ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା । ଜାଣନ୍ତୁ କାହିଁକି ଜରିମାନା ଲଗାଇଲା ଡିଜିସିଏ

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରପରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏନେଇ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି କି, ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ଥିବା ଯାତ୍ରୀଙ୍କୁ ବିମାନରେ ଚଢିବାକୁ ନ ଦିଆଯିବା କାରଣରୁ ଏହି ଜରିମାନା ଲଗାଯାଇଛି ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କହିଛି କି ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ରଖିଥିବା ଯାତ୍ରୀଙ୍କୁ ବିମାନରେ ଚଢିବାକୁ ଦିଆଯାଇନଥିଲା । ଏହାପରେ ବି ଯାତ୍ରୀଙ୍କୁ ସେମାନଙ୍କର କ୍ଷତିପୂରଣ ଦେଇନଥିଲା ଏୟାର ଇଣ୍ଡିଆ । ଏହି କାରଣରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏନେଇ ଡିଜିସିଏ କହିଛି କି, ଏହି ମାମଲାରେ ଏୟାର ଇଣ୍ଡିଆକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା  ଓ ବ୍ୟକ୍ତିଗତ ଶୁଣାଣି ବି କରାଯାଇଥିଲା ।

ଡିଜିସିଏ ତରଫରୁ ଏହି ମାମଲାକୁ ଅତି ଗମ୍ଭୀର ଓ ଚିନ୍ତାର ବିଷୟ ଭାବେ ବିଚାର କରି ଏୟାର ଲାଇନକୁ ପରାମର୍ଶ ଦେଇଛି କି, ଏହି ସମସ୍ୟାର ସମାଧାନ କରିବାକୁ ତୁରନ୍ତ ବ୍ୟବସ୍ଥା କରିବା ଉଚିତ । ଏହା ନକଲେ ଆଗାମୀ ଦିନରେ ଡିଜିସିଏ ତରଫରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ଡିଜିସିଏ କହିଛି କି, ଏଭଳି ମାମଲାରେ ଯଦି ଏୟାର ଲାଇନ୍ସ ତରଫରୁ ଯାତ୍ରୀଙ୍କ ପାଇଁ ୧ ଘଣ୍ଟା ମଧ୍ୟରେ ବିକଳ୍ପ ବ୍ୟବସ୍ଥା କରା ନଯିବ ଓ ଯାତ୍ରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦିଆନଯିବ ତେବେ ନିୟମ ଉଲଙ୍ଘନ ଅପରାଧରେ ବିମାନ କମ୍ପାନୀ ଉପରେ ୧୦ ହଜାର ଟଙ୍କାର କ୍ଷତିପୂରଣ ଲଗାଯିବ । ୨୪ ଘଣ୍ଟାରୁ ଅଧିକ ହେଲେ ବିମାନ କମ୍ପାନୀ ଯାତ୍ରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ ।

The post ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା । ଜାଣନ୍ତୁ କାହିଁକି ଜରିମାନା ଲଗାଇଲା ଡିଜିସିଏ first appeared on Kanak News.

from Kanak News
via <a href="https://ifttt.com/?

ହଲାଲ୍ ପ୍ରମାଣପତ୍ର କ’ଣ ? କାହିଁକି ହଲାଲକୁ ନେଇ ବିବାଦ ଦେଖାଦେଇଛି ?

ଉତ୍ତରପ୍ରଦେଶ ସରକାର ହଲାଲ୍ ପ୍ରମାଣପତ୍ର ସହିତ ଖାଦ୍ୟ ପଦାର୍ଥର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅବଶ୍ୟ  ରପ୍ତାନି ପାଇଁ ଉତ୍ପାଦିତ ଦ୍ରବ୍ୟ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସରକାର ଦାବି କରିଛନ୍ତି ଯେ ଅଣ- ହଲାଲ୍ ସାର୍ଟିଫିକେଟ୍ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି । ଯାହା ଦେଶରେ ଘୃଣାର ବାତାବରଣ ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି ।  ଏହା ସେମାନକ ରଣନୀତିର ଏକ ଅଂଶ ବୋଲି ସେମାନେ ବିଶ୍ବାସ କରୁଛନ୍ତି ।

