କାଲି ପାଲିଥିଲେ ଜନ୍ମଦିନ, ସକାଳୁ ଚାଲିଗଲା ଜୀବନ: ସ୍କୁଟିରେ ଯିବାବେଳେ ବାଣିବିହାର ଓଭରବ୍ରିଜରେ ଚଢ଼ିଗଲା ଟ୍ରକ

କନକ ବ୍ୟୁରୋ: କାଲି ଜନ୍ମଦିନ ଥିଲା । ହେଲେ, ଆଜି ସକାଳୁ ଚାଲି ଯାଇଛି ଜୀବନ । ବାଣିବିହାର ଓଭର ବ୍ରିଜ ନିକଟରେ ଟ୍ରକ ଧକାରେ ମୃତ୍ୟୁ ହୋଇଥିବା ଓୟୁଟିଆର ବା କଲେଜ ଅଫ୍ ଇଂଜିନୟରିଂ ଆଣ୍ଡ ଟେକ୍ନୋଲଜିର ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ସମ୍ପର୍କରେ ଏମିତି କିଛି ଦୁଃଖଦ ସୂଚନା ମିଳିଛି । ସେ ଗତକାଲି ସାଂଗ ସାଥୀଙ୍କ ସହ ଜନ୍ମଦିନ ପାଳିଥିଲେ । ବେଶ ଖୁସିରେ ଥିଲେ । ଆଜି ସକାଳୁ ସେ ସ୍କୁଟିରେ କଲେଜ ଯାଉଥିବାବେଳେ ବାଣିବିହାର ଓଭରବ୍ରିଜରେ ତାଙ୍କୁ ଧକା ଦେଇଥିଲା ଟ୍ରକ । ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଗାଡିର ଚକ ସମ୍ପୂର୍ଣ୍ଣ ଚଢ଼ି ଯାଇଥିଲା । ଯାହାଫଳରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଥିଲା । ତେବେ ପରେ ତାଙ୍କର ପରିଚୟ ମିଳିଥିଲା । ଜଣାପଡିଥିଲା ଯୁବକ ଜଣଙ୍କ ଓୟୁଟିଆରର ବିଟେକ ପ୍ରଥମ ବର୍ଷ ଇଲେକଟ୍ରୋନିକ୍ସ ଇଂଜିନୟରିଂ ବିଭାଗର ଛାତ୍ର ଥିଲେ । ତାଙ୍କ ବାପାଙ୍କ ନାମ ପ୍ରଦତ କୁମାର ଦାସ, ମା ଅନ୍ନପୁର୍ଣ୍ଣା ଦାସ । ପ୍ରତ୍ୟୁତପର୍ଣ୍ଣ ଦାସ କଲେଜ ଯାଉଥିବା ବେଳେ ଦୁର୍ଘଟଣାର ଘଟିଥିଲା । ମୃତକଙ୍କ ପାଖରେ ପଡି ଥିଲା ମୋବାଇଲ ଯାହାକି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍ ରହିଥିଲା । ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ମୃତ ଛାତ୍ରଙ୍କ ବାପା ପ୍ରଦତ କୁମାର ଦାସଙ୍କ ନାଁରେ ରହିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ ହେବ । ଅନ୍ୟପଟେ ଦୁର୍ଘଟଣା ଘଟାଇବା ଟ୍ରକ ଡ୍ରାଇଭର ଥାନାରେ ଅଟକ ରହିଛି ।

The post କାଲି ପାଲିଥିଲେ ଜନ୍ମଦିନ, ସକାଳୁ ଚାଲିଗଲା ଜୀବନ: ସ୍କୁଟିରେ ଯିବାବେଳେ ବାଣିବିହାର ଓଭରବ୍ରିଜରେ ଚଢ଼ିଗଲା ଟ୍ରକ first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ  

