ବହି ବସ୍ତାନି ଜାଗାରେ ପିଲାଙ୍କ କାନ୍ଧରେ ଜାଳେଣି: ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ପ୍ରଧାନଶିକ୍ଷକ କାଠ ବୁହାଇଥିବା ଅଭିଯୋଗ

କନକ ବ୍ୟୁରୋ: ବହି ବସ୍ତାନି ବଦଳରେ କାଠ ବୋହିଲେ ସ୍କୁଲର କୁନି କୁନି ପିଲା । ଖୋଦ୍ ପ୍ରଧାନ ଶିକ୍ଷକ ସ୍କୁଟି ଉପରେ ବସି ପିଲାଙ୍କୁ କାଠ ବୁହାଉଛନ୍ତି । ବାଲେଶ୍ୱରର ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲା କାଠ ବୋହୁଥିବା ଦେଖିବାକୁ ମିଳିଛି । ତେବେ ଏହି କାଠ ସ୍କୁଲରେ ଜାଳେଣି ପାଇଁ ବ୍ୟବହାର ହେଉଥିବା ଜଣାପଡିଛି । ଆଉ ପ୍ରଧାନ ଶିକ୍ଷକ ଭୂଷଣ ଜେନା ପିଲାଙ୍କୁ କାଠ ବୋହିବାକୁ କହିଥିବା ଅଭିଯୋଗ ହୋଇଛି । ଗତ ଶନିବାର ଦିନ ପିଲାମାନେ ସ୍କୁଲ ଯାଇଥିଲା ବେଳେ ସେମାନଙ୍କୁ ପାଠ ପଢାଇବା ବଦଳରେ ସ୍କୁଲ ଠାରୁ ପାଖାପାଖି ୩ ଶହମିଟର ଦୂରରୁ କାଠ ବୁହାଯାଇଥିବା ଜଣାପଡିଛି । ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ନିନ୍ଦା କରାଯାଉଛି । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛୋଟଛୋଟ ପିଲାଙ୍କୁ ନେଇ ଏଭଳି କାମ କରାଇବା ପରେ ଭୋଗରାଇ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଇତ୍ୱରେ ଥିବା ଅଧିକାରୀ କହିଛନ୍ତି. ପ୍ରକୃତ ଘଟଣାରେ ତଦନ୍ତ କରାଯିବ । ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ।

The post ବହି ବସ୍ତାନି ଜାଗାରେ ପିଲାଙ୍କ କାନ୍ଧରେ ଜାଳେଣି: ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ପ୍ରଧାନଶିକ୍ଷକ କାଠ ବୁହାଇଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଉତରାଖଣ୍ଡ ଟନେଲରୁ ୫ ଓଡିଆ ଶ୍ରମିକ ଉଦ୍ଧାର: ନବରଙ୍ଗପୁର ଓ ବାରିପଦାରେ ଉତ୍ସବର ମାହୋଲ, ମୁଖ୍ୟମନ୍ତ୍ରୀ କହିଲେ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଶ ସବୁ କରିପାରିବ

କନକ ବ୍ୟୁରୋ: ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଓଡିଶାର ୫ ଜଣ । ଏମାନେ ହେଲେ ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ ଅଛନ୍ତି । ଉଦ୍ଧାର ପରେ ସଂପୃକ୍ତ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ । ଉଦ୍ଧାର କାମରେ ତଦାରଖ ପାଇଁ ମନ୍ତ୍ରୀ ସାରଦା ନାୟକ ଯାଇଥିଲେ । ୫ ଜଣ ଶ୍ରମିକ ଉଦ୍ଧାର ହେବା ପରେ ସେ ଖୁସି ପ୍ରକାଶ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତାଳବେଢା ଗାଁର ଭଗବାନ ଭତ୍ରା ଟନେଲରୁ ସୁରକ୍ଷିତ ଉଦ୍ଧାର ଖବର ଶୁଣିବା ପରେ ଗାଁରେ ଉତ୍ସବର ମାହୋଲ । ସୁରକ୍ଷିତ ଭାବେ ଉଧାର ଖବର ଶୁଣିବା ପରେ ଗାଁରେ ଖୁସିର ଲହରି ଖେଳି ଯାଇଛି । ଲୋକେ ବାଣ ଫୁଟାଇ , ପାରମ୍ପରିକ ନାଚ ଗୀତ ମାଧ୍ୟମରେ ଖୁସି ଜାହିର କରିଥିଲେ । ଏଥିସହ ଭଗବାନଙ୍କ ଘରକୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପହଂଚିଥିଲେ । ଏବଂ ସେ ମଧ୍ୟ ଲୋକ ମାନଙ୍କ ସହ ନାଚ ଗୀତ ରେ ମସଗୁଲ ହୋଇଯାଇଥିଲେ ।

