ଆଇପିଏଲ ୨୦୨୪ରେ ଦେଖିବାକୁ ମିଳିପାରେ ବଡ ପରିବର୍ତ୍ତନ । ପୁରୁଣା ଟିମକୁ ଫେରିପାରନ୍ତି ହାର୍ଦ୍ଦିକ, ମୁମ୍ବାଇ ଛାଡିପାରନ୍ତି ରୋହିତ ।

କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ଶେଷ ହେଉ ହେଉ ଏବେ ଆଇପିଏଲକୁ ନେଇ ଆସିଛି ବଡ ଖବର । ଆସନ୍ତା ଡିସେମ୍ବର ୧୯ ତାରିଖରେ ହୋଇପାରେ ଆଇପିଏଲ ନିଲାମୀ । ଚଳିତଥର ଦୁବାଇରେ ହେବ ନିଲାମୀ । ତେବେ ଆଇପିଏଲରେ ନିଲାମୀ ପୂର୍ବରୁ ଖୋଲିଛି ଟ୍ରେଡିଙ୍ଗ ୱିଣ୍ଡୋ ବା ଟ୍ରାନ୍ସଫର ୱିଣ୍ଡୋ । ଏହାଦ୍ୱାରା ଫ୍ରାଞ୍ଚାଇଜ ଗୁଡିକ ନିଜ ଭିତରେ ଆଲୋଚନା କରି ମନପସନ୍ଦର ଖେଳାଳୀଙ୍କୁ ଟ୍ରେଡ କରିପାରିବେ । କିନ୍ତୁ ଏଥିପାଇଁ ଫ୍ରାଞ୍ଚାଇଜକୁ ଖେଳାଳୀଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ ।

୨୦୨୪ ଆଇପିଏଲ ପାଇଁ ନିଲାମୀ ଆରମ୍ଭ ପୂର୍ବରୁ ସବୁଠୁ ବଡ ଟ୍ରେଡ ହୋଇପାରେ । ଏହି ଟ୍ରେଡ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇପାରେ । ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏହି ଟ୍ରେଡ ହେବାର ସମ୍ଭାବନା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ନିଜର ପୁରୁଣା ଦଳକୁ ଫେରିପାରନ୍ତି । ଅଥାର୍ତ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ପୁଣିଥରେ ଯୋଗ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେହିଭଳି ରୋହିତ ଶର୍ମା ଗୁଜୁରାଟ ଟିମରେ ସାମିଲ ହୋଇପାରନ୍ତି । ଯଦି ଟ୍ରେଡ ସଫଳ ହୁଏ ତେବେ ଉଭୟ ଦଳର ଅଧିନାୟକ ଅଦଳବଦଳ ହୋଇପାରନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ହାର୍ଦ୍ଦିକଙ୍କ ନେତୃତ୍ୱରେ ପ୍ରଥମ ଥରରେ ହିଁ ଗୁଜୁରାଟ ଆଇପିଏଲ ଚାମ୍ପିୟନ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ପଛରେ ସତ୍ୟତା କେତେ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ କ୍ରିକେଟପ୍ରେମୀ ଏହାକୁ ଗୁଜବ ବୋଲି କହୁଛନ୍ତି । ଏପରିକି ରୋହିତଙ୍କୁ ମୁମ୍ବାଇ କୌଣସି ସ୍ଥିତିରେ ବି ଟ୍ରେଡ କରିବାକୁ ଛାଡିବନି ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ କହିଛନ୍ତି ।

ନିଲାମୀ ପୂର୍ବରୁ ଦୁଇଟି ଟ୍ରେଡ ସଫଳ ମଧ୍ୟ ହୋଇଛି । ନଭେମ୍ବର ୩ ତାରିଖରେ ୨୦୨୪ ଆଇପିଏଲ ସିଜିନର ପ୍ରଥମ ଖେଳାଳୀ ଭାବେ ରୋମାରିଓ ଶେଫର୍ଡ ଟ୍ରେଡ ହୋଇଥିଲେ । ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳରେ ଥିବା ଶେଫର୍ଡଙ୍କୁ ୫୦ ଲକ୍ଷ ଟଙ୍କାରେ ମୁମ୍ବାଇ ନିଜ ଦଳରେ ସାମିଲ କରିଛି । ସେହିଭଳି ଦ୍ୱିତୀୟ ଟ୍ରେଡ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ସଫଳ ହୋଇଛି । ରାଜସ୍ଥାନ ରୟାଲ୍ସ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲଙ୍କ ବଦଳରେ ଲକ୍ଷ୍ନୌର ଅଭେଶ ଖାନଙ୍କୁ ଦଳରେ ସାମିଲ କରିଛି । ଉଭୟ ଫ୍ରାଞ୍ଚାଇଜ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ବିସିସିଆଇ ମଧ୍ୟ ଏଥିରେ ମୋହର ମାରିଛି । ୨୦୨୨ ମହାନିଲାମୀରେ ଅଭେଶ ଖାନଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା ଲକ୍ଷ୍ନୌ, ସେହିଭଳି ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟିରେ ଦଳରେ ସାମିଲ କରିଥିଲା ରାଜସ୍ଥାନ । ଉଭୟ ଖେଳାଳୀଙ୍କୁ ଫ୍ରଞ୍ଚାଇଜ ରିଟେନ କରି ରଖିଥିଲା । କିନ୍ତୁ ନିଲାମୀ ପୂର୍ବରୁ ଉଭୟ ଖେଳାଳୀଙ୍କର ଟ୍ରେଡ କରି ସଫଳ ହୋଇଛନ୍ତି ଫ୍ରାଞ୍ଚାଇଜ ।

