ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମର ଛାନଭିନ । ଘଟଣା ସ୍ଥଳରୁ ମିଳିଲା ୨ଟି ଖୋକା

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ ଏନକାଉଂଟର କରିଥିବା ସିମୁଳିଆର ଘଟଣା ସ୍ଥଳରେ ପହଂଚିଛି ସାଇଂଟିଫିକ ଟିମ୍ । ଛାନଭିନ ବେଳେ ଘଟଣା ସ୍ଥଳରୁ ମିଳଛି ୨ଟି ଖୋକା । ଅର୍ଥାତ ଗୁଳି ଫୁଟିବା ପରେ ଏହାର ଖୋଳ ଘଟଣା ସ୍ଥଳରେ ପଡ଼ିଥିଲା ।
ତେବେ ଆଉ କିଛି ଖୋକା ପଡ଼ିଛି କି ନାହିଁ ସେନେଇ ଛାନଭିନ କରୁଛି ସାଇଂଟିଫିକ ୍ଟିମ୍ । ଘଟଣା ସ୍ଥଳରେ ଏସଡିପିଓଙ୍କ ସହ ସାଇଂଟିଫିକ ଟିମ ପହଂଚି ଜୋରଦାର ତଲାସି ଚଳାଇଛନ୍ତି । ଗତକାଲି ଠିକ୍ ଏହି ସ୍ଥାନରେ କୁଖ୍ୟାଦ ଗ୍ୟାଙ୍ଗଷ୍ଟରକୁ ପୋଲିସ ଏନକାଉଣ୍ଟର କରିଥିଲା । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବ । ଶବ ବ୍ୟବଛେଦ ସରିବା ପରେ ପରିବାର ସଦଶ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ।

from Kanak News
via <a href="https://ifttt.com/?

ସୋମବାରରୁ ଦିଲ୍ଲୀରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ସଂପୂର୍ଣ୍ଣ କ୍ଷମତାରେ ଯାତ୍ରା କରି ପାରିବେ ଯାତ୍ରୀ, ଏପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ, ମଲଟିପ୍ଲେକ୍ସ ଓ ଥିଏଟର ।

କନକ ବ୍ୟୁରୋ : ଦିଲ୍ଲୀରେ ଧିରେ ଧିରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା । କରୋନା କାଳରେ ଜୀବୀକାକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ କାଲିଠାରୁ ଅର୍ଥାତ ସୋମବାର ଠାରୁ ସିନେମା ହଲ, ମଲଟିପ୍ଲେକ୍ସ ଏବଂ ଥିଏଟର ଖୋଲିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ।
୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ, ମଲଟିପ୍ଲେକ୍ସ ଏବଂ ଥିଏଟର ଖୋଲିବ । ସେହିପରି ସୋମବାର ସକାଳ ୬ଟାରୁ ପୂର୍ଣ୍ଣ କ୍ଷମତାରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ସ୍ପା ଖୋଲିବା ପାଇଁ ଟିକାକରଣ ଏବଂ କରୋନା ପରୀକ୍ଷାକୁ ଗୁୁରୁତ୍ୱ ମଧ୍ୟ ଦିଆଯାଇଛି । ସୋମବାର ଠାରୁ ସ୍ପା ଖୋଲୁଥିବା ବେଳେ ସମସ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ଟିକାକରଣ କରିବାକୁ କୁହାଯାଇଛି । ନହେଲେ ପ୍ରତି ୧୫ ଦିନରେ ଥରେ କରୋନା ରିପୋର୍ଟ ନେଗେଟିଭ୍ ଦେବାକୁ ହେବ । ଗତ ୨୪ ଘଂଟାରେ ଦିଲ୍ଲୀରେ ଜଣେ ହେଲେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ନାହିଁ । ମାତ୍ର ୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

କରୋନାର ଭୟ ଭିତରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । ଶ୍ରେଣୀ ଗୃହ ପାଠପଢ଼ା ପାଇଁ ବିଭିନ୍ନ ସ୍କୁଲ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି, ଫୋକସରେ ଦଶମ ଓ ଦ୍ୱାଦଶ କ୍ଲାସ୍