ଏହାକୁ ନେଇ ଆଜିକାଲି ଉତ୍ତରପ୍ରଦେଶର ସହ ଦେଶର ରାଜନୀତିରେ ଖୁବ ହଇଚଇ ସୃଷ୍ଟି ହେଇଛି । ଦୁଇ ଦିନ ପୂର୍ବେ ଯୋଗୀ ସରକାର ହଲାଲ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିପାଇଁ କଠୋର ନିୟମ ପ୍ରସ୍ତୁତ କରାଯାଉଛି।

ଆସନ୍ତୁ ଜାଣିବା ହଲାଲ୍ ଉତ୍ପାଦଗୁଡିକ କ’ଣ ଏବଂ ଏହା ଉପରେ କାହିଁକି ବିବାଦ ଦେଖାଦେଇଛି ?

ହଲାଲ୍ ଏବଂ ଏହାର ପ୍ରମାଣପତ୍ର କ’ଣ ?

ହଲାଲ୍ ଉତ୍ପାଦ ତାକୁ କୁହନ୍ତି ଯାହା ଇସଲାମିକ ନିୟମର ଆବଶ୍ୟକତା ପୂରଣ କରେ ଏବଂ ମୁସଲମାନମାନଙ୍କ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । ସେଗୁଡିକୁ ହଲାଲ୍ -ସାର୍ଟିଫିକେଟ୍ ଉତ୍ପାଦ କୁହାଯାଏ । ହଲାଲ୍ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି ଅନୁମତି ।

ସୂଚନାଯୋଗ୍ୟ ଯେ ୧୯୭୪ ମସିହାରେ ବଧ ହୋଇଥିବା ମାଂସ ପାଇଁ ହଲାଲ୍ ପ୍ରମାଣପତ୍ର ପ୍ରଥମେ ପ୍ରବର୍ତ୍ତିତ ହୋଇଥିଲା ।  ଏହା ପୂର୍ବରୁ ହଲାଲ୍ ସାର୍ଟିଫିକେଟର କୌଣସି ରେକର୍ଡ ନାହିଁ । ହଲାଲ୍ ମାଂସ ଅର୍ଥ ହେଉଛି ସେହି ମାଂସ ଯାହା ଇସଲାମିକ ପ୍ରକ୍ରିୟା ସାହାଯ୍ୟରେ ମରାଯାଇଥିବା ପଶୁ ଠାରୁ ଆସିଥାଏ । ଏହି ପ୍ରକ୍ରିୟାରେ ପଶୁର ଗଳା ଏବଂ ନିଶ୍ବାସ ନେଉଥିବା ନଳୀ (Throat Oesophagus) ଓ ଶିରା କାଟି ହତ୍ୟା କରାଯାଇଥାଏ । ଅବଶ୍ୟ ୧୯୯୩ ରେ  ହଲାଲ୍ ପ୍ରମାଣପତ୍ର କେବଳ ମାଂସରେ ସୀମିତ ନଥିଲା । ଏହା ଅନ୍ୟ ଉତ୍ପାଦ ଉପରେ ମଧ୍ୟ ଲାଗୁ କରାଯାଇଥିଲା ।

କ’ଣ  ଏହି ହଲାଲ୍ ପ୍ରମାଣପତ୍ର  ?

ମୁସଲମାନ ଧର୍ମ ଅନୁଯାୟୀ ହଲାଲ୍ ଅର୍ଥ ସ୍ୱୀକୃତି ଅଟେ । ଖାଦ୍ୟ ଏବଂ ସୌନ୍ଦର୍ଯ୍ୟ ଦ୍ରବ୍ୟ ଉପରେ ହଲାଲ୍ ସାର୍ଟିଫିକେଟ୍ ଅର୍ଥ ହେଉଛି ଉତ୍ପାଦଟି ମୁସଲମାନ ନିୟମ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଅଟେ । ସେଥିରେ ଏମିତି କିଛି ଜିନିଷ ମିଶିନାହିଁ ଯାହା ମୁସଲମାନମାନଙ୍କ ପାଇଁ ନିଷେଧ ବା ହାରାମ । ବିଶେଷଜ୍ଞମାନେ କହିଛନ୍ତି ଯେ ମୁସଲମାନ ଦେଶକୁ ରପ୍ତାନି ପାଇଁ ଏହି ହଲାଲ୍ ପ୍ରମାଣପତ୍ର ନିତ୍ୟାନ୍ତ ଆବଶ୍ୟକ ଅଟେ ।

କଣ ପାଇଁ ବିବାଦ ?

