ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ । ଚମକିଲେ ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ।

କନକ ବ୍ୟୁରୋ: ଟୋକିଓରେ ଦେଖିବାକୁ ମିଳିଛି ଦୁଇ ଓଡ଼ିଆଙ୍କ ଦମଦାର ପ୍ରଦର୍ଶନ । ଗୋଲ କରିବାରେ ସମର୍ଥ ହୋଇନାହାନ୍ତି ସତ, କିନ୍ତୁ ଏକାଧିକ ଗୋଲ ଅଟକାଇ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନରେ ଶ୍ରେଷ୍ଠ ଯୋଗଦାନ ଦେଇଛନ୍ତି ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ।

ଆଜି ପୁରୁଷ ହକିରେ ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି । ତେବେ ଆଜି ଭାରତ ବିଜୟର ହିରୋ ଥିଲେ ହରମନପ୍ରୀତ , ସେ ଏହି ମ୍ୟାଚରେ ଦୁଇଟି ଗୋଲ ଦେଇଥିଲେ ଓ ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ  ।

ପ୍ରଥମ କ୍ୱାର୍ଟରରେ ୧-୧ରେ ସ୍ଥିତି ବରାବର ଥିଲା । ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ  । ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ  । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା  । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଞ୍ଚକର ବିଜୟ ହାସଲ କରିଥିଲା ।

from Kanak News
via <a href="https://ifttt.com/?

କେନ୍ଦ୍ର କଂଗ୍ରେସରେ ଚାଲିଛି ରାଜ୍ୟ ଅଧ୍ୟକ୍ଷ ବଦଳି ଋତୁ । ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ ବଦଳିଲେ ଅଧ୍ୟକ୍ଷ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ରାଜ୍ୟମାନଙ୍କର ଅଧ୍ୟକ୍ଷ ବଦଳି କରାଯାଉଛି । ଏହି କ୍ରମରେ ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି । ଆସାମରେ ଭୂପେନ ବୋରାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଲୋକେଶ ସିଂଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀ ।

କହିରଖୁ କି କଂଗ୍ରେସ ଏବେ ଏକ ନୂଆ ଯୋଜନା କରିଛି , ଯେଉଁ ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରୁଛି ସେଠାରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିବା ସହ ସାଥିରେ ୩/୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଉଛି । ଆସାମରେ ଲୋକେଶ ସିଂଙ୍କୁ ଅଧ୍ୟକ୍ଷ ପଦ ମିଳିଥିବା ବେଳେ ୩ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ମଣିପୁରରେ ଦଳର ନେତା ଥିବା ଗୋବିନ୍ଦଦାସ କୈଥୋଜମଙ୍କୁ ପରିର୍ତ୍ତନ କରି ଲୋକେଶ ସିଂଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

କହିରଖୁ କି ଆସନ୍ତା ବର୍ଷ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏବେଠାରୁ ପ୍ରସ୍ତୁତ ଆରମ୍ଭ କରିଦେଇଛି । ପଞ୍ଜାବ କଂଗ୍ରେସର ବହୁ ଅନ୍ତକନ୍ଦଳକୁ ପରାହତ କରି ସୋନିଆ ଗାନ୍ଧୀ ସିଦ୍ଧୁଙ୍କ ହାତରେ ରାଜ୍ୟ କଂଗ୍ରେସର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସିଦ୍ଧୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ନେବା ପରେ ଆଜି କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କରି ରାଜନୀତିରେ ଝଡ ସୃଷ୍ଟି କରିଛନ୍ତି ।

from Kanak News
via <a href="https://ifttt.com/?