ଗତକାଲି ଭାରତରେ ୧୭ ଦିନ  ଧରି ସୁଡଙ୍ଗ  ଭିତରେ ଫସି ରହିଥିବା ୪୧ ଜଣ ଶ୍ରମବୀରଙ୍କୁ ଉଦ୍ଧାର କରାଯାଇଛି । ଠିକ ଏହି ସମୟରେ ପୃଥିବୀର ଅନ୍ୟ ଏକ ପାର୍ଶ୍ୱରୁ ପ୍ରାୟ ସେହିପ୍ରକାର ଏକ ଦୁଃଖଦ ଖବର ସାମନାକୁ ଆସିଛି ।

ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ଏକ ବଡ଼ଧରଣର  ଦୁର୍ଘଟଣା ଘଟିଯାଇଛି ।  ଶ୍ରମିକମାନଙ୍କୁ ସୁଡଙ୍ଗରୁ ଭୂମି ଉପରକୁ ଆସୁଥିବା ବେଳେ ହଠାତ୍ ଏକ ଲିଫ୍ଟ ଛିଣ୍ଡି ଯାଇ ପ୍ରାୟ ୨୦୦ ମିଟର (୬୫୬ ଫୁଟ) ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କର ମୃତ୍ଯୁ ଘଟିଛି ।

ଦକ୍ଷିଣ ଆଫ୍ରିକା ହେଉଛି ବିଶ୍ବର ସର୍ବାଧିକ ପ୍ଲାଟିନମ୍ ଉତ୍ପାଦନକାରୀ ଦେଶ । ୨୦୨୨ ମସିହାରେ ହେଇଥିବା  ଖଣି ଦୁର୍ଘଟଣାରେ ମୋଟ ୪୯ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୨୧ ରେ ଏହି ସଂଖ୍ୟା ୭୪ ଥିଲା ।  ଯାହାକି ପୂର୍ବ ବର୍ଷ ତୁଳନାରେ ବହୁତ କମ । ଦକ୍ଷିଣ ଆଫ୍ରିକା ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଖଣି ଦୁର୍ଘଟଣାରେ ମୃତ୍ଯୁ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ୨୦୦୦ ମସିହାରେ ଏହି ସଂଖ୍ୟା ହାରାହାରି ୩୦୦ ଥିଲା ।

ଖଣି ସଞ୍ଚାଳକ ମଙ୍ଗଳବାର ଦିନ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଉତ୍ତର ସହର ରୁଷ୍ଟେନବର୍ଗର ଏକ ଖଣିରେ ଶ୍ରମିକଙ୍କ ସିଫ୍ଟ ଶେଷ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସିଫ୍ଟ ସାରି ଖଣିରୁ ଉପରକୁ ଆସୁଥିବା ବେଳେ ଲିଫ୍ଟ ହଠାତ ଛିଡି ଯାଇଥିଲା । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖଣିର ମାଲିକାନା ଦାୟିତ୍ବରେ ଥିବା ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସର (ଇମ୍ପ୍ଲାଟସ୍) ସିଇଓ ନିକୋ ମଲେର ଏକ ବିବୃତ୍ତିରେ କହିଛନ୍ତି ଯେ ଇମ୍ପାଲା ଇତିହାସର ଏହା ସବୁଠାରୁ ଦୁଖର ଦିନ ଅଟେ ।  ଲିଫ୍ଟ ଭୁଶୁଡ଼ିବାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ଖଣି ଦାୟିତ୍ବରେ ଥିବା ପରିଚାଳନା ମଣ୍ଡଳୀକୁ ବରଖାସ୍ତ କରାଯାଇଛି । ଖଣିର ସମସ୍ତ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

