ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଶୁକ୍ରବାର(ଆଜିଠାରୁ)ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ହିନ୍ଦୁ କଂଗ୍ରେସ (ସମ୍ମିଳନୀ)କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ ଉଦଘାଟନ କରିବେ । ଏହି ସମ୍ମିଳନୀରେ ବହୁ ଚିନ୍ତକ, କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସମାବେଶ ହେବ . ସେଠାରେ ସମଗ୍ର ବିଶ୍ୱରେ ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଏବଂ ତା’ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବ ।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ହିନ୍ଦୁ କଂଗ୍ରେସ (ସମ୍ମିଳନୀ)କୁ ଉଦଘାଟନ କରିବେ । ଏହି ସମ୍ମିଳନୀରେ ଚିନ୍ତକ, କାର୍ଯ୍ୟକର୍ତ୍ତା ଏବଂ ନେତାମାନେ ଏଥିରେ ଅଂଶଗ୍ରହଣ କରିବେ ଏବଂ ସମଗ୍ର ବିଶ୍ୱରେ ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆହ୍ୱାନ ଉପରେ ଆଲୋଚନା କରିବେ ଏବଂ ତାର ସମାଧାନ ପଦ୍ଧତି ବିଷୟରେ ଆଲୋଚନା କରିବେ । ଅତିଥି ତାଲିକାରେ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।
ବିଶ୍ୱ ହିନ୍ଦୁ କଂଗ୍ରେସ (WHC) ସମ୍ମିଳନୀ ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ତୃତୀୟ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି । ଏଥରର ଥିମ୍ ହେଉଛି ‘ଜୟସାୟ ଆୟତନମ୍ ଧର୍ମ’, ଯାହାର ଅର୍ଥ ହେଉଛି ‘ଧର୍ମ,’ ଧର୍ମ ବିଜୟର ବାସସ୍ଥାନ । ଏହି ସମ୍ମିଳନୀରେ ହିନ୍ଦୁମାନଙ୍କର ମୂଲ୍ୟବୋଧ, ସୃଜନଶୀଳତା ଏବଂ ଉଦ୍ୟୋଗୀ ଆତ୍ମାକୁ ପ୍ରକାଶ କରିବା ଭଳି ସାତଟି ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଆୟୋଜକ ଦଳର ସଦସ୍ୟ ସମୀର ପଣ୍ଡା କହିଛନ୍ତି, ସମାନ୍ତରାଳ ସମ୍ମିଳନୀରେ ସମଗ୍ର ବିଶ୍ୱରେ ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ସୁଯୋଗ ଏବଂ ଆହ୍ୱାନଗୁଡିକୁ କିପରି ସାହସିକତାର ସହିତ ସମାଧାନ କରାଯିବ ସେନେଇ ଆଲୋଚନା ହେବ ।
କିଏ କିଏ ସମ୍ବୋଧିତ କରିବେ ?
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବାଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମାତା ଅମୃତାନନ୍ଦମୟୀ, ଆଧ୍ୟାତ୍ମିକ ଗୁରୁ ଯୋଗେନ୍ଦ୍ର ଗିରି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ସିଂ, ଶ୍ରୀଧର ଭେମ୍ବୁ, ନରେନ୍ଦ୍ର ମୁର୍କୁମ୍ବୀ, ଲେଖକ ବିକ୍ରମ ସମ୍ପଥ, ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନଙ୍କ ପ୍ରଭୃତି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।
ତୃତୀୟ ସମ୍ମିଳନୀ ବ୍ୟାଙ୍କକ ଠାରେ
WHC ର ପ୍ରଥମ ସଂସ୍କରଣ ୨୦୧୪ ରେ ଦିଲ୍ଲୀରେ ଏବଂ ୨୦୧୮ ରେ ଚିକାଗୋରେ ଆୟୋଜିତ ହୋଇଥିଲା । ଭାରତ ସମେତ ଏହି ସମ୍ମିଳନୀରେ କେନିଆ, ଅଷ୍ଟ୍ରେଲିଆ, ସୁରିନାମ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶର ରାଜନୈତିକ ତଥା ବ୍ୟବସାୟିକ ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ ବୋଲି ଆଶା କରାଯାଉଛି ।
ବିଚାରକୁ ମଞ୍ଚ ପ୍ରଦାନ କରେ WHC
ପଣ୍ଡା କହିଛନ୍ତି, WHC ସମସ୍ତ ହିନ୍ଦୁ ନେତା, କାର୍ଯ୍ୟକର୍ତ୍ତା, ଚିନ୍ତକ ଏବଂ ପ୍ରଭାବଶାଳୀମାନଙ୍କୁ ଏକାଠି କରି ଏକ ବିଚାର ଏକ ମିଳିତ ଦୃଷ୍ଟିକୋଣ ଦିଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ମିଳିତ ଐତିହର ପ୍ରତୀକ ଆୟୋଜକମାନେ କହିଛନ୍ତି, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ସମାନ ଧାର୍ମିକ ଏବଂ ସାଂସ୍କୃତିକ ମୂଲ୍ୟବୋଧ ବାଣ୍ଟିଛନ୍ତି ଯାହା ଭାଷା, କଳା, ସ୍ଥାପତ୍ୟ ଏବଂ ପରମ୍ପରାରେ ରୂପ ପାଇଥାଏ । ମିଳିତ ଐତିହର ଚମତ୍କାର ପ୍ରତୀକଗୁଡ଼ିକ ୱାଟ ଫ୍ରା ସି ରତନ ସତସଡ୍ରାମ (ଥାଇଲ୍ୟାଣ୍ଡ), ଅଙ୍ଗକର ୱାଟ ଏବଂ ନମ କୁଲେନ (କାମ୍ବୋଡିଆ), ପ୍ରମ୍ବାନାନ ଏବଂ ବୋରୋବୁଦୁର (ଇଣ୍ଡୋନେସିଆ), ବାଗାନ (ମିଆଁମାର), କେଦାରାମ (ମାଲେସିଆ), ଚାମ ମନ୍ଦିର, ଏମ ସନ (ଭିଏତନାମ) ଫୋ (ଲାଓସ୍) ରେ ଦେଖାଯାଇପାରେ ।
The post ବ୍ୟାଙ୍କକରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘ବିଶ୍ବ ହିନ୍ଦୁ କଂଗ୍ରେସ’ । ଅତିଥି ତାଲିକାରେ ଅଛନ୍ତି ଯୋଗୀ ଆଦିତ୍ୟନାଥ first appeared on Kanak News.
from Kanak News
via <a href="https://ifttt.com/?