ପେଗାସସ୍ ଗୁଇନ୍ଦାଗିରିକୁ ନେଇ ଥମୁନି ବିବାଦ । କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ହାତରୁ କାଗଜ ଛଡେଇ ଚିରିବା ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡ଼ାଇବା ଘଟଣାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସଂସଦର ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକାଳରେ ସେ ଯୋଗଦେଇ ପାରିବେ ନାହିଁ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଶାନ୍ତନୁଙ୍କୁ ନିଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟିଏମସି ଉପରେ ବର୍ଷିଛନ୍ତି ।

ଅନ୍ୟପଟେ ପେଗାସସ୍ ସ୍ପାଏ-ଓୟାର’ ବା ମୋବାଇଲ ଗୁପ୍ତଚରୀକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସେ କହିଛନ୍ତି, ତାଙ୍କୁ ଫୋନକୁ ଟ୍ୟାପ କରାଯାଇଛି । ଏହାଦ୍ୱାରା କେବଳ ତାଙ୍କର ନୁହେଁ, ବରଂ ଲୋକଙ୍କ ସ୍ୱର ଉପରେ ଆକ୍ରମଣ ହୋଇଛି । ଘଟଣାରେ ରାହୁଲ ଗାନ୍ଧି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ଓ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି । ରାହୁଲ କହିଛନ୍ତି, ପେଗାସସକୁ ଭାରତର ବିଭିନ୍ନ ସଂସ୍ଥା ଓ ଲୋକତନ୍ତ୍ରକୁ ହତ୍ୟା କରିବା ପାଇଁ ପ୍ରୟୋଗ କରାଯାଇଛି । ତେବେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ରାଜ୍ୟସଭାରେ ପକ୍ଷ ରଖୁଥିବା ବେଳେ ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ କାଗଜ ଛଡାଇ ନେଇ ଚିରି ଦେଇଥିଲେ ।

from Kanak News
via <a href="https://ifttt.com/?

ଲଗାଣ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ବିତ୍ପାତ । ଭୂସ୍ଖଳନ ଯୋଗୁଁ ଚାଲିଗଲା ୩୬ ଜଣଙ୍କ ଜୀବନ । ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା ଓଡ଼ିଶା

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି । ରାଜସ୍ଥାନ, ମହାରାଷ୍ଟ୍ର ଓ ତେଲେଙ୍ଗାନା, ଆନ୍ଧ୍ରରେ ବନ୍ୟା ବିତ୍ପାତ । ଲଗାଣ ବର୍ଷା ପାଇଁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଭୟଙ୍କର ବନ୍ୟା ପରିସ୍ଥିତି । ବର୍ଷା ଓ ବନ୍ୟା ଫଳରେ କୋଙ୍କଣ କ୍ଷେତ୍ରରେ ଥିବା ରାୟଗଡ ଓ ରତ୍ନଗିରି ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ପାଇଁ ରାୟଗଡ ଜିଲ୍ଲାରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ସହାୟତାରେ ଉଦ୍ଧାର କାମ ଚାଲିଛି ।

ତେବେ ବର୍ତମାନ ସୁଦ୍ଧା ୩୬ ଜଣଙ୍କ ଜୀବନ ହାନି ହୋଇଥିବା ସୂଚନା ମିଳିଛି । ନଦୀରେ ବନ୍ୟା ଆସିବାରୁ ସମଗ୍ର ଅଂଚଳ ବନ୍ୟା ପାଣିରେ ବୁଡି ଯାଇଛି । ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ନାଗପୁରରେ ମଧ୍ୟ ବନ୍ୟା ସ୍ଥିତି । ସେପଟେ ରାଜସ୍ଥାନର ଝାଲାୱାରରେ ବନ୍ୟା ସ୍ଥିତି ଦେଖାଦେଇଛି ।

ଲଗାଣ ବର୍ଷା ଫଳରେ ବିଭିନ୍ନ ଜାଗାରେ ପାଣି ଭରିଯାଇଥିବା ଦେଖିବାକୁ ମିଳିଛି । ତେଲେଙ୍ଗାନା ଓ ଆନ୍ଧ୍ରରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି । ତେଲେଙ୍ଗାନାରେ ନିର୍ମଳ ଜିଲ୍ଲାରେ ହଜାରେରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ଜାଗାରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