୨୦୦ ମିଟର ତଳକୁ ଖସି ପଡିଲା ଲିଫ୍ଟ

ଆହତମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗମ୍ଭୀର ରହିଛି ବୋଲି ଇମ୍ପ୍ଲାଟସ୍ ମୁଖପାତ୍ର ଜୋହାନ୍ ଥେରନ୍ କହିଛନ୍ତି । ସେ କହିଛନ୍ତି ଯେ ଲିଫ୍ଟ ଶାଫ୍ଟରୁ ପ୍ରାୟ ୨୦୦ ମିଟର ତଳକୁ ଖସି ଆସିଛି, ଯଦିଓ ଏହା କେବଳ ପ୍ରାରମ୍ଭିକ ଆକଳନ ଅଟେ । ଏହା ଏକ ଅସାଧାରଣ ଦୁର୍ଘଟଣା ବୋଲି ସେ କହିଛନ୍ତି । ଦକ୍ଷିଣ ଆଫ୍ରିକା ହେଉଛି ସର୍ବାଧିକ ପ୍ଲାଟିନମ୍ ଉତ୍ପାଦନକାରୀ ଦେଶ

The post ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ   first appeared on Kanak News.

from Kanak News
via <a href="https://ifttt.com/?

ସୋରରେ ଅଭାବନୀୟ ସ୍ଥିତି: ମା’ର ଶବକୁ ନେଇ ଦୁଇ ପୁଅ ମଧ୍ୟରେ ଟଣାଓଟରା

କନକ ବ୍ୟୁରୋ: ମା’ର ମୃତଦେହ ବ୍ୟବଚ୍ଛେଦ ନେଇ ୨ ପୁଅଙ୍କ ମଧ୍ୟରେ ଟଣାଓଟରା । ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବଡ଼ପ୍ରୁଅ ହତ୍ୟା ଅଭିଯୋଗ ଆଣି ଶବ ବ୍ୟବଚ୍ଛେଦ ଦାବି କରିବାକୁ ନେଇ ଦେଖାଦେଇଛି ବିବାଦ । ମା’ ମାଳତୀ ବାରିକ ସାନ ପୁଅ ପାଖରେ ରହୁଥିବା ବେଳେ ବଡ଼ ପୁଅ ନନ୍ଦକିଶୋର ବାରିକ ଘରଠାରୁ ଅଲଗା ହୋଇ ରହୁଥିଲେ । ମାଳତୀ ଘର ପାଖରେ ପଡ଼ିଯାଇଥିବା ବେଳେ ସାନ ବୋହୂ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ମୃତଦେହ ଘରକୁ ଆଣିଦେଇଥିଲେ । ଘଟଣା ସମ୍ପର୍କରେ ବଡ଼ ପୁଅ ଜାଣିବା ପରେ ମା’କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସଂଧ୍ୟାରେ ମାଆର ମୃତଦେହକୁ ନେଇ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାରେ ପହଂଚିଥିଲେ । ଖବର ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ଅଶୋକ ମହାନ୍ତି ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ସୂଚନା ରହିଛି ।

The post ସୋରରେ ଅଭାବନୀୟ ସ୍ଥିତି: ମା’ର ଶବକୁ ନେଇ ଦୁଇ ପୁଅ ମଧ୍ୟରେ ଟଣାଓଟରା first appeared on Kanak News.

from Kanak News
via <a href="https://ifttt.com/?

ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର: ବିରୋଧରେ ଥିଲା ଏକାଧିକ ପ୍ରୋସିଡିଂ ଓ ବ୍ଲାକ୍ ମାର୍କ

