ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ ହୃଦଘାତ

କନକ ବ୍ୟୁରୋ : କୋଭିଡ ଭ୍ୟାକସିନ୍ ଯୋଗୁଁ ଯୁବବର୍ଗଙ୍କ ମୃତ୍ୟୁ ବଢୁଥିବା ନେଇ ଚର୍ଚ୍ଚାକୁ ଖଣ୍ଡନ କଲା ଆଇସିଏମଆର । କୋଭିଡ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ । ଦେଶରେ ୨ ମିଲିୟନରୁ ଅଧିକ ଡୋଜ୍ ଟିକା କରଣ ହୋଇଥିଲା । କିନ୍ତୁ ଗତ ଦେଢ ବର୍ଷ ମଧ୍ୟରେ ଦେଶରେ ହୃଦଘାତ ହେତୁ ଯୁବକଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ତେବେ କୋଭିଡ ଟୀକାର ପାଶ୍ୱ ପତ୍ରିକ୍ରିୟା ହେତୁ ହୃଦଘାତ ବୃଦ୍ଧି ପାଉଥିବା ନେଇ କୁହାଯାଉଥିବା ବେଳେ ଏହାର ଜବାବ ରଖିଛି ଆଇସିଏମଆର । ଭାରତରେ ଯୁବପିଢୀଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ ଟୀକା ଦାୟୀ ନୁହେଁ ବୋଲି କହିଛି ଆଇସିଏମଆର । ଏଥିପାଇଁ ପାରିବାରିକ କାରଣ, ଅତ୍ୟଧିକ ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟାନ୍ୟ କୁଅଭ୍ୟାସ ଦାୟୀ ବୋଲି ଆଇସିଏମଆର କହିଛି ।

The post ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ ହୃଦଘାତ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ୧୦ଲକ୍ଷ ଯୁବକଙ୍କୁ ଚାକିରି, ବ୍ୟବସାୟୀଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ର୍ପୂବରୁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଏଥିରେ ପ୍ରତିଶୃତିର ବର୍ଷା କରିଛି କଂଗ୍ରେସ । ମାନିଫେଷ୍ଟୋରେ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଧ୍ୟାନ ଦିଆଯାଇଛି । ଇସ୍ତାହାରରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଓ ୪ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଘୋଷଣା ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ଅର୍ଥନୀତି ୧୫ ଲକ୍ଷ କୋଟି ଟଙ୍କା ହେବ ଏବଂ ୨୦୩୦ ସୁଦ୍ଧା ଏହାକୁ ୩୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଗ୍ରାମାଂଚଳ ଲୋକଙ୍କୁ ଆତ୍ମନିର୍ଭର କରିବାକୁ ବିନା ଗ୍ୟାରେଂଟିରେ ୫ଲକ୍ଷ ଟଙ୍କାର ୬ ରଣ ପ୍ରଦାନ କରାଯିବା ନେଇ ଘୋଷଣା କରିଛି ଦଳ । ଏଥିସହ ଚିରଞ୍ଜିବି ହେଲଥ୍ ଇନସ୍ୟୁରାନ୍ସ ରାଶୀକୁ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି । ମହିଳା ଭୋଟ ହାତେଇବାକୁ ଯାଇ ମହିଳା କାର୍ଡ ଖେଳିଛି ରାଜସ୍ଥାନ କଂଗ୍ରେସ । ପ୍ରତି ପରିବାରର ମୁଖ୍ୟ ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରିଛି ଦଳ । ଏଥିସହ କଂଗ୍ରେସ ପୁଣିଥରେ ଶାସନକୁ ଆସିଲେ ଗ୍ୟାସ୍ ସିଲିଣ୍ଡର ଦାମ୍ ୫ଶହରୁ ୪ଶହ ଟଙ୍କାକୁ ହ୍ରାସ କରାଯିବ । ରାଜ୍ୟରେ ଆଇଟିଇ ଆଇନ ଆଣି ବେସରକାରୀ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଯାଏଁ ମାଗଣା ଶିକ୍ଷା ଦିଆଯିବ । ଏଥିସହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ଓ ଟାବଲେଟ୍ ବଂଟନ କରାଯିବା ନେଇ ଘୋଷଣା କରିଛି ଦଳ । ସେହିପରି ଚାଷୀଙ୍କ ପାଇଁ ଏମଏସପି ଆଣିବେ କଂଗ୍ରେସ ସରକାର । ବନ୍ଦ ରହିଥିବା ପୁରୁଣା ପେନସନକୁ ପୁଣିଥରେ ଚାଲୁକରିବା ନେଇ ଘୋଷଣା କରାଯାଇଛି । ରାଜସ୍ଥାନ ହେଉଛି କଂଗ୍ରେସର ଏକ ମଜବୁତ ଗଡ । ଚଳିତ ନଭେମ୍ବର ୨୫ରେ ଏଠାରେ ହେବାକୁ ଯାଉଛି ନିର୍ବାଚନ । ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ମଙ୍ଗଳବାର ରାଜ୍ୟ ପାଇଁ ଇସ୍ତାହାର ଜାରି କରାଯାଇଛି ।

