୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ।କଟକରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ।

କନକ ବ୍ୟୁରୋ: ୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ । ପ୍ରତି ନିର୍ବାଚନ ମଣ୍ଡଳୀ ପୌରାଞ୍ଚଳ-ପଞ୍ଚାୟତ ସ୍ତରରେ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମନ ବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ହେଉଛି ।

ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀ ମାନେ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହେବେ । କଟକ ଆନନ୍ଦଭବନରୁ ସାଇକେଲ ଶୋଭାଯାତ୍ରା ବାହାରି ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଦଳର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ମେଗା ରକ୍ତଦାନ ଶିବିରର ଅୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀ ମାନଙ୍କୁ ସମ୍ବୋଧନ କରିବା ସହ ନବୀନ ଓଡ଼ିଶା ଗଠନ ନେଇ ଶପଥ ପାଠ କରାଇବେ । ଏନେଇ ଦଳ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀ ମାନେ ଶପଥ ନେବେ । ସେହିପରି ଦଳର ପ୍ରତିଷ୍ଠା ଦିବସ ଅବସରରେ ନିର୍ବାଚନ ମଣ୍ଡଳୀ-ପୌରାଚଂଳ ଏବଂ ପଂଚାୟତରେ ଦଳ ପକ୍ଷରୁ ଗଣଦୌଡ, ସଭା, ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ୨୦୨୪ ନିର୍ବାଚନକୁ ହାତ ଗଣତି କେଇଟା ମାସ ବାକି ଥିବା ବେଳେ ଭୋଟରଙ୍କ ନିକଟତର ହେବାକୁ ଦଳର ପ୍ରତିଷ୍ଠା ଦିବସକୁ ପ୍ରଭାବୀ ଢଙ୍ଗରେ ପାଳୁଛି ବିଜୁ ଜନତା ଦଳ ।

The post ୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ।କଟକରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା ଚର୍ଚ୍ଚା ।

କନକ ବ୍ୟୁରୋ: ପାଣ୍ଡ୍ୟାଙ୍କ ପାଇଁ ବଡ ଡିଲ୍ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ୧୦୦କୋଟି ଟଙ୍କା ପ୍ରଦାନ କରିଛି । ଚର୍ଚ୍ଚା ହେଉଛି ଏହି ଅଫର ପାଇବା ପରେ ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି । ଏହି ଷ୍ଟାର ଅଲ ରାଉଣ୍ଡର ମୁମ୍ବାଇକୁ ଆସିବା କ୍ଷଣି ଦଳରେ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥରର ଆଇପିଏଲ ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଯାହା କ୍ରିକେଟ ପ୍ରେମୀ ବିଶେଷ କରି ରୋହିତଙ୍କ ଫ୍ୟାନଙ୍କୁ ବଡ ଝଟକା ଦେଇଥିଲା । ଏପରିକି ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆ ଫଲୋୟର ମଧ୍ୟ ବେଶ କମିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଦଳକୁ ପ୍ରଥମ ସଂସ୍କରଣରେ ବିଜେତା କରିଥିବା ବେଳେ ପୂର୍ବବର୍ଷ ଦଳକୁ ଫାଇନାଲ ରେ ପହଞ୍ଚାଇଥିଲେ । ତେବେ ମୁମ୍ବାଇର ଏହି ନିଷ୍ପତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏମଆଇ ଫ୍ୟାନ୍ସ । କେଉଁଠି ଏମଆଇର ଜର୍ସି ପୋଡାଯିବାର ଚିତ୍ର ଆସୁଛି ତ ଆଉ କେଉଁଠି ପାଣ୍ଡ୍ୟାଙ୍କୁ ଫ୍ୟାନ୍ସମାନେ ଚିଡାଇବାରେ ଭିଡିଓ ଭାଈରାଲ ହେଉଛି । ସୂଚନା ମୁତାବକ ପାଣ୍ଡ୍ୟା ଆହତ ସମସ୍ୟାରୁ ଫେରିଛନ୍ତି ଏବଂ ଚଳିତ ବର୍ଷ ଆଇପିଏଲ ମଧ୍ୟ ନଜର ଆସିବେ ।

The post ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ । 

କନକ ବ୍ୟୁରୋ: ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ଫଳରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି । ରବିବାର ବିଳମ୍ବିତ ରାତିରେ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଏକ ବିବୃତି ଜାରି କରି କହିଛି, ରବିବାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି, ଯେଉଁଥିରେ୭୦ ଜଣଙ୍କ ମୃତ୍ୟୁ ହୋଇଛି । ଆକାଶମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି । କ୍ରମାଗତ ଇସ୍ରାଏଲର ଆକ୍ରମଣ ଯୋଗୁଁ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଏୟାରଷ୍ଟ୍ରାଇକ୍ ନେଇ ଇସ୍ରାଏଲ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