କନକ ବ୍ୟୁରୋ: ଖୋଲୁଛି ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥିଙ୍କ କଳାକାରନାମାର ଚିଠା । ୧୯୯୯ ମସିହାରେ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ । ୨୦୦୮ରେ ପରୀକ୍ଷା ଦେଇ ସିଧାସଳଖ ଏସଆଇ ପାହ୍ୟା ପାଇଥିଲେ । ୨୦୦୯ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ନରସିଂହପୁର ଥାନା, ତିଗିରିଆ, କଟକ ଜିଳ୍ଲାର ଆଠଗଡ଼, ମଙ୍ଗଳାବାଗରେ ଏସ୍ଆଇ ଭାବେ କାମ କରୁଥିଲେ । ଜଗତସିଂହପୁର ଜିଲ୍ଲାରେ ନାଉଗାଁ, ରାଗୟଡ଼ା ଜିଳ୍ଲାର ରାମାନାଗୁଡ଼ା ଫାଣ୍ଡିରେ ଏଏସଆଇ ଭାବେ କାମ କରିଛନ୍ତି । ଇନିସ୍ପେକ୍ଟର ଭାବେ ପଦୋନ୍ନତି ପାଇ କୋରାପୁଟ ଜିଲ୍ଲାକୁ ଆସିଥିଲେ ସୁଶାନ୍ତ କୁମାର ଶତପଥି । ପ୍ରଥମେ କୋରାପୁଟ ସାଇବର ଥାନାରେ ଯୋଗ ଦେଇଥିଲେ । ଏହା ପରେ ବୈପାରିଗୁଡ଼ା ଥାନାରେ ଯୋଗ ଦେଇଥିଲେ ସୁଶାନ୍ତ । ୨୦୦୮ ବ୍ୟାଚର ଏଏସଆଇମାନଙ୍କୁ ୨୦୧୬ରେ ଇନସ୍ପେକ୍ଟର ଭାବେ ପଦୋନ୍ନତି ଦିଆଯାଇଥିଲା । ହେଲେ ସୁଶାନ୍ତ କୁମାର ଏକାଧିକ ପ୍ରୋସିଡିଙ୍ଗସ ଓ ବ୍ଲାକ ମାର୍କ ଯୋଗୁଁ ପଦୋନ୍ନତିରେ ବିଳମ୍ବ ହୋଇଥିଲା । ତଥାପି ତାଙ୍କ କାର୍ଯ୍ୟକଳାପରେ ସୁଧାର ଆସିନଥିଲା । ବୈପାରିଗୁଡ଼ାରେ ଗଂଜେଇ ଚାଷୀ, ବ୍ୟବସାୟୀ, ଚାଲାଣକାରୀଙ୍କ ଠାରୁ ବେଧଡକ ବଟି ଆଦାୟ କରୁଥିଲେ ।

The post ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର: ବିରୋଧରେ ଥିଲା ଏକାଧିକ ପ୍ରୋସିଡିଂ ଓ ବ୍ଲାକ୍ ମାର୍କ first appeared on Kanak News.

from Kanak News
via <a href="https://ifttt.com/?

ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ

ଆଜିକାଲି ଫ୍ଲାଇଟରେ ଅଭଦ୍ର ବ୍ୟବହାର , ମାରପିଟ ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ଏପରିକି ମଦ ନିଶାରେ ସହ ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଲା ଭଳି ଘଟଣା ନିକଟ ଅତୀତରେ ଘଟିଥିବାର ନଜରକୁ ଆସିଥିଲା । ଏସବୁ ଘଟଣା ତ ଅପରିଚିତ ବ୍ଯକ୍ତି ମାନଙ୍କ ମଧ୍ୟରେ ଘଟିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଯୋଗୁ ଗୋଟେ ଫ୍ଲାଇଟକୁ ଇମରଜେନ୍ସି ଲ୍ୟାଣ୍ଡିଂ  କରିବାକୁ ପଡିଛି ।

