ଦେଶରେ ବଢୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । କହିଲେ, ପିଲାଙ୍କ ଅପେକ୍ଷା, ବାପାମାଆଙ୍କ ଚାପ ଅଧିକ ଦାୟୀ

କନକ ବ୍ୟୁରୋ : ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପିତାମାତାଙ୍କ ଚାପ ଅନ୍ୟତମ କାରଣ । ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୀବ୍ର ପ୍ରତିଯୋଗିତା ଓ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି । ଦେଶରେ ଛତୁ ଫୁଟିଲା ଭଳି ଗଢିଉଠିଥିବା ମେଡିକାଲ, ଇଂଜନିୟରିଂ ପ୍ରବେଶିକା ପାଇଁ କୋଚିଂ ସେଂଟର ଉପରେ ନିୟନ୍ତ୍ରଣ ପାଇଁ ହୋଇଥିବା ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ, କହିଛନ୍ତି ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି । ପିତା ମାତାଙ୍କ ଚାପରେ ପିଲା ନିଜ ରୁଚି ବିରୋଧରେ ପାଠ ପଢୁଛନ୍ତି । ତେଣୁ ଏଭଳି ସମସ୍ୟା ଦେଖାଦେଉଛି । ଏଥିସହ କୋଚିଂ ସେଂଟରଗୁଡିକୁ ନିୟନ୍ତ୍ରଣ ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯଦି ସେ ଚାହିଁବେ ତେବେ ଏସଂପର୍କରେ ସରକାରଙ୍କୁ ଆବେଦନ କରିପାରିବେ । ମୁମ୍ବାଇର ଜଣେ ଡାକ୍ତର ଅନିରୁଦ୍ଧ ନାରାୟଣ ମାଲପାନି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବୃଦ୍ଧି ପାଇଁ କୋଚିଂ ସେଂଟରକୁ ଦାୟୀ କରି ସୁପ୍ରିମକୋର୍ଟ ଯାଇଥିଲେ ।
ଛାତ୍ର ଆତ୍ମହତ୍ୟାର କାରଣ
ବାପା ମାଆଙ୍କ ଚାପ ?
ଦେଶରେ ଉଦେବଗଜନକ ଭାବେ ବଢୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
ପିଲାଙ୍କ ଆତ୍ମହତ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ
‘ପିଲାଙ୍କ ଆତ୍ମହତ୍ୟା ପଛରେ ପିତାମାତାଙ୍କ ଚାପ ଅନ୍ୟତମ କାରଣ’
ଆତ୍ମହତ୍ୟା ପାଇଁ ଛାତ୍ରଛାତ୍ରଙ୍କ ଅପେକ୍ଷା ବାପାମା’ ଅଧିକ ଦାୟୀ: ସୁପ୍ରିମକୋର୍ଟ
‘ତୀବ୍ର ପ୍ରତିଯୋଗିତା, ଓ ବାପାମା’ଙ୍କ ଚାପ ଯୋଗୁଁ ଚରମ ପଦକ୍ଷେପ ନେଉଛନ୍ତି ଛାତ୍ରଛାତ୍ରୀ’
‘ତୀବ୍ର ପ୍ରତିଯୋଗିତା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ବିକଳ୍ପ ରହୁନାହିଁ’
ବାଧ୍ୟ ହୋଇ ପିଲା କୋଚିଂ ସେଣ୍ଟରକୁ ଯାଉଛନ୍ତି: ସୁପ୍ରିମକୋର୍ଟ
‘ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି’
ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି: ସୁପ୍ରିମକୋର୍ଟ
ବାପାମା’ଙ୍କ ଚାପ, ବିଫଳତାର ଭୟ ପିଲାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି?

The post ଦେଶରେ ବଢୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । କହିଲେ, ପିଲାଙ୍କ ଅପେକ୍ଷା, ବାପାମାଆଙ୍କ ଚାପ ଅଧିକ ଦାୟୀ first appeared on Kanak News.

from Kanak News
via <a href="https://ifttt.com/?

