ସିମକାର୍ଡ କିଣିବା ପାଇଁ ଡିସେମ୍ବର ୧ରୁ ନୂଆ ନିୟମ । ଜାଣନ୍ତୁ କଣ ରହିଛି ନିୟମ

କନକ ବ୍ୟୁରୋ : ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା ।

ସେହିପରି ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତନ ଆଣିଛନ୍ତି ।

The post ସିମକାର୍ଡ କିଣିବା ପାଇଁ ଡିସେମ୍ବର ୧ରୁ ନୂଆ ନିୟମ । ଜାଣନ୍ତୁ କଣ ରହିଛି ନିୟମ first appeared on Kanak News.

from Kanak News
via <a href="https://ifttt.com/?

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ଦୀର୍ଘ ଦିନର ସାଥୀ ଲିନଙ୍କ ହାତ ଧରିଲେ ରଣଦୀପ

କନକ ବ୍ୟୁରୋ : ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ନିଆରା ଶୈଳୀରେ ବିବାହ କରିଛନ୍ତି ବଲିଉଡର ଏହି ଡାଇଲଗ ହିରୋ । ମଣିପୁରର ଇମ୍ଫାଲରେ ପାରମ୍ପାରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି ହୁଡା ।

ମଣିପୁରର ମିତେଇ ସମ୍ପ୍ରଦାୟର ପରମ୍ପରା ଅନୁସାରେ ବିବାହ କରିଥିବା କିଛି ଫଟୋ ସାମ୍ନାକୁ ଆସିଛି । ନିଜର ପୁରୁଣା ଗାର୍ଲ ଫ୍ରେଣ୍ଡ ଲିନ ଲିଆଶ୍ରମଙ୍କୁ ବିବାହ କରିଛନ୍ତି ହୁଡା । ରଣଦୀପ ବରଯାତ୍ରୀ ନେଇ ଯାଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ।

The post ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ଦୀର୍ଘ ଦିନର ସାଥୀ ଲିନଙ୍କ ହାତ ଧରିଲେ ରଣଦୀପ first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ । ସଫେଇ ପାଇଁ ୱାସିଂ ଲାଇନରେ ଗାଡ଼ି ଥିବା ବେଳେ ଅଘଟଣ

କନକ ବ୍ୟୁରୋ : ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ୍ । ଗତ ରାତି ପ୍ରାୟ ୧୧ଟାରେ ସମ୍ବଲପୁର ଫାଟକ ନିକଟରେ ଜମ୍ମୁ-ତୱି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ପାଂଟ୍ରି କାର ଓ ବି-୧ କୋଚ୍ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ରାତିରେ ସମ୍ବଲପୁର ଫେରିବା ପରେ ଟ୍ରେନର ସଫେଇ ପାଇଁ ୱାସିଂ ଲାଇନରେ ଗାଡି ପୁରୁଣା ଫାଟକ ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲା ।
ଫେରିବା ସମୟରେ ଦୁଇଟି ଯାକ ବଗି ଲାଇନଚ୍ୟୁତ ହୋଇଥିଲା । ଗାଡିରେ କୌଣସି ଯାତ୍ରୀ ନଥିଲେ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ଅନ୍ୟ ଉଦ୍ଧାରକାରୀ ଦଳ ସେଠାରେ ପହଂଚିଥିଲେ । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ସକାଳୁ ତିନିଟି ଟ୍ରେନ୍ ଚଳାଚଳ କରିସାରିଛି ।

The post ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ । ସଫେଇ ପାଇଁ ୱାସିଂ ଲାଇନରେ ଗାଡ଼ି ଥିବା ବେଳେ ଅଘଟଣ first appeared on Kanak News.

from Kanak News
via <a href="https://ifttt.com/?

