ରାଜ୍ୟସଭା ଯିବେ ପ୍ରସାର ଭାରତୀର ପୂର୍ବ ସିଇଓ ଜବାହର ସରକାର । ଦିନେଶ ତ୍ରିବେଦୀଙ୍କ ସ୍ଥାନରେ ଟିଏମସିରୁ ହେଲେ ଆଶାୟୀ ପ୍ରାର୍ଥୀ ।

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ପାର୍ଟି ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଟିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏଭଳି ସୂଚନା ଦିଆଯାଇଛି । ଜବାହର ସରକାର କିଛିଦିନ ପାଇଁ ପ୍ରସାର ଭାରତୀୟ ସିଇଓ ଭାବେ କାର୍ଯ୍ୟ କରିଥିଲେ । ଏହାସହ ମୋଦୀ ସରକାରଙ୍କ ଜଣେ କଡା ସମାଲୋଚକ ଭାବେ ସେ ବେସ୍ ଜଣାଶୁଣା । କହିରଖୁ କି ଟିଏମସିର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ସରକାରଙ୍କୁ ପ୍ରାର୍ଥୀ କରିଛି ଦଳ ।
ତୃଣମୂଳ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, “ଆମେ ସଂସଦର ଉଚ୍ଚ ସଦନକୁ ଶ୍ରୀ ଜବାହର ସରକାରଙ୍କୁ ମନୋନୀତ କରି ଗର୍ବ ଅନୁଭବ କରୁଛୁ, ଜବାହର ସରକାର ପାଖା ପାଖି ୪୨ ବର୍ଷ ସାର୍ବଜନୀକ ସେବାରେ ସମୟ ବିତାଇଛନ୍ତି ଓ ସେ ପ୍ରସାର ଭାରତୀର ସିଇଓ ଭାବେ ବି କାର୍ଯ୍ୟ କରିଛନ୍ତି, ସାର୍ବଜନୀକ ସେବାରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଏବେ ପୁଣି ଦେଶ ସେବା କରିବାରେ ସହଯୋଗ କରିବେ ବୋଲି ଆଶା କରୁଛୁ ”

ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଥିଲେ କି ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ପରେ ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ ତାରିଖରେ ଉପନିର୍ବାଚନ ହେବ । ସୂଚନା ଥାଉକି ଦିନେଶ ତ୍ରିବେଦୀ ଫେବୃଆରୀ ମାସରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।
ଏହି ଉପନିର୍ବାଚନରେ ଟିଏମସି ଜିତିବାର ସମ୍ଭାବନା ଅଧିକ ରହିଛି । କାରଣ ଦଳ ପାଖରେ ବହୁମତ ରହିଛି । ଅନ୍ୟପଟେ ମାର୍ଚ୍ଚ ମାସରେ ଟିଏମସିରେ ସାମିଲ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ବି ଟିଏମସି ରାଜ୍ୟସଭା ପଠାଇ ପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଓଡ଼ିଶାରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ । ଗଂଜାମରୁ ଚାଲାଣ ବେଳେ ୧କୋଟି ୧୪ଲକ୍ଷ ଟଙ୍କାର ଗଂଜେଇ ଜବତ କଲା ସୁରଟ ଗ୍ରାମୀଣ ପୋଲିସ 

କନକ ବ୍ୟୁରୋ: ଗଂଜାମରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ ।  ଓଡ଼ିଶାରୁ ଗଂଜେଇ ଚୋରା ଚାଲାଣ ବେଳେ ଧରିଛି ଗୁଜରାଟ ପୋଲିସ । ଗଂଜାମରୁ ଏହି ଗଂଜେଇ ସୁରଟ ଚାଲାଣ ହେଉଥିବା ବେଳେ ସେଠାକାର ଗ୍ରାମୀଣ ପୋଲିସ ହାତରେ ଧରାପଡିଛି । ୩୨ଟି ବସ୍ତାରେ ଭର୍ତି ହୋଇଥିବା ଏହି ଗଂଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା ।

ଗଂଜାମ କେନ୍ଦୁପଦର ଅଂଚଳର ବିକାଶ ଗୌଡ ନାମକ ଜଣେ ୧୯ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ଅନ୍ୟ ୩ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏମାନେ ମଧ୍ୟ ଗଂଜାମ କୋଦଳା ଅଂଚଳର ବାବୁ ନାହାକ, ବିକ୍ରମ ପରିଡା ଓ ଶିବରାମ ନାହାକ ବୋଲି ଜଣାପଡିଛି । ଗଂଜେଇ ମାଫିଆଙ୍କ ନିକଟରୁ ପୋଲିସ ମୋବାଇଲ ଫୋନ, ୭ହଜାର ୫ଶହ ନଗଦ ଟଙ୍କା ଓ ସୁଜୁକି ବାଇକ ଜବତ କରିଛି ।

from Kanak News
via <a href="https://ifttt.com/?