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚାଂଚଲ୍ୟ । ନୃତ୍ୟ କଳାକାରଙ୍କ ଘରେ ପଶି ପ୍ରେମିକର ଛୁରା ମାଡ

କନକ ବ୍ୟୁରୋ : ନୃତ୍ୟ କଳାକାରଙ୍କୁ ଘରେ ପଶି ପ୍ରେମିକର ଛୁରା ମାଡ଼ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । । ଉମରକୋଟରେ ଚାଲିଥିବା କାଳିପୂଜା ଉତ୍ସବରେ ନୃତ୍ୟ ପରିବେଷଣ କରିବାକୁ ପୁରୀରୁ ଜୟ ମାଁ କାଳି ନାମକ ଏକ ଡ୍ୟାନ୍ସ ଗ୍ରୁପ ଆସିଥିଲା । କାର୍ଯ୍ୟକ୍ରମ ପରେ ସମସ୍ତ ନୃତ୍ୟଶିଳ୍ପୀ ଉମରକୋଟ ସହରରେ ରାଜ୍ୱସ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ ପଟେ ଏକ ଘରେ ରହିଥିଲେ । ଏହି ସମୟରେ ଲିପ୍ସା ନାୟକ ମାନକ ଜଣେ ନୃତ୍ୟଶିଳ୍ପୀଙ୍କ ପ୍ରେମିକ ରୋହିତ ସିଂ ପାଚେରୀ ଡେଇଁ ସେମାନେ ରହୁଥିବା ଘର ଭିତରେ ପଶି ଲିପ୍ସାଙ୍କୁ ଛୁରା ମାଡ କରିଥିବା ଅଭିଯୋଗ ହୋଇଛି । ଛୁରା ମାଡ କରି ରୋହିତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ରୋହିତର ଘର ବିହାର ହୋଇଥିବାବେଳେ ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସାଙ୍କୁ ଉତର ପ୍ରଦେଶର ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ସେବେଠାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଗଢି ଉଠିଥିଲା  । ଏହା ପରଠାରୁ ଲିପ୍ସା ଯୁଆଡେ ବି କାର୍ଯ୍ୟକ୍ରମରେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ । ବର୍ତମାନ ଉମରକୋଟ ଆସି ରୋହିତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

The post ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚାଂଚଲ୍ୟ । ନୃତ୍ୟ କଳାକାରଙ୍କ ଘରେ ପଶି ପ୍ରେମିକର ଛୁରା ମାଡ first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ଅନ୍ୟ ଜଣଙ୍କ ନବଜାତ ଶିଶୁର ମୃତ ଦେହ ଆଉ ଏକ ପରିବାରକୁ ହସ୍ତାନ୍ତର

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳକୁ ନେଇ ବଡ ଅଭିଯୋଗ । କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ କୁମ୍ଭାରପସ୍ୱଙ୍କ ଅଂଚଳର ସୁନ୍ଦରୀ ହିମିରିକା ପ୍ରସୂତି ପାଇଁ ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ପ୍ରସୂତି ପରେ ତାଙ୍କର ନବଜାତ କନ୍ୟା ମୃତ ବୋଲି କହି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମେଡିତାଲ କର୍ତୃପକ୍ଷ । ମୃତ ନବଜାତକୁ ପୋତି ଘରକୁ ଫେରିବାବେଳେ ପୁଣିଥରେ ସୁନ୍ଦରୀଙ୍କ ପରିବାରକୁ ଡାକି ଆଉ ଏକ ନବଜାତ ମୃତ ଶିଶୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ମଚାରୀ । ମୃତ ପୁତ୍ର ସନ୍ତାର ସୁନ୍ଦରୀଙ୍କ ବୋଲି ପ୍ରଥମେ ବାଧ୍ୟ କରିଥିଲେ ମେଡିକାଲ କର୍ମଚାରୀ । ପୁନର୍ବାର ମୃତ ଶିଶୁକୁ ପୋତି ଘରକୁ ଫେରିବାକୁ ବାହାରିଥିଲେ ସୁନ୍ଦରୀଙ୍କ ପରିବାର । ହେଲେ ସେତେବେଳେ ମେଡିକାଲ କର୍ତୃପକ୍ଷ, ଉକ୍ତ ଶିଶୁ ପୁତ୍ର ତାଙ୍କର ନୁହେଁ କହି ଫେରାଇବାକୁ କହିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖା ଦେଇଥିଲା । ସୂଚନା ଅନୁସାରେ, ସୁନ୍ଦରୀଙ୍କ ଯେଉଁ ସମୟରେ ପ୍ରସୂତି ହୋଇଥିଲା ସେହି ସମୟରେ ମଲା ନାୟକ ମଧ୍ୟ ପ୍ରସବ ଯନ୍ତ୍ରଣାରେ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କର ଯାଆଁଳା ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପରେ ଶିଶୁ ପୁତ୍ର ଦ୍ୱୟ ଗୁରୁତର ହେବାରୁ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ଶିଶୁକୁ ନେଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରିବର୍ତେ ଜୋର ଜବରଦସ୍ତ ସୁନ୍ଦରୀଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତୃପକ୍ଷ । ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମେଡିକାଲ କର୍ତୃପକ୍ଷ ଏହି ଘଟଣା ପାଇଁ ଭୁଲ ମାଗିଥିବା ଜଣା ପଡିଛି ।

