ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଯନ୍ତ୍ରୀ ଫେରାର ହୋଇଥିବା ନେଇ ସୂଚନା ଦେଇଛି ବିଭାଗ

କନକ ବ୍ୟୁରୋ : ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଚଢଉ ସମୟରେ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନିଲ ପାଢୀ । ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢାଉ କରୁଛି । ଏବେ ସୁନିଲ ପାଢୀଙ୍କ ସନ୍ଧାନ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା ।

The post ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଯନ୍ତ୍ରୀ ଫେରାର ହୋଇଥିବା ନେଇ ସୂଚନା ଦେଇଛି ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

ଭୋଟ ଦେଉଛି ତେଲେଙ୍ଗାନା । ଲାଇନରେ ଛିଡ଼ାହୋଇ ଭୋଟ୍ ଦେଲେ ତେଲୁଗୁ ସିନେମା ଜଗତର ବଡ଼ ସେଲିବ୍ରିଟି

କନକ ବ୍ୟୁରୋ : ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟି । ମେଗାଷ୍ଟାର ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜିବ ପ୍ରମୁଖ ଭୋଟ୍ ଦେଇଛନ୍ତି । ବିଏସଏନଏଲ୍ ସେଂଟର ୧୫୩ ନମ୍ବର ପୁଲିଂ ବୁଥରେ ସେ ଭୋଟ୍ ଦେଇଛନ୍ତି ଅଲୁ ଅର୍ଜୁନ । କଡ଼ା ସୁରକ୍ଷା ମଧ୍ୟରେ ସେ ଭୋଟଦାନ କେନ୍ଦ୍ରକୁ ଯାଇଥିଲେ ।

ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଥିଲେ ଅଲୁ ଅର୍ଜୁନ । ସେହିପରି ଜୁନିଅର ଏନଟିଆର ମଧ୍ୟ ପରିବାର ସହ ଯାଇ ଭୋଟ୍ ଦେଇଛନ୍ତି । ଏହା ପରେ ମତଦାନ କେନ୍ଦ୍ରରେ ପହଂଚିଥିଲେ ଚିରଞ୍ଜିବ । ସେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

The post ଭୋଟ ଦେଉଛି ତେଲେଙ୍ଗାନା । ଲାଇନରେ ଛିଡ଼ାହୋଇ ଭୋଟ୍ ଦେଲେ ତେଲୁଗୁ ସିନେମା ଜଗତର ବଡ଼ ସେଲିବ୍ରିଟି first appeared on Kanak News.

from Kanak News
via <a href="https://ifttt.com/?

ଆଗକୁ ଶିଳ୍ପ କ୍ଷେତ୍ରରେ ଦେଶର ହବ୍ ପାଲଟିବ ଓଡିଶା । ଆମେ ଆଗକୁ ବଢୁଛୁ ଓ ବଢିବୁ : ପ୍ରତାପ ଦେବ

କନକ ବ୍ୟୁରୋ : ଦିନକୁ ଦିନ ଓଡ଼ିଶାରେ ଶିଳ୍ପ ସମ୍ଭାର ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଆଶା ଦେଇଛି । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଟିମ ବିଦେଶଗସ୍ତ କରି ଅନ୍ତର୍ଜାତିକ ସ୍ତରରେ ପ୍ରିତିଷ୍ଠିତ କମ୍ପାନୀଗୁଡିକୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିମନ୍ତ୍ରିତ କରୁଛନ୍ତି । ଏପରିକି ଵର୍ତମାନ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ମାନେ ଶିଳ୍ପ ବିସ୍ତାର କରିବାକୁ ଉତ୍ସୁକ ହେଉଛନ୍ତି ।

କେଉଁ କାଳରୁ ଆମେ ନୌବାଣିଜ୍ୟ କରୁଥିଲେ । ଆଜି ଏହାର ଏକ ଉଦାହରଣ ହେଉଛି ଆମର ବାଲିଯାତ୍ରା । ଆମର ପ୍ରତିଟି ରକ୍ତକଣିକା ରେ ବ୍ୟବସାୟ ରହିଛି । ତେବେ ଆମ ଲୋକ ଆଜି କାହିଁକି ଚାକିରି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପ୍ରତିଟି ଲୋକୋର ଶିକ୍ଷା , ସ୍ଵାସ୍ଥ୍ୟ ଆଉ ଆର୍ଥିକ ବୃଦ୍ଧି ହେଲେ ପ୍ରକୃତ ଓଡ଼ିଶା ନିର୍ମାଣ ହେବ । ବ୍ୟକ୍ତିତ୍ଵର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ଓଡ଼ିଶାର ନିର୍ମାଣ କରିବ । ନିଯୁକ୍ତି ସହ ଆତ୍ମ ନିଯୁକ୍ତିର ମଧ୍ୟ ଆଜିର ସମୟରେ ବହୁତ୍ ଆବଶ୍ୟକତା ରହିଛି ।

