ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ

କନକ ବ୍ୟୁରୋ : ଓଡିଶା ଜଙ୍ଗଲରେ କଳାବାଘ । ବନ ବିଭାଗର ଟ୍ରାପ କ୍ୟାମେରାରେ ଏକ କଳାବାଘର ଦୃଶ୍ୟ କଏଦ ହୋଇଛି । ଟୁଇଟରେ ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଟ୍ରାପ କ୍ୟାମେରାରେ କଏଦ କଳା ବାଘର ଫଟୋକୁ ଟ୍ୟାଗ କରି ପିସିସିଏଫ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ ଏକ ଉକ୍ରଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଓଡିଶା ଜଙ୍ଗଲରେ କଳା ବାଘ ଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ ଜଙ୍ଗଲରେ କଳାବାଘକୁ ଠାବ କରାଯାଇଛି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି ପିସିସିଏଫ୍ । ଏହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ କଳା ଦାଗ ଥିବା ମହାବଳ ବାଘ ଦେଖିବାକୁ ମିଳିଥିଲା ।

The post ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ first appeared on Kanak News.

from Kanak News
via <a href="https://ifttt.com/?

ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..

କନକ ବ୍ୟୁରୋ : ସର୍ବ ପ୍ରଥମେ ଗୋପାଳପୁର ଗ୍ରାମ ର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଗଲା..ଓ ପରେ ପରେ ଟୁଙ୍ଗୀ ତରଫ ରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି ରାୟ ଙ୍କର ଗୁରୁଜୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା..

ଗୁରୁଜୀଙ୍କ ଟୁଙ୍ଗୀ ରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ, ଶ୍ରୀ ମହାଦେବ ଙ୍କୁ ପୂଜାର୍ଚନା କରିଥିଲେ.ଅତି ସରଳ ଓ ସହଜତକ୍ଷର ଆତ୍ମିକ ପରିବେଷରେ ଟୁଙ୍ଗୀ ର ମହିଳା ସଦସ୍ୟା ମାନଙ୍କ ଦ୍ୱାରା ପୂଜ୍ୟ ଗୁରୁଜୀଙ୍କର ଚରଣ ସେବା.. ମାଲ୍ୟାର୍ପଣ.. ବସ୍ତ୍ର ଦାନ.. ନଇବେଦ୍ୟ ଅର୍ପଣ..ଓ ଶ୍ରୀ ଗୁରୁଭାଗବତ ଗାୟନ କରାଯାଇଥିଲା.. ଭାବ ଭକ୍ତି, ଉଲ୍ଲାସ ଭରା ହୋଇଯାଇଥିଲା ଟୁଙ୍ଗୀ ର ଅଗଣା ଶ୍ରୀଗୁରୁଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶରେ..

ଟୁଙ୍ଗୀ ର ସଦସ୍ୟା ଶ୍ରୀମତୀ ଦୀପିକା ମିଶ୍ର ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ଶ୍ରୀ ଗୁରୁଦେବଙ୍କ ଉଦେଶ୍ୟରେ ନୃତ୍ୟ ମାଧ୍ୟମରେ ଗୁରୁ ପୂଜନ ଅତି ଭାବଛ୍ଵାସ ରେ ଅର୍ପଣ କରାଯାଇଥିଲା.. ପୂଜ୍ୟ ଗୁରୁଜୀ ଙ୍କ ଦିବ୍ୟ ସ୍ପର୍ଶ ରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ କାର୍ୟ୍ୟକ୍ରମ ସମ୍ପାଦିତ ହୋଇଥିଲା ବେଳେ ପୂଜ୍ୟ ଗୁରୁଜୀ ଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶ ରେ ଅଭିନବ ଶ୍ରୀ ଗୁରୁଭାଗବତ ମବଳର ବଣ୍ଟନ କରିଥିଲେ ସମସ୍ତଙ୍କର ପ୍ରିୟ ଗୁରୁଜୀ.. ଏକ ସହଜ ସ୍ଥିତିରେ ରହି ସମସ୍ତଙ୍କୁ କେବଳ କରୁଣା ବର୍ଷା କରୁଥିଲେ ଗୁରୁଜୀ..ଟୁଙ୍ଗୀ ତରଫରୁ ନିୟମିତ ପ୍ରକାଶ ପାଉଥିବା ଶ୍ରୀ ଗୁରୁଭାଗବତ-ଏକ ଦିବ୍ୟ ଚେତନା,(ପତ୍ରିକା)ର ଶୁଭ ମୁକ୍ତି ହୋଇଥିଲା ପୂଜ୍ୟ ଗୁରୁଜୀଙ୍କ ଦିବ୍ୟ କର କମଳରେ..