The post ଆଇପିଏଲ ୨୦୨୪ରେ ଦେଖିବାକୁ ମିଳିପାରେ ବଡ ପରିବର୍ତ୍ତନ । ପୁରୁଣା ଟିମକୁ ଫେରିପାରନ୍ତି ହାର୍ଦ୍ଦିକ, ମୁମ୍ବାଇ ଛାଡିପାରନ୍ତି ରୋହିତ । first appeared on Kanak News.

from Kanak News
via <a href="https://ifttt.com/?

ଅସ୍ତ୍ରବିରତି ପୂର୍ବରୁ ହମାସକୁ ଆଉ ଏକ ବଡ ଝଟକା  ।  ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନାଭାଲ ହେଡ ଅମ୍ର ଅବୁ ଜାଲାଲା ମୃତ

ଅଧିକ ସୂଚନା ପ୍ରଦାନ କରି ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ନାଭାଲ୍ ଇଣ୍ଟେଲିଜେନ୍ସ ହାମାସର ଯେଉଁସବୁ ଅସ୍ତ୍ର ଗୋଦାମ, ଉପକୂଳରେ ଅବସ୍ଥିତ ଟନେଲ୍, ତାଲିମ ଶିବିର ଏବଂ ସମୁଦ୍ରରେ ଥିବା ଚେକିଂ ପଏଣ୍ଟ ବିଷୟରେ ସୂଚନା ଦେଇଥିଲା  ଆମର ସୁରକ୍ଷା ବାହିନୀ ସେସବୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି ।

ଗାଜାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ଇସ୍ରାଏଲ ହମାସକୁ ଆଉ ଏକ ବଡ଼ ଝଟକା ଦେଇଛି । ଆଇଡିଏଫର ଯୁଦ୍ଧବିମାନ ଖାନ ୟୁନିସ ଉପରେ ଆକ୍ରମଣ କରି ହମାସ୍ ନୌସେନା ବାହିନୀର କମାଣ୍ଡର ଅମ୍ର ଅବୁ ଜାଲାଲା ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ହତ୍ୟା କରିଛନ୍ତି । ଆମ୍ର ଅବୁ ଜାଲାଲା ହମାସ ନୌସେନାର ଜଣେ ବରିଷ୍ଠ ଅଧିକାରୀ ଥିଲା ଏବଂ ସମୁଦ୍ରପଥ ଦେଇ ଇସ୍ରାଏଲ ଉପରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ସେ ଥିଲା । ଅବଶ୍ୟ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ଏହି ଆକ୍ରମଣଗୁଡିକ ବିଫଳ କରି ଦିଆଯାଇଥିଲା ।

ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ନାଭାଲ୍ ଇଣ୍ଟେଲିଜେନ୍ସ ହାମାସର ଯେଉଁସବୁ ଅସ୍ତ୍ର ଗୋଦାମ, ଉପକୂଳରେ ଅବସ୍ଥିତ ଟନେଲ୍, ତାଲିମ ଶିବିର ଏବଂ ସମୁଦ୍ରରେ ଥିବା ଚେକିଂ ପଏଣ୍ଟ ବିଷୟରେ ସୂଚନା ଦେଇଥିଲା  ଆମ ସୁରକ୍ଷା ବାହିନୀ ସେସବୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଗୁରୁବାର କହିଛନ୍ତି ଯେ ହମାସ୍ ସହିତ ଅସ୍ଥାୟୀ ଅସ୍ତ୍ରବିରତି ଚୁକ୍ତି ସମାପ୍ତ ହେବା ପରେ ଅନ୍ତତଃ ଆଉ ଦୁଇ ମାସ  ପର୍ଯ୍ୟନ୍ତ ଗାଜାରେ ଆମର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ।

ଯୁଦ୍ଧ ସମାପ୍ତ ହୋଇନାହିଁ, ଗାଜାରେ ଆମର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ତୀବ୍ର ହେବ