ପ୍ରେମିକା ପାଇଁ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଦୁଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ

କନକ ବ୍ୟୁରୋ : ପ୍ରେମିକା ପାଇଁ ହାଇଭୋଲଟେଜ ଏକ୍ସଟେନସନ୍ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଟାୱାର ଉପରଗୁ ଚଢି ପ୍ରେମିକାୁ ଡାକିଲା ସୁବ୍ରତ । ଅଗ୍ନିଶମ ଓ ପୁଲିସର ଦୁଇ ଘଂଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ । ଲିଖନପୁର ବାଣ୍ଡିପାହାଡ ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ବାଣ୍ଡିପାହାଡର ସୁବ୍ରତ କିଷାନଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ସୁବ୍ରତ ଟାୱାର ଉପରେ ଚଢିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ପରେ ପୁଲିସ ଓ ଅଗ୍ନିଶମ ବାହୀନୀ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ଗ୍ରାମବାସୀ ଅଗ୍ନିଶମ କର୍ମଚାରିଙ୍କୁ ସମ୍ମାନିତ କରିଛନ୍ତି ।

The post ପ୍ରେମିକା ପାଇଁ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଦୁଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ first appeared on Kanak News.

from Kanak News
via <a href="https://ifttt.com/?

ଜମୁଛି ବାଲିଯାତ୍ରା । ଲୋକଙ୍କୁ ଆକର୍ଷିତ କରୁଛି ବାଇକ୍ ଷ୍ଟଣ୍ଟ୍

କନକ ବ୍ୟୁରୋ : ଜମୁଛି ବାଲିଯାତ୍ରା । ଦର୍ଶକଙ୍କୁ ଆକୃଷ୍ଟ କରୁଛି ବାଇକ୍ ଷ୍ଟଣ୍ଟ୍ । ମାତ୍ର ୫୦ ଟଙ୍କାରେ ବାଇଟ୍ ଷ୍ଟଣ୍ଟର ମଜା ନେଉଛନ୍ତି ଦର୍ଶକ । କିନ୍ତୁ ବିପଦ ଯୋଗୁ ବାଲିଯାତ୍ରାରେ ଏହା ବନ୍ଦ ହୋଇଥିଲା । କିନ୍ତୁ ଏବେ ପୁଣି ବାଇଟ୍ ଷ୍ଟଂଟ ଆରମ୍ଭ ହୋଇଛି । କିନ୍ତୁ ଏମାନେ ବିନା ସେଫ୍ଟି ଜାକେଟରେ ବାଇକ ଚଳାଉଛନ୍ତି । ତଳେ ପୁଣି ସିମେଂଟ ଚଟାଣ । ଯଦି କୌଣସି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ଏବଂ ଏଭଳି ବିପଦପୂର୍ଣ ଖେଳକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସେହିପରି ଭୁବନେଶ୍ୱରେ ଧୁମଧାମରେ ଚାଲିଛି ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ଜମୁଚି ଲୋକଙ୍କ ଭିଡ । ଡିସେମ୍ବର ୫ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ ୧୨ ଶହ ଦୋକାନ ପଡିଛି । ସନ୍ଧ୍ୟା ହେଲେ ଲୋକଙ୍କ ଅଧିକ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାରର ଖାଦ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ପ୍ରକାରରର ଘରକରଣା ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଲୋକେ କିଣୁଥିବା ଦେଖିବାକୁ ମିଳିଛି ।

The post ଜମୁଛି ବାଲିଯାତ୍ରା । ଲୋକଙ୍କୁ ଆକର୍ଷିତ କରୁଛି ବାଇକ୍ ଷ୍ଟଣ୍ଟ୍ first appeared on Kanak News.

from Kanak News
via <a href="https://ifttt.com/?

ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଉପରେ ହେବ ଚର୍ଚ୍ଚା

କନକ ବ୍ୟୁରୋ : ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । କନକ ନ୍ୟୁଜର ଏହି ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସେହିପରି ଅତିଥି ଭାବେ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଯୋଗ ଦେଉଛନ୍ତି । ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଆଦି ୫ଟି ଅଧିବେଶନ ଜରିଆରେ ଚର୍ଚ୍ଚା-ଆଲୋଚନା କରାଯିବ । ପ୍ରଥମ ଅଧିବେଶନରେ- ଓଡ଼ିଶା କିଭଳି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେବ ସେ ନେଇ ଆଲୋଚନା କରାଯିବ । ଏହି ଅଧିବେଶନରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବଙ୍କ ସହ ‘ହାରୋ’ ସଭାପତି ଜେକେ ମହାନ୍ତି ଓ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେବେ ।

