ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା

କନକ ବ୍ୟୁରୋ : ବଲିଉଡ ସିନେମାରେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଫିଲ୍ମର ଅନେକ ସିନ୍ ଟ୍ରେନ ଭିତରେ ସୁଟିଂ କରାଯାଇଥାଏ । ଅନେକ ସମୟରେ ଏହା ନକଲି ଟ୍ରେନରେ କରାଯାଇଥାଏ । ହେଲେ ଅନେକ ସମୟରେ ପ୍ରଯୋଜକମାନେ ସିନେମାକୁ ବାସ୍ତବଧର୍ମୀ କରିବାକୁ ଟ୍ରେନକୁ ପୁରା ବୁକିଂ କରିଥାନ୍ତି ।

ଯଦି ଆପଣ ସିନେମା ସୁଟିଂ ପାଇଁ ହେଉ ବା ଅନ୍ୟ କୌଣସି କାମ ପାଇଁ ହେଉ ପୁରା ଟ୍ରେନ ବୁକ୍ କରିବାକୁ ଚାହୁଁଛନ୍ତି ଏଥିପାଇଁ ଆପଣଙ୍କ ପ୍ରଥମେ ବୁକ୍ ଟେରିଫ୍ ରେଟ୍ ବାବଦରେ ଜାଣିବାକୁ ପଡିବ    । ଭାରତୀୟ ରେଳ ବିଭାଗ ତରଫରୁ ଏହି ସୁବିଧା ସେହି ଲୋକମାନଙ୍କୁ ଦିଆଯାଇଛି ଯେଉଁମାନେ ପୁରା ଟ୍ରେନ ବୁକ୍ କରିବାକୁ ଚାହୁଁଛନ୍ତି । ଟ୍ରେନ ବୁକ୍ କରିବା ସମୟରେ ରେଳ ବିଭାଗର କିଛି ସର୍ତ୍ତ ବାବଦରେ ଜାଣିବା ଜରୁରୀ ।

ଏଫଟିଆର ସ୍କିମ କ୍ରମରେ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା କିମ୍ବା କୌଣସି ରାଜନୈତିକ ଦଳ ପୁରା ଟ୍ରେନଟିକୁ ବୁକ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ରେଳ ମନ୍ତ୍ରଣାଳୟର ସାର୍ବଜନୀକ ଉପକ୍ରମ ଆଇଆରସିଟିସି ୱେବସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ । ଏହି ପଞ୍ଜିକରଣ ପାଇଁ ମଧ୍ୟ ଆପଣଙ୍କୁ ଦେୟ ଦେବାକୁ ପଡିବ ।

ଏହି ଏଫଟିଆର ପଞ୍ଜିକରଣ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଭେଲିଡ୍ ରହିବ । ଅର୍ଥାତ ୬ ମାସ ମଧ୍ୟରେ ଆପଣଙ୍କୁ ଯେତେବେଳେ ଟ୍ରେନ୍ ଦରକାର ତାର ୩୦ ଦିନ ପୂର୍ବରୁ ଆପଣଙ୍କୁ ଏଫଟିଆର ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ବେଳେ ଆପଣଙ୍କୁ ଅନେକ ପ୍ରକାର ସୂଚନା ଦେବାକୁ ପଡିବ । ଆପଣଙ୍କୁ ଏହି ଫର୍ମରେ ସତ୍ୟ ଆଧାରିତ ସମସ୍ତ ତଥ୍ୟ ଦେବାକୁ ପଡିବ ।

ଭାରତୀୟ ରେଳ ମନ୍ତ୍ରଣାଳୟ ମୁତାବକ ଆପଣଙ୍କୁ ଅତି କମରେ ୧୮ଟି ବଗି ଓ ସର୍ବାଧିକ ୨୪ ଟି ବଗି ଥିବା ଟ୍ରେନ ବୁକ୍ କରିପାରିବେ । ୧୮ଟି ବଗି ଥିବା ଟ୍ରେନକୁ ଯଦି ଆପଣ ୭ ଦିନ ପାଇଁ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୯ ଲକ୍ଷ ଟଙ୍କା ଦେବାକୁ ପଡିବ ।

The post ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆହୁରି ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟି ଗରିବ ପରିବାର