The post ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ।  first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ

କନକ ବ୍ୟୁରୋ: ସଜେଇ ହେଉଛି ଅଯୋଧ୍ୟା । ବିମାନବନ୍ଦରଠୁ ବସଷ୍ଟାଣ୍ଡ ସହ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ । ଦେଶବିଦେଶରୁ ଛୁଟୁଛି ଉପହାର ଓ ଦାନର ସୁଅ । ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଶେଷ ପର୍ଯ୍ୟାୟରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାମ ସରିଛି । ସେପଟେ ମହାରାଷ୍ଟ୍ରରୁ ଆସୁଛି ସୁନା ଖଚିତ ୧୪ଟି ଦାମୀ କବାଟ ।

ଆଉ କିଛି ଦିନର ଅପେକ୍ଷା । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଳଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏନେଇ ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଗୋଟେ ପଟେ ମନ୍ଦିରର ପ୍ରଥମ ମହଲା କାମ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବାବେଳେ ଅନ୍ୟପଟେ ସାରା ସହରକୁ ନୂଆ ବୋହୁ ପରି ସଜା ଯାଉଛି । ଅଯୋଧ୍ୟାରେ ପହଁଚିବେ ଅନେକ ଭିଆଇପି ଓ ଭିଭିଆଇପି ଅତିଥି ଓ ଶ୍ରଦ୍ଧାଳୁ । ତେଣୁ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ କରାଯାଇଛି । ଏହାର ନା ରହିଛି ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଅର୍ନ୍ତଜାତୀୟ ବିମାନବନ୍ଦର । ତେବେ ଉଡାଣ ପୂର୍ବରୁ ଟ୍ରାଏଲ ରନ ସଫଳ ହୋଇଛି । ସେହିପରି ରେଳଷ୍ଟେସନ ଗୁଡିକୁ ପୁର୍ନନିର୍ମାଣ କରାଯିବ ସହ ହିନ୍ଦୁ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଚିତ୍ର ଆକାରରେ ସ୍ଥାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୩୦ରେ ଉଭୟ ବିମାନବନ୍ଦର ଓ ରେଳଷ୍ଟେସନ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ସେପଟେ ଭବ୍ୟ ମନ୍ଦିରରେ ଲାଗିବ ମହାରାଷ୍ଟ୍ରରୁ ଆସିବାକ ଥିବା ଧାତୁ ଓ ସୁନାର ଖଚିତ କବାଟ । ସୂଚନା ଅନୁସାରେ ୧୪ଟି ଦାମୀ କବାଟ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର କୁଶଳୀ କାରିଗର । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦେଶ ବିଦେଶରୁ ଦାନ ଓ ଉପହାରର ସୁଅ ଛୁଟୁଛି । କିଏ ଅର୍ଥ ଆକାରରେ ଦାନ ଦେଉଛି ତ ପୁଣି କିଏ ସୁନା ରୁପା ଗହଣା ଅଳଙ୍କା ପଠାଉଛି । ମିଳିଥିବା ସୂଚନା ଅନୁସାରେ ନେପାଳ ଜନକପୁରରୁ ୩ହଜାର କୁଇଁଟାଲ ଚାଉଳ ଓ ୧୧୦ ଥାଳି ଭର୍ତି ମିଠା ଉପହାର ଭାବେ ପହଁଚିଛି ।

ରହଣୀ, ଖାଦ୍ୟପାନୀୟ, ଚିକିତ୍ସା, ଶୌଚାଳୟ ସହ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯାଇଛି । ସେପଟେ ହୋଟେଲ ଗୁଡିକର ପ୍ରି-ବୁକିଂ ବନ୍ଦ କରିଛନ୍ତି ରାଜ୍ୟ ସରକାର । କାରଣ ଏଠାରେ ଆମନ୍ତ୍ରିତ ଅତିଥି ରହିବେ । ଜାନୁଆରୀ ପ୍ରଥମ ସପ୍ତାହର ପ୍ରାଣପ୍ରତିଷ୍ଠ ଉତ୍ସବ ପାଇଁ ୪ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୩ ତାରିଖଠୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ବହୁ ପ୍ରତିକ୍ଷିତ ଦିନକୁ ଚାତକ ପରି ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