କରୋନା ଭିତରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ । ଟୋକିଓରେ ପହଁଚିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

କନକ ବ୍ୟୁରୋ: କରୋନା ଡର ଭିତରେ ଟୋକିଓରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ । କ୍ରୀଡାଗ୍ରାମରେ ପାଖାପାଖି ୮୦ରୁ ଅଧିକ ଖେଳାଳି ଓ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହେବା ପରେ ଉଦ୍ଘାଟନି ଉତ୍ସବ ଉପରେ ରହିଥିଲା ସମସ୍ତଙ୍କ ନଜର । ବେଶୀ ଜାକଜକମରେ ନହେଲେ ବି ଭାଗ ନେଉଥିବା ଦେଶର କିଛି କିଛି ଖେଳାଳିଙ୍କୁ ନେଇ,  ଆୟୋଜିତ ହୋଇଥଲା କାର୍ଯ୍ୟକ୍ରମ ।

ଭାରତର ୨୦ ଖେଳାଳି ଓ ୬ ସପୋର୍ଟ ଷ୍ଟାଫ ବି ତ୍ରିରଙ୍ଗା ଧରି ଉଦଘାଟନି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ଟିମ୍ ଇଣ୍ଡିଆକୁ ଜଣାଇଛନ୍ତି ଶୁଭେଛା । ସେପଟେ ଆଜି ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ ଟୋକିଓରେ ଯାଇ ପହଞ୍ଚିଛନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶା କ୍ରିକେଟ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱର ପହଞ୍ଚିଲେ କୋଚ୍ ୱାସିମ ଜାଫର । ବିମାନବନ୍ଦର ଅପେକ୍ଷା ଗୃହରେ ବସିଲେ ଏକା ଏକା । ସ୍ୱାଗତ ପାଇଁ ଗଲେ ନାହିଁ ଓସିଏ କର୍ମକର୍ତ୍ତା ।

କନକ ବ୍ୟୁରୋ: ଅତିଥିଙ୍କୁ ସମ୍ମାନ ଦେବା ଓଡିଆଙ୍କ ପରିଚୟ । ହେଲେ ଆଜି ବିମାନବନ୍ଦରରେ ଯେଉଁ ଘଟଣା ଘଟିଲା ତାହା ଆମ ସମସ୍ତଙ୍କୁ ଦୁଃଖିତ ଓ ଚକିତ କରିଛି । ଓଡିଶା ରଣଜୀ ଟିମର କୋଚ୍ ଭାବେ ଦାୟିତ୍ୱ ପାଇ ଓଡିଶା ଆସିଛନ୍ତି ୱାସିମ ଜାଫର । ହେଲେ ତାଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟକୁ ଓସିଏର କୌଣସି କର୍ମକର୍ତ୍ତା ପହଞ୍ଚିନଥିଲେ । ଫଳରେ ପ୍ରାୟ ଅଧଘଣ୍ଟା କାଳ ଜାଫର ବିମାନବନ୍ଦରର ଲାଉଞ୍ଜରେ ବସି ରହିଥିଲେ ।

ୱାସିମ ଜାଫର ଭାରତୀୟ କ୍ରିକେଟ ଜଗତରେ ଏକ ଜଣାଶୁଣା ନା । ଘରୋଇ କ୍ରିକେଟରେ ସେ ଆଗ ଧାଡିର ବ୍ୟାଟ୍ସମ୍ୟାନ । ଏହି ଆଗଧାଡିର କ୍ରିକେଟର ଓଡିଶା ରଣଜୀ ଟିମର ଭାଗ୍ୟ ବଦଳାଇବେ ବୋଲି ସମସ୍ତେ ଆଶା କରୁଥିବା ବେଳେ ଓସିଏର କୌଣସି କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିବାକୁ ନଯିବା ଏବଂ ଜାଫର ପ୍ରାୟ ୩୦ମିନିଟ ଏକା ଏକା ଅପେକ୍ଷା କରିବା ସମସ୍ତଙ୍କୁ ଚକିତ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ୱାସିମ ଜାଫରଙ୍କୁ ସ୍ୱାଗତ କରିବାକୁ କାହିଁକି ଆସିଲେନି ଓସିଏ ସଭାପତି ? ସମ୍ପାଦକ ଏବଂ ସହ ସମ୍ପାଦକ ଚାହିଁଥିଲେ ଆସିପାରିନଥାନ୍ତେ? କୋଚ ଭାବେ ଓସିଏ ଯଦି ଜାଫରଙ୍କୁ ବାଛିଲା, ସ୍ୱାଗତ ପାଇଁ କାହିଁକି ଆସିଲା ନାହିଁ?