ସେପଟେ ରାଜସ୍ଥାନରେ ବିଜେପିର ହାଇଭୋଲଟେଜ ପ୍ରଚାର କରିଛି । ପ୍ରଧାନମନ୍ତ୍ରୀ ମୋଦୀ ମାରାଥନ ପ୍ରଚାର କରୁଛନ୍ତି । ଅନ୍ତାରେ ରୋଡ ଶୋ କରି କଂଗ୍ରେସ ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ମୋଦୀ । ମୋଦୀ କହିଛନ୍ତି ବଂଶବାଦ, ଦୁର୍ନତୀ ଓ ତୃଷ୍ଟିକରଣ ହେଉଛି ଦେଶର ୩ଟି ଶତ୍ରୁ ଓ ଏହାକୁ ନେଇ କଂଗ୍ରେସ ରାଜନୀତି କରୁଛି । ଲାଲ ଡାଏରୀରେ ରହିଛି କଂଗ୍ରେସର ୫ବର୍ଷ ଦୁର୍ନୀତି ଚିଠା । ରାଜସ୍ଥାନର ଜଳ, ଜଙ୍ଗଲ ଓ ଜାଗାକୁ ବିକି କୋଟିକୋଟି ଟଙ୍କା ପକେଟରେ ପୂରାଇଛି କଂଗ୍ରେସ ।

ଅନ୍ୟପଟେ ରାଜସ୍ଥାନରେ ଚାଲିଛି ଜୋରଦାର ପ୍ରଚାର । ଉଭୟ ବିଜେପି-କଂଗ୍ରେସ ନିଜ ନିଜର ହେଭିୱେଟ ଚେହେରାଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛି । ମଙ୍ଗଳବାର ଜାଲୋରରେ ରାଲି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ବିଜେପି ଭୋଟ ହାତେଇବା ପାଇଁ ଦେଶରେ ଘୃଣା ଓ ହିଂସା ସୃଷ୍ଟି କରୁଛି । ଏଥିସହ ବିଶ୍ୱକପ କଥା ଉଠାଇ ବିଜେପି ଓ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ହାତ ପାହାନ୍ତରେ ବିଜୟ ଥିଲା ତଥାପି ଟିମ ଇଣ୍ଡିଆ ପରାଜୟ ହେଲା । ଫାଇନାଲ ମ୍ୟାଚରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ଅଶୁଭ କହି ପରୋକ୍ଷରେ କଟାକ୍ଷ କରିଛନ୍ତି ରାହୁଲ ।

The post ରାଜସ୍ଥାନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ୧୦ଲକ୍ଷ ଯୁବକଙ୍କୁ ଚାକିରି, ବ୍ୟବସାୟୀଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ first appeared on Kanak News.

from Kanak News
via <a href="https://ifttt.com/?

ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଗ୍ୟାଲେକ୍ସି ଲିଡର । ହଠାତ ଏହା ଜାହଜ ଉପରେ ଉଡିବୁଲୁଛି ଏକ ହେଲିକପ୍ଟର । ଯେଉଁଥିରେ ମୁଖାପିନ୍ଧା ଭିତରେ ମିଲିଟାଂଟ ଗ୍ରୁପର କିଛି ସଦସ୍ୟଙ୍କୁ ଦେଖିବାକୁ ମିଳୁଛି । ଜାହଜ ଉପରେ ହେଲିକପ୍ଟର ଓହ୍ଲାଇବା ସହ ଜଣଙ୍କ ପରେ ଜଣେ ମିଲିଟାଂଟଙ୍କୁ ଦେଖିବାକୁ ମିଳୁଛି । ଆଖିବୁଜା ଗୁଳିମାଡ କରିବା ସହ ଜାହାଜରେ ଥିବା ଯାତ୍ରୀଙ୍କୁ ଧମମ ଚମକ ଦେଉଛନ୍ତି । ଜାହାଜର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ କବଜା ମଧ୍ୟ କରିସାରିଛନ୍ତି । ଏମାନେ ହେଲେ ହୁତି ମିଲିଟାଂଟ ଗ୍ରୁପ । ଅସ୍ତ୍ରଶସ୍ତ୍ର ସଜ୍ଜିତ ଆତଙ୍କୀ ଜାହଜକୁ ବାହାର ଭିତରୁ ଉଭୟ ପଟୁ ଘେରି ରଖିଛନ୍ତି । ସୂଚନା ଅନୁସାରେ ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହୁତି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଫୁଟେଜ ୟେମେନ ହୁତି ପକ୍ଷରୁ ସେୟାର କରାଯାଇଛି ।

ଭିଡିଓ ଜାରି କରି ୟେମନ ହୁତି ଧମକ ଦେଇଛି । ହୁତି କହିଛି ଯେଉଁପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବନି ସେପର୍ଯ୍ୟନ୍ତ ଏପରି ହାଇଜାକ କରାଯିବ । ସୂଚନା ଅନୁସାରେ ଏହି ମାଲବାହୀ ଜାହାଜ ମାଲିକାନାର କିଛି ଅଂଶ ଜଣେ ଇସ୍ରାଏଲ ବ୍ୟବସାୟୀଙ୍କ ଅଛି । ତେଣୁ ୟେମେନ ହୁତି ମିଲିଟାରି ଗ୍ରୁପ ଏହାକୁ ହାଇଜକ କରିଥିବା ଦାବି କରିଛନ୍ତି । ଜାହାଜରେ ୨୫ ଜଣିଆ କ୍ର୍ୟୁ ସଦସ୍ୟ ରହିଛନ୍ତି ।

