ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । କୋଶଳୀ ଭାଷାରେ ଭାଷଣ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତାଳ ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ୍

କନକ ବ୍ୟୁରୋ: ପ୍ରଥମେ କୋଶଳ ରାଜ୍ୟର ଦାବି, ଆଉ ଏବେ କୋଶଳୀ ଭାଷାରେ ବିବୃତି । ମଙ୍ଗଳବାର ବିଧାନସଭାରେ ଶୋକପ୍ରସ୍ତାବ ଆଗତ ବେଳେ କୋଶଳୀ ଭାଷାରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନରସିଂହ । ସେ କହିଛନ୍ତି, ଆଇନ ଅନୁସାରେ ତାଙ୍କର ଅଧିକାର ଅଛି ଏବଂ ତାହାକୁ ସେ ସାବ୍ୟସ୍ତ କରିଛନ୍ତି । ସେପଟେ ନରସିଂହଙ୍କ କୋଶଳୀ ଭାଷାରେ ଭାଷଣକୁ ବିଜେପି କରିଛି ସମର୍ଥନ ।

  • କୋଶଳ ରାଜ୍ୟ ପରେ କୋଶଳୀ ଭାଷା
  • ବିଧାନସଭାରେ ନରସିଂହ କହିଲେ କୋଶଳୀ

ଷୋଡଶ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ନରସିଂହ ମିଶ୍ର କୋଶଳୀ ଭାଷାରେ ବିବୃତି ରଖିଛନ୍ତି । ମଙ୍ଗଳବାର ଗୃହରେ ଶୋକପ୍ରସ୍ତାବ ଆଗତ ସମୟରେ କୋଶଳୀ ଓ ଓଡିଆ ଭାଷାରେ ଭାଷଣ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନରସିଂହ । କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଆଇନ ଅନୁସାରେ ତାଙ୍କର ଅଧିକାର ଅଛି ଓ ତାହାକୁ ସେ ସାବ୍ୟସ୍ତ କରିଛନ୍ତି । ବିଧାନସଭାରେ ବିବୃତ୍ତି ରଖିବି ବୋଲି କହିଥିଲି ଓ ଶୋକ ପ୍ରସ୍ତାବ ଆଗତ ବେଳେ କୋଶଳୀ ଭାଷାରେ କହିଛି ।

  • ନରସିଂହଙ୍କ ମତ ସହ ତାଳ ଦେଲା ବିଜେପି
  • ଦ୍ୱିତୀୟ ଭାଷାର ପରିଚୟ ପାଇଁ ଉଠିଲା ଦାବି

ନରସିଂହ ମିଶ୍ରଙ୍କ ଗୃହରେ କୋଶଳୀ ଭାଷାରେ ଭାଷଣକୁ ବିଜେପି ସମର୍ଥନ କରିଛି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, କୋଶଳୀ ଭାଷାକୁ ଓଡିଆ ପରେ ଦ୍ୱିତୀୟ ଭାଷାର ମାନ୍ୟତା ମିଳୁ । ଖୁବଶୀଘ୍ର ଏ ନେଇ ସେ ଗୃହରେ କୋଶଳୀ ଭାଷାରେ ବିବୃତି ରଖିବେ ଓ କୋଶଳୀ ଭାଷା ଲାଗି ବିଧାନସଭାରେ ଏକ ରିପୋର୍ଟର ରଖାଯାଉ ବୋଲି ଦାବି କରିଛନ୍ତି ମୁକେଶ ମହାଲିଙ୍ଗ । ବିଜେଡି କହିଛି, ସ୍ଥାନୀୟ ଭାଷା ଅନୁସାରେ କିଏ କଣ କହିଲେ ଯାଏ ଆସେ ନାହିଁ ।

