ଇସ୍ରାଏଲର ଦୁଇ ତରଫା ଆକ୍ରମଣ , ହମାସ ପରେ ଏବେ ହିଜବୁଲ୍ଲା ଉପରେ ଡ୍ରୋନ ଆଟାକ୍

ହମାସ ପରେ ଏବେ  ହିଜବୁଲ୍ଲା ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ଇସ୍ରାଏଲ ।

ଇସ୍ରାଏଲ-ହମାସ  ଯୁଦ୍ଧ ବିଗତ ୪୦ ଦିନରୁ ଉର୍ଦ୍ଧ ଧରି ଜାରି ରହିଛି । ହମାସ ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ମଝିରେ ମଝିରେ ରକେଟ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ କରୁଛି । ଏଭଳି ପରିସ୍ଥିତିରେ ଇସ୍ରାଏଲ ଏବେ ଦୁଇ ଆଡୁ ଆକ୍ରମଣର ସମ୍ମୁଖୀନ ହେଉଛି । ଏହି ସମୟରେ ଇସ୍ରାଏଲ୍ ଲେବାନନରେ ହିଜବୁଲ୍ଲାର ସେନା ମୁଖ୍ୟାଳୟକୁ ବିସ୍ଫୋରଣ କରି ଉଡେଇ ଦେଇଥିବାର ଦାବି କରିଛି ।

ଏହି ସମୟରେ ହିଜବୁଲ୍ଲା ମଧ୍ୟ  ଏକ ଭିଡିଓ ମଧ୍ୟ ଜାରି କରିଛି ଯେଉଁଥିରେ ଏହା ଇସ୍ରାଏଲ ଉପରେ ରକେଟ୍ ମାଡ଼ କରୁଥିବାର ଦେଖାଯାଇଛି । ହିଜବୁଲ୍ଲା ଇସ୍ରାଏଲ ଆଡକୁ ୨୫ ଟି ରକେଟ୍ ନିକ୍ଷେପ କରିଥିଲା । ହମାସ ସହିତ ଏକ ଭିଡିଓ ରିଲିଜ୍ କରି ଇସ୍ରାଏଲ୍ ଏହି ସୂଚନା ଦେଇଛି । ଇସ୍ରାଏଲ କହିଛି ଯେ ସେମାନେ ଲେବାନନରେ ଥିବା ହିଜବୁଲ୍ଲାର ଆଡ୍ଡା ଉପରେ  ବୋମାମାଡ଼ କରିଛି । ହିଜବୁଲ୍ଲାର ସେନା ମୁଖ୍ୟାଳୟ ସମେତ ଅନେକ ବେସ ନଷ୍ଟ ହୋଇଯାଇଥିବାର ଜଣାପଡିଛି ।