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ୮୧ କୋଟି ଗରିବ ପରିବାରକୁ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ ଯୋଜନା ଅବଧିକୁ ଆହୁରି ୫ ବର୍ଷ ବଢାଇ ଦେଇଛନ୍ତି । ଅର୍ଥାତ୍ ଆହୁରି ୫ ବର୍ଷ ଯାଏଁ କେନ୍ଦ୍ର ସରକାର ୮୧ କୋଟି ୩୧ ଲକ୍ଷ ଗରିବ ପରିବାରକୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୪ ଜାନୁୟାରୀରୁ ଆସନ୍ତା ୫ ବର୍ଷ ଯାଏଁ ପିଏମଜିକେଏୱାଇ ଯୋଜନାରେ ଗରିବ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯିବ । ପ୍ରତି ମାସରେ ହିତାଧିକାରୀ ମାଗଣାରେ ୫ କିଲୋ ଖାଦ୍ୟ ସାମଗ୍ରୀ ପାଇବେ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ୩୧ ଡିସେମ୍ବର ୨୦୨୩ରେ ଶେଷ ହୋଇଥାନ୍ତା । ଏବେ କିନ୍ତୁ ୨୦୨୮ ଯାଏଁ ଏହି ଯୋଜନାର ଲାଭ ପାଇବେ ହିତାଧିକାରୀ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ ନିଷ୍ପତି ।

୨୦୨୦ ମସିହା କରୋନା କାଳରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ମହାମାରୀ ସରିବା ପରେ ମଧ୍ୟ ସରକାର ଏହି ଯୋଜନାର ଅବଧି ବଢାଇଥିଲେ । ଆଉ ସେହି ସମୟରେ ୧୦ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୭ଟି ରାଜ୍ୟରେ ବିଜେପିକୁ ନିର୍ବାଚନୀ ଲାଭ ମିଳିଥିଲା । ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି, ଯେଉଁଥିରେ ୪ଟି ରାଜ୍ୟରେ ମତଦାନ ସରିଥିବା ବେଳେ ନଭେମ୍ବର ୩୦ରେ ତେଲେଙ୍ଗାନାରେ ଭୋଟ ପଡିବ । ଅନ୍ୟପଟେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀଙ୍କ ନିର୍ବାଚନ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

The post କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆହୁରି ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟି ଗରିବ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା

ଭାରତରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଭାରତୀୟ ।

ଭାରତରେ ଥିବା ଆମେରିକାର ଦୂତାବାସ ଏବଂ ତାହାର ବାଣିଜ୍ୟ ଦୂତାବାସ ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩  ମଧ୍ୟରେ ୧୪୦,୦୦୦ ରୁ ଅଧିକ ଛାତ୍ର ଭିସା ଦେଇ ଏକ ସର୍ବକାଳୀନ ରେକର୍ଡ କରିଛି ।  ଆମେରିକାର ବୈଦେଶିକ ବିଭାଗ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଭାରତରେ ଥିବା ଆମର ଦୂତାବାସ ଏବଂ କନସୁଲେଟ୍ସ ୧  ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ର ଭିସା ପ୍ରଦାନ କରି ଏକ ରେକର୍ଡ କରିଛନ୍ତି । ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ (୨୦୨୩ ଫେଡେରାଲ ଆର୍ଥିକ ବର୍ଷ) ରେ ସ୍ୱରାଷ୍ଟ୍ର ବିଭାଗ ବିଶ୍ୱରେ ୧୦ ମିଲିୟନରୁ ଅଧିକ ରେକର୍ଡ ସଂଖ୍ୟକ ଅଣ-ପ୍ରବାସୀ ଭିସା ଜାରିକରିଛି । ଆମେରିକାର ଦୂତାବାସ ଏବଂ କନସୁଲେଟଗୁଡିକ ପୂର୍ବ ଅପେକ୍ଷା ଅଧିକ ଅଣ-ପ୍ରବାସୀ ଭିସା ଅନୁମୋଦନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ।

ଆଠ ମିଲିୟନ ଟୁରିଷ୍ଟ ଭିସା ଜାରି

ଏଥିସହ, ଆମେରିକାର ଦୂତାବାସ ବ୍ୟବସାୟ ତଥା ପର୍ଯ୍ୟଟନ ପାଇଁ ପ୍ରାୟ ଆଠ ନିୟୁତ ପରିଦର୍ଶକ ଭିସା ଜାରି କରିଛି, ଯାହା ୨୦୧୫ ପରଠାରୁ ଯେ କୌଣସି ଆର୍ଥିକ ବର୍ଷ ତୁଳନାରେ ଅଧିକ ଅଟେ ବୋଲି ବିବୃତ୍ତିରେ କୁହାଯାଇଛି । ଏଥିସହ ଆମେରିକାର ଦୂତାବାସ ଏବଂ କନସୁଲେଟ୍ ଛଅ ଲକ୍ଷରୁ ଅଧିକ ଛାତ୍ର ଭିସା ଜାରି କରିଛନ୍ତି ।  ଯାହା ଆର୍ଥିକ ବର୍ଷ ୨୦୧୭ ପରଠାରୁ ଯେ କୌଣସି ଆର୍ଥିକ ବର୍ଷ ପରଠାରୁ  ସର୍ବାଧିକ ଅଟେ ।