The post ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ଅନ୍ୟ ଜଣଙ୍କ ନବଜାତ ଶିଶୁର ମୃତ ଦେହ ଆଉ ଏକ ପରିବାରକୁ ହସ୍ତାନ୍ତର first appeared on Kanak News.

from Kanak News
via <a href="https://ifttt.com/?

ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା । ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ବୟାନ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ଡେରା ପକାଇଛନ୍ତି ତ ଅନ୍ୟପଟେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ । ମଙ୍ଗଳବାର ଦିନ ରାଜସ୍ଥାନର ଜାଲୋର ଠାରେ ନିର୍ବାଚନ ପ୍ରଚାର କରିବାକୁ ପହଂଚିଥିଲେ ରାହୁଲ ଗାନ୍ଧୀ । ଏହି କ୍ରମରେ ସେ ବିଶ୍ୱକପରେ ଭାରତର ପରାଜୟ କଥା କହିଥିଲେ । ସେ କହିଥିଲେ କି, ଆମ ଖେଳାଳୀମାନେ ଯେଭଳି ଖେଳୁଥିଲେ ଟିମ୍ ନିଶ୍ଚିତ ବିଜୟୀ ହୋଇଥାନ୍ତ । ହେଲେ ପନୌତି ଦଳକୁ ହରାଇଦେଲେ ।

ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର ମଞ୍ଚରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହି ସମୟରେ ମଞ୍ଚତଳେ ବସିଥିବା ଲୋକମାନେ ପନୌତି ପନୌତି ଚିଲାଇଥିଲେ । ଏହାକୁ ନେଇ ରାହୁଲ ଗାନ୍ଧୀ କହିଥିଲେ କି ଆମ ଖେଳାଳୀମାନେ ଆରମ୍ଭରୁ ଯେଭଳି ପ୍ରଦର୍ଶନ କରିଆସୁଥିଲେ ଫାଇନାଲରେ ବିଜୟ ସୁନିଶ୍ଚିତ ଥିଲା । ମାତ୍ର ପନୌତି ଦଳକୁ ହରାଇଦେଲା । ରାହୁଲ କହିଛନ୍ତି କି, ଗଣମାଧ୍ୟମ ଏକଥା କହିବ ନାହିଁ, ହେଲେ ଜନତା ଜାଣିଛନ୍ତି । ଏହାପରେ ରାହୁଲ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ।

କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ମଧ୍ୟ ଭାରତୀୟ ଟିମ୍ ପରାଜୟ ପଛରେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ସେ କହିଛନ୍ତି କି ମୋଦୀଙ୍କୁ ଦେଖି ଆମ ଖେଳାଳୀମାନେ ଅନ୍ୟମନସ୍କ ହୋଇଯାଇଥିଲେ । ମୋଦୀଙ୍କୁ ମ୍ୟାଚ ଦେଖିବାକୁ ଯିବା ଉଚିତ ନଥିଲା । ମୋଦୀଙ୍କ ପାଇଁ ଦେଶ ପରାଜିତ ହେଲା । କାରଣ ଖେଳାଳୀ ଷ୍ଟାଡିୟମରେ ମୋଦୀଙ୍କୁ ଦେଖିବା ପରେ ଚାପରେ ପଡିଯାଇଥିଲେ । ଅଜୟ ରାୟ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କର ଭାରତୀୟ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବାର ଥିଲା ତେବେ ଖେଳ ପୂର୍ବରୁ ତାଙ୍କ ସହିତ ଭେଟ କରିପାରିଥାନ୍ତେ ।

ଆପଣଙ୍କୁ କହିରଖୁ କି ଭାରତୀୟ ଟିମ୍ ବିଶ୍ୱକପରେ ପରାଜିତ ହେବା ପରେ ହଠାତ ସୋସିଆଲ ମିଡିଆରେ ପନୌତି ଶବ୍ଦ ଟ୍ରେଣ୍ଡ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଡିୟମରେ ପହଂଚିବା ପରେ ବିରୋଧୀଦଳମାନେ ମୋଦୀଙ୍କ ଉର୍ଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ ।

The post ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା । ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ବୟାନ first appeared on Kanak News.

from Kanak News
via <a href="https://ifttt.com/?