ଦ୍ୱିତୀୟ ଅଧିବେଶନରେ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରାଯିବ । ଏଥିରେ କୃଷି ନିର୍ଦ୍ଦେକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସହ ଚାଷୀ ନେତା ରମେଶ ମହାପାତ୍ର ଏବଂ ପ୍ରଫେସର ତପନ ପଣ୍ଡା, ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା ନେଇ ମତ ରଖିବେ । ପରବର୍ତୀ ଅଧିବେଶନରେ ଖେଳ କିଭଳି ଓଡ଼ିଶାକୁ ନୂଆ ପରିଚୟ ଦେଇଛି, ସେ ସମ୍ପର୍କରେ ଆଲୋଚନା କରିବେ, ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ତର୍କୀ, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଓ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର । ରାଜନୀତିରେ ଭିନ୍ନମତର ସ୍ଥାନ ନାହିଁ କି? ଏହି ଶୀର୍ଷକ ଉପରେ ଆଲୋକପାତ କରିବେ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି । କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ସିନେମା ବାଟରେ କଂଟା କିଏ, ସେ ନେଇ ଆଲୋଚନା କରାଯିବ । ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକଙ୍କ ସହ ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମ ରାୟ ଏହି ପ୍ରସଙ୍ଗର ନିଜ ନିଜ ମତ ରଖିବେ । ଆଜି ସକାଳ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

The post ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଉପରେ ହେବ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଟନେଲରୁ ଶ୍ରମିକ ମାନେ ସୁରକ୍ଷିତ ଉଦ୍ଧାର ପରେ ନାଚିଲେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧୁମଧାମରେ ପାଳିତ ହେଲା ଇଗାସ ପର୍ବ

କନକ ବ୍ୟୁରୋ : ନାଚିଲେ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ଭିତରୁ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ କିଛି ଏଭଳି ଖୁସିରେ ନାଚିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ବୁଧବାର ରାତିରେ ଡେହରାଡୁନ୍ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଗାସ ପର୍ବ ପାଳିତ ହୋଇଛି । ଦୀପାବଳିର ୧୧ ଦିନ ପରେ ଉତରାଖଣ୍ଡରେ ପାଳିତ ହୁଏ ଇଗାସ ପର୍ବ । ଏହି ପର୍ବକୁ ଶ୍ରମିକଙ୍କ ପରିବାର ସହ ବେଶ ଧୁମ୍ ଧାମରେ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ହାତରେ ହାତ ଧରି ନାଚୁ ଥିବାର ନଜର ଆସିଛନ୍ତି ଧାମୀ । ଏହାସହ ବାଣ ଫୁଟାଇ, ସେମାନଙ୍କ ସହ ଭୋଜନ କରି ଏହି ଇଗାସ ପର୍ବ ପାଳନ କରିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ୧୭ ଦିନର ପରିଶ୍ରମ ପରେ ମଙ୍ଗଳବାର ରାତିରେ ସମସ୍ତ ଶ୍ରମିକଙ୍କୁ ଟନେଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ସମସ୍ତ ୪୧ଜଣ ଶ୍ରମିକ ହୃଷିକେଶ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଶ୍ରମିକ ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ସେମାନଙ୍କୁ ବୁଧବାର ଅପରାହ୍ଣରେ ହୃଷିକେଶ ଏମ୍ସ ସ୍ଥାନାନ୍ତର କରାଯାଇଛି । ସେଠାରେ ୪୮ ଘଣ୍ଟା ଡାକ୍ତରଙ୍କ ତତ୍ୱାବଧାନରେ ରହିବେ ୪୧ ଶ୍ରମିକ ।