ସୂତ୍ରରୁ ପ୍ରକାଶ ଯେ ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଲୁଫଥାନ୍ସ ଏୟାରଲାଇନ୍ସର ଏକ ବିମାନରେ ସ୍ୱାମୀ-ସ୍ତ୍ରୀ ଝଗଡା କରିଥିଲେ । ସ୍ୱାମୀ-ସ୍ତ୍ରୀ କଜିଆ ଏତେ ଉଗ୍ରରୂପ ଧାରଣ କଲା ଯେ ପାଇଲଟଙ୍କୁ ବାଧ୍ୟ ହେଇ ବିମାନକୁ  ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ମ୍ୟୁନିଚରୁ ଆସୁଥିବା ଲୁଫଥାନ୍ସ ବିମାନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ସାମାନ୍ଯ ଝଗଡା ହୋଇଥିଲା । ପରେ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ବଢିବାକୁ ଲାଗିଲା । ଏପରିକି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଝଗଡା ଏତେ ଉଗ୍ରରୂପ ଧାରଣ  କରିଥିଲା ଯେ ପାଇଲଟଙ୍କୁ ବାଧ୍ୟ ହେଇ ବିମାନକୁ  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ଲୁଫଥାନ୍ସ ବିମାନ ନମ୍ବର LH772 ମ୍ୟୁନିଚରୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଯାଉଥିଲା । ଝଗଡା ପରେ ଫ୍ଲାଇଟକୁ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ ।

https://platform.twitter.com/widgets.js

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ପରେ ବିମାନଟିକୁ  ଦିଲ୍ଲୀ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ । ଦିଲ୍ଲୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ଏହି ଖବର ପାଇବା ମାତ୍ରେ ସୁରକ୍ଷା କର୍ମୀମାନେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ବିମାନ ଫାଟକ ଖୋଲିବାକୁ ଅପେକ୍ଷା କରିଥିଲେ ।

ଝଗଡାର କାରଣ ଜଣାପଡି ନାହିଁ

ତେବେ ସ୍ୱାମୀ-ସ୍ତ୍ରୀ କେଉଁଠୁ ଆସିଛନ୍ତି, କୁଆଡେ ଏବଂ ସେମାନଙ୍କ ମଧ୍ୟରେ ଝଗଡା ହେବାର କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ । ଘଟଣା ପରେ ଉଭୟଙ୍କୁ ବିମାନରୁ ଓଲ୍ହେଇ ଦିଆଗଲା କି ଯାତ୍ରା ଜାରି ରଖିବାକୁ ଦିଆଗଲା ତାହା ମଧ୍ୟ ଜଣା ପଡିନାହିଁ।

The post ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ first appeared on Kanak News.

from Kanak News
via <a href="https://ifttt.com/?

ଡମ୍ପିଂୟାର୍ଡ଼ ଉଚ୍ଛେଦ ଦାବିରେ ଦ୍ୱିତୀୟ ଦିନରେ ବିଜେପିର ସତ୍ୟାଗ୍ରହ: ସୈନିକ ସ୍କୁଲ ସମ୍ମୁଖରେ ଜିଲ୍ଲା ବିଜେପିର ଧାରଣା

କନକ ବ୍ୟୁରୋ: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଛେଦ୍ଦ ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଦ୍ୱିତୀୟ ଦିନରେ ଜାରି ରହିଛି ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇଥିବା ବେଳେ ଚୁପ୍ ବସିଛି ବିଏମସି । ଡମ୍ପିୟାର୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ରାଜଧାନୀର ଛାତି ଉପରେ ଅଳିଆ ପାହାଡର କାୟା ବୃଦ୍ଧି ପାଉଥିବା ସମସସ୍ୟାର ସ୍ଥାୟୀ ସମାଧାନ ନକରି ମହଲତ ଦେବାରେ ଲାଗିଛି ବିଏମସି । ତୁରନ୍ତ ଏହି ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଉ, ସମସ୍ୟା ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

