ପୋଲିସ ଏସଆଇ ପରୀକ୍ଷା ପାଇଁ ଆବେଦନ ପରେ କିନ୍ନରଙ୍କ ଜୋରଦାର ଅଭ୍ୟାସ : ଯୋଗ ପ୍ରାଣାୟମ ସହ ଅନ୍ୟାନ୍ୟ ଶାରୀରିକ ଅଭ୍ୟାସ କଲେ ୨୬ ଜଣ କିନ୍ନର

କନକ ବ୍ୟୁରୋ : ଆତ୍ମସମ୍ମାନ ସହ ବଂଚିବାକୁ ଚାହୁଁଛନ୍ତି କିନ୍ନର । ଭିକ୍ଷାବୃତି କିମ୍ବା ଅନ୍ୟ କିଛି ଉପାୟ ନୁହଁ ଖାକି ପୋଷାକ ପିନ୍ଧି ସମ୍ମାନ ସହ ବଂଚିବାକୁ ଚାହୁଁଛନ୍ତି । ଆଗକୁ ପୋଲିସ ଏସଆଇ ଇଂଟରଭିୟୁ ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ୨୬ ଜଣ କିନ୍ନର । ପ୍ରଥମ ଥର ପାଇଁ ରାଜ୍ୟ ପୋଲିସ ବିଭାଗରେ କିନ୍ନରଙ୍କୁ ଆବେଦନ କରିବା ପାଇଁ ଅନୁମତି ମିଳିଛି ।

ତେଣୁ ଆବେଦନ କରୁଥିବା ୨୬ଜଣ କିନ୍ନର ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯୋଗ, ପ୍ରାଣାୟମ ସହ ଅନ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସୁନ୍ଦରପଦାର ଗରିମା ଗୃହରେ ଯୋଗଗୁରୁଙ୍କ ସହାୟତାରେ ଚାଲିଛି ଅଭ୍ୟାସ ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସ : ପ୍ରଥମ ସ୍ବର୍ଣ୍ଣପଦକ ଜିଣିଲେ ଚୀନ ସୁଟର୍‌ ୟାଙ୍ଗ୍‌ କିଆନ୍‌

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ଚୀନ ସୁଟର ୟାଙ୍ଗ୍ କିଆନ୍ ।  ମହିଳା ବିଭାଗର ୧୦ ମିଟର୍ ଏୟାର୍‌ ରାଇଫଲ୍‌ ଚାଳନାରେ ସେ ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ହୋଇଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ରୁଷ୍‌ର ସୁଟର୍‌ ଆନାସ୍ତାସିଆ ଗାଲାସିନା ରୌପ୍ୟ ଏବଂ ସୁଇଜରଲାଣ୍ଡର ନିନା କ୍ରି‌ଷ୍ଟେନ୍‌ କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ତିମ ସଟରେ ରୁଷର ସୁଟର୍‌ ଆନାସ୍ତାସିଆ ଗାଲାସିନା ୮.୯ରେ କେନ୍ଦ୍ରସ୍ଥଳରେ ଥିବା ଦୁଇଟି ବଳୟରେ ଲକ୍ଷ୍ୟଭ୍ରଷ୍ଟ ହେବାରୁ ୟାଙ୍ଗ୍ ତାଙ୍କୁ ଟପିଯିବା ସମ୍ଭବପର ହୋଇଥିଲା । ଚୂଡ଼ାନ୍ତ ସଟରେ ୟାଙ୍ଗ୍‌ ୯.୮ ହାସଲ କରିବା ସହ ୨୫୧.୮ ହାସଲ କରି ଅଲିମ୍ପିକ୍ ରେକର୍ଡ କରି ଏହି ପ୍ରତିଯୋଗିତାର ଅବସାନ ଘଟାଇଥିଲେ। ସେହିପରି, ଗାଲାସିନା ୨୫୧.୧ ହାସଲ କରିଥିଲେ । ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଟୋମାସ୍ ବାକ୍ ୟାଙ୍ଗଙ୍କୁ ପ୍ରଥମ ପଦକ ପ୍ରଦାନ ଉତ୍ସବରେ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ ।

from Kanak News
via <a href="https://ifttt.com/?