The post ଟନେଲରୁ ଶ୍ରମିକ ମାନେ ସୁରକ୍ଷିତ ଉଦ୍ଧାର ପରେ ନାଚିଲେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧୁମଧାମରେ ପାଳିତ ହେଲା ଇଗାସ ପର୍ବ first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା

କନକ ବ୍ୟୁରୋ : ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା । କିନ୍ତୁ ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର । ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଉଛି । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଆଖପାଖ ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ ।

ତେବେ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ମିଳିନାହିଁ । ଏପରିକି ତୀବ୍ରତା ନେଇ ମଧ୍ୟ କୌଣସି ତଥ୍ୟ ଜଣାପଡିନାହିଁ । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡି ନପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ବାତ୍ୟାର ପ୍ରଭାବ ପଡିବନି ବୋଲି କୁହାଯାଉଥିଲେ ବି ୭ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଚିଠିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଞ୍ଜାମ ଜିଲ୍ଲାପାଳନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଭୟଭୀତ ନହୋଇ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ଏବଂ ସତର୍କ ସୂଚନା ଆସିବା ପରେ ଆଡଭାଇରଜରୀ ଜାରି କରାଯିବ ବୋଲି କୃଷି ସଚିବ କହିଛନ୍ତି

The post ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ୫ ଟାଏ ହେବ ମତଦାନ । ପ୍ରାର୍ଥୀ ଚୟନ କରିବେ ୩ କୋଟିରୁ ଅଧିକ ଭୋଟର

କନକ ବ୍ୟୁରୋ : ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ଆଜି ତେଲେଙ୍ଗାନାରେ ନିର୍ବାଚନ ହେଉଛି । ମୋଟ ୨୨୯୦ ଜଣ ପ୍ରାର୍ଥୀ ଏଥିର ମଇଦାନକୁ ଓହ୍ଲାଇଛନ୍ତି । ୩ କୋଟି ୨୬ ଲକ୍ଷ ଲୋକେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ୫ ଟାଏ ଯାଏଁ ଲୋକେ ଭୋଟ ଦେଇପାରିବେ । ନିର୍ବାଚନ ପାଇଁ ପୁଲିସ ପକ୍ଷରୁ କଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଗ୍ରବାଦୀ କାର୍ଯ୍ୟକଳାପ ପ୍ରଭାବିତ ୧୩ଟି ଆସନରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତି ନିଆଯାଇଛି ।

ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ତେବେ ଏଥର ତେଲେଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତେବେ ନିର୍ବାଚନ ପୂର୍ବରୁ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ତେଲେଙ୍ଗାନା ସମେତ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ।

The post ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ୫ ଟାଏ ହେବ ମତଦାନ । ପ୍ରାର୍ଥୀ ଚୟନ କରିବେ ୩ କୋଟିରୁ ଅଧିକ ଭୋଟର first appeared on Kanak News.

from Kanak News
via <a href="https://ifttt.com/?

୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ?

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ କୋହଲିଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ବିଶ୍ୱକପର ସର୍ବାଧିକ ରନ୍ ସ୍କୋରର ସାଜିଥିଲେ କୋହଲି । ବିଶ୍ୱକପ ଇତିହାସରେ ଗୋଟିଏ ସଂସ୍କରଣରେ ୭୬୫ ରନ୍ ହାସଲ କରି କୋହଲି ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ୨୦୨୩ ବିଶ୍ୱକପର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାତେଇଛନ୍ତି କୋହଲି । ଏହାସତ୍ତେ୍ୱ ମଧ୍ୟ ଭାରତର ୨୦୨୩ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଥିଲା । ଫାଇନାଲ ମୁକାବିଲାରେ ଭାରତକୁ ୬ ୱିକେଟରେ ମାତ୍ ଦେଇ ବିଶ୍ୱକପ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଦମଦାର ପ୍ରଦର୍ଶନ ସତ୍ତେ୍ୱ ମଧ୍ୟ ୨୦୨୭ ବିଶ୍ୱକପରେ କୋହଲି ମୈଦାନକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ହେଉଛି । କାରଣ କୋହଲି ଏବେ ୩୫ ବର୍ଷରେ ପାଦ ଦେଇଛନ୍ତି । ୨୦୨୭ ବିଶ୍ୱକପ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିବ । ତେଣୁ ୩୯ ବର୍ଷ ବୟସରେ କୋହଲି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ବଜାୟ ରଖି ପାରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ କୋହଲି ଆଗାମୀ କ୍ରିକେଟ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।

