ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନର କିଛି ସମୟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନ୍ାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଜଗା ଦର୍ଶନର କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର ଧଳୁଆ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ପଞ୍ଚୁୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡିଭୋରୁ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମନ୍ଦିର ପରିସରରେ ଥିବା ଉପବନରେ ବସିଥିଲେ । କିନ୍ତୁ ଅଚାନକ ଅସୁସ୍ଥତା ହୋଇପଡିଥିଲେ । ତାପରେ ତାଙ୍କୁ ପୁରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

The post ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନର କିଛି ସମୟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ । ଅଧିକ ତର୍ଜମା କରିବେ ଆଦିବାସୀ ଉପଦେଷ୍ଟା କମିଟି । କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ହେବ ଅଧିକ ତର୍ଜମା । ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ନେଇ ଆସିଥିବା ପ୍ରସ୍ତାବକୁ ଉପଦେଷ୍ଟା କମିଟିକୁ ପଠାଯାଇଥିବା କହିଛନ୍ତି ସଂସଦୀୟ ମନ୍ତ୍ରୀ ।

ସେହିଭଳି ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ ପରେ ଆଦିବାସୀଙ୍କ ଦ୍ୱନ୍ଦ୍ୱ ଦୂର ହୋଇଛି । ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ । କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ ।

The post ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ନନ୍ଦନକାନନକୁ ଆସିଲା ହାତୀ ଛୁଆ । ଆହତ ଅବସ୍ଥାରେ କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର । ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ଚିକତ୍ସା ।

କନକ ବ୍ୟୁରୋ: ନନ୍ଦନକାନନ ଆସିଲା ହାତୀ ଛୁଅ।। । କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର କରାଯାଇଥିବା ୩ ମାସର ହାତୀ ଛୁଆକୁ ନନ୍ଦନକାନନରେ ଛଡାଯାଇଛି । ହାତୀ ଛୁଆର ଡାହାଣ ପାଖ ଗୋଡରେ କ୍ଷତ ହୋଇଥିିବା ବେଳେ ଅସୁସ୍ଥ ହୋଇ ବୁଲୁଥିଲା ହାତୀ ଛୁଆଟି । ନିଜ ମାଆ ଓ ହାତୀ ପଲ ସହ ଜଙ୍ଗଲରେ ବୁଲୁଥିଲା । ତେବେ ୧୫ ଟିକିଆ ହାତୀ ପଲ ମଧ୍ୟରେ ରହୁଥିବାରୁ ତାକୁ ଅଲଗା କରି ଆଣି ଚିକିତ୍ସା କରିବା କଷ୍ଟକର ହୋଇପଡିଥିଲା । ଯାହାଫଳରେ ୪ ଦିନ ଧରି ପ୍ରଚେଷ୍ଟା ପରେ କେନ୍ଦୁଝର ବନାଂଚଳ କର୍ମଚାରୀ ଓ ନନ୍ଦନକାନନରୁ ଯାଇଥିବା ୨ ଜଣ ହାତୀ ଉଦ୍ଧାରକାରୀଙ୍କ ସହାୟତାରେ ହାତୀ ଛୁଆଟିକୁ ଧରାଯାଇଥିଲା । ହାତୀ ଛୁଆ ଉଦ୍ଧାର ହେବା ପରେ ରାତିରେ ନନ୍ଦନକାନନକୁ ଅଣାଯାଇଛି । ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକତ୍ସା କରାଯିବ ।

The post ନନ୍ଦନକାନନକୁ ଆସିଲା ହାତୀ ଛୁଆ । ଆହତ ଅବସ୍ଥାରେ କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର । ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ଚିକତ୍ସା । first appeared on Kanak News.

from Kanak News
via <a href="https://ifttt.com/?