ଟୁଙ୍ଗୀ ତରଫ ରୁ ପ୍ରତି ଗୁରୁବାର ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରିତ ହେଉଥିବା ଶ୍ରୀ ଗୁରୁଭାଗବତ ପଠନ ଓ ବ୍ୟାଖ୍ୟାର ପ୍ରତିଯୋଗୀମାନଙ୍କୁ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା.. ଓଡିଶା ଭିତରୁ ଓ ବାହାରୁ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହର୍ଷ ଉଲ୍ଲାସ ର ସହିତ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା.. ବହୁତ ଜାଗାରୁ ଗୁରୁଜୀ ଓ ଗୁରୁଭାଗବତ ପ୍ରେମୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଥିଲା, ଟୁଙ୍ଗୀ ର ପଵିତ୍ର ଅଗଣାରେ..ସାଇ ସେବକ ଶ୍ରୀ ଶୁଭକ୍ଷନ୍ବେଷ ରଥ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ..

The post ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ.. first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ଟିସିଏସ୍ କ୍ୟାମ୍ପସରେ ରକ୍ତଦାନ ଶିବିର । ୨୫୦ ୟୁନିଟ୍ ରକ୍ତ ସଂଗୃହିତ

କନକ ବ୍ୟୁରୋ : ଟିସିଏସ୍ ଭୁବନେଶ୍ୱର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, ଟିସିଏସ ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର

ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ ଦର୍ଶାଇ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର ର କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଶିବିରର ଉଦଘାଟନ କରିଥିଲେ। ଜୟ ଓଡିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ, ଟିସିଏସ୍ ଭୁବନେଶ୍ୱର ସିଏସଆର ହେଡ, ପ୍ରିୟବ୍ରତ ରାୟ, ଏଚଆର ହେଡ, ପ୍ରତାପ ଏକକା ଏବଂ ଆଡମିନ ହେଡ, ରାଜେଶ ନାୟାରଙ୍କ ଉପସ୍ଥିତିରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିବିର ରେ ସମୁଦାୟ ୨୫୦ ୟୁନିଟ୍ ରକ୍ତ ସଫଳତାର ସହିତ ସଂଗ୍ରହ କରାଯାଇଥିଲା, ଏବଂ ଟିସିଏସ୍ ର କର୍ମଚାରୀ ମାନେ ସ୍ଵଇଚ୍ଛାରେ ଶିବିରରେ ପହଂଚି ରକ୍ତଦାନ କରିଥିଲେ ଓ ସମାଜ ପ୍ରତି ତାଙ୍କର ଏହି ଅବଦାନ ନିଶ୍ଚୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

ଏହି ଅବସରରେ କମିଶନର୍ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଟିସିଏସ୍, ଜୟ ଓଡିଶା ଏବଂ କମିଶନର୍ ପୋଲିସର ମିଳିତ ଉଦ୍ୟମକୁ ଭୂରି ପ୍ରଶଂସା କରିଥିଲେ। ସୁସ୍ଥତା ବୃଦ୍ଧି ତଥା ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବାରେ ଏହି ପଦକ୍ଷେପ ଗୁଡିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜୟ ଓଡିଶା ର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ସମସ୍ତ ଦାତାଙ୍କୁ କୃତଜ୍ଞତା ଜଣାଇବା ସହ ସମାଜକୁ ସକରାତ୍ମକ ଭାବରେ ପ୍ରଭାବିତ କରୁଥିବା ପଦକ୍ଷେପକୁ ସୁଗମ କରିବା ପାଇଁ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