ଟୋକିଓରେ ଟେକ ରଖିଲେ ମୀରାବାଇ ଚାନୁ । ୪୯ କେଜି ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ରୌପ୍ୟ ପଦକ ।

କନକ ବ୍ୟୁରୋ: କୌଣସି ଭାରତୀୟ ମହିଳା ଭାରୋତ୍ତଳକଙ୍କ ବେକରେ ସଫଳତାର ମେଡାଲ ଝୁଲିବାକୁ ଯେଉଁ ଦୁଇ ଦଶନ୍ଧୀର ଅପେକ୍ଷା ଥିଲା, ସେହି ଅପେକ୍ଷାର ଅନ୍ତ ହୋଇଛି । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଭାରୋତ୍ତଳନରୁ ଆସିଛି ଅଲିମ୍ପିକ୍ସ ପଦକ । ପ୍ରଥମ ଦିନରେ ରୌପ୍ୟ ପଦକ ଆଣି ଟୋକିଓ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡାଇଛନ୍ତି ମହିଳା ଭାରୋତ୍ତଳନକାରୀ ମୀରାବାଇ ଚାନୁ ।

୪୯ କେଜି ବର୍ଗରେ ଚାନୁଙ୍କୁ ମିଳିଛି ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତ୍ତଳନ ପଦକ ଦେଇଥିଲେ ।

ତେବେ ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ । ଟିଭି ପରଦାରେ ଝିଅର ସଫଳତାକୁ ଅନେଇ ରହିଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି, ଚାନୁଙ୍କ ସଫଳତା ନେଇ ସେମାନେ ଆଶବାଦୀ ଥିଲେ କିନ୍ତୁ ଆଶା ଥିଲା ସ୍ୱର୍ଣ୍ଣ ପଦକ ।

ଅନ୍ୟପଟେ ମୀରାବାଇ ଚାନୁଙ୍କ ପରେ ଚୀନ ଭାରତ୍ତୋଳନରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି ଇଣ୍ଡୋନେସିଆର ପ୍ରତିଯୋଗୀ ବୋଞ୍ଜ୍ ପଦକ ଜିତିଛନ୍ତି । ଚାନୁଙ୍କ ଏହି ସଫଳତା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚାନୁଙ୍କ ସଫଳତା ପ୍ରତିଭାରତୀୟଙ୍କୁ ପ୍ରେରଣା ଦେବ ।

from Kanak News
via <a href="https://ifttt.com/?

ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । କହିଲେ କରୋନା ମହାମାରୀ ପାଇଁ ଆଗକୁ ସରକାରଙ୍କ ସାମ୍ନାରେ ଆସିପାରେ ନୂଆ ଚ୍ୟାଲେଂଜ୍

କନକ ବ୍ୟୁରୋ: ଦେଶର ବିଗୁଡୁଥିବା ଅର୍ଥବ୍ୟବସ୍ଥା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । ମନମୋହନ ସିଂହଙ୍କ ୧୯୯୧ ମସିହାର ଐତିହାସିକ ବଜେଟ୍ ଉପସ୍ଥାପନର ଶୁକ୍ରବାର ୩୦ ବର୍ଷ ପୂରଣ ଅବସରରେ କହିଛନ୍ତି, କରୋନା ମହାମାରୀ ପାଇଁ ଦେଶରେ ଉପୁଜିଥିବା ସମସ୍ୟା ସେତେବେଳ ତୁଳନାରେ ବେଶୀ ଚିନ୍ତାଜନକ । ଏଭଳି ପରିସ୍ଥିତିରେ ସରକାରଙ୍କୁ ପ୍ରାଥମିକତା ଉପରେ ବେଶୀ ଗୁରୁତ୍ୱ ଦେବା ଜରୁରୀ ।

