେକହୋଲଡରଙ୍କ ସହ ଆଲୋଚନା ପରେ ଫାଇଭ-ଟି ଅଧ୍ୟକ୍ଷ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସିକ୍ୟୁରିଟି ବାଟାଲିୟନ ପାଇଁ ଅନୁମୋଦନ ଦେଇଛନ୍ତି । ସ୍ୱତନ୍ତ୍ର ବାଟାଲିୟନ ହେଲେ ଭିଡରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

The post ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ । ପୁରୀ ଏସପିଙ୍କ ଅଧିନରେ କାମ କରିବେ ୧୧୯୦ଜଣ ସୁରକ୍ଷାକର୍ମୀ । first appeared on Kanak News.

from Kanak News
via <a href="https://ifttt.com/?

୩ ଅପରାଧିକ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ଭାରତୀୟ ନ୍ୟାୟ ସଂହିତା ସହ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ।

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ମୋହର ବାଜିଲା, ଆଇନରେ ପରିଣତ ହେଲା ୩ ଅପରାଧିକ ବିଲ୍ । ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ୩ଟି ବିଲ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ବଦଳରେ ଏବେଠୁ ନୂଆ ଆଇନ କାର୍ଯ୍ୟକାରୀ ହେବ । ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଏହି ୩ଟି ଆଇନକୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିଥିଲେ କେନ୍ଦ୍ର ସରକାର ।

ଲୋକସଭାରେ ଏହି ବିଲ୍ ଉପରେ ବିତର୍କର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ଏହି ଆଇନ ଗୁଡିକ ପ୍ରସ୍ତୁତ କରାଯାଇଛି । ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ୩ଟି ଆଇନ ମାନବିକରଣ କରାଯିବା ସହ ଏଥିରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

The post ୩ ଅପରାଧିକ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ଭାରତୀୟ ନ୍ୟାୟ ସଂହିତା ସହ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ । first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ‘ଜେଏନ.୧’ । ୨୪ ଘଣ୍ଟାରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୨୮ ନୂଆ ସଂକ୍ରମଣ ସହ କୋରୋନାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ପାର କରିଛି । କର୍ଣ୍ଣାଟକରେ ୩ଜଣ ଏବଂ କେରଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି । କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନରେ କର୍ଣ୍ଣାଟକର ୩୪, ଗୋଆର ୩୪, ମହାରାଷ୍ଟ୍ରର ୯ଟି ମିଶାଇ ମୋଟ ୮୯ଟି ମାମଲା ଚିହ୍ନଟ କରାଯାଇଛି । ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

The post ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ‘ଜେଏନ.୧’ । ୨୪ ଘଣ୍ଟାରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବଡ ପ୍ରସ୍ତୁତି । ଆଜି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ । ପ୍ରଥମେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ, ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଗାଡି ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ପ୍ରଥମ ଟିମ ଖଲ୍ଲିକୋଟ ଓ କୋଦଳା ଅଂଚଳକୁ ପ୍ରଥମେ ଯାତ୍ରା କରିବେ । ଅନ୍ୟ ଟିମ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଂଜ, ଯାଜପୁର ଭଦ୍ରକ, ବାଲେଶ୍ୱର , ଢେଙ୍କାନାଳ, ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ବଲାଙ୍ଗୀର, ଦାରୁକ୍ଷେତ୍ର ପୁରୀ, କାକଟପୁର ଗସ୍ତରେ ଯାଇ ନିମନ୍ତ୍ରଣ କରିବେ ।

ସେହିପରି ରାଜ୍ୟ ବାହାରର ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତିରୁପତି ବାଲାଜୀ, କାଂଚିପୁରମ କାମାକ୍ଷୀ ଦେବୀ, ରାମେଶ୍ୱରମ, ବଦ୍ରୀନାଥ , କେଦାରନାଥ, ଉତ୍ତରକାଶୀ, ଯୋଶୀମଠ , ଦ୍ୱାରିକାଧୀଶ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଷ୍ଣୋ ଦେବୀ, ମଦୁରାଇ, ମହାକାଳେଶ୍ୱର, ଚାମୁଣ୍ଡେଶ୍ୱରୀ ଭଳି ପ୍ରସିଦ୍ଧ ପୀଠକୁ ଗସ୍ତ କରି ପୁରୀକୁ ଆମନ୍ତ୍ରଣ କରାଯିବ । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବଡ ପ୍ରସ୍ତୁତି । ଆଜି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started