ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଂଟ: ପିକନିକ୍ ସିଜନ ଓ ନୂଆବର୍ଷ ପାଇଁ ସତର୍କ ପ୍ରଶାସନ

କନକ ବ୍ୟୁରୋ: ଚିନ୍ତା ବଢାଇଲାଣି କୋଭିଡର ନୂଆ ସବ ଭାରିଆଂଟ ଜେ.ଏନ-ଡଟ୍ୱାନ । ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ରାଜ୍ୟରେ ବି ଆକ୍ରାନ୍ତ ଚିହ୍ନଟ ହେଲେଣି । କେରଳ, କର୍ଣ୍ଣାଟକରେ କରୋନା ଉପରମୁହାଁ ରହୁଥିବା ରେକର୍ଡ ହେଉଛି । ହେଲେ ରାଜ୍ୟରେ ସେଭଳି କୌଣସି ଚିନ୍ତାଜନକ ସ୍ଥିତି ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।

କେରଳ ଓ କର୍ଣ୍ଣାଟକରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଂଟ୍ ଜେଏନ.୧ । ଯଦିଓପି ଏହି ଭାରିଆଂଟ ବିପଦଜନକ ନୁହେଁ ବୋଲି ବିଶେଷଜ୍ଞ କହିସାରିଛନ୍ତି । ତାସତ୍ୱେ ରାଜ୍ୟରେ ୨ ଜଣ କରୋନା ରୋଗୀ ଚିହ୍ନଟ ପରେ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ ।

-ଚିହ୍ନଟ ହୋଇଥିବା ସଂକ୍ରମିତ ଏବେ ସୁସ୍ଥ ଅଛନ୍ତି
– ଘରେ ରହି ୨ ରୋଗୀ ଚିକିତ୍ସିତ ହେଉଛନ୍ତି
– ୨ ରୋଗୀଙ୍କ କଂଟାକ୍ଟ ଟ୍ରେସିଂ ସରିଛି
-ପିକନିକ ଓ ନୂଆବର୍ଷ ଯୋଗୁଁ ସଂକ୍ରମଣ ବଢିବା ସମ୍ଭାବନା

ଚିହ୍ନଟ ୨ ରୋଗୀଙ୍କ ସାମ୍ପୁଲକୁ ଜେନମ ସିକ୍ୱେନ୍ସ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ । ତେଣୁ ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ କରୋନା ଏବେ ପାଣ୍ଡେମିକରୁ ଏଣ୍ଡେମିକ ସ୍ଥିତିରେ ପହଂଚିଗଲାଣି । ତେଣୁ କରୋନାର ସଂକ୍ରମଣ ହାର କମ ରହିବ । କରୋନା ସାଧାରଣ ଥଣ୍ଡା ଭଳି ରହିବ । ଏହାସହ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବିଶେଷ ବଢିବ ନାହିଁ । ହେଲେ ସାବଧାନ ରହିବା ନିହାତିି ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ । ଦେଶରେ ଜେଏନ.୧ରେ ସଂକ୍ରମିତ ମାମଲା ୪ ହଜାର ୫୪ରେ ପହଂଚିଛି । ଆଉ ଗତ ୨୪ ଘଂଟାରେ ୬୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

The post ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଂଟ: ପିକନିକ୍ ସିଜନ ଓ ନୂଆବର୍ଷ ପାଇଁ ସତର୍କ ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ଭାଇଗିରି ପାଇଁ ବୁଲିଲା ଖଣ୍ଡା: ଆତଙ୍କ ଖେଳାଇଲେ ଭଡାଟିଆ ଗୁଣ୍ଡା

କନକ ବ୍ୟୁରୋ: ଗତକାଲି ଗୋଡେଇ ଗୋଡେଇ ହାଣିଥିଲେ, ଆଜି ପୋଲିସ ହାତରେ ବନ୍ଧାହେଲେ । ରବିବାର ଏୟାରପୋର୍ଟ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣାରେ ୮ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଜଣାପଡିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ । ଘଟଣାରେ ୨ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

ମୁଣ୍ଡ ତଳକୁ ପୋତି ଠିଆ ହୋଇଥିବା ଏହି ୮ ଜଣ ଯୁବକଙ୍କ କାରନାମା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ନୀରିହ ଭଳି ଦେଖା ଯାଉଥିବା ଏହି ଅଭିଯୁକ୍ତଙ୍କ କାରନାମା ଦେଖିଲେ ଲୋମ ଟାଙ୍କୁରି ଉଠିବ । ଜଣେ ସାଧାରଣ ଲୋକ, ଘର ପଦାକୁ ଗୋଡ କାଢିବାକୁ ଭୟ କରିବ ।

