ଗ୍ୟାଙ୍ଗଷ୍ଟର ହାଇଦର ମୃତ । ପୋଲିସ ଏନକାଉଣ୍ଟରରେ ଗୁରୁତର ହୋଇଥିଲା ହାଇଦର ।

କନକ ବ୍ୟୁରୋ: ହାଇଦର ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।

ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିଲା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହାତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

from Kanak News
via <a href="https://ifttt.com/?

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ ସୂଚନା । ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କରିଥିଲା ଗୁଳି ।

କନକ ବ୍ୟୁରୋ: ହାଇଦର ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।

ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିଲା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହାତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ବିପଦ ବେଳେ ବାଂଲାଦେଶକୁ ସହାୟତାର ହାତ ବଢାଇଲା ଭାରତ, ପଠାଇଲା ୨୦୦ ମେଟ୍ରିକ ଟନ୍ ତରଳ ଅକ୍ସିଜେନ

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ କୋଭିଡ-୧୯ ବିରୋଧୀ ଲଢେଇରେ ବାଂଲାଦେଶକୁ ସହାୟତା କରିବାକୁ ୨୦୦ ମେଟ୍ରିକ ଟନ୍ ତରଳ ଅକ୍ସିଜେନ ନେଇ ରବିବାର ଦିନ ବାଂଲାଦେଶରେ ପହଂଚିବ । ଏହା ଭାରତ ତରଫରୁ ପ୍ରଥମଥର ପାଇଁ କରାଯାଇଛି କି ଏହି ଜୀବନ ରକ୍ଷାକାରୀ ଅକ୍ସିଜେନକୁ ଗୋଟିଏ ଦେଶରୁ ଅନ୍ୟ ଗୋଟିଏ ଦେଶକୁ ପଠାଯାଉଛି । ଝାଡଖଣ୍ଡର ଟାଟାନଗରରୁ ୧୦ ଟି କଣ୍ଟେନର ସହାୟତାରେ ଶନିବାର ଦିନ ଅକ୍ସିଜେନ ବୋଝେଇ ଟ୍ରେନ୍ ବାହାରିଛି । ଯାହାକି ରବିବାର ଦିନ ବାଂଲାଦେଶର ବେନାପୋଲରେ ପହଂଚିବ ବୋଲି ଆଶା କରାଯାଉଛି ।
କହିରଖୁ କି କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ଅଭାବ ଜନିତ ସମସ୍ୟାକୁ ତୁରନ୍ତ ପୂରଣ କରିବା ପାଇଁ ଦେଶରେ ଅକ୍ସଜେନ ଏକ୍ସପ୍ରେସ ପରିଚାଳନା ଆରମ୍ଭ ହୋଇଥିଲା । ରେଳ ବିଭାଗ ତରଫରୁ ୨୦୨୧ ଏପ୍ରିଲ ୨୪ ତାରିଖରେ ଏହି ଅଭିଯାନ ଆରମ୍ଭ କରି ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ହସ୍ପିଟାଲକୁ ୩୮,୮୪୧ ମେଟ୍ରିକ ଟନ୍ ଅକ୍ସିଜେନ ପହଂଚାଇଛି ।

ଦେଶରେ ମହାମାରୀର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଦେଖା ଦେଇଥିବା ଅକ୍ସିଜେନ ସଂକଟକୁ ପୂରଣ କରିବାକୁ ରେଳ ବିଭାଗ ଏଭଳି ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ଅଧିକ ଅକ୍ସିଜେନ ଷ୍ଟକ ରଖିଥିବା ରାଜ୍ୟମାନେ ଅକ୍ସିଜେନ ନିଅଣ୍ଟିଆ ଥିବା ରାଜ୍ୟମାନଙ୍କୁ ଟ୍ରେନ୍ ସହାୟତାରେ ଅକ୍ସିଜେନ ଯୋଗାଇ ଦେଇଥିଲେ ।

କହିରଖୁ କି ଏବେ ବାଂଲାଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଛି । କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ଆବଶ୍ୟକ ହେଉଥିବା ଅକ୍ସିଜେନ ଅଭାବ ଦେଖାଦେବା ନେଇ ଭାରତ ସରକାର ସୂଚନା ପାଇବା ପରେ ପଡୋଶୀ ଦେଶ ବାଂଲାଦେଶକୁ ଅକ୍ସିଜେନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ପଥମ ଦଫାରେ ଆଜି ୨୦୦ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ ବାଂଲାଦେଶକୁ ପଠାଯାଇଛି ।

from Kanak News
via <a href="https://ifttt.com/?