ଉତ୍ସବକୁ ଅଧିକ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲେଜରଲାଇଟ ଶୋ ପ୍ରଦର୍ଶନ କରାଯିବ । ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଓ ଭିଆଇପି ଏବଂ ଭିଭିଆଇପି ଅତିଥିଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି ।ରାଜନୀତି, ଶିଳ୍ପପତି, କଳାକାରଙ୍କ ସହ ଅନେକ ଜଣାଶୁଣା ତଥା ବିଶିଷ୍ଠ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

The post ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ first appeared on Kanak News.

from Kanak News
via <a href="https://ifttt.com/?

ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠ ଅବତରଣ ପରେ ଧୁମଧାମରେ ବଡଦିନ ପାଳିଲେ ଖ୍ରୀଷ୍ଟାଧର୍ମାବଲମ୍ବୀ

କନକ ବ୍ୟୁରୋ: ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ । ଏଥିପାଇଁ ଚଂଳଚଂଚଳ ହୋଇପଡିଛି ପୁରା ଦେଶ । ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଚର୍ଚ୍ଚରେ ଏଥିପାଇଁ ଲାଗିଛି ପ୍ରବଳ ଗହଳି । ସୁନ୍ଦର ଆଲୋକମାଳାରେ ଚର୍ଚ୍ଚଗୁଡିକୁ ସଜ୍ଜା ଯାଇଥିବା ବେଳେ ସାଂଟାମାନେ ଚର୍ଚ୍ଚରେ ବୁଲୁଥିବାର ଦୃଶ୍ୟ ମନ ମୋହୁଛି ।

ବିଦେଶରେ ବି ବଡ ଦିନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ନେପାଳରେ ବଡଦିନ ପାଇଁ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଚର୍ଚ୍ଚରେ ଏନ୍ତୁଡିଶାଳା ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତାନ୍ତଙ୍କୁ ବ୍ୟାଖା କରାଯାଇଛି । ବଡଦିନ ଅବସରରେ ଉତ୍ସବମୁଖର ହୋଇଛି ଜାମ୍ମୁକାଶ୍ମୀରରେ ଥିବା ଉଧମପୁରର ୟୁନିଅନ୍ ଚର୍ଚ୍ଚ । ସୁନ୍ଦର ଆଲୋକମାଳା ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ମନ ମୋହୁଛି । ସେହିପରି ଦିଲ୍ଲୀ ନର୍ଥ କାଥୋଲିକ୍ ଚର୍ଚ୍ଚରେ ବି ଲାଗିଛି ପ୍ରବଳ ଗହଳି ଲାଗିଛି । ତାମିଲନାଡୁ ଉଟିର ବିଭିନ୍ନ ଚର୍ଚ୍ଚରେ ବି ଭିଡ ଦେଖିବାକୁ ମିଳିଛି ।

ସାରା ଦେଶରେ ଖ୍ରୀଷ୍ଟମାସକୁ ନେଇ ଉତ୍ସବ ପାଳନ ହେଉଥିବା ବେଳେ ଦିଲ୍ଲୀର କ୍ୟାଥୋଲିକ୍ ଚର୍ଚ୍ଚରେ ବେଶ୍ ଧୁମଧାମ୍ରେ ବଡ଼ଦିନ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ରାତିରେ କ୍ୟାଣ୍ଡଲ ଲାଇଟରେ ପ୍ରଭୁ ଯିଶୁଙ୍କୁ ସ୍ୱାଗତ କରିଛନ୍ତି ଲୋକେ । କେଥୋଲିକ୍ ଚର୍ଚ୍ଚରେ ପହଂଚି ପ୍ରାର୍ଥନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା । ନଡ୍ଡାଙ୍କ ସହ ଦଳର ଅନେକ କର୍ମୀ ବି ଚର୍ଚ୍ଚରେ ପହଂଚି ପ୍ରାର୍ଥନା କରିଛନ୍ତି । ସେହିପରି କୁନି କୁନି ପିଲାଙ୍କ ସହ ବଡ ଦିନ ପାଳିଛନ୍ତି ଦିଲ୍ଲୀର ନଗର ଉନ୍ନୟନ ମନ୍ତ୍ରୀ ସୌରଭ ଭରଦ୍ୱାଜ । ସେ ପିଲାଙ୍କୁ ମିଠା ଓ ଗ୍ରୀପ୍ଟ ଉପହାରରେ ଦେଇଛନ୍ତି ଖୁସି ବାଂଟିଛନ୍ତି ।