ଇସ୍ରାଏଲ କହିଛି, ଏହି ଜାହାଜ ଜଣେ ବ୍ରିଟିଷ୍ଟ ବ୍ୟବସାୟୀଙ୍କର । ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି ଇସ୍ରାଇଲ । ଏହା ପଛରେ ଇରାନର ହାତ ଥିବା ଅଭିଯୋଗ ଆଣିଛି । ତେହେରାନର ସହଯୋଗୀ ସଂଗଠନ ହେଉଛି ହୁତି ମିଲିଟାଂଟ । ଗାଜାପଟିରେ ଲଢ଼ୁଥିବା ହମାସ ଆତଙ୍କୀଙ୍କୁ ସମର୍ଥନ ଜଣାଇବା ସହ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନରେ ଆକ୍ରମଣ କରୁଛନ୍ତି ।

The post ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି first appeared on Kanak News.

from Kanak News
via <a href="https://ifttt.com/?

ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ୧୦ ଦିନ । ଚିନ୍ତା କଲେ ବି ଲୋମଟାଙ୍କୁରୀ ଉଠୁଛି । ଥରେ ଚିନ୍ତା କରନ୍ତୁ ସେହି ସମସ୍ତ ୪୧ଜଣ ଶ୍ରମିକଙ୍କ ବିଷୟରେ । ଯେଉଁମାନେ ୧୦ଦିନ ହେବ ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି । ଏକଥା କାହାକୁ ବି ଜଣାନାହିଁ ଏହି ସୁଡ଼ଙ୍ଗ ଭିତରୁ କେବେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ? ତଥାପି ସମସ୍ତଙ୍କ ପ୍ରାର୍ଥନା କଳେବଳେ କୌଶଳେ ସମସ୍ତ ୪୧ ଶ୍ରମିକ ମୃତ୍ୟୁର ଫାଶରୁ ମୁକୁଳିବେ । ଆଶଙ୍କା ଭିତରେ ଗୋଟିଏ ଆଶାର କିରଣ ଦେଖାଦେଇଛି । ୯ଦିନ ପରେ ପ୍ରଥମ ଥର ପାଇଁ ସେହି ଶ୍ରମିକମାନଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି ।

୬ଇଂଚ ପାଇପରେ ପଠାଯାଇଥିବା କ୍ୟାମେରା ଶ୍ରମିକମାନଙ୍କୁ ଫଟୋ ଓ ଭିଡିଓ ଉତୋଳନ କରାଯାଇଛି । ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ୱାକିଟକିରେ କଥା ହୋଇ ସେଠାକାର ସ୍ଥିତି କ’ଣ ରହିଛି? କ’ଣ ସୁବିଧା ଅସୁବିଧା କଥା ପ୍ରକାଶ କରିଛନ୍ତି ଫସିଥିବା ଶ୍ରମିକ । ସୁଡ଼ଙ୍ଗକୁ ଏଣ୍ଡୋସ୍କୋପି କ୍ୟାମେରା ଫ୍ଲେକ୍ସି କ୍ୟାମେରା ପାଇପଲାଇନ ଜରିଆରେ ଏହାକୁ ପଠାଯାଇଛି । କ୍ୟାମେରାରରେ ଉପରେ ଲାଗିଛି ଛୋଟ ଲାଇଟ । ଦୁଇଟି ଚାର୍ଜର ଲଗାଇ ପଠାଯାଇଛି ।

ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଏକାଠି ଛିଡା ହୋଇଛନ୍ତି । ସୁଡ଼ଙ୍ଗ ବାହାରେ ରହି କ୍ୟାମେରାରେ ଶ୍ରମିକଙ୍କ ସହ ଯୋଗାଯୋଗ କରିଥିବା ଉଦ୍ଧାରକାରୀ ଦଳ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଖୁବ ଶିଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି । ସେପଟେ ଶ୍ରମିକଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ପରିଜନ ।

ଫସି ରହିଥିବା ଶ୍ରମିକଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଯାଇଛି । ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି । ସକାଳୁ ମଧ୍ୟ ଶ୍ରମିକଙ୍କ ପାଇଁ ହାଲୁକା ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଗତକାଲି ମଧ୍ୟ ରନ୍ଧା ଖାଦ୍ୟ ସହ ପାଣି , ଚାପମୁକ୍ତ ରହିବାକୁ ଔଷଧ ମଧ୍ୟ ଏହି ପାଇପ୍ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ପଠାଯାଇଛି । ସେପଟେ ଉତରାଖଣ୍ଡ ସରକାରଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ବନ୍ଧରେ ପଚାରିବୁଝିଛନ୍ତି ।