from Kanak News
via <a href="https://ifttt.com/?

ନୀଳକନ୍ଦରକୁ ବିଜେ କରୁଛନ୍ତି ନୀଳମଣି । ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ କଲେ ମାନଭଞ୍ଜନ । ରତ୍ନବେଦୀରେ ଚତୁର୍ଦ୍ଧାମୂରତି

କନକ ବ୍ୟୁରୋ: ମହାପ୍ରଭୁଙ୍କ ମାନବୀୟ ଲୀଳା । ବଡ଼ ଭାଇ ଓ ସାନ ଭଉଣୀଙ୍କୁ ଧରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିବା ବିଧି ରହିଛି । ଘୋଷଯାତ୍ରା ପରେ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ବେଳେ ମହାଲକ୍ଷ୍ମୀ ତାଙ୍କ ବାଟ ଓଗାଳିଇବା ପରମ୍ପରା ରହିଛି ।

ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ । ରଥଯାତ୍ରାର ଅନ୍ତିମ ପର୍ବରେ ଏହି ରୀତିନୀତି ପାଳିତ ହୁଏ । ଦାମ୍ପତ୍ୟ ଜୀବନର ଏହି ମାନ ଅଭିମାନକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଏ । ଜଗତର ଠାକୁର ଜଗନ୍ନାଥ ମଧ୍ୟ ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମାଗିଥାନ୍ତି ।

from Kanak News
via <a href="https://ifttt.com/?

୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ । ବିଦେଶମନ୍ତ୍ରୀ ଓ ଏନଏସଏଙ୍କ ସହ ବୈଠକ

କନକ ବ୍ୟୁରୋ : ଆମେରିକାର ବୈଦେଶିକମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଜୁଲାଇ ୨୭-୨୮ ଦୁଇଦିନ ଧରି ସେ ଭାରତରେ ରହିବେ । ସେ ବୈଦେଶିକମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ଏହି ସମୟରେ ସେ ଭାରତର ବୈଦେଶିକମନ୍ତ୍ରୀ ଏସ.ଜୟଶଂକର ଓ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ଦିନ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ମୁତାବକ ଏଣ୍ଟୋନୀ ବ୍ଲିଙ୍କନଙ୍କ ଭାରତ ଯାତ୍ରା ସମୟରେ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହାସହ ଭାରତ-ଆମେରିକା ବାଣିଜ୍ୟ ରଣନୀତି ମଜବୁତ କରିବାର ଏହା ଉକ୍ରୁଷ୍ଟ ସମୟ ବୋଲି କୁହାଯାଇଛି ।

ଏହି ଗସ୍ତର ମୁଖ୍ୟ ଗୁରୁତ୍ୱ ହେଉଛି ଚଳିତ ବର୍ଷ ଶେଷରେ ୱାଶିଂଟନରେ କ୍ୱାଡ୍ ଗ୍ରୁପ୍ ନେତାଙ୍କ ଶାରୀରିକ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ପାଇଁ ମୂଳଦୁଆ ପକାଇବା । ଏହି କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ଅନ୍ତର୍ଭୁକ୍ତ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବ୍ୟବହାରିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଏହି ଗୋଷ୍ଠୀ ପ୍ରତି ୱାଶିଂଟନର ପ୍ରତିବଦ୍ଧତା ବିଷୟରେ ଏକ ଦୃଢ ସଙ୍କେତ ଦେବା ପାଇଁ ଆମେରିକା କ୍ୱାଡ ନେତାଙ୍କ ଶାରୀରିକ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ବିଚାର କରୁଛି।