ଓଡ଼ିଶା ନିର୍ମାଣ କେବଳ ଶବ୍ଦ ନୁହେଁ ଏହାର ମୂଲ୍ୟାଙ୍କନ ବେଶ ଗଭୀର । ନିର୍ମାଣ ଅର୍ଥ କେବଳ ଉଦ୍ୟୋଗ କିମ୍ବା ଉଦ୍ୟୋଗପତି ନୁହଁନ୍ତି । ବରଂ ନିର୍ମାଣ ଅର୍ଥ ଏ ଜାତିର ନିର୍ମାଣ, ଓଡ଼ିଶାର ନିର୍ମାଣ । ଆମେ ସେହି ଓଡ଼ିଆ ଜାତି ଯେଉଁମାନେ ସମୁଦ୍ର ବାଟେ ଅନ୍ତର୍ଜାତୀୟ ବ୍ୟବସାୟ କରୁଥିଲେ । ଓଡ଼ିଶାରେ ଶିଳ୍ପର ଭିତ୍ତିଭୂମି ଆଜିର ନୁହେଁ ଦେଢ ହଜାର ବର୍ଷ ତଳର । ଦେଢ ହଜାର ବର୍ଷ ତଳେ ଆମେ ଅନ୍ତର୍ଜାତୀୟ ବଜାରରେ ବ୍ୟବସାୟ କରୁଥିଲେ ଏବେ ଆମ ଯୁବକ ଚାକିରି ଖୋଜୁଛନ୍ତି । ଆମ ରକ୍ତରେ ବାଣିଜ୍ୟ ଓ ବ୍ୟବସାୟ ରହିଛି । ଏବେ ପୁଣିଥରେ ସେହି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ସରକାର ଏବେ ଶିଳ୍ପାୟନ ଓ ଶିଳ୍ପାୟନ ନୀତିକୁ ମିଶନ ମୋଡରେ ନେଇଛନ୍ତି

ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି କି, ୨୦୦୦ ମସିହାରୁ ଓଡ଼ିଶାରେ ଶିଳ୍ପ ପାଇଁ ସୁବର୍ଣ୍ଣସୁଯୋଗ ସୃଷ୍ଟି ହୋଇଛି । ଏବେ ଆମର ଭିତ୍ତିଭୂମି ସୁଦୃଢ ହୋଇଛି । କ୍ଷୁଧାମୁକ୍ତ ଓ ଶସ୍ୟଶାମଳା ଓଡ଼ିଶା ବୋଲି ଗର୍ବର ସହ କହିପାରୁଛୁ । ସ୍କିଲ ଇନ୍ ଇଣ୍ଡିଆରେ ସ୍କିଲ ଇନ୍ ଓଡ଼ିଶା ପିଲା ନାଁ କରି ଆସୁଛନ୍ତି । ଏବେ ୩୦ ରାଜ୍ୟ ଭିତରେ ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।
ଓଡ଼ିଶାରେ ଶିଳ୍ପ ପାଇଁ ଜାଗା ଅଛି, ପାଣି ଅଛି, ମାନବସମ୍ବଳ ଅଛି, ଭିତ୍ତିଭୂମି ଅଛି ଏବଂ ସ୍ଥାୟୀ ସରକାର ଅଛି । ଯିଏ ସ୍ଥାୟୀ ନୀତି ନିର୍ଦ୍ଧାରଣ କରି ଏହାକୁ କାର୍ଯ୍ୟକାରୀ କରୁଛି । ଆଗକୁ ଓଡ଼ିଶା ଦେଶର ଶିଳ୍ପର ହବ୍ ପାଲଟିବ । ଆମେ ଆଗକୁ ବଢୁଛୁ ଏବଂ ବଢିବୁ । ଓଡିଶା ନିର୍ମାଣ କନକ୍ଲେଭରେ ଓଡିଶାରେ ଶିଳ୍ପର ବିକାଶ ନେଇ ଏହା କହିଛନ୍ତି ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ

The post ଆଗକୁ ଶିଳ୍ପ କ୍ଷେତ୍ରରେ ଦେଶର ହବ୍ ପାଲଟିବ ଓଡିଶା । ଆମେ ଆଗକୁ ବଢୁଛୁ ଓ ବଢିବୁ : ପ୍ରତାପ ଦେବ first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ନିର୍ମାଣ କନକ୍ଲେଭର ସଫଳତା କାମନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ପାଇଁ ନାରୀଶକ୍ତି-ଯୁବଶକ୍ତି ଓ ଗାଁର ବିକାଶ ଜରୁରୀ ।

କନକ ବ୍ୟୁରୋ: କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଲା ବେଳେ ଜୟ ଜଗନ୍ନାଥ କହିବା ସହ ଓଡିଆରେ ଭାଷଣ ଆରମ୍ଭ କଲେ ରାଜ୍ୟପାଳ । କହିଲେ ଓଡିଶା ନିର୍ମାଣ କନକ୍ଲେଭ ଉଦଘାଟନ କରି ମୁଁ ବହୁତ ଖୁସି । ମୁଁ ଓଡିଶା ପ୍ରତି ସବୁବେଳେ ଆକର୍ଷିତ । ମୁଁ ସର୍ବଦା ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସିଛି । ଜଗନ୍ନାଥ ସଂସ୍କୃତି ମତେ ପ୍ରଭାବିତ କରିଛି । କଳିଙ୍ଗ, ଉକ୍ରଳର କଳା ସଂସ୍କୃତି ସର୍ବପୁରାତନ । ଓଡିଶାର ଅତୀତ ସମୃଦ୍ଧ ଓ ଗୌରବମୟ ଅଟେ ।

ବର୍ତ୍ତମାନ ସମୟରେ ଓଡିଶାରେ ଶିଳ୍ପାୟନର ଅପାର ସମ୍ଭାବନା ରହିଛି । ପ୍ରାକୃତିକ ସମ୍ପତିର ଗନ୍ତାଘର । ଆମେ ଏହାର ସଠିକ୍ ବିନିଯୋଗ କରି ବିକାଶ ଅଭିମୁଖେ ଯାତ୍ରା କରିପାରିବା । ନୀତି ଓ ନିୟତି ସ୍ପଷ୍ଟ ଥିଲେ ଓଡିଶା ଆଗେଇବ । ଉଦ୍ୟୋଗ ସହ ୪ଟି ଦିଗ ପ୍ରତି ଧ୍ୟାନ ଦେବାକୁ ପ୍ରସ୍ତାବ ଦେଲେ ରାଜ୍ୟପାଳ । କୃଷି, ନିର୍ମାଣ, ଆଇଟି ଏବଂ ପର୍ଯ୍ୟଟନ ପ୍ରତି ଧ୍ୟାନ ଦେବା ଜରୁରୀ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଖାଲି ରୋଜଗାର ନୁହେଁ ବରଂ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରେ ।

ନାରୀଶକ୍ତିର ବିକାଶ ବିନା ନା ରାଜ୍ୟ ନା ଦେଶ- କାହାର ବି ବିକାଶ ସମ୍ଭବ ନୁହେଁ । ରାଜ୍ୟ ଓ ଦେଶକୁ ଆଗକୁ ନେବାକୁ ହେଲେ ମହିଳାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ମହିଳା ସଶକ୍ତ ହେଲେ ଓଡିଶା ସଶକ୍ତ ହେବ । ସୁଯୋଗ ମିଳିଲେ ପୁରୁଷଙ୍କୁ ବି ପଛରେ ପକାଇଦେବେ ମହିଳା । ଆଜିର ନୂଆ ଭାରତରେ ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ରହୁଛି । ପଞ୍ଚାୟତରୁ ରାଷ୍ଟ୍ରପତି ଭବନ ଯାଏଁ ନାରୀଶକ୍ତିଙ୍କ ଉପସ୍ଥିତି ।