ହିଜବୁଲ୍ଲାର ଆତଙ୍କବାଦୀ ମାନଙ୍କର ଏକ ପ୍ରଶିକ୍ଷଣ ବେଳର ଚିତ୍ର

ଏହାର ଜବାବରେ ହିଜବୁଲ୍ଲା ମଧ୍ୟ ଏକ ଭିଡିଓ ଜାରି କରିଛି ।  ଯେଉଁଥିରେ ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିବାର ନଜର ଆସୁଛି । ହିଜବୁଲ୍ଲା ଇସ୍ରାଏଲ ଆଡକୁ ୨୫ ଟି  ରକେଟ୍ ଫିଙ୍ଗି ଏବଂ ତିନୋଟି ଆତ୍ମଘାତୀ ଡ୍ରୋନ୍ ଦ୍ବାର ଆକ୍ରମଣ କରିଥିବାର ଦାବି କରୁଛି । ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ହିଜବୁଲ୍ଲା ଉତ୍ତର ଇସ୍ରାଏଲର ବିରାନିଟ ସହର ଉପରେ ଏକ ଆଣ୍ଟି-ମିସାଇଲ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।  ଏହା ଦ୍ଵାରା  ପୁରା ବେସ୍ ନଷ୍ଟ ହୋଇଗଲା ବୋଲି ସେ ଦାବି କରିଛି । ହିଜବୁଲ୍ଲା ୨ ଟି ବୁର୍କାନ ହେଭି କ୍ୟାଲିବର କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି । ଏହା ପରେ ବେସରେ ନିଆଁ ଲାଗିଯାଇଥିଲା । ଇସ୍ରାଏଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଅଧିକାରୀମାନେ ଏହି ରକେଟ୍ ଆକ୍ରମଣର ପୃଷ୍ଟି କରିଛନ୍ତି । ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣ ଇସ୍ରାଏଲ୍ ସେନା ମଧ୍ୟ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ଲେବାନନରେ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଦେଖାଯାଇଛି । ଇସ୍ରାଏଲ ଦାବି କରିଛି ଯେ ଲେବାନନରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ କୋଠା ଉପରେ ଆକ୍ରମଣ କରି ସେମାନେ ଏହାକୁ ନଷ୍ଟ କରିଦେଇଛନ୍ତି । ଇସ୍ରାଏଲ୍ ସେନା କହିଛି ଯେ ସେମାନେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାର ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ଆଡ୍ଡା ଉପରେ  ଯୁଦ୍ଧ ବିମାନ, ସାମରିକ ଟ୍ୟାଙ୍କ ଏବଂ ହେଲିକପ୍ଟର ଦ୍ଵାରା ଆକ୍ରମଣ କରି ସେମାନଙ୍କ ଭିତ୍ତିଭୂମି ନଷ୍ଟ କରିଦେଇଛି । ଡ୍ରୋନ୍ ଦ୍ଵାରା କରାଯାଇଥିବା ଆକ୍ରମଣରେ  ହିଜବୁଲ୍ଲାର ବ୍ୟାପକ କ୍ଷୟକ୍ଷତି ହେଇଥିବାର ଜଣାପଡିଛି ।

The post ଇସ୍ରାଏଲର ଦୁଇ ତରଫା ଆକ୍ରମଣ , ହମାସ ପରେ ଏବେ ହିଜବୁଲ୍ଲା ଉପରେ ଡ୍ରୋନ ଆଟାକ୍ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ବିଧାନସଭା ନିର୍ବାଚନ କ୍ରମରେ କଂଗ୍ରେସ ଜାରିକଲା ଘୋଷଣାପତ୍ର । ୧୦ ଲକ୍ଷ ଚାକିରି, ୫୦ ଲକ୍ଷର ସ୍ୱାସ୍ଥ୍ୟବୀମା …

କନକ ବ୍ୟୁରୋ : ରାଜସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କଂଗ୍ରେସ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧବା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ପୁଣି କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ରାଜ୍ୟବାସୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ତେବେ ଆସନ୍ତୁ ଜାଣିବା କଂଗ୍ରେସ ତାର ଘୋଷଣାପତ୍ରରେ କ’ଣ ପ୍ରତିଶ୍ରୁତି ଦେଇଛି ।

  • କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା
  • ସ୍ୱାସ୍ଥ୍ୟବୀମା ୨୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି
  • ବ୍ୟବସାୟ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ଖନନ ଶ୍ରମିକଙ୍କୁ ବିନା ସୁଧରେ ଋଣ
  • ରାଜ୍ୟ ପ୍ରଶାସନର ନୂଆ ମଡେଲ ପ୍ରସ୍ତୁତ
  • ପଞ୍ଚାୟତ ସ୍ତରରେ ନୂତନ ନିଯୁକ୍ତି
  • ପଞ୍ଚାୟତ ସମିତି ସ୍ତରରେ ନୂତନ ସେବା କ୍ୟାଡର ଗଠନ ପାଇଁ ପ୍ରତିଶ୍ରୁତି
  • କୃଷକଙ୍କୁ ୨ ପ୍ରତିଶତ ସୁଧରେ ଋଣ ପ୍ରଦାନ
  • ପ୍ରତିବର୍ଷ ପରିବାରର ମହିଳା ମୁଖ୍ୟଙ୍କୁ ୧୦ ହଜାର ଟଙ୍କା ସହାୟତା
  • ପ୍ରତି ପରିବାରର ୨ଟି ପଶୁଙ୍କୁ ବୀମାଭୂକ୍ତ କରିବା
  • କିଲୋ ପ୍ରତି ୨ଟଙ୍କାରେ ଗୋବର କିଣାଯିବ
  • କଲେଜରେ ପଢୁଥିବା ଛାତ୍ରୀମାନଙ୍କୁ ମାଗଣା ଲାପଟପ୍