କ୍ଲିନିକାଲ ଟ୍ରାଏଲରେ କୋଭାକ୍ସିନର ବିଫଳତା, ବ୍ରାଜିଲ ବାତିଲ କଲା ଭାରତ ବାୟୋଟେକ ସହିତ କରିଥିବା ଚୁକ୍ତି

କନକ ବ୍ୟୁରୋ : ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତି ବାତିଲ କରିଛି । ହାଇଦ୍ରାବଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା । ହେଲେ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ କମ୍ପାନୀ ସହିତ ବ୍ରାଜିଲ ସରକାର କରିଥିବା ଚୁକ୍ତି ବାତିଲ କରିଦେଇଛନ୍ତି ।

ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି କି, ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । କହିରଖୁ କି ବ୍ରାଜିଲର ଔଷଧ ନିର୍ମାତା କମ୍ପାନୀ ପ୍ରେସୀସା ମେଡିଫାର୍ମାଟସ ଓ ଏନବିକ୍ସିୟା ଫର୍ମାସ୍ୟୁଟିକାଲ ଲିମିଟେଡ ସହିତ ଭାରତ ବାୟୋଟେକର ଚୁକ୍ତି ହୋଇଥିଲା । ନିୟାମକ ଦାଖଲ, ଲାଇସେନ୍ସ, ବିତରଣ, ବୀମା ଏବଂ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଆଚରଣ ସହମତ ନହେବା ଏବଂ କ୍ଲିନିକାଲ୍ ପରୀକ୍ଷଣ ଅଟକି ଯିବା ପରେ ଚୁକ୍ତିନାମା ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୁକ୍ତି ବାତିଲ ହେବା ପରେ ଭାୟତ ବାୟୋଟେକ କହିଛି କି କମ୍ପାନୀ ବ୍ରାଜିଲ ଠାରୁ କିଛି ବି ଅର୍ଥ ଅଗ୍ରୀମ ଆଣି ନାହିଁ ଏବଂ ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୌଣସି ଟିକା ଯୋଗାଇ ନାହିଁ । ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି କି, ବ୍ରାଜିଲ ବିଶ୍ୱ ସ୍ତରୀୟ କାରବାର ଓ ଆଇନ ଅନୁଯାୟୀ ବ୍ରାଜିଲ ସହିତ ଚୁକ୍ତିନାମା କରିଥିଲା । ସମାନ ନିୟମ ଅନୁସରଣ କରି ବ୍ରାଜିଲ ବି ଭାରତ ବାୟୋଟେକ ସହିତ ଚୁକ୍ତି କରିଥିବା କମ୍ପାନୀ କହିଛି ।

from Kanak News
via <a href="https://ifttt.com/?

ଅଶ୍ଳୀଳ ଭିଡିଓ ମାମଲା : ରାଜ କୁନ୍ଦ୍ରାଙ୍କ ବଢିବ ଅଡୁଆ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିପାରେ ଯାଂଚ