ହଲାଲ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଥିବା ବ୍ୟକ୍ତିମାନେ କହିଛନ୍ତି ଯେ ଧର୍ମ ନାମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଅନିୟମିତ ପ୍ରଚାର ପ୍ରସାର କରାଯାଉଛି।  କୁହାଯାଏ ଯେ ସେହି ଉତ୍ପାଦଗୁଡ଼ିକୁ ବ୍ୟବହାର କର ନାହିଁ ଯାହାକୁ ସେମାନଙ୍କ କମ୍ପାନୀ ଦ୍ୱାରା ହଲାଲ୍ ସାର୍ଟିଫିକେଟ୍ ଦିଆଯାଇ ନାହିଁ । ଫଳସ୍ୱରୂପ ଅନ୍ୟ ସମ୍ପ୍ରଦାୟର ବ୍ୟବସାୟିକ ସ୍ୱାର୍ଥ କ୍ଷତିଗ୍ରସ୍ତ ହେଉଛି । ଏହିପରି ଭାବରେ ସାଧାରଣ ନାଗରିକ ବ୍ୟବହାର ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ମଧ୍ୟ ହଲାଲ୍ ସାର୍ଟିଫିକେଟ୍ ପ୍ରଦାନ କରି ଅନ୍ୟାୟ ଭାବେ  ଆର୍ଥିକ ଲାଭ ପାଇବାକୁ ଉଦ୍ୟମ କରାଯାଉଛି । ଅଭିଯୋଗ ହୋଇଛି ଯେ କେତେକ କମ୍ପାନୀ କେବଳ ସେମାନଙ୍କର ବ୍ୟବସାୟିକ ସ୍ୱାର୍ଥ ପାଇଁ ନୁହେଁ ବରଂ ସମାଜରେ ଶ୍ରେଣୀ ଦ୍ୱନ୍ଦ୍ୱ ବିସ୍ତାର କରି ଦେଶକୁ ଦୁର୍ବଳ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଭାରତର କୌଣସି ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଲାଲ୍ ପ୍ରମାଣପତ୍ର ପ୍ରଦାନ କରାଯାଏ ନାହିଁ ।

The post ହଲାଲ୍ ପ୍ରମାଣପତ୍ର କ’ଣ ? କାହିଁକି ହଲାଲକୁ ନେଇ ବିବାଦ ଦେଖାଦେଇଛି ? first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗ ଆସିବା ପରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ପ୍ରଶାସନ ତରଫରୁ କୁହାଯାଇଛି କି, ବରଖାସ୍ତ ହୋଇଥିବା କର୍ମଚାରୀ ହେଉଛନ୍ତି ନିସାର ଅଲ ହସନ (ସହାୟକ ପ୍ରଫେସର ଏସଏମଏଚଏସ ହସ୍ପିଟାଲ ଶ୍ରୀନଗର), କନେଷ୍ଟବଳ ଅବ୍ଦୁଲ ମଜିଦ ଭଟ, ଉଚ୍ଚଶିକ୍ଷା ବିଭାଗର ଡ୍ରାଇଭର ଅବ୍ଦୁଲ ସଲାମ ରାଥର ଓ ଶିକ୍ଷକ ଫାରୁକ ଅହମ୍ମଦ ମୀର ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏମାନଙ୍କୁ ସମ୍ବିଧାନର ଧାରା ୩୧୧ କ୍ରମରେ ବରଖାସ୍ତ କରାଯାଇଛି । ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିବା ମାମଲାରେ ଗତ ୩ ବର୍ଷରେ ୫୪ ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ବରଖାସ୍ତ କରିଥିବା ଅଧିକାରୀ କହିଛନ୍ତି କି, ଏମାନେ ଭାରତ ସରକାରଙ୍କ ଠାରୁ ବେତନ ନେଇ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ବରଖାସ୍ତ କରାଯାଇଛି ।

