ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ । 

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବି କରି ସାରିଲେଣି ବାଚସ୍ପତି ।  ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ ।

ଏହାପୂର୍ବରୁ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିଥିଲେ । ଆଦିବାସୀଙ୍କ ଜମି ହଡ଼ପ ଯୋଜନା କରିଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପେସା ଆଇନ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଥିଲେ ।  ହଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ ଯାଏଁ ଗୃହ ମୁଲତବୀ କରାଯାଇଥିଲା ।   ପରେ ପୁଣିଥରେ ଗୃହରେ ସମାନ ସ୍ଥିତି ଦେଖିବା ପରେ ଗୃହକୁ ଆଉ ୪୫ ମିନିଟ୍ ପାଇଁ ମୁଲତବି କରିଥିଲେ ବାଚସ୍ପତି ।

The post ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ ।  first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମିକୁ ନେଇ କୌଣସି ବିଲ୍ ଲାଗୁ ହେବାର ନାହିଁ, ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗୃହରେ ହଙ୍ଗାମା କରି ପ୍ରଶ୍ନକାଳକୁ ବନ୍ଦ କରିବା ଦୁଃଖଦାୟକ : ରାଜକିଶୋର ଦାସ 

କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବିରୋଧୀ । ଗୃହରେ ବିରୋଧୀଙ୍କ ହଙ୍ଗାମା କାରଣରୁ ପ୍ରଶ୍ନକାଳ ଚାଲିପାରିନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଆଦିବାସୀ ବିରୋଧୀ ବୋଲି କହିଛି ବିଜେପି । ଯାହାର ଜବାବ ରଖିଛି ବିଜେଡି ।

ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ବିଧାନସଭା ଚାଲିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଧାନସଭାରେ ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଧାୟକ ମାନେ ନିଜ ଅଞ୍ଚଳର ସମସ୍ୟା ବାବଦରେ ଜଣାଇବାକୁ ସୁଯୋଗ ପାଆନ୍ତି । କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ ମିଳିତ ଭାବେ ଯେଉଁଭଳି ପ୍ରଶ୍ନକାଳକୁ ବନ୍ଦ କଲେ ତାହା ବେଶ ଦୁଃଖଦାୟକ ।  ଆଦିବାସୀ ଭାଇ ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଉପ-ବାଚସ୍ପତି ଭାବେ ଜଣେ ଆଦିବାସୀଙ୍କୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ଉନ୍ନତି ଓ ପ୍ରଗତି ପାଇଁ ଏସଡିସି ଗଠନ କରିଛନ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ କରି ପାଠ ପଢିବାକୁ ସୁଯୋଗ ଦେଇଛନ୍ତି ।

ଆଦିବାସୀଙ୍କ ଜମି ବାବଦରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ରାଜକିଶୋର । ଓଡିଶା ସାରା ଲୋକ ଜାଣିଛନ୍ତି ସେ ବିଲ ଆସିବାର ନାହିଁ କି ଏହା ଲାଗୁ ହେବାର ନାହିଁ ତାହା ବନ୍ଦ ହୋଇଯାଇଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବିରୋଧୀ ରାଜନୀତି କରୁଛନ୍ତି  । ବିରୋଧୀଙ୍କ ପାଖରେ କୌଣସି ଇସ୍ୟୁ ନାହିଁ ତେଣୁ ସେମାନେ ଏହାକୁ ଇସ୍ୟୁ କରୁଛନ୍ତି  । ସରକାର ଏହାକୁ ସମ୍ପୂର୍ଣରୂପେ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ରାଜକିଶୋର ।

The post ଆଦିବାସୀଙ୍କ ଜମିକୁ ନେଇ କୌଣସି ବିଲ୍ ଲାଗୁ ହେବାର ନାହିଁ, ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗୃହରେ ହଙ୍ଗାମା କରି ପ୍ରଶ୍ନକାଳକୁ ବନ୍ଦ କରିବା ଦୁଃଖଦାୟକ : ରାଜକିଶୋର ଦାସ  first appeared on Kanak News.

from Kanak News
via <a href="https://ifttt.com/?