ଯୁବଶକ୍ତି ରାଷ୍ଟ୍ର ନିର୍ମାଣରେ ବଡ ଭୂମିକା ତୁଲାଇଥାନ୍ତି । ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ବିକାଶ ବି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟପାଳ । ସବୁ ଜିଲ୍ଲାରେ ପ୍ରଗତି ଆସିବା ଦରକାର, ତାହାଲେ ଯାଇ ଓଡିଶାର ପ୍ରଗତି ହେବ । ଗାଁର ବିକାଶ ହେଲେ ଗାଁ ଲୋକ ରୋଜଗାର ପାଇଁ ବାହାରକୁ ଯିବେନି ବୋଲି କହିଛନ୍ତି ରାଜ୍ୟପାଳ । ମତ୍ସ୍ୟଜୀବୀ, ସହରୀ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ ।

The post ଓଡିଶା ନିର୍ମାଣ କନକ୍ଲେଭର ସଫଳତା କାମନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ପାଇଁ ନାରୀଶକ୍ତି-ଯୁବଶକ୍ତି ଓ ଗାଁର ବିକାଶ ଜରୁରୀ । first appeared on Kanak News.

from Kanak News
via <a href="https://ifttt.com/?

ଗର୍ବିତ କରାଇଲେ ଓଡିଆ ଝିଅ ମନୀଷା ପାଢୀ । ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ : ଛୋଟ ସହରର ବଡ଼ ପ୍ରତିଭା । କୌନ ବନେଗା କରୋଡପତି ଜୁନିୟର କାର୍ଯ୍ୟକ୍ରମରେ ନବରଙ୍ଗପୁର ଉମରକୋଟ ସହରର ୧୩ ବର୍ଷୀୟ ବାଳକର କମାଲ । କିବିସିରୁ ଜିତିଛନ୍ତି ଶାଶ୍ୱତ ପଟ୍ଟନାୟକ ଜିତିଛନ୍ତି ୧୩ ଲକ୍ଷ ୪୦ ହଜାର ଟଙ୍କା ।
ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସି ସେ ବେଶ୍ ଖୁସି ଥିବା କହିଛନ୍ତି । ଗତ ୭ ତାରିଖ ଦିନ ହୋଇଥିବା କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ । ଶାଶ୍ୱତ ବିନା ଲାଇଫ୍ ଲାଇନ୍ ବ୍ୟବହାର କରି ୬ ଲକ୍ଷ ୪୦ ହଜାର ଟଙ୍କ ଜିତିଥିଲେ ।

The post ଗର୍ବିତ କରାଇଲେ ଓଡିଆ ଝିଅ ମନୀଷା ପାଢୀ । ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି first appeared on Kanak News.

from Kanak News
via <a href="https://ifttt.com/?

ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଗତକାଲି ରାତି ୧୨ଟା ବେଳେ ଏଭଳି ଅଘଟଣ ଘଟିଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ଜିଆରପି । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

The post ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର first appeared on Kanak News.

from Kanak News
via <a href="https://ifttt.com/?

କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ ।

କନକ ବ୍ୟୁରୋ: ଆରମ୍ଭ ହେଲା କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ବି ସାମିଲ ହୋଇଛନ୍ତି । ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଉତ୍ତରୀୟ ଦେଇ ଦୁହିଁଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ରଖିଥିଲେ ।

ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ବାବଦରେ କହିବାକୁ ଯାଇ ତାଙ୍କ ଅତୀତର ଯାତ୍ରା ଆମ ପାଇଁ ପ୍ରେରଣା ଦାୟକ ବୋଲି ସମ୍ବାଦର ସମ୍ପାଦକ ବଖାଣିଥିଲେ । କେମିତି ଜଣେ ଦିନ ମଜୁରୀଆରୁ ମୁଖ୍ୟମନ୍ତ୍ରୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିିଥିଲେ ତାହା କହିଥିଲେ ତନୟା ପଟ୍ଟନାୟକ ।