The post ଭୁବନେଶ୍ୱର ଟିସିଏସ୍ କ୍ୟାମ୍ପସରେ ରକ୍ତଦାନ ଶିବିର । ୨୫୦ ୟୁନିଟ୍ ରକ୍ତ ସଂଗୃହିତ first appeared on Kanak News.

from Kanak News
via <a href="https://ifttt.com/?

୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ

କନକ ବ୍ୟୁରୋ : ସ୍ୱଦେଶ ଫେରିଲେ ପାକିସ୍ଥାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ । ସେ ସବୁଦିନ ପାଇଁ ଭାରତ ଫେରି ଆସିଛନ୍ତି କି ଆଉ ଥରେ ନିଜ ପ୍ରେମିକ ପାଖକୁ ପାକିସ୍ଥାନ ଫେରିଯିବେ ଏହା ସ୍ପଷ୍ଟ ହୋଇନାହିଁ । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଞ୍ଜୁ ପାକିସ୍ଥାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ସହିତ ନିଜ ନାମକୁ ବଦଳାଇ ଫାତିବା କରିଥିଲେ । କିଛି ଦିନ ପୂର୍ବରୁ ଅଞ୍ଜୁଙ୍କ ପ୍ରେମିକ ନସରୁଲ୍ଲା ଭିଡିଓ ମାଧ୍ୟମରେ ଅଞ୍ଜୁଙ୍କୁ ଛାଡିବାକୁ ୱାଘା ସୀମାକୁ ଆସିବେ ବୋଲି ସୂଚନା ଦେଇଥିଲେ । ଅଞ୍ଜୁ ନିଜ ପିଲାମାନଙ୍କୁ ଦେଖା କରିବାକୁ ଭାରତ ଆସିଥିବା କଥା କହିଥିଲେ ନସରୁଲ୍ଲା ।

The post ୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ first appeared on Kanak News.

from Kanak News
via <a href="https://ifttt.com/?

ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି

କନକ ବ୍ୟୁରୋ : ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ବଢ଼ିଲା ତାଙ୍କ ଚୁକ୍ତି ଅବଧି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଅବଧି ବୃଦ୍ଧି କରିଛି ।ବିଶ୍ୱକପ ୨୦୨୩ ପରେ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିସିସିଆଇ । ବୈଠକ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଷ୍ପତି ନିଆଯାଇଛି । ରାହୁଲ ମଧ୍ୟ ବିସିଆଇର ପ୍ରସ୍ତାବରେ ସହମତି ପ୍ରଦାଦ କରିଛନ୍ତି । ବିଶ୍ୱକପ ସରିବା ପରେ ଦ୍ରାବିଡଙ୍କ କୋଚ ପଦ ଅବିଧି ସରିଥାନ୍ତା, ଆଉ ନୂଆ କୋଚ ରେସରେ ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହେୱାଗ ଓ ଅନୀଲ କୁମ୍ବଲେ ଥିଲେ ।

The post ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି first appeared on Kanak News.

from Kanak News
via <a href="https://ifttt.com/?

ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ

କନକ ବ୍ୟୁରୋ : ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ । ପିଲା ଓ ଅଧିକାଂଶ ଯୁବପୀଢିଙ୍କୁ   ଶିକାର କରୁଛି ଏକ ରହସ୍ୟମୟ ଜ୍ୱର ଓ ନିମୋନିଆ । ଚୀନରେ ମାଡିଚାଲିଛି ଏହି ଅଜଣା ରୋଗ । ଏନେଇ ସଜାଗ ହୋଇଛନ୍ତି ଚୀନ ସରକାର । ସେପଟେ କୋଭିଡ ପରି ସମସ୍ୟା ନଆସିବା ପାଇଁ ଭାରତ ସରକାର ସମୟ ଥାଉ ଥାଉ ସଜାଗ ହେଲେଣି । ୬ଟି ରାଜ୍ୟକୁ ସର୍ତକ ରହିବାକୁ ସରକାର ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଉତରାଖଣ୍ଡ, ହରିୟାଣା ଓ ତାମିଲନାଡୁ ସର୍ତକ କରାଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଜନିତ ସମସ୍ୟା ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ୱ।।ସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ମହାରାଷ୍ଟ୍ର ସରକାର ପୁଣି ଥରେ ରାଜ୍ୟରେ କୋଭିଡ ପ୍ରୋଟୋକଲ ଲାଗୁ କରିବାକୁ ବିଚାର କରୁଛନ୍ତି । ସେପଟେ ଶୀତାକାଳୀନ ଥଣ୍ଡା ପ୍ରତି ସର୍ତକତା ଅବଲମ୍ବନ ପାଇଁ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି । ସେହିପରି ଗୁଜରାଟ, ଉତରାଖଣ୍ଡ, ତାମିଲନାଡୁ, ହରିଆଣା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟବିଭାଗ ସତର୍କ ରହିବାକୁ କହିଛନ୍ତ । ଇନଫ୍ଲୁଏଂଜା ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ମାମଲାରେ ଅଧିକ ନଜର ରଖିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।

The post ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ

କନକ ବ୍ୟୁରୋ : ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଂଚ ସହ ପଂଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଂଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା । ସେହିପରି ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତନ ଆଣିଛନ୍ତି ।

The post ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ first appeared on Kanak News.

from Kanak News
via <a href="https://ifttt.com/?

ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ

 କନକ ବ୍ୟୁରୋ : ଦିଦିଙ୍କ ଗଡ଼ରେ ଶାହାଙ୍କ ଗର୍ଜନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କରିଛି ପ୍ରଚାର ଅଭିଯାନ । ମହାପରିବର୍ତ୍ତନ ରାଲିରେ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୨୦୨୬ରେ ବିଜେପି ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ । ୨୦୨୪ ସାଧାରଣ ନିର୍ବାଚନ ଅବସରରେ ଏହାର ମୂଳଦୁଆ ପଡିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ଅବସରରେ ଖୁବଶୀଘ୍ର ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ନେଇ ସୂଚନା ଦେବା ସହ ଏହାକୁ କେହି ରୋକିପାରିବେନି ବୋଲି କହିଛନ୍ତି ଶାହ । ଏହାର ଜବାବ ରଖିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

The post ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା ଚାଉଳ

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ । ୨୦୨୪ରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଏହି ଯୋଜନାରେ ପ୍ରାୟ ୮୧କୋଟି ହିତାଧିକାରୀ ଉପକୃତ ହେବେ । ୫ବର୍ଷ ପାଇଁ ୧୧ଲକ୍ଷ କୋଟି ଖର୍ଚ୍ଚ କରିବେ ସରକାର । କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏଥିସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବାକୁ ଅନୁମୋଦନ ମିଳିଛି । ମହିଳାମାନଙ୍କୁ ଡ୍ରୋନ ଉଡାଇବାକୁ ମଧ୍ୟ ତାଲିମ ଦିଆଯିବ । ଯାହା ଦ୍ୱାରା ମହିଳା ଚାଷୀ ସହଜରେ ଡ୍ରୋନ ସାହାର୍ଯ୍ୟରେ ଚାଷଜମିରେ ସାରା ଓ ବିଷ ପକାଇପାରିବେ । ୧୫ହଜାର ମହିଳା ଉପକୃତ ହେବେ । ୨୦୨୬ ପର୍ଯ୍ୟନ୍ତ ଚାଲିବ ଏହି ଯୋଜନା । ମୋଟ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

The post କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା ଚାଉଳ first appeared on Kanak News.

from Kanak News
via <a href="https://ifttt.com/?

ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା

କନକ ବ୍ୟୁରୋ : ସୁରକ୍ଷିତ ଭାବେ ଟନେଲରୁ ଫେରିବା ପରେ କେତେ ଖୁସି ଅଛନ୍ତି ଶ୍ରମିକ ଆଉ କେତେ ଖୁସି ଅଛନ୍ତି ସରକାର । ମଙ୍ଗଳବାର ଉଦ୍ଧାର ପରେ ବୁଧବାର ଶ୍ରମିକଙ୍କ ସହ ଫୋନରେ କଥାବାର୍ତା ହୋଇ ହାଲଚାଲ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେମିତି ଥିଲା ୧୭ଦିନର ସଂଘର୍ଷ ସେକଥା ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ । ଗୋଟି ଗୋଟି ସବୁ ଅନୁଭୂତିକୁ ବଖାଣିଛନ୍ତି ଶ୍ରମିକ । ସେପଟେ ସୁରକ୍ଷିତ ଉଦ୍ଧାର ପାଇଁ ସରକାର, ପ୍ରଶାସନ ସମେତ ଦେଶବାସୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶ୍ରମିକମାନେ

ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ବାୟୁସେନାର ଚିନୁକ ହେଲିକପ୍ଟରରେ ଏୟାର ଲିପ୍ଟ କରାଯାଇଛି । ସେମାନଙ୍କୁ ରିଶିକେଶ ଏମ୍ସକୁ ନିଆଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଂଚ ଚାଲିଛି । ଦୁଇ ଦିନ ରହିବା ନେଇ ସୂଚନା ମିଳିଛି । ସେପଟେ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟି ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଛନ୍ତି ଉତରାଖଣ୍ଡ ସରକାର

ସଫଳ ହୋଇଛି ସିଲିକିଆରା ସୁଡ଼ଙ୍ଗ ଉଦ୍ଧାରକାମ । ଉଦ୍ଧାର ପାଇଁ ସବୁ ପନ୍ଥା ଯେତେବେଳେ ଫେଲ ମାରିଥିଲା ସେତେବେଳେ କମାଲ କରିଥିଲା ର୍ୟାଟ ହୋଲ ମାଇନର୍ସ । ତେବେ ପ୍ରଥମ ଦିନରୁ ଉଦ୍ଧାର କାମର ନେତୃତ୍ୱ ନେଇଥିଲ ଅର୍ନ୍ତଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ । ଯାହାଙ୍କ ଚର୍ଚ୍ଚା ଏବେ ସବୁଠି । ଶ୍ରମିକଙ୍କ ଉଦ୍ଧାର ପାଇଁ ଟନେଲ ସମ୍ମୁଖରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଡିସ୍କ ।

୧୭ଦିନର ଉଦ୍ଧାରକାମ ସଫଳ ହେବା ପଛରେ ସରକାର, ପ୍ରଶାସନ, ଉଦ୍ଧାରକାରୀଦଳ, ବିଶେଷଜ୍ଞ ଟିମର ଚେଷ୍ଟା ସହ ଦେଶବାସୀ ଏବଂ ପରିଜନଙ୍କ ପ୍ରାର୍ଥନା ରହିଛି । ଶେଷରେ ଜୀବନ ଜିତିଛି ଓ ସମସ୍ତଙ୍କ ମୁହଁରେ ହସ ଫୁଟିଛି । ସିଲିକିଆରା ସୁଡ଼ଙ୍ଗ ଉଦ୍ଧାରକାମ ଯେ କେବଳ ଏକ ଅନୁଭୂତି ଦେଇନି ବଂର କିଛି ଶିକ୍ଷା ମଧ୍ୟ ଦେଇଛି ।

The post ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started