କହିରଖୁ କି, ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗତ ମେ ମାସରେ ଆମେରିକା ଗସ୍ତ କରିଥିଲେ ଯେଉଁଥିରେ ସେ ଆମେରିକାର ପ୍ରମୁଖ ଫାର୍ମା କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଜୟଶଙ୍କରଙ୍କ ପାଞ୍ଚ ଦିନିଆ ଆମେରିକା ଗସ୍ତର ମୁଖ୍ୟ ଗୁରୁତ୍ୱ ଥିଲା ଦେଶର ଟିକା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାରୁ ଭାରତକୁ କଞ୍ଚାମାଲ ଯୋଗାଇବା । ଆଶା କରାଯାଉଛି ଯେ ଇଣ୍ଡୋ-ଆମେରିକା ଆଲୋଚନାରେ ଆଫଗାନିସ୍ତାନର ପରିସ୍ଥିତି ପ୍ରତି ବିଶେଷ ଧ୍ୟାନ ଦିଆଯିବ।

from Kanak News
via <a href="https://ifttt.com/?

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ପ୍ରଥମ ଇଂନିସରେ ଭାରତ ୨୨୫ ରନରେ ଅଲଆଉଟ୍ । ଶ୍ରୀଲଙ୍କାକୁ ବିଜୟଲକ୍ଷ୍ୟ ୨୨୬ ରନ୍ ।

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଟିମ୍ ଇଣ୍ଡିଆ ଆଜି ୨୨୫ ରନ୍ କରି ପ୍ରଥମ ଇଂନିସରେ ଅଲଆଉଟ୍ ହୋଇଯାଇଛି । ଫଳରେ ଶ୍ରୀଲଙ୍କାକୁ ଶେଷ ଦିନିକିଆ ଜିତିବାକୁ ହେଲେ ୨୨୬ ରନ୍ କରିବାକୁ ହେବ । ଆଜି ଏକଦା ୧୦୨ ରନରେ ଦୁଇ ୱିକେଟ୍ ହରାଇ ଦଳ ଦୃଢ ସ୍ଥିତିରେ ଥିଲା ହେଲେ ଏହା ପରେ ମଧ୍ୟମକ୍ରମ ବ୍ୟାଟିଂ ବିଫଳତା ହେତୁ ଦଳ ମାତ୍ର ୨୨୫ ରନ୍ କରି ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଥିଲା ।

https://platform.twitter.com/widgets.js

ଆଶ୍ୱସ୍ତିକର କଥା ହେଉଛି, ଭାରତ ଏବେ ବି ସିରିଜରେ ୨-୦ରେ ଆଗୁଆ ଅଛି । ଦଳ ପୂର୍ବ ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବାରୁ ଏହି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହେଲେ ମଧ୍ୟ ଭାରତ ଦିନିକିଆ ସିରିଜ୍ ବିଜୟୀ ହେବ । ଏ ସବୁ ପରେ ମଧ୍ୟ ଆଜି ଶିଖର ବାହିନୀ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ପଡିଆକୁ ଓହ୍ଲାଇବ ।

ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ୩ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ । ମଧ୍ୟମକ୍ରମରେ କିନ୍ତୁ ସୂଯ୍ୟକୁମାର ଯାଦବଙ୍କ ବ୍ୟତୀତ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ଭଲ ରନ୍ କରିପାରିନଥିଲେ । ଫଳରେ ଦଳ ଶେଷ ଆଡକୁ ମାତ୍ର ୨୨୫ ରନ୍ କରି ଅଲଆଉଟ୍ ହୋଇଯାଇଛି ।

from Kanak News
via <a href="https://ifttt.com/?