ଖ୍ରୀଷ୍ଟମାସ୍ ଅବସରରେ ଦିଲ୍ଲୀର ସେକ୍ରେଡ ହାର୍ଟ କ୍ୟାଥେଡ୍ରଲ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଇଛି । ଲୋକମାନେ ପ୍ରଭୁ ଯୀଶୁଙ୍କ ସାମ୍ନାରେ ମହମବତୀ ଜାଳି ଦିନକୁ ସ୍ୱତନ୍ତ୍ର ଭାବେ ପାଳିଛନ୍ତି । ଚର୍ଚକୁ ଭଳିକି ଭଳି ରଙ୍ଗବେରଙ୍ଗର ଆଲୁଅରେ ସଜାଯାଇଥିବାର ଚିତ୍ର ସାମନାକୁ ଆସିଛି । ଛୋଟ ଛୋଟ ପିଲାମାନେ ସଂଟା କ୍ଲଜ୍ ପୋଷାକ ପିନ୍ଧି କ୍ରିସମାସ୍ ଉତ୍ସବ ମନାଇଛନ୍ତି ଏବଂ ପରସ୍ପରକୁ ଖ୍ରିଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।

The post ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠ ଅବତରଣ ପରେ ଧୁମଧାମରେ ବଡଦିନ ପାଳିଲେ ଖ୍ରୀଷ୍ଟାଧର୍ମାବଲମ୍ବୀ first appeared on Kanak News.

from Kanak News
via <a href="https://ifttt.com/?

ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ

କନକ ବ୍ୟୁରୋ: ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ ସଜାଗ ସେନା ଓ ଜମ୍ମୁକଶ୍ମୀର ପୁଲିସ । ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ କାଶ୍ମୀରର କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ରାଜ୍ୟ ବାହାରକୁ ଆସୁଥିବା ଯାନବାହନକୁ ଚେକ ପୋଷ୍ଟରେ ଚେକିଂ କରାଯାଉଛି । ସେପଟେ ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି । ଅନ୍ୟପଟେ ୪ଜଣ ସାଧାରଣ ନାଗରିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିବାପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିିସହ ମାମଲାର ତଦନ୍ତ ପାଇଁ କୋର୍ଟ୍ ଅଫ ଇନକ୍ୱାରିର ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ସେନାର ରିପୋର୍ଟ ଅନୁସାରେ ଚଳିତବର୍ଷ ଡିସେମ୍ବର ୨୫ ତାରିଖ ସୁଦ୍ଧା ୩୧ଜଣ ଯବାନ ସହିଦ ହୋଇଛନ୍ତି ।

The post ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ first appeared on Kanak News.

from Kanak News
via <a href="https://ifttt.com/?

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ଲାଗୁନି କରୋନା ସଂକ୍ରମଣରେ ରୋକ । ୨୪ଘଂଟାରେ ୬୨୮ ରୋଗୀଚିହ୍ନଟ ସହ ଜଣଙ୍କ ମୃତ୍ୟୁ ଚିନ୍ତାକୁ ବଢ଼ାଉଛି । ୧୭ ରାଜ୍ୟ ମଧ୍ୟର କେରଳ ଓ କର୍ଣ୍ଣାଟକରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିକର ଖବର ହେଉଛି କି ସୁସ୍ଥ ହାର ୯୮.୯୧% ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ଏବଂ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।

ଡିସେମ୍ବର ୨ୟ ସପ୍ତାହରେ କେରଳରୁ କରୋନାର ନୂଆ ଭାଇରସ ଜେଏନ ଡଟ ୱାନ ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ଖବର ଯେତିକି ଭୟ ବଢାଇଥିଲା ଏବେ ତାଠୁ ବେଶ ଅଧିକ ଚିନ୍ତା ବଢ଼ାଇଛି ଏହାର ଦ୍ରୁତ ସଂକ୍ରମଣ । ଯେଉଁଠି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହୁଥିଲା କିଛି ଦିନ ଭିତରେ ଏହା ୪ହଜାର ପାର କରିଛି ।