ପୁଣି ରାସ୍ତାକୁ ଓହ୍ଲାଇଲେ ସାହାରା ଜମାକାରୀ । ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଟଙ୍କା ଫେରସ୍ତ ପାଇବା ନେଇ ଦ୍ୱନ୍ଦ୍ୱରେ ଜମାକାରୀ ।

କନକ ବ୍ୟୁରୋ: ପୁଣି ରାଜରାସ୍ତାରେ ସାହାରା ଜମାକାରୀ । ନିକଟରେ ସାହାରା ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ସାହାରା ଜମାକାରୀ ନିଜର ଟଙ୍କା ଫେରି ପାଇବା ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । କିଛି ଜମାକାରୀ ୧୦ ହଜାର ଟଙ୍କା ଲେଖାଏଁ ପାଇଥିଲେ ମଧ୍ୟ ଅନେକ ଜମାକାରୀ ଟଙ୍କା ପାଇନାହାନ୍ତି । ତୁରନ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ଦାବିରେ ଜମାକାରୀମାନେ ବ୍ରହ୍ମପୁର ଖଲିକୋଟ କଲେଜ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଛନ୍ତି ।

The post ପୁଣି ରାସ୍ତାକୁ ଓହ୍ଲାଇଲେ ସାହାରା ଜମାକାରୀ । ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଟଙ୍କା ଫେରସ୍ତ ପାଇବା ନେଇ ଦ୍ୱନ୍ଦ୍ୱରେ ଜମାକାରୀ । first appeared on Kanak News.

from Kanak News
via <a href="https://ifttt.com/?

ମା’ ଓ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ । ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ।

କନକ ବ୍ୟୁରୋ: ଆଜି ସକାଳୁ ମହାମହିମ ଦ୍ରୌପଦୀ ମୁର୍ମୁ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ରାଷ୍ଟ୍ରିୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ସେ ମା’ ଓ ମାତୃଭାଷାର ଗୁରୁତ୍ୱକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ।

The post ମା’ ଓ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ । ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ। first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧବିରାମ । ୩୦  ଶିଶୁଙ୍କ ସମେତ ସମୁଦାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଆଜି ହମାସ କବଳରେ ବନ୍ଦୀ ଅବସ୍ଥାରେ ଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ପାଇଁ ଆଜି ଆଶ୍ଵସ୍ତି ଖବର ମିଳିଛି । ଇସ୍ରାଏଲ୍ କ୍ୟାବିନେଟ୍ ହମାସ ସହିତ ଏକ ୯୬ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ  ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ଏଥିରେ ମହିଳା, ମା ଏବଂ ଶିଶୁ ଅନ୍ତର୍ଭୁକ୍ତ ।

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଶେଷରେ ଆଜି ଅସ୍ତ୍ରବିରତି ଘୋଷଣା ହୋଇଛି । ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଗାଜାରେ ତୋପ ଏବଂ ଯୁଦ୍ଧ ବିମାନର ଶବ୍ଦ ବନ୍ଦ ହୋଇଯିବ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇସ୍ରାଏଲ କ୍ୟାବିନେଟ୍ ହମାସ୍ ସହିତ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ । ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୨୪୦  ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲେ।

ଇସ୍ରାଏଲ୍ ସରକାର ଦେଇଥିବା ବିବୃତ୍ତି ଅନୁଯାୟୀ ହମାସ ଆସନ୍ତା ୪ ଦିନ ମଧ୍ୟରେ ଏହି ବନ୍ଧକମାନଙ୍କୁ ମୁକ୍ତ କରିବ । ଏହି ସମୟ ମଧ୍ୟରେ ଇସ୍ରାଏଲ ତାର ସମସ୍ତ ଆକ୍ରମଣକୁ ବନ୍ଦ ରଖିବ । ରିପୋର୍ଟ ଅନୁଯାୟୀ, ହମାସ ମୁକ୍ତ କରୁଥିବା ଅଧିକାଂଶ ବନ୍ଧକ ହେଉଛନ୍ତି ମହିଳା ଏବଂ ଶିଶୁ । ସେମାନଙ୍କୁ ୧୦ ରୁ ୧୨ ଟି ଦଳରେ ମୁକ୍ତ କରାଯିବ ।

ତେଲ ଅଭିଭ  ଗଣମାଧ୍ୟମ ଅନୁଯାୟୀ, ଯେଉଁମାନଙ୍କୁ ମୁକ୍ତ କରାଯିବ ସେମାନଙ୍କ ମଧ୍ୟରେ ୩୦ ଜଣ ଶିଶୁ ୮ ଜଣ ମା ଏବଂ ୧୨ ଜଣ ମହିଳା ଅଛନ୍ତି । ଇସ୍ରାଏଲ୍ କହିଛି, “ଅପହରଣ ହୋଇଥିବା ସମସ୍ତ ଲୋକଙ୍କୁ ଘରକୁ ଫେରେଇ ଆଣିବା ପାଇଁ ଇସ୍ରାଏଲ୍ ସରକାର ପ୍ରତିବଦ୍ଧ । ଆଜି ରାତିରେ ସରକାର ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଥମ ପର୍ଯ୍ୟାୟର ରୂପରେଖାକୁ ଅନୁମୋଦନ କରିଛନ୍ତି ।