The post ଡମ୍ପିଂୟାର୍ଡ଼ ଉଚ୍ଛେଦ ଦାବିରେ ଦ୍ୱିତୀୟ ଦିନରେ ବିଜେପିର ସତ୍ୟାଗ୍ରହ: ସୈନିକ ସ୍କୁଲ ସମ୍ମୁଖରେ ଜିଲ୍ଲା ବିଜେପିର ଧାରଣା first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲରେ ୪୧ ଶ୍ରମିକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ସମସ୍ତଙ୍କ ହାତରେ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା । ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଗତକାଲି ସନ୍ଧ୍ୟାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହା ପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କିନ୍ତୁ ଏହି ପ୍ରତିବନ୍ଧକକୁ କାଟି ଅପରେସନକୁ ସଫଳ କରିଛନ୍ତି ଉଦ୍ଧାର କାରୀ ଟିମ୍ ।

The post ହସ୍ପିଟାଲରେ ୪୧ ଶ୍ରମିକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ସମସ୍ତଙ୍କ ହାତରେ ଦେଲେ ୧ ଲକ୍ଷ ଟଙ୍କାର ଚେକ୍ first appeared on Kanak News.

from Kanak News
via <a href="https://ifttt.com/?

ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ

କନକ ବ୍ୟୁରୋ : ୧୭ ଦିନର ସଂଘର୍ଷ ପରେ ଶେଷରେ ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଗତ ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ପାଖାପାଖି ୪୦୦ଘଣ୍ଟାର ଏହି ଅପରେସନରେ ଅନେକ ବାଧା ବିଘ୍ନ ସାମ୍ନାକୁ ଆସିଥିଲା । ତଥାବି ହାର ମାନିନଥିଲେ ଉଦ୍ଧାରକାରୀ ଟିମ୍ । ଶେଷରେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଉଦ୍ଧାର ପରେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିଲେ ଦେଖିବାକୁ ମିଳିଛି କି, ଟନେଲ ଭିତରେ କେମିତି ଦିନ କାଟୁଥିଲେ ଶ୍ରମିତ ।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି କେମିତି ଶ୍ରମିକମାନେ ଦିନ କାଟୁଥିଲେ । ଗୋଟିଏ ଫଟେରେ ନଜର ଆସିଛି କି, ଶ୍ରମିକଙ୍କ ନିକଟକୁ ପଠାଯାଉଥିବା ଖାଦ୍ୟ ବୋତଲକୁ ଖାଇବା ପରେ ଗୋଟିଏ ସ୍ଥାନରେ ସାଇତି ରଖାଯାଇଛି । ପାଖରେ ଫଳ ଥୁଆ ହୋଇଛି । କଦଳୀ, ସେଓ ଏବଂ ଅନ୍ୟାନ୍ୟ ଫଳମୂଳ ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ପଠାଯାଉଥିଲା ।

 

ତେବେ ଉଦ୍ଧାର ପରି ଫସିଥିବା ଶ୍ରମିକଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କେବେ ଆଶା ଛାଡିନଥିଲୁ । ଆମେ ଜାଣିଥିଲୁ ଆମକୁ ସୁରକ୍ଷିତ ଉଦ୍ଧାର କରିନିଆଯିବ । କିନ୍ତୁ କେଉଁଠିନା କେଉଁଠି ମନରେ ଡର ବି ଥିଲା । ଏବେ ଉଦ୍ଧାର ହେବା ପରେ ଲାଗୁଛି ନୂଆ ଜୀବନ ପାଇଗଲୁ ।

ଉଦ୍ଧାର ହେବା ପରେ କିଛି ଶ୍ରମିକଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ତ ଆଉ କିଛି ଶ୍ରମିକଙ୍କ ମୁହଁରେ ୧୭ଦିନର କଷ୍ଟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାହାରେ ଶ୍ରମିକଙ୍କୁ ସ୍ୱାଗତ କରିବା ପାଇଁ ଫୁଲମାଳ ଧରି ଲୋକେ ଛିଡା ହୋଇଥିଲେ । ଶ୍ରମିକମାନେ ଉଦ୍ଧାର ହେବା ମାତ୍ରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି

The post ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ first appeared on Kanak News.

from Kanak News
via <a href="https://ifttt.com/?

୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ ।

କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ୟାର ଅର୍ଥ ହେଲା ଭଗବାନ ଯେତେବେଳେ ଯାହାକୁ ବଞ୍ଚାଇବାକୁ ଚାହିଁବେ ସେତେବେଳେ ତାକୁ କେହି ମାରିପାରିବେ ନାହିଁ । ଠିକ ଏହିପରି ଏକ ଘଟଣା ଘଟିଛି ଇସ୍ରାଏଲ-ହମାସ ଯୁଦ୍ଧର ବିଭୀଷିକା ମଧ୍ୟରେ ।

ସମସ୍ତେ ଜାଣିଛନ୍ତି ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ପରେ ୧୪୦୦ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତା ବାଦ ଆହୁରି ୨୦୦ ଉର୍ଦ୍ଧ ଲୋକଙ୍କୁ  ଅପହରଣ କରିନେଇ ପଣବନ୍ଦୀ କରି ରଖିଛି ।

ଏହି ଆକ୍ରମଣର ପ୍ରତିବଦଳରେ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଲଗାତାର ଆକ୍ରମଣ କରି ଆସୁଛି । ଗାଜା ସହର ଏକରକମର ଧ୍ବଂସସ୍ତୂପରେ ପରିଣତ ହେଇଆସିଲାଣି ।

 ବର୍ତ୍ତମାନ ଧ୍ବଂସର ସେହି ପାହାଡ଼ ଭିତରୁ ଏବେ ଏକ ନୂଆ ଜୀବନର ସନ୍ଧାନ ମିଳିଛି ।

ସୋସିଆଲ ମେଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ ଏକ ନବଜାତ ଶିଶୁକୁ କିଛି ଉଦ୍ଧାରକର୍ମୀ ଏକ ଭଙ୍ଗା ଘର ଭିତରୁ ଉଦ୍ଧାର କରୁଛନ୍ତି ।

ସୂଚନାନୁସାରେ ହମାସ ଆକ୍ରମଣର ପ୍ରତିଉତ୍ତରରେ  ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ କରିଚାଲିଥିଲା । ଆକ୍ରମଣରେ ଗାଜାର ଅନେକ ଘର ଭାଙ୍ଗି  ଧୂଳିସାତ ହେଇଯାଇଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ଶିଶୁଟିର ଘର ମଧ୍ୟ ସମ୍ପୂର୍ଣରୂପେ ନଷ୍ଟ ହୋଇଯାଇଥିଲା । କୁହାଯାଉଛି ଯେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଏହି ନିରୀହ ଶିଶୁଟି ଜନ୍ମ ହୋଇଥିଲା ।

୩୭ ଦିନ ପରେ ଧ୍ବଂସ ସ୍ତୂପ ତଳୁ ବାହାରିଲା ଜୀବନ୍ତ ଶିଶୁ

ବୋମା ବିସ୍ଫୋରଣରେ ଘର ସିନା ନଷ୍ଟ ହୋଇଯାଇଥିଲା କିନ୍ତୁ ଶିଶୁର ନିଶ୍ୱାସ ଚାଲିଥିଲା । ଆଶ୍ଚର୍ଯ୍ୟଜଣକ ଭାବେ ଧ୍ବଂସ ସ୍ତୂପ ତଳେ ପିଲାଟି ୩୭ ଦିନ ଧରି ଜୀବିତ ରହିଥିଲା । ଏହାକୁ ଭଗବାନଙ୍କ ଚମତ୍କାର କୁହାଯିବନି ତ ଆଉ କଣ କୁହାଯିବ । ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ପିଲାଟି କିପରି ବଞ୍ଚି ରହିଥିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।