ଟନେଲ ଉଦ୍ଧାର କାର୍ଯ୍ୟର ଡେମୋ ଦେଖାଇଲା ହେଲା ଏନଡିଆରଏଫ । ସନ୍ଧ୍ୟା ସୁଦ୍ଧା ଶ୍ରମିକ ଉଦ୍ଧାର ହେବା ନେଇ ସୂଚନା ।

କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ୪୧ ଶ୍ରମିକ ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ହୋଇପାରନ୍ତି । ଏକ ତିନି ଫୁଟିଆ ପାଇପ୍ ଭିତର ଦେଇ ଜଣ ଜଣ କରି ଶ୍ରମିକଙ୍କୁ ବାହାର କରାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପାଖରୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟେ ବାହାର ପାଖରୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତି ଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ ତାର ଏକ ପରୀକ୍ଷା ଏନ୍ଡିଆରଏଫ୍ ତରଫରୁ କରାଯାଇଛି । ଏହି ଡେମୋର ଚିତ୍ର ବି ସାମ୍ନାକୁ ଆସିଛି ।

ଜଣେ ଯବାନ ଷ୍ଟ୍ରେଚର ଉପରେ ଶୋଇ ରହିଥିବା ବେଳେ ଅନ୍ୟ ସାଥୀ ଯବାନମାନେ ବାହାର ପଟୁ ତାଙ୍କୁ ଦଉଡି ସାହାଯ୍ୟରେ ଟାଣି ଆଣୁଛନ୍ତି । ଏନଡିଆରଏଫର ଏହି ପ୍ରସ୍ତୁତି ଓ ଡେମୋ, ଉଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ନେଇ ଆଶା ବଢାଉଛି ।

The post ଟନେଲ ଉଦ୍ଧାର କାର୍ଯ୍ୟର ଡେମୋ ଦେଖାଇଲା ହେଲା ଏନଡିଆରଏଫ । ସନ୍ଧ୍ୟା ସୁଦ୍ଧା ଶ୍ରମିକ ଉଦ୍ଧାର ହେବା ନେଇ ସୂଚନା  । first appeared on Kanak News.

from Kanak News
via <a href="https://ifttt.com/?

ଭାରତରେ ତାର ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ

 

 

ଅଫଗାନିସ୍ଥାନ ନୂଆଦିଲ୍ଲୀରେ ଥିବା ତାର ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀରେ ଆଫଗାନିସ୍ତାନ ଏହାର ଦୂତାବାସକୁ  ସ୍ଥାୟୀ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି । ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ ଦୂତାବାସ କହିଛି ଯେ ‘ଭାରତ ସରକାରଙ୍କ ତରଫରୁ ଆସୁଥିବା କ୍ରମାଗତ ନିର୍ଦ୍ଦେଶ ହେତୁ ଆମ୍ଭେ ଏହାକୁ ୨୩ ନଭେମ୍ବର ୨୦୨୩ ଠାରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛୁ ।

ଆଫଗାନିସ୍ତାନ ଦୂତାବାସ ଆହୁରି କହିଛି ଯେ କିଛି ଲୋକ ଏହାକୁ ଆଭ୍ୟନ୍ତରୀଣ ବିବାଦ ବୋଲି କହିବାକୁ ଚେଷ୍ଟା କରିପାରନ୍ତି । ଦୂତାବାସ କହିଛି, ‘ଭାରତରେ ଆମର ମିଶନ କାଳରେ ଆଫଗାନିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ବୁଝାମଣା ଏବଂ ସମର୍ଥନ ପାଇଁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ । ସୀମିତ ସମ୍ବଳ ଏବଂ କ୍ଷମତା ସତ୍ତ୍ୱେ, କାବୁଲରେ ଏକ ବୈଧ  ସରକାରର ଅନୁପସ୍ଥିତିରେ ଭାରତରେ ଆମର ନାଗରିକଙ୍କ ଉନ୍ନତି ପାଇଁ ଆମେ ଅହେତୁକ ଉଦ୍ୟମ କରିଥିଲୁ ।

The post ଭାରତରେ ତାର ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହାଡ । ଗଦା ଗଦା ଟଙ୍କା ଦେଖି ଆଶ୍ଚର୍ଯ୍ୟ ପୁଲିସ । ଏଯାଏଁ ୧୭୬୦ କୋଟି ଜବତ ।