କେମିତି ହୋଇଥିଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ? ପଢନ୍ତୁ, ପୂରା ଘଟଣାକ୍ରମ…

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ କ’ଣ ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ତାଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ତଦନ୍ତ ଚାଲିଛି । ଏସବୁ ଭିତରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଜେରା କରି ପୋଲିସ ମୃତ୍ୟୁ ବିଷୟରେ ତଥ୍ୟ ସଂଗ୍ରହ କରିଛି । ଏମାନେ ପୋଲିସ ଆଗରେ ଯାହା ବୟାନ ଦେଇଛନ୍ତି, ସେ ନେଇ କିଛି ସୂଚନା ମିଳିଛି ।

୧- ଜୁଲାଇ ୧୨ ତାରିଖ ସୋମବାର ଦିନ ପ୍ରାୟ ରାତି ସାଢେ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ

୨- ହଠାତ୍ ରୋଷେଇ ଘର ଆଗରେ ଠିଆ ହୋଇ ସୌମ୍ୟ କହିଲେ, “ଦେଖ ମୁଁ ଜଳୁଛି’

୩- ସୌମ୍ୟ ଏକ ରାଉଣ୍ଡ ନେକ୍ ଟି-ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ଟି-ସାର୍ଟ ଜଳୁଥିଲା

୪- ବିଦ୍ୟାଭାରତୀ ଦୌଡି ଯାଇ ଟି-ସାର୍ଟ ଖୋଲିବା ପାଇଁ ଚେଷ୍ଟା କଲେ, କିନ୍ତୁ ଖୋଲି ପାରିଲେ ନାହିଁ

୫- ବାଥରୁମକୁ ଦୌଡି ଯାଇ ପାଣି ଆଣିବା ପାଇଁ ଚେଷ୍ଟା କଲେ କିନ୍ତୁ ଝୁଣ୍ଟି ପଡିଗଲେ ଏବଂ ବାହାରକୁ ଯାଇ ଜୋରରେ ଚିତ୍କାର କଲେ

୬- ଚିତ୍କାର ଶୁଣି ରୋଷେୟା ଦୌଡି ଆସିଲେ ଏବଂ ବାଥରୁମକୁ ଯାଇ ପାଣି ଆଣି ଢାଳିଲେ

୭- ଏହାପରେ ଡିଏଫଓଙ୍କ ଗାଡିରେ ତାଙ୍କୁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା

୮- ଏହା ପରେ ତାଙ୍କୁ କଟକ ଅଶ୍ୱିନୀ ଡାକ୍ତରଖାନାକୁ ନିଆଯାଇଥିଲା

୯- ୧୩ ତାରିଖ ସକାଳ ୯ଟାରେ ଆଖି ବୁଜିଦେଲେ ସୌମ୍ୟରଞ୍ଜନ

ବିଦ୍ୟାଭାରତୀ ଏବଂ ରୋଷେୟାଙ୍କୁ ଜେରା କରିବା ପରେ ପୂରା ଘଟଣାକ୍ରମକୁ ପ୍ରସ୍ତୁତ କରୁଛି ପୋଲିସ । ଉଭୟ ବିଦ୍ୟାଭାରତୀ ଏବଂ ରୋଷେୟା ପୁଲିସକୁ ସେଦିନର ଘଟଣାକ୍ରମ ବିଷୟରେ ବିସ୍ତୃତ ଭାବେ କହିଛନ୍ତିି । ଏହାଛଡା ପୁଲିସ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଚାର କରି କେସ୍ ପ୍ରସ୍ତୁତ କରୁଛି ।

from Kanak News
via <a href="https://ifttt.com/?

୧୧ ଦିନ ପରେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ଜେରା । ଏସଡ଼ିପିଓ କହିଲେ ସବୁ ଅଭିଯୋଗକୁ ନେଇ କରାଗଲା ପଚରାଉଚରା ।