ମହରାଷ୍ଟ୍ରରେ ବନ୍ୟାର କରାଳରୂପ: ନେଲାଣି ୧୨୯ ଜୀବନ: ୩୮ରୁ ଉର୍ଦ୍ଧ୍ୱ ନିଖୋଜ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗଁ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୨୯ରେ ପହଂଚିଲାଣି । ଭାରତୀୟ ସେନା, ବାୟୁ ସେନା ଓ ଓଡ୍ରାଫ୍ ଟିମର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରୁ ଏଯାଏଁ ପାଖାପାଖି ୮୫ ହାଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାୟଗଡ ଓ ସତାରା ଜିଲ୍ଲା ।

ଏହା ବ୍ୟତୀତ ରତ୍ନଗିରି, ପାଲଘର, ଥାନେ ଓ ନାଗପୁର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୋହ୍ଲାପୁର ଜିଲ୍ଲାରେ ଏକ ବସ୍ ୧୧ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ବସଟି ଭାସିଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଉଦ୍ଧାର କାର୍ଯ୍ୟରେ ଅଂଟା ଭିଡିଥିବା ଭାରତୀୟ ସେନା ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହାସହ ପ୍ରଭାବିତ ଲୋକଙ୍କୁ ରିଲିଫ୍ ମଧ୍ୟ ଯୋଗାଇଦିଆଯାଉଛି ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନ : ହକିରେ ଭାରତର ଦମଦାର ପ୍ରଦର୍ଶନ; ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଆଜି ପ୍ରଥମ ମୁକାବିଲାରେ ଦେଖିବାକୁ ମିଳିଛି ଭାରତର ଦମଦାର ବିଜୟ । ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ । ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ । ସେ ଦୁଇଟି ଗୋଲ ଦେଇଥିଲେ । ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାଟରରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା ଭାରତ ।

ପ୍ରଥମ କ୍ୱାଟର ଶେଷ ବେଳକୁ ୧-୧ରେ ବାରବାର ଥିଲା । ଦ୍ୱିତୀୟ କ୍ୱାଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ । ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା । ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲେ । ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି ।

ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ ।

from Kanak News
via <a href="https://ifttt.com/?

ରାଜ୍ୟରେ କମୁଛି କରୋନା : ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦୮୨ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୭୮୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦ୍ରକ ୬୫, ବଲାଙ୍ଗୀର ୫, ବୌଦ୍ଧ ୩, କଟକ ୨୨୧, ଦେବଗଡ ୬, ଢେଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡା ୮, କଳାହାଣ୍ଡି ୭, କନ୍ଧମାଳ ୧୬, କେନ୍ଦ୍ରାପଡା ୫୯, କେନ୍ଦୁଝର ୪୪, କୋରାପୁଟ ୭, ମାଲକାନଗିରି ୧୨, ମୟୂରଭଞ୍ଜ ୫୭, ନବରଙ୍ଗପୁର ୨, ନୟାଗଡ ୬୬, ନୂଆପଡା ୯, ପୁରୀ ୫୯, ରାୟଗଡା ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬, ଷ୍ଟେଟ ପୋଲରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୩ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧୯ ହଜାର ୧୩ଜଣ । ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।

from Kanak News
via <a href="https://ifttt.com/?

