ମୋଟା ଲାଞ୍ଜ ଭଳି ଗତି କରୁଛି ଓଡ଼ିଶାର କରୋନା ଗ୍ରାଫ୍ । ଦୁଇ ସପ୍ତାହ ଧରି ପାଖାପାଖି ୨ ହଜାର ରହୁଛି ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର କରୋନା ସଂକ୍ରମଣ ତଳମୁହାଁ ହୋଇଛି ସତ, ହେଲେ ଏହା ଅତି ଧିମା ଗତିରେ ହ୍ରାସ ପାଉଛି । ଫଳରେ ରାଜ୍ୟର କରୋନା ଗ୍ରାଫ୍, ବେଶ କିଛି ଦିନ ହେଲା ଥିକ୍ ଟେଲ୍ ବା ମୋଟା ଲାଞ୍ଜ ଭଳି ରହିଛି ।

ଜୁନ ୧୫ ତାରିଖରୁ ପ୍ରାୟ ୨୫ ଦିନ ଧରି ୩ ହଜାର ପାଖାପାଖି ଦୈନିକ ମାମଲା ଆସୁଥିଲା । ହେଲେ ଏବେ ଦୁଇ ସପ୍ତାହ ଧରି ୨ ହଜାର ପାଖାପାଖି ଦୈନିକ ସଂକ୍ରମଣ ଚିହ୍ନଟ ହେଉଛି । ଜୁଲାଇ ୧୦ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ପ୍ରତିଦିନ ୨ ହଜାରରୁ ସାମାନ୍ୟ ଉପରେ କିମ୍ବା ତଳେ ଆକ୍ରାନ୍ତ ଚିହ୍ନଟ ହେଉଛି । ଖାଲି ସେତିକି ନୁହେଁ, ଜୁଲାଇ ୨୧ରୁ ୨୩ ପର୍ଯ୍ୟନ୍ତ ଅର୍ଥାତ୍ କ୍ରମାଗତ ୩ ଦିନ ଧରି ୨ ହଜାର ତଳେ ରହୁଛି ସଂକ୍ରମଣ ।

         ତାରିଖ          ସଂକ୍ରମଣ

  • ଜୁଲାଇ ୧୦     ୨,୩୩୪
  • ଜୁଲାଇ ୧୩     ୧,୯୩୦
  • ଜୁଲାଇ ୧୬     ୨,୦୭୦
  • ଜୁଲାଇ ୧୯     ୧,୬୪୮
  • ଜୁଲାଇ ୨୧     ୧,୯୨୭
  • ଜୁଲାଇ ୨୨     ୧,୯୪୮
  • ଜୁଲାଇ ୨୩     ୧,୯୧୭

ରାଜ୍ୟରେ ଦୈନିକ ସଂକ୍ରମଣ ପାଖାପାଖି ୨ ହଜାରରେ ସ୍ଥିର ରହିଥିବା ବେଳେ ତୃତୀୟ ଲହର ଆଶଙ୍କା ମଧ୍ୟ ଚିନ୍ତାର କାରଣ ହୋଇଛି । ଏପଟେ ଭୁବନେଶ୍ୱର ଓ କଟକରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖୋର୍ଦ୍ଧା ଓ କଟକ ଜିଲ୍ଲା ଏବେ ବି ରେଡ୍ ଜୋନରେ ରହିଛି ।  କଟକ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଥିବା ବେଳେ ଖୋର୍ଦ୍ଧା ଓ ପୁରୀରେ ଟେଷ୍ଟ ପଜିଟିଭ୍ ରେଟ୍ ୪ ପ୍ରତିଶତ ଉପରେ ରହିଛି । ତେବେ ରାଜ୍ୟର ସଂକ୍ରମଣ ହାର ୨.୪୫ ପ୍ରତିଶତକୁ ଖସି ଆସିଛି । ହସ୍ପିଟାଲ ଉପରୁ ଚାପ କମିଥିବା ବେଳେ ଚିନ୍ତାଜନକ କଥା ହେଉଛି ଏବେ ବି ଆଇସିୟୁରେ ୧୩୯୯ ଜଣ ଓ ଭେଣ୍ଟିଲେଟରରେ ୩୫୭ ରୋଗୀ ଚିକିତ୍ସିତ ହେଉଛନ୍ତି ।

from Kanak News
via <a href="https://ifttt.com/?