ଫସି ରହିଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହେବ ପରେ ଗଞ୍ଜାମ ଜିଲ୍ଲାର ସର୍ଦାର ବଲ୍ଳଭ ଭାଇ ପଟେଲ ସଂଘ ପକ୍ଷରୁ କୋର୍ଟରେ ପେଟା ଜଗନ୍ନାଥ ମନ୍ଦିର ଛକ ଠାରେ ମିଠା ବାଂଟିଛନ୍ତି । ସେପଟେ ଉଦ୍ଧାର ପରେ ଟ୍ୱିଟ୍ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତରାଖଣ୍ଡର ସିଲକ୍ୟାରା ଟନେଲ୍ରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଖୁସି ଆଶ୍ୱସ୍ତ ହୋଇଛନ୍ତି ନବୀନ । ଏହି ମାରାଥନ ଅପରେସନ୍ରେ ନିୟୋଜିତ ଏଜେନ୍ସି, ରେସ୍କ୍ୟୁ ଟିମ୍ ଓ ଇଞ୍ଜିନିୟରମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦ୍ଧାର ପରେ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଉତରକାଶୀରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାଣି ଖୁସି ଓ ଆଶ୍ୱସ୍ତ । ପ୍ରତିକୂଳ ପରିସ୍ଥିତିରେ ଆମ ଶ୍ରମିକମାନେ ଯେଉଁ ସାହସ ଏବଂ ସହନଶୀଳତା ଦେଖାଇଛନ୍ତି, ତାହା ପ୍ରଶଂସନୀୟ । ଏହି କଠିନ ଉଦ୍ଧାର କାର୍ଯ୍ୟକୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର ।

The post ଉତରାଖଣ୍ଡ ଟନେଲରୁ ୫ ଓଡିଆ ଶ୍ରମିକ ଉଦ୍ଧାର: ନବରଙ୍ଗପୁର ଓ ବାରିପଦାରେ ଉତ୍ସବର ମାହୋଲ, ମୁଖ୍ୟମନ୍ତ୍ରୀ କହିଲେ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଶ ସବୁ କରିପାରିବ first appeared on Kanak News.

from Kanak News
via <a href="https://ifttt.com/?

କ୍ୟାଚ ମିସ୍ ସହିତ ଦୁର୍ବଳ ବୋଲିଂ: ଭାରତ ମୁହଁରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ବିଶ୍ୱକପ ପରେ ଭାରତ ବିପକ୍ଷରେ ଲଗାତର ଦୁଇଟି ଟି-ଟ୍ୱେଂଟି ହାରି ନିରାଶ ହୋଇଥିବା ଅଷ୍ଟ୍ରେଲିଆ ଦଳ ଶେଷରେ ବିଜୟୀ ହୋଇଛି । ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତକୁ ହରାଇ ବିଜୟ ଧାରାକୁ ଫେରିଛି । ଭାରତର ୨୨୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । କିନ୍ତୁ ରନ୍ ରେଟ୍କୁ ଆବଶ୍ୟକ ଅନୁସାରେ ଜାରି ରଖିଥିଲା । ଗ୍ଲେନ୍ ମ୍ୟାକ୍ସୱେଲ୍ ୪୮ ବଲ୍ରେ ଅପରାଜିତ ୧୦୪ ରନ୍ କରିଥିବା ବେଳେ ଅଧିନାୟକ ମାଥ୍ୟୁ ୱେଡ୍ ୧୬ ବଲ୍ରୁ ୨୮ ରନ କରି ଅପରାଜିତ ଥିଲେ । ଉଭୟ ଷଷ୍ଠ ୱିକେଟ୍ ପାଇଁ ୪୦ ବଲ୍ରୁ ୯୧ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ଶେଷ ୨ ଓଭରରୁ ୪୩ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଅକ୍ଷର ପଟେଲ୍ ୨୨ ରନ୍ ଏବଂ ପ୍ରସିଦ୍ଧ କୃଷ୍ଣ ୨୧ ରନ୍ ଦେଇଥିଲେ । ଫିଲ୍ଡି ସମୟରେ ମାଥ୍ୟୁ ୱେଡଙ୍କ କ୍ୟାଚ ମିସ ସାଙ୍ଗକୁ ଦୁର୍ବଳ ବୋଲିଂ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ପରାଜୟର କାରଣ ସାଜିଛି । ତେବେ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଶେଷ ମ୍ୟାଚ ଗୁଡିକୁ ଜିତିବା ପାଇଁ ଭ୍ରମଣକାରୀ ଦଳ ଜୋରଦାର ପ୍ରସ୍ତୁତି କରିଛି । ଏଥିପାଇଁ ଅନେକ ପରିବର୍ତନ କରିଛି । ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାୟପୁରରେ ଖେଳାଯିବ ।