୧୦ ଲକ୍ଷ ଅଣ-ପ୍ରବାସୀ ଭିସା

ଗତ ମାସରେ, ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ ନିୟୁତ ଅଣ-ପ୍ରବାସୀ ଭିସା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟରେ ପହଞ୍ଚିଥିଲା ।

୧.୨ ମିଲିୟନ ଭାରତୀୟ ଆମେରିକା ପରିଦର୍ଶନ କରିଥିଲେ

ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଭାରତୀୟ । ଯେଉଁଥିରେ ଛାତ୍ର ଭିସା ଆବେଦନକାରୀଙ୍କ ୨୦ ପ୍ରତିଶତ ଏବଂ ସମସ୍ତ H & L- ବର୍ଗ (ନିଯୁକ୍ତି) ଭିସା ଆବେଦନକାରୀଙ୍କ ସଂଖ୍ୟା ୬୫  ପ୍ରତିଶତ ଅନ୍ତର୍ଭୁକ୍ତ ।  ଆମେରିକା ଏହି ବୃଦ୍ଧିକୁ ସ୍ୱାଗତ କରୁଛି  ବୋଲି ମଧ୍ୟ କହିଛନ୍ତି ।

ଏହି ମଧ୍ୟରେ ଚଳିତ ମାସ ଆରମ୍ଭରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ରାଜଧାନୀରେ ଆମେରିକାର ମିଶନ ପରିଦର୍ଶନ କରି ଭାରତୀୟଙ୍କ ମଧ୍ୟରେ ଆମେରିକାର ଟୁରିଷ୍ଟ ଭିସା ଉପରେ ହେଉଥିବା ଅଭୂତପୂର୍ବ  ଚାହିଦା ଉପରେ ନିରୀକ୍ଷଣ କରିଥିଲେ ।  ଆମେରିକାର ଦୂତାବାସ କହିଛି ଯେ ‘ସୁପର ସଟର ଡେ’ରେ ଅତିରିକ୍ତ ଭିସା ଆବେଦନକାରୀଙ୍କୁ ସାହାଯ୍ୟ କରିବା ପାଇଁ  ଗାର୍ସେଟ୍ଟି ବିଶେଷ ଅତିଥି ଥିଲେ ।

 

The post ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା first appeared on Kanak News.

from Kanak News
via <a href="https://ifttt.com/?

ଆଇଏମଡି ପକ୍ଷରୁ ଏଯାଏଁ ମିଳିନି ବାତ୍ୟା ସୂଚନା , ସର୍ତକ ସୂଚନା ମିଳିଲେ ସେହି ଅନୁଯାୟୀ ପ୍ରସ୍ତୁତି କରିବୁ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ କଲେ କୃଷି ସଚିବ ଅରବିନ୍ଦ ପାଢୀ ।

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ କୃଷି ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି । ଆମେ ସବୁବେଳେ ପ୍ରସ୍ତୁତ ଅଛୁ । ଯଦି କୌଣସି ସୂଚନା ଆସିବ, ସେହି ହିସାବରେ ପ୍ରସ୍ତୁତି କରିବୁ ।

ଆଇଏମଡିର ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର କନ୍ଧମାଳ ଭଳି ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ରହିଛି । ଆମେ ସବୁବେଳେ ପ୍ରସ୍ତୁତ ଥାଉ ଓ ଓୟୁଏଟିର ଗବେଷଣା ଟିମ ଓ ଆମ ବିଭାଗ ମିଶି କାମ କରୁଛନ୍ତି । ସତର୍କ ସୂଚନା ପାଇବା ପରେ କୌଣସି ପରିସ୍ଥିତି ମୁକାବିଲା ପାଇଁ ଆମେ ଆଡଭାଇଜରି ଜାରି କରିଥାଉ ଓ କରିବୁ ।