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୫ ସୁଦ୍ଧା ଆରମ୍ଭ ହେବ ପିଜି ନାମଲେଖା । ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ । ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ତେବେ ଚଳିତ ବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୧୯ ତାରିଖ ସୁଦ୍ଧା ଆରମ୍ଭ ହେବ । ଯାହାର ଫଳାଫଳ ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୩ରୁ ପିଜି ପ୍ରବେଶିକା ପରୀକ୍ଷା ହେବା ସହ ଅକ୍ଟୋବର ୧୫ ତାରିଖରୁ ପିଜି ନାମଲେଖା ଆରମ୍ଭ ହେବ ବୋଲି କୁହାଯାଇଛି ।

ପିଜିରେ ନାମଲେଖା ହେବା ପରେ ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ । ଯାହାର ରେଜଲ୍ଟ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ଆଜି ନିଷ୍ପତ୍ତି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସବୁ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ସ୍ଥାପନ ହେବ । ଜାନୁଆରୀ ୧, ୨୦୨୨ ସୁଦ୍ଧା ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ଟ୍ରେନ୍ କରାଯାଉଛି ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ୨.୫୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଦିଆଯିବ ଅର୍ଥ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ରାଜ୍ୟ ସରକାର ୨.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅର୍ଥାତ୍ କୋଭିଡରେ ମୃତ୍ୟୁବରଣ କରିଥିବା ରାଜ୍ୟର ୧୭ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

କହିରଖୁ କି ଏହି ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ୩ଜଣ, ଗଞ୍ଜାମ ଜିଲ୍ଲାର ୭ ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ ଜଣ ସାମ୍ବାଦିକ ରହିଛନ୍ତି । ‘ଜି ଓଡିଶା’ର ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନସ ଜୟପୁରିଆ,ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ,’ଆଜିକାଲି’ ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ‘ଟାଇମସ୍ ଅଫ୍ ଇଣ୍ଡିଆ’ର ପ୍ରୀତିମାନ ମହାପାତ୍ର, ଙ୍କ ପରିବାର ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ । ସେହିଭଳି ଗଞ୍ଜାମ ଜିଲ୍ଲାର ‘ଟଭି ନ୍ୟୁଜ ୬ ୱେବ’ର ସାମ୍ବାଦିକ ଗୋବିନ୍ଦ ବେହେରା, ‘ସମ୍ବାଦ’ ର ପ୍ରଦୀପ କିଶୋର ସାହୁ, ‘ସମାଜ’ର କିଶୋର ଚନ୍ଦ୍ର ଦାଶ, ‘ଓଡିଶା ଫାଇଲସ୍’ ର ନରେଶ କୁମାର ବେହେରା, ‘କଳିଙ୍ଗ ଜ୍ୟୋତି, ନନ୍ଦିନୀ’ ର ସାମ୍ବାଦିକ ରତ୍ନାକର ମହାରଣା, ବ୍ଲକ କରସପେଣ୍ଡଣ୍ଟ ନିଳୟ କୁମାର ପଟ୍ଟନାୟକ, ‘ଅନୁପମ ଭାରତ’ କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲା ‘ସମ୍ବାଦ’ ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜତୀଶ ଚନ୍ଦ୍ର ଖମାରୀ, ‘ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, ‘ନକ୍ଷତ୍ର ଟିଭି’ର କଳାହାଣ୍ଡି ପ୍ରତିନିଧି ଭାନୁ ପ୍ରକାଶ ରଥ, ‘ମନ୍ଥନ’ର ଯାଜପୁର ଜିଲ୍ଲା ସାମ୍ବାଦିକ ଅଶୋକ କୁମାର ସାହୁ,’ଲୋକ ସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ପରିବାର ଲୋକଙ୍କୁ ବି ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏହି ଅନୁକମ୍ପା ରାଶି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ କୋଭିଡରେ ମୃତ୍ୟୁବରଣ କରିଥିବା ଆଉକିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରାଧିନ ରହିଛି । ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବ ଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ସଂସଦରେ ଟିକାକରଣର ହିସାବ ମାଗିଲେ ରାହୁଲ ଗାନ୍ଧୀ , ବିଭାଗୀୟ ମନ୍ତ୍ରୀ କହିଲେ ଏପର୍ଯ୍ୟନ୍ତ ଖର୍ଚ୍ଚ ହେଲାଣି ୯୭୨୫.୧୫ କୋଟି ଟଙ୍କା