ସେ କହିଛନ୍ତି – “୩୦ ବର୍ଷ ତଳେ କଂଗ୍ରେସ ପାର୍ଟି ଦେଶର ଅର୍ଥବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବାର ଧାରା ଆରମ୍ଭ କରିଥିଲେ । ଆର୍ଥିକ ନୀତିର ଏକ ମାର୍ଗ ପ୍ରସ୍ତୁତ କରିଥିଲେ । ଗତ ୩ ଦଶନ୍ଧୀ ମଧ୍ୟରେ ଅନେକ ସରକାର ଏହି ମାର୍ଗକୁ ଅନୁସରଣ କରିଛନ୍ତି । ଆଉ ଦେଶର ଅର୍ଥବ୍ୟବସ୍ଥା ୩ ହଜାର ଆରବ ଡଲାର ହୋଇ ପାରିଲା । ଆଉ ଏହା ବିଶ୍ୱର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ । ହେଲେ ଏବେ କରୋନା ପାଇଁ ଦେଶରେ ଯେଭଳି ପରିସ୍ଥିିତି ସୃଷ୍ଟି ହୋଇଛି, ସେଥିପାଇଁ ଆଗକୁ ସରକାରଙ୍କ ଆଗରେ ନୂଆ ଚ୍ୟାଲେଂଜ୍ ଆସିପାରେ ।” ୧୯୯୧ରେ ନରସିଂହା ରାଓଙ୍କ ସରକାରବେଳେ ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିଲେ ଏବଂ ସଂସଦର ନିଜ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ସେହି ବଜେଟ୍କୁ ଦେଶରେ ଆର୍ଥିକ ଉଦାରିକରଣ ଭାବେ ଗ୍ରହଣ କରାଯାଏ ।

from Kanak News
via <a href="https://ifttt.com/?

ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ବନିଥିଲା ହାଇଦର । ସାଜିଥିଲା ଅପରାଧ ଜଗତର ଦୁର୍ଦ୍ଦାନ୍ତ ଅପରାଧୀ । ଆଜି ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ।

କନକ ବ୍ୟୁରୋ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର  ନବେ ଦଶକରେ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଥିଲା । ତେବେ ରିକ୍ସା ଟାଣି ପେଟ ପୋଷୁଥିବା ହାଇଦର ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ଗ୍ୟାଙ୍ଗ ତିଆରି କରି ପାଲଟି ଯାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ।

କେନ୍ଦ୍ରାପଡା ସହରର ୧୩ ନମ୍ବର ୱାର୍ଡ, ରଣପଡାରେ ହାଇଦରର ଘର । ଛୋଟବେଳେ ବେଶ ନିରୀହ ପ୍ରକୃତିର ଥିଲା ଏହି କୁଖ୍ୟାତ ଅପରାଧି । ମାତ୍ର ୧୬ ବର୍ଷ ବୟସରେ ପଡିଶା ଘର ସହ ଗଣ୍ଡଗୋଳ କରି ପ୍ରଥମେ ଗିରଫ ହୋଇଥିଲା । ତାପରେ ସେ ଧିରେ ଧିରେ ଛୋଟ ମୋଟ ଅପରାଧ କରି ପୋଲିସର ଟାର୍ଗେଟକୁ ଆସିଥିଲା । ତଥାପି ରିକ୍ସା ଚଳାଇ ଦିପଇସା ରୋଜଗାର କରି ପରିବାର ପୋଷୁଥିଲା  । ପରେ ଟ୍ରେକର ଓ ଟ୍ରକ ଚଳାଇ ପରିବାର ଚଳାଇଥିଲା । କିନ୍ତୁ ୧୯୮୦ ପରବର୍ତ୍ତୀ ସମୟରେ ସେ ଅପରାଧ ଦୁନିଆଁରେ ସମ୍ପୂର୍ଣ୍ଣ ପାଦ ଦେଇଥିଲା ।

ନବେ ଦଶକରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡରୁ ଆରପଟକୁ ଯିବା ପାଇଁ ଗୋବରୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରୁ କେନ୍ଦ୍ରାପଡାରେ ଗଢ଼ି ଉଠିଥିଲା ଗ୍ୟାଙ୍ଗ ।  ସେହି ସମୟରେ ଏହି ପୋଲ ରବିନ ବେହେରା ନାମକ ଜଣେ ଅପରାଧୀ ନିୟନ୍ତ୍ରଣରେ ରହୁଥିଲା । ସେ ଏକ ମର୍ଡର କେସରେ ଫସି ଜେଲ ଯାଇଥିଲା । ଜେଲରୁ ଫେରିବା ପରେ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ରବିନ ସହିତ ମିଶିଥିଲା । ତାପରେ ରବିନ-ଟିଟୋ- ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ ।