କନକ ବ୍ୟୁରୋ : ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନୀ ମଧ୍ୟରେ ଅଶ୍ଳୀଳ ଭିଡିଓ କାରବାରେ ବହୁ ଟଙ୍କା ନେଣ ଦେଣ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ମାମଲାର ଯାଂଚ କରୁଥିବା ମୁମ୍ବାଇ ପୋଲିସ ଠାରୁ ଏଫଆଇଆରର କପି ମାଗି ଇଡି ନିଜ ତରଫରୁ ଏକ ମାମଲା ଦାୟର କରିବ । ଏହାସହ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ବା (ଏଫଇଏମଏ) ଆଧାରରେ ରାଜ କୁନ୍ଦ୍ରାଙ୍କୁ ନୋଟିସ୍ ଜାରି କରି ।  କହିରଖୁ କି ଶୁକ୍ରବାର ଦିନ ମୁମ୍ବାଇର ଏକ ଅଦାଲତ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅନ୍ୟପଟେ ଶୁକ୍ରବାର ଦିନ ମୁମ୍ବାଇ ପୋଲିସ ଏହି ମାମଲା ସହିତ ଜଡିତ ଅନେକ ତଥ୍ୟ ହାସଲ କରିଥିବା କଥା କହିଛନ୍ତି । ଯାଂଚ ବେଳେ ସାମ୍ନାକୁ ଆସିଛି କି ରାଜ କୁନ୍ଦ୍ରା ପ୍ରସ୍ତୁତ କରିଥିବା ଆପ୍ ରେ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଅନ୍ୟପଟେ ୧୧୯ ଟି ଅଶ୍ଳୀଳ ଭିଡିଓକୁ କୁନ୍ଦ୍ରା ୧୨ ଲକ୍ଷ ଡଲାରରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଏହାସହ ମୁମ୍ବାଇ ପୋଲିସ କହିଛି କି, ଦକ୍ଷିଣ ଆଫ୍ରିକାର ଏକ ସ୍ପୋର୍ଟସ୍ ବ୍ୟାଟିଂ କମ୍ପାନୀ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛି । ଏଥିରୁ ପୋଲିସ ଅନୁମାନ କରୁଛି କି ଅଶ୍ଳୀଳ ଭିଡିଓରୁ ହେଉଥିବା ରୋଜଗାରକୁ କୁନ୍ଦ୍ରା ବ୍ୟାଟିଂରେ ଲଗାଉଥିଲେ । ପୋଲିସ କୋର୍ଟକୁ ଅନୁରୋଧ କରିଥିଲେ କି କୁନ୍ଦ୍ରା ୟେସ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଆଫ୍ରିକା ମଧ୍ୟରେ କରିଥିବା କାରବାରର ଯାଂଚ ପାଇଁ ଅନୁମତି ଦିଆଯାଉ ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତ୍ତି : ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚିନ୍ତା ବଢାଇଲାଣି ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା । ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ । ଖୁଂଟିରେ ଚଢ଼ି କାମ କରୁଥିବା ବେଳେ ମାଡି ଆସିଥିଲା ବନ୍ୟା ପାଣି । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତିରେ ସୁଧାର ଆସିବାର ସଂଭାବନା ଦେଖାଯାଉ ନାହିଁ । କାରଣ ଆସନ୍ତା ୨୪ ଘଂଟା ପାଇଁ ଆହୁରି ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବୁଠାରୁ ଅଧିକ ଚିନ୍ତା ବଢାଇଛି ରାଇଗଡ ଅଂଚଳ ।

ରାଇଗଡ ନିକଟ ଏକଗାଁ ଅଂଚଳରେ ପାହାଡ ଧସିବା ପରେ ଗାଁ ପୂରା ଧୋଇ ଯାଇଛି । ପୁରା ରାଇଗଡରେ ଭୂସ୍ଖଳନ ଓ ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଲାଣି । ଶୁକ୍ରବାର ୩୨ଟି ଶବ ଉଦ୍ଧାର କରାଯାଇଥିଲା । ଆହୁରି ଶବ ଗୁଡିକୁ ଠାବ କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ମଧ୍ୟ ଭୂସ୍ଖଳନ କାରଣରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି ହୋଇଛି । ଉଦ୍ଧାର କାମରେ ଏନଡିଆରଏଫ୍ ଟିମ୍ ସାମିଲ ହୋଇଛି । ମହାରାଷ୍ଟ୍ରରେ ବନ୍ୟା ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଉଦ୍ଧାର କାମରେ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରର ୬ଟି ଜିଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ରାଇଗଡ, ରତ୍ନଗିରି, ସିଦ୍ଧୁ ଗୁର୍ଗ, ପୁନେ, ସତରା ଏବଂ କୋହ୍ଲାପୁର ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି । ମହାରାଷ୍ଟ୍ରରେ ଏହି ବନ୍ୟାରେ ବର୍ତମାନ ସୁଦ୍ଧା ୫୪ ଟି ଗାଁ ପୁରା କ୍ଷତିଗ୍ରସ୍ତ ହୋଇସାରିଛି । ୮୨୧ଟି ଗାଁ ଆଂଶିକ ପ୍ରଭାବିତହୋଇଛି ।

from Kanak News
via <a href="https://ifttt.com/?