ଏୟାରପୋର୍ଟ ଛକରେ ଥିବା ଏକ ଗ୍ୟାରେଜ ପାଖରେ ଗୋଟିଏ ଗୋଷ୍ଠିର କିଛି ଯୁବକ ଭୋଜି କରୁଥିଲେ । ଗ୍ୟାରେଜ ଥିବା ଜାଗା ମାଲିକ ପ୍ରଦୀପ ସିଂ ମନା କରିବାରୁ ତାଙ୍କ ଗୋଡକୁ ଚୋଟ ପକାଇଥିଲା ଜଣେ ଯୁବକ । ପ୍ରଦୀପ ଏ ବାବଦରେ ଥାନାରେ ଲିଖିତ ଅଭିଯୋଗ କରି ଘରକୁ ଫେରିବା ପରେ ପୁଣି ଥରେ ସେହି ଯୁବକମାନେ ତାଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ଦେଖି ଅନ୍ୟଗୋଷ୍ଠିର ଯୁବକମାନେ ଏକ କାର ଯୋଗେ ଘଟଣାସ୍ଥଳରେ ପହଂଚିଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଧସ୍ତାଧସ୍ତି ପରେ ହଣା ହଣି ପର୍ଯ୍ୟନ୍ତ କଥା ଯାଇଥିଲା ।

ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇ ୨ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ । ଜଣକୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ଭୁବନେଶ୍ୱରର କେଦାରପଲ୍ଲୀ, ସୁନ୍ଦରପଦା ଓ ଫରେଷ୍ଟପାର୍କ ଅଂଚଳର । ଘଟଣା ପରେ କାର ଯୋଗେ ଏମାନେ ବ୍ରହ୍ମପୁର ଫେରାର ବେଳେ ମାଡି ବସିଥିଲା ପୋଲିସ । ଗିରଫ ୮ ଅଭିଯୁକ୍ତଙ୍କ ଭିତରେ ରହିଛନ୍ତି କିଛି ଜେଲ ଫେରନ୍ତା ଏବଂ ବଡ ବଡ ଅପରାଧରେ ସଂଶ୍ଲିଷ୍ଟ ଥିବା ଅପରାଧୀ । ସେମାନଙ୍କୁ ୧୧୦ ଓ ଏନଏସଏରେ ବୁକ କରିବା ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୋଲିସ । ଆଇନଠୁ କେହି ଉର୍ଧରେ ନୁହଁନ୍ତି । ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ ପୋଲିସ ହାତକଡି ପିନ୍ଧାଇ ଜେଲ ପଠାଇବ ବୋଲି ପୋଲିସ ଚେତାବନୀ ଦେଇଛି ।

The post ଭାଇଗିରି ପାଇଁ ବୁଲିଲା ଖଣ୍ଡା: ଆତଙ୍କ ଖେଳାଇଲେ ଭଡାଟିଆ ଗୁଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ । ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବାକୁ ନିଷ୍ପତି ।

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ନିର୍ବାଚନକୁ ଆଉ ୬ ମାସ ବାକି ଥିବାବେଳେ କିଭଳି ଓଡିଶାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଓଡିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ଫୋକସ୍ କରିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ଅନେକ ଜାତୀୟ ବିଜେପି ନେତା ଓଡିଶା ଆସିବେ ବୋଲି ନିଷ୍ପତି ହୋଇଛି ।

  • ବିଜେପିର ଟାର୍ଗେଟ ୫୧% ଭୋଟ୍
  • ଓଡିଶା ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ରଣନୀତି

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ବିଜେପିରେ ଉତ୍ସାହ । ଏହି ଉତ୍ସାହକୁ ଓଡ଼ିଶାରେ ବିନିଯୋଗ କରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । କେନ୍ଦ୍ରୀୟ ବିଜେପିର ଫୋକସରେ ଓଡ଼ିଶା । ରାଜ୍ୟରୁ ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର ବିଜେପି । ଏଥିପାଇଁ ଓଡିଶାକୁ ଅଧିକ ଗରୁତ୍ୱ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ସାରି ଫେରିବା ପରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ଓଡ଼ିଶାରେ ୫୧% ଭୋଟ୍ ଆମର ଟାର୍ଗେଟ୍ । ଏଥିପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି ଏବଂ କାର୍ଯ୍ୟକାରୀ କରିବାକୁ ଦଳୀୟ ନେତା ଅଣ୍ଟା ଭିଡ଼ିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ଥିଲା ୩୮.୪% । ୮ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି ବିଧାନସଭା ନିର୍ବାଚନରେ ୩୨.୪୯% ଭୋଟ୍ ପାଇଥିଲା ଦଳ । ୨୦୧୪ ରେ ମାତ୍ର ଗୋଟିଏ ସାଂସଦ ସିଟ୍ ପାଇଥିବା ବିଜେପିର ଭୋଟ ପ୍ରତିଶତ ୨୦୧୯ ରେ ୧୬.୯%କୁ ବୃଦ୍ଧି ପାଇଥିଲା । ବିଧାନସଭା ନିର୍ବାଚନରେ ମଧ୍ୟ ୨୦୧୪ ତୁଳନାରେ ୧୪.୫% ଅଧିକ ଭୋଟ ପାଇଥିଲା ବିଜେପି । ଆଉ ଏବେ ୨୦୨୪ ଦଳର ଟାର୍ଗେଟ୍ ଅଛି ୫୧% ଭୋଟ୍ । ତେବେ ବିଜେପିର ଦମ୍ଭୋକ୍ତି ଉପରେ ଜବାବ ରଖିଛି ବିଜେଡି ।