୧୯୮୯ରେ ଡକାୟତି ଟଙ୍କା ଭାଗବଣ୍ଟାକୁ ନେଇ ଟିଟୋ ଓ ରବିନ ଭିତରେ ଗଣ୍ଡଗୋଳ ହୋଇଥିଲା । ଟିଟୋ – ସୋଲେମାନ ଅଲଗା ଗ୍ୟାଙ୍ଗ ଗଢ଼ିଥିଲେ । ଟିଟୋ ସହ କିଛି ସୋଲେମାନ କ୍ୟାସେଟ ବ୍ୟବସାୟ କରିଥିଲା । ସେହି ସମୟରେ ବୁଲା ସେଠୀ ଓ ସୋଲେମାନ ମିଶି ରବିନଙ୍କୁ ହତ୍ୟା କରିଥିଲେ । ତାପରେ ଟିଟୋ – ସୋଲେମାନ ଓ ବୁଲା ସେଠୀ ଗ୍ୟାଙ୍ଗ ବେଶ ପ୍ରଭାବଶାଳୀ ହୋଇଯାଇଥିଲେ । ଏଭଳି ସମୟରେ ୧୯୯୧ରେ ହାଇଦର ସହ ମିଶିଥିଲେ ରବିନର ସହଯୋଗୀ ବଣୁଆ ଓ ବାବୁ ସମେତ ଆଉ କିଛି ଅପରାଧୀ । ଏକାଠି ହେବାର କିଛିି ଦିନ ପରେ ହାଇଦର, ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳିମାଡ କରି ବୁଲା ସେଠୀକୁ ହତ୍ୟା କରିଥିଲେ ।

ବୁଲା ସେଠୀକୁ ହତ୍ୟା କରିବା ପରେ ହାଇଦରର ଅପରାଧ ସାମ୍ରାଜ୍ୟ ବଢ଼ି ବଢ଼ି ଚାଲିଥିଲା । ଧୀରେ ଧୀରେ ହାଇଦରର ଅପରାଧ ନେଟୱାର୍କ ସାରା ରାଜ୍ୟରେ ଗଢ଼ି ଉଠିଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ସୁଲେମାନ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲା ହାଇଦର । ୧୯୯୬ ବେଳକୁ କେନ୍ଦ୍ରାପଡାର ଗ୍ୟାଙ୍ଗୱାର ଶୀର୍ଷରେ ପହଁଚିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେ ସମୟରେ କେନ୍ଦ୍ରାପଡାର ଏସପି ଥିବା ସ୍ୱପ୍ନା ତିୱାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ହାଇଦରର ଗ୍ୟାଙ୍ଗ ରଣପଡାର ଏକ ଚା ଦୋକାନରେ ଚା ପିଉଥିବାବେଳେ ରିକ୍ସାରେ ଆସି ଏନକାଉଁଣ୍ଟର କରିଥିଲେ ।

ଗୁଳି ବାଜିବା ପରେ ହାଇଦରକୁ ଗିରଫ କରିଥିଲା ପୋଲିସ । କିଛି ଦିନ ଜେଲରେ ରହିବା ପରେ ପୁଣି ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିଲା । ଟେଣ୍ଡର ଫିକ୍ସିଂ, ହତ୍ୟା, ରାହାଜାନୀ, ଅପହରଣ କରି ଖେଳାଇ ଦେଇଥିଲେ ଆତଙ୍କ । ଏହା ଭିତରେ ସୋଲେମାନ ସହ ବିବାଦ ହୋଇଥିଲା । ସୋଲେମାନର ସହଯୋଗୀମାନେ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଭାବେ ଆହତ ହୋଇଥିଲା ହାଇଦର । ହସପିଟାଲରୁ ଫେରିବା ପରେ ପୁଣି ଆରମ୍ଭ କରି ଦେଇଥିଲା ଅପରାଧ । ଆଉ ବନି ଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା । କୌଣସି ଉତ୍ତେଜନା ଆଶଙ୍କାରେ ପୋଲିସ ଏଭଳି ପଦକ୍ଷେପ ନେଇଛି ।

ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟକରିଥିଲା ପୋଲିସ । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ବାଲେଶ୍ୱର ହସ୍ପିଟାଲରେ ହାଇଦର ମୃତ୍ୟୁ ହୋଇଥିଲା । ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଜାରିହେଲା ଅନଲକ-୭ ଗାଇଡ ଲାଇନ । ଲକଡାଉନ କଟକଣାରୁ ଦିଲ୍ଲୀବାସୀଙ୍କୁ ମିଳିଲା ମୁକ୍ତି । ଚାଲିବ ବସ୍, ମେଟ୍ରୋ ସେବା

କନକ ବ୍ୟୁରୋ : ଦିଲ୍ଲୀ ସରକାର ଅନଲକ-୮ ର ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନରେ ମୁଖ୍ୟତ ୩ ଟି ବଡ କଟକଣା କୋହଳ କରାଯାଇଛି । ବିଶେଷ ଭାବେ ଦିଲ୍ଲୀବାସୀଙ୍କ ଦୈନିକ ଗମନା ଗମନର ମାଧ୍ୟମ ସାଜିଥିବା ମେଟ୍ରୋଟ୍ରେନ ଉପରେ ସମ୍ପୂର୍ଣ୍ଣ କଟକଣା କୋହଳ କରାଯାଇଛି । ଏବେ ଦିଲ୍ଲୀରେ ୧୦୦ ପ୍ରତିଶତ କେବଳ ସିଟିଂ କାପାସିଟ ସହ ଚାଲିବ । ଏହାସହ ଅଡିଟୋରିୟମ ଓ ସିନେମା ହଲ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବାହାଘର ଓ ଅନ୍ତିମ ସଂସ୍କାର ବେଳେ ୧୦୦ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଛି ।

 

କହିରଖୁ କି ଅନଲକ-୬ ପର୍ଯ୍ୟନ୍ତ ରାଜ୍ୟ ସରକାର ଭିନ୍ନ ଭିନ୍ନ ଗତିବିଧି ଉପରେ କଟକଣା କୋହଳ କରିଥିଷଲ । ହେଲେ ସାର୍ବଜନୀକ ପରିବହନ ଉପରେ କଟକଣା କୋହଳ ହୋଇ ନଥିଲା । ଏହି କାରଣରୁ ମେଟ୍ରୋ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା ।

 

କହିରଖୁ କି କିଛି ସପ୍ତାହ ହେବ ଦିଲ୍ଲୀରେ କରୋନା ସଂକ୍ରମଣ କମିଛି । ଏବେ ଦୈନିକ ସଂକ୍ରମଣ ୧୦୦ ତଳକୁ ଖସିଥିବା ବେଳେ ଏହାକୁ ନଜରରେ ରଖି ଗମନା ଗମନ ଓ ବଜାର ଘାଟକୁ ସ୍ୱଭାବିକ କରିବାକୁ ଚେଷ୍ଟା କରିଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହାର କିଛି ମାତ୍ରାରେ କମିଥିବା ବେଳେ କିଛି ରାଜ୍ୟରେ ଏବେ ବି ଦୈନିକ ସଂକ୍ରମଣ ଟପରେ ରହିଛି । ବିଶେଷ ଭାବେ କେରଳରେ ଜିକା ଭୂତାଣୁ ରାଜ୍ୟବାସୀଙ୍କ ପାଇଁ ଭୟର କାରଣ ପାଲଟିଥିବା ବେଳେ କରୋନା ସଂକ୍ରମଣ ବି ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ କେରଳରେ ୧୮,୫୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ଥରୁଥିଲା ସହର । ବହୁଚର୍ଚ୍ଚିତ ରଶ୍ମିରଞ୍ଜନ ହତ୍ୟା ଘଟଣାର ଥିଲା ମାଷ୍ଟର ମାଇଣ୍ଡ । ପଢନ୍ତୁ, ହାଇଦରର କ୍ରାଇମ ରେକର୍ଡ…