କନକ ବ୍ୟୁରୋ : ମୌସୁମୀ ଅଧିବେସନ ଚାଲିଥିବା ବେଳେ ଉଭୟ ଗୃହରେ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଗୋଟିଏ ବି ଦିବସ ଠିକରେ ଚାଲି ପାରିନାହିଁ । ଚଳିତ ଅଧିବେଶନରେ ପେଗାସସ୍ ସ୍ପାଇ ୱେୟାର ମାମଲା ଓ କରୋନା ପରିଚାଳନାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ମଧ୍ୟରେ ସରକାର କହିଛନ୍ତି କି ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଶେଷ ହେବ ।

କହିରଖୁ କି ଅଧିବେଶନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡୁ ସାଂସଦ ରାହୁଲ ଗାନ୍ଧୀ ୧୮ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକା ଓ ଏପର୍ଯ୍ୟନ୍ତ ଟିକକରଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ମାଗିଥିଲେ । ଏହାର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର କହିଛନ୍ତି କି, ଟିକାକରଣ ଏକ ବ୍ୟାପକ ପ୍ରକ୍ରିୟା ଅଟେ । ୨୦୨୧ ଅଗଷ୍ଟରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୧୩୫ କୋଟି ଖୋରାକ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ଓ ଡିସେମ୍ବର ମାସ ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଶେଷ ହେବ ।

ସ୍ୱଦେଶୀ ଟିକା କିଣା ଓ ବର୍ତମାନ ପର୍ଯ୍ୟନ୍ତ ଟିକାକରଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ସ୍ୱଦେଶୀ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀରୁ ଟିକା କିଣିବା ନେଇ କିଛି ଡେରି କରାଯାଇନାହିଁ । କମ୍ପାନୀ ମାନଙ୍କୁ ଟିକା ପାଇଁ ଅଗ୍ରୀମ ଅର୍ଥ ଦିଆଯାଇଛି । ଏହାସହ ଟିକା କିଣିବା ଓ ଟିକାକରଣ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୯୭୨୫.୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।

ସୂଚନା ଥାଉକି ମଙ୍ଗଳବାର ଦିନ ମୋଦୀ ସରକାର ରାଜ୍ୟସଭାରେ କହିଥିଲେ କି କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନାହିଁ । ସରକାର ଏହା କହିବା ସହ ଏନେଇ କୌଣସି ରାଜ୍ୟ ସରକାର ରିପୋର୍ଟ ଦେଇ ନଥିବା କଥା ବି କହିଥିଲେ । ସରକାରଙ୍କର ଏଭଳି ଉତ୍ତର ପରେ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିଥିଲେ ।

from Kanak News
via <a href="https://ifttt.com/?

ଟୋକିଓ ପାଇଁ ପ୍ରସ୍ତୁତ ଦୂତୀ ଚାନ୍ଦ । ସାରା ଦେଶର ନଜରରେ ଦୂତୀ । ଭାରତକୁ ଦେବେ କି ସଫଳତା?

କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ଟୋକିଓ ଅଲମ୍ପିକ୍ସ । ଆଉ ପ୍ରସ୍ତୁତ ହୋଇ ସାରିଛନ୍ତି ଭାରତୀୟ ଖେଳାଳି । ବିଦେଶ ମାଟିରେ ଇତିହାସ ରଚିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ଓଡିଆ ଝିଅ ଦୂତୀ ଚାନ୍ଦ । ଦୂତୀଙ୍କ ଉପରେ ଏବେ ସାରା ଦେଶର ନଜର । କାରଣ ଭାରତୀୟ ମହିଳା ସ୍ପିଣ୍ଟର ଭାବେ ଦୂତୀ ଚାନ୍ଦଙ୍କ ନାଁରେ ଅନେକ ରେକର୍ଡ ରହିଛି । ଆଉ ଏହି ରେକର୍ଡ ବଳରେ ଦୂତୀ ଏଥର ଭାରତକୁ ସଫଳତା ଦେଇପାରନ୍ତି ବୋଲି କୁହାଯାଉଛି ।

୧୦୦ ମିଟର ଦୌଡରେ ଅନେକ ରେକର୍ଡ କରିଛନ୍ତି । ଜାତୀୟ, ଅନ୍ତର୍ଜାତୀୟ ଖେଳରେ ଦୂତୀ ଚାନ୍ଦ ଭାରତକୁ ଅନେକ ସଫଳତା ଦେଇ ସାରିଛନ୍ତି । ଦୂତୀ ଏକମାତ୍ର ଭାରତୀୟ ଭାବେ ୧୦୦ ମିଟର ଦୌଡରେ ନିଜ ଦବଦବା ରଖିଛନ୍ତି । ଆଉ ଏବେ ଦୂତୀଙ୍କ ନଜର ଟୋକିଓ ଅଲମ୍ପିକ୍ସ ଉପରେ ।

ତେବେ ଆସନ୍ତୁ ନଜର ପକାଇବା ଦୂତୀଙ୍କ ସଫଳତା ଉପରେ –  

୨୦୧୨ରେ ଦୂତୀ ୧୮ ବର୍ଷରୁ କମ ୧୦୦ ମିଟର ଦୌଡରେ ଜାତୀୟ ଚାମ୍ପିୟନ ହୋଇଥିଲେ 

ପୁଣେରେ ଆୟୋଜିତ ଏସିୟାନ ଚାମ୍ପିୟନସିପରେ ୨୦୦ ମିଟର ଦୌଡରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ 

୨୦୧୩ରେ ଦୂତୀ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ୟୁଥ ଚାମ୍ପିୟନସିପ ଫାଇନାଲରେ ପ୍ରବେଶ କରିଥିଲେ 

ରାଞ୍ଚିରେ ନ୍ୟାସନାଲ ସିନିୟର ୟୁଥ ଚାମ୍ପିୟନସିପରେ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ 

ସେହି କ୍ରୀଡାରେ ୨୦୦ ମିଟର ଦୌଡରେ ନିଜ କ୍ୟାରିୟରର ଶ୍ରେଷ୍ଠ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ 

୨୦୧୮ ଏସୀୟ କ୍ରୀଡାରେ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ 

୨୦୧୯ରେ ହୋଇଥିବା ଫେଡେରେସନ କପରେ ୧୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ 

ସେହି ବର୍ଷ ଇଟାଲୀର ନାପୋଲଠାରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଉ ଏହି କୃତିତ୍ୱ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ । 

ଦୂତୀଙ୍କ ଏହି ସବୁ ସଫଳତା ଉପରେ ନଜର ପକାଇଲେ ଜଣାପଡୁଛି ଏଥର ସେ ଟୋକିଓରେ କମାଲ କରିପାରନ୍ତି । ଟୋକିଓ ଅଲମ୍ପିକ୍ସରେ ଚୟନ ହେବା ପରେ ଦୂତୀ ମଧ୍ୟ ନିଜକୁ ଖୁବ ପ୍ରସ୍ତୁତ କରିଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍ସରେ ଜୁଲାଇ ୩୦ ତାରିଖରେ ମୈଦାନକୁ ଓହ୍ଲାଇବେ ଦୂତୀ । ୧୦୦ ମିଟର ଦୌଡରେ ବିଦେଶରେ କମାଇଲ ଦେଖାଇବେ ଏହି ଓଡିଆ ଝିଅ ।

from Kanak News
via <a href="https://ifttt.com/?