ବର୍ତମାନ ୫ ସୂତ୍ରୀ ଯୋଜନାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଅନୁସାରେ ୩ ପଟୁ ଡ୍ରିଲିଂ କରାଯାଉଛି । ଅତ୍ୟାଧୁନିକ ଡ୍ରିଲିଂ ମେସିନ ଟନେଲ ନିକଟରେ ପହଁଚୁଛି । ସେପଟେ ଶ୍ରମିକଙ୍କ ଉଦ୍ଧାର ପ୍ରକିୟାରେ ଡିଆରଡିଓର ରୋବଟ ଦକ୍ଷକୁ ମଧ୍ୟ ନିୟୋଜିତ କରାଯାଇଛି । ଆଶା କରାଯାଉଛି ଖୁବ ଶିଘ୍ର ସମସ୍ତ ଶ୍ରମିକ ସୁରକ୍ଷିତ ଟନେଲରୁ ଉଦ୍ଧାର ହେବେ

The post ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ first appeared on Kanak News.

from Kanak News
via <a href="https://ifttt.com/?

କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ । ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା

କନକ ବ୍ୟୁରୋ : ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି।

ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ। କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ।

‘‘ଏ ବର୍ଷ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ବେଶ୍ ଆକର୍ଷଣୀୟ କରାଯାଇଛି। ତେବେ ପାଭିଲିୟନର ସ୍ୱତନ୍ତ୍ର ଆକର୍ଷଣ ହୋଇଛି କରୁଣା ସିଲ୍କ। ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍ ଖୁସି ହେଉଛନ୍ତି’’, କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ। ବିଭାଗ ପକ୍ଷରୁ ପ୍ରଗତି ମଇଦାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି, ଯେଉଁଠି ରାଜ୍ୟ ସରକାରଙ୍କର ୭ଟି ବିଭାଗର ୨୪ଟି ଷ୍ଟଲ ଖୋଲାଯାଇଛି।

‘‘ଆଜିର ଦିନରେ ସିଲ୍କ ଉତ୍ପାଦନ ବେଳେ ରେଶମ ପୋକକୁ ନମାରି ତାକୁ ପ୍ରଜାପତି କରି ଖୋସାରୁ ଉଡ଼ାଇ ଦିଆଯାଉଛି। ଏଭଳି ଅହିଂସା ଉପାୟରେ ଓଡ଼ିଶାରୁ ସିଲ୍କ ଉତ୍ପାଦନ ହେଉଛି ଜାଣି ଖୁସି ଲାଗିଲା। ପୁଣି ସେହି ସିଲ୍କରୁ ଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ପ୍ରସ୍ତୁତ ହେଉଛି। ଓଡ଼ିଶା ପାଭିଲିୟନରେ କରୁଣା ସିଲ୍କର ଲାଇଭ୍ ବୁଣା ଦେଖି ମତେ ଗୋଟେ ନୂଆ ଅନୁଭୂତି ମିଳିଲା’’, ନିଜର ଖୁସି ବର୍ଣ୍ଣନା କରି କହିଛନ୍ତି ନୂଆଦିଲ୍ଲୀର ବାସିନ୍ଦା ରିନା ସିଂ।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବନା ହେଉଛି ଯେ କୌଣସି ଉତ୍ପାଦନ ଲାଗି ବ୍ୟବହାର ପଦ୍ଧତି ଅହିଂସା ମାର୍ଗରେ ହେବା ଦରକାର। ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନମାରି ନୂତନ ଓରଷ୍ଟେଡ୍ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ। ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି। ପ୍ରଜାପତି ଉଡ଼ିଗଲା ବେଳେ ଖୋସାଟି ଫାଟି ଯାଉଥିବାରୁ ସ୍ପିନିଙ୍ଗ ମିଲ୍ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି’’, ସୂଚନା ଦେଇ କହିଛନ୍ତି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଭାରତରେ ୪ ପ୍ରକାର ରେଶମ କୀଟ ଚାଷ କରାଯାଉଛି। ତା’ଭିତରେ ରହିଛି ମଲବେରୀ, ଟସର, ଏରି ବା ଏଣ୍ଡି ଏବଂ ମୁଗା। ମୁଗାକୁ ବାଦ୍ଦେଇ ଓଡ଼ିଶାରେ ଅନ୍ୟ ୩ଟି ରେଶମ ଚାଷ ହେଉଛି।

ଓଡ଼ିଶା ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ୨୦୨୨ରୁ ପାଇଲଟ୍ ପ୍ରକଳ୍ପ ଭାବେ ‘କରୁଣା ସିଲ୍କ’ର ଉତ୍ପାଦନ ଆରମ୍ଭ କରାଯାଇଛି। ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା। ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲ୍ଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ା ଯାଇଛି। ଏଥର ୨୦୦ କୁଇଣ୍ଟାଲରୁ ଅଧିକ ‘କରୁଣା ସିଲ୍କ’ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି।