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ନାଁରେ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସମେତ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦାଦାବଟି, ଲୁଟ, ରାହାଜାନି, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଭଳି ଅନେକ ସଙ୍ଗୀନ ମାମଲାରେ ସେ ସାମିଲ ଥିବା ଅଭିଯୋଗ ରହିଛି । ତଥାପି ଅନେକ ମାମଲାରେ ଖସି ଯିବାରେ ସକ୍ଷମ ହୋଇଥିଲା ଏହି ଦୁର୍ଦାନ୍ତ ଅପରାଧୀ । ହେଲେ, ସେକ୍ ଚୁନ୍ନାର ହତ୍ୟାକାଣ୍ଡ ଓ ରଶ୍ମୀ ମହାପାତ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଖସି ପାରିନଥିଲା । କୋର୍ଟ ଏହି ଦୁଇଟି ହତ୍ୟା ମାମଲାର ବିଚାର କରି ତାକୁ ଆଜୀବନ ଜେଲ ଦଣ୍ଡ ଦେବା ପରେ ସଜ୍ଜା କାଟୁଥିଲା ।

ସେକ୍ ହାଇଦରର ଗୋଟିଏ ଇସାରାରେ ହାଇଜାକ କରେ ପୂରା ସହର । ନାଁ ଶୁଣିବା ମାତ୍ରେ ଥରହର ହୋଇ ପଡନ୍ତି ସହରବାସୀ । ଆଉ ହାଇଦର ଡରରେ ପହଞ୍ଚାଇ ଦିଅନ୍ତି ମଗା ଯାଇଥିବା ବଟି ତେବେ ଯିଏ ହାଇଦରର କଥା ନଶୁଣିଲା କି ବାଧା ଦେଲା ତେବେ ତା ଜୀବନରେ କଳାବାଦଲ ଘୋଟି ଆସୁଥିଲା । ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଥିବାବେଳେ ସହଯୋଗୀ ସୁଲେମାନ ଓ ହାଇଦର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବା ପରେ  ହାଇଦରକୁ ସୁଲେମାନର ସହଯୋଗୀମାନେ ଆକ୍ରମଣ କରିଥିଲେ  । ସୁଲେମାନ ସହଯୋଗୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ହାଇଦର । ଏଥିପାଇଁ ପ୍ରଥମେ ସୁଲେମାନର ସବୁ କିଛି ବୁଝୁଥିବା ତାର ଭାଇ ସେକ୍ ଚୁନା ଓରଫ ମାଲିକ ହନନକୁ ପ୍ରଥମେ ଟାର୍ଗେଟ କରିଥିଲା ହାଇଦର ।