ସୋମବାର ଦିନ ସର୍ବଦଳୀୟ ବୈଠକରେ ବିଧାନସଭାରେ ନରସିଂହ ମିଶ୍ର କୋଶଳୀ ଭାଷାରେ କହିବେ ବୋଲି ପ୍ରସ୍ତାବ ଦେଇଥିଲେ । ବାଚସ୍ପତି କ୍ଷୀପ୍ର ଲେଖକ ନଥିବାରୁ ଏହା ଚଳିତ ଅଧିବେଶନରେ ସମ୍ଭବ ନୁହେଁ ବୋଲି କହିଥିଲେ । ଏବେ ଗୃହରେ ନରସିଂହଙ୍କ କୋଶଳୀ ଓ ଓଡିଆ ଭାଷାରେ ବିବୃତି ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

The post ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । କୋଶଳୀ ଭାଷାରେ ଭାଷଣ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତାଳ ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ୍ first appeared on Kanak News.

from Kanak News
via <a href="https://ifttt.com/?

ଆଜି ପୁଣି ବଡଦାଣ୍ଡରେ ଅଚେତ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହେଲା ପ୍ରଶାସନ

କନକ ବ୍ୟୁରୋ: ଗତକାଲି ଭଳି ଶ୍ରୀମନ୍ଦିର ସମ୍ମୁଖରେ ଆଜି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ । ଆଉ ଧାଡିରେ ଛିଡା ହେବାବେଳେ କେତେ ଜଣ ଶ୍ରଦ୍ଧାଳୁ ଅଚେତ ହୋଇପଡିଥିଲେ । ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଛୋଟ ପିଲା ଓ ମହିଳା । ବ୍ୟାରିକେଡରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡରୁ ବାହାରି ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣରେ ପ୍ରଶାସନ ଫେଲ ହୋଇଥିବା ଅଭିଯୋଗ ଭିତରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟାନ ଆଲୋଚନାର ବିଷୟ ହୋଇଛି । ଏହାକୁ ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ପୁଣି ଥରେ ଜୋର ଧରିଛି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି ।

ତେବେ ଏହା ଭିତରେ ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ପଞ୍ଚୁକ ସମୟରେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯେମିତି ଏହି ସ୍ଥାନରେ କୌଣସି ଉଠାଦୋକାନୀ ନ ବସନ୍ତି ତା ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ନୀତିକୁ ଶୃଙ୍ଖଳିତ କରି ସଅଳ ଦର୍ଶନର ବ୍ୟବସ୍ଥା କରାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ କୁହାଯାଇଛି ।

ସେହିପରି ଶ୍ରଦ୍ଧାଳୁଙ୍କ ଅସୁବିଧାକୁ ନଜରରେ ରଖି ତିନୋଟି ଅସ୍ଥାୟୀ ଶୌଚାଳୟ କରାଯାଇଛି । ବରିଷ୍ଠ ନାଗରିକ ଓ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ, ନୀତି ସଅଳ କରିବା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

The post ଆଜି ପୁଣି ବଡଦାଣ୍ଡରେ ଅଚେତ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହେଲା ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ମୟୂରଭଞ୍ଜରେ ନୂଆ ରେଳ ସଂଯୋଗର ସେତୁ ଯୋଡିଲେ ରାଷ୍ଟ୍ରପତି । ବାଦାମପାହାଡରୁ ଗଡିଲା ତିନୋଟି ଟ୍ରେନ୍ । ସ୍କୁଲ ପିଲାଙ୍କ ସହ ଯାତ୍ରା କଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ମହାମହିମ ରାଷ୍ଟ୍ରପତିଙ୍କ ସବୁଜ ସଙ୍କେତ, ସମ୍ପର୍କ ସହ ରେଳ ସଂଯୋଗକୁ ଆହୁରି ବ୍ୟାପକ କରିଛି । ଗୋଟିଏ ଦିନରେ ବାଦାମପାହାଡ଼ ଷ୍ଟେସନରୁ ଗଡ଼ିଛି ତିନି-ତିନିଟି ନୂଆ ଟ୍ରେନ୍ । ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼- ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନର ଉଦ୍ଘାଟନ କରିଛନ୍ତି ।