ଚଳିତ ବର୍ଷ ଜୁନ ମାସରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଜନସଂପର୍କ ଅଧିକାରୀ, ରାଜସ୍ୱ ବିଭାଗର ଜଣେ ଅଧିକାରୀ ଓ ଜଣେ ପୋଲିସକର୍ମୀଙ୍କୁ ସମାନ ଅଭିଯୋଗରେ ବରଖାସ୍ତ କରାଯାଇଥିଲା । ଏମାନେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ କରୁଥିବା ଅଭିଯୋଗରେ ବରଖାସ୍ତ ହୋଇଥିଲେ ।

ଅନୁଛେଦ ୩୧୧ ରେ କୁହାଯାଇଛି କି, ଭାରତୀୟ ସମ୍ବିଧାନର ଧାରା ୩୧୧ (୨) (ସି) ଅନୁଯାୟୀ ଜାତୀୟ ନିରାପତ୍ତା ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରିବା ଠିକ୍ ନୁହେଁ ବୋଲି ଉପ ରାଜ୍ୟପାଳ ସନ୍ତୁଷ୍ଟ ଅଛନ୍ତି । ଆତଙ୍କବାଦୀଙ୍କୁ ସାହଯ୍ୟ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ୨୦୧୧ରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।

The post ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜ୍ୟରେ କେତେ ସଂଖ୍ୟକ ପ୍ରାଇମେରୀ, ଅପର ପ୍ରାଇମେରୀ, ସେକେଣ୍ଡାରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି ଏବଂ କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ସେନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂ ।

ଯାହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫୨୮୦୭ଟି ସ୍କୁଲ ରହିଛି । ଚଳିତ ବର୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଥିବା ୨୦୦୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶିତ ହେବା ସହ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ସେହିଭଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫୪୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ଓଏସଏସସି ଜରିଆରେ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ସେହିଭଳି ୬୯୦ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୬୪ଟି ଶିକ୍ଷକ ପଦବୀ ପୂରଣ ପାଇଁ ଏସଏସବି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ସେହିଭଳି ଚଳିତ ବର୍ଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୨ଟି ପ୍ରଧାନ ଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ଟି ପିଜିଟି ପଦବୀ ପୂରଣ ନିମନ୍ତେ ଓପିଏସସି ଜରିଆରେ ଚୟନ କରାଯାଇ ୩୨୭ଟି ପିଜିଟି ପଦବୀରେ ନିଯୁକ୍ତି ଦିଆଯାଇଛି । ଏହାବାଦ୍ ୧୦୦୮ଟି ପିଜିଟି ପଦବୀ ପୂରଣ ନିମନ୍ତେ ବିହିତ ପଦକ୍ଷେପ ନିଆଯାଉଛି । ଏହାବାଦ୍ ୨୨୬ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୫୪୩ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଉକ୍ତ ପଦବୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ଟି ପଦବୀ ପୂରଣ ନିମନ୍ତେ ଏସଏସବି ମାଧ୍ୟମରେ ପ୍ରକ୍ରିୟା ଜାରି ରହିଛି ।

ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୭୯୯୮ଟି ପଞ୍ଚାୟତରେ ୮୦୯୯ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ୪୨୬ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ।

The post ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ରାମଲୀଳା ବେଳେ ବାଣ ମାରିଲେ ଦୁର୍ବୃତ, ଗୁରୁତର ଆହତ ହେଲେ ଲକ୍ଷ୍ମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣ ମାରିଥିବା ଅନୁମାନ । ପୂରୀରୁ ଆସିଲା ଅଭାବନୀୟ ଘଟଣା । 