କନକ ବ୍ୟୁରୋ : କାଲିଠାରୁ ସାରାରାଜ୍ୟରେ ଆରମ୍ଭ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା । ଶ୍ରେଣୀ ଗୃହରେ ସିଧାସଳଖ ପାଠପଢ଼ିବେ ଛାତ୍ରଛାତ୍ରୀ । ଏଥିପାଇଁ ସ୍କୁଲକୁ ପିଲାମାନେ ଆସିବା ପୂର୍ବରୁ ସରକାରଙ୍କ ଗାଇଡଲାଇନ ଅନୁସାରେ ଶ୍ରେଣୀଗୃହ ଗୁଡିକର ସାନିଟାଇଜ୍ କରାଯାଇଛି । ସେହିପରି ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି ସ୍କୁଲ କର୍ତୁପକ୍ଷ ।
ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ହେବ ରାଜ୍ୟରେ ସ୍କୁଲ ବନ୍ଦ ରହିଥିଲା । ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ ସ୍ୱାଭାବିକ୍ ହେଉଛି, ତାହାକୁ ଦୃଷ୍ଟିରେ ରଖି କେବଳ ଦଶମ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ନିସ୍ପତ୍ତି ନିଆଯାଇଛି । ଆଗକୁ ଯଦି ସ୍ଥିତି ଠିକ୍ ରୁହେ ତେବେ ଆସନ୍ତା ମାସରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ଅନୁମତି ଦିଆଯିବ ବୋଲି ପୂର୍ବରୁ ଏକ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ସହର ସମେତ ପାଖ ୪ପଞ୍ଚାୟତରେ ୧୪୪ ଧାରା ଲାଗୁ । ୫ରୁ ଅଧିକ ଲୋକ ଏକାଠି ହେବା ଉପରେ ସପ୍ତାହେ ପର୍ଯ୍ୟନ୍ତ କଟକଣା

କନକ ବ୍ୟୁରୋ : ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ହାଇଦର ଗାଁରେ ଉତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ ୧୪୪ ଧାରା ଲାଗୁ ହୋଇଛି । ଏହି କଟକଣା ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ ।
ଏହି ସମୟରେ କୌଣସି ସ୍ଥାନରେ ୫ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ତେଜରାତି, ପରିବା ଓ ମାଛ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ବନ୍ଦ ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । ହାଇଦାର ମୃତ୍ୟୁ ପରେ ତା ସମ୍ପର୍କୀୟଙ୍କର ପ୍ରତିକ୍ରିୟା କଣ ରହିବ, ତାଉପରେ ସତର୍କ ଦୃଷ୍ଟି ରଖିଛି ପୁଲିସ ।
ସେପଟେ, ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଗାଙ୍ଗଷ୍ଟର ସେକ୍ ହାଇଦରର ଆଜି ଶବବ୍ୟବଛେଦ କରାଯିବ । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଁଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ । ଗତକାଲି ଭେଟେରାନ ଗ୍ୟାଙ୍ଗଷ୍ଟର ହାଇଦରକୁ ବାଲେଶ୍ୱରର ସିମୁଳିଆଠାରେ ଏନକାଉଂଟର କରିଥିଲା ପୋଲିସ ।

from Kanak News
via <a href="https://ifttt.com/?