ଫେରାରରୁ ଏନକାଉଣ୍ଟର । ଗ୍ୟାଙ୍ଗଷ୍ଟର ହାଇଦରର କାହାଣୀ… ଏମିତି ଖାଇଲା ଗୁଳି

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିବା ସୂଚନା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଏପ୍ରିଲ ମାସରେ କଟକ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲା ହାଇଦର । ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯିବା ପରେ ତାକୁ ଧରିବାକୁ ଜୋରଦାର କସରତ କରିଥିଲା ପୋଲିସ । ଆଉ ହାଇଦର ଫେରାର ହେବା ଘଟଣାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଏହାପରେ ହାଇଦରକୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଦେଶର ବିଭିନ୍ନ ରାଜ୍ୟରେ ନିଜ ନେଟୱାର୍କ ଲଗାଇଥିଲା ପୋଲିସ । ପରେ ଖବର ଆସିଥିଲା ହାଇଦର ତେଲେଙ୍ଗାନାରେ ଲୁଚି ରହିଛି । ପରେ କଟକ ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ୨ଟି ଟିମ । ଆଉ ୨ଟି ଟିମ ହାଇଦରକୁ ଧରିବାକୁ ତେଲେଙ୍ଗାନା ଯାଇଥିଲେ । ହାଇଦର ବାଇକରେ ଯାଉଥିବା ବେଳେ ପୋଲିସ ତାକୁ କାବୁ କରିଥିଲା ।

ଏହି ଘଟଣାକୁ ବିତି ଯାଇଛି ୪ ମାସ । ଆଉ ଏବେ ପୁଣି ଚର୍ଚ୍ଚାରେ ହାଇଦର । ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ରାସ୍ତାରେ ପରିଶ୍ରା ନାଁ କହି ତଳକୁ ଓହ୍ଲାଇଥିଲା ଏହି କୁଖ୍ୟାତ ଅପରାଧୀ । ଆଉ ସେହି ସମୟରେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ନେଇଥିଲା । ଆଉ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ଜଣେ ସବଇନ୍ସପେକ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲେ । ଗୁଳି ସିଧା ଯାଇ ହାଇଦର ପେଟରେ ବାଜିଥିଲା । ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

from Kanak News
via <a href="https://ifttt.com/?

ହାଇଦରକୁ ଏନକାଉଣ୍ଟର ହେବା ନେଇ ସୂଚନା ଦେଲେ କଟକ ଡିସିପି । କହିଲେ, ଫେରାର୍ ହେଉଥିବାବେଳେ ଅଟକାଇବାକୁ ଗୁଳି ମାରିଥିଲା ପୋଲିସ ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ହାଇଦରକୁ ଗୁଳି ବାଜିବା ନେଇ ସୂଚନା ଦେଲେ କଟକ ଡିସିପି । ଆଜି ହାଇଦରକୁ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୋଲିସ ତାକୁ ଗୁଳି ମାରିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଆଜି ଦିନ ୩ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ସେ କହିଛନ୍ତି ।

https://platform.twitter.com/widgets.js

କିଛି ଦିନ ତଳେ ହାଇଦର କଟକ ଏସସିବି ହସ୍ପିଟାଲରୁ ଫେରାର୍ ହୋଇଯାଇଥିଲା । ଏହାପରେ ଜୋରଦାର କସରତ ପରେ ପୋଲିସ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିଥିଲା । ଏହାପରେ ତାକୁ ଚୌଦାର ଜେଲରେ ରଖାଯାଇଥିଲା । ଆଜି ତାକୁ ଚୌଦାରରୁ ବାରିପଦା ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଗୁଳି ଖାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ୟାଙ୍ଗଷ୍ଟାର ହାଇଦରର ପେଟରେ ଗୁଳି ବାଜିଛି । ଗୁଳି ବାଜିବା ପରେ ତାକୁ ନିକଟସ୍ଥ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ।

from Kanak News
via <a href="https://ifttt.com/?

