କନକ ନ୍ୟୁଜ୍ ପ୍ରଭାବ ।  ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ । ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି ।

କନକ ବ୍ୟୁରୋ:କନକ ନ୍ୟୁଜ ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥାଇ ପର ଜମିରେ ମୂଲ ଲାଗୁଥିବା ଜାତୀୟ ସ୍ତରୀୟ ମେଡାଲ ହାସଲ କରି ଥିବା ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ  । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବାଣିଆ ଗ୍ରାମର ଦୃଷ୍ଟି ବାଧିତପାରା ଆଥେଲେଟ ଅର୍ଜୁନ ଭତ୍ରାଙ୍କ ବାଣିଆ ଗ୍ରାମ ସ୍ଥିତ ଘରେ ପହଞ୍ଚି ଅର୍ଜୁନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି  ଏବଂ ଅର୍ଜୁନ କିଭଳି ପ୍ରଶାସନ ତରଫରୁ ସହାୟତା କରାଯାଇ ପାରିବ ସେନେଇ ଅର୍ଜୁନ ଓ ତାଙ୍କ ପରିବାର ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଅର୍ଜ୍ଜୁନଙ୍କ ପରିବାରର ଆର୍ôଥକ କିଭଳି ବିକାଶ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି  ।

ଅପରପକ୍ଷରେ ଦୃଷ୍ଟି ବାଧିତ ପାରା ଆଥଲେଟ ଅର୍ଜୁନ ମଧ୍ୟ ତାଙ୍କ ବାବଦ ରେ ଖବର ପ୍ରସାରଣ କରିଥିବାରୁ କନକ ନିୟୁସ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି  । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ଅର୍ଜୁନ ଭତ୍ରା ଜାତୀୟ ସ୍ତରର ପାରା ଆଥଲେଟର ୪୦୦ ମିଟର ଦୌଡରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି, ପର ଘରେ ମଜୁରୀ କାମ କରୁଥିଲେ । ଏନେଇ ଗତ ୧୧ ତାରିଖ ଦିନ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା  ।

The post କନକ ନ୍ୟୁଜ୍ ପ୍ରଭାବ ।  ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ । ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି । first appeared on Kanak News.

from Kanak News
via <a href="https://ifttt.com/?

କାର୍ଲିଫଣ୍ଣିଆରେ ଆମେରିକା ଓ ଚୀନ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ । ଶତ୍ରୁତା କମାଇ ମିତ୍ରତା ଅଭିମୁଖେ ବାଇଡେନ ଓ ଜିନପିଙ୍ଗ । 

କନକ ବ୍ୟୁରୋ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଶତ୍ରୁତା ଭୁଲି ଦୁଇ ଦେଶ ଗୋଟିଏ ଟେବୁଲରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍  ପରସ୍ପର ହାତ ମିଳାଇଛନ୍ତି । ବୁଧବାର କାଲିଫର୍ଣ୍ଣିିଆରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଉଭୟ ନେତା ନିଜ ଦେଶକୁ ବିବାଦରୁ ଦୂରେଇ ରଖିବାକୁ ପ୍ରତିଶୃତି ଦେଇଛନ୍ତି ।