ଡରାଉଛି କରୋନାର ନୂଆ ଭୂତାଣୁ
-୨୪ ଘଂଟା ଭିତରେ ଦେଶରୁ ୬୨୮ ରୋଗୀ ଚିହ୍ନଟ
-କେରଳରେ ୧୨୮ ସଂକ୍ରମିତ ଚିହ୍ନଟ
-କେରଳରେ ଜଣଙ୍କ ମୃତ୍ୟୁ
-ମହାରାଷ୍ଟ୍ରରୁ ୫ଜଣ ନୂଆ ରୋଗୀ ଚିହ୍ନଟ
-କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ୨୦୦% ବୃଦ୍ଧି
-ସୁସ୍ଥ ହାର ୯୮.୯୧% ରହିବା ଏକ ପ୍ରକାର ଆଶ୍ୱସ୍ତି

ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଚିକିତ୍ସ ଡକ୍ଟର ରଣଦୀପ ଗୁଲେରିଆଙ୍କ ମତରେ ଯଦିଓ ଜେଏନ ଡଟ ୱାନ ବେଶ ଦ୍ରୁତ ସଂକ୍ରମଣ କରୁଛି ତଥାପି ଏହା ବର୍ତ୍ତମାନ ଘାତକ ସାବ୍ୟସ୍ତ ହୋଇନି । ଏହାକୁ ମାଇଲ୍ଡ ଭାଇରସ କୁହାଯାଏ । ଅଧିକାଂଶ ସଂକ୍ରମିତ ଘରେ ରହି ସୁସ୍ଥ ହେଉଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା କମ ରହିଛି ।

ଇନସାକଗର ଅଧ୍ୟକ୍ଷ ଡକ୍ଟର ଏନକେ ଆରୋଡାଙ୍କ ମତରେ ନୂଆ ଭୂତାଣୁଠୁ ଭୟଭୀତ କାରଣ ନାହିଁ । ପୂର୍ବ ଭୂତାଣୁ ପରି ନୂଆ ଭୂତାଣୁ ସଂକ୍ରମିତଙ୍କ ନିକଟେରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା କମ ରହିଛି ତଥାପି ସତର୍କ ରହିବା ଜରୁରୀ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ଭ୍ୟାକ୍ସିସିନ ଓ ବୁଷ୍ଟର ଡୋଜ ନୂଆ ଭୁତାଣୁ ସହ ଲଢ଼ିବାରେ ବେଶ ସହାୟକ ହେବ । ସେପଟେ ଜେଏନ ଡଟ ୱାନ ପାଇଁ ନୂଆ ଟିକା ତିଆରି ପାଇଁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ କମ୍ପାନୀ ପକ୍ଷରୁ ଲାଇସେନ୍ସ ଆବେଦନ କରାଯାଇଥିବା ସୁଚନା ମିଳିଛି ।

The post କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ଇଣ୍ଡିଆ ମେଂଟରେ ଫାଟ୍!

କନକ ବ୍ୟୁରୋ: ବୟାନ ପାଇଁ ଇଣ୍ଡିଆ ମେଂଟରେ ଫାଟ । ବୟାନକୁ ନେଇ ମେଂଟର ଦୁଇ ସଦସ୍ୟ ଜେଡିୟୁୁ ଓ ଡିଏମକେ ମତଭେଦ ଦେଖାଦେଇଛି । ନିକଟରେ ଡିଏମକେ ସାଂସଦ ଦୟାନିଧି ମାରନ ଉତରପ୍ରଦେଶ, ବିହାର ତଥା ହିନ୍ଦୀଭାଷୀ ରାଜ୍ୟର ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ମାରନ କହିଥିଲେ ବିହାର ଓ ୟୁପି ବାସିନ୍ଦା ଠିକ ସେ ହିନ୍ଦୀ କହି ଜାଣନ୍ତି ନାହିଁ । ତେଣୁ ଦକ୍ଷିଣ ଭାରତରେ କେବଳ କରନ୍ତି ଶ୍ରମିକ ଓ ଶୌଚାଳୟ ସଫା କାମ କରନ୍ତି । ଯେଉଁମାନେ ଇଂରାଜୀ କହି ଜାଣନ୍ତି ସେମାନେ କେବଳ ଉଚ୍ଚପଦରେ କାମ ପାଇଁ ସୁଯୋଗ ପାଆନ୍ତି । ବିଜେପି ଓ ବିଆରଏସ ମଧ୍ୟ ଡିଏମକେ ସାଂସଦଙ୍କ ବୟାନକୁ କଡ଼ା ନିନ୍ଦା କରିଛି ।