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର ସୂଚନା । ଚୌଦାରରୁ ବାରିପଦା  ଜେଲକୁ ନେବାବେଳେ ବାଟରେ ଏନକାଉଣ୍ଟର ।

କନକ ବ୍ୟୁରୋ: ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର । ଆଜି ଚୌଦାରରୁ ବାରିପଦା ନେବା ବାଟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ନେଇ ସୂଚନା ମିଳୁଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଲାକିର ସହ ହାଇଦର ପୋଲିସ ହାତରୁ ଖସିଯାଉଥିବାବେଳେ ପୋଲିସ ତାକୁ ଏନକାଉଣ୍ଟର କରିଛି ବୋଲି ଖବର ମିଳିଛି । ତେବେ ତାକୁ ଏବେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ସୂଚନା ମିଳିଛି ।

https://platform.twitter.com/widgets.js

ଗତ କିଛି ଦିନ ତଳେ ହାଇଦର କଟକ ଏସସିବି ହସ୍ପିଟାଲରୁ ଫେରାର ହୋଇଯାଇଥିଲା । ଏହାପରେ ପୋଲିସର ଜୋରଦାର କସରତ ପରେ ହାଇଦର ଗିରଫ ହୋଇଥିଲା । ଆଜି ତାକୁ କଟକ ଚୌଦାର ଥାନାରୁ ବାରିପଦାକୁ ନିଆଯାଉଥିଲା । ଏବଂ ବାଟରେ ସେ ପରିଶ୍ରା କରିବା ବାହାନାରେ ଗାଡିରୁ ଓହ୍ଲାଇ ଫେରାର୍ ହେବା ସମୟରେ ପୋଲିସ ତାକୁ ଗୁଳି ମାରିଥିଲା ।

from Kanak News
via <a href="https://ifttt.com/?

କୁନିଝିଅ ଆଖିରୁ ହଜିଯାଉଛି ଜ୍ୟୋତି । ଆଖି କ୍ୟାନସରରେ ପୀଡିତ ଝିଅର ଚିକିତ୍ସା ପାଇଁ ଅସମର୍ଥ ଦିବ୍ୟାଙ୍ଗ ବାପା, ମା । ପୂଜାର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାର ।

କନକ ବ୍ୟୁରୋ: ଭଗବାନ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଡାକ ଶୁଣିଲେ, କୋଳରେ ଶିଶୁଟିଏ ଦେଲେ । ହେଲେ ଖୁସି ବେଶି ଦିନ ପାଇଁ ରହିଲା ନାହିଁ । ଝିଅ ଜନ୍ମ ନେବାର ୭ ମାସ ପରେ ଆଖି କ୍ୟାନ୍ସରରେ ପୀଡିତ ହୋଇ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ସାରିଥିବା ବେଳେ ଏବେ ଅନ୍ୟ ଆଖିରୁ ଜ୍ୟୋତି ହରାଉଛି । ଦିବ୍ୟାଙ୍ଗ ବାପା-ମାଆ କୁନି ଝିଅ ପୂଜାର ଉନ୍ନତ ଚିକିତ୍ସା ପାଇଁ ଅସମର୍ଥ ହେବାରୁ ଏବେ ସହାୟତା ପାଇଁ ନିବେଦନ କରିଛନ୍ତି ।

ଜନ୍ମରୁ ଆଲୋକ ଦେଖିନଥିବା ଦମ୍ପତି, ଝିଅ ଆଖିରେ ଦୁନିଆ ଦେଖିବେ ବୋଲି ଆଶା ରଖିଥିଲେ । ହେଲେ ସେହି ଆଶା ଧିରେ ଧିରେ ମଉଳି ଯାଉଛି । ସୁମିତ୍ରା ଓ ଅଶୋକଙ୍କ ଆଖିର ଜ୍ୟୋତି କୁନି ଝିଅ ପୂଜା, ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଜନ୍ମରୁ ଦେଖି ପାରୁଥିବା ଝିଅ ଆଖିରେ ମାଡି ଯାଉଛି ବହଳ ଅନ୍ଧାର । ଦେଢ ବର୍ଷର କୁନି ଝିଅ କ୍ୟାନ୍ସର ପୀଡିତ ହୋଇ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ସାରିଥିବା ବେଳେ ଏବେ ଅନ୍ୟ ଆଖିରୁ ଦୃଷ୍ଟିଶକ୍ତି କମି ଯାଉଛି ।