ଏଠି ଆପଣଙ୍କୁ ଜଣାଇ ଦେଉଛୁ କି ବନ୍ଧକ ମାନଙ୍କ ମୁକ୍ତି ନେଇ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ସର୍ତ୍ତ ଅନୁଯାୟୀ ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ବନ୍ଧକମାନଙ୍କୁ ମୁକ୍ତ କରିବା ବଦଳରେ ଇସ୍ରାଏଲ କିଛି ଦିନ ପାଇଁ ଅସ୍ତ୍ରବିରତି କରିବ ଏବଂ ଇସ୍ରାଏଲ ଜେଲରେ ବନ୍ଦ ଥିବା କିଛି ପଲେଷ୍ଟାଇନ ବନ୍ଦୀଙ୍କୁ ମଧ୍ୟ ମୁକ୍ତ କରିବ । ହମାସ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ବନ୍ଧକଙ୍କୁ ମୁକ୍ତ କରିବ ।  ଆମେରିକା ଓ କତାର ଏହି ଦୁଇ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି ।

ଏହି ଚୁକ୍ତି ଅନୁଯାୟୀ ଆଜିଠାରୁ ବନ୍ଧକମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୭ ରେ ଅପହରଣ କରିନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ହମାସ ଅତି କମରେ ୫୦ ଜଣ ଇସ୍ରାଏଲ୍ ମହିଳା ଏବଂ ଶିଶୁଙ୍କୁ ଚାରି ଦିନ ମଧ୍ୟରେ ସୀମିତ ସଂଖ୍ୟାରେ ଦଳ ଦଳ କରି ମୁକ୍ତ କରିବ । ଏହାର ପ୍ରତିବଦଳରେ ଇସ୍ରାଏଲ୍ ୧୫୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ଆଇଡିଏଫ୍ ଚିଫ ଅଫ ଷ୍ଟାଫ୍ ଲେଫ୍ଟ ଜେନେରାଲ୍ ହରଜୀ ହାଲେଭି ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଛନ୍ତି ଯେ ଇସ୍ରାଏଲ୍ ସେନା ଯୁଦ୍ଧ ଶେଷ କରୁନାହିଁ । ଏହି ଅସ୍ତ୍ରବିରତି ମାତ୍ର କିଛିଦିନ ପାଇଁ ।

ଏପରି ସମୟରେ ଇସ୍ରାଏଲର ଏହି ଆକ୍ରମଣ ବନ୍ଧକ ମୁକ୍ତି ଯୋଜନା ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା । 

ଆଇଡିଏଫ୍ ଉତ୍ତର ଗାଜାର ଏକ ମସଜିଦ ଭିତରେ ହମାସର ସୁଡଙ୍ଗ ଖୋଜି ବାହାରକରିଛି ଏହି ସମୟରେ, ଗୁରୁବାର ଦିନ ଇସ୍ରାଏଲର ସେନାର ନାହଲ ବ୍ରିଗେଡର ସୈନିକମାନେ ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିର ନିକଟରେ ଥିବା ଏକ ମସଜିଦ ଭିତରେ ଅପରେସନ୍ ସମୟରେ ହମାସ ଟନେଲରୁ ରକେଟ୍ ଲଞ୍ଚର୍ ଉଦ୍ଧାର କରିଥିଲେ । ଆଇଡିଏଫ କହିଛି ଯେ ନାହଲ ବ୍ରିଗେଡର ସୈନିକମାନେ ଜବାଲିଆ ଉପକଣ୍ଠରେ ହମାସ ଆତଙ୍କବାଦୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଆଇଡିଏଫ୍ କହିଛି ଯେ ଆମର ସୈନ୍ୟମାନେ ଏହି ଅଞ୍ଚଳରେ ଛଅ ଟି ସୁଡଙ୍ଗ ପ୍ରବେଶଦ୍ବାର ପାଇଥିଲେ ସେଥିମଧ୍ୟରୁ ଗୋଟିଏ ମସଜିଦ ମଧ୍ୟରେ ଥିଲା ।  ମସଜିଦ ଏବଂ ଘର ସମେତ ସାଧାରଣ ନାଗରିକ ଅଞ୍ଚଳ ନିକଟରେ ଅବସ୍ଥିତ ଏକ ବଗିଚାରେ ଅନେକ ରକେଟ୍ ଲଞ୍ଚର୍ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା ।

The post ଅସ୍ତ୍ରବିରତି ପୂର୍ବରୁ ହମାସକୁ ଆଉ ଏକ ବଡ ଝଟକା  ।  ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନାଭାଲ ହେଡ ଅମ୍ର ଅବୁ ଜାଲାଲା ମୃତ first appeared on Kanak News.

from Kanak News
via <a href="https://ifttt.com/?

ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ମାରିଲେ ବାଣ ।

କନକ ବ୍ୟୁରୋ : ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନରସିଂହ । ପଦ୍ମପୁରକୁ ଜିଲ୍ଲା କରିବା ପ୍ରସଙ୍ଗ ଗୃହରେ ଉଠାଇବା ସହ ନରସିଂହ ମିଶ୍ର କହିଛନ୍ତି, ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ଯ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଏଭଳି କରି ପଦ୍ମପୁରବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ଗୃହରେ ଅଗ୍ରିଆ କମ୍ୟୁନିଟି ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି, ଝାରସୁଗୁଡା ଉପ ନିର୍ବାଚନ ସମୟରେ ଭୁବନେଶ୍ୱରରେ ଏକ ଅଫିସ ନିର୍ମାଣ ପାଇଁ, ମୁଖ୍ୟମନ୍ତ୍ରୀ ଏକ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଜମି ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଅଗ୍ରିଆ କମ୍ୟୁନିଟି ଏକ ଲିଖିତ ଅଭିଯୋଗ ଦେଇଥିବା ଗୃହରେ ପ୍ରକାଶ କରିଛନ୍ତି ନରସିଂହ । ଏହାସହ ଝାରସୁଗୁଡା ଉପ-ନିର୍ବାଚନ ସମୟର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଏସବୁ ବାଦ୍ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି, ଜନ ଅସନ୍ତୋଷ ବଢିଲାଣି । ଏହାକୁ ନେଇ କଂଗ୍ରେସ ପୂର୍ବରୁ ମଧ୍ୟ ଏକ ବିରାଟ ଜନ ଆନ୍ଦୋଳନ କରିଥିଲା । ଯେଉଁ ଦ୍ୱାରରେ କାମ ହେଉନାହିଁ, ସେ ଦ୍ୱାର ଖୋଳାଯାଉ ବୋଲି କହିଛନ୍ତି ନରସିଂହ ।

The post ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ମାରିଲେ ବାଣ । first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ପକ୍ଷରୁ ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଜଳେଶ୍ୱର ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନକୁ ବିରୋଧ କରି ବସ୍ତା ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ । ଶୋଭାଯାତ୍ରା ଯାଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନେତା ।

ରାଜ୍ୟ ସରକାରଙ୍କ ମନମୁଖି ଶାସନ ଓ ସରକାରୀ କର୍ମଚାରୀଙ୍କ ଶାସକ ଦଳ ପ୍ରୀତିକୁ ବିରୋଧ କରି ସାରା ଓଡିଶାରେ ସମସ୍ତ ବ୍ଲକ ସମ୍ମୁଖରେ ଭ୍ରଷ୍ଟାଚାର ହଟାଓ ସମାବେଶ କରୁଛି ରାଜ୍ୟ ବିଜେପି ।ତେବେ ପ୍ରତିବାଦ ବେଳେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ ବିଜେପି କର୍ମୀ । ଏହି ସମୟରେ ପୁଲିସ ଧସ୍ତାଧସ୍ତି ପରିସ୍ଥିତି ହୋଇଥଲା । ଫଳରେ ଥାନାଧିକାରୀ ଆହତ ହୋଇଛନ୍ତି ।

The post ବିଜେପି ପକ୍ଷରୁ ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତର-ପୂର୍ବ ଦିଲ୍ଲୀରେ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ । ୩୫୦ ଟଙ୍କା ଚୋରି କରିବାକୁ ୧୭ ବର୍ଷର ପିଲାକୁ ୬୦ ଥର ଛୁରୀ ଭୁଷିଲା । ହତ୍ୟାପରେ ଖୁସିରେ ନାଚିଲା ।

କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ହତ୍ୟାକାରୀର ନାଚ । ଜଘନ୍ୟ କାଣ୍ଡ ଭିଆଇବା ପରେ ଶବ ପାଖରେ ନାଚିଲା ହତ୍ୟାକାରୀ । ଆଉ ଏହି ସବୁ ଘଟଣା ରେକର୍ଡ ହୋଇଛି ସିସିଟିଭିରେ । ବଡ଼ କଥା ହେଉଛି ମାତ୍ର ୩୫୦ଟଙ୍କା ପାଇଁ ଏପରି ନିର୍ମମ ଭାବେ ଜଣେ ନାବାଳକ ଆଉ ଜଣେ ନାବାଳକକୁ ହତ୍ୟା କରିଛି । ଉତର-ପୂର୍ବ ଦିଲ୍ଲୀର ଜନତା ମଜଦୁର କଲୋନୀରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି ।

ସୂଚନା ଅନୁସାରେ, ୩୫୦ ଟଙ୍କା ଚୋରି କରିବାକୁ ୧୭ବର୍ଷୀୟ ଜଣେ ନାବାଳକଙ୍କୁ ୬୦ଥର ଛୁରା ଭୁଷିଛି ୧୬ବର୍ଷୀୟ ଅଭିଯୁକ୍ତ । ମଙ୍ଗଳବାର ରାତି ପ୍ରାୟ ୧୧ଟା ୧୫ମିନିଟ୍ ସମୟରେ ଏହି ଘଟଣା ଘଟିଛି । ୩୫୦ଟଙ୍କା ଚୋରି କରିବା ପରେ ନିର୍ମମ ଭାବେ ୬୦ ଥର ଛୁରା ଭୁଷିଛି ଅଭିଯୁକ୍ତ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ପୀଡିତ ନାବାଳିକକୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସ ଅପରାଧ ସ୍ୱିକାର କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ବେଳେ ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ୨୦୨୨ର ଏକ ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି । ୨୦୨୨ର ହତ୍ୟାକାଣ୍ଡ ମଧ୍ୟ ଚୋରିକୁ ନେଇ ହୋଇଥିବା ପୁଲିସ କହିଛି ।