https://platform.twitter.com/widgets.js

ସୋସିଆଲ ମେଡ଼ିଆରେ ଭାଇରାଲ ହେବାରେ ଲାଗିଛି ଶିଶୁଟିର ଭିଡିଓ

ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକର୍ମୀମାନେ ତାକୁ ଘରର ଧ୍ଵଂସାବଶେଷ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଫଟୋଗ୍ରାଫର ନୁହ ଅଲ୍ ଶଗ୍ନୋବି ଶିଶୁର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହା ସହିତ ସେ ଶିଶୁର କାହାଣୀ ମଧ୍ୟ ସେୟାର କରିଥିଲେ । ସୋସିଆଲ ମେଡିଆରେ ସେୟାର ହେବାମାତ୍ରେ ଏହ ବିଦ୍ୟୁତବେଗରେ ଭାଇରାଲ ହେବାରେ ଲାଗିଥିଲା । ଲୋକମାନେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ତିନିଘଣ୍ଟାର ଅକ୍ଳାନ୍ତ  ପରିଶ୍ରମ ପରେ ଉଦ୍ଧାରକର୍ମୀମାନେ ପିଲାଟିକୁ  ଭଙ୍ଗାଘରର ଚଟାଣ ତଳୁ ବାହାର କରୁଛନ୍ତି ।  ଭିଡିଓରେ ଦେଖାଯାଇଛି ଯେ ଘରର ଚଟାଣ ଭାଙ୍ଗି ଯାଇଥିଲା ଏବଂ ପିଲାଟି ସେହି ଭଙ୍ଗା ଚଟାଣ ତଳେ ଏତେ ଦିନ ପର୍ଯ୍ୟନ୍ତ ପୋତି ହୋଇ ରହିଥିଲା । ଶିଶୁଟି ସୁରକ୍ଷିତ ଉଦ୍ଧାର ହେବା ପରେ ରିଲିଫ ଓ ଉଦ୍ଧାର କର୍ମଚାରୀଙ୍କ ମଧ୍ୟରେ ଆନନ୍ଦରେ କୌଣସି ସୀମା ନଥିଲା । ସମସ୍ତେ ତାକୁ ଗୋଟିଏ ପରେ ଗୋଟିଏ କୋଳରେ ନେଇ ଗେଲ କରିବାକୁ ଲାଗୁଛନ୍ତି । ପିଲାଟି ମଧ୍ୟ ନିରୀହ ଆଖିରେ ସମସ୍ତଙ୍କୁ ଚାହୁଁଥାଏ ।

ଶିଶୁଟିର ପରିବାରର କୌଣସି ଖୋଜଖବର ନାହିଁ

ନିରୀହ ଶିଶୁଟିର ଜୀବନ ତ ରକ୍ଷା ପାଇଗଲା କିନ୍ତୁ ତା ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିଷୟରେ କୌଣସି ଖୋଜଖବର ନାହିଁ । ସେମାନେ ଜୀବିତ ନା ମୃତ କେହି ଜାଣିନାହାନ୍ତି । ଏତେଦିନ ଧରି ଶିଶୁଟି କିପରି ଜୀବିତ ରହିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ  !!!!

The post ୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ । first appeared on Kanak News.

from Kanak News
via <a href="https://ifttt.com/?

ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ: ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି ଅନୁଧ୍ୟାନ

କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଗତକାଲିଠାରୁ ଆରମ୍ଭ ହୋଇଛି । ଆଜି ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି । ଦକ୍ଷିଣ ପାଶ୍ୱର୍ କାନ୍ଥର ଅନୁଧ୍ୟାନ କରାଯାଉଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତର-ପଶ୍ଚିମ ଓ ଉତର-ପୂର୍ବର ୩୭ଟି ପଏଂଟରେ ଲେଜର ସ୍କାନିଂ ଡକୁମେଂଟେସନ ଶେଷ ହୋଇଛି । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତୋଳନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି । ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓ ରିପୋର୍ଟ ପରେ ପରବର୍ତୀ ନିଷ୍ପତି ନିଆଯିବ ।

The post ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ: ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି ଅନୁଧ୍ୟାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started