କନକ ବ୍ୟୁରୋ: କିଛି ଦିନ ହେବ ଚର୍ଚ୍ଚାରେ ଥିବା ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ଅନ୍ୟତମ ଅଭିଯୁକ୍ତ ଡିଏଫଓଙ୍କୁ ଜେରା ହୋଇଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ତାଙ୍କ କାର୍ଯ୍ୟାଳୟରେ ଜେରା କରିଛନ୍ତି । ଆଉ ଜେରା ସମୟରେ ସୌମ୍ୟଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି ବୋଲି ସୂଚନା ଦେଇଛି ପୋଲିସ । ଅନ୍ୟପଟେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକିଥିଲା ସେ ନେଇ ମଧ୍ୟ ଆଜି ଡ୍ରାଇଭରକୁ ପଚରା ଉଚରା କରାଯାଇଛି ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସମସ୍ତଙ୍କ ନଜର ଥିଲା ଡିଏଫଓ ସଂଗ୍ରାମ ବେହେରାଙ୍କ ଉପରେ, କାରଣ ଏହି ବ୍ୟକ୍ତିଙ୍କର କଣ ଭୂମିକା ହୋଇପାରେ ତାକୁ ନେଇ ରହସ୍ୟ ଲାଗି ରହିଛି । ଆଉ ଆଜି ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପଚରାଉଚରା ପାଇଁ ପୂରା ପୁଲିସ ସୁରକ୍ଷା ବ୍ୟବସ୍ଥା ଭିତରେ ଅଫିସ ଆସିଥିଲେ ଡିଏଫଓ । ପ୍ରାୟ ସାଢ଼େ ତିନି ଘଣ୍ଟାର କ୍ରାଇମବ୍ରାଞ୍ଚ ଓ ପାରଳା ପୁଲିସର ଜେରା ପରେ ପୁଣି ସୁରକ୍ଷା ବ୍ୟବସ୍ଥା ଭିତରେ ବାସଭବନକୁ ଫେରିଥିଲେ ଡିଏଫଓ ।

ପୁଲିସ କହିଛି ତାଙ୍କୁ ନେଇ ଯେତେ ପ୍ରଶ୍ନ ଉଠିଥିଲା, ସେସବୁ ପଚରାଯାଇଛି । କିନ୍ତୁ କଣ ପ୍ରଶ୍ନ ଥିଲା , ଆଉ କଣ ତାଙ୍କର ଉତ୍ତର ଥିଲା ସେ ବିଷୟରେ ସ୍ପଷ୍ଟ କରାଯାଇନି । ସେପଟେ ହସ୍ପିଟାଲ ନେବା ବାଟରେ ସୌମ୍ୟଙ୍କ ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକି ଥିଲା ସେନେଇ ଆମ୍ବୁଲାନ୍ସ ଡ୍ରାଇଭରକୁ ପଚରାଉଚରା କରିଛି ପୁଲିସ ଆଉ ସେ କହିଛନ୍ତି ରାସ୍ତାରେ ୧୫ ମିନିଟ୍ ଅଟକିଥିଲା ଆମ୍ବୁଲାନ୍ସ ।

ଏସବୁ ଭିତରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଏକ ହାତଲେଖା ଚିଠି ମଧ୍ୟ ସାମ୍ନାକୁ ଆସିଛି । ଗତ ଫେବୃଆରୀ ୨୨ ଓ ୨୩ ତାରିଖର ଦୁଇଟି ଚିଠି ପତ୍ନୀ ବିଦ୍ୟାଭାରତୀଙ୍କ ଉଦ୍ଦେଶ୍ୟରେ ସୌମ୍ୟ ଲେଖିଥିଲେ । ଚିଠିରେ ସୌମ୍ୟ ଲେଖିଛନ୍ତି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ ତାଙ୍କଠାରୁ ଭଲ ବ୍ୟବହାର ଚାହୁଁଛନ୍ତି । ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ ଗୁରୁତ୍ୱ ରଖେ ନାହିଁ । ଏହାପରେ ଯଦି ବି କିଛି ଘଟେ ସେ ଦିଗରେ ତାଙ୍କର କିଛି ଭୂମିକା ରହିବ ନାହିଁ । ଘରୋଇ ହିଂସା ବିରୋଧରେ ପତ୍ନୀ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ ।

from Kanak News
via <a href="https://ifttt.com/?