୩୧ ମେ ୨୦୦୫ ଦିନ ଷ୍ଟୁଆର୍ଟ ସ୍କୁଲ ଛକର ଏକ ଗ୍ୟାରେଜରେ ମୋଟର ସାଇକେଲ ସଜାଡୁଥିବାବେଳେ ହାଇଦର ଓ ତାର ୭ ସହଯୋଗୀ ସୁଲେମାନର ଭାଇ ସେକ୍ ଚୁନା ଓ ମାଲିକ ହନନକୁ ଗୁଳି କରି ହତ୍ୟା କରିଥିଲେ । ଚୁନା ନାଁ ଶୁଣିଲେ ସେତେବେଳେ କେନ୍ଦ୍ରାପଡା ଥରହର ହେଉଥଲା । ସୁଲେମାନର ଅପରାଧ ସାମ୍ରାଜ୍ୟ ନିୟନ୍ତ୍ରଣ କରିବାରେ ତାହାର ବଡ ଭୂମିକା ଥିଲା । ତାକୁ ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ଏହି ଖବର ସେତେବେଳେ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । କିନ୍ତୁ ହତ୍ୟାକାଣ୍ଡ ଘଟାଇବା ପରେ ହାଇଦର ଓ ତାର ସହଯୋଗୀମାନେ ଏକ ବୋଲେରୋ ଗାଡିରେ ଖସି ପଳାଇବାକୁ ସମର୍ଥ ହୋଇଥିଲେ । ତେବେ ନାଗପୁରରେ ଆତ୍ମଗୋପନ କରିଥିବା ସମୟରେ ଏକ ହୋଟେଲ ରୁମରୁ ପୋଲିସ ହାତରେ ଧରାପଡିଥିଲା । ଏହି ହତ୍ୟା ମାମଲାର ବିଚାର କରି ୨୦୧୧ ମାର୍ଚ୍ଚରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାୟ ଶୁଣାଇଥିଲେ । ଏଥିରେ ହାଇଦର ସମେତ ତାର ୮ଜଣ ସହଯୋଗୀଙ୍କୁ ସାକ୍ଷ୍ୟପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସମସ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ୨୭ ମେ ୨୦୦୭ ଦିନ ସହୀଦନଗର ଅଞ୍ଚଳରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ କରାଯାଇଥିଲା । ସେ ମାର୍ବଲ ସ୍ଲାବ କିଣିବାକୁ ଆସିଥିବାବେଳେ ରଶ୍ମି ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ହାଇଦର ଗ୍ୟାଙ୍ଗ୍ । ଅପହରଣ ପରେ ରଶ୍ମିଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ୨କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ଦାବି ମୁତାବକ ଟଙ୍କା ନମିଳିବାରୁ ରଶ୍ମିଙ୍କୁ ହତ୍ୟା କରିଥିଲେ । ପରେ ଝାଡଖଣ୍ଡରୁ ଗାଡି ସହ ରଶ୍ମିଙ୍କ ଶବ ଉଦ୍ଧାର ହୋଇଥିଲା । ତେବେ ରଶ୍ମିଙ୍କୁ ହତ୍ୟା କରିବା ପରେ ବି ହାଇଦର ଟଙ୍କା ନେଇଥିଲା ବୋଲି କୁହାଯାଏ । ରଶ୍ମିଙ୍କୁ ଅପହରଣ କରାଯିବା ସମୟରେ ହାଇଦର ଝାରପଡା ଜେଲରେ ବିଚାରଧୀନ କଏଦୀ ଭାବେ ରହି ତାର କ୍ରାଇମ ସିଣ୍ଡିକେଟ ନିୟନ୍ତ୍ରଣ କରୁଥିଲା । କୁହାଯାଏ ସେହି ଜେଲରୁ ରଶ୍ମିଙ୍କ ଅପହରଣ ଓ ହତ୍ୟା କାଣ୍ଡର ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ମାଷ୍ଟରମାଇଣ୍ଡ ହାଇଦର ।

ତେବେ ୮ବର୍ଷ ପରେ ଅର୍ଥାତ ୧୭ ଅକ୍ଟୋବର ୨୦୧୫ରେ ଏହି ମାମଲାର ବିଚାର କରି ରାୟ ଶୁଣାଇଥିଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ । ସାକ୍ଷୀ ଓ ପ୍ରମାଣକୁ ଆଧାର କରି ହାଇଦର ଓ ତାର ଦୁଇ ସହଯୋଗୀ ଶରତ ସାହୁ , ଭବାନୀ ଶଙ୍କର ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।

from Kanak News
via <a href="https://ifttt.com/?