୫୦ ଜଣ ବନ୍ଧକ ବଦଳରେ ଇସ୍ରାଏଲ୍ ମଧ୍ୟ ୧୫୦ ଜଣ  ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ଏକ ଖବର ସୂତ୍ରରୁ ପ୍ରକାଶ। ତେବେ ଇସ୍ରାଏଲ୍ ସରକାର ଦେଇଥିବା ବିବୃତ୍ତିରେ ଏହାଉପରେ ନିଶ୍ଚିତ କରି କିଛି କୁହାଯାଇନାହିଁ ।  ଅସ୍ତ୍ରବିରତି ସର୍ତ୍ତାବଳୀ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅବସ୍ଥାରେ ରହିଛି ।

The post ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧବିରାମ । ୩୦  ଶିଶୁଙ୍କ ସମେତ ସମୁଦାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ସାଂଘାତିକ ଅଭିଯୋଗ । ଆଦିବାସୀଙ୍କ ଜମିକୁ ନେଇ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପଛରେ ଅଛି ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ଓ ପରେ ଏହାକୁ ସ୍ଥଗିତ ପ୍ରସଙ୍ଗରେ ଗୃହରେ ଆଜି ହୋହଲ୍ଲା କରିଛନ୍ତି ବିରୋଧୀ । ଯାହାଫଳରେ ଗୃହକୁ ଅପରାହ୍ନ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ଆଲୋଚନା କରିବାକୁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ମୋହନ ମାଝୀ କହିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଜେପି ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ବିଜେଡ଼ି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ ।

ଆର୍ଟିକିଲ ୨୪୪(୧) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀ ମନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି କହିଛନ୍ତି ମୋହନ ।

The post ବିଜେପିର ସାଂଘାତିକ ଅଭିଯୋଗ । ଆଦିବାସୀଙ୍କ ଜମିକୁ ନେଇ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପଛରେ ଅଛି ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଜମି ପଟ୍ଟା ପାଇଁ ବସ୍ତି ବାସିନ୍ଦା-ପୋଲିସ ଧସ୍ତାଧସ୍ତି । ଲୋୟର ପିଏମଜିରେ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ବିକ୍ଷୋଭ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ବିଧାନସଭା ଯିବା ବାଟରେ ଅଟକାଇଲା ପୁଲିସ । ଜମିପଟ୍ଟା ଦେବା ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ସାଲିଆ ସାହି ବାସିନ୍ଦା । ଶୋଭାଯାତ୍ରାରେ ଲୋୟର ପିଏମଜି ବାହାରିଛନ୍ତି ଆନ୍ଦୋଳନକାରୀ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି ।

ସାଲିଆସାହି ବସ୍ତିକୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବି କରିଛନ୍ତି । ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ଅଧିକାର ଦିଆଯାଉଥିବା ବେଳେ ସାଲିଆ ସାହିରେ ସର୍ଭେ କରାଗଲା ନାହିଁ ଏବଂ ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ଦିଆଯାଇ ପାରିବ ନାହିଁ ବୋଲି କୁହାଗଲା । ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

The post ଜମି ପଟ୍ଟା ପାଇଁ ବସ୍ତି ବାସିନ୍ଦା-ପୋଲିସ ଧସ୍ତାଧସ୍ତି । ଲୋୟର ପିଏମଜିରେ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ବିକ୍ଷୋଭ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ । first appeared on Kanak News.

from Kanak News
via <a href="https://ifttt.com/?

ମା’ ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି । ନୂଆ ରାଷ୍ଟ୍ରୀୟ ଅଭିଯାନରେ ହେଲେ ସାମିଲ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ବେଙ୍ଗାଳୁରୁ ଅଭିମୁଖେ ଯିବେ ।

କନକ ବ୍ୟୁରୋ: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ କିଲାସମା ମିନି ଷ୍ଟାଡିୟମ୍ରେ ପହଞ୍ଚିି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ ।
ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ରାଷ୍ଟ୍ରପତି ।

ଗତକାଲି ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟପତିଙ୍କ ସହ ମା’ଙ୍କୁ ଦର୍ଶନ କରିଛନ୍ତି । ମହାମହିମ ସମଲେଶ୍ୱରୀ ମନ୍ଦିର ଯାଇଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମଲେଶ୍ୱରୀଙ୍କ ଦର୍ଶନ ପରେ ଏମ୍ସିଏଲ୍ ଗେଷ୍ଟ ହାଉସ୍କୁ ପ୍ରତ୍ୟାବର୍ତନ କରି ସେଠାରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି ।