କନକ ବ୍ୟୁରୋ: ୫ ଟି ରାଜ୍ୟରେ ନିର୍ବାଚନ ଘୋଷଣା ହେବା ପରେ ଜବତ ହେଉଛି ଗଦ ଗଦା ଟଙ୍କା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର୩୦ ତାରିଖରେ ହେବ ବୋଲି ଘୋଷଣା ହେବ ବୋଲି ଘୋଷଣା ହୋଇଛି । ଏହା ମଧ୍ୟରେ ତେଲେଙ୍ଗାନା ପୁଲିସ ରଙ୍ଗାରେଡ୍ଡିର ଗଚ୍ଚିବାଉଲି ଅଞ୍ଚଳରୁ ଏକ କାରରୁ ୫ କୋଟି ଟଙ୍କା ଜବତ କରିଛି । ଏ ଟଙ୍କା ବାବଦରେ କାର ।ଳକକୁ ପଚାରିବାରୁ ଏହାର ହିସାବ ଦେଇପାରିନଥିଲେ ଚାଳକ । ଫଳରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ ।

ପୁଲିସର ତଥ୍ୟ ମୁତାବକ, ଯାନବାହାନ ଚେକିଙ୍ଗ ସମୟରେ ଗୋଟିଏ କାରରୁ ଦୁଇଟି ସୁଟକେଶରୁ ବିପୁଳ ଟଙ୍କା ମିଳିଛି । ଏହା ଖୋଲି ଦେଖି ପୁଲିସର ହୋସ୍ ଉଡିଯାଇଥିଲା । ସବୁ ଟଙ୍କା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ କହିଥିଲେ ଯେ, ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା ପରଠାରୁ ଏଯାଏଁ ୧୭୬୦ କୋଟି ବେହିସାବ ଟଙ୍କା ଜବତ ହୋଇସାରିଛି । ଏହା ୨୦୧୮ରେ ଜବତ ହୋଇଥିବା ଟଙ୍କାଠାରୁ ୭ ଗୁୁଣା ଅଧିକ । ଏବେ ନିର୍ବାଚନ ଆୟୋଗ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଏଜେନ୍ସି ମିଶି ଚଢଉ ଟଙ୍କା ଜବତ କରୁଛନ୍ତି ।

The post ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହାଡ । ଗଦା ଗଦା ଟଙ୍କା ଦେଖି ଆଶ୍ଚର୍ଯ୍ୟ ପୁଲିସ । ଏଯାଏଁ ୧୭୬୦ କୋଟି ଜବତ । first appeared on Kanak News.

from Kanak News
via <a href="https://ifttt.com/?

୩୫ ହଜାର ଟଙ୍କା ପାଇଁ ସାଙ୍ଗ ସାଜିଲା ହତ୍ୟାକାରୀ । ପ୍ରମାଣ ଲୁଚାଇବାକୁ ଜିଲ୍ଲା ବାହାରେ ପୋତି ଦେଇଥିଲା ମୃତଦେହ । ଟାଟୁ ଦେଖି ଜଣାପଡିଲା ପରିଚୟ ।

କନକ ବ୍ୟୁରୋ: ଟଙ୍କା ପାଇଁ ବନ୍ଧୁ ସାଜିଲା ହତ୍ୟାକାରୀ । ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତରଞ୍ଜନ ବେହେରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବାଲେଶ୍ୱରର ପ୍ରଫୁଲ ବେହେରା ଏବଂ ମୟୂରଭଞ୍ଜ କପ୍ତିପଦାର ଜଣେ ଯୁବକ ଏବଂ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ୩୫ ହଜାର ଟଙ୍କା ପାଇଁ ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରା ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ରବିବାର ସେ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଥିଲେ । ଶେଷରେ ମୟୂରଭଞ୍ଜ କପ୍ତିପଦାର ସମୀବୃକ୍ଷ ନିକଟରୁ ଗତକାଲି ଉଦ୍ଧାର ହୋଇଛି ଚିତରଞ୍ଜନଙ୍କ ମର ଶରୀର । ପ୍ରଥମେ ପୋଲିସ ଏକ ଗାତରେ ମର ଶରୀର ପୋତାଯାଇଥିବା ନେଇ ଖବର ପାଇଥିଲା । ହାତରେ ଥିବା ଟାଟୁ ଦେଖି ପରିବାର ମୃତ ଦେହ ଚିହ୍ନଟ କରିଛନ୍ତି । ପ୍ରମାଣ ନଷ୍ଟ ପାଇଁ ମୃତଦେହ ସହ ଲୁଣ ପକାଇ ପୋତି ଦିଆଯାଇଥିଲା । ହତ୍ୟା ପାଇଁ ବ୍ୟବହାର ହୋଇଥିବା କଟୁରୀ ଏବଂ କୋଦାଳ ପୋଲିସ ଜବତ କରିଛି ।

