
କନକ ବ୍ୟୁରୋ : ୧୭ ଦିନ ପରେ ଉତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଆସନ୍ତାକାଲି ସମସ୍ତେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ ।
ଉଦ୍ଧାର ୫ ଶ୍ରମିକଙ୍କ ସହ ଅଛନ୍ତି ମନ୍ତ୍ରୀ ସାରଦା ନାୟକ । ଉଦ୍ଧାର ଶ୍ରମିକଙ୍କୁ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ସାରଦା ନାୟକଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି । ଗତକାଲି ଟନେଲରୁ ୪୧ ଜଣ ଶ୍ରମିକ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ଟନେଲ୍ ଭିତରେ ୧୭ ଦିନ ସେମାନେ କିପରି ରହିଥିଲେ, ତାଙ୍କ ଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଶ୍ରମିକମାନେ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ମୋଦୀ କହିଛନ୍ତି, ଶ୍ରମିକଙ୍କ ସାହାସ ଓ ଧୈର୍ଯ୍ୟ ପ୍ରେରଣାଦାୟକ । ଶ୍ରମିକମାନେ ଜଣେ ଜଣଙ୍କ ସାହସ ବଢାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ।
The post ସୁଡଙ୍ଗରେ ୧୭ ଦିନ । ଆସନ୍ତାକାଲି ଓଡ଼ିଶା ଆସିବେ ୫ ଶ୍ରମିକ, ସାଥୀରେ ଅଛନ୍ତି ଶ୍ରମମନ୍ତ୍ରୀ । ଉଦ୍ଧାର ପରେ ଗାଁରେ ଖୁସିର ଲହରୀ । first appeared on Kanak News.
from Kanak News
via <a href="https://ifttt.com/?