ଏହି ଟ୍ରେନ୍ ଉଦଘାଟନ କାର୍ଯ୍ୟକ୍ରମ, ଏଥିପାଇଁ ହୁଏତ ସବୁଦିନ ମନେ ରହିବ, କାହିଁକି ନା’ ରାଷ୍ଟ୍ରପତି ଖୋଦ୍ ବାଦାମପାହାଡରୁ ରାଇରଙ୍ଗପୁର ଯାଏଁ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ସହ ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସହଯାତ୍ରୀ ଭାବେ ଏଥିରେ ସାମିଲ ହୋଇଥିଲେ । ତେବେ ଏ ସବୁଠୁ ଆକର୍ଷଣୀୟ ଥିଲା ସ୍କୁଲ ପିଲାଙ୍କ ଟ୍ରେନ୍ ଯାତ୍ରା । ବିଭିନ୍ନ ସ୍କୁଲରୁ ମନୋନୀତ ହୋଇଆସିଥିବା ଛାତ୍ରଛାତ୍ରୀ, ରାଷ୍ଟ୍ରପତିଙ୍କ ସହ ଟ୍ରେନ୍ ଯାତ୍ରା କରିଥିଲେ ।

ଏହା ପୂର୍ବରୁ ପାହାଡପୁରରେ ପହଞ୍ଚି ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରିଛନ୍ତି ରାଷ୍ଟ୍ରପତି । ଏହା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବା ସହ ଏସଏଲଏସ୍ ମେମୋରିଆଲ୍ ସ୍କୁଲକୁ ଯାଇଛନ୍ତି । ଆଉ ଏସବୁ ଭିତରେ ବାଦାମପାହାଡ଼ରୁ ରାଇରଙ୍ଗପୁର ଷ୍ଟେସନକୁ ୩୨ କିଲୋମିଟର, ଛାତ୍ରଛାତ୍ରୀଙ୍କ ସହ ଟ୍ରେନରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ।

ତେବେ ମୟୁରଭଞ୍ଜ ଗସ୍ତ ସାରି ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ମହାମହିମ ।

The post ମୟୂରଭଞ୍ଜରେ ନୂଆ ରେଳ ସଂଯୋଗର ସେତୁ ଯୋଡିଲେ ରାଷ୍ଟ୍ରପତି । ବାଦାମପାହାଡରୁ ଗଡିଲା ତିନୋଟି ଟ୍ରେନ୍ । ସ୍କୁଲ ପିଲାଙ୍କ ସହ ଯାତ୍ରା କଲେ ଦ୍ରୌପଦୀ ମୁର୍ମୁ first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁଷିଲା ସୈତାନ ସ୍ୱାମୀ । ରିଲ୍ସରେ ଲୁଚିଥିଲା କି ରିୟଲ ଲାଇଫର ସତ ?

କନକ ବ୍ୟୁରୋ: ସୋର ଥାନା ଅଧିନ ଖରିଦା ଗାଁର ସପନ କୁମାର କର । ଆଉ ଖରିଆ ଥାନା ଅଧିନ ଅସୁରାଳିର ମଧୁସ୍ମିତା ଦାସ । ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାତ ଜନ୍ମର ସାଥୀ ହେବାକୁ ହାତ ଧରି ଥିଲେ । ବରଣମାଳା ପିନ୍ଧି ବେଦୀରେ ବସିଥିଲେ । ମଥାରେ ସିନ୍ଦୂର ଦେଇ ନିଜର ଅର୍ଦ୍ଦାଙ୍ଗୀନି କରିଥିଲେ । ହେଲେ ହଠାତ ବୈବାହିକ ଜୀବନରେ ତିଆରି ହୋଇଥିଲା ସନ୍ଦେହର ଝଡ । ସନ୍ଦେହର ଝଡ ଦିନେ ଏତେ ଆଗକୁ ଯାଇ ଏମିତି ଉଗ୍ର ରୂପ ନେବ ବୋଲି କେହି କେବେ କଳନା କରିନଥିଲେ । ମଧୁସ୍ମିତା ଆଖିରୁ ଲୁହ ଗଡାଉଥିବାର ଗୋଟିଏ ପରେ ଗୋଟିଏ ରିଲ୍ସ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବ୍ୟକ୍ତିଗତ ଜୀବନର ଦୁଃଖକୁ ରିଲ୍ସ ମାଧ୍ୟମରେ ସୋସିଆଲ ମିଡିଆରେ ଛାଡୁଥିଲେ ମଧୁସ୍ମିତା ।

ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । ପେସାରେ ସେଫ ଥିବା ସପନ ଛୁରୀ ଚଲାଇବାରେ ଓସ୍ତାତ ଥିଲା । ପାରିବାରିକ ଗଣ୍ଡଗୋଳକୁ ରକ୍ତରେ ଭିଜାଇବା ପାଇଁ ବ୍ୟାଗ ଭିତର ଛୁରୀ ନେଇ ପହଞ୍ଚି ଥିଲା ପୁନେରୁ ଭୁବନେଶ୍ୱର । ପତ୍ନୀ କାମ କରୁଥିବା ଅଫିସ ବାହାରକୁ ଡାକି ସିସିଟିଭି ସାମନାରେ ପ୍ରଥମେ ଚାପୁଡା ପରେ ଚାପୁଡା ମାରି ଚାଲିଥିଲା ଅଭିଯୁକ୍ତ ସ୍ୱାମୀ । ଆଉ ତାପରେ ପ୍ରତିଶୋଧ ପରାୟଣ ସ୍ୱାମୀ ହୋଇ ଯାଇଥିଲା ରକ୍ତମୁଖା । ନୃଶଂସ ଭାବେ ନିଜ ସ୍ତ୍ରୀକୁ ଛୁରୀରେ ଭୁଷି ଚାଲିଥିଲା । ଜୀବନ ବଂଚାଇବାକୁ ଗୋଡ ଧରି ଚିକ୍ରାର କରୁଥିଲେ ପତ୍ନୀ ମଧୁସ୍ମିତା ହେଲେ ଅଭିଯୁକ୍ତ ସପନ କିନ୍ତୁ ଥିଲା ନଛୋଡବନ୍ଦା । ତଳେ ପକାଇ ଜୀବନରୁ ଶେଷ କରିଦେବାକୁ କରିଥିଲା ଉଦ୍ୟମ । ପରକୀୟା ପ୍ରୀତି ସନ୍ଦେହ ଓ ପାରବାରିକ କଳହରୁ ସ୍ୱାମୀ ଏଭଳି କରିଥିବା ପୋଲିସ କହିଛି । ଅନ୍ୟପକ୍ଷରେ କୋଲ୍ଡ ବ୍ଲଡେଡ ମର୍ଡର ପାଇଁ ଏଭଳି ବ୍ୟକ୍ତି ଯୋଜନା କରି ପାରନ୍ତି ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

ଗୁରୁତର ମଧୁସ୍ମିତା ଏବେ ହସ୍ପିଟାଲ ବେଡରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ହସ୍ପିଟାଲ ବେଡରେ ତାଙ୍କର ଏହି ଅବସ୍ଥା ଦେଖି ଗୋଟିଏ କଥା ମନକୁ ଆସୁଛି – ଭଗବାନ ଏମିତି ସ୍ୱାମୀ କାହାକୁ ନଦିଅନ୍ତୁ ।

The post ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁଷିଲା ସୈତାନ ସ୍ୱାମୀ । ରିଲ୍ସରେ ଲୁଚିଥିଲା କି ରିୟଲ ଲାଇଫର ସତ ? first appeared on Kanak News.

from Kanak News
via <a href="https://ifttt.com/?