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ବୁଥ୍ ପରିଚାଳନା ଏବଂ ବହୁ ବ୍ୟବଧାନରେ ବିଜୟ ନେଇ ମନ୍ତ୍ର ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ । ଲୋକସଭା ସିଟରେ ୨୦୧୯ ତୁଳନାରେ ଭୋଟ ସେୟାର ୧୦ ପ୍ରତିଶତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ । ଓଡିଶାରେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ୨୪ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ।

The post ବିଜେପି ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ । ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବାକୁ ନିଷ୍ପତି । first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ନବକଳେବର ଭଳି ଆୟୋଜନ କରୁଛି ପ୍ରଶାସନ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ବଡ଼ ପ୍ରସ୍ତୁତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଉତ୍ସବରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସମେତ ରାଜ୍ୟର ଓ ଦେଶର ପ୍ରମୁଖ ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯିବ । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବ । କୁହାଯାଉଛି ନବକଳେବର ଭଳି ପରିକ୍ରମା ପ୍ରକଳ୍ପର ଲୋକାତ୍ପଣ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି କରାଯାଉଛି ।

ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବିଶାଳ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯିବାର ବ୍ୟବସ୍ଥା ରହିଛି । ଏହିକ୍ରମରେ ମଂଗଳବାର ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଗାଡି ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ସେହିପରି ଅନ୍ୟ ୧୭ଟି ଗାଡି ରାଜ୍ୟ ବାହାରକୁ ଯାତ୍ରା କରିବ ।

ରାଜ୍ୟର ପ୍ରସିଦ୍ଧ ମନ୍ଦିର ତଥା ଦେବାଦେବୀ ପୀଠକୁ ଯାତ୍ରା କରିବେ ଶ୍ରୀ ମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଟିମ । ପ୍ରଥମ ଟିମ ଖଲ୍ଲିକୋଟ ଓ କୋଦଳା ଅଂଚଳକୁ ପ୍ରଥମେ ଯାତ୍ରା କରିବେ । ଅନ୍ୟ ଟିମ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଂଜ, ଯାଜପୁର ଭଦ୍ରକ, ବାଲେଶ୍ୱର , ଢେଙ୍କାନାଳ, ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ବଲାଙ୍ଗୀର, ଦାରୁକ୍ଷେତ୍ର ପୁରୀ, କାକଟପୁର ଗସ୍ତରେ ଯାଇ ନିମନ୍ତ୍ରଣ କରିବେ ।

କେଉଁ ମନ୍ଦିରକୁ ଦିଆଯିବ ନିଅନ୍ତ୍ରଣ ..
– ସେହିପରି ରାଜ୍ୟ ବାହାରର, ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତିରୁପତି ବାଲାଜୀ, କାଂଚିପୁରମ କାମାକ୍ଷୀ ଦେବୀ, ରାମେଶ୍ୱରମ, ବଦ୍ରୀନାଥ , କେଦାରନାଥ, ଉତ୍ତରକାଶୀ, ଯୋଶୀମଠ , ଦ୍ୱାରିକାଧୀଶ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଷ୍ଣୋ ଦେବୀ, ମଦୁରାଇ, ମହାକାଳେଶ୍ୱର, ଚାମୁଣ୍ଡେଶ୍ୱରୀ ଭଳି ପ୍ରସିଦ୍ଧ ପୀଠକୁ ଗସ୍ତ କରି ପୁରୀକୁ ଆମନ୍ତ୍ରଣ କରିବେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବଡ ଧରଣର ପାଳନ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ,ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବ । କୁହାଯାଉଛି ନବକଳେବର ଭଳି ପରିକ୍ରମା ପ୍ରକଳ୍ପର ଲୋକାତ୍ପଣ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଉତ୍ସବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ମଧ୍ୟ ହୋଇପାରନ୍ତି ।

The post ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ନବକଳେବର ଭଳି ଆୟୋଜନ କରୁଛି ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ଗଳାବାଟ ପାଇଁ ଭକ୍ତ ହଇରାଣ: ଟଙ୍କା ନେଇ ଭକ୍ତଙ୍କୁ ଛାଡୁଛନ୍ତି ସେବାୟତ!