The post ଉତ୍ତର-ପୂର୍ବ ଦିଲ୍ଲୀରେ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ । ୩୫୦ ଟଙ୍କା ଚୋରି କରିବାକୁ ୧୭ ବର୍ଷର ପିଲାକୁ ୬୦ ଥର ଛୁରୀ ଭୁଷିଲା । ହତ୍ୟାପରେ ଖୁସିରେ ନାଚିଲା । first appeared on Kanak News.

from Kanak News
via <a href="https://ifttt.com/?

ତାଜ୍ ହୋଟେଲ ଗ୍ରୁପ ଉପରେ ସାଇବର ଆଟାକ । ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି ହୋଇଥିବା ଦାବି

କନକ ବ୍ୟୁରୋ : ଟାଟା ଗ୍ରୁପ ମାଲିକାନାରେ ଥିବା ତାଜ୍ ହୋଟେଲ ଗ୍ରୁପ ଉପରେ ନଭେମ୍ବର ୫ ତାରିଖରେ କଥିତ ସାଇବର ଆଟାକ ହୋଇଛି । ଖବର ଆସୁଛି କି ହେକର୍ସମାନେ ତାଜ ହୋଟେଳର ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିନେଇଛନ୍ତି । ଏହି ଡାଟାକୁ ଫେରାଇବାକୁ ହେକର୍ସମାନେ ୫ ହଜାରଡଲାର ସହ ୩ ଟି ସର୍ତ୍ତ ରଖିଛନ୍ତି । ଏନେଇ ତାଜ୍ ହୋଟେଲ ତରଫରୁ କୁହାଯାଇଛି କି, ଏନେଇ ସେମାନେ ଯାଂଚ ଚଳାଇଛନ୍ତି ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରହିଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସାଇବର ହେକର୍ସମାନେ ତାଜ ହୋଟେଲ ଗ୍ରୁପକୁ ଗ୍ରାହକଙ୍କ ଡାଟା ବଦଳରେ ୪ ଲକ୍ଷ ଟଙ୍କା ଦାବି କରିଛନ୍ତି । ହେକର୍ସମାନେ ସେମାନଙ୍କ ଗ୍ରୁପର ନାମ ଡିଏନଏ କୋକିଜ ବୋଲି କହିଛନ୍ତି । ଏହା ସହ ଡାଟା ଫେରାଇବାକୁ ହେକର୍ସମାନେ ୩ଟି ସର୍ତ୍ତ ରଖିଛନ୍ତି । ପ୍ରଥମରେ ଏନେଇ ମଧ୍ୟସ୍ଥତା କରିବାକୁ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଆସନ୍ତୁ । ଏହାସହ ଭାଗ ଭାଗ କରି ଡାଟା ଫେରାଯିବ ନାହିଁ । ଏବଂ ତୃତୀୟରେ ସେମାନେ ଡାଟାର ଆଉ ଅଧିକ ସାମ୍ପଲ ପ୍ରମାଣ ରୂପେ ଦେବାକୁ ମନା କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ହେକର୍ସମାନେ ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିଛନ୍ତି । ଏଥିରେ ଗ୍ରାହକମାନଙ୍କ ବ୍ୟକ୍ତିଗତ ନମ୍ବର, ଠିକଣା ଓ ମେମ୍ବରସିପ୍ ଆଇଡି ଭଳି ସୂଚନା ରହିଛି । ଧମକ ଦେଉଥିବା ହେକର୍ସ କହିଛନ୍ତି କି, ସେମାନଙ୍କ ପାଖରେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଗ୍ରାହକଙ୍କର ଡାଟା ରହିଛି ।

କେବଳ ତାଜ୍ ଗ୍ରୁପ ନୁହେଁ ଇଣ୍ଡିଆନ ହୋଟେଲ କମ୍ପାନୀ ଲିମିଟେଡର ପ୍ରବକ୍ତା କହିଛନ୍ତି କି, ତାଙ୍କୁ ମଧ୍ୟ ଏବାବଦରେ ଜଣାଅଛି । ହେଲେ ଏହି ଡାଟାରେ ସେଭଳି କିଛି ସମ୍ବେଦନଶୀଳତା ନଥିବା କଥା ସେ କହିଛନ୍ତି ।

The post ତାଜ୍ ହୋଟେଲ ଗ୍ରୁପ ଉପରେ ସାଇବର ଆଟାକ । ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି ହୋଇଥିବା ଦାବି first appeared on Kanak News.

from Kanak News
via <a href="https://ifttt.com/?

ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ ।

କନକ ବ୍ୟୁରୋ: ମଣିଷ କେମିତି ଧିରେ ଧିରେ ମାନବିକତା ହରାଉଛି, ତାହା ପୁଣି ଥରେ ସାମନାକୁ ଆସିଛି । ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଡି ପାଟି ଖୋଲୁନଥିବା ନିରୀହ ଗାଈ ଛଟପଟ ହେଉଛି । ଗାଈଟି ଗର୍ଭବତୀ ଥିବାରୁ ପେଟରେ ଥିବା ବାଛୁରୀ ମଧ୍ୟ କଷ୍ଟ ପାଉଛି । ଖବର ପାଇବା ପରେ କଳିଙ୍ଗ ଯୁବ ସେନା ପକ୍ଷରୁ ଗାଈଟିକୁ ଭୁବନେଶ୍ୱର ପଟିଆ ଅଞ୍ଚଳକୁ ଆଣି ତାର ଯତ୍ନ ନେଉଛନ୍ତି କଳିଙ୍ଗ ଯୁବ ସେନାର ସଦସ୍ୟ ।

ସୂଚନା ଅନୁସାରେ, ବାଙ୍କି କିଆପଲ୍ଲା ଅଞ୍ଚଳରେ ବାରାହା ଶିକାର ପାଇଁ ଦୁର୍ବୃର୍ତ୍ତମାନେ ଗୁଡ ଭିତରେ ବୋମା ପୂରାଇ ପଡିଆରେ ପକାଇ ଦେଇଥିଲେ । ଆଉ ବୁଲୁଥିବା ଗାଈଟି ସେହି ଗୁଡକୁ ଖାଇବା ବେଳେ, ବୋମାଟି ଅଚାନକ ଫାଟି ଯାଇଥିଲା । ଯାହାଫଳରେ ଗାଇଟି ଗୁରୁତର ହୋଇ ପଡିଥିଲା ।

The post ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି ।

କନକ ବ୍ୟୁରୋ: ସାପ ଚୋଟର ଷଡ଼ଯନ୍ତ୍ର । ଘରେ ସାପ ଛାଡ଼ି ପତ୍ନୀ ଓ ନିଜ କୁନି ଝିଅକୁ ମାରିଦେଲା ଅଭିଯୁକ୍ତ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳର ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।

ହତ୍ୟା କରିବା ପାଇଁ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର । ବିଭିନ୍ନ ସାପୁଆଙ୍କ ସହ ସେ ଯୋଗାଯୋଗ କରିଥିଲା । ଶେଷରେ ପୋଲସରାର ଜଣେ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା । ଘରେ ପୂଜା ଅଛି କହି ସେହି ସାପ ଧରାଳିଙ୍କଠାରୁ ଆସିଥିଲା ସାପ । ୨ ହଜାର ଟଙ୍କା ଦେଇ ସାପ ଆଣିବା ପରେ ଏକ ଡବାରେ ଭର୍ତି ରଖିଥିଲା । ଗତ ୭ ତାରିଖ ଭୋର ୫ଟା ବେଳେ ହାତରେ କପଡ଼ା ଗୋଡାଇ ସାପକୁ ଧରି ପତ୍ନୀ ଓ ଝିଅ ପାଖକୁ ଆଣିଥିଲା । ଆଉ ମାଆ-ଝିଅଙ୍କୁ ସାପ କାମୁଡ଼ି ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ନିଜେ ପାଟି କରିବା ସହ ବାଡେଇ ମାରି ଦେଇଥିଲା । ଏ ନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ.ଗଣେଶ ପାତ୍ରକୁ ଗିରଫ କରିଛି ପୁଲିସ । ୩ ବର୍ଷ ତଳେ ବାସନ୍ତୀଙ୍କୁ ବିବାହ କରିଥିଲେ ଗଣେଶ । ପରକୀୟା ପ୍ରୀତି ଯୋଗୁଁ ତାଙ୍କୁ ମାଡ଼ପିଟ୍ କରୁଥିଲେ । ଆଉ ଷଡ଼ଯନ୍ତ୍ର କରି ଶେଷରେ ଘରେ ସାପ ଛାଡି ସ୍ତ୍ରୀ ଓ ଝିଅକୁ ମାରିଥିଲେ ।

The post ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି । first appeared on Kanak News.

from Kanak News
via <a href="https://ifttt.com/?