ଇନ୍ଦ୍ରାବତୀ ପାଦତଳେ ଚାଷୀ ନିରାଶ । ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ

କନକ ବ୍ୟୁରୋ : ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ । ଅମଳ ସମୟରେ ବିଲରେ ଚରୁଛନ୍ତି ଗାଇଗୋରୁ । କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ଧନସୁଲି ପଂଚାୟତ । ଚଳିତ ବର୍ଷ ନିଅଂଟିଅ ବର୍ଷା ଯୋଗୁଁ ଖରିଫ ଫସଲ ଅମଳ ପୂର୍ବରୁ ବିଲରେ ଧାନ ଫସଲ ସବୁ ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେଣୁ ଅମଳ ପରିବର୍ତେ ଚାଷୀ ବିଲରେ ଗାଇ ଗୋରୁ ଛାଡ଼ିଦେଇଛନ୍ତି ।

ଜୟପଟଣା ବ୍ଲକରେ ଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦ୍ୱାରା ବାମ ଓ ଡାହାଣ ମୁଖ୍ୟ କେନାଲ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼ ଲାଞ୍ଜିଗଡ଼ ଓ ଭବାନୀପାଟଣା ନିର୍ବାଚନମଣ୍ଡୀର ପାଖାପାଖି ୧ଲକ୍ଷ ୧୨ ହଜାର ହେକ୍ଟରରୁ ଅଧିକ ଚଷ ଜମି ଜଳସେଚିତ ହେଉଛି । କିନ୍ତୁ ଧନସୁଲି ଅଂଚଳ ଉଚ୍ଚତାରେ ଥିବାରୁ ଜଳସେଚନର ବ୍ୟବସ୍ଥା ନାହିଁ । ତେଣୁ ପ୍ରତିବର୍ଷ ଏଠାକାର ଚାଷୀ ବର୍ଷା ଭରସାରେ ଚାଷ କରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ କ୍ଷତିପୂରଣ ଦାବି ହୋଇଛି ।

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ଷା ହେବା ପରେ ଚାଷୀ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲେ । ଧାର କରଜ କରି କୀଟନାଶକ ପ୍ରଯୋଗ କରି ଧାନର ଉଚିତ୍ ଯତ୍ନ ନେଇଥିଲେ । କିନ୍ତୁ ଧାନ ଫସଲ ଅମଳ ଶେଷ ହେବା ବେଳକୁ ପାଣି ଅଭାବରୁ ଗଛ ଶୁଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

The post ଇନ୍ଦ୍ରାବତୀ ପାଦତଳେ ଚାଷୀ ନିରାଶ । ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ first appeared on Kanak News.

from Kanak News
via <a href="https://ifttt.com/?

ଆନ୍ଧ୍ର-ରାୟଗଡ଼ା ସୀମାନ୍ତ ଗାଁରେ ବନ୍ଦ ପଡ଼ିଛି ଓଡ଼ିଆ ସ୍କୁଲ । ଆନ୍ଧ୍ରରେ ତେଲୁଗୁ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଖୋଲିବାକୁ ଅଭିଭାବକଙ୍କ ଦାବି

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତରେ ବିଦ୍ୟାଳୟ ଗୁଡିକ ଦୀର୍ଘ ବର୍ଷ ହେଲାଣି ବନ୍ଦ ରହିଛି । ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଭାଙ୍ଗିରୁଜି ଯାଇ ଭୂତ କୋଠି ପଲଟିଗଲାଣି । କାରଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି କହି ଏହି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବର୍ତମାନ ସେଇ ଅଚଂଳରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ବିଦ୍ୟାଳୟ ଖୋଲାଯାଉନାହିଁ । ବର୍ତମାନ ଆନ୍ଧ୍ର-ଓଡିଶା ସୀମାନ୍ତ ଗାଁରେ ଥିବା ଛାତ୍ରଛାତ୍ରୀ କୌଣସି ଉପାୟ ନପାଇ ପଡୋଶୀ ଆନ୍ଧ୍ରକୁ ଯାଇ ସେଠାରେ ତେଲୁଗୁ ଭାଷା ଶିକ୍ଷା ଲାଭ କରୁଛନ୍ତି । ବର୍ତମାନ ସୀମାନ୍ତରେ ଥିବା ଛାତ୍ରଛାତ୍ରୀ ଏବେ ଓଡିଆ ପାଶୋରି ଗଲେଣି । ଯଥାଶିଘ୍ର ବନ୍ଦଥିବା ବିଦ୍ୟାଳୟକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଓଡିଶାର ୧୧ଟି ବିଦ୍ୟାଳୟ ଦୀର୍ଘ ବର୍ଷ ହେଲାଣି ବନ୍ଦ ହୋଇ ପଡିରହିଛି । ସେହିପରି ଜିଲ୍ଲାରେ ସମୁଦାୟ ୩୮୮ଟି ବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା କହିଛନ୍ତି ଯେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି ଯଥାଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ।