କୋହଲିଙ୍କ ୫୦ ଶତକ ହାସଲକୁ ନେଇ ସଚିନ କହିଛନ୍ତି, ମୁଁ ବିରାଟଙ୍କୁ ସେତେବେଳୁ ଜାଣିଛି ଯେତେବେଳେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ମଧ୍ୟ ପାଇନଥିଲେ । ମୁଁ ବହୁତ ଖୁସି ଯେ, ବିରାଟ କୋହଲିଙ୍କର ଦିନିକିଆରେ ୫୦ତମ ଶତକ ପୂରା ହୋଇଛି । କିନ୍ତୁ ଏବେ କୋହଲିଙ୍କ ବ୍ୟାଟ ଅଟକିବା କଥା ନୁହେଁ, କାରଣ ଏବେ ବି ତାଙ୍କ ପାଖରେ ଅନେକ ଖେଳ ବାକି ଅଛି । ବିରାଟ କୋହଲିଙ୍କ ପାଖରେ ଏବେ ମଧ୍ୟ ରନ୍ ସଂଗ୍ରହ ସହ ଶତକ ହାସଲ କରିବାର ଭୋକ ରହିଛି । ବିରାଟଙ୍କ ବ୍ୟାଟରୁ ଆଗକୁ ଆହୁରି ଶତକ ଆସିବା ବାକି ଅଛି । ଶତକ ରେକର୍ଡ ଭାରତରେ ରହିଲା ଏଥିପାଇଁ ମୁଁ ବହୁତ ଖୁସି । ଦିନିକିଆ କ୍ରିକେଟରେ ସଚିନ ୪୯ଟି ଶତକ ହାସଲ କରିଥିବା ବେଳେ କୋହଲି ଚଳିତ ବିଶ୍ୱକପରେ ଶତକ ହାସଲ ସହ ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ।

୩୫ ବର୍ଷ ବୟସରେ ପାଦ ଦେଇଥିଲେ ମଧ୍ୟ କୋହଲି ଏବେ ମଧ୍ୟ ଟିମ୍ ଇଣ୍ଡିଆର ଫିଟ୍ ଖେଳାଳୀ ଭାବେ ପରିଚିତ । କୋହଲିଙ୍କର ଫିଟନେସ୍ ଅନ୍ୟ ଖେଳାଳୀଙ୍କ ପାଇଁ ପ୍ରେରଣା ସାଜିଛି । ଏଭଳି ସ୍ଥଳେ ୨୦୨୭ ବିଶ୍ୱକପ ଖେଳିବା କୋହଲିଙ୍କ ପାଇଁ ଏତେ କଷ୍ଟକର ହେବନି । କାରଣ ରନ୍ ହାସଲ କରିବା ଭଳି ନିଜର ଫିଟନେସକୁ କୋହଲି ବେଶ ଗୁରୁତ୍ୱ ଦେଇଥାନ୍ତି । ତେବେ ଟି-୨୦ ଦଳକୁ କୋହଲି ଫେରିବେ କି ନାହିଁ ତାହାକୁ ନେଇ ସଂଶୟ ରହିଛି । ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ଟି-୨୦ ସିରିଜରୁ କୋହଲି ଓ ରୋହିତଙ୍କ ଭଳି ବଡ ଚେହେରାଙ୍କୁ ବିଶ୍ରାମ ଦିଆଯାଇଛି । ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ରହିଛି, ତେଣୁ ଭାରତୀୟ ଟିମରେ କୋହଲି ଓ ରୋହିତଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ସ୍ଥାନ ମିଳିବ ନା ଯୁବ ଚେହେରାଙ୍କ ଉପରେ ଦଳ ଭରସା କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

The post ୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started