ଭାବୁଛୁ ସାମି ଗିରଫ ହୋଇନଥିବେ, କାହିଁକି ଦିଲ୍ଲୀ ପୋଲିସ କଲା ଏମିତି ପୋଷ୍ଟ? ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ଘାତକ ବୋଲିଂ କରି ଭାରତକୁ ଫାଇନାଲ ଟିକେଟ ଭେଟି ଦେଇଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ହାସଲ କରି ଭାରତକୁ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚାଇଛନ୍ତି ସାମି । ଏଭଳି ଦମଦାର ବୋଲିଂ ପାଇଁ ପୂରା ବିଶ୍ୱ ସାମିଙ୍କ ପ୍ରଂଶସାରେ ଶତମୁଖ । ପ୍ରତିଟି ଭାରତୀୟଙ୍କ ମୁହଁରେ ସାମିଙ୍କ ବୋଲିଂକୁ ନେଇ ପ୍ରଂଶସା । କିନ୍ତୁ ଏହି ପ୍ରଂଶସା ଭିତରେ ଦିଲ୍ଲୀ ପୋଲିସର ସୋସିଆଲ ମିଡ଼ିଆ ପୋଷ୍ଟ କିଛି ସମୟ ପାଇଁ ସମସ୍ତଙ୍କୁ ଚକିତ କରିଥିଲା । ଭାରତର ମ୍ୟାଚ୍ ବିଜୟ ପରେ ଦିଲ୍ଲୀ ପୋଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲା, ଭାବୁଛୁ ମୁମ୍ବାଇ ପୋଲିସ ଏଭଳି ଆକ୍ରମଣ ପାଇଁ ମହମ୍ମଦ ସାମିଙ୍କୁ ଗିରଫ କରିନଥିବ । ଏହି ପୋଷ୍ଟ ଦେଖି କ୍ରିକେଟପ୍ରେମୀ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ସାମି ଏମିତି କାହାକୁ ଆକ୍ରମଣ କଲେ ଯେ, ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କଥା ଉଠିଲାଣି । କିନ୍ତୁ ପରେ ଜଣାପଡିଥିଲା ଯେ, ଦିଲ୍ଲୀ ପୋଲିସ ଏଭଳି ପୋଷ୍ଟ ସାମିଙ୍କ ପ୍ରଂଶସାରେ କରିଥିଲା ଏବଂ ତାହା ବି ପୁଣି ନିଆରା ଅନ୍ଦାଜରେ ।

ଦିଲ୍ଲୀ ପୋଲିସର ଏହି ପୋଷ୍ଟର ଜବାବ ମୁମ୍ବାଇ ପୋଲିସ ମଜାଳିଆ ଅନ୍ଦାଜରେ ଦେବା ସହ ଲେଖିଛି, ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରାଇଥିବା ଧାରା ସାମିଙ୍କ ବିରୋଧରେ ଲଗାଇନାହାନ୍ତି ଏବଂ ସହ-ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇନାହାନ୍ତି । ମୁମ୍ବାଇ ପୋଲିସର ଏହି ଇସାରା ସାମିଙ୍କ ସମେତ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା କୋହଲି, ଆୟର, ଶୁଭମନ ଗିଲଙ୍କ ଆଡକୁ ଥିଲା । ଯେଉଁମାନଙ୍କୁ ପ୍ରଂଶସା କରିବାକୁ ଦିଲ୍ଲୀ ପୋଲିସ ଭୁଲିଯାଇଥିଲା । ତେବେ ଏହି ପୋଷ୍ଟ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ ୟୁଜର୍ସ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିଲା ।