The post କ୍ୟାଚ ମିସ୍ ସହିତ ଦୁର୍ବଳ ବୋଲିଂ: ଭାରତ ମୁହଁରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ first appeared on Kanak News.

from Kanak News
via <a href="https://ifttt.com/?

ଆଜି ବୁଧବାରରେ ଜମିବ ଛାଡଖାଇ: ବଜାରରେ ଆମିଷ ଦର ଉଚ୍ଚା, ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ

କନକ ବ୍ୟୁରୋ: ଗତକାଲି ଆମିଷ ବାର ନଥିଲା । ଆଜି ବୁଧବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି ।

The post ଆଜି ବୁଧବାରରେ ଜମିବ ଛାଡଖାଇ: ବଜାରରେ ଆମିଷ ଦର ଉଚ୍ଚା, ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ first appeared on Kanak News.

from Kanak News
via <a href="https://ifttt.com/?

ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା: ଉଦ୍ଧାରକାରୀ ଦଳକୁ ଚାରିଆଡୁ ପ୍ରଂଶସା

କନକ ବ୍ୟୁରୋ: ୧୭ ଦିନ ପରେ ଉଦ୍ଧାର ହେଲେ ଉତରାଖଣ୍ଡର ସିଲକିୟାରା ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ମଙ୍ଗଳବାର ସନ୍ଧ୍ୟାରେ ଏହି ଶ୍ରମିକମାନେ ନୂଆ ଜୀବନ ପାଇଛନ୍ତି । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଉଦ୍ଧାର କାମର ସଫଳତା ପରେ ଶ୍ରମିକଙ୍କ ପରିବାର, ଉଦ୍ଧାରକାରୀ ଦଳ ଓ ପ୍ରଶାସନ ଆଶ୍ୱସ୍ତି ହୋଇଛନ୍ତି । ଉଦ୍ଧାର କରିବାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି ର୍ୟାଟ ହୋଲ୍ ମାଇନସର୍୍ । ୨୦୧୪ ରେ ଏହାକୁ ନିଷେଧ କରାଯାଇଥିଲା । ଏହାପୂର୍ବରୁ ଆମେରିକୀୟ ଅଗର୍ ମେସିନ୍ ସହିତ ଡ୍ରିଲିଂ ମଧ୍ୟ କରାଯାଉଥିଲା । ମାତ୍ର ଶେଷ ୧୦ ମିଟର ଖନନ ରେଟ୍ ମାଇନିଂଙ୍କ ଦ୍ୱାରା ଅପରେସନ କରାଯାଇଥିଲା । ଯେଉଁଥିପାଇଁ ଶ୍ରମିକଙ୍କ ନିକଟରେ ପହଂଚିବା ସମ୍ଭବ ହୋଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହାପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ୧୭ଦିନରେ ରେସକ୍ୟୁ ଟିମ ଯାହା କରି ଦେଖାଇଛି, ତାହା କୌଣସି ପର୍ବତ ବିଜୟଠାରୁ କମ ନୁହେଁ । ୧୩ ନଭେମ୍ବରରେ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସିଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ କରିଥିଲେ । ଟନେଲ କାଟିବାକୁ ଯେଉଁ ମେସିନ ଦରକାର ହୋଇଥିଲା, ତାହାକୁ ଦେଶର ବିଭିନ୍ନ ସ୍ଥାନରୁ ମଗାଯାଇଥିଲା । ହେଲିକପଟର ଓ ଏୟାରଫୋର୍ସର ବିମାନକୁ ବି ଲଗାଯାଇଥିଲା । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କିନ୍ତୁ ଏହି ପ୍ରତିବନ୍ଧକକୁ କାଟି ଅପରେସନକୁ ସଫଳ କରିଛନ୍ତି ଉଦ୍ଧାର କାରୀ ଟିମ୍ ।

The post ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା: ଉଦ୍ଧାରକାରୀ ଦଳକୁ ଚାରିଆଡୁ ପ୍ରଂଶସା first appeared on Kanak News.

from Kanak News
via <a href="https://ifttt.com/?

କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା?

କନକ ବ୍ୟୁରୋ: ରାଜସ୍ଥାନ କୋଟା ସହର । କୁହାଯାଏ ଉଚ୍ଚ ଶିକ୍ଷା ଅଭିଳାଶ ରଖୁଥିବା ଛାତ୍ରଛାତ୍ରୀ ସବୁଠୁ ଉନ୍ନତମାନର କୋଚିଂ ପାଇଁ କୋଟାକୁ ଆସିଥାନ୍ତି । ଏବେ କିନ୍ତୁ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି କୋଟା । ୧୧ମାସରେ ୨୮ଜଣ ଆତ୍ମହତ୍ୟା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ କ’ଣ? ବାରମ୍ବାର ଘଟୁଥିବା ଅଘଟଣ ପାଇଁ ଦାୟୀ କିଏ? କେବେ ମିଳିବ ସମସ୍ୟାର ସମାଧାନ ।

ନାଁ-ଫରିଦ ହୁସେନ । ବୟସ-୨୦ । ଘର-ପଶ୍ଚିମବଙ୍ଗ । ଉଚ୍ଚଶିକ୍ଷା ପାଇଁ ସେ ଘର ଛାଡି ରାଜସ୍ଥାନର କୋଟା ଚାଲିଆସିଥିଲେ । କୋଟା ହେଉଛି ଦେଶ ସବୁଠୁ ବଡ କୋଚିଂ ସେଂଟର ହବ । ତେଣୁ ଏଠାରେ କୋଚିଂ ନେବେ ଓ କ୍ୟାରିୟର ଗଢ଼ିବା ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିବେ ।ଏହି ସ୍ୱପ୍ନ ସହ କିଛି ମାସ ହେବ କୋଟାକୁ ଆସିଥିବା ଫରିଦ ଶେଷରେ ଜୀବନ ହାରି ଦେଇଛନ୍ତି । ନଭେମ୍ବର ୨୭ ତାରିଖ ଦିନ ରହୁଥିବା ଘରୁ ଫରିଦଙ୍କୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ଘଂଟା ଧରି କବାଟ ନଖୋଲିବା ପରେ ସହପାଠୀ ପୁଲିସକୁ ସୂଚନା ଦେଇଥିଲେ ।

ଆଖିରେ ଅସୁମାରୀ ସ୍ୱପ୍ନ ନେଇ ଯେଉଁ ସହରକୁ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଆସୁଛନ୍ତି ସେମାନେ ଘରକୁ ଫେରିବା ବଦଳରେ ମୃତ୍ୟୁମୁଖରେ ପଡୁଛନ୍ତି । ୧୧ମାସ ଭିତରେ ୨୮ଜଣ ଆତ୍ମହତ୍ୟା କରିସାରିଲେଣି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ?

ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ଫରିଦ ମେଡିକାଲ ପ୍ରବେଶ ପରୀକ୍ଷା ପାଇଁ କୋଟାରେ କୋଚିଂ ନେଉଥିଲେ । କିଛି ଦିନ ମିଳାମିଶା ବନ୍ଦ କରିଥିଲେ । ତେବେ ଶବ-ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ ପ୍ରକିୟା ଆଗକୁ ବଢ଼ିବ ବୋଲି କୋଟା ପୁଲିସ ଅଧିକାରୀ କହିଛନ୍ତି । ସେପଟେ ମାନସିକ ବିଶେଷଞ୍ଜ କହିଛନ୍ତି ଏଭଳି ସ୍ଥିତିରୁ କିଭଳି ଛାତ୍ରଛାତ୍ରୀଙ୍କ ଚାପମୁକ୍ତ ରଖାଯାଇପାରିବ ।