ଅଶ୍ଳିଳ ଭିଡିଓ ମାମଲା, ରାଜ କୁନ୍ଦ୍ରାଙ୍କୁ ଧରି ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଂଚିଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ : ଅଶ୍ଳିଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଂଚିଛି । କୁହାଯାଉଛି କି କ୍ରାଇମବ୍ରାଞ୍ଚ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ପଚରା ଉଚରା କରିପାରେ । କୁହାଯାଇଛି କି ରାଜକୁନ୍ଦ୍ରାଙ୍କ କମ୍ପାନୀ ବିଆନରେ ଶିଳ୍ପା ସେଟ୍ଟୀ ବି ନିର୍ଦ୍ଦେଶକ ରହିଛନ୍ତି । କିଛି ସମୟ ପୂର୍ବରୁ ଅନେ୍ଧରୀ ସ୍ଥିତ ବିଆନ କମ୍ପାନୀରେ କ୍ରାଇମବ୍ରାଞ୍ଚ ଚଢାଉ କରିସାରିଛି । ଏଥିରେ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଥିବା ସୂଚନା ମିଳିଛି ।

କହିରଖୁ କି ଅଶ୍ଳିଳ ଭିଡିଓ ନିର୍ମାଣ କରିବା ଅଭିଯୋଗରେ ଜୁଲାଇ ୧୯ ତାରିଖରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ୍ କରାଯାଇଥିଲା  । ଏହାପରେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

ପୋଲିସ କହିଛି କି ରାଜ କୁନ୍ଦ୍ରା ଅନଲାଇନରେ ଜୁଆ ଖେଳୁଥିଲେ । ଯେଉଁଥିରେ କି ସେ ୟେସ ବ୍ୟାଙ୍କର ଆକାଉଣ୍ଟ ବ୍ୟବହାର କରୁଥିଲେ । ଏହା ବାବଦରେ ଏବେ ଅଧିକ ଯାଂଚ ଚାଲିଥିବା କଥା ପୋଲିସ କହିଛି । ଏହି କାରଣରୁ ତାଙ୍କୁ ପୁଣି ରିମାଣ୍ଡରେ ନିଆଯାଇଛି ।  ପୋଲିସର ସୂଚନା ମୁତାବକ କୁନ୍ଦ୍ରା ଗିରଫ୍ ହେବା ପରେ ଜୁଲାଇ ୨୧ ତାରିଖରେ କିଛି ଜରୁରୀ ଡାଟାକୁ ଡିଲିଟ୍ କରିଦିଆଯାଇଛି । ଏହି ଡାଟା ଏବେ ରିକଭର କରାଯିବ ।

from Kanak News
via <a href="https://ifttt.com/?

ଆସ ପ୍ରଭୁ ମୋ ଛତା ତଳେ ଛିଡାହୁଅ… ତମ ଉପରେ ବର୍ଷା ପଡିବନି… ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରି ଛିଡାହେଲା କୁନି ଛୁଆ । ଭାବଭରା ଫଟୋକୁ ସେୟାର କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ହେ ଭଗବାନ ! ତମେ ଭିଜୁଛ… ଆସ ମୋ ଛତା ତଳକୁ ଚାଲିଆସ । ଆଉ ଜମାରୁ ଭିଜିବନି । ଯେତେ ବର୍ଷା ହେଉ, ମୁଁ ଆଉ ତମେ ଏଇ ଛତା ତଳେ ରହିଯିବା । ଆସ ପ୍ରଭୁ ମୋ ଛତା ତଳେ ସୁରକ୍ଷିତ ରୁହ । ମୁଁ ପଛେ ଓଦା ହୋଇଯିବି ତମକୁ ଭିଜିବାକୁ ଦେବିନି… ତମ ଦେହରେ ବର୍ଷା ପଡିଲେ କାଳେ ତମକୁ ଥଣ୍ଡା ହେବ… ଜ୍ୱର ହେବ… ତମକୁ କିଏ ଔଷଧ ଦେବ…? ମତେ ଥଣ୍ଡା ହେଲେ ମାଆ ମତେ ଔଷଧ ଦେଇଦେବ । ଡକ୍ତର ଅଙ୍କଲଙ୍କ ପାଖକୁ ନେଇଯିବ… ହେଲେ ତମକୁ ଥଣ୍ଡା ହେଲେ କେଉଁ ଡାକ୍ତର ଦେଖିବ? ମୁଁ ଛତା ଧରି ଛିଡା ହୋଇଛି, ବର୍ଷା ନଛାଡିବା ଯାଏଁ ତମେ କୁଆଡେ ଯିବିନି…