ତେବେ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆହୁରି ଅନେକ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ରହିଛି ।

The post ଆନ୍ଧ୍ର-ରାୟଗଡ଼ା ସୀମାନ୍ତ ଗାଁରେ ବନ୍ଦ ପଡ଼ିଛି ଓଡ଼ିଆ ସ୍କୁଲ । ଆନ୍ଧ୍ରରେ ତେଲୁଗୁ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଖୋଲିବାକୁ ଅଭିଭାବକଙ୍କ ଦାବି first appeared on Kanak News.

from Kanak News
via <a href="https://ifttt.com/?

ଅନ୍ଧାରୀ ମୂଲକର ଗାଁ କଦମଡିହି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ପାନୀୟ ଜଳ ଅଭାବରୁ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି

କନକ ବ୍ୟୁରୋ : ଅନ୍ଧାରୀ ମୂଲକର ଗାଁ କଦମଡିହି । ସୁନ୍ଦରଗଡ଼ କୋଇଡ଼ା ବ୍ଲକ ହେଡ଼କ୍ୱାଟର୍ସରୁ ୧୨ କିଲୋମିଟର ଦୂର ପାହାଡ଼ ପାଦ ଦେଶରେ ରହିଛି କଦମଡିହି ଗାଁ । ହେଲେ ଏବେ ବି ଏହି ଗାଁରେ ପହଂଚି ପାରିନି ବିଜୁଳି   । ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ମଧ୍ୟ ଅସମ୍ଭବ । ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି । ବିଜୁଳି, ରାସ୍ତା ସମେତ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରୀ କରିଛନ୍ତି ଗ୍ରାମବାସୀ । ହେଲେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ଝାଟି ମାଟିର କୁଡ଼ିଆ ଘରେ ରହୁଛନ୍ତି ଗାଁର ଶତାଧିକ ପରିବାର । ସରକାରୀ ଯୋଜନା ଯେମିତି ଏମାନଙ୍କ ପାଇଁ ପାଲଟିଛି ସାତ ସପନ । ବିଜୁଳି ନଥିବାରୁ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ଗୋଟିଏ ଟ୍ୟାଙ୍କର ଯୋଗାଇ ଦିଆଯାଇଥିଲା । କିନ୍ତୁ ତା’ ବି ବର୍ଷେ ହେଲା ବନ୍ଦ । ସେହିପରି ଗାଁରେ ସ୍କୁଲ ନଥିବାରୁ ପିଲାମାନେ ପାଠ ପଢ଼ିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଂଚାୟତ ଓ ବ୍ଲକ ହେଡକ୍ୱାଟର୍ସକୁ ସଂଯୋଗ କରୁଥିବା ପଥୁରିଆ ରାସ୍ତା ମରାମତି ନହେବା ଯୋଗୁଁ ଅନେକ ଥର ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି । ଲଗାଣ ବର୍ଷାରେ ରାସ୍ତା ଧୋଇ ହୋଇ ବଡ଼ ବଡ଼ ପଥର ଖଣ୍ଡ ବାହାରିପଡ଼ିବାରୁ ସାଇକେଲରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ଆସିବା ଅସମ୍ଭବ ହୋଇପଡ଼ିଛି । ରାଜ୍ୟ ରାଜ୍ୟକୋଷକୁ ଏହି ଖଣି ଅଂଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ମିଳୁଥିବାବେଳେ ବିକାଶ ଠାରୁ ଅନେକ ଦୂରରେ ରହିଯାଇଛି ଏହି ଗାଁ ।