ପୁଟିନ ବିଶ୍ୱର ବୃହତ୍ତମ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛନ୍ତି । ନାଟୋ ଦେଶ ଭୟରେ ଥରିଲେଣି

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସତାନ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛନ୍ତି ।  ଯାହାକୁ ପାଶ୍ଚାତ୍ୟ ଦେଶମାନଙ୍କର ‘କାଳ’ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରକୁ ହାଇପରସୋନିକ୍ ବେଗରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି ।  ଏହି କ୍ଷେପଣାସ୍ତ୍ରର ଭୟ ଏତେ ଯେ ଆମେରିକା ନିଜର  ଗୁପ୍ତଚର ବିମାନରୁ ରୁଷର ଏହି ପରୀକ୍ଷଣ ଉପରେ ତୀକ୍ଷଣ ନଜର ରଖିଛି ।

ୟୁକ୍ରେନ ସହ ଯୁଦ୍ଧ ଏବଂ  ନାଟୋ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ବିଶ୍ୱର ସର୍ବବୃହତ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛି । ଏହି ପରୀକ୍ଷଣ ପରେ ଏହି ଘାତକ ହାଇପରସୋନିକ୍ ଆଣବିକ କ୍ଷେପଣାସ୍ତ୍ର ‘ଯୁଦ୍ଧ ଡ୍ୟୁଟି’ ପାଇଁ ପ୍ରସ୍ତୁତ ହେବ । ଏହି କ୍ଷେପଣାସ୍ତ୍ର ଝଡ଼ ବେଗରେ ଗତି କରେ ଏବଂ ଏହାର ମାରକ ସୀମା ମଧ୍ୟରେ ଆମେରିକା ମଧ୍ୟ ଅଛି ।

ସତାନ-୨ ମିସାଇଲ

ଏହି କ୍ଷେପଣାସ୍ତ୍ରଟି ୧୪ ମହଲା ଉଚ୍ଚ ଏବଂ ଓଜନ ୨୦୮  ଟନ୍ ।  ଏହି କ୍ଷେପଣାସ୍ତ୍ରକୁ RS-28 ସରମାଟ୍ ମଧ୍ୟ କୁହାଯାଏ । ପୁଟିନଙ୍କ ସେନାର ପ୍ରଥମ ରେଜିମେଣ୍ଟ ଆସନ୍ତା ମାସରୁ ଏହାକୁ ଯୁଦ୍ଧ ଡ୍ୟୁଟିରେ ନିୟୋଜିତ କରିପାରିବ । ଏଥି ସହିତ ଅନେକ ବିଶେଷଜ୍ଞ ଏହାର ସାମର୍ଥ୍ୟ ବିଷୟରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟ ମଧ୍ୟରେ ଖାସ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଉପରେ ନଜର ରଖିବା ପାଇଁ ଆମେରିକା ନିଜର ଗୁପ୍ତଚର ବିମାନକୁ ନିୟୋଜିତ କରିଛି ।