ବିର୍ଲା ଗ୍ଲୋବାଲ ୟୁନିଭରସିଟି ଏବଂ ବିସିକେଆଇସି ମଧ୍ୟରେ ନବସୃଜନ ଏବଂ ଜ୍ଞାନ ସୃଷ୍ଟି ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ

କନକ ବ୍ୟୁରୋ :ବିର୍ଲା ୟୁନିଭୟସିଟି ପକ୍ଷରୁ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର ସହିତ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛିି । ଗବେଷଣା ଅନୁଷ୍ଠାନଗୁଡିକୁ ନିରବଚ୍ଛିନ୍ନ ଭାବେ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ-ଏସଟିଆଇସି ନିର୍ଦ୍ଦେଶରେ ଗଠିତ ଭାରତ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଦ୍ୱାରା ବିସିକେଆଇସି ଏକ ନୂୂତନ ପଦକ୍ଷେପ । ଏହି ସଂସ୍ଥା ସ୍ପୋକ ମଡେଲ ସୃଷ୍ଟି ଦିଗରେ ଏକାଡେମୀ, ଶିଳ୍ପ ଏବଂ କର୍ପୋରେଟ, ନବସୃଜନ ଏବଂ ଜ୍ଞାନ ସୃଷ୍ଟିକୁ ସକ୍ରିୟ ଭାବେ ଅନୁସରଣ କରିଥାଏ ।

ବିିର୍ଲା ଗ୍ଲୋବାଲ ୟୁନିଭରସିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପି ପି ମାଥୁରଙ୍କ ଦ୍ୱାରା ଅନୁଗ୍ରହିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେୟୁର ରେଜିଷ୍ଟାର ପ୍ରଫେସର ବି.କେ ଦାସ, ବିସିକେଆଇସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର, ବିସିକେଆଇସିର ସିଇଓ ଡକ୍ଟର ପ୍ରଶାନ୍ତ ସିଂ, ପ୍ରଫେସର ସାମସନ୍ ମହାରଣା (ଡିନ୍ ବିର୍ଲା ସ୍କୁଲ ଅଫ୍ କମର୍ସ) , ପ୍ରଫେସର ପରମେଶ୍ୱର ନାୟକ (ଡିନ୍ ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ) ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଏମଓୟୁ ମାଧ୍ୟମରେ ପରସ୍ପର ସହିତ ବିସିକେଆଇସିର ସଦସ୍ୟ, ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଚାତ୍ରୁୀ ମାନଙ୍କ ସହିତ ଶିଳ୍ପ, ଜନହିତକର ସଂଗଠନ ଓ ସାଧାରଣ ଜନତାଙ୍କ ସହିତ କଥାବାର୍ତ୍ତା ବୃଦ୍ଧି କରି ଏକ ଅଂଶିଦାର ବିର୍ଲା ଗ୍ଲୋବାଲ ୟୁନିଭରସିଟି ସହିତ ଏସ ଆଣ୍ଡ ଟି ଇକୋ ସିଷ୍ଟମ ସୃଷ୍ଟି କରିବାର ଉର୍ଦ୍ଦେଶ୍ୟ ସ୍ଥିର କରିଛି । ଏହାହସ ଏହା କୌଣସି ଆଇନଗତ ବାଧ୍ୟତାମୂଳକ ପ୍ରତିବଦ୍ଧତା ସୃଷ୍ଟି ନକରି ସାମ୍ଭାବ୍ୟ ସହଯୋଗ ଏବଂ ସହଯୋଗର କ୍ଷେତ୍ର ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିବ ବୋଲି କୂୁହାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶଷ୍ଠ ବ୍ୟକ୍ତିମାନଙ୍କୁ ସ୍ୱାଗତ କରିଥିଲେ ପ୍ରଫେସର ସାମସନ ମହାରଣା । ପ୍ରଫେସର ବି.କେ ଦାସ ବିସିକେଆଇସି ସହିତ ସ୍ୱାକ୍ଷରିତ ଏମଓୟୁର ଉର୍ଦ୍ଦେଶ୍ୟ ଏବଂ ଏହା ଉଭୟ ବିସିକେଆଇସି ଓ ବିଜିୟୁ ପାଇଁ କିଭଳି କାମ କରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ମାଥୁର ବିଜିୟୁର ସମସ୍ତ ବିଦ୍ୟାଳୟର ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହାସହ ସମାଜ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନବସୃଜନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଡକ୍ଟର ମୃତ୍ୟୁଞ୍ଜୟ ସୁଆର ବିଜିୟୁ ସହିତ ହାତ ମିଳାଇ କାର୍ଯ୍ୟକରିବାକୁ ନିଜର ଉତ୍ସାହ ପ୍ରକାଶ କରିଥିଲେ । ସେ ବିସିକେଆଇସିର କାଯର୍ଯ୍ୟ ସହିତ ସମାବେଶ ବାବଦରେ ଅବଗତ କରାଇଥିଲେ । ସେ ଅଧ୍ୟାପକ ମାନଙ୍କୁ ଏକ ନବସୃଜନ କେନ୍ଦ୍ର ଭାବରେ ବିଜିୟୁର ସମସ୍ତ ରାଉଣ୍ଡ ବିକାଶ ପାଇଁ ଜ୍ଞାନ କ୍ଲଷ୍ଟରରେ ଯୋଗଦାନ କରିବାକୁ ପ୍ରେରଣା ଦେଇଥିଲେ । ବିର୍ଲା ସ୍କୁଲ ଅଫ୍ କମର୍ସର ସହକାରୀ ପ୍ରଫେସର ଶ୍ରୀମତୀ ଲୋପାମୁଦ୍ରା ନାୟକ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