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗୀର ସଇଁତଳାରେ ଘେରିଲେ କୋଶଳ ଯୁବ ମୋର୍ଚ୍ଚା କର୍ମୀ । ପଶ୍ଚିମଓଡିଶାରେ ସରକାରୀ ଘର ବଣ୍ଟନ ଯୋଜନାରେ ଅଣଦେଖା କରାଯାଇଥିବା ଅଭିଯୋଗ

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ରାସ୍ତା ଘେରିଲେ କୋଶଳ ଯୁବ ମୋର୍ଚ୍ଚା କର୍ମୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ବଲାଙ୍ଗୀର ଜିଲ୍ଲା ସଇଁତଳାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଥିଲେ କୋଶଳ ଯୁବ ମୋର୍ଚ୍ଚା କିଛି ଯୁବକ ।
ଆବାସ ଯୋଜନା ବଂଟନରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଅବହେଳା ଅଭିଯୋଗ କରି ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଥିଲେ । ଏମିତି କି ଏହି ପ୍ରସଙ୍ଗକୁ ଓଡ଼ିଶା ବିଧାନସଭାରେ ଉତ୍ଥାନ କରିବା ପାଇଁ ଦାବି କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶାରେ ଡବ୍ଲୁଓଡିସିର ମୁଖ୍ୟାଳୟ ଏବଂ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ଆଦି ଦାବି ମନ୍ତ୍ରୀଙ୍କ ସାମ୍ନାରେ ରଖିଥିଲେ । ମନ୍ତ୍ରୀ ଟୁକୁନି ସାହୁ, ଯୁବକମାନଙ୍କୁ ବୁଝା ସୁଝା କରିବା ସହ ପୁଲିସ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ କୋଶଳ ଯୁବ ମୋର୍ଚ୍ଚାର କର୍ମୀମାନେ ରାସ୍ତାରୁ ହଟିଥିଲେ ।

from Kanak News
via <a href="https://ifttt.com/?

ଆଜି ହେବ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଛେଦ । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରେ ମୃତ ଦେହ

କନକ ବ୍ୟୁରୋ : ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଗାଙ୍ଗଷ୍ଟର ସେକ୍ ହାଇଦରର ଆଜି ଶବବ୍ୟବଛେଦ କରାଯିବ । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଁଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ । ଗତକାଲି ଭେଟେରାନ ଗ୍ୟାଙ୍ଗଷ୍ଟର ହାଇଦରକୁ ବାଲେଶ୍ୱରର ସିମୁଳିଆଠାରେ ଏନକାଉଂଟର କରିଥିଲା ପୋଲିସ ।
ପୋଲିସର ସୂଚନା ଅନୁସାରେ, ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ନିଆଯାଉଥିଲା । ଅପରାହ୍ଣ ୩ ଟା ପାଖାପାଖି ସିମୁଳିଆ ନିକଟରେ ପରସ୍ରା କରିବା ବାହାନାରେ ଗାଡ଼ିରୁ ଓହ୍ଲାଇଥିଲା ଏହି ଗାଙ୍ଗଷ୍ଟର । ତଳକୁ ଓହ୍ଲାଇବା ପରେ ସାଙ୍ଗରେ ଯାଇଥିବା ପୁଲିସ କର୍ମଚାରୀଙ୍କ ବନ୍ଧୁକ ଛଡ଼ାଇ ଖସି ଯିବା ପାଇଁ ଧସ୍ତାଧସ୍ତି କରିଥିଲା । ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତା ଉପରକୁ ଗୁଳି ଚଳାଇଥିଲା ପୁଲିସ । ଏବଂ ଗୁଳି ହାଇଦରର ପେଟରେ ବାଜିଥିଲା । ତାପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ନେଇଥିଲା ପୁଲିସ । ନିସ୍ତେଜ ଅବସ୍ଥାରେ ମେଡିକାଲରେ ସେ ପଡି ରହିଥିଲା । ହାଇଦର ଜୀବିତ କି ମୃତ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଶେଷରେ ହାଇଦରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତୃପକ୍ଷ ।

from Kanak News
via <a href="https://ifttt.com/?