ସୂଚନା ଥାଉକି ରାଜସ୍ଥାନରେ ନଭେମ୍ବର ୨୩ ତାରିଖକୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜସ୍ଥାନରେ ଏବେ କଂଗ୍ରେସର ସରକାର ରହିଛି ଓ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ଅଛନ୍ତି ।

The post ରାଜସ୍ଥାନ ବିଧାନସଭା ନିର୍ବାଚନ କ୍ରମରେ କଂଗ୍ରେସ ଜାରିକଲା ଘୋଷଣାପତ୍ର । ୧୦ ଲକ୍ଷ ଚାକିରି, ୫୦ ଲକ୍ଷର ସ୍ୱାସ୍ଥ୍ୟବୀମା … first appeared on Kanak News.

from Kanak News
via <a href="https://ifttt.com/?

ପରକୀୟାପ୍ରୀତି ସନ୍ଦେହରୁ ପତ୍ନୀକୁ ହତ୍ୟା ଉଦ୍ୟମ । ଭୁବନେଶ୍ୱରରେ ସ୍ତ୍ରୀକୁ ସ୍ୱାମୀ ହାଣିବା ଘଟଣାରେ ନୂଆ ମୋଡ

କନକ ବ୍ୟୁରୋ : ରାଜଧାନୀରେ ପତ୍ନୀଙ୍କୁ ଅଫିସରେ ପଶି ଛୁରି ଭୁସି ହତ୍ୟା ଉଦ୍ୟମ ଘଟଣା ହଇଚଇ ଖେଳାଇ ଦେଇଛି । ବରମୁଣ୍ଡା ସ୍ଥିତ କୃତିବାସ ଆପାର୍ଟମେଂଟର ବିଲ୍ଡର ସଂସ୍ଥାର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଘଟଣ । ସ୍ୱାମୀ ସପନ କୁମାର ଆକ୍ରମଣରେ ଗୁରୁତର ଆହତ ମଧୁସ୍ମିତା ଦାସ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରକୀୟା ପ୍ରତି ସନ୍ଦେହରେ ସ୍ତ୍ରୀ ମଧୁସ୍ମିତାଙ୍କୁ ସ୍ୱାମୀ ସପନ କୁମାର ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ମଧୁସ୍ମିତାଙ୍କ ମାଆ କହିଛନ୍ତି, ପାରିବାରିକ କଳହ ପରେ ୪ ବର୍ଷ ହେଲା ସ୍ୱାମୀ –ସ୍ତ୍ରୀ ଅଲଗା ରହୁଥିଲେ । ସପନ କୁମାର ସବୁ ବେଳେ ନିର୍ଯାତନା ଦେବା ସହ ଧମକ ଚମକ ଦେଇ ଆସୁଥିଲା ବୋଲି ମଧୁସ୍ମିତାଙ୍କ ମାଆ କହିଛନ୍ତି ।

The post ପରକୀୟାପ୍ରୀତି ସନ୍ଦେହରୁ ପତ୍ନୀକୁ ହତ୍ୟା ଉଦ୍ୟମ । ଭୁବନେଶ୍ୱରରେ ସ୍ତ୍ରୀକୁ ସ୍ୱାମୀ ହାଣିବା ଘଟଣାରେ ନୂଆ ମୋଡ first appeared on Kanak News.

from Kanak News
via <a href="https://ifttt.com/?

ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ

କନକ ବ୍ୟୁରୋ : ପାଣି ପାଇଁ କଲେଜ ବନ୍ଦ । ହଷ୍ଟେଲରେ ପାଣି ନଆସିବାରୁ ସମସ୍ତ ଛାତ୍ରୀ ଗରା ବାଲଟି ଧରି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ୪ଟି ହଷ୍ଟେଲରେ ଗତ ଦୁଇ ମାସରୁ ଅଧିକ ସମୟ ଧରି ଠିକ୍ ଭାବେ ପାଣି ଯୋଗାଣ ହେଉନାହିଁ । ଏପରିକି ଗତ ୪ଦିନ ହେଲା ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଫଳରେ ହଷ୍ଟେଲରେ ରହୁଥିବା ଛାତ୍ରୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି କଲେଜ ଘେରାଓ କରିବା ସହ ପ୍ରବେଶ ଦ୍ୱାରରେ ବସି କଲେଜ ବନ୍ଦ କରିଛନ୍ତି । ଆନ୍ଦୋଳନରତ ଛାତ୍ରୀଙ୍କ ସହ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ । ଛାତ୍ରୀଙ୍କ ସହ କଲେଜ ସମ୍ମୁଖରେ ବସି ପ୍ରତିବାଦ କରିଛନ୍ତି ବିଧାୟିକା ।

The post ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ first appeared on Kanak News.

from Kanak News
via <a href="https://ifttt.com/?