କନକ ବ୍ୟୁରୋ : ରାମଲୀଳା ବେଳେ ଅଘଟଣ । ରାମଲୀଳା ଚାଲିଥିଲା ବେଳେ ବାଣ ମାରିଲେ ଦୁର୍ବୃତ । ଫଳରେ ବେଶଧାରୀ ଲକ୍ଷ୍ମଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ପୁରୀ ବଳିଆପଣ୍ଡା ଧୋବାଖାଇ ନୃସିଂହ ମନ୍ଦିର ନିକଟରେ ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ରାମଲୀଳା ଚାଲିଥିବା ବେଳେ ରାମଚନ୍ଦ୍ର ବେଶରେ ଥିବା କୀର୍ତନ ପ୍ରଧାନଙ୍କ ଉପରକୁ ଲକ୍ଷ୍ୟ କରି ବାଣ ଫୋପାଡ଼ିଥିଲେ ଦୁର୍ବୃତ । କିନ୍ତୁ ଏହି ସମୟରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ପ୍ରଧାନ ଆଗକୁ ମାଡ଼ିଆସିଥିଲେ । ଫଳରେ ବାଣଟି ସିଧା ସୁକାନ୍ତଙ୍କ ଡାହାଣ କହୁଣୀରେ ମାଡ଼ ହୋଇଥିଲେ । ବିସ୍ଫୋରଣରେ ସୁକାନ୍ତଙ୍କ ସହ ରାମ ଓ ସୀତା ବେଶଧାରୀ କିଛି ଦୂରକୁ ଛିଟିକି ପଡ଼ିଥିଲେ । ଆଉ ବାଣ ମାଡ଼ରେ ସୁକାନ୍ତଙ୍କ କହୁଣୀ ଲହୁଲୁହାଣ ହୋଇପଡ଼ିଛି । ସୁକାନ୍ତଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ଆୟୋଜକ କମିଟିର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନାହିଁ । କୁହାଯାଉଛି କେହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଇଛି ।

The post ରାମଲୀଳା ବେଳେ ବାଣ ମାରିଲେ ଦୁର୍ବୃତ, ଗୁରୁତର ଆହତ ହେଲେ ଲକ୍ଷ୍ମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣ ମାରିଥିବା ଅନୁମାନ । ପୂରୀରୁ ଆସିଲା ଅଭାବନୀୟ ଘଟଣା ।  first appeared on Kanak News.

from Kanak News
via <a href="https://ifttt.com/?

ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର

ସମ୍ପୂର୍ଣ୍ଣ ସ୍ୱଦେଶୀ ଏହି ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷା କରାଯାଇଥିଲା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ନୂଆ ଉଦ୍ଭାବନ କରି ଉପରକୁ ଉପର ଉଥିବାରେ ଲାଗିଛି ।  ଏହି କ୍ରମରେ ମଙ୍ଗଳବାର ଦିନ ଭାରତୀୟ ନୌସେନା ଏବଂ DRDO ସଫଳତାର ସହ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ନାଭାଲ୍ ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହି କ୍ଷେପଣାସ୍ତ୍ରଟି 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏହାକୁ ସୋସିଆଲ ମିଡିଆ ସାଇଟ୍ X ରେ ଏହା ସ୍ପଷ୍ଟ କରିଛି । ଏହାପୂର୍ବରୁ ୨୦ ନଭେମ୍ବର ୨୦୨୩  ବାର୍ଜ ଡଙ୍ଗାକୁ ଭାରତୀୟ ନୌସେନାରେ ନିୟୋଜିତ କରାଯାଇଥିଲା । ନୌସେନା ପାଇଁ ଗୁଳିଗୋଳା ପରି ସାମଗ୍ରୀ ପରିବହନ କରିବା ପାଇଁ ‘ବାର୍ଜ LSAM 10 (ୟାର୍ଡ 78)’ ଡଙ୍ଗା ବ୍ୟବହାର କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ‘ ବାର୍ଜ LSAM 10 (ୟାର୍ଡ 78)’ ର ଉପଲବ୍ଧତା ଭାରତୀୟ ନୌସେନାକୁ ସମୁଦ୍ର ଘାଟି ତଥା ବାହ୍ୟ ବନ୍ଦର ମାନଙ୍କରେ ସାମଗ୍ରୀ ଏବଂ ଗୁଳିଗୋଳା ପରିବହନ ତଥା ଅନଲୋଡ୍ କରିବାରେ ସହଜ କରିବ । ଏହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମେସର୍ସ ସେକନ୍ ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍ ଲିମିଟେଡ୍, ବିଶାଖାପାଟନମ୍ ମଧ୍ୟରେ ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ରରେ ସଜ୍ଜିତ ବାର୍ଜ ଡଙ୍ଗା ନିର୍ମାଣ ପାଇଁ ୧୯ ଫେବୃଆରୀ ୨୦୨୧  ରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କେବଳ ଏତିକି ନୁହେଁ, ନିକଟରେ ଜର୍ମାନୀ ଭାରତକୁ HDW ଶ୍ରେଣୀର ୨୧୪ ଟି ବୁଡ଼ାଜାହାଜ ପାଇଁ ଅଫର ପ୍ରଦାନ କରିଛି । ଏହି ବୁଡ଼ାଜାହାଜଗୁଡ଼ିକ ଭାରତରେ ‘ଶିଶୁମାର କ୍ଲାସ୍’ ବୁଡ଼ାଜାହାଜ ଭାବରେ ଜଣାଯିବ । ଭାରତକୁ ଦିଆଯାଇଥିବା ବୁଡ଼ାଜାହାଜଗୁଡ଼ିକ ହେଉଛି  ଅପଗ୍ରେଡ୍ ଭ୍ୟାରିଏଣ୍ଟସ୍ । ଭାରତୀୟ ନୌସେନା ଏହି ବୁଡ଼ାଜାହାଜକୁ ପୂର୍ବରୁ ବ୍ୟବହାର କରିସାରିଛି । କିନ୍ତୁ ଏହାର ନୂତନ ସଂସ୍କରଣ ଏହାର ପୁରୁଣା ସଂସ୍କରଣ ଅପେକ୍ଷା ଅଧିକ ଉନ୍ନତ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ସଜ୍ଜିତ ଅଟେ । ପ୍ରୋଜେକ୍ଟ 75I ଅଧୀନରେ ଏହା ପ୍ରସ୍ତାବ ଦିଆଯାଇଛି ।  ଯେଉଁଥିରେ ଛ’ଟି ବୁଡ଼ାଜାହାଜ ନିର୍ମାଣ ହେବ । ଏହି ବୁଡ଼ାଜାହାଜ ଜର୍ମାନ କମ୍ପାନୀ ଥିସେନକ୍ରପ୍ ଏଜି ଦ୍ୱାରା ନିର୍ମିତ । ଏହି ଜର୍ମାନ କମ୍ପାନୀ ଭାରତୀୟ ନୌସେନାର ପ୍ରୋଜେକ୍ଟ 75I ଅଧୀନରେ ଛ’ଟି ବୁଡ଼ାଜାହାଜ ପାଇଁ ପ୍ରସ୍ତାବ ଦେଇଛି । ଯାହାର ମୂଲ୍ୟ ୪.୮ ବିଲିୟନ ଡଲାର ହେବ । HDW ଶ୍ରେଣୀ ହେଉଛି ପାରମ୍ପାରିକ ଡିଜେଲ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ, ଯାହାର ଲମ୍ବ ୭୨ ମିଟର ।

The post ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ସୁଧୁରୁଛି ଭାରତ-କାନାଡା ସଂପର୍କ । ୬୧ ଦିନ ପରେ କାନାଡା ନାଗରିକଙ୍କ ପାଇଁ ଭାରତ ଆରମ୍ଭ କଲା ଭିସା ସେବା

କନକ ବ୍ୟୁରୋ : ଭାରତ ତରଫରୁ କାନାଡା ନାଗରିକଙ୍କ ପାଇଁ ପୁଣିଥରେ ଭିସା ସେବା ଆରମ୍ଭ କରାଯାଇଛି । ସେପ୍ଟେମ୍ବର ୨୧ ତାରିଖରୁ ଭିସା ପ୍ରଦାନ କରୁଥିବା ଏଜେନ୍ସି ତରଫରୁ କିଛି କାରଣ ପାଇଁ ଏହି ସୁବିଧା ବନ୍ଦ କରିଥିଲା । ବିଏଲଏସ ଇଣ୍ଟରନ୍ୟାସନାଲ ତରଫରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା କି, କିଛି କାରଣ ପାଇଁ ଆଗାମୀ ସୂଚନା ପର୍ଯ୍ୟନ୍ତ କାନାଡା ନାଗରିକଙ୍କ ପାଇଁ ଭାରତୀୟ ଭିସା ସୁବିଧା ବନ୍ଦ କରାଯାଉଛି ।