ଅଲିମ୍ପିକ୍ସ ମଇଦାନରେ ଆଜି ଓହ୍ଲାଇବେ ଭାରତୀୟ ଆଥଲେଟର ବଡ ଚେହେରା । ମେଡାଲକୁ ନେଇ ଆଶାବାଦୀ ସାରାଦେଶ

କନକ ବୁାରୋ : ଟୋକିଓରେ ଖେଳାଯାଉଥିବା କ୍ରିଡା ମହାକୁମ୍ଭର ଦ୍ୱିତୀୟ ଦିନ ଭାରତ ପାଇଁ କିଛି ଖଟା କିଛି ମିଠା ସାବ୍ୟସ୍ତ ହୋଇଛି । ଭାରତୀୟ ଖେଳାଳି ଆଶାଅନୁସାରେ ପ୍ରଦର୍ଶନ କରିପାରିନାହାଁନ୍ତି । କିନ୍ତୁ ଭାରତର ନାଁ ପେଡାଲ ତାଲିକାରେ ଯୋଡି ହୋଇଛି । ଭାରୋତଳନକାରୀ ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ମେଡାଲ ଭେଟି ଦେଇଛନ୍ତି । ଏବେ ସମସ୍ତଙ୍କ ନଜର ଆଜିର ଖେଳ ଉପରେ । ଆଜି ଟୋକିଓ ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବେ ମେରିକମ୍, ପିବି ସିନ୍ଧୁ, ସାନିଆ ମିର୍ଜା ଓ ଜି. ସାଥିୟାନଙ୍କ ଭଳି ଷ୍ଟାର ଖେଳାଳି । ନଜର ପକାନ୍ତୁ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ସମୟାନୁସାରେ ଭାରତର କଣ କାର୍ଯ୍ୟକ୍ରମ ରହିଛି..
– ସକାଳ ୭ଟା ୧୦ରେ ବାଡମିଂଟନ ମହିଳା ଏକକ ବର୍ଗରେ ପିବି ସିନ୍ଧୁ ଓ ଇସ୍ରାଏଲର କେସେନିଆ ପୋଲିକାରପୋବାଙ୍କ ମଧ୍ୟରେ ଲଢ଼େଇ ହେବ ।
– ସକାଳ ସାଢ଼େ ୭ଟାରେ ଟେନିସ ଡବଲ୍ସରେ ସାନିଆ ମିର୍ଜା ଓ ଅଙ୍କିତାଙ୍କ ଯୋଡି ଦେଖିବାକୁ ମିଳିବ ।
– ଦିନ ସାଢ଼େ ୧୦ରେ ଟେବୁଲ ଟେନିସ ପୁରୁଷ ଏକକ ବର୍ଗରେ ସାଥିଆନ ଗଣଶେଖରନ୍ ମଇଦାନକୁ ଓହ୍ଲାଇବେ
– ଅପରାହ୍ଣ ଗୋଟାଏ ୩୦ରେ ୫୧ କିଲୋଗ୍ରାମ ବର୍ଗରେ ମୁଷ୍ଟିଯୋଦ୍ଧା ଏମ ମ୍ୟାରିକମ୍ ଡୋମିନିକା ଗଣରାଜ୍ୟର ଇଣ୍ଡିଜ ଗାର୍ସିଆଙ୍କୁ ଭେଟିବେ ।
– ଅପରାହ୍ଣ ୩ଟାରେ ୬ରେ ୬୩ କିଲୋଗ୍ରାମ ବର୍ଗରେ ମୁଷ୍ଟିଯୋଦ୍ଧା ମନୀଷ କୌଶିକ
ବ୍ରିଟେନର ଲ୍ୟୁକ୍ ମେକରୋମ୍ୟାକଙ୍କୁ ମୁକାବିଲା କରିବେ ।
– ଅପରାହ୍ଣ ୩ଟାରେ ହକି ପୁରୁଷ ବର୍ଗର ପୁଲ ଏ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ

from Kanak News
via <a href="https://ifttt.com/?