କୋଭିଡ୍ ଟିକାକରଣ ପାଇଁ ବଢୁଛି କି ଯୁବକଙ୍କ ଅକସ୍ମାତ ମୃତ୍ୟୁ? ଆଇସିଏମଆରର ରିପୋର୍ଟ କଲା ବଡ ଖୁଲାସା…

କନକ ବ୍ୟୁରୋ: କୋଭିଡ୍ ଟୀକା କାରଣରୁ ଦେଶରେ ବଢୁଛି କି ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ଏକ ଗବେଷଣାରୁ ଏମିତି କିଛି ତଥ୍ୟ ଆସିଛି, ଯାହା ଆପଣଙ୍କୁ ଜାଣିରଖିବା ନିହାତି ଆବଶ୍ୟକ । କୋଭିଡ୍ ଟିକାକରଣ ହେବା ପରଠାରୁ ଦେଶରେ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ ହେଉଥିବା ଖବର ପ୍ରସାରିତ ହେବାରେ ଲାଗିଥିଲା । ଏହାପରେ ଆଇସିଏମଆର ଏନେଇ ଗବେଷଣା କରିବା ପରେ, ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଦର୍ଶାଇଛି ।

ଆଇସିଏମଆର ସାରା ଦେଶରୁ ୧୮ରୁ ୪୫ ବର୍ଷ ବୟସ୍କ କିଛି ମୃତ ଲୋକଙ୍କ ଉପରେ ଏହି ଗବେଷଣା କରିଥିଲା । ଏହି ଗବେଷଣାରେ କେବଳ ୨୦୨୧ ମସିହା ଅକ୍ଟୋବର ମାସର ୨୦୨୩ ମସିହା ମାର୍ଚ୍ଚ ମାସ ମଧ୍ୟରେ ଅକସ୍ମାତ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ଲୋକମାନେ କୋଭିଡ୍ ଟିକାକରଣ ହେତୁ ମୃତ୍ୟୁବରଣ କରିଛନ୍ତି, ନା ସେମାନଙ୍କ ମୃତ୍ୟୁର କାରଣ ଅନ୍ୟ କିଛି ସେନେଇ ଯାଞ୍ଚ କରିଥିଲା ଆଇସିଏମଆର । ଏହାପରେ ଜଣାପଡିଥିଲା ଯେ, ଦେଶରେ କୋଭିଡ୍ ଟିକାକରଣ ହେତୁ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁରେ କୌଣସି ବୃଦ୍ଧି ଘଟିନାହିଁ ।

https://platform.twitter.com/widgets.js

ଏହି ଗବେଷଣାରେ ମୋଟ ୭୨୯ ଲୋକଙ୍କ ମାମଲାକୁ ଦେଖାଯାଇଥିଲା । ଏହି ଲୋକମାନେ ଗୁରୁତର କରୋନା ରୋଗରେ ପୀଡିତ ଥିଲେ । ଏହି ଲୋକମାନଙ୍କର ମେଡିକାଲ ହିଷ୍ଟ୍ରି, ଧୂମ୍ରପାନ, ମଦ ପିଇବା ଏବଂ ଶାରିରୀକ ଗତିବିଧି କେମିତି ରହିଥିଲା ସେନେଇ ତଥ୍ୟ ସଂଗ୍ରହ କରାଯାଇଥିଲା । ତା ସହିତ ସେମାନଙ୍କୁ କେଉଁ କୋଭିଡ୍ ଟିକା ଦିଆଯାଇଥିଲା ସେନେଇ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହାପରେ ଆଇସିଏମଆର ଏହି ତଥ୍ୟ ଦେଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଦେଶରେ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ ବଢିବାରେ ଲାଗିଥିଲା । ଯାହାପରେ ଆଇସିଏମଆର ଏନେଇ ଯାଞ୍ଚ ଆରମ୍ଭ କରିଥିଲା । କୋଭିଡ୍ ଟିକାକରଣ ହେତୁ, ଏହି ମୃତ୍ୟୁ ହେଉନଥିବା ଆଇସିଏମଆର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