ରୁଷର ସରକାରୀ ସମ୍ବାଦ ଏଜେନ୍ସି ‘ତାସ’ର ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷା ପରେ ମଧ୍ୟ ଆହୁରି ଅଧିକ ସଫଳ ପରୀକ୍ଷା ଆବଶ୍ୟକ ହେବ। ସାଉଥ ପୋଲରୁ ପରୀକ୍ଷା ସହିତ ଏହାକୁ  ଆହୁରି ଅନେକବାର ଲଞ୍ଚ କରାଯିବ । ସାଉଥ୍ ପୋଲ୍ ପରୀକ୍ଷଣ କଥାକୁ ରୁଷ ଏଡ଼େଇବାକୁ ଚାହୁଁଛି । ରିପୋର୍ଟ ଅନୁସାରେ ଏହା ତାର ପୂର୍ବ ସଂସ୍କରଣରେ ବିଦ୍ୟମାନ ଅଛି ।  ଯଦି ରୁଷ ଦକ୍ଷିଣ ପୋଲରୁ ଏହି ଆଣବିକ ବୋମାବାହୀ କ୍ଷେପଣାସ୍ତ୍ର ପରୀକ୍ଷା କରେ, ତେବେ ଏହା ପଶ୍ଚିମ ଦେଶଗୁଡିକ ପାଇଁ ଅତ୍ୟନ୍ତ ଗମ୍ଭୀର ମାମଲା ହେଇପାରେ । ବାସ୍ତବରେ ରୁଷ ଏହି କ୍ଷେପଣାସ୍ତ୍ରକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଏହା ନାଟୋ ଦେଶମାନଙ୍କ  ବିରୁଦ୍ଧରେ ଶକ୍ତିଶାଳୀ ଆଣବିକ ଆକ୍ରମଣ କରିପାରିବ ।

ପଶ୍ଚିମ ଦେଶ ପାଇଁ ଯମଦୂତ ସାବ୍ୟସ୍ତ ହେବ ଏହି ମିସାଇଲ

ତେବେ ଖବରକାଗଜ ଦି ସନ ରିପୋର୍ଟ ଅନୁଯାୟୀ ରୁଷ ଭିତରେ ଏହାର କେବଳ ଗୋଟିଏ ସଫଳ ପରୀକ୍ଷଣ  କରାଯାଇଛି । ପ୍ରତିରକ୍ଷା ସୂତ୍ର ରୁଷର ଏଜେନ୍ସି ଟାସକୁ କହିଛି ଯେ ପ୍ରଥମ ସରମାଟ ରେଜିମେଣ୍ଟ ଭିତରେ ଏକ କମାଣ୍ଡ ପୋଷ୍ଟ ଏବଂ ଅନେକ ସିଲୋ ଲଞ୍ଚର ରହିବ । ଏହି ରେଜିମେଣ୍ଟ ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସ ଉଜୁର ମିସାଇଲର ଏକ ଅଂଶବିଶେଷ ହିସାବରେ ଉପଯୋଗ ହେବ ।  ଏହି ରେଜିମେଣ୍ଟ ସାଇବରିଆରେ ନିୟୋଜିତ ହୋଇଛି । ରୁଷର ଏହି କ୍ଷେପଣାସ୍ତ୍ରକୁ ପଞ୍ଚମ ପିଢିର କ୍ଷେପଣାସ୍ତ୍ର  ଭାବରେ ବିବେଚନା କରାଯାଏ କିନ୍ତୁ ଏହା ନିର୍ଦ୍ଧାରିତ ସମୟସୀମା ଠାରୁ ବହୁ ପଛରେ ରହିଛି । ଏହାର ସମସ୍ତ ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଭ୍ଲାଦିମିର ପୁଟିନଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଏ । ଏହି କ୍ଷେପଣାସ୍ତ୍ରର ଏକମାତ୍ର ସଫଳ ପରୀକ୍ଷଣ ଏପ୍ରିଲ୍ ୨୦୨୨ ରେ କରାଯାଇଥିଲା । ସାମ୍ପ୍ରତିକ ସମୟରେ ରୁଷର  ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହୋଇଛି । ଏଥିରେ ୟାର୍ସ ଏବଂ ବୁଲାଭା କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ । ସମ୍ବାଦ ସରବରାହ ସଂସ୍ଥା ଟାସ କହିଛି ଯେ ଏହି ସରମାଟ କ୍ଷେପଣାସ୍ତ୍ର କାମଚାଟ୍କା ଅଞ୍ଚଳରେ ପରୀକ୍ଷଣ କରାଯାଉଛି କିନ୍ତୁ ଦିନେ ନା ଦିନେ ପୁଟିନଙ୍କୁ ଦକ୍ଷିଣ ପୋଲରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପଡିବ । ଏହି କ୍ଷେପଣାସ୍ତ୍ର ଦକ୍ଷିଣ କିମ୍ବା ଉତ୍ତର ପୋଲ ଦେଇ ପଶ୍ଚିମ ଦେଶ ଉପରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହାପୂର୍ବରୁ ପୁଟିନ ଦାବି କରିଥିଲେ ଯେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ ହୋଇସାରିଛି ବୋଲି କିନ୍ତୁ ତାଙ୍କ  ଦାବିର ବିପରୀତ ଏହା ବର୍ତ୍ତମାନ ଏକ ବର୍ଷ ପଛରେ ଅଛି ।

The post ପୁଟିନ ବିଶ୍ୱର ବୃହତ୍ତମ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛନ୍ତି । ନାଟୋ ଦେଶ ଭୟରେ ଥରିଲେଣି first appeared on Kanak News.

from Kanak News
via <a href="https://ifttt.com/?

ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । କୋର୍ଟକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଲେ ସୋମାଲିକା ।

ଯୁବତୀ ଜଣକ ପୂର୍ବରୁ ବିବାହ କରିଥିବା କୋର୍ଟକୁ ଜଣାଇବେ ସୋମାଲିକା । ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ଏପରିକି ଯୁବତୀଙ୍କ ବିବାହ ବେଳେ ସେଥିରେ ସାକ୍ଷୀ ରହିଥିଲେ ବିଜୟଶଙ୍କର ।

The post ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା ସରକାର

କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ଅପରାଧରେ ହରିଆଣାର ରୋହତକ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ଜେଲରୁ ବାହାରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହରିଆଣା ସରକାର ରାମ୍ ରହିମଙ୍କ ୨୧ ଦିନିଆ ପାରୋଲକୁ ଅନୁମତି ଦେଇଥିଲେ । ଆଜି ସେ ଜେଲରୁ ବାହାରୁଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ହରିଆଣା ସରକାର ରାମ୍ ରହିମଙ୍କ ପାରୋଲକୁ ଅନୁମତି ଦେଇଛନ୍ତି ।

ସୋମବାର ସନ୍ଧ୍ୟାରେ ହରିଆଣା ସରକାର ରାମ ରହିମର ପାରୋଲକୁ ଅନୁମତି ଦେବା ପରେ ଜେଲ ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏବେ ସେ ଜେଲରୁ ଆସି ଉତ୍ତର ପ୍ରଦେଶର ବାଗପତ ଆଶ୍ରମରେ ରହିବେ । ଏପର୍ଯ୍ୟନ୍ତ ସେ ମୋଟ ୭ ଥର ଜେଲରୁ ବାହାରକୁ ଆସିସାରିଲେଣି ।

କହିରଖୁ କି ସଜା କାଟୁଥିବା କୌଣସି ଅପରାଧୀକୁ ପାରୋଲ ଦେବା ରାଜ୍ୟ ସରକାରଙ୍କ ଅଧିକାର ଅଟେ । ଏହା ଜେଲରେ ଅପରାଧୀର ଭଲ ବ୍ୟବହାର ଅଧାରରେ ପ୍ରଦାନ କରାଯାଇଥାଏ । ୨୦୧୭ ରେ ଦଣ୍ଡିତ ହୋଇ ଜେଲ ଯିବା ପରେ ଏପର୍ଯ୍ୟନ୍ତ ରାମ୍ ରହିମକୁ ୭ ଥର ଜେଲରୁ ପାରୋଲ ମିଳିଛି । ରାମ୍ ରହିମ ନିଜର ଦୁଇଜଣ ଶିଷ୍ୟଙ୍କ ସହ ଦୁଷ୍କର୍ମ କରିବା ଅପରାଧରେ ୨୦ ବର୍ଷ ଜେଲଦଣ୍ଡ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

The post ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା ସରକାର first appeared on Kanak News.

from Kanak News
via <a href="https://ifttt.com/?

ବିଜୟ ପରେ ନାଚ, ପରାଜୟ ପରେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ବିଞ୍ଝାରପୁରର ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଚିବାର ଦୃଶ୍ୟ

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ଜିତିବା ପରେ ନାଚୁଥିଲେ । ଆଉ ଫାଇନାଲରେ ଭାରତ ହାରିବା ପରେ ଆତ୍ମହତ୍ୟା କରିଦେଲେ । ବିଞ୍ଝାରପୁର ଥାନା ଅଞ୍ଚଳ ଜରି ଗାଁର ଦେବରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି । ସେମିଫାଇନାଲରେ ଭାରତ ବିଜୟ ପରେ କେମିତି ଦେବ ରଞ୍ଜନ ସାଙ୍ଗଙ୍କ ମେଳରେ ଖୁସି ମନେଇଥିଲେ ସେହି ଭିଡିଓ ସାମ୍ନାକୁ ଆସିଛି ।