‘‘ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ୟ୍ୟନ୍ତ ରେଶମ ପୋକ ମରିଥାନ୍ତି। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପୋକ ମରନ୍ତି। ସାରା ପୃଥିବୀରେ ଏ ଯେଉଁ ପାରମ୍ପରିକ ଓ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ହେଉଛି ତାକୁ ଭାଙ୍ଗି ଓଡ଼ିଶା ଅହିଂସା ବା କରୁଣା ଉପାୟରେ ପ୍ରସ୍ତୁତ କରୁଛି ‘କରୁଣା ସିଲ୍କ’। ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ’’, ଅଧିକ ସୂଚନା ଦେଇ କହନ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଆଗରୁ ଶ୍ରୀମନ୍ଦିର ପାଇଁ ଯେଉଁ ଖଣ୍ଡୁଆ ପାଟ ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ସେଥିପାଇଁ ବାହାର ରାଜ୍ୟରୁ ସୂତା ଆସୁଥିଲା। ଏହି ସୂତା ରେଶମ କୀଟକୁ ମାରି ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଜୀଉଙ୍କ ଅଙ୍ଗଲାଗି ହେଉଛି କରୁଣା ସିଲ୍କ, ଯାହାକି ସମ୍ପୂର୍ଣ୍ଣ ଅହିଂସା ଉପାୟରେ ପ୍ରସ୍ତୁତ।

ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣା ଯାଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁଲଳିତ ପଂକ୍ତି। ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି ‘କରୁଣା ସିଲ୍କ’ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି। ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି।

‘‘ଅହିଂସା ମାର୍ଗରେ ପ୍ରସ୍ତୁତ ରେଶମ ସୂତାକୁ ନେଇ ଆମେ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦେଉଛୁ ପବିତ୍ର ଖଣ୍ଡୁଆ ପାଟ। ଏଠି ଦିଲ୍ଲୀର ବାଣିଜ୍ୟ ମେଳାରେ ଦେଶ ବିଦେଶର ପର୍ୟ୍ୟଟକଙ୍କ ଆଗରେ ସେହି କାମ ଦେଖାଇପାରୁଥିବାରୁ ଆମକୁ ବହୁତ ଖୁସି ଲାଗୁଛି’’, କହିଛନ୍ତି ଖୋର୍ଦ୍ଧା ରାଉତପଡ଼ାର କାରିଗର ଅଶୋକ କୁମାର ଦାସ।

ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା ଆଉ ଜଣେ କାରିଗର ଗୋପିନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି। ସେ କହନ୍ତି, ‘‘ମହାପ୍ରଭୁ ଜଗନ୍ନାଥ ତ କହି ନାହାନ୍ତି ଜୀବକୁ ହତ୍ୟାକରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା। ତେଣୁ ପୋକକୁ ନମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ। ରାଜ୍ୟ ସରକାରଙ୍କ ନିଜସ୍ୱ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି।

‘କରୁଣା ସିଲ୍କ’ରୁ ପ୍ରସ୍ତୁତ ଆକର୍ଷଣୀୟ ଜ୍ୟାକେଟ୍ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନର ବୟନିକା ଷ୍ଟଲରେ ବିକ୍ରି ହେଉଛି। ପରବର୍ତ୍ତୀ ପର୍ୟ୍ୟାୟରେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତିଆରି ପାଇଁ ଯୋଜନା ରହିଛି।

ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ ‘କରୁଣା ସିଲ୍କ’ ଭାରତୀୟ ମହାନ ଅହିଂସା ଦର୍ଶନର କଥା କହୁଛି। ଏହା ଭାରତୀୟ ବୟନଶିଳ୍ପ ମାନଚିତ୍ରରେ ରାଜ୍ୟ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି।

The post କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ । ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା first appeared on Kanak News.

from Kanak News
via <a href="https://ifttt.com/?

ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ବାପା-ମାଆଙ୍କ ଚାପ ! ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି କି ଅଭିଭାବକ ?

କନକ ବ୍ୟୁରୋ: ମାନସୀ ମହାରଣା । କମ୍ପ୍ୟୁଟର ସାଇନ୍ସରେ ପାଠ ପଢ଼ୁଛନ୍ତି । ପାଠ ସିନା କମ୍ପ୍ୟୁଟର ସାଇନ୍ସରେ ପଢ଼ୁଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସଙ୍ଗୀତ ଶିଖିବେ । ସଂଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବେ । ହେଲେ ପରିବାର ଲୋକଙ୍କ ଚାପରେ, ଏବେ ସଂଗୀତକୁ ଛାଡ଼ି କମ୍ପ୍ୟୁଟର ଶିକ୍ଷାକୁ ବାଛି ନେଇଛନ୍ତି ।

ଏହି କାହାଣୀ କେବଳ ମାନସୀଙ୍କୁ ନୁହେଁ, ଉଣା ଅଧିକେ ଅନେକ ଛାତ୍ରଛାତ୍ରୀଙ୍କର । ପରିବାରର ଚାପରେ ନିଜ ଆଗ୍ରହରେ ନୁହେଁ ବରଂ ପରିବାର ଲୋକଙ୍କ ଇଚ୍ଛାରେ ଆଉ ଚାପରେ ପାଠ ବାଛିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ଆଉ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଚାପ ଆତ୍ମହତ୍ୟାର ଏକ କାରଣ । ଏକଥା କହିଛନ୍ତି ଦେଶର ସୁପ୍ରିମକୋର୍ଟ ।

ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପିତାମାତାଙ୍କ ଚାପ ଅନ୍ୟତମ କାରଣ । ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ଛତୁ ଫୁଟିଲା ଭଳି ଗଢିଉଠିଥିବା ମେଡିକାଲ, ଇଂଜନିୟରିଂ ପ୍ରବେଶିକା ପାଇଁ କୋଚିଂ ସେଂଟର ଉପରେ ନିୟନ୍ତ୍ରଣ ପାଇଁ ହୋଇଥିବା ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ, କହିଛନ୍ତି ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି । ପିତା ମାତାଙ୍କ ଚାପରେ ପିଲା ନିଜ ରୁଚି ବିରୋଧରେ ପାଠ ପଢୁଛନ୍ତି । ତେଣୁ ଏଭଳି ସମସ୍ୟା ଦେଖାଦେଉଛି । ଏଥିସହ କୋଚିଂ ସେଂଟରଗୁଡିକୁ ନିୟନ୍ତ୍ରଣ ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

The post ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ବାପା-ମାଆଙ୍କ ଚାପ ! ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି କି ଅଭିଭାବକ ? first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ପଞ୍ଚକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନ ଗରୁତ୍ୱାରୋପ କରିଛି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରତ୍ୱପୂର୍ଣ୍ଣ ବୈଠକ କରି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପରିଚାଳନା ଅଧିକାରୀ ଓ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନା ଥାଉକି ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇ ନଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରେ ଅସୁବିଧା ହେଉଛି । ଭକ୍ତମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡୁଛି । ଏନେଇ ଗତ କିଛିଦିନ ହେବ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି କ୍ରମରେ ପଞ୍ଚକରେ ବଡଦାଣ୍ଡରେ ଅଧିକ ଭିଡ ହେବା ଅନୁମାନ କରି ପ୍ରଶାସନ ତରଫରୁ ଶୃଙ୍ଖଳିତ ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି   ।

The post ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାନ୍ଧବୀ ସୋମାଲିକା । କହିଲେ, କୋର୍ଟକୁ ଦେଇଛନ୍ତି ଭୁଲ୍ ତଥ୍ୟ

କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ସବ ରେଜଷ୍ଟ୍ରାର କୋର୍ଟରେ ଦାଖଲ କରିଛନ୍ତି ତଥ୍ୟ । ଆଉ ଏଥିରେ ବିଜୟଙ୍କ ବାନ୍ଧବୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋମାଲିକା । କୋର୍ଟରେ ସୋମାଲିକା ଦର୍ଶାଇଛନ୍ତି, ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ଓ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ସଂପୃକ୍ତ ଯୁବତୀ ଯାହାକୁ ବିବାହ କରିଥିଲେ ସେଥିରେ ନିଜେ ସାକ୍ଷୀ ପଡିଥିଲେ ବିଜୟ ଶଙ୍କର । ତେଣୁ କୋର୍ଟକୁ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା ।

  • ବିଧାୟକଙ୍କ ବିବାହ ବିବାଦ
  • କୋର୍ଟଙ୍କୁ ଦିଆଯାଇଛି କି ଭୁଲ ତଥ୍ୟ?
  • ସୋମାଲିକା ଆଣିଲେ ସାଂଘାତିକ ଅଭିଯୋଗ

ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବଦେନ କରିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସୋମାଲିକା । କଟକ ସବ ରେଜିଷ୍ଟ୍ରାର ଅଫିସରେ ଲିଖିତ ଅଭିଯୋଗ ଆଣି ବିବାହ ବନ୍ଦ କରିବାକୁ ସେ ଦାବି କରିଛନ୍ତି । ମଙ୍ଗଳବାର ସୋମାଲିକା ସବରେଜିଷ୍ଟ୍ରାର କୋର୍ଟରେ ହାଜର ହୋଇଥିଲେ । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ ।

ବିଧାୟକଙ୍କ ବିବାହ ବନ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଛନ୍ତି ସୋମାଲିକା ଦାସ । ପୂର୍ବରୁ ଜଗତସିଂହପୁର ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ବିଧାୟକ ବିଜୟଶଙ୍କର । ବିବାହ ଦିନ ସେ ସବ-ରେଜିଷ୍ଟ୍ରାର ଅଫିସକୁ ଆସିନଥିଲେ । ଏନେଇ ବିଜୟଶଙ୍କରଙ୍କ ବିରୋଧରେ ମାମଲା କରିଛନ୍ତି ସୋମାଲିକା । ମାମଲାର ଫଇସଲା ହୋଇନଥିବାବେଳେ ପୁଣି ବିଧାୟକଙ୍କ ବିବାହ ଆବେଦନ ବିବାଦ ସୃଷ୍ଟି କରିଛି ।

The post ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାନ୍ଧବୀ ସୋମାଲିକା । କହିଲେ, କୋର୍ଟକୁ ଦେଇଛନ୍ତି ଭୁଲ୍ ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