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇ ଦେବା ପାଇଁ ଲାଂଚ । ଲାଂଚ ନେଇ ଗଳାବାଟରେ ଶ୍ରଦ୍ଧାଳୁଙ୍କୁ ଲାଇନ୍ରୁ କାଢି ଦର୍ଶନ ପାଇଁ ଆଗୁଆ ନେଇ ଯାଉଛନ୍ତି ସେବାୟତ । ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ବ୍ୟାରିକେଡ୍ ଲାଇନ୍ରେ ଘଂଟା ଘଂଟା ଧରି ଅପେକ୍ଷା କରିଥିବା ଭକ୍ତ । ବର୍ଷ ଶେଷକୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ବଢୁଛି । ଆଉ ବ୍ୟାରିକେଡ୍ ଏମାନଙ୍କ ପାଇଁ ବେଶ କଷ୍ଟଦାୟକ ହୋଇଛି । ଏହାରି ଭିତରେ କିଛି ସେବାୟତ ଲାଂଚ ନେଇ ଗଳାବାଟେ ଭକ୍ତଙ୍କୁ ନେଇ ଯାଉଥିବା ଅଭିଯୋଗ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆସଥିବା ଭକ୍ତଙ୍କ କ୍ଷୋଭ  ।  ଲାଗୁଛି ଯେମିତି  ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାମ କରୁନାହିଁ । ଭକ୍ତ କାହିଁ କେଉଁଆଡୁ ଧାଇଁ ଆସୁଛନ୍ତି କାଳିଆ ଦର୍ଶନ ପାଇଁ । କିନ୍ତୁ ବ।।ରିକେଡରେ ସେମାନଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି ।  ଅଭିଯୋଗ ଅନୁସାରେ, ସେବାୟତ ୫୦୦ ଓ ୧୦୦୦ ଟଙ୍କା ନେଇ ଭକ୍ତଙ୍କୁ ଗଳବାଟରେ ଛାଡୁଛନ୍ତି । ଲମ୍ବା ଲାଇନ ଲାଗିଛି , କିନ୍ତୁ ଭକ୍ତ ଯାଉଛନ୍ତି ଗଳାବାଟରେ । ସେବାୟତ ଟଙ୍କା ନେଇ ଭକ୍ତଙ୍କୁ ବେଲାଇନରେ ନେଉଛନ୍ତି । ଆଉ ସୁରକ୍ଷାକର୍ମୀ ସବୁ ଜାଣି ନଜାଣିଲା ଭଳି ରହୁଛନ୍ତି ।

ସେବାୟତ ଟଙ୍କା ନେଇ ଭକ୍ତଙ୍କୁ ଗଳାବାଟରେ ଛାଡିବା କିଛି ନୂଆ କଥା ନୁହେଁ  । କିନ୍ତୁ ଛୁଟିରେ ପ୍ରବଳ ଭିଡରେ ସେବାୟତ ଏଭଳି ଟଙ୍କା ନେଇ ଭକ୍ତଙ୍କୁ ଛାଡିବା ଅନ୍ୟ ଭକ୍ତଙ୍କୁ ଭାରି ବାଧିଛି ।

ବଡଦିନରେ ଠାକୁର ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ ଦେଖିବାକୁ ମିିଳିଛି । ପ୍ରଶାସନ କହୁଛି, ଉଠାଦେକାନୀ ମୁକ୍ତ ହେଲା ବଡଦାଣ୍ଡ । ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାରିକେଡ  । କିନ୍ତୁ ଦେଖନ୍ତୁ ଏହି ଦୃଶ୍ୟକୁ  ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ଓ ଧୋଇବା ସ୍ଥାନ ପାଖ ବ୍ୟାରିକେଡ ଦେଇ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଛନ୍ତି ଭକ୍ତ । ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ  କିଛି ଭକ୍ତ ତଳେ ପଡି ଆହତ ହୋଇଥିଲେ । ଲାଇନରେ ରହି ଧୈଯ୍ୟହରା ହୋଇପଡିବା ପରେ ବାଧ୍ୟହୋଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ  ଦୌଡୁଛନ୍ତି ଭକ୍ତ । ଆଉ ଏତେ ସବୁ ଅବ୍ୟବସ୍ଥା ପରେ ବି ପୁଲିସ ବ୍ୟବସ୍ଥା ବଢେଇ ଦିଆଯାଇଛି ବୋଲି କହୁଛି ପୁଲିସ