ଗତ ୧୫ ତାରିଖରେ ଭାରତୀୟ ଟିମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ସାଙ୍ଗଙ୍କ ମେଳରେ ଖୁସି ମନାଇଥିଲେ ଦେବରଞ୍ଜନ । ଡିଜେ ବଜାଇ ସାଙ୍ଗସାଥୀଙ୍କ ସହ ନାଚି ହସଖୁସିରେ ଟିମ ଇଣ୍ଡିଆର ବିଜୟ ଉତ୍ସବ ପାଳନ କରିଥିଲେ । ତେଣୁ ଫାଇନାଲରେ ଭାରତର ପରାଜୟ ପରେ କ୍ରିକେଟ ପ୍ରେମୀ ଦେବରଞ୍ଜନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ମାନସିକ ରୋଗରେ ପୀଡିତ ଦେବରଞ୍ଜନ ଚିକିତ୍ସିତ ହେଉଥିଲେ । କିନ୍ତୁ ଭାରତର ପରାଜୟ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଓ ସଂପର୍କୀୟ ସନ୍ଦେହ କରୁଛନ୍ତି । ମୃତ ଦେବରଞ୍ଜନଙ୍କ ପରିବାର ପକ୍ଷରୁ ମୃତ୍ୟୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ କ୍ରିକେଟ ଖେଳକୁ ନେଇ କିଛି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି ।

The post ବିଜୟ ପରେ ନାଚ, ପରାଜୟ ପରେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ବିଞ୍ଝାରପୁରର ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଚିବାର ଦୃଶ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲା । ଇଡି କହିଲା, ୯ ହଜାର କୋଟି ଟଙ୍କା ପୈଠ କରୁ ବାଇଜୁୁସ

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇଜୁସ୍ ତରଫରୁ ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲାରେ ବାଇଜୁସକୁ ୯ ହଜାର କୋଟି ଟଙ୍କା ପୈଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଇଡି ବାଇଜୁସର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରି କହିଥିଲା କି, ବାଇଜୁ କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକ କମ୍ପାନୀ ଚାଲଇଛି । ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବା ପରେ ଅନେକ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି ।

ଚଢାଉ ବେଳେ ଜଣାପଡିଥିଲା କି କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ କମ୍ପାନୀରେ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି । ଏହା ବ୍ୟତୀତ ଏହି ଅବଧି ମଧ୍ୟରେ କମ୍ପାନୀ ବିଦେଶୀ ପ୍ରତ୍ୟେକ୍ଷ ନିବେଶ ନାମରେ ୯୭୫୪ କୋଟି ଟଙ୍କା ବିଦେଶକୁ ପଠାଇଛି । କମ୍ପାନୀ ତରଫରୁ ବିଜ୍ଞାପନ ଓ ମାର୍କଟିଂ ଖର୍ଚ୍ଚ ବାବଦରେ ପାଖାପାଖି ୯୪୪ କୋଟି ଟଙ୍କା ଜମା କରିଛି । ଏଥିରେ ବିଦେଶକୁ ପଠାଯାଇଥିବା ଟଙ୍କା ମଧ୍ୟ ସାମିଲ ରହିଛି ।

The post ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲା । ଇଡି କହିଲା, ୯ ହଜାର କୋଟି ଟଙ୍କା ପୈଠ କରୁ ବାଇଜୁୁସ first appeared on Kanak News.

from Kanak News
via <a href="https://ifttt.com/?

ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି?

କନକ ବ୍ୟୁରୋ : ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ୩ ଟ୍ରେନ୍ । ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ତେବେ ଏଭଳି ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଛି । ଏଭଳି ଏକ ଘଟଣା ରାଉରକେଲାରୁ ସାମ୍ନାକୁ ଆସିଛି ।

ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏକାସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି? କାହିଁକି ଏଭଳି ତ୍ରୁଟି ଦେଖାଦେଲା? କିଏ ଏଥିପାଇଁ ଦାୟୀ? ଯଦି କୌଣସି ଅଘଟଣା ହୋଇଥାନ୍ତା ତେବେ କିଏ ଏଥିପାଇଁ ଦାୟୀ ରହିଥାନ୍ତା? ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମଧ୍ୟ କାହିଁକି ଏଭଳି ଭୁଲ ବାରମ୍ବାର ହେଉଛି?

The post ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started