ଅଶୋକ ଆଉ ସୁମିତ୍ରା ଦୁହେଁ ଜନ୍ମରୁ ଦିବ୍ୟାଙ୍ଗ । ଭୁବନେଶ୍ୱରରେ ରହୁଥିବା ଏହି ଦମ୍ପତିଙ୍କ କୋଳରେ ଦେଢ ବର୍ଷ ତଳେ ଜନ୍ମ ନେଇଥିଲା ଝିଅ ପୂଜା । ଅଶୋକ ଏକ କମ୍ପାନୀରେ ଡାଟା ଏଣ୍ଟ୍ରିରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ହସଖୁସିରେ ସଂସାର ଚାଲୁଥିଲା । ହେଲେ ଏ ଖୁସି ବେଶି ଦିନ ରହିଲା ନାହିଁ । ମହାମାରୀ ଯୋଗୁଁ ଚାକିରି ଚାଲିଯିବା ସହ କୁନି ଝିଅ ଆଖି କ୍ୟାନ୍ସର ରୋଗରେ ପୀଡିତ ହୋଇଗଲା । ଧାର କରଜ କରି ଝିଅକୁ କେମୋ ଦେବା ସହ ଅନ୍ୟାନ୍ୟ ଚିକିତ୍ସା କରାଇଲେ ବାପା-ମାଆ । ଏହାରି ଭିତରେ ପୂଜାର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇସାରିଛି । ଅନ୍ୟ ଆଖିରୁ ଧିରେ ଧିରେ ଜ୍ୟୋତି ହଜିଯାଉଛି, ସେ ଆଖିକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିବା ପରେ ଅଶୋକ ଆଉ ସୁମିତ୍ରା ଏବେ ଅସହାୟ ହୋଇପଡିଛନ୍ତି । ନିଜ ପାଖରେ ଆଉ ସମ୍ବଳ ନଥିବାରୁ ସହାୟତା ପାଇଁ ହାତ ଯୋଡି ଅନୁରୋଧ କରିଛନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି ।

from Kanak News
via <a href="https://ifttt.com/?

୩୫ ମାସ ଚାଲିବ କୃଷକ ଆନ୍ଦୋଳନ, ସରକାର ଚାହିଁଲେ ଦିଲ୍ଲୀରେ ୫ ଲକ୍ଷ ଟ୍ରାକ୍ଟର ସହ ରାଲି କରିବେ କୃଷକ : ରାକେଶ ଟିକାୟତ

କନକ ବ୍ୟୁରୋ :ଦିଲ୍ଲୀ ଜୟପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳରେ ଶନିବାର ପହଂଚିଥିଲେ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ । ସେ କହିଛନ୍ତି କି, ସରକାର ତାଙ୍କ ଜିଦରେ ଅଟଳ ଥିବାରୁ କୃଷକ ଆନ୍ଦୋଳନ ଆହୁରି ୩୫ ମାସ ପର୍ଯ୍ୟନ୍ତ ଚାଲିବ । ସରକାର ସର୍ତ୍ତ ସହିତ ଆଲୋଚନା କରିବାକୁ ଚାହୁଁଥିବା ବେଳେ କୃଷକ ମାନେ କେବଳ ଆଇନ ରଦ୍ଦ କରିବା ସର୍ତ୍ତରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟିକାୟତ ଗଣମାଧ୍ୟମକୁ କହିଛନ୍ତି ।

କୃଷକ ଆନ୍ଦୋଳନକୁ ନେଇ ହରିଆଣା ସରକାରଙ୍କ କଠୋରତା ଉପରେ ଟିକାୟତ କହିଛନ୍ତି କି, କୃଷକମାନେ ହରିଆଣା ସରକାରଙ୍କ ଶେଷ କଠୋରତା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । କୃଷକମାନେ କୌଣସି ପରିସ୍ଥିତିରେ ଡରିବେ ନାହିଁ । ଆନ୍ଦୋଳନ ସ୍ଥଳରେ କୃଷକମାନଙ୍କ ସଂଖ୍ୟା କମୁଥିବା ନେଇ ପ୍ରଶ୍ନ ଉପରେ ଟିକାୟତ କହିଛନ୍ତି କି, ସରକାର ଯଦି କୃଷକମାନଙ୍କର ଶକ୍ତି ଦେଖିବାକୁ ଚାହୁଁଛନ୍ତି ତେବେ କହିଲେ ଦିଲ୍ଲୀରେ ୫ ଲକ୍ଷ ଟ୍ରାକ୍ଟର ସହ ପୁଣିଥରେ ରାଲି କରିବାକୁ ସେମାନେ ପ୍ରସ୍ତୁତ ।