ଡିଏମକେର ବରିଷ୍ଠ ନେତା ଦୟାନିଧି ମାରନଙ୍କ ବୟାନକୁ ନେଇ ତେଜିଛି ବିବାଦ । ନିକଟରେ ଏକ କାର୍ଯ୍ୟକ୍ରମରେ ମାରନ କହିଥିଲେ ଯେ ବିହାର-ଉତରପ୍ରଦେଶର ଲୋକମାନେ ପ୍ରକୃତରେ ଭଲ ହିନ୍ଦୀ କହି ଜାଣନ୍ତି ନାହିଁ । ଯେଉଁମାନେ ଇରାଂଜୀ ଜାଣନ୍ତି ସେମାନେ ବଡ ଓ ପ୍ରତିଷ୍ଠିତ କମ୍ପାନୀ ଚାକିରି ସୁଯୋଗ ପାଆନ୍ତି । ଦକ୍ଷିଣ ଭାରତ ରାଜ୍ୟକୁ ଆସି ସେମାନେ କେବଳ ଶୌଚଳାୟ ସଫା କରନ୍ତି କିମ୍ବା ଶ୍ରମିକଭାବେ କାମ କରନ୍ତି । କେବଳ ଉତରପ୍ରଦେଶ ଓ ବିହାର ନୁହେଁ ଉତରଭାରତ ରାଜ୍ୟର ଅଧିକାଂଶ ଲୋକଙ୍କ ସ୍ଥିତି ଦକ୍ଷିଣଭାରତ ରାଜ୍ୟରେ ସମାନ ରହିଛି

ଜଣେ ସାଂସଦଭାବେ ମାରନଙ୍କ ଏହି ବୟାୟନକୁ ଘୋର ବିରୋଧ କରାଯାଇଛି । ବିଜେପି, ଆରଜେଡି ଓ ଉତର-ପୂର୍ବ-ପଶ୍ଚିମ ଭାରତର ଅନେକ ଆଂଚଳିକ ଦଳମ।।ନଙ୍କ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇଣ୍ଡିଆମେଂଟର ସହଯୋଗୀ ଦଳ ଜେଡିୟୁ ମଧ୍ୟ ଡିଏମକେ ନେତାଙ୍କ ବୟାନକୁ ବିରୋଧ କରିଛି ।

ସେପଟେ ଘଟଣାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଆରଏସ ସାଂସଦ କେ,କବିତା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ ପଚାରି ବିଆରଏସ ନେତ୍ରୀ ପ୍ରମାଣ ମାଗିଛନ୍ତି । ଇଣ୍ଡିଆ ମେଂଟର ସଦସ୍ୟ ଦଳ ହେଉଛି ଡିଏମକେ । ତେଣୁ ମାରନଙ୍କ ବୟାନ ଉପରେ ଜବାବ ରଖୁ କଂଗ୍ରେସ । ରାହୁଲ ହିନ୍ଦୁ ଓ ହିନ୍ଦୀଭାଷୀ ରାଜ୍ୟଗୁଡିକ ବିରୋଧ କରୁନଥିବା କଥା ପ୍ରମାଣ କରନ୍ତୁ ।

ଫାଭିଓ-ତେବେ ହିନ୍ଦୀ ଭାଷା, ସନାତନ ଧର୍ମକୁ ନେଇ ମାରନ ପ୍ରଥମ ଡିଏମକେ ନେତା ନୁହଁନ୍ତି ଯିଏ ବିବାଦୀୟ ବୟାନ ଦେଇଛନ୍ତି । ନିକଟରେ ଡିଏମକେ ସାଂସଦ ସେନ୍ଥିଲ କୁମାର କହିଥିଲେ ବିଜେପି କେବଳ ହିନ୍ଦୀ ଭାଷୀ ରାଜ୍ୟରେ ଜିତୁଛି । ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପି ଏଟ୍ରିଂ କରିପାରିବ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ ଦକ୍ଷିଣ ଭାରତ ରାଜ୍ୟରେ ଜୋରଜବରଦସ୍ତି ହିନ୍ଦୀ ଭାଷାକୁ ଲଦାଯାଉଛି । ଏହାକୁ ସ୍ୱିକାର କରାଯିବ ନାହିଁ । ହିନ୍ଦୀଭାଷାର ଗୋଲାମୀ କରିବୁ ନାହିଁ ।