The post ୩୫ ହଜାର ଟଙ୍କା ପାଇଁ ସାଙ୍ଗ ସାଜିଲା ହତ୍ୟାକାରୀ । ପ୍ରମାଣ ଲୁଚାଇବାକୁ ଜିଲ୍ଲା ବାହାରେ ପୋତି ଦେଇଥିଲା ମୃତଦେହ । ଟାଟୁ ଦେଖି ଜଣାପଡିଲା ପରିଚୟ । first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା ! ୨ ଦିନ ହେବ ଏହି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବାକୁ ବିଧାନସଭାରେ ଦାବି କରୁଥିଲେ ବିରୋଧୀ ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା । କ୍ୟାବିନେଟରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାହୃତ କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ ଗୃହରେ ବିଧିବଦ୍ଧ ଭାବେ ସୂଚନା ଦିଆଯିବ । ଗତ ୨ ଦିନ ହେବ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ତୁମ୍ବି ତୋଫାନ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ । ଫଳରେ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ବିରୋଧୀ ।
ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ । କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ ।

The post ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା ! ୨ ଦିନ ହେବ ଏହି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବାକୁ ବିଧାନସଭାରେ ଦାବି କରୁଥିଲେ ବିରୋଧୀ । first appeared on Kanak News.

from Kanak News
via <a href="https://ifttt.com/?

ଦୁଇ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର ।

କନକ ବ୍ୟୁରୋ: ଦୁଇ ଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ଆଦିବାସୀ ଜମି କିଣାବିକା ପ୍ରସଙ୍ଗ । କୋଶଳୀ ଭାଷାରେ ହୋଇଥିଲ । ବିଧାନସଭାରେ ପ୍ରଶ୍ନୋତ୍ତର ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ । ଆଉ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ଉତର ମଧ୍ୟ ଦେଲେ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ପରେ ହଟଗୋଳ ପରେ ଆଜି ବିଧାନସଭା ସୁରୁଖୁରୁରେ ଆରମ୍ଭ ହୋଇଥିଲା । ପ୍ରଥମେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିବା ପରେ କୋଶଳି ଭାଷାରେ ଉତର ରଖିଥିଲେ ମନ୍ତ୍ରୀ । ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

 

 

The post ଦୁଇ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର । first appeared on Kanak News.

from Kanak News
via <a href="https://ifttt.com/?

୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ, ୯,୧୪, ୮୯୫ ଜଣଙ୍କୁ ମିଳିବ ନିଯୁକ୍ତି । ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

କନକ ବ୍ୟୁରୋ : ରାଜ୍ୟରେ ୮୪୮ ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୯ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି। ଗ୍ରାଉଣ୍ଡିଂ ଅଫ୍ ପ୍ରୋଜେକ୍ଟରେ ଓଡ଼ିଶା ଦେଶରେ ଏକ ନମ୍ବର। ଏମଏସଏମଇ ଓ ଶିଳ୍ପ ବିଭାଗ ମଧ୍ୟରେ ସମନ୍ଵୟ ରଖି ଆତ୍ମ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ପ୍ରଶ୍ନକାଳ ସମୟରେ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

୨ ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଏପରିକି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ସୁରୁଖୁରରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ନିଷ୍କର୍ସ ବାହାରିନଥିଲା । ତେବେ ୨ ଦିନର ଅଚଳାବସ୍ଥା ପରେ ପୁଣିଥରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି ।

The post ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ, ୯,୧୪, ୮୯୫ ଜଣଙ୍କୁ ମିଳିବ ନିଯୁକ୍ତି । ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started