କାର୍ତ୍ତିକ ମାସରେ ଏଭଳି ଭିଡ ଯୋଗୁଁ ଦର୍ଶନରେ ଅବ୍ୟବସ୍ଥା ଦେଖାଦେଇଥିଲା ।  ଏବେ ବଡଦିନ ଓ  ନୂଆବର୍ଷରେ ବି ଏଭଳି ସ୍ଥିତି ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

The post ଗଳାବାଟ ପାଇଁ ଭକ୍ତ ହଇରାଣ: ଟଙ୍କା ନେଇ ଭକ୍ତଙ୍କୁ ଛାଡୁଛନ୍ତି ସେବାୟତ! first appeared on Kanak News.

from Kanak News
via <a href="https://ifttt.com/?

କଂଟାବାଞ୍ଜିରେ ଆତଙ୍କ: ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ନଥମୁଣୁ ବଲାଙ୍ଗୀର କଂଟାବାଞ୍ଜିରୁ ଆସିଛି ଝାଡାବାନ୍ତିରେ ମୃତ୍ୟୁ ଖବର । ଆଉ ଏହି ଖବର ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାଉରକେଲା ଭଳି ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପିଛି ନା ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ଏଭଳି ସ୍ଥିତି ଉପୁଜିଛି, ତାହା ଆଲୋଚନାର ବିଷୟ ହୋଇଛି ।

ଇସ୍ପାତ ନଗରୀ ରାଉରକେଲାରେ ହଇଜା ସଂକ୍ରମଣରେ ୧୬ଜଣଙ୍କ ଜୀବନ ଯାଇଥିବାବେଳେ, କଂଟାବାଞ୍ଜିରୁ ଆସିଛି ଚିନ୍ତାଜନକ ଖବର । କଂଟାବାଞ୍ଜିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଆଉ କିଛି ଆକ୍ରାନ୍ତ କଂଟାବାଞ୍ଜି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ପୁଡ଼ାପଦାର ଗାଁର ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ମାଝୀ । ମୃତକଙ୍କ ସମ୍ପର୍କୀୟଙ୍କ କହିବା କଥା ଝାଡାବାନ୍ତି ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଝାଡାବାନ୍ତିରେ ୨ଜଣଙ୍କ ମୃତ୍ୟୁ ହେବା ପରେ ବଲାଙ୍ଗୀର ଜିଲ୍ଳା ପ୍ରଶାସନ ତତ୍ପର ହୋଇଛି । ସିଡିଏମଓ ଓ ଉପଜିଲ୍ଲାପାଳ ହସ୍ପିଟାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଡାଇରିଆ ବ୍ୟାପିବା କଥାକୁ ସ୍ୱୀକାର କରି ନାହାନ୍ତି ।

ରାଉରକେଲା ପରେ କଂଟାବାଞ୍ଜିରେ ଝାଡାବାନ୍ତିରେ ମୃତ୍ୟୁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କହିଛନ୍ତି, କଂଟାବାଞ୍ଜିକୁ ଟିମ୍ ପଠାଯାଇଛି । ଅନୁଧ୍ୟାନ ପରେ ଝାଡାବାନ୍ତିର କାରଣ ଜଣାପଡିବ । ଅନ୍ୟପଟେ ପ୍ରାୟ ୨ ସପ୍ତାହ କଲବଲ କରିବା ପରେ ରାଉରକେଲାରେ ହଇଜା ସ୍ଥିତିରେ ସୁଧାର ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ଜଣାପଡିଛି ।

The post କଂଟାବାଞ୍ଜିରେ ଆତଙ୍କ: ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ବଡ ଦିନରେ ଜମିଲା ବଣଭୋଜି । ଛୁଟି କାଟିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ପୁରୀ-କୋଣାର୍କ ବେଳା ମାର୍ଗ ରାସ୍ତାର ଅବସ୍ତିତ ମା”ରାମଚଣ୍ଡୀଙ୍କ ପୀଠ। କୁଶଭଦ୍ରା ନଦୀର କୁଳୁକୁଳୁ ଶବ୍ଦ ସାଙ୍ଗକୁ ବଙ୍ଗୋପସାଗରର ସୁସୁ ଗର୍ଜନ ଓ ବେଳା ମାର୍ଗରେ ଥିବା ଅଭୟାରଣ୍ୟର ମନୋରମ ଦୃଶ୍ୟ କାହାକୁ ବା ଭଲ ନଲାଗିବ। ବଡ ଦିନ ଅବସରରେ ରାମଚଣ୍ଡୀଙ୍କ ପୀଠରେ ଅସମ୍ଭାଳ ଭିଡ଼ ହୋଇଛି। ସମସ୍ତେ ବଣ ଭୋଜି ସାଙ୍ଗକୁ ନାଚ ଗୀତରେ ମସଗୁଲ। ନାଇଜେରିଆର ଡାକ୍ତରୀ ଛାତ୍ର ନିଜ ସାଙ୍ଗ ସାଥୀଙ୍କ ସହିତ ରାମଚଣ୍ଡୀରେ ଡିଜେର ତାଳେ ତାଳେ ନାଚ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଖାଲି ରାମଚଣ୍ଡୀ କାହିଁକି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର, ଇକୋ-ରିଟ୍ରିଟ ସହିତ ଚନ୍ଦ୍ରଭାଗାରେ ବି ପର୍ୟ୍ୟଟକଙ୍କ ଅସମ୍ଭବ ଭିଡ଼ ହୋଇଛି ।