କୁନି ବୈଜ୍ଞାନିକଙ୍କ “ହେଲମେଟରେ ଦ୍ୱିତୀୟ ମନ ତୃତୀୟ ନୟନ ”  ପ୍ରକଳ୍ପ ସାଜିଲା ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ :  ଅସ୍ତରଙ୍ଗ ବ୍ଲକ ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବ୍ଲକ ସହକାରୀ ଶିକ୍ଷାଅଧିକାରୀ ଏହି  କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୨୦ଟି ପ୍ରୋଜେକ୍ଟ ସ୍ଥାନ ପାଇଛି, ୧୦୯ ଟି ପ୍ରାଇମେରୀ ବିଦ୍ୟାଳୟ ଥିବା ବେଳେ  ୨୨ ଟି ହାଇସ୍କୁଲ ସାମିଲ ହୋଇଛନ୍ତି, କୁନି କୁନି ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ର ପ୍ରୋଜେକ୍ଟ କରିଥିଲେ, ଜଳବାୟୁ, ମୂର୍ତ୍ତିକା ସରଂକ୍ଷଣ, ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ, ଗମନାଗମନ, ଟ୍ରାଫିକ କଣ୍ଟ୍ରୋଲ,ଏହି ଭଳି ବିଭିନ୍ନ ପ୍ରକଳ୍ପ ଉପରେ ଆଧାରିତ ବିଜ୍ଞାନର ଜ୍ଞାନ କୌଶଳକୁ ଦର୍ଶାଇଥିଲେ ଅସ୍ତରଙ୍ଗ ବ୍ଲକର ଅନେକ ଛାତ୍ରଛାତ୍ରୀ, କିନ୍ତୁ ଏହି ପ୍ରକଳ୍ପ ଭିତରେ “ଦ୍ୱିତୀୟ ମନ ତୃତୀୟ  ନୟନ ” ଏକ ପ୍ରକଳ୍ପ କୁ ପାଟଓଲଦା ହାଇସ୍କୁଲର ଛାତ୍ର ଓମ ପ୍ରକାଶ ନାୟକ ଆଣିଥିଲେ, ଯେଉଁ ପ୍ରକଳ୍ପକୁ ଦେଖିବାକୁ ଶତାଧିକ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାଗମ ହୋଇଥିଲା, ଏହି ପ୍ରକଳ୍ପ ଟି ଥିଲା ଗୋଟେ ସେନ୍ସର ହେଲମେଟ୍, ଏଥିରେ ସେନ୍ସର ମାଧ୍ୟମରେ କିପରି ଗୋଟେ ଲୋକ ବାଇକରେ ନିଜ ଜୀବନକୁ ସୁରକ୍ଷିତ କରିପାରିବ ତାହା ଉପରେ କୁନି ବୈଜ୍ଞାନିକ ପରିବେଷଣ କରିଥିଲେ, ଏଥିରେ କୋଡିଏ ଏମପି ମୋବାଇଲ, ସିସି ଟିଭି, ନିଶାସେବନ ବଜର୍ର, ହାର୍ଡଡିସ୍କ, ଆଖି ସେନ୍ସର, ବେଟାରୀ, ସ୍ପିକର, ଫିଙ୍ଗରପ୍ରିଣ୍ଟ ସେନ୍ସର ସବୁ ଯନ୍ତ୍ର ଲଗାଯାଇଛି, ଯଦି ବାଇକ ଆରୋହୀକୁ କେଉଁ ଗାଡି ଦୃତଗତିରେ ଦୁର୍ଘଟଣା କରିବ, ତାହେଲେ ସିସିଟିଭିରେ ତାର ରେକର୍ଡ ରହିବ ଯାହା ପୋଲିସକୁ ତଦନ୍ତରେ ସାହାଯ୍ୟ କରିପାରିବ, ଯଦି ଯେଉଁ ବ୍ୟକ୍ତି ନିଶାରେ ଗାଡି ନେଉଥିବ ତାହେଲେ ତାର ବଜର୍ର ବାଜି ତାକୁ ସଚେତନ କରାଇ ପାରିବ, ମୋଟାମୋଟି ଭାବରେ ଏହି ବିଜ୍ଞାନ ପ୍ରକଳ୍ପଟି ସବୁ ଦର୍ଶକଙ୍କ ମନ ମୋହିଥିଲା ।  ଏହି କୁନି ବୈଜ୍ଞାନିକ ସରକାରଙ୍କୁ ଏଭଳି ହେଲମେଟ୍ ପ୍ରସ୍ତୁତି କରି ବାଇକ ଆରୋହୀ ଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି, ସେହିପରି କାକଟପୁର ରେ ବିଜ୍ଞାନ ମେଳାରେ ସରଳ କୃଷି ପଦ୍ଧତି ପ୍ରକଳ୍ପଟି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି.

The post କୁନି ବୈଜ୍ଞାନିକଙ୍କ “ହେଲମେଟରେ ଦ୍ୱିତୀୟ ମନ ତୃତୀୟ ନୟନ ”  ପ୍ରକଳ୍ପ ସାଜିଲା ମୁଖ୍ୟ ଆକର୍ଷଣ first appeared on Kanak News.

from Kanak News
via <a href="https://ifttt.com/?