ଏହି ଅବସରରେ ପୂର୍ବତନ ରାଜ୍ୟପାଳ ଗଣେଶୀଲାଲଙ୍କ କଥା ମନେପକାଇଥିଲେ ସମ୍ବାଦର ସମ୍ପାଦକ । ଓଡ଼ିଶା ନିର୍ମାଣ କନକ୍ଲେଭର ଷଷ୍ଠ ସଂସ୍କରଣରେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ କହିଥିଲେ ମୋର ଗୋଟିଏ ସ୍ୱପ୍ନ ଅଛି ଯେ, ଓଡ଼ିଶାର ଛାତ୍ରଛାତ୍ରୀ, ଯୁବପୀଢି ଓଡ଼ିଶାକୁ ନେଇ କଣ ସ୍ୱପ୍ନ ଦେଖୁଛନ୍ତି । ସମ୍ବାଦ ପରିବାର ହିଁ ରାଜ୍ୟର କୋଣ ଅନୁକୋଣକୁ ଯାଇ ଛାତ୍ରଛାତ୍ରୀଙ୍କ ମତାମତ ଏ ବାବଦରେ ସଂଗ୍ରହ କରିପାରିବ । ଏଭଳି କହି ସମ୍ବାଦ ପରିବାର ଉପରେ ସେ ଆସ୍ଥା ପ୍ରକଟ କରିଥିଲେ । ଆମେ ସେ ଆହ୍ୱାନକୁ ଗ୍ରହଣ କରିଥିଲୁ ଏବଂ ରାଜ୍ୟର ପ୍ରତି ବ୍ଲକରେ ଏକ ପରୀକ୍ଷା ମାଧ୍ୟମରେ ଓଡ଼ିଶାକୁ ନେଇ କଣ ସ୍ୱପ୍ନ ରହିଛି ସେ ବାବଦରେ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରିଥିଲୁ ।

ତେବେ ଓଡିଶା ନିର୍ମାଣର ଦାୟିତ୍ୱ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ । ଓଡିଶା ନିର୍ମାଣର ଦାୟିତ୍ୱ ଆମ ସମସ୍ତଙ୍କର । ଓଡିଶାରେ ସବୁକିଛି ଅଛି । ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି । ଭୂଇଁ ତଳେ ସମ୍ପତ୍ତି, ଭୂଇଁ ଉପରେ ବି ସମ୍ପତ୍ତି । ତାହାଲେ ଆମେ ଯେଉଁ ସ୍ଥାନରେ ପହଞ୍ଚିବା କଥା କାହିଁକି ସେଠି ପହଞ୍ଚିନୁ ? କେଉଁଠି ଅଭାବ ରହିଛି । ଓଡିଶା ନିର୍ମାଣର ମଞ୍ଚ ଆଲୋଚନା, ସମାଲୋଚନା, ସମ୍ଭାବନାର ମଞ୍ଚ । କେଉଁଠି ପରିବର୍ତ୍ତନ ଦରକାର, ସମର୍ଥନ ଦରକାର ସେ ବିଷୟରେ ଆଲୋଚନା କରିବା ପାଇଁ ଓଡିଶା ନିର୍ମାଣ କନକ୍ଲେଭ ସୃଷ୍ଟି କରିଛି ବିରାଟ ପ୍ଲାଟଫର୍ମ ।

The post କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ । first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରି ତେଲିମେଟା ଗାଁରେ ଅଘଟଣ । ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ

କନକ ବ୍ୟୁରୋ : ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ । ମାଲକାନଗିରି ଝରାପାଲି ପଂଚାୟତ ତେଲିମେଟା ଗାଁରେ ଅଘଟଣ । ଗାଁରେ ଖେଳୁଥିବା ସମୟରେ ଅଜଣା ଫଳ ଖାଇଥିଲେ ପିଲାମାନେ । ଏହାପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୧୧ ଜଣ ଶିଶୁଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ଆକ୍ରାନ୍ତଙ୍କ ଭିତରେ ୪ ପୁଅ ଓ ୭ ଝିଅ ରହିଛନ୍ତି । ସମସ୍ତଙ୍କ ବୟସ ୫ରୁ ୬ ବର୍ଷ ଭିତରେ ଜଣାପଡିଛି । ତେବେ ୧୧ଜଣଙ୍କ ମଧ୍ୟରୁ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ପିଲାମାନେ ଜଡା ଫଳ ଖାଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି ।

The post ମାଲକାନଗିରି ତେଲିମେଟା ଗାଁରେ ଅଘଟଣ । ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ first appeared on Kanak News.

from Kanak News
via <a href="https://ifttt.com/?