The post କୋଭିଡ୍ ଟିକାକରଣ ପାଇଁ ବଢୁଛି କି ଯୁବକଙ୍କ ଅକସ୍ମାତ ମୃତ୍ୟୁ? ଆଇସିଏମଆରର ରିପୋର୍ଟ କଲା ବଡ ଖୁଲାସା… first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟାହ୍ନ ଭୋଜନ, ୪ଶହ ପିଲାଙ୍କ ପାଇଁ ଅଧକେଜି ଡାଲି । ଚୁଲିଲେ ପାଣିଢାଳି ରୋଷେଇ ବନ୍ଦ କଲେ ଅଭିଭାବକ

କନକ ବ୍ୟୁରୋ : ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ବିରୋଧ କରି ରୋଷେଇ ବନ୍ଦ କଲେ ଅଭିଭାବକ । ଚୁଲିରେ ପାଣି ଢାଳିଦେଲେ । ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟଶ୍ୱର ଅପର୍ତିଚରଣ ଉଚ୍ଚ ବିଦ୍ୟାଳୟରେ ଉତେଜନା ଦେଖିବାକୁ ମିଳିଛି । ଅଭିଭାବକମାନେ ସ୍କୁଲରେ ପହଞ୍ଚି ରୋଷେଇ ବନ୍ଦ କରିବା ସହ ହୋହାଲ୍ଲା କରିଥିଲେ ।

ଅଭିଯୋଗ ଅନୁସାରେ ସ୍କୁଲରେ ୪୦୦ ଛାତ୍ରଛାତ୍ରୀ ଥିବା ବେଳେ ଅଧକେଜି ଡାଲି, ୩ କେଜି ଆଳୁ ଏବଂ ୪କେଜି ବୋଇତି କଖାରୁରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିଲା । ଏହାକୁ ନେଇ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଜୟ ଜଗନ୍ନାଥ ମହିଳା ମଣ୍ଡଳର ସଦସ୍ୟ ଓ ଅଭିଭାବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ କିଛି ଟେଲିଫୋନ ଯୋଗେ ଭଦ୍ରକ ଜିଲ୍ଲାପାଳଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ମହିଳା ମଣ୍ଡଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି ପିଲାଙ୍କ ଭଲ ଖାଇବାକୁ ଦେଲେ ମଧ୍ୟ କିଛି କୁଚକ୍ରୀ ଗୋଷ୍ଠୀ ବଦନାମ କରିବାକୁ ଏଭଳି ଅଭିଯୋଗ ଆଣିଛନ୍ତି ।

The post ମଧ୍ୟାହ୍ନ ଭୋଜନ, ୪ଶହ ପିଲାଙ୍କ ପାଇଁ ଅଧକେଜି ଡାଲି । ଚୁଲିଲେ ପାଣିଢାଳି ରୋଷେଇ ବନ୍ଦ କଲେ ଅଭିଭାବକ first appeared on Kanak News.

from Kanak News
via <a href="https://ifttt.com/?

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ! ଝିଅର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ

କନକ ବ୍ୟୁରୋ : ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଭଦ୍ରକରୁ କୋଲକାତା ଯାଉଥିବା ବସରେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ତାର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଯାଜପୁର ଦଶରଥପୁର ଅଞ୍ଚଳର ଏହି ଘଟଣା ଆଲୋଡନ ସୃଷ୍ଟି କରିଛି ।