ସୁଡଙ୍ଗ ଭିତରୁ ଆସିଲା ଶ୍ରମିକଙ୍କ ପ୍ରଥମ ଚିତ୍ର । ୧୦ଦିନ ପରେ ବି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ । ପାଖରେ ପହଞ୍ଚିଲା ରନ୍ଧା ଖାଦ୍ୟ ଓ ପିଇବା ପାଣି

କନକ ବ୍ୟୁରୋ: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକ କେମିତି ଅଛନ୍ତି, ତାକୁ ନେଇ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଛି । ଆଉ ଏତିକିବେଳେ ସୁଡଙ୍ଗ ଭିତରୁ ସାମ୍ନାକୁ ଆସିଛି ଶ୍ରମିକଙ୍କ ପ୍ରଥମ ଭିଡିଓ । ଟନେଲର ଭଗ୍ନାବେଶଷ ଦେଇ ୬ ଇଞ୍ଚ୍ ମୋଟେଇର ଏକ ପାଇପ, ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଛି । ଖାଦ୍ୟ ଓ ପାଣି ଯୋଗାଇଦେବା ପାଇଁ ବ୍ୟବହୃତ ହେଉଥିବା ଏହି ପାଇପ ଯୋଗେ ଟନେଲ ଭିତରେ ପହଞ୍ଚିଛି ଏକ କ୍ୟାମେରା । ଶ୍ରମିକମାନଙ୍କ ଅବସ୍ଥା କେମିତି ଅଛି ଜାଣିବା ପାଇଁ ଏହି କ୍ୟାମେରାରେ ଉତ୍ତୋଳନ କରାଯାଇଛି ଭିଡିଓ । ଆଉ ୧୦ ଦିନ ପରେ ୪୧ ଜଣ ଶ୍ରମିକ ସୁସ୍ଥ ଥିବା ସ୍ପଷ୍ଟ ହୋଇଛି ।

  • ସୁଡ଼ଙ୍ଗ ଭିତରେ ଶ୍ରମିକଙ୍କ ପ୍ରଥମ ଚିତ୍ର
  • ୧୦ ଦିନ ପରେ ଖାଇଲେ ରନ୍ଧା ଖାଦ୍ୟ

ଭିଡିଓରୁ ଜଣାପଡୁଛି ଯେ, ଶ୍ରମିକମାନେ ମୁଣ୍ଡରେ ହଳଦିଆ ଓ ଧଳା ରଙ୍ଗର ହେଲମେଟ୍ ପିନ୍ଧିଛନ୍ତି । ପାଇପ ଯୋଗେ ଦିଆଯାଇଥିବା ଖାଦ୍ୟ ଖାଇବା ସହ ପରସ୍ପର ଭିତରେ କଥାବାର୍ତା କରୁଛନ୍ତି । ବାହାରେ ଏମାନଙ୍କୁ ୱାକିଟକିରେ ଯୋଗାଯୋଗ କରୁଥିବା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ଉଦ୍ୟମରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି ୫୩ ମିଟର ଲମ୍ବା ପାଇପ୍ । ଯାହାର ୬ ଇଞ୍ଚ୍ ଓସାରର ରହିଛି । ଏହା ଭିତରେ ଲାଇଟର ବ୍ୟବସ୍ଥା ହୋଇଛି । ଯଥାଶୀଘ୍ର ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି ।

ପୂର୍ବରୁ ଟନେଲରେ ଥିବା ଶ୍ରମିକମାନଙ୍କୁ ଅମ୍ଳଜାନ, ହାଲୁକା ଖାଦ୍ୟ, ଶୁଖିଲା ଫଳ, ଔଷଧ ଏବଂ ପାଣି ଯୋଗାଇବା ପାଇଁ ଚାରି ଇଞ୍ଚର ପାଇପ୍ ବ୍ୟବହାର କରାଯାଉଥିଲା । ନୂଆ ପାଇପକୁ ଦ୍ୱିତୀୟ ‘ଲାଇଫ୍ ଲାଇନ୍’ ବୋଲି କୁହାଯାଉଛି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବିକଳ୍ପ ଖୋଜିବାକୁ ଡ୍ରୋନ୍ ଓ ରୋବଟ୍ ମଧ୍ୟ ନିୟୋଜିତ ହୋଇଛି । ତେବେୃ ଶ୍ରମିକଙ୍କ ଚିତ୍ର ସାମ୍ନାକୁ ଆସିବା ପରେ ପରିବାର ସଦସ୍ୟ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରୁ ନିର୍ମାଣାଧୀନ ସିଲକ୍ୟାରା ଟନେଲ୍ ଭିତରେ ଶ୍ରମିକମାନେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ସମୟରେ ଅନେକ ସମସ୍ୟା ଉପୁଜିଛି । ଏକ ତେରେଛା ଟନେଲ ଖୋଳି ବିକଳ୍ପ ରାସ୍ତା ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ବିଦେଶୀ ବିଶେଷଜ୍ଞଙ୍କ ପରାମର୍ଶ ଓ ଦେଶର ବଛାବଛା ସଂସ୍ଥାର ସହଯୋଗ ସତ୍ୱେ ୨୪୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି ।

The post ସୁଡଙ୍ଗ ଭିତରୁ ଆସିଲା ଶ୍ରମିକଙ୍କ ପ୍ରଥମ ଚିତ୍ର । ୧୦ଦିନ ପରେ ବି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ । ପାଖରେ ପହଞ୍ଚିଲା ରନ୍ଧା ଖାଦ୍ୟ ଓ ପିଇବା ପାଣି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started