ରାଜସ୍ଥାନ ସରକାର ଦାବି କରୁଛନ୍ତି ଯେ ଆତ୍ମହତ୍ୟା ରୋକିବା ପାଇଁ ସବୁ ଚେଷ୍ଟା କରାଯାଉଛି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ପରଖିବା ପାଇଁ, ସେମାନଙ୍କୁ ଚାପମୁକ୍ତ କରିବାକୁ ବିଭିନ୍ନ କାଉନସେଲିଂ କରାଯାଉଛି । ତଥାପି କ’ଣ ପାଇଁ ସରକାର, ଅଧ୍ୟାପକ, ଅଭିଭାବକ, ପ୍ରଶାସନ ଏହାକୁ ରୋକିବାକୁ ବାରମ୍ବାର ବିଫଳ ହେଉଛନ୍ତି । ଉନ୍ନତମାନର କୋଚିଂ ପାଇଁ କୋଟା ସହର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛି କିନ୍ତୁ କ୍ରମଶ ଏହା ଛାତ୍ରଛାତ୍ରୀଙ୍କ ପେଣ୍ଠସ୍ଥଳ ପାଲଟିଛି ।

The post କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା? first appeared on Kanak News.

from Kanak News
via <a href="https://ifttt.com/?

ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ

କନକ ବ୍ୟୁରୋ: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ହେବ । ବିଜେପି, କଂଗ୍ରେସ ଓ ବିଆରଏସ ମଧ୍ୟରେ ଟକ୍କର ହେବ ଜୋରଦାର । ଆଂଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପାଇଁ ଏଥରକ ନିର୍ବାଚନ ମଧ୍ୟ ଚ୍ୟାଲେଂଜପୂର୍ଣ୍ଣ ରହିଛି । ସେପଟେ ମୁସଲିମ ଭୋଟକୁ ନେଇ ବିଜେପି-କଂଗ୍ରେସ ଭୋଟରେ ମଧ୍ୟ ବଡ ଧରଣରଣ ପରିବର୍ତନ ସମ୍ଭାବନା ରହିଛି । ଏହା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବ ପାଇଁ ବିଜେପି,କଂଗ୍ରେସ ଓ ବିଆରଏସ ନିଜ ନିଜର ହେଭିୱେଟ ଚେହେରାଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ବାକି ଅଛି ଆଉ ମାତ୍ର ଗୋଟିଏ ଦିନ । ବିଭିନ୍ନ ରାଜନୈତିକ ଦଳର ରାଜନେତା, ହେଭିୱେଟ ଚେହେରା ଜୋରଦାର ପ୍ରଚାର କରୁଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଏକ ଅନ୍ଦାଜରେ ମଙ୍ଗଳବାର ଦେଖିବାକୁ ମିଳିଛି । ହାଇଦ୍ରାବାଦ ଜୁବଲି ହିଲ୍ସରେ ପହଁଚିଥିଲେ ରାହୁଲ । ଏଠାରେ ସେ ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେପଟେ କଂଗ୍ରେସ ନେତାଙ୍କ ପ୍ରଶ୍ନ ଉତର ଦେଇ ସେମାନେ ନିଜ ନିଜ ସମସ୍ୟା କଥା କହିଥିଲେ ରୋଜଗାର, ସମସ୍ୟା ଓ ଆବଶ୍ୟକ ବାବଦରେ ରାହୁଲ ପ୍ରଶ୍ନ ପଚାରିଥିଲେ । ଉତର ଦେଇ ଅଟୋ ଚାଳକ ସଫେଇକର୍ମୀ ଓ ଫୁଡ ଡେଲିବରୀବୟ କହିଥିଲେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ବୀମା ସୁବିଧାରେ ଅର୍ନ୍ତଭୁକ୍ତ କରାଯାଉ ।

ନିକଟରେ ରାହୁଲ ହାଇଦ୍ରବାଦ ଅଶୋକନଗରରେ ପହଁଚିଲେ । ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଭେଟିଥିଲେ । ହାଲଚାଲ ପଚାରୁ ପଚାରୁ ଯୁବକମାନେ ନିଜ ସମସ୍ୟା କହିଥିଲେ ।। ଯାହାକୁ ଶୁଣିବା ପରେ ରାହୁଲ ବେଶ ଭାବବିହ୍ୱଳ ହୋଇଥିବା ପ୍ରକାଶ କରିଥିଲେ । ଯୁବକଙ୍କ ସହ ଏକାଠି ମିଶି ବିରିୟାନୀ ମଧ୍ୟ ଖାଇଥିଲେ ରାହୁଲ ।