‘ନାଗୀନ’ ନିର୍ଦ୍ଦେଶକ ରାଜ କୁମାର କୋହଲିଙ୍କ ପରଲୋକ । ବାଥରୁମରୁ ସନ୍ଦେହ ଜନକ ଭାବେ ମିଳିଲା ମୃତଦେହ

କନକ ବ୍ୟୁରୋ : ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି । ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି । ଶୁକ୍ରବାର ସକାଳ ୮ଟା ବେଳେ ଏନେଇ ଖବର ଆସିଛି । ଅରମାନଙ୍କ ବନ୍ଧୁ ତଥା ପ୍ରମୋଟର ବିଜୟ ଗ୍ରୋଭର ଏନେଇ ସୂଚନା ଦେଇଛନ୍ତି । କୁହାଯାଉଛି କି, ରାଜକୁମାର ଆଜି ସକାଳେ ଗାଧୋଇବାକୁ ବାଥରୁମ ଯାଇଥିଲେ । ହେଲେ ଅନେକ ସମୟ ଧରି ସେ ବାଥରୁମରୁ ନବାହାରିବା ଅରମାନ କବାଟ ଖୋଲି ଦେଖନ୍ତି ତ ରାଜକୁମାର ବାଥରୁମରେ ପଡି ରହିଛନ୍ତି ।

ଏହାପରେ ରାଜକୁମାରଙ୍କୁ ନିକଟସ୍ଥ ହସ୍ପିଟାଲ ଅଣାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ ହେବ । ରାଜକୁମାର ତାଙ୍କ ସିନେମା ଜୀବନ ମଧ୍ୟରେ ଦୁଲ୍ଲା ଭଟ୍ଟୀ, ଲୁଟେରା, ନାଗୀନ, ଜାନୀ ଦୁଷ୍ମନ, ବଦଲେ କି ଆଗ, ନୌକର ବିବି କା, ରାଜ ତିଲକ ଭଳି ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ।

କେବଳ ନିଦ୍ଦେଶନା ନୁହେଁ ରାଜକୁମାର ଅନେକ ଫିଲ୍ମର ପ୍ରଯୋଜକ ଥିଲେ । ତାଙ୍କ ପୁଅ ଅରମାନ କୋହଲି ଜଣେ ବଲିଉଡର ଅଭିନେତା ।

The post ‘ନାଗୀନ’ ନିର୍ଦ୍ଦେଶକ ରାଜ କୁମାର କୋହଲିଙ୍କ ପରଲୋକ । ବାଥରୁମରୁ ସନ୍ଦେହ ଜନକ ଭାବେ ମିଳିଲା ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ବୋମା ମାଡରେ ସୁନ୍ଦରୀଙ୍କ ମୃତ୍ଯୁ । ଅଧିକୃତ ସ୍ଥାନରେ ଚାଲିଥିଲା ନାଚଗୀତର ଆସର ।  ଉପରୁ ପଡିଲା ବୋମା

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜଣେ ଅଭିନେତ୍ରୀ ପ୍ରାଣ ହରାଇଛନ୍ତି । ସେ ରୁଷର ଏକ ପୁରସ୍କାର ବିତରଣ ଉତ୍ସବରେ ଅଭିନୟ କରୁଥିଲେ ।  ହଠାତ୍ ଷ୍ଟେଜ ଉପରେ ଏକ ବୋମା ପଡିଲା ଏବଂ ସବୁକିଛି ଅନ୍ଧକାର ହୋଇଗଲା ।

ଏବେ ସୋସିଆଲ ମେଡିଆରେ ଏ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ରୁଷ-ୟୁକ୍ରେନ ଯୁଦ୍ଧକୁ ଆସନ୍ତା ବର୍ଷ ଫେବୃଆରୀ ୨୪ ରେ ଦୁଇବର୍ଷ ପୁରିଯିବ । ଏହା କେବେ ବନ୍ଦ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ଏପଟେ  ୟୁକ୍ରେନର ବୋମା ମାଡରେ ଜଣେ ରୁଷୀୟ ଅଭିନେତ୍ରୀ ପଲିନା ମେନସିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ରୁଷ ଦ୍ଵାରା ଅଧିକୃତ  ୟୁକ୍ରେନର ଏକ ଗାଁରେ ପଲିନା ପ୍ରଦର୍ଶନ କରୁଥିଲେ । ସେ ଅଧିକୃତ ଭୂମିରେ ଅବସ୍ଥାପିତ ରୁଷର ସୈନିକମାନଙ୍କ ଦ୍ଵାରା ଆୟୋଜିତ ଏକ ଉତ୍ସବରେ ଗୀତ ଗାଉଥିଲେ । ହଠାତ ଷ୍ଟେଜ ଉପରେ ଆକାଶମାର୍ଗରୁ ଏକ ବୋମା ପଡିଥିଲା ​​ଏବଂ ସବୁକିଛି ନଷ୍ଟ ହୋଇଯାଇଥିଲା । ଏହି ଆକ୍ରମଣରେ ୪୦ ବର୍ଷିୟ ରୁଷିୟ ଅଭିନେତ୍ରୀ ପୋଲିନାଙ୍କର ମୃତ୍ୟୁ ଘଟିଛି ।

ସେ ତାଙ୍କ ଦେଶରେ ସୁନ୍ଦରୀ ଭାବେ ପରିଚିତ ଥିଲେ । 

କେମିତି ମୃତ୍ଯୁ ହେଲା ରୁଷୀୟ ଅଭିନେତ୍ରୀଙ୍କର ?

ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ନଭେମ୍ବର ୧୯ ତାରିଖ ରାତିରେ ହୋଇଥିଲା । ଉଭୟ ରୁଷ ଏବଂ ୟୁକ୍ରେନ ସେନା ଏହା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଆକ୍ରମଣରେ ରୁଷୀୟ ଅଭିନେତ୍ରୀ ପୋଲିନାଙ୍କ ମୃତ୍ଯୁ ଘଟିଥିଲା ତାହା ୟୁକ୍ରେନ ଦ୍ୱାରା କରାଯାଇଥିଲା । ରୁଷ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ଡୋନେଟସ୍କର ନାମକ ଏକ ଗାଁ’ର ସ୍କୁଲକୁ ଲକ୍ଷ୍ୟ କରି  HIMARS କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଏହା ଯୁଦ୍ଧକ୍ଷେତ୍ର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ।

ରୁଷ ସେନାର ଏକ ପୁରସ୍କାର ବିତରଣ ସମାରୋହ ଉପରେ ଆକ୍ରମଣ

ଏହି ଆକ୍ରମଣ ଉପରେ ରୁଷର ଅଧିକାରୀ ବିଶେଷ କିଛି କହିନାହାଁନ୍ତି । କେବଳ କହିଛନ୍ତି ଯେ ୟୁକ୍ରେନ ଏୟାର ଷ୍ଟ୍ରାଇକରେ କୌଣସି ସୈନିକଙ୍କର ମୃତ୍ୟୁ ହୋଇନାହିଁ । କେବଳ ଜଣେ ସାଧାରଣ ନାଗରିକଙ୍କର ମୃତ୍ଯୁ ଘଟିଛି ।  ଏଥି ସହିତ, ୟୁକ୍ରେନ କମାଣ୍ଡର ରବର୍ଟ ବ୍ରୋଭଡି ଉକ୍ତ ଆକ୍ରମଣକୁ ସ୍ଵୀକାର କରି କହିଛନ୍ତି ଯେ ‘ହଁ ଆମେ ଆକ୍ରମଣ କରିଛୁ । ସେଠାରେ ରୁଷ ସେନାର ସାମରିକ ପୁରସ୍କାର ବିତରଣ ଉତ୍ସବ ଚାଲିଥିଲା ।

‘ଭାଇରାଲ ଭିଡିଓରେ କଣ ଅଛି ?

ୟୁକ୍ରେନ କମାଣ୍ଡର ଆହୁରି କହିଛନ୍ତି ଯେ ଆମର ଏୟାର ଷ୍ଟ୍ରାଇକରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରୁଷର ସୈନିକମାନେ ବସିଥିବାର ନଜର ଆସିଛନ୍ତି । ତାଙ୍କ ସାମନା ମଞ୍ଚ ଉପରେ ପୋଲିନା ହାତରେ ଗିଟାର ଧରି ଗୀତ ଗାଉଥିଲେ । ଏହା ପରେ ହଠାତ ପ୍ରଚଣ୍ଡ ଶବ୍ଦ ହେଉଛି ଏବଂ ଚାରିଆଡେ ଅନ୍ଧାର ହେଇଯାଉଛି ।  ତେବେ ଏହି ଭିଡିଓକୁ କେହି ନିଶ୍ଚିତ କରିନାହାଁନ୍ତି ।

ଗୋଟିଏ ମୁହୂର୍ତ୍ତରେ ସବୁକିଛି ନଷ୍ଟ ହୋଇଗଲା

କୁହାଯାଉଛି ଯେ ଯେତେବେଳେ ଉପରୁ ବୋମା ପଡ଼ିଲା ପ୍ରଚଣ୍ଡ ବିସ୍ଫୋରଣ ହେତୁ ପୁରା କୋଠା କମ୍ପି ଉଠିଲା ସେତେବେଳେ ପୋଲିନା ଗୀତ ଗାଉଥିଲେ । ସବୁଆଡେ ଧୂଆଁ ଛାଇଗଲା , କିଛି ଦେଖାଗଲାନି ।  ୟୁକ୍ରେନ କମାଣ୍ଡର କହିଛନ୍ତି ଯେ ଏହା ଆମ ତରଫରୁ ହେଇଥିବା ଏକ ପ୍ରତିଶୋଧର କାର୍ଯ୍ୟ । ଆମେ ନିଶ୍ଚିତ ଭାବରେ ଆମର ଭୂମିକୁ ମୁକ୍ତ କରିବୁ ।

The post ବୋମା ମାଡରେ ସୁନ୍ଦରୀଙ୍କ ମୃତ୍ଯୁ । ଅଧିକୃତ ସ୍ଥାନରେ ଚାଲିଥିଲା ନାଚଗୀତର ଆସର ।  ଉପରୁ ପଡିଲା ବୋମା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started