ତୀରନ୍ଦାଜି ପ୍ରତିଯୋଗିତାରେ କମାଲ ଦେଖାଇଲେ ଦୀପିକା-ପ୍ରବୀଣଙ୍କ ଜୋଡି । ଚୀନି ତାଇପେକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କଲା ଭାରତ

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସର ଦ୍ୱିତୀୟ ଦିନରେ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ମିଶ୍ରିତ ଯୋଡି ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ବେସ୍ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ତିରନ୍ଦାଜି ପ୍ରତିଯୋଗୀତାରେ ବିଜ ହାସଲ କରି କ୍ୱାଟର ଫାଇନାଲରେ ପହଞ୍ଚିଛନ୍ତି ଦୀପିକା ଓ ପ୍ରବୀଣଙ୍କ ଯୋଡି ।
ତିରନ୍ଦାଜି ପ୍ରତିଯୋଗିତାରେ ଦୀପିକା ଏବଂ ପ୍ରବୀଣଙ୍କ ସହ ମୁକାବିଲାକୁ ଓହ୍ଲାଇଥିଲେ ଚୀୟା-ଇନ୍ ଲିନ୍ ଏବଂ ଚିହ-ଚୁନ୍ ତାଙ୍ଗ । ଏହି ପ୍ରତିଯେଗିତାରେ ଭାରତ ଚୀନି ତାଇପେକୁ ୫-୩ରେ ପରାସ୍ତ କରିଛି । ଆଉ କ୍ୱାଟର ଫାଇନାଲରେ ପ୍ରବେଶ କରିଛି ଭାରତ । ଏବେ କ୍ୱାଟର ଫାଇନାଲରେ ସାଉଥ୍ କୋରିଆ ଦଳ ସହ ମୁକାବିଲା କରିବେ ଦୀପିକା ଓ ପ୍ରବୀଣ ।

ସେପଟେ ସୁଟିଂରେ ଟୋକିଓରୁ ଆସିଛି ନିରାଶା ଖବର । ୧୦ ମିଟର ସୁଟିଂରେ ନିରାଶ କରିଛନ୍ତି ଅପୂର୍ବୀ ଚାଣ୍ଡିଲା ଓ ଇଲାବେନିଲ । ବିଶ୍ୱର ୧ ନଂ ର୍ୟାଙ୍କରେ ଥିବା ଇଲାବେନିଲ ଓ ପୂର୍ବତନ ୧ ନଂ ର୍ୟାଙ୍କରେ ଥିବା ଅପୂର୍ବୀ ଚାଣ୍ଡିଲା, ଉଭୟ ୧୦ ମିଟରର ମେଡାଲ ରାଉଣ୍ଡକୁ ଉଠି ପାରିନାହାନ୍ତି ।

from Kanak News
via <a href="https://ifttt.com/?

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା : ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଅଧିକ ଘନୀଭୂତ ହୋଇଛି । ପରେ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ସାମାନ୍ୟ କମିବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ଖରିଫ ଫସଲର ବେଉଷଣ ପାଇଁ ସହାୟକ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର ଓ କଳହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସୋନପୁର ଜିଲ୍ଲା ବୀରମହାରାଜପୁରରେ ୨୦୨ମିମି ତଥା ୨୦ସେମି ବର୍ଷା ହୋଇଥିବା ବେଳେ ବୌଦ୍ଧର ବୌଦ୍ଧଗଡ଼ରେ ୧୮ ସେମି, କଣ୍ଟାମଳରେ ୧୬ ସେମି, ଭଦ୍ରକର ଚାନ୍ଦବାଲିରେ ୧୬ ସେମି, ପୁରୀର ସତ୍ୟବାଦୀରେ ୧୫ସେମି, ଜଗତ୍‌ସିଂହପୁରର ଆଳିପିଙ୍ଗଳରେ ୧୪ସେମି, କେନ୍ଦ୍ରାପଡ଼ାର ଗରଦପୁରଠାରେ ୧୪ସେମି ଲେଖାଏ ବର୍ଷା ହୋଇଛି ।

from Kanak News
via <a href="https://ifttt.com/?