ଅନେକ ସ୍ଥାନରେ ଧାନ ଫସଲ କଟା ସରିଛି ଓ ଆଉ କିଛି ଜାଗାରେ ଧାନ କଟା ଚାଲିଛି । ଯେଉଁ ଜିଲ୍ଲା ପ୍ରଭାବିତ ହେବ ତାହା ପାଇଁ ଅଲଗା ଆଡଭାଇଜରି ଓ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ଫସଲ ଅନୁସାରେ ଆଡଭାଇଜରି ଦିଆଯିବ । ତେବେ ଚାଷୀ ଭାଈଙ୍କୁ ପରାମର୍ଶ ଦେଉଛୁ, କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ଆଳୁ ଫସଲ କରୁଥିବା ଚାଷୀଙ୍କୁ ପ୍ଲାଣ୍ଟିଂ ଟାଇମ୍ ବଦଳାଇବାକୁ ପରାମର୍ଶ ଦେଉଛୁ । ତେବେ ଏବେ ଭୟଭୀତ ହେବାର କାରଣ ନାହିଁ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।

ଏ ବର୍ଷ ଫସଲ ବୀମା ଯୋଜନାରେ ୨୨ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି । ଜିଲ୍ଲାରୁ ଆକଳନ ଆସିବା ପରେ ମରୁଡ଼ି ସ୍ଥିତି ନେଇ ପଦକ୍ଷେପ ନିଆଯିବ । ଯଦି କୌଣସି ସ୍ଥାନରେ ଚାଷୀଙ୍କ ଫସଲ ହାନି ହୋଇଥିବ, ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇବେ ।

 

The post ଆଇଏମଡି ପକ୍ଷରୁ ଏଯାଏଁ ମିଳିନି ବାତ୍ୟା ସୂଚନା , ସର୍ତକ ସୂଚନା ମିଳିଲେ ସେହି ଅନୁଯାୟୀ ପ୍ରସ୍ତୁତି କରିବୁ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ କଲେ କୃଷି ସଚିବ ଅରବିନ୍ଦ ପାଢୀ । first appeared on Kanak News.

from Kanak News
via <a href="https://ifttt.com/?

ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳା ଚାଷୀମାନେ ଡ୍ରୋନ ସହାୟତାରେ ଜମିରେ ସାର ଓ ବିଷ ପକାଇପାରିବେ ।

ଟ୍ରେନିଂ ସରିବା ପରେ ଡ୍ରୋନ ଉଡାଉଥିବା ମହିଳାମାନଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ଷୋଡଶ ଅର୍ଥ ଆୟୋଗର ଟର୍ମ ଅଫ୍ ରେଫେରେନ୍ସକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ବର୍ତ୍ତମାନ କମିଶନଙ୍କ କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି କ୍ୟାବିନେଟ ବୈଠକରେ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧିନରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟକୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରଖବାକୁ କ୍ୟାବିନେଟର ସହମତି ପ୍ରକାଶ ପାଇଛି ।

The post ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ବାୟୁସେନାର ସ୍ୱତନ୍ତ୍ର ବିମାନରେ ରିଷିକେଶ ଏମ୍ସ ଗଲେ ଉଦ୍ଧାର ଶ୍ରମିକ: ଭେଟିପାରନ୍ତି ପାରନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ସ୍ୱତନ୍ତ୍ର ବିମାନରେ ଏୟାର ଲିପ୍ଟ କରାଯାଇଛି । ସେମାନଙ୍କୁ ରିଶିକେଶ ଏମ୍ସକୁ ନିଆଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଂଚ କରାଯିବ । ତେବେ କିଛି ସମୟ ପୂର୍ବରୁ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଥିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଗତକାଲି ସନ୍ଧ୍ୟାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହା ପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କିନ୍ତୁ ଏହି ପ୍ରତିବନ୍ଧକକୁ କାଟି ଅପରେସନକୁ ସଫଳ କରିଛନ୍ତି ଉଦ୍ଧାର କାରୀ ଟିମ୍ ।

The post ବାୟୁସେନାର ସ୍ୱତନ୍ତ୍ର ବିମାନରେ ରିଷିକେଶ ଏମ୍ସ ଗଲେ ଉଦ୍ଧାର ଶ୍ରମିକ: ଭେଟିପାରନ୍ତି ପାରନ୍ତି ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡିଆ ଶ୍ରମିକ । ସମସ୍ତେ ଭଲରେ ଥିବା ନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର । ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର । ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି । ଏକାଠି ଖାଉଥିଲେ ଏବଂ ନୂଆ ଜୀବନ ପାଇଲେ ବୋଲି ସେ କହିଛନ୍ତି ।
ସେପଟେ ଶ୍ରମମନ୍ତ୍ରୀ ସାରଦା ନାୟକ ଓଡ଼ିଆ ଶ୍ରମିକଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ସାରଦା ନାୟକ । ଗତକାଲି ଶ୍ରମିକ ମାନେ ଉଦ୍ଧାର ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ୧୭ ଦିନ ପରେ ଉତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ ।