https://platform.twitter.com/widgets.jsନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ସାମିଙ୍କ ୭ ୱିକେଟ ଭାରତକୁ ଫାଇନାଲ ଟିକେଟ ଆଣିଦେଇଥିଲା । କାରଣ ଯେଉଁଭଳି ଢଙ୍ଗରେ ନ୍ୟୁଜିଲାଣ୍ଡର ୱିଲିୟମସନ ଓ ମିଚେଲ ବ୍ୟାଟିଂ କରୁଥିଲେ ଲାଗୁଥିଲା ଭାରତ ହାତରୁ ମ୍ୟାଚ୍ ଖସି ଯାଇପାରେ । ଉଭୟଙ୍କ ମଧ୍ୟରେ ୧୮୧ ରନର ପାର୍ଟନରସିପ ମଧ୍ୟ ହୋଇ ସାରିଥିଲା । ଭାରତୀୟ ପ୍ରଂଶସକ ଧୀରେ ଧୀରେ ଆଶା ହରାଉଥିବା ବେଳେ ୱିଲିୟମସନଙ୍କ ୱିକେଟ ନେଇ ପୁଣିଥରେ ମ୍ୟାଚକୁ ଫେରିଥିଲା ଟିମ୍ ଇଣ୍ଡିଆ । ଏହାପରେ ସାମିଙ୍କୁ ଅଟକାଇବା ଆଉ ସମ୍ଭବ ନଥିଲା । ନ୍ୟୁଜିଲାଣ୍ଡର ଖେଳାଳୀଙ୍କୁ କ୍ରିଜରେ ବେଶି ସମୟ ତିଷ୍ଠିବାକୁ ସମୟ ଦେଇନଥିଲେ ସାମି । ଜଣକ ପରେ ଜଣେ କିୱି ଖେଳାଳୀଙ୍କ ଶିକାର କରି ୭ଟି ୱିକେଟ ହାତେଇ ଭାରତର ବିଜୟରେ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସାମି । ଚଳିତ ବିଶ୍ୱକପରେ ସାମି ଏବେସୁଦ୍ଧା ସର୍ବାଧିକ ୱିକେଟ ହାସଲ କରିଛନ୍ତି । ୬ଟି ମ୍ୟାଚରୁ ଏବେସୁଦ୍ଧା ସାମି ୨୩ଟି ୱିକେଟ ହାସଲ କରିଛନ୍ତି ।

The post ଭାବୁଛୁ ସାମି ଗିରଫ ହୋଇନଥିବେ, କାହିଁକି ଦିଲ୍ଲୀ ପୋଲିସ କଲା ଏମିତି ପୋଷ୍ଟ? ଜାଣନ୍ତୁ ପୂରା ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଜନ୍ମମାଟିକୁ ଆସିବେ ମହାମହିମ ରାଷ୍ଟ୍ରପତି । ଚଳଚଞ୍ଚଳ ସମଗ୍ର ଜିଲ୍ଲା ।

କନକ ବ୍ୟୁରୋ: ନିଜ ଜନ୍ମମାଟିକୁ ଆସିବେ ମହାମହିମ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଜିଲ୍ଲା । ଏହା ମହାମହିମଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ । ଆସନ୍ତା ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ସହିଦ ସ୍ମୁତିଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଆଗମନ ଖବର ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ ।

ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି ପୂର୍ବ ଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୨୦ ତାରିଖ ଦିନ ସକାଳ ୧୦ଟା ୪୫ ମିନିଟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ବାୟୁସେନାର ସ୍ୱତନ୍ତ୍ର ଏରୋପ୍ଲେନ୍ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡାରେ ପହଂଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ବାହାରି ବାରିପଦା ସ୍ଥିତ ହେଲିପ୍ୟାଡରେ ପଦାର୍ପଣକରିବେ । ୨ଟା ୨୦ ରୁ ୩ଟା ୩୫ ପର୍ଯ୍ୟନ୍ତ ବାରିପଦା ଶହୀଦ ସ୍ମୃତିଭବନ ଠାରେ ପହଂଚି ଏହି ସାନ୍ତାଳୀ ଲେଖକ ସଙ୍ଘର ବାର୍ଷିକ ସମ୍ମୀଳନୀରେ ଯୋଗ ଦେଇ ଉଦବୋଧନ ଦେବେ ମହାମହିମ ଶ୍ରୀମତୀ ମୁର୍ମୁ ।

The post ପୁଣି ଜନ୍ମମାଟିକୁ ଆସିବେ ମହାମହିମ ରାଷ୍ଟ୍ରପତି । ଚଳଚଞ୍ଚଳ ସମଗ୍ର ଜିଲ୍ଲା । first appeared on Kanak News.

from Kanak News
via <a href="https://ifttt.com/?