The post ମା’ ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି । ନୂଆ ରାଷ୍ଟ୍ରୀୟ ଅଭିଯାନରେ ହେଲେ ସାମିଲ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ବେଙ୍ଗାଳୁରୁ ଅଭିମୁଖେ ଯିବେ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା କାଲି ସୁଦ୍ଧା ଶେଷ ହୋଇପାରେ ଟନେଲ ରେସକ୍ୟୁ ଅପରେସନ୍ । ତିନି ଦିଗରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ସୁଦ୍ଧା ଶେଷ ହୋଇପାରେ ରେସ୍କ୍ୟୁ ଅପରେସନ୍ । ଗତକାଲି ରାତିରୁ କାମରେ ଲାଗିଛି ଆମେରିକାର ଅଗର ମେସିନ୍ । ସୁଡଙ୍ଗ ନିକଟରେ ୪୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ସହ ଜରୁରୀକାଳୀନ ସେବା ୧୦୮କୁ ଆଲର୍ଟରେ ରଖାଯାଇଛି ।

୧୧ ଦିନ ହେଲା ଉତ୍ତରକାଶୀର ନିର୍ମାଣାଧୀନ ଟନେଲରେ ୪୧ ଜଣ ଶ୍ରମିକ ଫସି ହୋଇ ରହିଛନ୍ତି । ଏବେ ତିନିଟି ଯୋଜନାରେ କାମ କରାଯାଉଛି । ଏବେ ବି ଅଗର ମେସିନ୍ ଉପରେ ଯଥେଷ୍ଟ ବିଶ୍ୱାସ ରହିଛି । ଉଦ୍ଧାରକାରୀ ଟିମ୍ ସିଲକ୍ୟାରୀ ପଟୁ ଭର୍ଟିକାଲ ଡ୍ରିଲିଂ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୭ ମିଟର ପର୍ଯ୍ୟନ୍ତ ଖନନ ଶେଷ ହୋଇଛି । ଯଦି ଅଗର ମେସିନ୍ ରାସ୍ତାରେ ବଡ଼ ପଥର ଏବଂ ଷ୍ଟିଲ୍ ଆସେ, ତେବେ ସେଗୁଡ଼ିକୁ କାଟିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ଯୋଜନା ବିଫଳ ହେଲେ ଦ୍ୱିତୀୟ ଯୋଜନାରେ ସୁଡଙ୍ଗର ଉଭୟ ପଟୁ ଖୋଳାଯାଇ ରାସ୍ତା ନିର୍ମାଣ କରାଯିବ । ଏହା ବ୍ୟତୀତ ତୃତୀୟ ବିକଳ୍ପ ଭାବେ ଡଣ୍ଡଲଗାଓଁ ପଟୁ ଖୋଳାଯିବ । ଏଥିପାଇଁ ସର୍ଭେ ମଧ୍ୟ ଶେଷ ହୋଇଛି ।

The post ଆସନ୍ତା କାଲି ସୁଦ୍ଧା ଶେଷ ହୋଇପାରେ ଟନେଲ ରେସକ୍ୟୁ ଅପରେସନ୍ । ତିନି ଦିଗରୁ ଚାଲିଛି ଉଦ୍ଧାର କାର୍ଯ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଦୁଇ ଚୋରଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର । ବରଗଡର ଘଟଣା ।

କନକ ବ୍ୟୁରୋ: ଚୋରି କରିବାକୁ ଯାଇଥିଲେ, ଆଉ ୨ ଜଣଙ୍କୁ ଗାଁବାସୀ ପିଟିପିଟି ମାରିଦେଲେ । ବରଗଡ ଗ୍ରାମାଞ୍ଚଳ ଥାନା ସାହୁଟ୍ରିକାରୁ ଏଭଳି ଅଭିଯୋଗ ଆସିଛି । ଚୋରି କରି ଧରାପଡିବା ପରେ ଦୁଇଜଣଙ୍କୁ ଗାଁ ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ୪ ଜଣ ଯୁବକ ଚୋରି କରିବାକୁ ଆସିଥିବାବେଳେ ୩ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ଅନ୍ୟ ଜଣେ ଖସି ଯାଇଥିଲା । ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣକର ମେଡିକାଲରେ ମୃତ୍ୟୁ ହୋଇଛି । ତୃତୀୟ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

The post ଦୁଇ ଚୋରଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର । ବରଗଡର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started