ସନାତନ ଧର୍ମ ବିରୋଧରେ ଆପତିଜନ ବୟାନ ଦେଇ ପୂର୍ବରୁ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବିବାଦ ଭିତରେ ଫସିଥିଲେ । ଏପରିକି ତାଙ୍କ ବିରୋଧରେ ମାମଲା ରୁଜୁ ସହ ହିନ୍ଦୁ ସଂଗଠନ ସାରା ଦେଶରେ ପ୍ରଦର୍ଶନ କରିଥିଲେ । ତାମିଲନାଡୁରେ ହିନ୍ଦୀ ଭାଷକୁ ବିରୋଧ କରାଯିବା ଇତିହାସ ପ୍ରାୟ ୮୮ବର୍ଷ ପୁରୁଣା । ଏଠାକାର ସରକାରୀ ବିଦ୍ୟାଳୟରେ ହିନ୍ଦୀ ପାଠକୁ ସ୍ଥାନ ଦିଆଯାଏନି । ହିନ୍ଦୀକୁ ତୃତୀୟ ବିକଳ୍ପ ଭାଷା ଭାବେ ରଖିଛନ୍ତି ରାଜ୍ୟ ସରକାର ।

The post ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ଇଣ୍ଡିଆ ମେଂଟରେ ଫାଟ୍! first appeared on Kanak News.

from Kanak News
via <a href="https://ifttt.com/?

କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ପ୍ରଘଟ ହୋଇଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ନାଁ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡା । ଏ ହେଉଛି ସେଇ ରାକ୍ଷାସ, ଯିଏ ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରିଥିଲା । ଆଉ କାଳେ ତାହା ପ୍ରଘଟ ହୋଇଯିବ, ସେଇ ଭୟରେ ନାବାଳକ ଛାତ୍ରକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ଘରୁ ଚାଲି ଆସିଥିବା ନାବାଳକର ଅସହାୟତାର ଫାଇଦା ନେବାକୁ ଉଦ୍ୟମ କରିଥିଲା ଏହି ରାକ୍ଷାସ । ହେଲେ ଏଥିରେ ଛାତ୍ର ଜଣକ ରାଜି ନହେବାରୁ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ବାବୁଲା ।

  • କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍
  • ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ
  • ପ୍ରଘଟ ହୋଇଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ

ସୂଚନା ଅନୁସାରେ, ଷଷ୍ଠ ଶ୍ରେଣୀରେ ପଢୁଥିବା ସଂପୃକ୍ତ ଛାତ୍ର ଷାଣ୍ମାସିକ ପରୀକ୍ଷାରେ ଆଶାନୁରୂପକ ଫଳ ପାଇନଥିଲେ । ହେଲେ ପ୍ରୋଗ୍ରେସିପ୍ ରିପୋର୍ଟରେ ଅଭିଭାବକଙ୍କ ଦସ୍ତଖତ କରିବାକୁ ନେଇ ଚାପରେ ଥିଲେ । ଏଥିରେ ଚିନ୍ତାଗ୍ରସ୍ତ ହୋଇ ଘରୁ କୁଆଡେ ଚାଲିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡା, ନାବାଳକଙ୍କୁ ଅପ୍ର୍ରାକୃତିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇଥିଲା । ହେଲେ ଏଥିରେ ଛାତ୍ର ଜଣକ ରାଜି ନହେବାର ପ୍ରଥମେ ଏକ କାଠଫାଳିଆରେ ଆକ୍ରମଣ କରିଥିଲା ।

ଆକ୍ରମଣରେ ଛାତ୍ର ଜଣକ ଅଚେତ ହୋଇଯିବା ପରେ ଧାରୁଆ ଅସ୍ତ୍ରରେ ବେକରେ ଆଘାତ ଦେଇଥିଲା । ପରେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଏକ ନିଛାଟିଆ ଜାଗାକୁ ପିଙ୍ଗି ଦେଇଥିଲା । ତେବେ ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ପୁରା ଘଟଣା ପର୍ଦ୍ଦଫାସ କରିଛି ପୁଲିସ୍ ।

The post କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ପ୍ରଘଟ ହୋଇଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା । ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ଏପଟେ, କଂଗ୍ରେସ ଖୋଲିନି କାର୍ଡ ।

କନକ ବ୍ୟୁରୋ: ସିଏ କ୍ରିକେଟ ହେଉ ବା ବ୍ୟାଡମିଣ୍ଟନ ଖେଳ, ଜନତାଙ୍କ ପାଖକୁ ନେତା ଆସି ଖେଳିଲେ, ଏଥିରେ ରାଜନୀତିର ବାସ୍ନା ବାରିବା ହୁଏତ ସ୍ୱାଭାବିକ୍ । ନିର୍ବାଚନକୁ ଆହୁରି କିଛି ମାସ ବାକି ଅଛି । ନା’ ତାରିଖ ଘୋଷଣା ହୋଇଛି, ନା’ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । କିନ୍ତୁ ତା’ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା ।

  • ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା?
  • ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ !

ହୁଏତ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆପଣ, ପାର୍କରେ ଜନତାଙ୍କ ମେଳରେ ଦେଖୁଥିବେ, ପିଲାଙ୍କ ସହ କ୍ରିକେଟ୍ ଖେଳୁଥିବାର ଦେଖୁଥିବେ । ଏମିତି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବି ନଜର ଆସୁଛନ୍ତି ଅପରାଜିତା । ନିର୍ବାଚନ ଯେତିକି ପାଖେଇ ଆସୁଛି ଅପରାଜିତାଙ୍କ କାର୍ଯ୍ୟକ୍ରମର ମାତ୍ରା ବଢ଼ି ବଢ଼ି ଚାଲିଛି । କିନ୍ତୁ ବଡ଼ କଥା ହେଉଛି କ୍ରିକେଟ୍ ମୈଦାନରେ ବାଉଣ୍ଡ୍ରି ମାରୁଥିବା ଅପରାଜିତାଙ୍କ ପ୍ରଦର୍ଶନ ରାଜନୀତିର ମୈଦାନରେ ଏଥର କେମିତି ରହିବ ତା’ର ହିସାବ ଜନତା ଦେବେ ।

ବିଜେପି ନେତ୍ରୀ ଅପରାଜିତା କେବଳ ଯେ, ଅଭିଯାନ ଆରମ୍ଭ କରି ଦେଇଛନ୍ତି ଏହା କହିଲେ ହୁଏତ ଭୁଲ୍ ହୋଇଯିବ । ସମାନ ଢ଼ଙ୍ଗରେ ଜନତାଙ୍କ ମେଳରେ ଘୁରି ବୁଲୁଛନ୍ତି, ବିିଜେଡିର ଏମପି ଟିକେଟ୍ ଆଶାୟୀ ଶ୍ରୀମୟୀ ମିଶ୍ର । ଯୁବପୀଢ଼ିଙ୍କ ମେଳରେ ବ୍ୟାଡମିଣ୍ଟନ ଓ କ୍ରିକେଟ୍ ଖେଳୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି । କେବଳ ସେତିକି ନୁହେଁ ଭୁବନେଶ୍ୱରରେ ବିଜେଡିର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସୁଛନ୍ତି ଶ୍ରୀମୟୀ । ହେଲେ ଭୁବନେଶ୍ୱର ଭୋଟରଙ୍କ ମନ ଜିଣିବା ଏତେ ସହଜ ନୁହେଁ ।

ବିଜେଡି ଓ ବିଜେପିର ଏହି ପ୍ରତିଯୋଗିତା ଭିତରେ କିନ୍ତୁ କଂଗ୍ରେସ ନିଜର ରଣନୀତିକୁ ଏବେ ବି ଗୋପନ ରଖିଛି । ଭୁବନେଶ୍ୱରରରେ ମହିଳା ପ୍ରାର୍ଥୀଙ୍କୁ ଓହ୍ଲାଇବ ନା’ କୌଣସି ପୁରୁଷ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଭୁବନେଶ୍ୱରର ପ୍ରକୃତ ଭୋଟର କୁହାଯାଉଥିବା ବସ୍ତି ଲୋକଙ୍କ ସହ ଲୋକସମ୍ପର୍କ ବଢ଼ାଇବା ପାଇଁ ବସ୍ତି ବିକାଶ ଅଭିିଯାନ ଜାରି ରଖିଛି ଦଳ । ତେବେ ତିନୋଟି ନାଁ- ରଶ୍ମୀ ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ଏବଂ ଶିବାନନ୍ଦ ରାୟଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ଗୋଟିଏ କଥା ସ୍ପଷ୍ଟ ଯେ, ଗତ ନିର୍ବାଚନ ଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କୌଣସି ଦଳର ସହ ମେଣ୍ଟ କରିବନି କଂଗ୍ରେସ । ତେବେ, ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ହେବା ପାଇଁ ନେତା ଉଦ୍ୟମ କରିବା ଏବଂ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଉଦ୍ୟମ କରିବା ସ୍ୱାଭାବିକ୍ ଘଟଣା । କିନ୍ତୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ନେଇ ନିଷ୍ପତି ଦଳର ମୁଖ୍ୟଙ୍କ ହାତରେ ।

The post ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା । ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ଏପଟେ, କଂଗ୍ରେସ ଖୋଲିନି କାର୍ଡ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started