ଅଭିଯୋଗ ଅନୁସାରେ, ମା ଅସୁସ୍ଥ ଥିବା କହି ନାବାଳିକା ଝିଅକୁ ସାଙ୍ଗରେ ମେଡିକାଲ ନେବା ବାହାନାରେ ଦୁଷ୍କର୍ମ କରିଛି ବଡ଼ ବାପା । ଭଦ୍ରକରୁ କୋଲକାତା ଯାଉଥିବା ଏକ ସ୍ଲିପର ବସରେ ଏଭଳି କାଣ୍ଡ ଘଟିଛି । ସୂଚନା ମୁତବାକ ଗତ ୧୯ ତାରିଖରେ ନାବାଳିକାଙ୍କ ମା ଅସୁସ୍ଥ ଥିବା କହି ତାଙ୍କୁ ଭଦ୍ରକ ମେଡିକାଲ ଯିବାକୁ କହିଥିଲେ । ଉଭୟ ଏକ ବାଇକରେ ଘରୁ ବାହାରି ଆସିଥିଲେ । ଭଦ୍ରକରେ ଏକ ପେଟ୍ରୋଲ ପମ୍ପରେ ବାଇକ ରଖି ସ୍ଲିପର ବସରେ କୋଲକାତା ଯାଇଥିଲେ । ଏହି ସମୟରେ ନାବାଳିକାଙ୍କୁ ସ୍ଲିପର ସିଟରେ ଦୁଷ୍କର୍ମ କରିଥିଲେ ବଡ଼ ବାପା । ଏସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ କୋଲକାତାରୁ ପୁଣି ବସରେ ଭଦ୍ରକ ଆସିଥିଲେ । ଭୋର ସମୟରେ ଭଦ୍ରକରୁ ନାବାଳିକାଙ୍କୁ ନେଇ ଗାଁକୁ ଯିବା ବାଟରେ ଛାଡି ପଳାଇଥିଲେ ବଡ଼ବାପା । ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏନେଇ ପରିବାର ଲୋକେ ଦଶରଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

The post ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ! ଝିଅର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ରାତ୍ରଭୋଜନରେ ଯୋଗଦେଇ ଚର୍ଚ୍ଚାରେ ଥିବା କିଏ ଏହି ଭାରତୀୟ ?

ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଉପରେ ଜାତୀୟ କମିଟି ଦ୍ୱାରା ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀ ଭୋଜନ ଆୟୋଜିତ ହୋଇଥିଲା । ଏହି ରାତ୍ରଭୋଜନରେ ଯୋଗଦେଇ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟରେ ଆମେରିକା ଗସ୍ତରେ ଯାଇ ୧୪ ନଭେମ୍ବରରେ ଆମେରିକାରେ ପହଞ୍ଚିଥିଲେ ।  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କର ସାକ୍ଷାତକୁ ସାରା ବିଶ୍ୱ ଉତ୍ସୁକ ନଜରରେ ଚାହିଁଥିଲା । ଏହି ଗସ୍ତ ସମୟରେ ଜିନପିଙ୍ଗ ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଆମେରିକୀୟ ବ୍ୟବସାୟୀମାନଙ୍କଙ୍କ ସହ ଏକ ବଡ଼ ରାତ୍ରୀଭୋଜନରେ ଯୋଗଦେଇଥିଲେ । ଏହି ରାତ୍ରଭୋଜନରେ ଜଣେ ଭାରତୀୟ ବ୍ୟବସାୟୀ ସମସ୍ତଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ ।

ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀଭୋଜନର ଆୟୋଜନ ହୋଇଥିଲା । ଯାହା ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଜାତୀୟ କମିଟି ଦ୍ୱାରା ଆୟୋଜିତ ହୋଇଥିଲା । ଆପଲ୍ ସିଇଓ ଟିମ୍ କୁକଙ୍କ ବ୍ୟତୀତ ଆମେରିକୀୟ କମ୍ପାନୀର ବହୁ ପ୍ରସିଦ୍ଧ ବ୍ୟବସାୟୀଙ୍କ ସହ  ଭାରତୀୟ ମୂଳର ରାଜ ସୁବ୍ରମଣ୍ୟମ୍ ମଧ୍ୟ ଏହି ରାତ୍ରୀ ଭୋଜନରେ ଉପସ୍ଥିତ ଥିଲେ । ଫେଡେକ୍ସର ସିଇଓ ହେଉଛନ୍ତି ଭାରତୀୟ ମୂଳର ଏକମାତ୍ର ଆମେରିକୀୟ ବ୍ୟବସାୟୀ ଯିଏ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ ।