ଆଉ ଦିନକ ପରେ ତେଲେଙ୍ଗାନାରେ ପଡିବ ଭୋଟ । ସମସ୍ତ ଦଳମାନଙ୍କ ଫୋକସରେ ରହିଛନ୍ତି ମହିଳା ଓ ଯୁବଗୋଷ୍ଠୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ମଙ୍ଗ ନିଜେ ରାହୁଲ ଧରିଛନ୍ତି । ଜନତାଙ୍କ ସହ ସିଧାସଳଖ ଭେଟଘାଟ କରି ଦଳ କରୁଛି ଭୋଟବ୍ୟାଙ୍କ ରାଜନୀତି କରୁଛି ।

ତେବେ ତେଲେଙ୍ଗାନା ନୁହେଁ ପୂର୍ବରୁ ରାହୁଲଙ୍କୁ ମିଜୋରମ ନିର୍ବାଚନ ପୂର୍ବରୁ ଏହି ଭିନ୍ନ ମୁଦ୍ରା ରେ ଦେଖିବାକୁ ମିଳିଥିଲା । କଲେଜ ଛାତ୍ରଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଥିଲେ ରାହୁଲ । ସେପଟେ ଛତିଶଗଡ ନିର୍ବାଚନ ପୂର୍ବରୁ ବିଳାସପୁରରେ ଟ୍ରେନଯାତ୍ରା କରିଥିଲେ । ଯାତ୍ରୀଙ୍କ ସହ ପାସେଞ୍ଜର ଟ୍ରେନରେ ଯାତ୍ରା କରି ହାଲଚାଲ ବୁଝିଥିଲେ ରାହୁଲ । ଅନ୍ୟପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଭୋଟ ପଡିବା ପୂର୍ବରୁ କଂଗ୍ରେସ ସାଂସଦ ବିଶାଳ ରୋଡ ସହ କରିବା ସହ ଜନତାଙ୍କ ସହ ସିଧାସଳଖ ଭେଟିଥିଲେ । ଦେଖିବାକୁ ବାକି ରହିଲା ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ କଂଗ୍ରେସ ଭୋଟ ହାତେଇବାରେ କେତେଦୂର ସଫଳ ହେଉଛି ।

The post ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ first appeared on Kanak News.

from Kanak News
via <a href="https://ifttt.com/?

ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ ଶ୍ରମିକ । କଣ ହେବ, କେମିତି ଉଦ୍ଧାର ହେବେ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଟନେଲରୁ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକ ଉଦ୍ଧାର ପରେ ଏବେ ସାରା ଦେଶ ଖୁସି ବ୍ୟକ୍ତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ଉତ୍ତରକାଶୀରେ ଆମ ଶ୍ରମିକ ଭାଇମାନଙ୍କର ରେସ୍କ୍ୟୁ ଅପରେସନ ସମସ୍ତଙ୍କୁ ଭାବୁକ କରିଦେବ । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସାହସ ଆଉ ଧୈ÷ର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ମୁଁ ଆପଣ ସମସ୍ତଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି । ସେହିପରି ରାଷ୍ଟ୍ରପତି ଟ୍ୱିଟ କରି ଲେଖିଛନ୍ତି, ଉତ୍ତର ପ୍ରଦେଶର ଟନେଲରୁ ସମସ୍ତ ଶ୍ରମିକ ଉଦ୍ଧାର ହେବା ପରେ ମୁଁ ଆଶ୍ୱସ୍ତି ଅନୁଭବ କରୁଛି । ୧୭ ଦିନର ସେମାନଙ୍କ ଯନ୍ତ୍ରଣା ମାନବ ଧୈର୍ଯ୍ୟର ପ୍ରମାଣ ଅଟେ ।

The post ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ first appeared on Kanak News.

from Kanak News
via <a href="https://ifttt.com/?

ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ ରହି ଟନେଲ ଖୋଳୁଥିଲା ତ ଆଉ କିଏ ଘରେ ବସି ପ୍ରାର୍ଥନା କରୁଥିଲା । ହେ ପ୍ରଭୁ ଶ୍ରମିକଙ୍କୁ ଉଦ୍ଧାର କର… କିଏ ଶ୍ରମିକଙ୍କ ପାଇଁ ମନ୍ଦିରରେ ଦୀପ ଜାଳୁଥିଲା ତ ଆଉ କିଏ ମସଜିଦରେ ନମାଜ ପଢୁଥିଲା । କୋଟି କୋଟି ଭାରତୀୟଙ୍କ କାମନା ଥିଲା ଶ୍ରମିକଙ୍କ ସହ । ଏହାରି ଭିତରେ ବଡ ଚ୍ୟାଲେଞ୍ଜ ଥିଲା ଟନେଲ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବା । ପାହାଡର ପଥର ଚଟାଣ ଭାଙ୍ଗିନପାରି ଭାଙ୍ଗି ଯାଇଥିଲା ଅଗର ମେସିନ । ହେଲେ ଭାଙ୍ଗିପାରିନଥିଲା ଉଦ୍ଧାରକାରୀଙ୍କ ମନୋବଳ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକାକାର କରିଦେଇଥିଲେ ଉଦ୍ଧାରକାରୀ ଦଳ । ଦେଶର ବିକାଶରେ ଯେଉଁ ଶ୍ରମିକଙ୍କ ଅବଦାନ ରହିଛି ତାଙ୍କ ପାଇଁ ଏହି ୧୭ ଦିନରେ ଏକାଠି ହୋଇଥିଲା ସାରା ଦେଶ । ଆଉ ଶେଷରେ ୧୭ ଦିନ ପରେ ପଥର ଫଟାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବଂ ପାହାଡର ଗର୍ବ ଭାଙ୍ଗି ଶ୍ରମିକମାନେ ବାହାରକୁ ବାହାରିଥିଲେ ମୁହଁରେ ହସ ନେଇ ବାହାର ଦୁନିଆ ଦେଖିବା ପାଇଁ…

୧୭ ଦିନର ସଂଘର୍ଷ ପରେ ଆଜି ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ଏହାପରଠାରୁ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଲାଗିପଡିଥିଲେ ।

ନଭେମ୍ବର ୧୨ରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ୧୩ରେ ଫସି ରହିଥିବା ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ସେମାନଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ସହ ସେମାନେ ନିରାପଦରେ ଥିବା ସୂଚନା ମିଳିଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା।

ନଭେମ୍ବର ୧୪ରେ ୮୦୦ ଏବଂ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପ ଅଣାଯାଇ ଏକ ଅଗର୍ ମେସିନ୍ ସାହାଯ୍ୟରେ ଭୂସମାନ୍ତର ଗର୍ତ୍ତ ଖନନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହା ସହ ଏହି ପାଇପକୁ ସୁଡ଼ଙ୍ଗ ଭିତରକୁ ପ୍ରବେଶ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ନଭେମ୍ବର ୧୫ରେ ପ୍ରଥମ ଡ୍ରିଲିଂ ମେସିନର କାର୍ୟ୍ୟଦକ୍ଷତାକୁ ନେଇ ଏନଏଚଆଇଡିସିଏଲ୍ ଅସନ୍ତୁଷ୍ଟ ହେବାରୁ ଦିଲ୍ଲୀରୁ ବିମାନ ସାହାଯ୍ୟରେ ଏକ ଅତ୍ୟାଧୁନିକ ଆମେରିକୀୟ ଆଗର୍ ମେସିନ୍ ଅଣାଯାଇଥିଲା।

ନଭେମ୍ବର ୧୬ରେ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଉଦ୍ଧାରସ୍ଥଳୀରେ ସ୍ଥାପନ କରାଯାଇ ମଧ୍ୟରାତ୍ରିରେ ଏହା କାମ କରିବା ଆରମ୍ଭ କରିଥିଲା।

ନଭେମ୍ବର ୧୭ରେ ଅପରାହ୍ନ ସୁଦ୍ଧା ମେସିନ୍ ପ୍ରାୟ ୨୪ ମିଟର ଡବଲ୍ ଡ୍ରିଲ୍ କରିଥିଲା ଏବଂ ଛଅ ମିଟର ଲମ୍ବ ବିଶିଷ୍ଟ ଚାରିଟି ଏମ୍ଏସ୍ ପାଇପ୍ ସୁଡ଼ଙ୍ଗ ଭିତରକୁ ଭର୍ତ୍ତି କରାଯାଇଥିଲା। ମାତ୍ର ପଞ୍ଚମ ପାଇପ୍ ଭିତରକୁ ପ୍ରବେଶ କରିବା ସମୟରେ ଚଟ୍ଟାଣ ସହ ଧକ୍କାଖାଇବାରୁ ବାଧା ଦେଖାଦେଇଥିଲା। ଫଳରେ ଖନନ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।