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ନେଇ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ସମସ୍ୟା । ପ୍ରମାଣ ସଂଗ୍ରହ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ, ପତ୍ନୀ ଶିଳ୍ପାକୁ କଲା ଜେରା

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଜୁହୁ ସ୍ଥିତ ଘରେ ପହଁଚିଥିଲା ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ । ଅଧିକ ତଥ୍ୟ ପାଇଁ କୁନ୍ଦ୍ରାଙ୍କ ଘରେ ଯାଞ୍ଚ କରିଛି ପୋଲିସ । ତେବେ ରାଜ କୁନ୍ଦ୍ରା ଏବଂ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି କ୍ରାଇମ୍ ବ୍ରାଞ୍ଚ । ଯେଉଁଠି ପୋଲିସକୁ ଶିଳ୍ପା କହିଥିଲେ, ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ କାରବାରରେ ତାଙ୍କର କୌଣସି ହାତ ନାହିଁ । ହର୍ଟ ସର୍ଟ ପାଇଁ ଯାହା ବି ଭିଡିଓ ପ୍ରସ୍ତୁତ ହୋଇଛି ସେଥିରେ ଶିଲ୍ପାଙ୍କ କୌଣସି ସମ୍ପୃକ୍ତି ନାହିଁ ତେବେ ଶିଳ୍ପା କହିଛନ୍ତି ରାଜ ଯେଉଁ ଭିଡିଓ ପ୍ରସ୍ତୁତ କରୁଥିଲେ ତାହା ପର୍ଣ୍ଣୋଗ୍ରାଫି ନୁହେଁ ବରଂ ଏରୋଟିକ୍ ଭିଡିଓ।

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ତିନି ଦିନିଆ ରିମାଣ୍ଡ ଶେଷ ହୋଇଥିବାବେଳେ, ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ରାଜ କୁନ୍ଦ୍ରା ତଦନ୍ତରେ ସହଯୋଗ କରୁ ନଥିବା ପୋଲିସ କୋର୍ଟରେ ଯୁକ୍ତି ବାଢିଛି । ଫଳରେ କୋର୍ଟ ତାଙ୍କ ରିମାଣ୍ଡ ଅବଧି ଆସନ୍ତା ୨୭ ତାରିଖ ଯାଏଁ ବଢାଇ ଦେଇଛି । ରାଜଙ୍କ କମ୍ପାନୀ ବିଆନରୁ ଚାଲୁଥିଲା ଅଶ୍ଳୀଳ ଭିଡିଓ ବ୍ୟବସାୟ । ଯେଉଁଥିରେ ଶିଳ୍ପା ରହିଛନ୍ତି ଡିରେକ୍ଟର । ପୂର୍ବରୁ ଏହି କମ୍ପାନୀ ଉପରେ ଚଢାଉ କରି କ୍ରାଇମବ୍ରାଞ୍ଚ ଟିମ ଅନେକ ତଥ୍ୟ ହାତେଇଛି । ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ଗିରଫ କରିଥିଲା । ହର୍ଟ ସର୍ଟ ଆପ ପାଇଁ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ତାଙ୍କ ବିରୋଧରେ ଅଭିଯୋଗ ଲାଗିଛି ।

from Kanak News
via <a href="https://ifttt.com/?

୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜୟଡସ କାଡିଲା

କନକ ବ୍ୟୁରୋ: କୋଭିଡର ତୃତୀୟ ଲହର ପିଲାଙ୍କ ପାଇଁ ବେଶୀ ଭୟଙ୍କର ଥିବା ଆଶଙ୍କା ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଦେଇଛନ୍ତି ଏକ ଖୁସି ଖବର । ଖୁବଶୀଘ୍ର ଦେଶର ଛୋଟ ଛୋଟ ପିଲାଙ୍କୁ ଦିଆଯିବ କରୋନା ନିରୋଧି ଟିକା କୋଭାକ୍ସିନ । ଭାରତରେ ୧୮ ବର୍ଷରୁ କମ୍ ପିଲାଙ୍କ ଠାରେ କରୋନା ଟିକାର ପ୍ରୟୋଗ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହେବ ।
୧୮ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟୀକା । ଏହାକୁ ନେଇ ପର୍ଯ୍ୟାୟ କ୍ରମେ ପରୀକ୍ଷଣ କରାଯାଉଛି । ଭାରତ ବାୟୋଟେକ ୨ରୁ ୬ ବୟସର ଶିଶୁଙ୍କ ପାଇଁ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜର ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ କରିବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଏହି ପରୀକ୍ଷଣର ସଫଳତା ଭାରତର କରୋନା ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବ ବୋଲି କୁହଯାଉଛି । କୋଭିଡ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ଟିକାକରଣ ବାବଦ ସମସ୍ତ ଜରୁରୀ ପ୍ରକ୍ରିୟା ଶେଷ କରିବାକୁ ଏମ୍ସ ଲକ୍ଷ ରଖିଛି । ଏମ୍ସ ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ ।

ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ କ୍ୟାଡିଲା ଏହାର ଡିଏନଏରେ ଆଧାରିତ କୋଭିଡ ଟିକା ଜାଇକୋଭ- ଡି ୧୨ରୁ ୧୮ବୟସ ଶ୍ରେଣୀ ପାଇଁ କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି । ଆଇନଗତ ମଂଜୁରୀ ମିଳିବା ପରେ ଏହା ନିକଟ ଭବିଷ୍ୟତରେ ଉବଲବ୍ଧ ହୋଇପାରେ । ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣ ଏମ୍ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍ଟେମ୍ବରରେ ହିଁ ଆସିବ ବୋଲି ଜଣାପଡ଼ିଛି ।

ପିଲାଙ୍କ ଟିକାକରଣ ସମେତ ବୁଷ୍ଟର ସର୍ଟସ୍ କୁ ନେଇ ଡାକ୍ତର ଗୁଲେରିଆ କହିଛନ୍ତି, – ସମୟ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି କମି ଯାଏ । ତେଣୁ ବୁଷ୍ଟର ସର୍ଟସ୍ ନେବା ଉଚିତ ରହିବ ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତିି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ

କନକ ବ୍ୟୁରୋ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଏହି ସବୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ୧୧ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଉଦ୍ଧାର କାମରେ ବାୟୁସେନା, ଜଳସେନା ଏବଂ ଏନଡ଼ିଆରଏଫ ଟିମ୍ ସହାୟତା କରୁଛନ୍ତି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୨୯ ଲୋକଙ୍କର ପ୍ରାଣହାନୀ ହେଲାଣି ।

ଲଗାଣ ବର୍ଷା ଯୋଗୁଁ ମହରାଷ୍ଟ୍ର,ଗୋଆ, ବିହାର, କର୍ଣ୍ଣାଟକରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ବିହାରେ ପ୍ରାୟ ୧୧ଟି ଜିଲ୍ଲା ଏଥିରେ ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ୧୨୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ପାଖାପାଖି ୯୦ହଜାର ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ଉଦ୍ଧାରକାରୀ ଟିମ୍ ।

ସେପଟେ ଲଗାଣ ବର୍ଷା ପାଇଁ ରାୟଗଡ ଜିଲ୍ଲାରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୪୪ଜଣଙ୍କ ଜୀବନ ହାନି ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାର ମହାଦ ଅଂଚଳରେ ପ୍ରବଳ ବର୍ଷା ଫଳରେ ରାସ୍ତା ଧସେଇ ଯାଇଛି । ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବେ ।

ମହାରଷ୍ଟ୍ର ବନ୍ୟା ସମୟରେ ଦେଖିବାକୁ ମିଳିଛି ଆଉ ଏକ ନିଆରା ଚିତ୍ର । ବର୍ଷା ଏବଂ ବନ୍ୟା ଲୋକଙ୍କ ଜୀବନକୁ ବପନ୍ନ କରିଥିବା ବେଳେ ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ । ଖୁଂଟିରେ ଚଢ଼ି କାମ କରୁଥିବା ବେଳେ ମାଡି ଆସିଥିଲା ବନ୍ୟା ପାଣି । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started