The post ଅନ୍ଧାରୀ ମୂଲକର ଗାଁ କଦମଡିହି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ପାନୀୟ ଜଳ ଅଭାବରୁ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । ସାମିଲ ହେଲେ ବିଜେପି ନେତା ମନମୋହନ ସାମଲ

କନକ ବ୍ୟୁରୋ : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । କେନ୍ଦ୍ରାପଡ଼ା, କାକଟପୁର, କଳାହାଣ୍ଡି, ହାଟଡିହିରେ ଶୋଭାଯାତ୍ରା କରି ଆନ୍ଦୋଳନ କରିଛି ବିଜେପି । କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଆଳି ବ୍ଲକ ଘେରାଉ କରାଯାଇଛି । ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଆଳି ଡାକବଙ୍ଗଳା ଛକ ନିକଟରୁ ଏଭ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି କାକଟପୁର ବ୍ଲକରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ବ୍ଲକର ଆଗରେ ଧାରଣା ଦେଇଛି ବିଜେପି । ଦୁର୍ନୀତି ହଟାଇବା ନାରା ଦେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । କଳାହାଣ୍ଡି ଜୟପାଟଣାରେ ମଧ୍ୟ ବିଜେପି ପ୍ରତିବାଦ କରିଛି । ସେହିପରି କେନ୍ଦୁଝର ହାଟଡିହି ତହସିଲ କାର୍ଯ୍ୟାଳୟ ନିକଟରୁ ହଜାର ହଜାର କର୍ମୀ ଏକ ବିରୋଟ ଶୋଭାଯାତ୍ରା କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ଦୁର୍ନୀତି ଓ ଭଷ୍ଟାଚର ବିରୋଧରେ ସ୍ୱର ଉତୋଳନ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗଟ କରିଥିଲେ ।

The post ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । ସାମିଲ ହେଲେ ବିଜେପି ନେତା ମନମୋହନ ସାମଲ first appeared on Kanak News.

from Kanak News
via <a href="https://ifttt.com/?

ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୪୩୫ ଜଣ ଚାଷୀ ଧାନ କିଣିବା ପାଇଁ ଚାଷୀ ପଂଜିକୃତ କରିଥିବାବେଳେ ୧୧୨ ଜଣ ମିଲରର୍ସ ୫୪ଟି ଏସଏଚଜି ଗ୍ରୁପ୍, ୫୮ଟି ପ୍ୟାକ୍ସ ମାଧ୍ୟମରେ ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁଚନା ଦେଇଛନ୍ତି । ସେପଟେ ଟୋକନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ପଦ୍ମପୁର ଉପଖଣ୍ଡର ଚାଷୀ । ସମବାୟ ସମିତିର ତାଲା ପକାଇ ଚାଷୀ ଆନ୍ଦୋଳନ କରିଛନ୍ତି । ପଦ୍ମପୁର ଘେଁସ୍ ଗୋପବନ୍ଧୁ କୃଷକ ସମବାୟ ସମିତି ଅଧିନରେ ଥିବା ଚାଷୀ ମାନଙ୍କ ଟୋକନ ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ମୁତାବକ ସେମାନେ ୩ ଏକରରୁ ଅଧିକ ଜମିରେ ଚାଷ କରି ୭୦ରୁ ୭୦ କ୍ୱିଂଟାଲ ଧାନ ଅମଳ କରିଛନ୍ତି । ହେଲେ ତାଙ୍କୁ କେବଳ ୭ରୁ ୮ କୁଇଂଟା ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଧାନ ଅମଳ ହେବାର ଦୀର୍ଘ ଦିନ ପରେ ମଣ୍ଡି ଖୋଲିଛି । ହେଲେ ଟୋକନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆନ୍ଦୋଳନ କରିଛନ୍ତି ଚାଷୀ ।

The post ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ first appeared on Kanak News.

from Kanak News
via <a href="https://ifttt.com/?