ଅନ୍ୟପଟେ ଢେଙ୍କାନାଳ ଟାଉନ ଠାରୁ ମାତ୍ର ୮ କିଲୋମିଟର ଦୂରରେ ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ସପ୍ତଶଯ୍ୟାର ଶାନ୍ତ ପରିବେଶରେ ମଧ୍ୟ ପର୍ୟ୍ୟଟକଙ୍କ ଭିଡ ଲାଗିଛି । ସବୁଜିମା ବଣପାହାଡ଼, ସୁଉଚ୍ଚ ଶାଗୁଆନ ଶାଳ ଗଛ ଛାଇ ତଳେ ଦଳ ଦଳ ହୋଇ ବଣ ଭୋଜି କରୁଛନ୍ତି । କିଏ ଜଙ୍ଗଲରୁ ଜାଳକାଠ ଯୋଗାଡ଼ କରି ରୋଷେଇ ଜରୁଛନ୍ତି ତ କିଏ ଗ୍ୟାସରେ । ସପ୍ତଶଯ୍ୟା ପାଦଦେଶରେ ଦରିପାଲ ବିଛେଇ ସାଙ୍ଗସାଥି ଗହଣରେ ସଂଗୀତର ତାଳେ ତାଳେ ପ୍ରକୃତିର ମଜା ଉଠଉଛନ୍ତି ପର୍ୟ୍ୟଟକ । ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗର ଗାର୍ଡ ରହିଛନ୍ତି । ସ୍ଥାନୀୟ ଯୁବକମାନେ ମଧ୍ୟ ସେଠାରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ସ୍ୱତପ୍ରୋତ ଭାବରେ ଘୁରି ବୁଲୁଛନ୍ତି ।

ସେହିପରି ପ୍ରକୃତିର ଅମୂଲ୍ୟ ବରଦାନ ଜାତୀୟ ଉଦ୍ୟାନ ଭିତରକନିକାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେତିକି ମନମୁଗ୍ଧକର, ସେତିକି ରୋମାଞ୍ଚକର । ଭିତରକନିକାର ବଉଳା କୁମ୍ଭୀର, ବାରହା, ହରିଣ, ବିଭିନ୍ନ ପ୍ରଜାତିର ପକ୍ଷୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜଳପଥରେ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣ ସମୟରେ କୁମ୍ଭୀରଙ୍କ ଖରା ପୋଇଁବା ଦୃଶ୍ୟ ରୋମାଂଚିତ କରୁଛି । ହେନ୍ତାଳ ବଣ ସହ ଏଥିରେ ବସବାସ କରୁଥିବା ନାନା ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖି ମିନି ଆମାଜନର ଅନୁଭୂତି ସାଉଁଟିଛନ୍ତି । ଡାଙ୍ଗମାଳ, ଖୋଳା, ଗୁପ୍ତି ଓ ଚାନ୍ଦବାଲି ଏଂଟ୍ରି ପଏଂଟ ଦେଇ ଭିତରକନିକାକୁ ପ୍ରବେଶ କରିଥାନ୍ତି ପର୍ଯ୍ୟଟକ । ଭିତରକନିକାରେ ୧୫ଟି ସରକାରୀ ବୋଟ ଓ ୫୮ଟି ଘରୋଇ ବୋଟରେ ଯାତ୍ରୀମାନେ ବୁଲାବୁଲି କରୁଛନ୍ତି । ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକମାନେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିବା କହିଛନ୍ତି ।

The post ବଡ ଦିନରେ ଜମିଲା ବଣଭୋଜି । ଛୁଟି କାଟିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଯିବା ପାଇଁ ନାହିଁ ଭଲ ରାସ୍ତା । ଉପକୂଳ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ

କନକ ବ୍ୟୁରୋ: ତନ୍ତିଆପାଳ ସାମୁଦ୍ରିକ ଥାନାକୁ ହାଇଟେକ୍ ରାସ୍ତା । ରାସ୍ତା ସାରା ସୃଷ୍ଟି ହୋଇଛି ବଡବଡ ଖାଲଖମା। ପ୍ରତିଦିନ ଥାନାକୁ ବିଭିନ୍ନ କାର୍ୟ୍ୟରେ ଆସୁଥିବା ଲୋକେ ଓ ଥାନା କର୍ମଚାରୀ ମାନେ ଏଇ ରାସ୍ତାଦେଇ ଯିବାବେଳେ ହେଉଛନ୍ତି ନାହଁନଥିବା ହଇରକଣ ହରକତ । ଖାଲି ସେତିକି ନୁହେଁ ଆବଶ୍ୟକତା ଅନୁଶାରେ କର୍ମଚାରୀ ନଥିବାରୁ ଦେଖାଦେଇଛି ସମସ୍ୟା।

ଉପକୂଳ ଜିଲ୍ଲା କେନ୍ଦ୍ରାପଡା । ସମୁଦ୍ର ପଥରେ ସୁରକ୍ଷା ଉପରେ ନଜର ରଖିବା ପାଇଁ କେନ୍ଦ୍ରାପଡ଼ାରେ ୩ଟି ସାମୁଦ୍ରିକ ଥାନା ରହିଛି । ରାଜନଗର ବ୍ଲକ ତାଳଚୁଆରେ ଗୋଟିଏ ଓ ମହାକାଳପଡା ବ୍ଲକରେ ୨ଟି ମେରାଇନ୍ ପୋଲିସ ଷ୍ଟେସନ ରହିଛି । ଜମ୍ପୁ ଓ ତନ୍ତିଆପାଳରେ ସାମୁଦ୍ରିକ ଥାନା କରି ଜଳପଥ ଉପରେ ନଜର ରଖିଛି ତଟ ସୁରକ୍ଷା ବାହିନୀ । ହେଲେ ୨୦୧୮ରୁ ତନ୍ତିଆପାଳରେ ପ୍ରତିଷ୍ଠା ହୋଇଥିବା ଥାନାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ଜଗରିଯୋର ଠାରୁ ଥାନା ପର୍ଯ୍ୟନ୍ତ ପ୍ରାୟ ୧ କି.ମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲ ଭର୍ତ୍ତି । ଗୋଡି ସବୁ ଉଠିଗଲାଣି । ଏହି ରାସ୍ତାରେ ଗଲାବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତନ୍ତିଆପାଳ ସାମୁଦ୍ରିକ ଥାନାରେ କେବଳ ରାସ୍ତା ସମସ୍ୟା ନୁହେଁ, କର୍ମଚାରୀ ସମସ୍ୟା ମଧ୍ୟ ରହିଛି । ଜଳପଥ ଉପରେ ନଜର ରଖିବା ପାଇଁ ସାମୁଦ୍ରିକ ଥାନାରେ ଜଣେ ଆଇଆଇସି, ୩ ଏସଆଇ, ୬ ଜଣ ଏଏସଆଇ, ୨୪ ଜଣ କନେଷ୍ଟବଳ ଓ ୪୦ ଜଣ ହୋମଗାର୍ଡଙ୍କ ଆବଶ୍ୟକତା ରହିଛି । ୮୬ ଜଣ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ଜଣେ ଆଇଆଇସିଙ୍କୁ ନେଇ ମୋଟ ୧୪ ଜଣ କର୍ମଚାରୀ । ସେତିକି କର୍ମଚାରୀଙ୍କ ରହଣି ପାଇଁ ଆବଶ୍ୟକ କ୍ୱାର୍ଟର୍ସ ନଥିବା ଅଭିଯୋଗ ହୋଇଛି । ସେପଟେ ଏସଂପର୍କରେ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ନାହାନ୍ତି ।

ତେବେ ଥାନା ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ତିଆରି କରିବା ସହ ତଟ ସୁରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷା କର୍ମୀ ନିଯୁକ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

The post ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଯିବା ପାଇଁ ନାହିଁ ଭଲ ରାସ୍ତା । ଉପକୂଳ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ: ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି

କନକ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ନୂଆ ବାଟାଲିୟନ ଗଠନ ପାଇଁ ଅନୁମତି । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି । ୫ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ନିଷ୍ପତ୍ତି । ସ୍ୱତନ୍ତ୍ର ବାଟାଲିୟନରେ ରହିବେ ୧୧୯୦ ସୁରକ୍ଷାକର୍ମୀ । ବାଟାଲିୟନ ପୁରୀ ଏସପିଙ୍କ ଅଧ୍ୟକ୍ଷରେ କାମ କରିବ । ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ବାଟାଲିୟନର ଦାୟିତ୍ୱ ରହିବ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ କାର୍ଯ୍ୟ କରିବ ।

The post ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ: ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି first appeared on Kanak News.

from Kanak News
via <a href="https://ifttt.com/?