ପେଗାସସ ଗୁଇନ୍ଦାଗିରିକୁ ନେଇ ସଂସଦରେ ଝଡ : ସୋମବାର ଯାଏଁ ସଂସଦର ଉଭୟଗୃହ ମୁଲତବୀ

କନକ ବ୍ୟୁରୋ : ପେଗାସସ୍ ପ୍ରସଙ୍ଗ, କୃଷି ଆଇନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିବାରୁ ସୋମବାର ଯାଏଁ ସଂସଦର ଉଭୟ ସଦନକୁ ମୁଲତବୀ ରଖାଯାଇଛି । ଲୋକସଭାରେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ପେଗାସସ୍ ଗୁଇନ୍ଦା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ବିଚାର ବିଭାଗ ତଦନ୍ତ ଜାବି କରି ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ହୋହଲ୍ଲା କରିଥିଲେ ।

ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ନାରାବାଜି କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଲୋକସଭାକୁ ସୋମବାର ଯାଏଁ ମୁତଲବୀ ଘୋଷଣା କରାଯାଇଛି । ସେପଟେ ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳ ପେଗାସସ୍ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଛନ୍ତି । ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସଂସଦର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବିତ କରାଯାଇଥିବାରୁ ବିରୋଧ କରିଥିଲେ । ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେବାରୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଉପଧ୍ୟକ୍ଷ ।

from Kanak News
via <a href="https://ifttt.com/?

ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ୍ ଚିଟ୍ ଦେଲେ ଗଜପତି ଏସପି : କହିଲେ, ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ନଥିଲା ସଂପର୍କ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ତଦନ୍ତରୁ ବଡ ଦିଗଟିଏ ସାମ୍ନାକୁ ଆସିଛି । ଗଜପତି ଏସପି ତପନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୃତ ଏସସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର କୌଣସି ସଂପର୍କ ନଥିଲା । ଏକପ୍ରକାରେ ଏହି ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ ଦେଇଛି ଜିଲ୍ଲା ପୁଲିସ । ମୋଟ ୬ ଜଣଙ୍କୁ ପଚରା ଉଚରା କରିବା ପରେ ଏହି ନିଷ୍କର୍ସରେ ପୁଲିସ ପହଁଚିଥିବା ଏସପି କହିଛନ୍ତି ।

ସୂଚନା ଅନୁସାରେ, ଉଭୟ ବିଦ୍ୟାଭାରତୀ ଓ ଡିଏଫଓଙ୍କ କଲ ରେକର୍ଡସରୁ ଏଭଳି କୌଣସି ସୂଚନା ମିଳିନଥିଲା, ଯାହା ଉଭୟଙ୍କ ସଂପର୍କକୁ ପ୍ରମାଣିତ କରିପାରିଥାନ୍ତା । ପାଖ ପଡୋଶୀଙ୍କୁ ପଚରାଉଚରା କରିବା ବେଳେ ପୁଲିସ ଜାଣିବାକୁ ପାଇଥିଲା, ଡିଏଫଓ କେବେ ମଧ୍ୟ ବିଦ୍ୟା ଭାରତୀଙ୍କ ଘରକୁ ଯାଇନଥିଲେ । ଆମ୍ବୁଲାନ୍ସ ଅଟକିବା ନେଇ ଗଣମାଧ୍ୟମରେ ଚାଲିଥିବା ଖବର ସଂପର୍କରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଏସପି । କହିଛନ୍ତି, ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ, ଯେଉଁଥିପାଇଁ ଆମ୍ବୁଲାନ୍ସ ୧୫ ମିନିଟ ଅଟକିଥିଲା । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଓ ବିଦ୍ୟାଭାରତୀ ପରସ୍ପରକୁ ପୂର୍ବରୁ ଜାଣିଥିଲେ । ତେଣୁ ଅଘଟଣର ଖବର ପାଇ ବିଦ୍ୟାଭାରତୀଙ୍କୁ ସାହାଯ୍ୟ କରିବାକୁ ପହଂଚିଥିଲେ ମମତା ପଣ୍ଡା ।