ବୁଧବାର ରାଜଧାନୀ ପାଳିଲା ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍

କନକ ବ୍ୟୁରୋ : ଛାଡଖାଇରେ ବିକ୍ରି ହେଲା କୋଟିଏରୁ ଅଧିକ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱର ଜମିଛି ଆମିଷ ବଜାର । ମିଳିଥିବା ତଥ୍ୟ ଅନୁସାରେ, ବୁଧବାର ରାଜଧାନୀରେ ଏକ କୋଟି ଏକ ଲକ୍ଷ ଟଙ୍କାର ମଟନ୍ ବିକ୍ରି ହୋଇଛି ।

ସେହିପରି ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ମୋଟ ୨କୋଟି ୭୫ ଲକ୍ଷ ଟଙ୍କାର ଆମିଷ କାରବାର ହୋଇଥିବା ଅଲ ଓଡିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଛାଡଖାଇ ମଙ୍ଗଳବାର ପଡିଥିବାରୁ ଏହା ଟିକେ ଫିକା ପଡି ଯାଇଥିଲା । ତେବେ ବୁଧବାର ଆମିଷ ବଜାର ବେଶ ଜମିଥିଲା । ତେବେ ଗତବର୍ଷ ତୁଳନାରେ ଛାଡଖାଇ ବେପାର ଟିକେ ମାନ୍ଦା ପଡିଯାଇଛି । ଗତ ବର୍ଷ ଛାଡଖାଇରେ ୪ କୋଟିରୁ ଅଧିକ ବେପାର ହୋଇଥିଲା ।

The post ବୁଧବାର ରାଜଧାନୀ ପାଳିଲା ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଟନେଲ ଭିତର ହିରୋ । ଉତରକାଶୀ ସୁଡଙ୍ଗରେ ସାହସିକତା ଦେଖାଇଥିଲେ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ

କନକ ବ୍ୟୁରୋ : ଚର୍ଚ୍ଚାରେ ଟନେଲ ଭିତରର ହିରୋ । ଉତରକାଶୀ ସୁଡଙ୍ଗ ଦୁର୍ଘଟଣାରେ ଫସିିଥିବା ୪୧ ଶ୍ରମିକଙ୍କୁ ୧୭ ଦିନ ପରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ଉଦ୍ଧାର ପରେ ଚର୍ଚ୍ଚାକୁ ଆସିଛନ୍ତି ଟନେଲ ଭିତରେ ଫସିଥିବା ସବୁଠାରୁ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ । ସୁଡଙ୍ଗ ଭିତରେ ଥିବା ସମୟରେ ଶ୍ରମିକଙ୍କୁ ସାହସ ଦେବା ସହ ସେମାନଙ୍କ ମନୋବଳ ବଢାଇବାରେ ସାହାଯ୍ୟ ସାହାଯ୍ୟ କରିଥିଲେ ଗବର ସିଂହ ।

ଏହି ୧୭ ଦିନ ଭିତରେ କିଭଳି ଶ୍ରମିକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରଖିବା ପାଇଁ ସେମାନଙ୍କୁ ଯୋଗ କରିବା ମଧ୍ୟ ଶିଖାଇଥିଲେ ଗବର ସିଂହ । କେବଳ ସେତିକି ନୁହେଁ, ଉଦ୍ଧାର ସମୟରେ ଶ୍ରମିକଙ୍କୁ ଭରସା ଦେବା ପାଇଁ କହିଥିଲେ, ମୁଁ ସବୁଠାରୁ ବରିଷ୍ଠ- ମୁଁ ଶେଷରେ ଯିବି । ଉଦ୍ଧାର କାର୍ଯ୍ୟ ସଫଳ ହେବା ପରେ ଏବେ ଗବର ସିଂହଙ୍କ ଭୁରି ଭୁରି ପ୍ରଶଂସା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନେଗୀଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି । ଗବର ସିଂହ ନେଗୀ, ଉତରାଖଣ୍ଡର ପୌରୀ ଗଡୱାଲ ଜିଲ୍ଲାର ବାସିନ୍ଦା । ଯାହାକି ସିଲକ୍ୟାରା ସୁଡଙ୍ଗ ଠାରୁ ୨୬୦ କିଲୋମିଟର ଦୂର ।

The post ଚର୍ଚ୍ଚାରେ ଟନେଲ ଭିତର ହିରୋ । ଉତରକାଶୀ ସୁଡଙ୍ଗରେ ସାହସିକତା ଦେଖାଇଥିଲେ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started