ଭାରତ ସହ ଶତ୍ରୁତା କରି ଫସିଗଲେ ଟ୍ରୁଡୋ :  ନିଜ ଦଳ ଭିତରେ ହେଲେ ବିରୋଧର ଶିକାର

ଭାରତ ସହ କଳହକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଏବେ ବିପଦରେ । ଦେଶରେ ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ​​ବିରୋଧୀ ଦଳ ଠାରୁ ପଛରେ ପଡିଥିବାରୁ  ଥିବାରୁ ତାଙ୍କ ନିଜ ଦଳ ଭିତରୁ କାନାଡା ପ୍ରଧାନମନ୍ତ୍ରୀ ବିରୋଧର ଶିକାର ହେଇଛନ୍ତି । ଭାରତ ସହ ମତଭେଦ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଅସୁବିଧାରେ ଥିବା ଜଣାପଡିଛି । ​​ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ଦଳର ବିଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି ନିଜ ଦଳ ।  କାରଣ ଟ୍ରୁଡୋ ନିର୍ବାଚନରେ ​​ବିରୋଧିଦଳ ଠାରୁ ପଛରେ ଅଛନ୍ତି ।

ସର୍ଭେରୁ ଜଣାପଡିଛି ଯେ କାନାଡାରେ କଞ୍ଜରଭେଟିଭ ପାର୍ଟି ୧୦ ରୁ ୧୫ ପଏଣ୍ଟରେ ଆଗୁଆ ରହିଛି । ଯଦି ନିର୍ବାଚନରେ ​​ଏହି ସଂଖ୍ୟାଗୁଡିକ ସଠିକ୍ ପ୍ରମାଣିତ ହୁଏ, ତେବେ ବିରୋଧୀ ଏକ ବୃହତ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଟ୍ରୁଡୋଙ୍କ ନିଜ ରାଜନୈତିକ ଦଳର ସଦସ୍ୟମାନେ ତାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କରି ଦେଇଛନ୍ତି ।

ଆଗୁଆ ଅଛି ବିରୋଧୀ ଦଳ

ଜଷ୍ଟିନ ଟ୍ରୁଡୋ ୨୦୧୫ ଠାରୁ କାନାଡାର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଗତ କିଛି ମାସ ମଧ୍ୟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ପିଆର ପୋଏଲିଭ୍ରେଙ୍କ କଞ୍ଜରଭେଟିଭ ପାର୍ଟି ୧୦ ରୁ ୧୫ ପଏଣ୍ଟରେ ଆଗୁଆ ରହିଛି ଏବଂ ପ୍ରାୟ ସବୁ ସ୍ଥାନରେ ଆଗରେ ରହିଛି । ଯଦି ନିର୍ବାଚନରେ ​​ଏହି ସଂଖ୍ୟା ସଠିକ୍ ପ୍ରମାଣିତ ହୁଏ, ତେବେ ୪୪ ବର୍ଷୀୟ ବିରୋଧୀଦଳ ନେତା ବହୁ ସଂଖ୍ୟାରେ ଜିତି ଟ୍ରୁଡୋ ସରକାରଙ୍କୁ ପରାସ୍ତ କରି ଶାସନ କ୍ଷମତା ଦଖଲ କରିବେ । ଲିବରାଲ୍ ପାର୍ଟିର ଏହି ପତନର କାରଣ ହେଉଛି ଦେଶର ମାନ୍ଦା ଅର୍ଥନୀତି ଏବଂ ଟ୍ରୁଡୋ ପ୍ରତି ଭୋଟରଙ୍କ ନିରୁତ୍ସାହତା ।

ମୁଦ୍ରାସ୍ଫୀତି ବୃଦ୍ଧି

କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ତଥା ଟ୍ରୁଡୋଙ୍କ ପ୍ରତିଦ୍ୱନ୍ଦ୍ୱୀ ପିଆର ପୋଏଲିଭ୍ରେ ସଫଳତାର ସହ କାନାଡିୟମାନଙ୍କ କ୍ରୋଧକୁ ମାପି ପାରିଛନ୍ତି ଏବଂ “ଜଷ୍ଟଫ୍ଲେସନ” ନାମକ ଶବ୍ଦକୁ ପ୍ରସ୍ତୁତ କରି ଜନସାଧାରଣଙ୍କ  ଜୀବନଧାରଣର ମାନ ବୃଦ୍ଧି ଉପରେ ଧ୍ୟାନ ଦେଇଛନ୍ତି । ଏଥିପାଇଁ ପୋଇଲିଭ୍ରେ ସୋସିଆଲ ମିଡିଆକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି ।  ଟ୍ରୁଡୋ ଏବଂ ତାଙ୍କ ପରାମର୍ଶଦାତା ଖୋଲାଖୋଲି ଭାବେ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା ଦେବାର କୌଣସି ଯୋଜନା ନାହିଁ । ତେବେ ତାଙ୍କ ନିକଟବର୍ତ୍ତୀ ଲୋକମାନେ ବିଶ୍ୱାସ କରନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଟ୍ରୁଡୋ ସରକାରଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିପାରେ ।ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଜବାବ

କାନାଡାର ପ୍ରଧାନମନ୍ତ୍ରୀଙ୍କ ଆରୋପର ଜବାବରେ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି ଆମେ କାନାଡାର ଲୋକମାନଙ୍କୁ କହିବାକୁ ଚାହୁଁଛୁ କିଏ ସେଠାକାର ରାଜନୀତି ହିଂସକ ଚରମପନ୍ଥୀ ଏବଂ ସେହିପରି ରାଜନୈତିକ ବିଚାରକୁ ପ୍ରଶୟ ଦେଉଛି । ଯେଉଁମାନେ ହିଂସାତ୍ମକ ଉପାୟ ମାଧ୍ୟମରେ ଭାରତରେ ଚାଲିଥିବା  ବିଚ୍ଛିନ୍ନତାବାଦକୁ ସମର୍ଥନ କରନ୍ତି । ଏହି ଲୋକମାନେ କାନାଡା ରାଜନୀତିରେ ସମାୟିତ ହୋଇଛନ୍ତି । ସେମାନଙ୍କୁ ତାଙ୍କ ମତ ବ୍ୟକ୍ତ  କରିବାକୁ ସ୍ୱାଧୀନତା ଦିଆଯାଇଛି । ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ସହିତ ଆସିଥାଏ । ସେହି ସ୍ୱାଧୀନତାର ଅପବ୍ୟବହାର କରିବା ଏବଂ ରାଜନୈତିକ ଉଦ୍ଦେଶ୍ୟରେ ସେହି ଅପବ୍ୟବହାରକୁ ସହ୍ୟ କରିବା ଅତ୍ୟନ୍ତ ଭୁଲ ହେବ ।  ଯଦି ଆପଣଙ୍କର ଏପରି ଅଭିଯୋଗ କରିବାର କୌଣସି କାରଣ ଅଛି ତେବେ ଦୟାକରି ପ୍ରମାଣ ଆମକୁ ଦିଅନ୍ତୁ ।  ଆମେ ତଦନ୍ତକୁ ମନା କରୁନାହୁଁ ।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏହି ଅଭିଯୋଗ ଆଣିଛନ୍ତି

ନିକଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଜଣେ କାନାଡା ନାଗରିକଙ୍କ ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ପୃକ୍ତି ବିଷୟରେ ଆମେ ଜାଣିବାକୁ ପାଇଛୁ । ଆମର ବିଶ୍ୱାସ କରିବାର ଗମ୍ଭୀର କାରଣ ଅଛି ଯେ ତାଙ୍କ ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟମାନେ ଜଡିତ ଥାଇପାରନ୍ତି । ଏହି ଅଭିଯୋଗ ସହିତ ଆମେ ଭାରତ ପାଖରେ ପହଁଚିଲୁ ଏବଂ ଏହି ସମସ୍ୟାର ତଦନ୍ତ ପାଇଁ ସେମାନଙ୍କ ସହଯୋଗ ମାଗିଥିଲୁ ।

The post ଭାରତ ସହ ଶତ୍ରୁତା କରି ଫସିଗଲେ ଟ୍ରୁଡୋ :  ନିଜ ଦଳ ଭିତରେ ହେଲେ ବିରୋଧର ଶିକାର first appeared on Kanak News.

from Kanak News
via <a href="https://ifttt.com/?

କାଳ ହେଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି ।

କନକ ବ୍ୟୁରୋ: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାର ଅଞ୍ଜନ ପାଢୀ କିଛି ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ ଟଙ୍କା ଫେରାଇବାକୁ ବାରମ୍ବାର କହୁଥିଲେ । ଫଳରେ କାଲି ରାତିରେ ତାଙ୍କ ଘରେ ପଶି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

The post କାଳ ହେଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟାର ରୂପ ନେଇପାରେ ଅବପାତ । ଘନୀଭୂତ ହୋଇ ୧୮ ତାରିଖ ସକାଳେ ମୋଙ୍ଗଲା ଓ ଖେପୁପରା ନିକଟରେ କରିପାରେ ସ୍ଥଳଭାଗ ଅତିକ୍ରମ ।

କନକ ବ୍ୟୁରୋ: ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ୧୮ ତାରିଖ ସକାଳ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ହେଲେ ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଉତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

The post ବାତ୍ୟାର ରୂପ ନେଇପାରେ ଅବପାତ । ଘନୀଭୂତ ହୋଇ ୧୮ ତାରିଖ ସକାଳେ ମୋଙ୍ଗଲା ଓ ଖେପୁପରା ନିକଟରେ କରିପାରେ ସ୍ଥଳଭାଗ ଅତିକ୍ରମ । first appeared on Kanak News.

from Kanak News
via <a href="https://ifttt.com/?

ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର ।

କନକ ବ୍ୟୁରୋ: ସ୍ପଞ୍ଜ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର । ରାଉରକେଲା ଆଇଡିସି କଳୁଙ୍ଗା ଶିଳ୍ପାଚଂଳରେ ଥିବା ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

The post ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଆଉ ମିଳିବ ତ ସାହାରା ଟଙ୍କା? ସାହାର ଗ୍ରୁପ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରୀ  । ସେବି ପାଖରେ ପଡିରହିଛି ୨୫ ହଜାର କୋଟି 

କନକ ବ୍ୟୁରୋ: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରି । ସେବି ପାଖରେ ଥିବା ସାହାରା ଗ୍ରୁପର ୨୫ ହଜାର କୋଟି ଟଙ୍କା କାହାକୁ ଦିଆଯିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଟଙ୍କାର କେହି ଦାବିଦାର ନଥିବା ବେଳେ କିପରି ଜମାକାରି ଟଙ୍କା ଫେରିପାଇବେ ତାକୁ ନେଇ ନେଇ ଆଲୋଚନା ହେଉଛି ।

ସାହାରା ଗ୍ରୁପ ବିଭିନ୍ନ ଯୋଜନା ଜରିଆରେ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିବା ବେଳେ କୋର୍ଟରେ ଏବେ ମାମଲା ଚାଲିଛି । ୨୦୧୧ ରେ ସେବି ସାହାରା ଗ୍ରୁପର ସଂସ୍ଥା ସାହାରା ଇଣ୍ଡିଆ ରିୟଲ ଟେଷ୍ଟ କୋଅପରେସନ ଏବଂ ସାହାରା ହାଉସିଂ ଇନଭେଷ୍ଟମେଂଟ କୋଅପରେସନକୁ ଜମାକାରିଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ସେବିର ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସହ ଏନଫୋର୍ସମେଂଟ ସେଲ ଗଠନ କରିଥିଲେ । କିପରି ଜମାକାରୀ ଟଙ୍କା ଫେରିପାଇବେ ତାର ଦାୟୀତ୍ୱ ଏନଫୋର୍ସମେଂଟ ସେଲକୁ ଦିଆଯାଇଥିଲା ।

ତେବେ ଗତ ମାର୍ଚ୍ଚ ୩୧ ତାରିଖରେ ସାହାରା ଗ୍ରୁପର ଦୁଇଟି ସଂସ୍ଥା ପକ୍ଷରୁ ୨୫ ହଜାର କୋଟି ଟଙ୍କା ଜାତୀୟକରଣ ବ୍ୟାଙ୍କରେ ଜମା କରାଯାଇଥିଲା । ସେବିର ସୂଚନା ମୁତବାକ ୨୦ ହଜାର ଜମାକାରି ଟଙ୍କା ଫେରିପାଇବା ପାଇଁ ଆବେଦନ କରିଛନ୍ତି । ସେଥିରୁ ଟଙ୍କା ଫେରିପାଇବା ପାଇଁ ୧୭ ହଜାର ଜମାକାରୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ମୋଟ ୧୩୮ କୋଟି ଟଙ୍କା ଫେରସ୍ତ କରାଯିବ ।  ଟଙ୍କା ଫେରିପାଇବାକୁ ଆବେଦନ କରିଥିବା ବାକି ଜମାକାରୀଙ୍କ ଆବେଦନ ରେକଡପତ୍ର ନଥିବା ଯୋଗୁ ଖାରଜ ହୋଇଛି । ତେବେ ବାକି ୨୪ ହଜାର ୧୩୮ କୋଟି ଟଙ୍କା କାହାର, କାହାକୁ ଏହି ଟଙ୍କା ଫେରାଯିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏହି ଟଙ୍କା ସରକାରଙ୍କ ପାଖକୁ ଯିବ ବୋଲି କହିଛନ୍ତି ସେବିର ପୂର୍ବତନ ରେଗୁଲେଟର ।

The post ଆଉ ମିଳିବ ତ ସାହାରା ଟଙ୍କା? ସାହାର ଗ୍ରୁପ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରୀ  । ସେବି ପାଖରେ ପଡିରହିଛି ୨୫ ହଜାର କୋଟି  first appeared on Kanak News.

from Kanak News
via <a href="https://ifttt.com/?

ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ବ୍ୟାଙ୍କକୁ ଗୁରୁଣ୍ଡିଗୁରୁଣ୍ଡି ୩୦ କିମି ବାହାରିଲେ ବୃଦ୍ଧା ଟେରେସା ବର୍ଲା ।

କନକ ବ୍ୟୁରୋ: ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଲେ ସାମ୍ବାଦିକ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୁତ୍ରା ଅଞ୍ଚଳରେ ।

୮୬ ବର୍ଷୀୟ ବୃଦ୍ଧା ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଧଡ଼ିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।

The post ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ବ୍ୟାଙ୍କକୁ ଗୁରୁଣ୍ଡିଗୁରୁଣ୍ଡି ୩୦ କିମି ବାହାରିଲେ ବୃଦ୍ଧା ଟେରେସା ବର୍ଲା । first appeared on Kanak News.

from Kanak News
via <a href="https://ifttt.com/?

ଗାଜା ଗସ୍ତ ବେଳେ କାର୍‌ ଦୁର୍ଘଟଣାରେ ‘ୟୁନିସେଫ୍‌’ ମୁଖ୍ୟ ଆହତ; ବାତିଲ ‌କଲେ ଇସ୍ରାଏଲ୍‌ ଗସ୍ତ

କନକ ବ୍ୟୁରୋ: ଗାଜା ଷ୍ଟ୍ରିପ୍‌ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍‌’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ କ୍ୟାଥେରାଇନ୍‌ ରସେଲ୍‌ ଇଜିପ୍ଟରେ କାର୍‌ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍‌’ର ଜଣେ ମୁଖପାତ୍ର କହିଛନ୍ତି।

‘ୟୁନିସେଫ୍‌’ର ଗଣମାଧ୍ୟମ ମୁଖ୍ୟ କର୍ଟିସ୍‌ କୁପର୍‌ କହିଛନ୍ତି, ଆମର ମନେ ହୁଏ ରାଫା ଯିବା ବାଟରେ କାର୍‌ଟି ରାସ୍ତାରେ ଥିବା ବଡ଼ ଗର୍ତ୍ତରେ ପଡ଼ିଛି। କିଂବା ସେ ଗର୍ତ୍ତକୁ ଏଡ଼ାଇବାକୁ ଉଦ୍ୟମ କରାଯାଉଥିବା ବେଳେ କାର୍‌ଟି ଗଭୀର ଖାଇକୁ ଖସି ପଡ଼ି କଡ଼େଇ ହୋଇ ଓଲଟି ପଡ଼ିଛି। ଫଳରେ ରସେଲ୍‌ କ୍ଷତବିକ୍ଷତ ହୋଇଯାଇଛନ୍ତି। ତାଙ୍କୁ ଖୁବ୍‌ ଆଶ୍ୱସ୍ତି ଲାଗୁଥିଲେ ବି କ୍ଷତ ସେତେ ସାଙ୍ଘାତିକ ନୁହେଁ ବୋଲି ଜଣାପଡ଼ିଛି।

The post ଗାଜା ଗସ୍ତ ବେଳେ କାର୍‌ ଦୁର୍ଘଟଣାରେ ‘ୟୁନିସେଫ୍‌’ ମୁଖ୍ୟ ଆହତ; ବାତିଲ ‌କଲେ ଇସ୍ରାଏଲ୍‌ ଗସ୍ତ first appeared on Kanak News.

from Kanak News
via <a href="https://ifttt.com/?

ଗଭୀର ଅବପାତର ରୂପ ନେଲା ଲଘୁଚାପ । ଶନିବାର ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ କରିବ ଅତିକ୍ରମ, ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏବେ ଏହା ନିଜ ଗତିପଥ ବଦଳାଇ ଉତର-ଉତର ପୂର୍ବ ଦିଗରେ ଆଗକୁ ବଢିବ । ୧୮ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଧ୍ୟରେ ଅତିକ୍ରମ କରିବ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

The post ଗଭୀର ଅବପାତର ରୂପ ନେଲା ଲଘୁଚାପ । ଶନିବାର ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ କରିବ ଅତିକ୍ରମ, ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started