ଆକାଶରୁ ବର୍ଷୁଥିଲା ଅବିଶ୍ରାନ୍ତ ବର୍ଷା । ହଠାତ ଘୋଟି ଆସିଲା ମେଘ । ବର୍ଷା ପଡିବା ପରେ ସମସ୍ତେ ଖୋଲି ଦେଲେ ଛତା, ପିନ୍ଧିଦେଲେ ରେନ କୋର୍ଟ । ବର୍ଷାରୁ ସୁରକ୍ଷା ପାଇଁ ସମସ୍ତେ ଛତା ଧରି ଯେଝା ବାଟରେ ଯେଝେ ଚାଲିଗଲେ । ଆଉ ବର୍ଷାରେ ଭିଜୁଥିଲା ମାଟି, ଭିଜୁଥିଲେ ଭଗବାନ । ଆଉ ଏତିକି ବେଳେ ଛତା ଧରି ଆସୁଥିବା କୁନି ପୁଅର ନଜର ପଡିଥିଲା ହାଲକା ବର୍ଷାରେ ଓଦା ହେଉଥିବା ହୃଦୟର ଠାକୁରଙ୍କ ଉପରେ । ଭଗବାନ ଭିଜୁଥିବା ଦେଖି ଧାଇଁଯାଇଥିଲା କୁନି ପୁଅ, ଆଉ ଖୋଲିଦେଇଥିଲା ଛତା । ଯେମିତି ଠାକୁରଙ୍କ ଦେହରେ ବର୍ଷା ପଡିବନି, ସେଥିପାଇଁ ଚେଷ୍ଟା ଚଳାଇଥିଲା… ଆଉ ଆଖିରେ ଆଖିରେ ଭଗବାନଙ୍କୁ ଅନାଇ ପଚାରୁଥିଲା… ଠାକୁରେ ! ଓଦା ହେଉନ ତ…?

ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରି ଛିଡା ହୋଇଥିବା ଛୋଟ ଶିଶୁର ଫଟୋ ଛାଡିଛନ୍ତି ସ୍ମୃତି । ଫଟୋଟି ଯେତିକି ସୁନ୍ଦର ହୋଇଛି ସେତିକି ହୃଦୟସ୍ପର୍ଶୀ ବି ହୋଇଛି । ଗୋଟିଏ ଫଟୋ କୋଟିଏ କାହାଣୀ କହୁଛି । ଭକ୍ତ ଭଗବାନର ଭାବ, କୁନି ପିଲାର ଅନୁଭବକୁ ବଖାଣୁଛି । ତେବେ ଏହି କଥା କୁହା ଫଟୋକୁ ହଜାର ହଜାର ଲୋକ ସେୟାର ବି କରୁଛନ୍ତି ।

ଇନଷ୍ଟାଗ୍ରାମ ହେଉ କି ଟ୍ୱିଟର, ଅନେକ ସମୟରେ ସ୍ମୃତି ଇରାନୀ ବିଭିନ୍ନ କୌତୁହଳିଆ ଫଟୋ ଛାଡି ନିଜ ଫଲୋଅର୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଆଉ ଏବେ ଭଗବାନଙ୍କୁ ବର୍ଷାରୁ ରକ୍ଷା କରିବାକୁ ଛତା ଧରିଥିବା କୁନି ଛୁଆର ଫଟୋ ଛାଡିଛନ୍ତି । ଯାହା ଅନେକ ସେୟାର ସାଉଁଟୁଛି । କଥାକୁହା ଫଟୋଟିକୁ ଯିଏ ବି ଦେଖୁଛି ସିଏ ଆଃ କି ଚମକ୍ରାର ବୋଲି କହୁଛି…

from Kanak News
via <a href="https://ifttt.com/?