ଆସନ୍ତାକାଲି ହେବ ହାଇଦର ମୃତଦେହର ପୋଷ୍ଟମର୍ଟମ । ବ୍ୟବଚ୍ଛେଦ ହେବା ପରେ ମରଶରୀରକୁ ପରିବାର ହାତକୁ ହେବ ହସ୍ତାନ୍ତର ।

କନକ ବ୍ୟୁରୋ: ଆଜି ପୋଲିସ ଗୁଳିରେ ଟଳିପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର । ସିମୁଳିଆ ଅଞ୍ଚଳରେ ଫେରାର୍ ହେବା ସମୟରେ ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ହାଇଦରର ମୃତଦେହର ଆସନ୍ତାକାଲି ପୋଷ୍ଟମର୍ଟମ ହେବ ।

ହାଇଦରକୁ ଆଜି କଟକ ଚୌଦାର ଜେଲରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ଅଧାବାଟରେ ସେ ପରିସ୍ରା କରିବାକୁ ଜିଦ୍ କରିଥିଲା । ତେବେ ପରିସ୍ରା ପାଇଁ ତଳକୁ ଓହ୍ଲାଇବା ସମୟରେ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ଆଉ ପୋଲିସ ହାଇଦରକୁ ଧରିବାକୁ ଯାଇ ଗୁଳି ମାରିଥିଲା । ଯାହାକି ତା ପେଟରେ ବାଜିଥିଲା । ତେଣୁ ହସ୍ପିଟାଲରେ ଆଜି ତାର ମୃତ୍ୟୁ ହୋଇଛି ।

https://platform.twitter.com/widgets.js

ଅନ୍ୟପଟେ ହାଇଦର ପତ୍ନୀ ଏହି ମୃତ୍ୟୁ ଘଟଣାରେ ପୋଲିସକୁ ଦାୟୀ କରିଛି । ପୋଲିସ ଜାଣିଶୁଣି ହାଇଦରକୁ ମାରିଛି ବୋଲି ସେ କହିଛନ୍ତି । ଏହାସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଡେଡବଡି ଦରକାର ବୋଲି ସେ ଦାବି କରିଛନ୍ତି । ଏବଂ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ଶବକୁ ପରିବାର ହାତକୁ ସ୍ଥାନାନ୍ତର କରାଯିବ ।

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀର ସହ ଲଦାଖ ଗସ୍ତ କରିବେ ରାଷ୍ଟ୍ରପତି, କାର୍ଗିଲ ବିଜୟ ଦିବସରେ ଯୁଦ୍ଧ ସ୍ମାରକରେ ଦେବେ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୨୫ ରୁ ୨୮ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଜୁଲାଇ ୨୬ ତାରିଖ ଦିନ କାର୍ଗିଲ ଦିବସର ୨୨ ତମ ବାର୍ଷିକରେ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ସେ ଶ୍ରୀନଗର ଠାରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ୨୦୧୯ ମସିହାରେ ବି ସେ କାର୍ଗିଲ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ମାତ୍ର ଖରାପ ପାଗ କାରଣରୁ ତାଙ୍କର ଏହି ଗସ୍ତ ବାତିଲ କରାଯାଇଥିଲ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରାଯାଉଛି । ବିମାନବନ୍ଦରରୁ ସଭା ସ୍ଥଳକୁ ଯିବା ରାସ୍ତାରେ କଡା କଡି ଯାଂଚ ଚାଲିଛି । ଅନ୍ୟପଟେ ଉପତ୍ୟାକାରେ ବି ଯାଂଚକୁ ତ୍ୱରାନ୍ୱିତ କରାଯିବ ସହ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତବେଳେ ଟ୍ରାଫିକ ବ୍ୟବସ୍ଥାକୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କହିରଖୁ କି ଆସନ୍ତା ବର୍ଷ ଜମ୍ମୁ –କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ଏକ ପୁନଃସୀମାନିର୍ଦ୍ଧାରଣ କମିଟି ଜମ୍ମୁ-କାଶ୍ମୀର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started