ଚୀନ୍ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ରାତ୍ରୀ ଭୋଜନରେ ଯୋଗଦେବା ଖବର ସାର୍ବଜନୀନ ହେବା ପରଠାରୁ ରାଜ ସୁବ୍ରମଣ୍ୟମ୍ ଚର୍ଚ୍ଚାରେ ରହିଆସିଛନ୍ତି । ରାଜଙ୍କୁ ଚଳିତ ବର୍ଷ ସମ୍ମାନଜନକ ‘ପ୍ରବାସୀ ଭାରତୀୟ ସମ୍ମାନ’  ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ହେଉଛି ଭାରତ ବାହାରେ ରହୁଥିବା  ଭାରତୀୟ ନାଗରିକଙ୍କୁ ଭାରତ ସରକାର  ଦେଇଥିବା ଏକ ନାଗରିକ ସମ୍ମାନ ।

ରାଜ କୋରିଅର ଫ୍ରାଞ୍ଚାଇଜ୍ ଫେଡେକ୍ସ କମ୍ପାନୀର ସିଇଓ ତଥା ସଭାପତି ଅଟନ୍ତି । ଗତ ମାସରେ କମ୍ପାନୀର ପ୍ରତିଷ୍ଠାତା ଡବ୍ଲୁ ସ୍ମିଥ ଏହି ପଦରୁ ଇସ୍ତଫା ଦେବା ପରେ ସେ ଏହି ପଦବୀ ଗ୍ରହଣ କରିଥିଲେ । ରାଜଙ୍କ ବ୍ୟତୀତ ସି ଜିନପିଙ୍ଗଙ୍କ ବ୍ୟକ୍ତିଗତ ରାତ୍ରୀ ଭୋଜନରେ ଆପଲ୍ ସିଇଓ ଟିମ୍ କୁକ୍, ଫାଇଜର ସିଇଓ ଆଲବର୍ଟ, ସେଲ୍ସଫୋର୍ସ ସିଇଓ ମାର୍କ ବେନିଫ୍, ବୋଇଙ୍ଗ ସିଇଓ ଷ୍ଟାନଲି ଡିଲ୍, ବ୍ଲାକଷ୍ଟୋନ ସିଇଓ ଷ୍ଟିଫେନ୍, ମାଷ୍ଟରକାର୍ଡର ମେରିଟ୍ ଜେନୋ ଯୋଗ ଦେଇଥିଲେ।

କିଛି ଅନୌପଚାରିକ ସୂତ୍ର କହୁଛି ଯେ ଯେ ଜିନପିଙ୍ଗଙ୍କ ସହ ରାତ୍ରୀ ଭୋଜନରେ ଯୋଗଦେବା ପାଇଁ ଏହି ବ୍ୟବସାୟୀମାନେ ୪୦,୦୦୦ ଡଲାର ଦେଇଛନ୍ତି । ଏ ଖବରର ସତ୍ୟାସତ କିଛି ଜଣାପଡିନାହିଁ ।

କିଏ ଏହି ରାଜ ସୁବ୍ରମଣ୍ୟମ  ?