ଅନ୍ୟପଟେ କୃଷକ ଆନ୍ଦୋଳନର ଅନ୍ୟ ପ୍ରମୁଖ ଗୁରୁନାମ ଚଢୁନି ଅଲଗା ହେବା ପ୍ରସଙ୍ଗରେ ଟିକାୟତ କହିଛନ୍ତି କି, ବିଚାର ଅଲଗା ହେବା କାରଣରୁ ଏଭଳି ହୋଇଛି । କିଷାନ ମୋର୍ଚ୍ଚା ନିର୍ବାଚନ ଲଢିବା ସପକ୍ଷରେ ନଥିବା ବେଳେ ଚଢୁନି ନିର୍ବାଚନ ଲଢିବାକୁ ଚାହୁଁଥିଲେ । ସେ ପୁଣି ତାଙ୍କ ବିଚାର ବଦଳାଇ ଖୁବଶୀଘ୍ର ଆମ ସହ ଯୋଡି ହେବେ ବୋଲି ଆଶା କରିଛନ୍ତି ଟିକାୟତ । ଏହାସହ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ବୟାନ ଉପରେ ବି ଟିକାୟତ ଜବାବ ରଖିଛନ୍ତି । ସେ କହିଛନ୍ତି କି, କୃଷକମାନେ ମହିଳା ମାନଙ୍କୁ ସମ୍ମାନ କରନ୍ତି, ମାତ୍ର କିଛି ଲୋକଙ୍କ ଦ୍ୱାରା ଏଭଳି କରାଯାଉଛି, ହେଲେ ହକ୍ ପାଇଁ କୃଷକମାନେ ତାଙ୍କ ଲଢେଇ ଜାରି ରଖିବେ ।

ଅନ୍ୟପଟେ ସରକାରଙ୍କୁ ଘେରିବାକୁ କୃଷକମାନେ ଜନ୍ତର-ମନ୍ତ୍ରର ଠାରେ କିଷାନ ସଂସଦ ଆରମ୍ଭ କରିଛନ୍ତି । ଦୈନିକ ୨୦୦ କୃଷକ ପ୍ରତିନିଧୀଙ୍କ ଦ୍ୱାରା ସଂସଦ ପରିଚାଳନା କରାଯାଉଛି । ସାଧାରଣ ସଂସଦ ଭଳି କିଷାନ ସଂସଦରେ ବି ବାଚଷ୍ପତ୍ତି, ଉପବାଚଷ୍ପତ୍ତି ନିର୍ବାଚିତ କରାଯାଇ ଦୈନିକ କୃଷି ଆଇନ ଉପରେ ଆଲୋଚନା ହେଉଛି ।

from Kanak News
via <a href="https://ifttt.com/?

ବିନା ସେଟ୍ରିଂରେ ପଡିଥାଆନ୍ତା ନିଗମାନନ୍ଦ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର ଛାତ । ବାଉଁଶ ଢିରାରେ ଛାତ ପାଇଁ ବିଛା ଯାଇଥିଲା ଲୁହାରଡ । ନିମ୍ନମାନର କାମ ସ୍କୁଲ ଘର ନିର୍ମାଣ ବାବଦକୁ ଆସିଥିବା ଅର୍ଥ ହଡପ ଅଭିଯୋଗ ।

କନକ ବ୍ୟୁରୋ: ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା । ସାମ୍ନାକୁ ଆସିଲା ଠକ ଠିକାଦାରଙ୍କ କାରନାମା । ବିନା ସଟ୍ରିଂରେ ରଡ ବାନ୍ଧିଥିଲେ ଛାତ ପକାଇବା ପାଇଁ  ଆଉ ଏହି ଖବର ଗଣମାଧ୍ୟମ ନଜରକୁ ଆସିବା ପରେ ଖୋଲିନେଲେ ଲୁହାଛଡ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଳା ବଡଚଣା ବ୍ଲକ ବରଦା ପଞ୍ଚାୟତ ଅଞ୍ଚଳରେ ।

ସେଠାକାର ନିଗମାନନ୍ଦ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟରେ ବିନା ସେଟ୍ରିଂରେ ଛାତ ପକାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ବାଉଁଶ ଢିରା ଦେଇ ବିଦ୍ୟାଳୟର ନୂତନ କୋଠାର ଛାତ ପକାଇବା ଉଦ୍ଦେଶ୍ୟରେ ଲୁହାରଡ ବିଛା ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି, ବାଉଁଶ ଢିରା ଭରସାରେ ବିଛାଯାଇଥିବା ଲୁହା ଛଡ ଉପରେ ଗୋଡି, ସିମେଣ୍ଟ ଓ ବାଲିର କଙ୍କ୍ରିଟ ମିଶ୍ରଣ ଢାଳି ଛାତ ପକାଇଥାନ୍ତେ ଠିକାଦାର । ତେବେ ସ୍କୁଲର ଶ୍ରେଣୀ ଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ବିନା ସେଟ୍ରିଂରେ ଛାତ ପକାଇବା ପାଇଁ ବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି ।