from Kanak News
via <a href="https://ifttt.com/?

ବିଏମସି ପକ୍ଷରୁ ଆରମ୍ଭ ହେଲା ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ । ବିଏମସିର ନର୍ଥ ଜୋନ ଗଜପତି ନଗର ଅଞ୍ଚଳରୁ ଆରମ୍ଭ ହେଲା ଅଭିଯାନ

କନକ ବ୍ୟୁରୋ : ବିଏମସି ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ । ବିଏମସିର ନର୍ଥ ଜୋନ ଗଜପତି ନଗର ଅଂଚଳରୁ ଆରମ୍ଭ ହେଲା ଏହି ଅଭିଯାନ । ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ ଇଲୋକ୍ଟ୍ରନିକ ଆବର୍ଜନା ଜିନିଷ ସଂଗ୍ରହ କରିବେ ସଫେଇବାଲା । ବିଏମସିର ସମସ୍ତ ୬୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ ।

ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନଫୋପାଡିବାକୁ ଲୋକଙ୍କୁ ବିଏମସି ପକ୍ଷରୁ କରାଯାଇଛି ନିବେଦନ । ସଂଗ୍ରହ ପରେ ଇ କର୍ଣ୍ଣରରେ ରହିବ ଏହି ବର୍ଜ୍ୟ ପରବର୍ତୀ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧାର୍ଯ୍ୟ କରିଥିବା ସଂସ୍ଥାକୁ ଦିଆଯିବ । ଏହି ବର୍ଜ୍ୟବସ୍ତୁ ପକ୍ଷରୁ ଏଗୁଡ଼ିକୁ ସଦୁପଯୋଗ କରାଯିବ ।

from Kanak News
via <a href="https://ifttt.com/?

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଠାରେ ଆରମ୍ଭ ହୋଇଛି ରେଡିମେଟ କପଡ଼ା ଫ୍ୟାକ୍ଟ୍ରି : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସ୍ଥାନ ପାଇବେ ୧୩୦୦ ମହିଳା

କନକ ବ୍ୟୁରୋ : ୱାଇଲ୍ଡ ଲୋଟସ ଫ୍ୟାସନ ଫାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଛତାବର ଶିଳ୍ପାଂଚଳ ଠାରେ ଆରମ୍ଭ ହୋଇଛି ଏକ ରେଡିମେଟ କପଡ଼ା ଫ୍ୟାକ୍ଟ୍ରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦଘାଟନ କରାଯାଇଛି । ସମ୍ପୂର୍ଣ୍ଣ ଭାବେ ରପ୍ତାନୀ ଉର୍ଦ୍ଦେଶ୍ୟରେ କରାଯାଇଥିବା ଏହି ୟୁନିଟ ଏମଜିଏମ୍ ଗ୍ରୁପର ଏକ ଅଂଶ ଅଟେ । ୩ ଏକର ବିଶିଷ୍ଟ ସ୍ଥାନରେ ତିଆରୀ ହୋଇଥିବା ଏହି କମ୍ପାନୀରେ ୧୮ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