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା । ୯ଟି ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ ।

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଚି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ ଏକ ଓ୍ବେଲମାର୍କଡ୍ ବା ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏହାର କିଛି ଅଂଶ ଏବେ ସମୁଦ୍ରରେ ଓ ଆଉ କିଛି ଅଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ ।

ଭାରତୀୟ ପାଣିପାଗ ବିଭାଗ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶାର ୯ଟି ଜିଲ୍ଲା ସୁନ୍ଦରଗଡ଼,ଦେବଗଡ଼,ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏ ସବୁ ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

from Kanak News
via <a href="https://ifttt.com/?

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପୋଲିସ ଓ କ୍ରାଇମବ୍ରାଞ୍ଚ ଜେରା । ଏସଡ଼ିପିଓ କହିଲେ ସବୁ ଅଭିଯୋଗକୁ ନେଇ କରାଗଲା ପଚରା ଉଚରା ।

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଓ ପୁଲିସ । ଆଉ ତଦନ୍ତ ପରେ ଏସଡ଼ିପିଓ କହିଛନ୍ତି ସବୁ ଅଭିଯୋଗକୁ ନେଇ ପଚରା ଉଚରା କରାଯାଇଛି । ତେବେ ଜେରା ପରେ କ୍ୟାମେରା ଆଗକୁ ଆସିନାହାନ୍ତି ଡ଼ିଏଫଓ । କାର୍ଯ୍ୟାଳୟରେ ପଚରା ଉଚରା ପରେ ସୁରକ୍ଷା ଭିତରେ ଡ଼ିଏଫଓଙ୍କୁ ଘରେ ଛାଡ଼ିଦେଇଛି ପୋଲିସ ।

ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିଛି ପୁଲିସ ଓ କ୍ରାଇମବ୍ରାଞ୍ଚ । ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ । ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ୱାସିମ୍ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ ଭାବେ ତୁଲାଇବେ ଦାୟିତ୍ୱ, କହିଲେ ଓଡ଼ିଶା କ୍ରିକେଟକୁ ଆଗକୁ ନେବାକୁ କରିବି ପ୍ରୟାସ । 

କନକ ବ୍ୟୁରୋ : ଭୁବନେଶ୍ୱରରେ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ । ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ ଯିବାକୁ ଚେଷ୍ଟା କରିବୁ । ଫଳାଫଳ ଭଲ ମିଳିବ ବୋଲି ଆଶା ବାନ୍ଧିଛନ୍ତି ୱାସିମ ।

ଏହାଛଡା ନିଜେ ଯେହେତୁ ବ୍ୟାଟ୍ସମ୍ୟାନ ଥିଲେ ତେଣୁ ଓଡ଼ିଶାର ବ୍ୟାଟ୍ସମ୍ୟାନଙ୍କୁ ଫାଇଦା ମିଳିବ । ଏପରିକି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦଳକୁ ଆହୁରି ଶକ୍ତିଶାଳୀ କରିବୁ ବୋଲି କହିଛନ୍ତି ୱାସିମ୍ । ଓଡ଼ିଶା କ୍ରିକେଟ ଓ ଓଡ଼ିଶା ଖେଳାଳିଙ୍କୁ ଉପରକୁ ନେବାକୁ ଚେଷ୍ଟା କରିବି ।  କାଲି ଠାରୁ ଅଭ୍ୟାସ ଜାରି ରହିବ, ୩ରୁ ୪ ସପ୍ତାହ ଟ୍ରେନିଂ ଚାଲିବ । ଏହାସହ ଓଡ଼ିଶାର ଖେଳାଳିଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ୱାସିମ୍ । ଆଇପିଏଲ ଉପରେ ସମସ୍ତଙ୍କର ନଜର ରହୁଥିବାରୁ ଓଡ଼ିଶା ଖେଳାଳୀ କିଭଳି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ ସେ ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ୱାସିମ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started