ହେଲେ ଅକ୍ଟୋବର ୨୬ ତାରିଖରେ ଭାରତ ସରକାର କିଛି ସ୍ୱତନ୍ତ୍ର ଶ୍ରେଣୀର ଭିସା ସେବା ଆରମ୍ଭ କରିବା କଥା କହିଥିଲେ । ଏଥିରେ ପ୍ରବେଶ ଭିସା, ବ୍ୟବସାୟ ଭିସା, ମେଡିକାଲ ଭିସା ଓ କନଫରେନ୍ସ ଭିସା ସାମିଲ ଥିଲା । ହେଲେ ଏବେ କାନାଡା ନାଗରିକଙ୍କ ପାଇଁ ସବୁ ପ୍ରକାର ଇ-ଭିସା ଆବେଦନ ଉପରେ ସରକାର ସହମତି ପ୍ରଦାନ କରିଛନ୍ତି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପସିଂ ନିଜ୍ଜରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଆସିଥିଲା । ଏବେ ଏହି ସଂପର୍କରେ କିଛିଟା ସୂଧାର ଆସିନାହିଁ । ପ୍ରଥମେ କାନାଡା ତରଫରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଟ୍ରେବଲ ଆଡଭାଇଜରୀ ଜାରି କରାଯାଇଥିଲା । ଏହାପରେ ଭାରତ ତରଫରୁ ଖଲିସ୍ତାନ ସମର୍ଥକଙ୍କ ତରଫରୁ ବିପଦକୁ ନଜରରେ ରଖି ଭାରତୀୟ ନାଗରିକଙ୍କ ପାଇଁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଥିଲା ।

The post ସୁଧୁରୁଛି ଭାରତ-କାନାଡା ସଂପର୍କ । ୬୧ ଦିନ ପରେ କାନାଡା ନାଗରିକଙ୍କ ପାଇଁ ଭାରତ ଆରମ୍ଭ କଲା ଭିସା ସେବା first appeared on Kanak News.

from Kanak News
via <a href="https://ifttt.com/?

ପିଲାଏ ପଢିବେ ରାମାୟଣ , ମହାଭାରତ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ।

କନକ ବ୍ୟୁରୋ: ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରେ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି ।

ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା ଏନ୍ସିଇଆରଟିର ୭ଜଣିଆ କମିଟି ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି । ଏହାସହ ଶ୍ରେଣୀ ଗୃହ କାନ୍ଥରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ଲେଖାଯିବାକୁ ପରାମର୍ଶ ଦିଆଯାଇଥିବା କମିଟିର ଅଧ୍ୟକ୍ଷ ସିଆଇ ଆଇଜାକ କହିଛନ୍ତି । ୭ଜଣିଆ କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି ।

The post ପିଲାଏ ପଢିବେ ରାମାୟଣ , ମହାଭାରତ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ। first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର ନେଇ ଫିଟିଲା ବାଟ । ୧୫ ଘଣ୍ଟା ଭିତରେ ବାହାରକୁ ବାହାରିପାରନ୍ତି ଶ୍ରମିକ । ସୂଚନା ଦେଲେ  ଉତରାଖଣ୍ଡ ସରକାରଙ୍କ ସୂଚନା। 

କନକ ବ୍ୟୁରୋ: ୧୫ ଘଣ୍ଟା ଭିତରେ ବାହାରକୁ ଆସିପାରନ୍ତି ଟନେଲ ଭିତରେ ଫସିରହିଥିବା ଶ୍ରମିକ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତରାଖଣ୍ଡ ସରକାର ।