ଯାହା ମଧ୍ୟରେ ୧୩୦୦ ମହିଳା ସ୍ଥାନ ପାଇବେ । ପ୍ରାଥମିକ ଭାବେ ୭୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଉଥିବା ଏହି କମ୍ପାନୀରେ ସମ୍ପର୍ଣ୍ଣ ଦେୟମୁକ୍ତ ଭାବରେ ତାଲିମର ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରାୟ ୯୫୦ ସିଲେଇ ମେସିନକୁ କପଡା ତିଆରୀ ପାଇଁ ଏଠାରେ ବ୍ୟବହାର କରାଯିବ । ଆନ୍ତଜାର୍ତୀୟ ମାନର ବ୍ରାଣ୍ଡ ଗୁଡ଼ିକୁ କପଡ଼ା ଯୋଗାଇ ଦେବାରେ ଏହା ମୁଖ୍ୟ ଭୂମିକା ନେବ ବୋଲି କହିଛନ୍ତି ଏମଜିଏମ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ମହାନ୍ତି ।

from Kanak News
via <a href="https://ifttt.com/?

କୁନିଝିଅ ଆଖିରୁ ହଜିଯାଉଛି ଜ୍ୟୋତି : ଆଖି କ୍ୟାନସରରେ ପୀଡିତ ଝିଅର ଚିକିତ୍ସା ପାଇଁ ଅସମର୍ଥ ଦିବ୍ୟାଙ୍ଗ ବାପା, ମା; ପୂଜାର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାର

କନକ ବ୍ୟୁରୋ : ଭଗବାନ ଦିବ୍ୟାଙ୍ଗ ଦମ୍ପତିଙ୍କ ଡାକ ଶୁଣିଲେ । କୋଳରେ ଶିଶୁଟିଏ ଦେଲେ । ହେଲେ ଖୁସି ବେଶି ଦିନ ପାଇଁ ରହିଲା ନାହିଁ । ଝିଅ ଜନ୍ମ ନେବାର ୭ ମାସ ପରେ ଆଖି କ୍ୟାନ୍ସର ବାହାରିଲା । ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଆଖିରୁ ଧୀରେ ଧୀରେ ଦୃଷ୍ଟି ଶକ୍ତି ହଜିଯିବାକୁ ବସିଛି । ଯାହା ଆଖିରେ ଦିବ୍ୟାଙ୍ଗ ଦମ୍ପତି ଦୁନିଆ ଦେଖିବେ ବୋଲି ଆଶା କରିଥିଲେ ସେ ଏବେ ତା’ ଆଖିର ଜ୍ୟୋତି ହରାଇବାକୁ ଯାଉଛି ।

ଅଶୋକ ଆଉ ସୁମିତ୍ରା ଦୁହେଁ ଜନ୍ମରୁ ଦେଖିପାରନ୍ତି ନାହିଁ । ଦୁହେଁ ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ଖୁସିରେ ବୈବାହିକ ଜୀବନ ଗଢ଼ିବାକୁ । ହେଲେ ଜାଣିନଥିଲେ ତାଙ୍କ ଜୀବନରେ ଆଉ ଏକ ବଡ଼ ଦୁଃଖ ସେମାନଙ୍କୁ ଅପେକ୍ଷା କରିଛି । ଦେଢ଼ ବର୍ଷ ତଳେ ଭଗବାନ ଦୁହିଁଙ୍କ କୋଳକୁ ଝିଅଟିଏ ଦେଇଥିଲେ । ଏହି ଦିବ୍ୟାଙ୍ଗ ଦମ୍ପତି ଆଶା ରଖିଥିଲେ ଜୀବନର ଶେଷ ପର୍ଯ୍ୟନ୍ତ ଝିଅ ଆଖିରେ ଦୁନିଆ ଦେଖିବେ । ହେଲେ ଏହି ଆଶା ଆଶାରେ ରହିଗଲା । ଝିଅ ଜନ୍ମରୁ ଦେଖିପାରୁଥିଲା ହେଲେ ଏବେ ଆଖି କ୍ୟାନ୍ସର ପାଇଁ ପୂଜା ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଛି ।