ଖୁବଶୀଘ୍ର ମାଲକାନଗିରିରୁ ଉଡିବ ବିମାନ । ଟ୍ରାଏଲ ରନ୍ ପାଇଁ ଜୋରସୋରରେ ଚାଲିଛି ବିମାନ ବନ୍ଦର ପ୍ରସ୍ତୁତି

କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ବିମାନ । ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ । ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇ ଥିବା ବେଳେ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଛି । ଖୁବଶୀଘ୍ର ରନୱେରେ ଟ୍ରାଏଲ ରନ କରିବା ଲାଗି ସ୍ଥିର ହୋଇଥିବା ବେଳେ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛି ପ୍ରଶାସନ ।

  • ମାଲକାନଗିରିବାସୀଙ୍କ ସ୍ୱପ୍ନର ଉଡାନ୍
  • ନୂଆ ବର୍ଷରୁ ଉଡିବ ବିମାନ

ମାଲାକାନଗିରି ସହର ଉପକଣ୍ଠ କଟଲିଗୁଡାଠାରେ ନିର୍ମାଣଧୀନ ଅବସ୍ଥାରେ ଅଛି ବିମାନବନ୍ଦର । କଳା ମଚମଚ ରନୱେ ଏବେ ମାଲକାନଗିରି ଠାରେ ବିମାନ ଅବତରଣକୁ ଅପେକ୍ଷା କରିଛି । ବିମାନ ବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଏବେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଏୟାରପୋର୍ଟର ଟର୍ମିନାଲ ଏବଂ ଯାତ୍ରୀ ବିଶ୍ରାମାଗାରରେ ଏବେ କିଏ ସିଲିଂ କାମରେ ବ୍ୟସ୍ତ ତ ଆଉ କିଏ ଟାଇଲ୍ସ ଲଗାଇ ଫ୍ଲୋରିଙ୍ଗ କାମ ସାରିବାକୁ ବ୍ୟସ୍ତ । ସେପଟେ ରନୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ ନିର୍ମାଣ ଖୁବ୍ ଜୋରସୋରରେ ଚାଲିଛି ।

ନୂଆବର୍ଷରୁ ମାଲାକାନଗିରି ବିମାନ ବନ୍ଦରରୁ ବିମାନ ଉଡିବା ନେଇ ୫ଟି ଅଧ୍ୟକ୍ଷ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଏବେ ଡିସେମ୍ବର ଶେଷ ସୁଧା ରନୱେରେ ଟ୍ରାଏଲ ରନ୍ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି । ତେଣୁ ନିର୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି, ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଜୟପୁର ବିମାନ ବନ୍ଦର ତୁଳନାରେ ମାଲକାନଗିରି ବିମାନ ବନ୍ଦରର ଲମ୍ବ ଓ ଓସାର ଅଧିକ । ମାଲାକାନଗିରି ବିମାନ ବନ୍ଦରର ରନୱେର ଲମ୍ବ ୧୬ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର । ଅବଶ୍ୟକ ସ୍ଥଳେ ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ ବୋଲି ଜଣାପଡିଛି ।

ଜୟପୁର ବିମାନ ବନ୍ଦରରେ ୯ ସିଟର ବିମାନ ଉଡୁଥିବା ବେଳେ ମାଲକାନଗିରି ଏୟାରପୋର୍ଟରୁ ୧୬ କିମ୍ବା ୩୦ ସିଟର ବିମାନ ଉଡିବ ବୋଲି ଅନୁମାନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦରର ଅଟକଳ ମୂଲ୍ୟ ୩୦ କୋଟି ରଖାଯାଇଛି । ଆଗାମୀ ଦିନ କେଇଟା ମଧ୍ୟରେ ଏଠାରେ ଡିଜିସିଏ ପକ୍ଷରୁ ଟ୍ରାଏଲ ରନ କରାଯିବ ବୋଲି ଜଣାପଡିଛି । ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ବିମାନ ବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

The post ଖୁବଶୀଘ୍ର ମାଲକାନଗିରିରୁ ଉଡିବ ବିମାନ । ଟ୍ରାଏଲ ରନ୍ ପାଇଁ ଜୋରସୋରରେ ଚାଲିଛି ବିମାନ ବନ୍ଦର ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started