ସୁଡ଼ଙ୍ଗରେ ଜୋରଦାର ହୋଇଛି ଉଦ୍ଧାର କାର୍ଯ୍ୟ । ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି କୌଣସି ବଡ଼ଧରଣର ସମସ୍ୟା ସୃଷ୍ଟି ନହୁଏ ତେବେ ଆଜି ବିଳମ୍ବିତ ରାତି କିମ୍ବା ଭୋରରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ଦେଇଛନ୍ତି ଉତରାଖଣ୍ଡ ସଡ଼କ ଓ ପରିବହନ ବିଭାଗର ଅତିରିକ୍ତ ସଚିବ । ରାତି ୧୨ଟା ୪୫ ମିନିଟରେ ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ ଆରମ୍ଭ କରାଯାଇଥିଲା । ଭୂସମାନ୍ତର ଭାବେ ଏବେ ଡ୍ରିଲିଂ ଚାଲିଛି ଏବଂ ୩୯ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଯାଇଛି । ଏବଂ ୮ଶହ ମିଲିମିଟର ଗୋଲେଇର ପାଇପକୁ ଖଂଜି ଦିଆଯାଇଛି । ଏବେ ଆହୁରୀ ୧୮ମିଟର ପର୍ଯ୍ୟନ୍ତ ଡ୍ରିଲିଂ ବାକି ଅଛି । ଏବେ ଅଗର ମେସିନ୍ ଉପରେ ଯଥେଷ୍ଟ ବିଶ୍ୱାସ ରହିଛି । ପାଇପ ଜରିଆରେ ଶ୍ରମିକଙ୍କୁ ଉଦ୍ଧାର କରାଯିବାକୁ ଯୋଜନା ରହିଛି । ଯଦି ଅଗର ମେସିନ୍ ରାସ୍ତାରେ ବଡ଼ ପଥର ଏବଂ ଷ୍ଟିଲ୍ ଆସେ, ତେବେ ସେଗୁଡ଼ିକୁ କାଟିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ଟନେଲ ଭିତରେ ଫସିରହିଥିବ ସମସ୍ତ ଶ୍ରମିକ ଏବେ ସୁରକ୍ଷିତ ଅଛନ୍ତି । ଏବଂ ସୁଡ଼ଙ୍ଗ ନିକଟରେ ଥିବା ଡାକ୍ତରୀ ଦଳ ମଧ୍ୟ ଜଣେ ପରେ ଜଣେ ଶ୍ରମିକଙ୍କ ସହ କଥା ହେଉଛନ୍ତି । ଉତରକାଶୀରେ ଚାଲିଥିବା ରେସକ୍ୟୁ ଅପରେସନ ନେଇ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମସ୍ତ ତଥ୍ୟ ପଚାରି ବୁଝିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ମଧ୍ୟ ସୁଡ଼ଙ୍ଗ ନିକଟକୁ ଯାଇ ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି ।

The post ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର ନେଇ ଫିଟିଲା ବାଟ । ୧୫ ଘଣ୍ଟା ଭିତରେ ବାହାରକୁ ବାହାରିପାରନ୍ତି ଶ୍ରମିକ । ସୂଚନା ଦେଲେ  ଉତରାଖଣ୍ଡ ସରକାରଙ୍କ ସୂଚନା।  first appeared on Kanak News.

from Kanak News
via <a href="https://ifttt.com/?

ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ରାୟଗଡ଼ାରେ ବାଘ ପାଦ ଚିହ୍ନକୁ ନେଇ ଆତଙ୍କ । ।

କନକ ବ୍ୟୁରୋ: ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଅଧା ଖାଇ ଗାଈକୁ ବାଘ ଛାଡି ପଳାଇଲା । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ଗଜପତି ଜିଲ୍ଲାରେ ଆତଙ୍କ ଖେଳାଇଛି ବାଘ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବାଘକୁ ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲାରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି

ରାୟଗଡ଼ା ଅଳାବର ଗାଁ ନିକଟ ଜଙ୍ଗଲରେ ଗାଈକୁ ମାରି ଖାଇଛି । ପାଖରେ ବାଘର ପାଦଚିହ୍ନ ମଧ୍ୟ ରହିଛି । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବାଘ ମାରିଥିବା ଗାଈର ଅନୁକମ୍ପା ମୂଳକ ରାଶି ସରକାରଙ୍କ ଧାର୍ଯ୍ୟ ଅନୁସାରେ ୩୭ ହଜାର ୫ଶହ ଟଙ୍କା ଗାଈ ମାଲିକଙ୍କୁ ପ୍ରଦାନ କରାଯିବ ।

The post ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ରାୟଗଡ଼ାରେ ବାଘ ପାଦ ଚିହ୍ନକୁ ନେଇ ଆତଙ୍କ । । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started