ଝିଅର କ୍ୟାନ୍ସର ଭଲ କରିବା ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କ ପାଖରେ ଅର୍ଥ ନାହିଁ । ଡାଟା ଏଂଟ୍ରିରେ କାମ କରୁଥିବା ଅଶୋକ ମହମାରୀ ଭିତରେ ନିଜର ଚାକିରୀ ହରାଇ ବସିଛନ୍ତି । କେଉଁଠୁ ଅର୍ଥ ଆଣିବେ ଚିନ୍ତାରେ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଦିବ୍ୟାଙ୍ଗ ଦମ୍ପତି ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଦୀପଠାରୁ ମୃତଦେହ ଠାବ ମାମଲା : ମୃତବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇବାକୁ ପୋଲିସ ମାରିଲା ପୋଷ୍ଟର

କନକ ବ୍ୟୁରୋ : କୁଆଖାଇ ନଦୀ ପଠାରେ ମିଳିଥିବା ମୃତଦେହର ପରିଚୟ ପାଇବା ପାଇଁ ପୋଷ୍ଟର ମାରିଲା ପୋଲିସ । ପୋଷ୍ଟରରେ ଦିଆଯାଇଥିବା ଫଟୋଟି ଖରାପ ଦେଖାଯାଉଥିବାରୁ ତାହା ଦେଖାଇବା ସମ୍ଭବ ହେଉନାହିଁ । ତେବେ ଏହି ପୋଷ୍ଟରରେ ପୋଲିସ ଲେଖିଛି ମୃତ ବ୍ୟକ୍ତିଙ୍କ ପରିଚୟ ଆବଶ୍ୟକ । ମୃତକ ଜଣେ ପୁରୁଷ । ଗତ ୨୧ତାରିଖରେ ଭୁବନେଶ୍ୱର ଉପକଣ୍ଠ ଜରିପାଟଣା, ବରିମୁଣ୍ଡ ଗାଁ ପାଖ କୁଆଖାଇ ନଦୀ ବାଲିଯାତ୍ରା ପଡିଆ ପଠାରୁ ଏହି ମୃତଦେହଟି ଉଦ୍ଧାର ହୋଇଥିଲା । ମୃତକଙ୍କ ବୟସ ୧୮ରୁ ୨୫ବର୍ଷ ଭିତରେ ।

ଉଚ୍ଚତା ୫ଫୁଟ ୮ଇଂଚ ଏବଂ ମଧ୍ୟମ ଧରଣର ସ୍ୱାସ୍ଥ୍ୟ ଅର୍ଥାତ ଓଜନ ୪୫ରୁ ୫୦କିଲୋ ମଧ୍ୟରେ ହେବ । ଏହି ବ୍ୟକ୍ତିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କ ନାଁ ଓ ପରିଚୟ ଗୋପନ ରଖାଯିବ, ଏବଂ ପୁରଷ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ପୋଷ୍ଟରରେ ଲେଖିଛି । ମୃତଦେହ ସହିତ ଫୁଲ ଟ୍ରାଉଜର ପ୍ୟାଂଟ, ଫୁଲ ସାର୍ଟ, କଳାରଙ୍ଗର ହାପ ପ୍ୟାଂଟ, ଚପଲ ଓ ଡାହାଣ କାନରେ ପିନ୍ଧିଥିବା ଏକ ଟପର ଫଟୋ ମଧ୍ୟ ଦିଆଯାଇଛି । ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିବା ଲୋକେ ମଂଚେଶ୍ୱର ଥାନା ଆଇଆଇସି ସୁଧିର କୁମାର ସାହୁଙ୍କ ମୋବାଇଲ ନମ୍ବର ୯୯୩୭୨୬୩୮୪୫ କିମ୍ବା ୮୨୮୦୩୩୮୩୨୧ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ସେହିପରି ଏସିପି ଅନିଲ ମିଶ୍ରଙ୍କ ମୋବାଇଲ ନମ୍ବର ୯୪୩୭୩୪୪୩୫୯, ଭୁବନେଶ୍ୱର ଡିସିପିଙ୍କ ନମ୍ବର ୮୨୮୦୩୩୮୩୦୨କିମ୍ବା ପୋଲିସ କମିଶନରଙ୍କ ନମ୍ବର ୯୪୩୭୪୯୬୦୭୦ରେ ଯୋଗଯୋଗ କରିପାରିବେ । ଏପଟେ ପୋଷ୍ଟର ଜାରି କରିବା ସହ ମୃତକଙ୍କ ପରିଚୟ ପାଇବା ପାଇଁ ଆଖପାଖ ଅଂଚଳରେ ମଂଚେଶ୍ୱର ଥାନା ପୋଲିସ ଲୋକଙ୍କୁ ଫଟୋ ଦେଖାଇ ପଚରାଉଚରା କରୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started