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମ ‘କଡକ ସିଂ’ରେ ତାଙ୍କର ପୂର୍ବ ଚରିତ୍ରମାନଙ୍କଠାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାସରେ ମୁକ୍ତିଲାଭ କରିବ।

ଆଜିକାଲି ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ର ସୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି ।  ତାଙ୍କର ଚଳଚ୍ଚିତ୍ର ଲଗାତର ରିଲିଜ ହେଇ ଚାଲିଛି ।  ଯାହା ଦର୍ଶକ ମାନଙ୍କ ବହୁତ ମନୋରଞ୍ଜନ କରୁଛି ।  ଏହି କ୍ରମରେ ତାଙ୍କର ଆଗାମୀ ଫିଲ୍ମ ‘କଡକ ସିଂ’ ନାମ ଯୋଡିହେବାକୁ ଯାଉଛି ।  ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଛି ଏବଂ ଏହା ଖୁବ ଦମଦାର ଲାଗୁଛି । କେବଳ ଏତିକି ନୁହେଁ ଖୋଦ ଅମିତାଭ ବଚ୍ଚନ ନିଜେ ଏହାକୁ ସେୟାର କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

କଡକ ସିଂର ଟ୍ରେଲର ଆରମ୍ଭ ହେବା ମାତ୍ରେ ଆପଣ ଜାଣିପାରିବେ କି ଏହା ଏକ  ସସପେନ୍ସ, ଅପରାଧ ଏବଂ ରୋମାଞ୍ଚକର କାହାଣୀ ।  ଯାହା ଆପଣଙ୍କୁ ବହୁତ ପସନ୍ଦ ହେବ । କାହାଣୀ ଏକ ହସ୍ପିଟାଲରେ ଆରମ୍ଭ ହୋଇଛି । ଯେଉଁଠାରେ ପଙ୍କଜ ତ୍ରିପାଠୀ ଆମ୍ନେସିଆରେ ପୀଡିତ ରୋଗୀର ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି ।  ଏହି ସମୟ ମଧ୍ୟରେ ଏପରି କିଛି ଘଟଣା ଦେଖାଯାଇଛି ଯାହା ଫିଲ୍ମରେ ପଙ୍କଜଙ୍କ ମୂଳ ଚରିତ୍ରକୁ  ପ୍ରକାଶ କରିଛି । ଫିଲ୍ମର ଅନ୍ତ ମଧ୍ୟ ଖୁବ ରୋମାଞ୍ଚକର ଏବଂ ମଜାଦାର ହେଇଥିବାର ଜଣାଯାଉଛି ।

 

ଅମିତାଭ ବଚ୍ଚନ ନିଜେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି – ଦାଦା, ତୁମର ନୂଆ ଚଳଚ୍ଚିତ୍ର ପାଇଁ ମୋର ଶୁଭେଚ୍ଛା ଏବଂ ପ୍ରାର୍ଥନା । ଏହା ଖୁବ ଆକର୍ଷଣୀୟ ଲାଗୁଛି ।

ଓଟିଟିରେ ରିଲଜ ହେବ ଚଳଚ୍ଚିତ୍ର

ଯଦିଓ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ, ବରଂ ଏହା ସିଧାସଳଖ OTT ରେ ମୁକ୍ତିଲାଭ କରିବାକୁ ଯାଉଛି ।  ଏହା ଡିସେମ୍ବର ୮ ରେ ZEE 5 ରେ ଷ୍ଟ୍ରିମ୍ ହେବ । ଆପଣ ନିଜ ପରିବାର ସହିତ ଘରେ ବସି ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ । ସଞ୍ଜନା ସାଙ୍ଗୀ ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ଚରିତ୍ର ମଧ୍ୟ ବହୁତ ଶକ୍ତିଶାଳୀ ଲାଗୁଛି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଦିଲ ବେଚାରା । ପଙ୍କଜ ତ୍ରିପାଠୀଙ୍କ ଶେଷ ରିଲିଜ୍ ଫିଲ୍ମ ଥିଲା OMG 2 ଯାହା ବକ୍ସ ଅଫିସରେ ଖୁବ ହଇଚଇ ସୃଷ୍ଟି କରିଥିଲା ।

The post ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started