ଗଜପତି ପୁଲିସ ଏପରି ସୂଚନା ଦେଇ ଇଙ୍ଗିତ ଦେଇଛି, ଯେ ଏସିଏଫଙ୍କ ମୃତ୍ୟୁ ଘଟଣାରେ ଏମାନଙ୍କର ହୁଏତ ସିଧାସଳଖ ସଂପର୍କ ନାହିଁ । ସେପଟେ ଏସିଏଫ ସୌମ୍ୟରଞ୍ଜନଙ୍କୁ ମୃତ୍ୟୁ ମାମଲାରେ ଗତକାଲି ଡିଏଫଓଙ୍କୁ ଜେରା କରାଯାଇଥିଲା । ପୋଲିସ ଓ କ୍ରାଇମବ୍ରାଂଚ ଡିଏଫଓଙ୍କୁ ପ୍ରାୟ ସାଢ଼େ ତିନି ଘଂଟା ଧରି ତାଙ୍କ କାର୍ଯ୍ୟାଳୟରେ ଜେରା କରିଛନ୍ତି । ସେହିପରି ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକିଥିଲା ସେ ନେଇ ମଧ୍ୟ ଡ୍ରାଇଭରକୁ ପଚରା ଉଚରା କରିଛି ଗଂଜାମ ପୁଲିସ ।

ଡିଏଫଓଙ୍କୁ ଗଜପତି ଏସପି କ୍ଲିନ୍ ଚିଟ୍ ଦେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୌମ୍ୟରଂଜନଙ୍କ ଭାଇ । ସେ କହିଛନ୍ତି, ଏ ନେଇ ଅଧିକ ତଦନ୍ତ କରାଗଲେ ସତ ପଦାକୁ ଆସିବ । ସେହିପରି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଛି ଗଜପତି ପୁଲିସ ଓ କ୍ରାଇମବ୍ରାଂଚ ଟିମ୍ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଯାହା କହିବା କଥା ତଦନ୍ତ କରୁଥିବା ଅଧିକାରୀ କହିସାରିଛନ୍ତି । ଯେହେତୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି, ତେଣୁ ଏ ସଂପର୍କରେ କିଛି କହିବାକୁ ସଫା ସଫା ମନା କରିଦେଇଛନ୍ତି ମମତା ପଣ୍ଡା ।

from Kanak News
via <a href="https://ifttt.com/?

ରଥଯାତ୍ରା ପରେ ଶ୍ରୀମନ୍ଦିରକୁ ଫେରିଲେ ସାଆନ୍ତ : ରତ୍ନବେଦୀରେ ବିରାଜମାନ କଲେ ଚତୁର୍ଦ୍ଧାମୂରତି; ଆଜି ଶ୍ରୀମନ୍ଦିରରୁ ବାହାରିବ ନୀଳାଚଳ ଅବଢ଼ା

କନକ ବ୍ୟୁରୋ : ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ସଂପୂର୍ଣ୍ଣ ନୀତିକାନ୍ତିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଛି । ରତ୍ନବେଦୀକୁ ପ୍ରଥମେ ବଳଭଦ୍ର ଗୋଟି ପହଁଣ୍ଡିରେ ବିଜେ କରିଥିଲେ । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।

ସେବାୟତମାନେ ଶ୍ରଦ୍ଧାର ସହ ଠାକୁରଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ନେଇଛନ୍ତି । ଭାଇ, ଭଉଣୀ ରତ୍ନସିଂହାସନକୁ ବିଜେ କରିବା ପରେ ଶେଷରେ ରତ୍ନବେଦୀରେ ବିଜେ କରିଥିଲେ ମହାପ୍ରଭୁ କାଳିଆ ଠାକୁର । ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ବେଳେ ମହାଲକ୍ଷ୍ମୀ ବାଟ ଓଗାଳିଥିଲେ, ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ । ଏହାପରେ ରତ୍ନସିଂହାସନରେ ବିଜେ କରିଥିଲେ ଚାରି ଠାକୁର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started