ନିକଟ ଅତୀତରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଅନେକ ବିବାଦ ଉପୁଜିଛି । ବିଶେଷ କରି ତାଇୱାନ ସମ୍ବନ୍ଧରେ, ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଛି । ଏହି ବୈଠକରେ ଉଭୟ ଦେଶର ନେତା ବାଣିଜ୍ୟ, ବିଭିନ୍ନ ପ୍ରସଙ୍ଗରେ ପରସ୍ପର ଲଗାଇଥିବା ପ୍ରତିବନ୍ଧକ ଏବଂ ତାଇୱାନ ବିଷୟରେ ବ୍ୟକ୍ତିଗତ ଆଲୋଚନା କରିଥିଲେ । ବର୍ଷ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିବା ପ୍ରସଙ୍ଗ ଉପରେ ମଧ୍ୟ ବିଶ୍ୱର ଦୁଇ ପ୍ରମୁଖ ନେତା ଆଲୋଚନା କରିଥିଲେ । ବାଇଡେନ ତାଙ୍କ ଅଭିଭାଷଣର ଆରମ୍ଭରେ କହିଥିଲେ ଯେ ଟେନସନ ଦ୍ୱନ୍ଦ୍ୱରେ ପରିଣତ ହେବା ଉଚିତ୍ ନୁହେଁ  । ବୈଠକ ସବୁବେଳେ ସ୍ପଷ୍ଟ ଏବଂ ଉପଯୋଗୀ ହେବା ଆବଶ୍ୟକ । ବିନା କୌଣସି ଭୁଲ ବଝାମଣାରେ ଉଭୟ ନେତା ପରସ୍ପରକୁ ବୁଝିବା ଆବଶ୍ୟକ ।  ସେହିପରି ଚୀନ୍ ରାଷ୍ଟ୍ରପତି କହିଛନ୍ତି ଯେ ଦ୍ୱନ୍ଦ୍ୱ ଏବଂ ମୁକାବିଲା ଉଭୟ ପକ୍ଷ ପାଇଁ ଅସହ୍ୟ ପରିଣାମ ଆଣିପାରେ । ଚୀନ୍ ଏବଂ ଆମେରିକା ପରି ବଡ ଦେଶ ପାଇଁ ପରସ୍ପରଠାରୁ ଦୂରେଇ ରହିବା ବିବାଦର ସମାଧାନ ଦିଗରେ ଏକ ବିକଳ୍ପ ରାସ୍ତା ନୁହେଁ । ବାଇଡେନ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଶେଷ ବ୍ୟକ୍ତିଗତ ସାକ୍ଷାତ ନଭେମ୍ବର ୨୦୨୨ ରେ ବାଲିରେ ହୋଇଥିଲା । ଏହା ପରେ ଆମେରିକା ଚଳିତ ବର୍ଷ ଫେବୃଆରୀରେ ଚାଇନାର ଗୁପ୍ତଚର ବେଲୁନ୍ ଗୁଳି ଚଳାଇବା ପରେ ସମ୍ପର୍କରେ ତିକ୍ତତା ବଢିଥିଲା ।

The post କାର୍ଲିଫଣ୍ଣିଆରେ ଆମେରିକା ଓ ଚୀନ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ । ଶତ୍ରୁତା କମାଇ ମିତ୍ରତା ଅଭିମୁଖେ ବାଇଡେନ ଓ ଜିନପିଙ୍ଗ ।  first appeared on Kanak News.

from Kanak News
via <a href="https://ifttt.com/?

ସମୟ ଗଡୁଛି, ବଢ଼ୁଛି ଆଶଙ୍କା । ୫ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଅଧର୍ଯ୍ୟ ହେଲେ ଶ୍ରମିକଙ୍କ ସର୍ମ୍ପକୀୟ ।

କନକ ବ୍ୟୁରୋ: ୧୦୦ ଘଣ୍ଟ ବିତିଲାଣି । ଉତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଞ୍ଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଆଶା ଉଜ୍ଜୀବିତ ହୋଇଛି । ୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁଁ ବାଟ ବନ୍ଦ ହୋଇଯାଇଛି ।

କେବଳ ଯବାନ ନୁହେଁ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କ ଟିମ୍ କରି ଉଦ୍ଧାର କାମରେ ଲାଗିଛନ୍ତି ।

The post ସମୟ ଗଡୁଛି, ବଢ଼ୁଛି ଆଶଙ୍କା । ୫ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଅଧର୍ଯ୍ୟ ହେଲେ ଶ୍ରମିକଙ୍କ ସର୍ମ୍ପକୀୟ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପର ହେବ ମରାମତି । ସହଯୋଗ ଯୋଗାଇଦେବ ମନ୍ଦିର ପ୍ରଶାସନ, ୧୨୦ ଦିନରେ ଶେଷ ହେବ କାର୍ଯ୍ୟ ।

କନକ ବ୍ୟୁରୋ: ଆଜିଠୁ ପୁରୀ ଜଗମୋହନ ନାଟ ମଣ୍ଡପ ମରାମତି ଆରମ୍ଭ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୫ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲେ ଏଏସଆଇ । ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବରରେ ମାମଲାର ପରର୍ବତୀ ଶୁଣାଣୀ ହେବ । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ ଆମିକସ କ୍ୟୁରୀ ।

The post ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପର ହେବ ମରାମତି । ସହଯୋଗ ଯୋଗାଇଦେବ ମନ୍ଦିର ପ୍ରଶାସନ, ୧୨୦ ଦିନରେ ଶେଷ ହେବ କାର୍ଯ୍ୟ  । first appeared on Kanak News.

from Kanak News
via <a href="https://ifttt.com/?

ବୈଶାଳୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ । ଇଟାୱା ନିକଟରେ ଲାଗିଲା ନିଆଁ । ଦିଲ୍ଲୀରୁ ସହରସା ଯାଉଥିଲା ଟ୍ରେନ୍ । ୧୯ ଯାତ୍ରୀ ଆହତ ।

କନକ ବ୍ୟୁରୋ: ୧୨ ଘଣ୍ଟା ଭିତରେ ଉତ୍ତରପ୍ରଦେଶର ଇଟାୱାର ଦୁଇଟି ଟ୍ରେନ୍ରେ ଅଗ୍ନିକାଣ୍ଡ । ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ । ଦିଲ୍ଲୀରୁ ସହରସା ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍-୬ ବଗିରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିଯିବାରୁ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବା ପରେ ଟ୍ରେନରୁ ଲୋକେ ଡେଇଁ ପଡ଼ିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ସେହିପରି ଗତକାଲି ଦରଭଙ୍ଗା ଏକ୍ସପ୍ରେସରେ ନିଆଁ ଲାଗିବାରୁ ୩ଟି ବଗି ଜଳିଯାଇଥିଲା ।

The post ବୈଶାଳୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ । ଇଟାୱା ନିକଟରେ ଲାଗିଲା ନିଆଁ । ଦିଲ୍ଲୀରୁ ସହରସା ଯାଉଥିଲା ଟ୍ରେନ୍ । ୧୯ ଯାତ୍ରୀ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆ ପାଇଁ ପୁଣି ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେଲେ ସାମି । ପେଶ୍ ଓ ସୁଇଂ ବେଳରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ କଲେ ଘାଇଲା, ୫୭ ରନରେ ନେଲେ ୭ଟି ୱିକେଟ

କନକ ବ୍ୟୁରୋ: ପୁଣି ଟିମ୍ ଇଣ୍ଡିଆ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସାମି । ସେମିଫାଇନାଲରେ କିୱି ବ୍ୟାଟରଙ୍କୁ ନିଜର ଜବରଦସ୍ତ ସୁଇଂ ଓ ପେସ୍ ଦ୍ୱାରା ଘାଇଲା କରିଛନ୍ତି ସାମି । କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ଭାରତକୁ ଦେଇଛନ୍ତି ଜବରଦସ୍ତ ବିଜୟ । ବିଜୟ ସହ ଫାଇନାଲରେ ପହଂଚିଛି ଭାରତ । ୫୭ ରନ୍ ଦେଇ ୭ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ବିଶ୍ୱକପ୍ର ପ୍ରଥମ ଚାରୋଟି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ସାମି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ହେବା ଭାରତ ଓ ତାଙ୍କ ପାଇଁ ବରଦାନ ସଦୃଶ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ପ୍ରତିଫଳନ ଭାରତର ପ୍ରଦର୍ଶନ ଉପରେ ଦେଖିବାକୁ ମିଳିଛି । କେବଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍କୁ ଛାଡ଼ିଦେଲେ ବାକି ୫ଟି ମ୍ୟାଚରେ ୨୩ଟି ୱିକେଟ୍ ନେଇ ବିଶ୍ୱକପରେ ଟପ୍ ୱିକେଟ୍ ଟେକର ବନିଛନ୍ତି ସାମି । ଏଥିସହ ଭାରତ ପକ୍ଷରୁ ବିଶ୍ୱକପରେ ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ କରିଛନ୍ତି ସାମି । ୨୦୧୧ ସଂସ୍କରଣରେ ଜାହିର ଖାନ୍ ୨୧ ୱିକେଟ୍ ନେଇଥିଲେ । କିନ୍ତୁ ସାମି ମାତ୍ର ୬ଟି ମ୍ୟାଚ୍ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଚଳିତ ବିଶ୍ୱକପ୍ରେ ସାମି ଏପର୍ଯ୍ୟନ୍ତ ତିନି ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି । ହାର୍ଦ୍ଦିକଙ୍କ ଆହତ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ ପାଇଥିଲେ ସାମି । ଆଉ ଏହି ମ୍ୟାଚ୍ରେ ୫ ୱିକେଟ୍ ନେଇ ଦମ୍ ଦେଖାଇଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୪ ୱିକେଟ୍, ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ ୱିକେଟ୍ ନେଇଥିଲେ ସାମି । ଫାଇନାଲ୍ରେ ପୁଣିଥରେ ସାମିଙ୍କ ଠାରୁ ଆଉଏକ ମ୍ୟାଚ୍ ବିଜୟୀ ସ୍ପେଲ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ପ୍ରେମୀ ଆଶା ରଖିଛନ୍ତି ।