କରୋନା କାଳରେ ବି ଚାଲିଛି ଝାଡଖଣ୍ଡର ଏହି ସ୍କୁଲ । ଜାଣନ୍ତୁ କେମିତି ପାଳନ ହେଉଛି କୋଭିଡ କଟକଣା

କନକ ବ୍ୟୁରୋ : କରୋନା ସଂକ୍ରମଣ କାରଣରୁ ଏବେ ବି ସାରା ଦେଶର ଶିକ୍ଷାନୁଷ୍ଠାନରେ ତାଲା ପଡିଛି । ହେଲେ ଝାଡଖଣ୍ଡ ରାଞ୍ଚି ଜିଲ୍ଲାରେ ଏକ ସ୍କୁଲ କରୋନା କାଳରେ କେବେ ବି ବନ୍ଦ ନ ହୋଇ ଶିକ୍ଷାଦାନ ଅବ୍ୟାହତ ରହିଛି । ଗାଁରେ ଥିବା ସରକାରୀ ସ୍କୁଲକୁ ପିଲା ଦୈନିକ ଆସୁଛନ୍ତି ଓ ପାଠ ପଢି ପୁଣି ଫେରୁଛନ୍ତି । ସାମାଜିକ ଦୂରତା ଓ କୋଭିଡ କଟକଣା ଭିତରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବି ଚାଲିଛି ବିଦ୍ୟାଳୟ ।

ଆଦର୍ଶ କହିଲେ କେହି ଆଦର୍ଶବାନ ହୋଇଯାଏ ନାହିଁ, ଆଦର୍ଶବାନ ହେବାକୁ ହେଲେ କିଛି ଅଲଗା କରିବାକୁ ପଡିଥାଏ । ରାଞ୍ଚି ଜିଲ୍ଲାର ଏକ ମଡେଲ ଗ୍ରାମ ଆରାକେରାମ ପୁଣିଥରେ କିଛି ଅଲଗା କରି ସମସ୍ତଙ୍କୁ ଚକିତ କରିଛି । ଏଥର ଆରାକେରାମ ସ୍କୁଲ ବାବଦରେ ଆଲୋଚନା କରାଯାଇଛି । ଯେତେବେଳେ କରୋନା ସଂକ୍ରମଣ ଭୟରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଗଲା ସେତେବେଳେ ଆରାକେରାମ ଗ୍ରାମର ଗ୍ରାମସଭା ଓ ମହିଳା ସମିତି କିଛି ନୂଆ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ । ସେମାନେ ନିଷ୍ପତ୍ତି ନେଇଥିଲେ କି କୌଣସି ପରିସ୍ଥିତିରେ ଯେମିତି ପିଲାଙ୍କ ଶିକ୍ଷାଦାନ ବନ୍ଦ କରାନଯାଉ । ଏନେଇ ସେମାନେ ସରକାରୀ ସ୍କୁଲକୁ ଦୁଇଟି ସିଫ୍ଟରେ ଖୋଲିବାକୁ ଯୋଜନା କରିଥିଲେ । ସାମାଜିକ ଦୂରତା, ମାସ୍କ, ସାନିଟାଇଜର ଭଳି କୋଭିଡ କଟକଣାକୁ ପାଳନ କରି ଏବେ ବି ଗାଁର ୨୦୦ ଛାତ୍ର ଛାତ୍ରୀ ଦୈନିକ ୨ ଟି ସିଫ୍ଟରେ ସ୍କୁଲ ଆସି ଶିକ୍ଷା ଗ୍ରହଣ କରୁଛନ୍ତି । ଦୈନିକ ସ୍କୁଲକୁ ୨ ଟି ସିଫ୍ଟରେ ୧୧ ଜଣ ଶିକ୍ଷକ ଆସୁଛନ୍ତି ଓ ପ୍ରତି ସିଫ୍ଟକୁ ୨ ଘଂଟା ସମୟ ଦେଇ ପିଲାଙ୍କୁ ପାଠ ପଢାଉଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶିକ୍ଷକମାନେ ସରକାରଙ୍କ ଠାରୁ ମାସିକ ଦରମା ପାଉଥିଲେ ବି କରୋନା କାଳରେ ସ୍କୁଲ ଆସୁଥିବାରୁ ଗ୍ରାମବାସୀମାନେ ସେମାନଙ୍କ ସକ୍ଷମ ମୁତାବକ ଶିକ୍ଷକମାନଙ୍କୁ ମାସିକ କିଛି ଦରମା ଦେଉଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started