ପରେ ନଭେମ୍ବର ୧୮ରେ ଡ୍ରିଲିଂ ବନ୍ଦ କରିବାକୁ ବିଶେଷଜ୍ଞମାନେ ନିଷ୍ପତ୍ତି ନେଲେ । କାରଣ ଟନେଲ ଭିତରେ ଡିଜେଲ ଚାଳିତ ୧୭୫୦ ହର୍ଷପାୱାର ବିଶିଷ୍ଟ ଆମେରିକୀୟ ଅଗର୍ ମେସିନ୍ ଚାଲିବା ଫଳରେ ତା’ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ହେତୁ ଖଣ୍ଡ ଖଣ୍ଡ ହୋଇ ପଥର ଖସିବାକୁ ଲାଗିଲା। ଏଣୁ ବିଶେଷଜ୍ଞମାନେ ପାହାଡ ଉପର ପଟୁ ଏକ ଭୂଲମ୍ବ ଗର୍ତ୍ତ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ନଭେମ୍ବର ୨୧ରେ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଜୁଆଲ୍ ଆସିଲା। ନୂତନ ୬ ଇଞ୍ଚ ବ୍ୟାସର ପାଇପଲାଇନ ମାଧ୍ୟମରେ ପଠାଯାଇଥିବା ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ କ୍ଲିପ୍ ସେଠାରେ କିଛି ଦିନ ଧରି ପଡ଼ି ରହିଥିବା ସମ୍ପର୍କୀୟଙ୍କ ପାଇଁ ଆଶା ସଞ୍ଚାର କରିଥିଲା।

ନଭେମ୍ବର ୨୪ରେ ସୁଡ଼ଙ୍ଗରେ ପୁଣି ଡ୍ରିଲିଂ ବନ୍ଦ କରାଗଲା । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଇଂଜିନିୟର କହିଲେ ଯେ ଅଗର ଡ୍ରିଲିଂ ମେସିନ୍ ଶକ୍ତ ପଥର ସହ ଧକ୍କା ଖାଇବାରୁ ବୈଷୟିକ ସମସ୍ୟା ସୃଷ୍ଟି ହୋଇଥିଲା।

ନଭେମ୍ବର ୨୬ରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ‘ଅଗର୍‌ ମେସିନ୍‌’ ଅକାମି ହୋଇ ଭଗ୍ନସ୍ତୂପ ମଧ୍ୟରେ ଲାଖିଯିବାରୁ ତାକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ଗୋଟାଏ ‘ପ୍ଲାଜ୍‌ମା କଟର୍‌’ ଆସିଥିଲା। ଏହା ପରେ ‘ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ଆରମ୍ଭ କରାଗଲା। ଏହି ଅଭିଯାନରେ ଭାରତୀୟ ସେନାର ଇଂଜିନିୟରଙ୍କୁ ସାମିଲ୍ କରାଗଲା।

ନଭେମ୍ବର ୨୮ରେ ଟନେଲ୍ ଉଦ୍ଧାର କାର୍ୟ୍ୟରେ ରାଟ୍‌ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା। ଏହି କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା କରାଯାଏ। ରାଟ୍‌ହୋଲ୍ ମାଇନିଂ କୌଶଳର ଉପଯୋଗରେ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହେଲେ।

The post ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା first appeared on Kanak News.

from Kanak News
via <a href="https://ifttt.com/?

ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ

କନକ ବ୍ୟୁରୋ: ଭଗବାନ ଶୁଣିଲେ କୋଟି କୋଟି ଲୋକଙ୍କ ଡାକ । ୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ଟନେଲରେ ଫସିଥିବା ଶ୍ରମିକ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୭ ଦିନ ହେବ କସରତ କରୁଥିଲେ ଉଦ୍ଧାରକାରୀ ଦଳ । ବାରମ୍ବାର ବିଫଳ ହୋଇ ବି ଆଶା ଛାଡିନଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଆଜି ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।

The post ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started