The post ଟିମ୍ ଇଣ୍ଡିଆ ପାଇଁ ପୁଣି ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେଲେ ସାମି । ପେଶ୍ ଓ ସୁଇଂ ବେଳରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ କଲେ ଘାଇଲା, ୫୭ ରନରେ ନେଲେ ୭ଟି ୱିକେଟ first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ସହ ବିଶ୍ୱକପ୍ ଫଇନାଲରେ ଭାରତ ।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ମୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଐତିହାସିକ ବିଜୟରେ ବିରାଟ କୋହଲି, ଶ୍ରେୟସ ଆୟାର ଓ ମହମ୍ମଦ ସାମିଙ୍କ ପ୍ରମୁଖ ଭୂମିକା ରହିଥିଲା । କୋହିଲ ଓ ଆୟାର ଶତକ ମାରିଥିବାବେଳେ ସାମି ୭ଟି ୱିକେଟ ନେଇଥିଲେ । ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା । ଆଉ ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ବଦଲା ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ କରିଥିଲା ୩୯୭ ରନ ।

ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ ପୁଣିଥରେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ରୋହିତ୍ ଓ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । ରୋହିତ୍ ୨୯ ବଲର ସାମ୍ନା କରି ୪ ଚୌକା ଓ ୪ ଛକା ମାରିଥିଲେ । ଗିଲ୍ ମଧ୍ୟ ଆଉଏକ ଅର୍ଦ୍ଧଶତକ ମାରିଥିଲେ । ରୋହିତ ଆଉଟ୍ ହେବା ପରେ ଗିଲ୍ ଓ କୋହଲି, କିୱି ବୋଲରଙ୍କୁ ଆକ୍ରମଣ ଜାରି ରଖିଥିଲେ । ତେବେ ଦଳର ସ୍କୋର ୧୬୪ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଗିଲ୍ । ଗିଲ୍ଙ୍କ ପରେ କୋହଲି ଓ ଶ୍ରେୟସ ଆୟର ରନ୍ ଗତି ଜାରି ରଖିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୬୩ ରନ୍ ଯୋଡ଼ିଥିଲେ । ଏହାରି ଭିତରେ କୋହଲି ନିଜର ୫୦ତମ ଏବଂ ଆୟର ନିଜର ପଂଚମ ଶତକ ପୂରଣ କରିଥିଲେ । ଶତକ ମାରିବା ପରେ ଆଉଟ ହୋଇଥିଲେ କୋହଲି । କୋହଲି ୧୧୩ ବଲର ସାମ୍ନା କରି ୧୧୭ ରନ୍ କରିଥିଲେ । ଆୟର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ । ସେ ମାତ୍ର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ । ଲୋକେଶ ରାହୁଲ ୨୦ ବଲରେ ଦ୍ରୁତ ୩୯ ରନ୍ କରି ଭାରତକୁ ୩୯୭ ରନ୍ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦୀ ୩ଟି ୱିକେଟ୍ ନେଇଛନ୍ତି । ୩୯୮ ରନର ପିଛା କରି ନ୍ୟୁଜିଲାଣ୍ଡ ଶୀଘ୍ର ୨ ୱିକେଟ ହରାଇଥିଲା । ଆଉ ଦୁଇଟି ଯାକ ୱିକେଟ ମହମ୍ମଦ ସାମି ନେଇଥିଲେ । ଦୁଇ ୱିକେଟ ଯିବା ପରେ ଅଧିନାୟକ କେନ ଓି୍ୱଲିୟମସ ଓ ଡେରିଲ ମିଚେଲ ଯୋଡି ୧୪୯ ବଲରେ ୧୮୧ ରନ କରିଥିଲେ । ୩୩ ଓଭରରେ ସାମି ଓି୍ୱଲିୟମସଙ୍କ ୱିକେଟ ନେଇଥିଲେ । ୨୨୦ ରନରେ ନ୍ୟୁଜିଲାଣ୍ଡର ୪ ୱିକେଟ ଯିବା ପରେ ଭାରତର ପଲ୍ଲା ଭାରି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲା । ଶତକ କରି ବ୍ୟାଟିଂ କରୁଥିବା ମିଚେଲଙ୍କ ୱିକେଟ ବି ସାମି ନେଇଥିଲେ । ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା ।

The post ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ସହ ବିଶ୍ୱକପ୍ ଫଇନାଲରେ ଭାରତ । first appeared on Kanak News.

from Kanak News
via <a href="https://ifttt.com/?

ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ବହିବ ପବନ ।

କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଦକ୍ଷିଣପୂର୍ବ ପାଶ୍ୱର୍ବର୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆଜି ୨୦ରୁ ଅଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପବନର ବେଗ ଘଂଟା ପ୍ରତି ୫୦ରୁ ୭୦  କିଲୋମିଟର ରହିବ । ସେଥିପାଇଁ ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଫଳରେ ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି ।

ଲଘୁଚାପ ଗଭୀର ଅବପାତର ରୂପ ନେଇ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବ । ପରେ ଉତରପଶ୍ଚିମ ଦିଗରେ ଗତି କରି ଆଜି ପଶ୍ଚିମକେନ୍ଦ୍ରୀୟ-ବଙ୍ଗୋପସଗର ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳମୁହାଁ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଦିଗ ପରିବର୍ତନ ସହ ଉତର-ଉତର-ପୂର୍ବ ଦିଗରେ ଗତି ୧୭ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପୁରୀ, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ଭଦ୍ରକ,  ଯାଜପୁର, ବାଲେଶ୍ୱର, ଗଜପତି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ  କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୭ ତାରିଖରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏବେ ଯେପରି ଶୀତ ଜାରି ରହିଛି, ଆଗାମୀ ୪ରୁ ୫ ଦିନ ଏପରି ଶୀତ ଅନୁଭୂତ ହେବ ।

The post ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ବହିବ ପବନ  । first appeared on Kanak News.

from Kanak News
via <a href="https://ifttt.com/?

ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ

କନକ ବ୍ୟୁରୋ: ୨୦୨୩ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ଆଜି ୭୦ ରନରେ ହରାଇ ଭାରତ ଫାଇନାଲ ଟିକେଟ ହାସଲ କରିଛି । ମହମ୍ମଦ ସାମିଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଛି ନ୍ୟୁଜିଲାଣ୍ଡ ଦଳ । ସାମି ୭ ୱିକେଟର ସଫଳତା ହାସଲ କରିଛନ୍ତି । ତେବେ ଭାରତ ଏବେ ୧୯ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳିବ ।

ଏହି ମ୍ୟାାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତର ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ୧୧୭, ଶ୍ରେୟାସ ଆୟର ୧୦୫, ଶିଭମନ ଗିଲ ୮୦ ଓ ରୋହିତ ଶର୍ମା ୪୭ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିବାରେ ସଫଳ ହୋଇଥିଲା ।

୩୯୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ । ଭଲ ପ୍ରଦର୍ଶନ କରିଥିଲା । ୱିଲିୟମନସନ ଓ ଡ୍ୟାରେଲ ମିଚେଲଙ୍କ ଯୋଡି ଭାରତକୁ ଚିନ୍ତାରେ ପକାଇଥିଲା । ହେଲେ ସାମିଙ୍କ ବୋଲିଂ ଆଗରେ କେହି ତିଷ୍ଠି ପାରିନଥିଲେ । ୪୮ ଓଭର ୫ ବଲ ଖେଳି ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ ହୋଇଯାଇଥିଲା ।

The post ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ଜୋରଦାର ହେଇଛି ନିର୍ବାଚନୀ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେବିୱେଟ୍ ଚେହେରା । ଶେଷଦିନରେ ଉଭୟ ଦଳ ନିଜ ସବୁ ଶକ୍ତି ଲଗାଇ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅଶୋକ ଗେହଲଟ ପ୍ରଚାର କରିଥିବା ବେଳେ ବିଜେପିରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଛତିଶଗଡର ବେମେଟରାରେ ଆୟୋଜିତ ଏକ ସାଧାରଣ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଯଦି ତାଙ୍କ ସରକାର ଫେରନ୍ତି, ତେବେ କେଜିରୁ ପିଜି ଯାଏଁ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଯୋଗାଇ ଦିଆଯିବ । ଏଥିସହ ପ୍ରତିବର୍ଷ ରାଜ୍ୟ ମହିଳାଙ୍କୁ ରାଜ୍ୟସରକାର ପକ୍ଷରୁ ୧୫ ହଜାର ଟଙ୍କା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ।

The post ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started