ରାଜ ୧୪ ସେପ୍ଟେମ୍ବର ୧୯୬୭ ରେ କେରଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ରାଜେଶ ସୁବ୍ରମଣ୍ୟମ୍ ।  ସେ ପୂର୍ବତନ କେରଳ ଡିଜିପି ସି ସୁବ୍ରମଣ୍ୟମଙ୍କ ପୁତ୍ର ଅଟନ୍ତି । ସି ସୁବ୍ରମଣ୍ୟମ୍ ୧୯୯୧ ରୁ ୧୯୯୩  ପର୍ଯ୍ୟନ୍ତ କେରଳ ପୋଲିସର ମୁଖ୍ୟ ଥିଲେ । ତାଙ୍କ ମାଆ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ପ୍ରମୁଖ  ଅଧିକାରୀ ଥିଲେ । କେରଳର ପାଲକ୍କଡର ବାସିନ୍ଦା ରାଜ ସୁବ୍ରମଣ୍ୟମଙ୍କ ପରିବାର ୧୯୬୦ ଦଶକରେ ଥିରୁବନନ୍ତପୁରମ୍ ସ୍ଥାନାନ୍ତର ହୋଇଯାଇଥିଲେ । ଏଠାରେ ସ୍କୁଲ ଶିକ୍ଷା ସମାପ୍ତ କଲାପରେ ସେ ଆଇଆଇଟି ମୁମ୍ବାଇରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ଏବଂ ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେଠାରେ ଉଚ୍ଚଶିକ୍ଷା ସମାପ୍ତ ପରେ ସେ ସେହିଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୯୧  ରେ ସୁବ୍ରମଣ୍ୟମ୍ ଫେଡେକ୍ସରେ ଯୋଗ ଦେଇଥିଲେ । ୨୦୨୦ ରେ ତାଙ୍କୁ  ଫେଡେକ୍ସ ନିଜ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲା । ଗତ ମାସରେ ସେ କମ୍ପାନୀର ସିଇଓ ଦାୟିତ୍ବ ଗ୍ରହଣ କରିଛନ୍ତି ।  ବର୍ତ୍ତମାନ ସେ କମ୍ପାନୀର ସିଇଓ ତଥା ସଭାପତି ଦାୟିତ୍ବ  ବ୍ୟତୀତ କମ୍ପାନୀରେ ତାଙ୍କର ଅନ୍ୟାନ୍ୟ ଭୂମିକା ମଧ୍ୟ ରହିଛି । ତାଙ୍କର ଦୁଇ ପୁଅ ଅର୍ଜୁନ ରାଜେଶ ଏବଂ ଭାଇ ରାଜୀବ ମଧ୍ୟ ଫେଡେକ୍ସ ସହିତ ଜଡିତ ଅଛନ୍ତି ।

The post ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ରାତ୍ରଭୋଜନରେ ଯୋଗଦେଇ ଚର୍ଚ୍ଚାରେ ଥିବା କିଏ ଏହି ଭାରତୀୟ  ? first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଥିଲା । ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଶହ ଜଣଙ୍କୁ ବଛାଯାଇଛି । ଏମାନଙ୍କର ପୁଣି ଥରେ ସାକ୍ଷାତକାର ଚାଲିଛି । ଏହି ୨ଶହ ଜଣଙ୍କ ମଧ୍ୟରୁ ୨୦ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯିବ ।

ରାମମନ୍ଦିର ପୂଜକ
୩ ହଜାର ଆଶାୟୀ
– ପୂଜକ ପାଇଁ ୩ହଜାରରୁ ଅଧିକ ଆଶାୟୀ
– ପ୍ରାରମ୍ଭିକ ପର୍ଯ୍ୟାୟରେ ୨ଶହ ଜଣ ସର୍ଟଲିଷ୍ଟ
– ୨ଶହ ଜଣଙ୍କ ମଧ୍ୟରୁ ଚୟନ ହେବେ ୨୦ଜଣ
– ଏହି ୨୦ଜଣଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ
– ୬ମାସ ତାଲିମ ପରେ ନିଯୁକ୍ତି
– ତାଲିମ ବେଳେ ୨ହଜାର ଟଙ୍କା ଛାତ୍ରବୃତ୍ତି
– ପଣ୍ଡିତମାନେ ଦେବେ ତାଲିମ
– ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ
– ଚୟନ ବେଳେ ପୂଜା ବିଧି ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା
– ସନ୍ଧ୍ୟା ବନ୍ଦନା କ’ଣ? ପ୍ରଶ୍ନ କରାଯାଇଥିଲା
– ସନ୍ଧ୍ୟା ବନ୍ଦନାର କ’ଣ ରହିଛି ବିଧି?
– ପୂଜାବେଳେ କି ମନ୍ତ୍ର କରାଯାଏ ଉଚ୍ଚାରଣ?
– ରାମ ଲାଲାଙ୍କ ପୂଜା ବେଳେ କ’ଣ ମନ୍ତ୍ର ପାଠ କରାଯାଏ?

The post ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । 

କନକ ବ୍ୟୁରୋ : ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବିରୋଧୀ ସମର୍ଥନ ଜଣାଇଥିଲେ । ଉଭୟ କୋଶଳୀ ଓ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୋକପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ ଜଣାଇବା ଦିବଙ୍ଗତ ନେତାଙ୍କ ପାଇଁ ଗୃହରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହର ସମସ୍ତ ସଦସ୍ୟ ।

ଆସନ୍ତା ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ସାଲୁଗା ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

The post ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started