The post କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାପାଳଙ୍କ ଏସଆରସିଙ୍କ ଚିଠି: ସତର୍କ ରହିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟକୁ ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଂଜାମ ଜିଲ୍ଲାପାଳନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । .. ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ଆସନ୍ତାକାଲି ନେବ ଅବପାତର ରୂପ । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । । ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଂଚଳରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ବାତ୍ୟାର ଗତିପଥ ନେଇ କୌଣସି ବିସ୍ତୃତ ବିବରଣୀ ମିଳି ନାହିଁ । ଏପରିକି ଏହାର ତୀବ୍ରତା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନଥିଲେ ମଧ୍ୟ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ଗଭୀର ସମୁଦ୍ର ଅଂଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଏହା ସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତାକଳଇ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।

The post ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାପାଳଙ୍କ ଏସଆରସିଙ୍କ ଚିଠି: ସତର୍କ ରହିବାକୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ: ଡିସେମ୍ବର ଆରମ୍ଭରୁ ୩ମାସ ପର୍ଯ୍ୟନ୍ତ ଲୋକେ ବଦଳାଇ ପାରିବେ କଏନ ସହ ଚିରଫଟା ନୋଟ୍

କନକ ବ୍ୟୁରୋ: ରାଜ୍ୟର ୩୧୪ ବ୍ଳକରେ ହେବ କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବର ମାସରୁ ହେବ ଏହି କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ଏବେ ପ୍ରଚଳନ ଥିବା ୫୦ ପଇସା ଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ହେବା ଦରକାର । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇର ଆଂଚଳିକ ନିର୍ଦ୍ଦେଶକ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ । ଯଦି ବ୍ୟାଙ୍କ କଏନ ନେବାକୁ ମନା କରୁଛି ଲୋକେ ଆରବିଆଇ ଆଂଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଆଂଚଳିକ ନିର୍ଦ୍ଦେଶକ ।

The post ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ: ଡିସେମ୍ବର ଆରମ୍ଭରୁ ୩ମାସ ପର୍ଯ୍ୟନ୍ତ ଲୋକେ ବଦଳାଇ ପାରିବେ କଏନ ସହ ଚିରଫଟା ନୋଟ୍ first appeared on Kanak News.

from Kanak News
via <a href="https://ifttt.com/?

ବିସିସିଆଇର ବଡ ଘୋଷଣା । ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସହଯୋଗୀ ଷ୍ଟାଫଙ୍କର ବଢିଲା କାର୍ଯ୍ୟକାଳ ।

କନକ ବ୍ୟୁରୋ : ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆର କୋଚ୍ କିଏ ହେବ ତାହାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ରାହୁଲ ଦ୍ରାବିଡଙ୍କ କଣ୍ଟ୍ରାକ୍ଟକୁ ପୁଣିଥରେ ବୃଦ୍ଧି କରିଛି ବିସିସିଆଇ । କେବଳ ରାହୁଲ ନୁହନ୍ତି ବରଂ ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରିଛି ବୋର୍ଡ ।

ବିଶ୍ୱକପ ୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିିସିସିଆଇ । ଏହି ବୈଠକ ପରେ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିିସିସିଆଇ ନିଷ୍ପତ୍ତି ନେଇଥିଲା । ରାହୁଲ ମଧ୍ୟ ବିସିସିଆଇର ପ୍ରସ୍ତାବରେ ସହମତି ପ୍ରଦାନ କରିଛନ୍ତି । ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ । କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ । ବିସିସିଆଇ ସଭାପତି କହିଛନ୍ତି, ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛି । ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାରେ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛି ବିସିସିଆଇ । ଏହାସହ ରାହୁଲ ମୁଖ୍ୟ କୋଚ୍ ପଦ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ବିସିସିଆଇ ।

The post ବିସିସିଆଇର ବଡ ଘୋଷଣା । ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସହଯୋଗୀ ଷ୍ଟାଫଙ୍କର ବଢିଲା କାର୍ଯ୍ୟକାଳ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started