୧୯୬୫ ମସିହାରୁ ପ୍ରତିଷ୍ଠିତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠ ପଢିବା ବ୍ୟବସ୍ଥା ରହିଛି । ଫନି ବାତ୍ୟାରେ ସ୍କୁଲର ଘର ଭାଙ୍ଗି ଯାଇଥିଲା । ଏହାର ମରାମତି ସହ ନୂଆ ଶ୍ରେଣୀ ଗୃହ ପାଇଁ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହାରି ଭିତରେ ୬ ମାସ ବିତିଲାଣି କିନ୍ତୁ ନୂଆ ଶ୍ରେଣୀଗୃହ ନିର୍ମାଣ ସରିନାହିଁ । କିନ୍ତୁ ତରବରିଆ ଭାବେ ବିଲ କରି ନେବା ପାଇଁ ଠିକାଦାର ଅତି ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଠିକାଦାରଙ୍କୁ ନିର୍ମାଣ କାମର ତଦାରଖ କରୁଥିବା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ସହଯୋଗ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତେବେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ଦେଉଥିବା ବେଳେ ଅସାଧୁ ଉପାୟରେ ଏହାକୁ ଚଳୁ କରିବା ପାଇଁ ଉଦ୍ୟମ କରୁଥିବା ଠକ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

from Kanak News
via <a href="https://ifttt.com/?

ଲାଂଚ ମାମଲାରେ ଜାମିନ ପାଇ ଜେଲରୁ ବାହାରିଲେ ଆଶୁତୋଷ ମିଶ୍ର । ହେଲେ ପୁଣି ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ କରିନେଲା ଭିଜିଲାନ୍ସ

କନକ ବ୍ୟୁରୋ: ଜାମିନ ପାଇ ଜେଲରୁ ମୁକୁଳିଲେ, ପୁଣି ଗିରଫ ହେଲେ । ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । କଳାହାଣ୍ଡି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସରକାରୀ ଓକିଲ ଆଶୁତୋଷ ମିଶ୍ର ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସରକାରଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି । ଗତ ୩ ତାରିଖରେ ୧ ଲକ୍ଷ ଟଂକା ଲାଂଚ ନେଇଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ଦ୍ୱାରା ଆଶୁତୋଷ ମିଶ୍ର ଧରାପଡ଼ିଥିଲେ । ଭିଜିଲାନ୍ସ ତଦନ୍ତ ସମୟରେ ତାଂକ ଠାରୁ ସ୍ଥାବର ଓ ଅସ୍ଥାବର ମୋଟ୍ ୮୫ ଲକ୍ଷ ଟଂକାର ସମ୍ପତି ଠାବ ହୋଇଛି ।

ତେବେ ଚର୍ଚ୍ଚାର ବିଷୟ ହେଲା ଲାଂଚ ମାମଲାରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ଏହାପରେ ଗତକାଲି ସେ ଜେଲରୁ ମୁକୁଳିଥଲେ । କିନ୍ତୁ ଆୟ ବହିର୍ଭୂତ ସମ୍ପତି ଠୁଲ ମାମଲାରେ ଭିଜିଲାନ୍ସ ଟିମ୍ ତାଂକୁ ଗିରଫ କରିବା ପାଇଁ ଜଗି ବସିଥିଲା । ଆଉ ଜେଲରୁ ବାହାରିବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପୁଣି ଉଠାଇ ନେଇଥିଲା । ଏହି ଘଟଣା ପରେ ତାଂକୁ ଭିଜିଲାନ୍ସ ସରକାରୀ ଓକିଲ ପଦରୁ ବି ସରକାର ବହିଷ୍କାର କରିଛନ୍ତି । ଜଣେ ସରକାରୀ ଓକିଲ ଥରେ ନୁହେଁ ଦୁଇ ଥର ଜେଲ ଯିବା ରାଜ୍ୟରେ ପ୍ରଥମ ଘଟଣା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started